< Ezekiel 25 >
1 Ọ̀rọ̀ Olúwa tọ̀ mí wá wí pé:
ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
2 “Ọmọ ènìyàn, kọ ojú rẹ sí àwọn ará Ammoni kí ó sì sọ àsọtẹ́lẹ̀ sí wọn.
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଅମ୍ମୋନ-ସନ୍ତାନଗଣର ପ୍ରତି ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
3 Sì wí fún àwọn ará Ammoni pé, ‘Ẹ gbọ́ ọ̀rọ̀ Olúwa Olódùmarè tí ó wí pé. Nítorí tí ìwọ wí pé, “Á hà!” Sí ibi mímọ́ mi nígbà tí ó di àìlọ́wọ̀ àti sí orí ilẹ̀ Israẹli nígbà tí ó di ahoro; àti sí ilẹ̀ Juda, nígbà tí wọ́n lọ sí ìgbèkùn,
ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ୱଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୁଦା ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ;
4 kíyèsi i, nítorí náà ni èmi yóò fi fi ọ lé àwọn ènìyàn ìlà-oòrùn lọ́wọ́ ni ohun ìní. Wọn yóò sì gbé ààfin wọn kalẹ̀ nínú rẹ, wọn yóò sì gbé ibùgbé wọn nínú rẹ, wọn yóò jẹ èso rẹ, wọn yóò sì mu wàrà rẹ.
ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ଅଧିକାର ରୂପେ ପୂର୍ବଦେଶୀୟ ସନ୍ତାନଗଣର ହସ୍ତରେ ସମର୍ପଣ କରିବା, ଆଉ ସେମାନେ ତୁମ୍ଭ ମଧ୍ୟରେ ଆପଣା ଆପଣା ଛାଉଣି ସ୍ଥାପନ କରିବେ ଓ ତୁମ୍ଭ ମଧ୍ୟରେ ଆପଣା ଆପଣା ବାସ ନିର୍ମାଣ କରିବେ; ସେମାନେ ତୁମ୍ଭର ଫଳ ଭୋଜନ କରିବେ ଓ ତୁମ୍ଭର ଦୁଗ୍ଧ ପାନ କରିବେ।
5 Èmi yóò sì sọ Rabba di ibùjẹ, fún àwọn ìbákasẹ àti àwọn ọmọ Ammoni di ibùsùn fún agbo ẹran. Nígbà náà ni ẹ̀yin yóò mọ̀ pé, Èmi ni Olúwa.
ଆଉ, ଆମ୍ଭେ ରବ୍ବାକୁ ଉଷ୍ଟ୍ରଶାଳା କରିବା ଓ ଅମ୍ମୋନ-ସନ୍ତାନଗଣର ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
6 Nítorí báyìí ni Olúwa Olódùmarè wí. Nítorí pé ìwọ pàtẹ́wọ́, ìwọ sì jan ẹsẹ̀ mọ́lẹ̀, tí ìwọ ń yọ̀ pẹ̀lú gbogbo àrankàn rẹ sí ilẹ̀ Israẹli
କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଇସ୍ରାଏଲ ଦେଶ ବିରୁଦ୍ଧରେ କରତାଳି ଦେଇଅଛ, ପଦାଘାତ କରିଅଛ, ପୁଣି, ଆପଣା ପ୍ରାଣର ସମ୍ପୂର୍ଣ୍ଣ ଘୃଣା ଭାବରେ ଆନନ୍ଦ କରିଅଛ।
7 nítorí náà, èmi yóò na ọwọ́ mi lé ọ, èmi yóò sì fi ọ fún àwọn aláìkọlà fún ìkógun. Èmi yóò sì gé ọ kúrò láàrín àwọn ènìyàn, èmi yóò sì jẹ́ kí o parun kúrò ni ilẹ̀ gbogbo. Èmi yóò sì pa ọ́ run, ìwọ yóò sì mọ̀ pé èmi ni Olúwa.’”
ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଓ ଲୁଟିତ ଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା; ପୁଣି, ଆମ୍ଭେ ଗୋଷ୍ଠୀବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଓ ଦେଶସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ଆମ୍ଭେ ତୁମ୍ଭକୁ ସଂହାର କରିବା; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
8 “Báyìí ni Olúwa Olódùmarè wí: ‘Nítorí pé Moabu àti Seiri sọ wí pé, “Wò ó, ilé Juda ti dàbí gbogbo àwọn kèfèrí,”
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ଓ ସେୟୀର କହୁଅଛନ୍ତି, ଦେଖ, ଯିହୁଦା ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ,
9 nítorí náà, Èmi yóò ṣí Moabu sílẹ̀ láti àwọn ìlú gbogbo tí ó wà ní ààlà rẹ̀, ògo ilẹ̀ náà, Beti-Jeṣimoti, Baali-Meoni àti Kiriataimu.
ଏଥିପାଇଁ ଦେଖ, ଆମ୍ଭେ ନଗର ସମୂହଠାରୁ ମୋୟାବର ପାର୍ଶ୍ୱ ମୁକ୍ତ କରିବା, ଅର୍ଥାତ୍, ତାହାର ସୀମାନ୍ତବର୍ତ୍ତୀ ଓ ଦେଶର ଗୌରବ ସ୍ୱରୂପ ବେଥ୍-ଯିଶିମୋତ ବାଲ୍-ମୀୟୋନ୍ ଓ କିରୀୟାଥୟିମ୍ ପ୍ରତି,
10 Èmi yóò fi Moabu pẹ̀lú àwọn ará Ammoni lé àwọn ènìyàn ìlà-oòrùn ní ìní, kí a má bà á lè rántí àwọn ará Ammoni láàrín orílẹ̀-èdè gbogbo.
ପୂର୍ବଦେଶୀୟ ସନ୍ତାନଗଣର ପାଇଁ (ମୁକ୍ତ କରିବା), ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯାତ୍ରା କରିବେ, ପୁଣି, ଆମ୍ଭେ ସେମାନଙ୍କ ହସ୍ତରେ ଅମ୍ମୋନ-ସନ୍ତାନଗଣକୁ ଅଧିକାର ରୂପେ ସମର୍ପଣ କରିବା, ତହିଁରେ ଗୋଷ୍ଠୀଗଣ ମଧ୍ୟରେ ସେମାନେ ଆଉ ସ୍ମରଣ କରାଯିବେ ନାହିଁ;
11 Èmi yóò sì mú ìdájọ́ sẹ sí Moabu lára, wọn yóò sì mọ̀ pé èmi ni Olúwa.’”
ଆମ୍ଭେ ମୋୟାବ ଉପରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।
12 “Báyìí ni Olúwa Olódùmarè wí pé: ‘Nítorí pé Edomu gbẹ̀san lára ilé Juda, ó sì jẹ̀bi gidigidi nípa ṣíṣe bẹ́ẹ̀,
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇଦୋମ ପ୍ରତିଶୋଧ ନେବା ଦ୍ୱାରା ଯିହୁଦା ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟନ୍ତ ଅପରାଧ କରିଅଛି,
13 nítorí náà báyìí ní Olúwa Olódùmarè wí pé: Èmi yóò na ọwọ́ mi sórí Edomu èmi yóò sì pa àwọn ènìyàn àti àwọn ẹranko rẹ̀. Èmi yóò fi ṣófo láti Temani dé Dedani yóò ti ipa idà ṣubú.
ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦୋମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା; ଆଉ, ଆମ୍ଭେ ତୈମନ୍ଠାରୁ ତାହା ଧ୍ୱଂସର ସ୍ଥାନ କରିବା; ଦଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ୍ଗରେ ପତିତ ହେବେ।
14 Èmi yóò gbẹ̀san lára Edomu láti ọwọ́ àwọn ènìyàn mi Israẹli, wọn sì ṣe sí Edomu gẹ́gẹ́ bí ìbínú àti ìrunú mi, wọn yóò mọ̀ ìgbẹ̀san mi ní Olúwa Olódùmarè wí.’”
ପୁଣି, ଆମ୍ଭେ ଆପଣାର ଲୋକ ଇସ୍ରାଏଲର ହସ୍ତ ଦ୍ୱାରା ଆମ୍ଭର ପ୍ରତିଶୋଧରୂପ ଭାର ଇଦୋମର ଉପରେ ଥୋଇବା; ତହିଁରେ ସେମାନେ ଆମ୍ଭର କ୍ରୋଧ ଓ ଆମ୍ଭର କୋପ ଅନୁସାରେ ଇଦୋମ ମଧ୍ୟରେ କାର୍ଯ୍ୟ କରିବେ; ପୁଣି, ସେମାନେ ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
15 “Báyìí ni Olúwa Olódùmarè wí pé: ‘Nítorí tí àwọn ará Filistini hùwà ẹ̀san tí wọ́n sì gbẹ̀san pẹ̀lú odì ní ọkàn wọn, àti pẹ̀lú ìkórìíra gbangba àtijọ́ ní wíwá ọ̀nà láti pa Juda run,
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପଲେଷ୍ଟୀୟ ଲୋକମାନେ ପ୍ରତିହିଂସା ସାଧିବାର ବ୍ୟବହାର କରିଅଛନ୍ତି; ପୁଣି, ଚିର ଶତ୍ରୁତାରେ ବିନାଶ କରିବା ପାଇଁ ପ୍ରାଣର ଘୃଣାରେ ପ୍ରତିଶୋଧ ନେଇଅଛନ୍ତି,
16 nítorí náà báyìí ní Olúwa Olódùmarè wí pé, “Èmi ti ṣetán láti na ọwọ́ mi jáde sí àwọn ará Filistini, èmi yóò sì ké àwọn ará Kereti kúrò, èmi yóò sì pa àwọn tí ó kù ní etí kún run.
ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ କରେଥୀୟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ଓ ସମୁଦ୍ରତୀରସ୍ଥ ଅବଶିଷ୍ଟ ସକଳକୁ ନଷ୍ଟ କରିବା।
17 Èmi yóò sì gbẹ̀san ńlá lára wọn nípa ìbáwí gbígbóná; wọn yóò sì mọ̀ wí pé, Èmi ni Olúwa. Nígbà tí èmi yóò gba ẹ̀san lára wọn.”’”
ପୁଣି, ଆମ୍ଭେ ପ୍ରଚଣ୍ଡ ଭର୍ତ୍ସନା ସହିତ ସେମାନଙ୍କଠାରୁ ଭାରୀ ପ୍ରତିଶୋଧ ନେବା; ଆଉ, ଯେଉଁ ସମୟରେ ଆମ୍ଭେ ଆପଣା ଦତ୍ତ ପ୍ରତିଶୋଧର ଭାର ସେମାନଙ୍କ ଉପରେ ଥୋଇବା, ସେହି ସମୟରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”