< Ezekiel 31 >
1 Ní ọjọ́ kìn-ín-ní, oṣù kẹta ọdún kọkànlá, ọ̀rọ̀ Olúwa tọ̀ mí wá:
ଏଥିଉତ୍ତାରେ ଏକାଦଶ ବର୍ଷର ତୃତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
2 “Ọmọ ènìyàn, sọ fún Farao ọba Ejibiti àti sí ìjọ rẹ̀: “‘Ta ní a le fiwé ọ ní ọláńlá?
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ କୁହ; ତୁମ୍ଭେ ଆପଣା ମହତ୍ତ୍ୱରେ କାହାର ତୁଲ୍ୟ?
3 Kíyèsi Asiria, tí ó jẹ́ igi kedari ni Lebanoni ní ìgbà kan rí, pẹ̀lú àwọn ẹ̀ka dáradára tí ó ṣẹ́ ìji bo igbó náà; tí ó ga sókè, òkè rẹ̀ lókè ni ewé tí ó nípọn wà.
ଦେଖ, ଅଶୂର ଲିବାନୋନସ୍ଥ ଏରସ ବୃକ୍ଷ ସ୍ୱରୂପ ଥିଲା, ତାହାର ସୁନ୍ଦର ଘନଚ୍ଛାୟାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା ଓ ତାହାର ଶିଖର ଗହଳିଆ ଡାଳ ମଧ୍ୟରେ ଥିଲା।
4 Omi mú un dàgbàsókè: orísun omi tí ó jinlẹ̀ mú kí o dàgbàsókè; àwọn odo rẹ̀ ń sàn yí ìdí rẹ̀ ká, ó sì rán ìṣàn omi rẹ̀ sí gbogbo igi orí pápá.
ଅପାର ଜଳ ତାହାକୁ ପୁଷ୍ଟ କଲା, ଜଳଧି ତାହାକୁ ବର୍ଦ୍ଧିତ କଲା; ତାହାର ସ୍ରୋତସମୂହ ତାହାର ରୋପଣ ସ୍ଥାନର ଚତୁର୍ଦ୍ଦିଗରେ ବହିଲା ଓ ସେ କ୍ଷେତ୍ରସ୍ଥ ବୃକ୍ଷସକଳର ନିକଟକୁ ଆପଣା ଜଳପ୍ରଣାଳୀ ପଠାଇଲା।
5 Nítorí náà ó ga sí òkè fíofío ju gbogbo igi orí pápá lọ; ẹ̀ka rẹ̀ pọ̀ sí i àwọn ẹ̀ka rẹ̀ sì gùn, wọn tẹ́ rẹrẹ nítorí ọ̀pọ̀lọpọ̀ omi.
ଏସକାଶୁ କ୍ଷେତ୍ରସ୍ଥ ବୃକ୍ଷସକଳ ଅପେକ୍ଷା ସେ ଉଚ୍ଚୀକୃତ ହେଲା ଓ ତାହାର ଡାଳସବୁ ବହୁସଂଖ୍ୟକ ହେଲା; ଆଉ ସେ ଆପଣା ଶାଖା ମେଲିବା ବେଳେ ଅପାର ଜଳ ହେତୁ ସେହି ସବୁ ଦୀର୍ଘ ହେଲା।
6 Ẹyẹ ojú ọ̀run kọ ilé sí ẹ̀ka rẹ̀ gbogbo ẹranko igbó ń bímọ ní abẹ́ ẹ̀ka rẹ̀; gbogbo orílẹ̀-èdè ńlá ń gbé abẹ́ ìji rẹ̀.
ତାହାର ଡାଳରେ ଆକାଶର ପକ୍ଷୀସକଳ ବସା କଲେ ଓ ତାହାର ଶାଖା ତଳେ କ୍ଷେତ୍ରସ୍ଥ ପଶୁସକଳ ପ୍ରସବ କଲେ, ପୁଣି, ତାହାର ଛାୟା ତଳେ ମହାଗୋଷ୍ଠୀସବୁ ବାସ କଲେ।
7 Ọláńlá ní ẹwà rẹ̀ jẹ́, pẹ̀lú títẹ́ rẹrẹ ẹ̀ka rẹ̀, nítorí gbòǹgbò rẹ̀ lọ sí ìsàlẹ̀ sí ibi tí ọ̀pọ̀lọpọ̀ omi wà.
ଏହି ପ୍ରକାରେ ସେ ଆପଣା ମହତ୍ତ୍ୱରେ, ତାହାର ଶାଖାସକଳର ଦୀର୍ଘତାରେ ମନୋହର ହେଲା; କାରଣ ପ୍ରଚୁର ଜଳ ନିକଟରେ ତାହାର ମୂଳ ଥିଲା।
8 Àwọn igi kedari nínú ọgbà Ọlọ́run kò lè è bò ó mọ́lẹ̀; tàbí kí àwọn igi junifa ṣe déédé pẹ̀lú ẹ̀ka rẹ̀, tàbí kí a fi igi títẹ́ rẹrẹ wé ẹ̀ka rẹ̀, kò sí igi nínú ọgbà Ọlọ́run tí ó dà bí rẹ̀ ní ẹwà rẹ̀.
ପରମେଶ୍ୱରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ତାହାକୁ ଲୁଚାଇ ପାରିଲେ ନାହିଁ; ଦେବଦାରୁ ବୃକ୍ଷସବୁ ତାହାର ଡାଳ ପରି ଓ ଅର୍ମୋନ୍ ବୃକ୍ଷସବୁ ତାହାର ଶାଖା ପରି ନ ଥିଲେ, ଅଥବା ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ କୌଣସି ବୃକ୍ଷ ସୌନ୍ଦର୍ଯ୍ୟରେ ତାହା ପରି ନ ଥିଲା।
9 Mo mú kí ó ní ẹwà pẹ̀lú ẹ̀ka lọ́pọ̀lọ́pọ̀ tó fi jẹ́ ìlara àwọn igi gbogbo ní Edeni tí í ṣe ọgbà Ọlọ́run.
ଆମ୍ଭେ ବହୁସଂଖ୍ୟକ ଶାଖା ଦ୍ୱାରା ତାକୁ ମନୋହର କଲୁ; ଏଥିପାଇଁ ପରମେଶ୍ୱରଙ୍କ ଉଦ୍ୟାନସ୍ଥିତ ଏଦନର ସକଳ ବୃକ୍ଷ ତାହାକୁ ଈର୍ଷା କଲେ।
10 “‘Nítorí náà, èyí yìí ní Olúwa Olódùmarè wí: Nítorí pé ó ga lọ sókè fíofío, tí ó sì gbé òkè rẹ̀ ga ju ewé tí ó nípọn lọ, àti nítorí pé gíga rẹ mú kí ó gbéraga,
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ସେ ବୃକ୍ଷ ଦୀର୍ଘତାରେ ଉଚ୍ଚୀକୃତ ହୋଇଅଛି ଓ ଗହଳିଆ ଡାଳସମୂହ ମଧ୍ୟରେ ସେ ଆପଣା ଶିଖର ରଖିଅଛି, ଆଉ ଆପଣାର ଉଚ୍ଚତାରେ ତାହାର ଅନ୍ତଃକରଣ ଗର୍ବିତ ହୋଇଅଛି,
11 mo fi lé alákòóso àwọn orílẹ̀-èdè náà lọ́wọ́, fún un láti fi ṣe ẹ̀tọ́ fún un gẹ́gẹ́ bí ìwà búburú rẹ̀. Mo pa á tì sí ẹ̀gbẹ́ kan,
ଏଥିପାଇଁ ଆମ୍ଭେ ତାହାକୁ ନାନା ଗୋଷ୍ଠୀ ମଧ୍ୟରେ ବଳବାନର ହସ୍ତରେ ସମର୍ପଣ କରିବା, ସେ ନିଶ୍ଚୟ ତାହା ସହିତ ଉଚିତ ବ୍ୟବହାର କରିବ, ଆମ୍ଭେ ତାହାର ଦୁଷ୍ଟତା ସକାଶୁ ତାହାକୁ ତଡ଼ି ଦେଇଅଛୁ।
12 àwọn orílẹ̀-èdè àjèjì aláìláàánú jùlọ ké e lulẹ̀, wọn sì fi kalẹ̀. Àwọn ẹ̀ka rẹ̀ ṣubú sórí òkè àti sí gbogbo àárín àwọn òkè; àwọn ẹ̀ka rẹ̀ tí ó ṣẹ nà sílẹ̀ ní gbogbo àlàfo jíjìn ilẹ̀. Gbogbo àwọn orílẹ̀-èdè ilẹ̀ ayé jáde kúrò ní abẹ́ ìji rẹ̀ wọn sì fi sílẹ̀.
ପୁଣି, ଗୋଷ୍ଠୀୟମାନଙ୍କ ମଧ୍ୟରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ଯାଇଅଛନ୍ତି; ପର୍ବତମାନଙ୍କ ଉପରେ ଓ ସକଳ ଉପତ୍ୟକାରେ ତାହାର ଶାଖାସବୁ ପଡ଼ିଅଛି, ଆଉ ଦେଶର ସକଳ ଜଳପ୍ରବାହର ନିକଟରେ ତାହାର ଡାଳସବୁ ଭଙ୍ଗା ଯାଇଅଛି; ପୁଣି, ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ତାହାର ଛାୟା ତଳୁ ଯାଇଅଛନ୍ତି ଓ ତାହାକୁ ତ୍ୟାଗ କରିଅଛନ୍ତି।
13 Gbogbo àwọn ẹyẹ ojú ọ̀run ṣe àtìpó ni orí igi tí ó ṣubú lulẹ̀ náà, gbogbo àwọn ẹranko igbó wà ní àárín ẹ̀ka rẹ̀.
ଜଳରାଶିର ନିକଟବର୍ତ୍ତୀ ସକଳ ବୃକ୍ଷ ମଧ୍ୟରୁ କୌଣସି ବୃକ୍ଷ ଯେପରି ଆପଣା ଦୀର୍ଘତାରେ ଦର୍ପ ନ କରେ, କିଅବା ଗହଳିଆ ଡାଳମାନଙ୍କ ମଧ୍ୟରେ ଆପଣା ଶିଖର ନ ରଖେ, ଅଥବା ଜଳପାୟୀ ବିକ୍ରମୀସକଳ ଯେପରି ଆପଣା ଆପଣା ଉଚ୍ଚତାରେ ଠିଆ ନ ହୁଅନ୍ତି;
14 Nítorí náà kò sí igi mìíràn lẹ́gbẹ̀ẹ́ omi tí ó lè fi ìgbéraga ga sókè fíofío, tí yóò sì gbé sókè rẹ̀ ga ju ewé tí ó nípọn lọ. Kò sí igi mìíràn tí ó ní omi tó bẹ́ẹ̀ tí ó lè ga tó bẹ́ẹ̀; gbogbo wọn ni a kádàrá ikú fún, fún ìsàlẹ̀ ilẹ̀, ní àárín àwọn alààyè ènìyàn, pẹ̀lú àwọn tí o lọ sí ọ̀gbun ní ìsàlẹ̀.
ଏହି ଅଭିପ୍ରାୟରେ ତାହାର ଭଗ୍ନାବଶିଷ୍ଟାଂଶ ଉପରେ ଆକାଶର ପକ୍ଷସକଳ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁସକଳ ତାହାର ଶାଖାମାନଙ୍କ ଉପରେ ରହିବେ; କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଗର୍ତ୍ତଗାମୀମାନଙ୍କ ସହିତ ସେମାନେ ସମସ୍ତେ ମୃତ୍ୟୁୁରେ ଅଧୋଭୁବନରେ ସମର୍ପିତ ହୋଇଅଛନ୍ତି।
15 “‘Èyí ni Olúwa Olódùmarè wí: Ní ọjọ́ ti a mú u wá sí isà òkú mo fi ọ̀fọ̀ ṣíṣe bo orísun omi jíjìn náà, mo dá àwọn ìṣàn omi rẹ̀ dúró, àti ọ̀pọ̀lọpọ̀ omi rẹ̀ ní a dí lọ́nà. Nítorí rẹ̀ mo fi ìwúwo ọkàn wọ Lebanoni ní aṣọ, gbogbo igi igbó gbẹ dànù. (Sheol )
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେ ପାତାଳକୁ ଓହ୍ଲାଇ ଯିବା ଦିନ ଆମ୍ଭେ ଶୋକ ନିରୂପଣ କଲୁ, ଆମ୍ଭେ ତାହା ସକାଶୁ ଜଳଧିକୁ ଆଚ୍ଛାଦିତ କଲୁ ଓ ଆମ୍ଭେ ତହିଁର ସ୍ରୋତସମୂହକୁ ନିବୃତ୍ତ କଲୁ, ତହିଁରେ ମହାଜଳରାଶି ରୁଦ୍ଧ ହେଲା; ପୁଣି, ଆମ୍ଭେ ତାହା ନିମନ୍ତେ ଲିବାନୋନକୁ ଶୋକ କରାଇଲୁ ଓ କ୍ଷେତ୍ରସ୍ଥ ବୃକ୍ଷସକଳ ତାହା ଲାଗି ମ୍ଳାନ ହେଲେ। (Sheol )
16 Mo mú kí orílẹ̀-èdè wárìrì sì ìró ìṣubú rẹ̀ nígbà tí mo mú un wá sí ìsàlẹ̀ isà òkú pẹ̀lú àwọn tí ó lọ sí ọ̀gbun ìsàlẹ̀. Nígbà náà gbogbo igi Edeni, àṣàyàn àti èyí tí ó dára jùlọ nínú Lebanoni, gbogbo igi tí ó ní omi dáradára ni a tù nínú ni ayé ìsàlẹ̀. (Sheol )
ଆମ୍ଭେ ତାହାକୁ ଗର୍ତ୍ତ ଅବରୋହଣକାରୀମାନଙ୍କ ସହିତ ପାତାଳକୁ ପକାଇଦେବା ବେଳେ, ତାହାର ପତନ ଶବ୍ଦରେ ଗୋଷ୍ଠୀୟମାନଙ୍କୁ କମ୍ପିତ କରାଇଲୁ; ପୁଣି, ଏଦନର, ଅର୍ଥାତ୍, ଲିବାନୋନର ମନୋନୀତ ଓ ସର୍ବୋତ୍ତମ ଜଳପାୟୀ ବୃକ୍ଷସକଳ ଅଧୋଭୁବନରେ ସାନ୍ତ୍ୱନା ପାଇଲେ। (Sheol )
17 Àwọn tí ó ń gbé ní abẹ́ òjìji rẹ̀, àwọn àjèjì rẹ ní àárín àwọn orílẹ̀-èdè náà, ti lọ sí ìsàlẹ̀ isà òkú pẹ̀lú rẹ̀, ní dídárapọ̀ mọ́ àwọn tí a fi idà pa. (Sheol )
ସେମାନେ ହିଁ ତାହା ସହିତ ପାତାଳକୁ, ଖଡ୍ଗରେ ହତ ଲୋକମାନଙ୍କ ନିକଟକୁ ଓହ୍ଲାଇ ଗଲେ; ହଁ, ସେମାନେ ତାହାର ବାହୁ ସ୍ୱରୂପ ହୋଇ ତାହାର ଛାୟା ତଳେ ଗୋଷ୍ଠୀୟମାନଙ୍କ ମଧ୍ୟରେ ବାସ କରିଥିଲେ। (Sheol )
18 “‘Èwo lára igi Edeni ní a lè fiwé ọ ní dídán àti ọláńlá? Síbẹ̀ ìwọ, gan an wá sílẹ̀ pẹ̀lú àwọn igi Edeni lọ sí ìsàlẹ̀ ilẹ̀; ìwọ yóò sùn ni àárín àwọn aláìkọlà, pẹ̀lú àwọn tí a fi idà pa. “‘Èyí yìí ní Farao àti ìjọ rẹ̀, ní Olúwa Olódùmarè wí.’”
ଏହିରୂପେ ତୁମ୍ଭେ ଐଶ୍ୱର୍ଯ୍ୟରେ ଓ ମହତ୍ତ୍ୱରେ ଏଦନସ୍ଥ ବୃକ୍ଷସମୂହର ମଧ୍ୟରେ କାହାର ତୁଲ୍ୟ? ତଥାପି ତୁମ୍ଭେ ଏଦନସ୍ଥ ବୃକ୍ଷଗଣର ସହିତ ଅଧୋଭୁବନକୁ ଅଣାଯିବ; ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧ୍ୟରେ ଖଡ୍ଗହତ ଲୋକମାନଙ୍କ ସହିତ ଶୟନ କରିବ। ଏହି ଫାରୋ ଓ ତାହାର ସମସ୍ତ ଲୋକ ଏପରି ଅଟନ୍ତି, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”