< Ezekiel 18 >
1 Ọ̀rọ̀ Olúwa tún tọ̀ mí wá wí pé:
ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋʼ ନିକଟରେ ଉପସ୍ଥିତ ହେଲା,
2 “Kín ni ẹ̀yin rò tí ẹ̀yin fi ń pa òwe nípa Israẹli wí pé: “‘Àwọn baba ti jẹ èso àjàrà kíkan, eyín àwọn ọmọ sì kan.’
“ପିତାମାତା ‘ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ସନ୍ତାନଗଣର ଦନ୍ତ ଖଟା ହୋଇଅଛି, ଏହି ଯେଉଁ ପ୍ରବାଦ ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ କହୁଅଛ,’ ଏଥିରେ ତୁମ୍ଭମାନଙ୍କର ଅଭିପ୍ରାୟ କି?
3 “Bí mo ti wà láààyè ni Olúwa Olódùmarè wí, ẹ̀yin kí yóò pa òwe yìí mọ́ ni Israẹli.
ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ଏହି ପ୍ରବାଦ କହିବାର କାରଣ ଆଉ ପାଇବ ନାହିଁ।
4 Nítorí pé èmi ló ní gbogbo ọkàn, ọkàn baba tèmi bẹ́ẹ̀ ni ọkàn ọmọ pàápàá jẹ tèmi, ọkàn tó bá ṣẹ̀ ní yóò kú.
ଦେଖ, ଯାବତୀୟ ପ୍ରାଣ ଆମ୍ଭର; ପିତାର ପ୍ରାଣ ଯେପରି, ପୁତ୍ରର ପ୍ରାଣ ହିଁ ସେହିପରି ଆମ୍ଭର; ଯେଉଁ ପ୍ରାଣୀ ପାପ କରେ, ସେହି ମରିବ।
5 “Bí ọkùnrin olódodo kan bá wà, tó ń ṣe ohun tó tọ́, tó sì yẹ
ମାତ୍ର ଯଦି ମନୁଷ୍ୟ ଧାର୍ମିକ ହୁଏ, ନ୍ୟାୟ ଓ ଧର୍ମାଚରଣ କରେ,
6 tí kò bá wọn jẹun lórí òkè gíga, tí kò gbójú rẹ̀ sókè sí àwọn òrìṣà ilẹ̀ Israẹli, ti kò sì ba obìnrin aládùúgbò rẹ̀ jẹ́ tàbí kí ó sùn ti obìnrin ni àsìkò èérí rẹ̀.
ପୁଣି, ଯେ ପର୍ବତଗଣର ଉପରେ ଭୋଜନ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଅଥବା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ, କିଅବା ଋତୁମତୀ ସ୍ତ୍ରୀର ନିକଟକୁ ଆସି ନାହିଁ;
7 Kò sì ni ẹnikẹ́ni lára, ó sì sanwó fún onígbèsè rẹ̀ gẹ́gẹ́ bó ṣe ṣe ìlérí fún un, kò fi ipá jalè ṣùgbọ́n ó fún ẹni tí ebi ń pa ní oúnjẹ, tí ó sì fi ẹ̀wù wọ àwọn tí ó wà ní ìhòhò.
ପୁଣି, ଯେ କାହାରି ପ୍ରତି ଅନ୍ୟାୟ କରି ନାହିଁ, ମାତ୍ର ଋଣୀକୁ ତାହାର ବନ୍ଧକି ଦ୍ରବ୍ୟ ଫେରାଇ ଦେଇଅଛି, ଉପଦ୍ରବ କରି କାହାରି କିଛି ଅପହରଣ କରି ନାହିଁ, ଆପଣାର ଭକ୍ଷ୍ୟ କ୍ଷୁଧିତକୁ ଦେଇଅଛି ଓ ଉଲଙ୍ଗକୁ ବସ୍ତ୍ର ପିନ୍ଧାଇଅଛି;
8 Ẹni tí kò fi fún ni láti gba ẹ̀dá, tàbí kò gba èlé tó pọ̀jù. Ó yọ ọwọ́ rẹ̀ kúrò nínú ìwà ẹ̀ṣẹ̀, ó sì ń ṣe ìdájọ́ òtítọ́ láàrín ọkùnrin kan àti èkejì rẹ̀.
ଯେ ସୁଧ ପାଇଁ ଋଣ ଦେଇ ନାହିଁ, କିଅବା କିଛି ବୃଦ୍ଧି ନେଇ ନାହିଁ, ଯେ ଅଧର୍ମରୁ ଆପଣା ହସ୍ତ ଫେରାଇଅଛି, ମନୁଷ୍ୟ ମନୁଷ୍ୟର ମଧ୍ୟରେ ଯଥାର୍ଥ ବିଚାର କରିଅଛି,
9 Tí ó ń tẹ̀lé àṣẹ mi, tí ó sì ń pa òfin mi mọ́ lóòtítọ́ àti lódodo. Ó jẹ́ olódodo, yóò yè nítòótọ́, ní Olúwa Olódùmarè wí.
ଆମ୍ଭର ବିଧିମତେ ଆଚରଣ କରିଅଛି ଓ ସତ୍ୟ ବ୍ୟବହାର କରିବା ନିମନ୍ତେ ଆମ୍ଭର ଶାସନସକଳ ପାଳନ କରିଅଛି, ସେହି ଲୋକ ଧାର୍ମିକ, ପ୍ରଭୁ, ସଦାପ୍ରଭୁ କହନ୍ତି, ସେ ଅବଶ୍ୟ ବଞ୍ଚିବ।
10 “Bí ó bá bi ọmọkùnrin, oníwà ipá, tó ń jalè, tó tún ń pànìyàn, tó sì ń ṣe gbogbo àwọn nǹkan wọ̀nyí sí arákùnrin rẹ̀
ଯଦି ସେହି ଲୋକର ପୁତ୍ର ଡକାୟତ ଓ ରକ୍ତପାତକାରୀ ହୁଏ, ଆଉ ଏଥିମଧ୍ୟରୁ କୌଣସି କାର୍ଯ୍ୟ କରେ
11 (tí kò sì ṣe ọ̀kan nínú gbogbo iṣẹ́ wọ̀n-ọn-nì): “Ó ń jẹun lójúbọ lórí òkè gíga, tí ó sì ba obìnrin aládùúgbò rẹ̀ jẹ́.
ଓ ସେହି ସବୁ କର୍ତ୍ତବ୍ୟ କର୍ମ ମଧ୍ୟରୁ କୌଣସି କର୍ତ୍ତବ୍ୟ କର୍ମ ନ କରେ, ମାତ୍ର ଯେ ପର୍ବତଗଣର ଉପରେ ଭୋଜନ କରିଅଛି ଓ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରିଅଛି,
12 Ó ni àwọn tálákà àti aláìní lára, ó ń fipá jalè, kì í dá padà gẹ́gẹ́ bí ìlérí, o gbójú sókè sí òrìṣà, ó sì ń ṣe ohun ìríra.
ଦରିଦ୍ର ଦୀନହୀନର ପ୍ରତି ଅନ୍ୟାୟ କରିଅଛି, ଦୌରାତ୍ମ୍ୟ ଦ୍ୱାରା ଅପହରଣ କରିଅଛି, ବନ୍ଧକି ଦ୍ରବ୍ୟ ଫେରାଇ ଦେଇ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରିଅଛି,
13 Ó ń fi owó ya ni pẹ̀lú èlé, ó sì tún ń gba èlé tó pọ̀jù. Ǹjẹ́ irú ọkùnrin yìí wa le è yè bí? Òun kì yóò wá láààyè! Nítorí pé òun ti ṣe àwọn ohun ìríra yìí, kíkú ni yóò kú, ẹ̀jẹ̀ rẹ yóò sì wá lórí rẹ̀.
ଘୃଣାଯୋଗ୍ୟ କ୍ରିୟା କରିଅଛି, ସୁଧ ପାଇଁ ଋଣ ଦେଇଅଛି ଓ ବୃଦ୍ଧି ଗ୍ରହଣ କରିଅଛି, ସେ କି ବଞ୍ଚିବ? ସେ ବଞ୍ଚିବ ନାହିଁ, ସେ ଏହିସବୁ ଘୃଣାଯୋଗ୍ୟ କ୍ରିୟା କରିଅଛି; ସେ ନିଶ୍ଚୟ ମରିବ, ତାହାର ରକ୍ତ ତାହାର ଉପରେ ବର୍ତ୍ତିବ।
14 “Bí ọkùnrin yìí bá bímọ ọkùnrin, tó sì rí gbogbo ẹ̀ṣẹ̀ ti baba rẹ ń ṣẹ̀ yìí, tó sì bẹ̀rù, ti kò ṣe irú rẹ̀:
ଆହୁରି ଦେଖ, ଯଦି ସେହି ଲୋକର ପୁତ୍ର ଆପଣା ପିତାର କୃତ ପାପସକଳ ଦେଖେ ଓ ଭୟ କରି ସେହିପରି କାର୍ଯ୍ୟ ନ କରେ,
15 “Tí kò jẹun lójúbọ lórí òkè gíga tàbí kò gbójú sókè sí àwọn òrìṣà ilé Israẹli, tí kò sì ba obìnrin aládùúgbò rẹ̀ jẹ́
ଯେ ପର୍ବତଗଣ ଉପରେ ଭୋଜନ କରି ନାହିଁ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ,
16 tí kò sì ni ẹnikẹ́ni lára, tí kò dá ohun ògo dúró tí kò gba èlé tàbí kò fipá jalè ṣùgbọ́n tí ó ń fún ẹni tébi ń pa lóúnjẹ, tó sì fi aṣọ bo àwọn oníhòhò.
କିଅବା କାହାରି ପ୍ରତି ଅନ୍ୟାୟ କରି ନାହିଁ, କୌଣସି ବନ୍ଧକି ଦ୍ରବ୍ୟ ଗ୍ରହଣ କରି ନାହିଁ, କିଅବା ଦୌରାତ୍ମ୍ୟ ଦ୍ୱାରା ଅପହରଣ କରି ନାହିଁ, ମାତ୍ର କ୍ଷୁଧିତକୁ ଆପଣା ଭକ୍ଷ୍ୟ ଦେଇଅଛି ଓ ଉଲଙ୍ଗକୁ ବସ୍ତ୍ର ପିନ୍ଧାଇଅଛି,
17 Ó ń yọ ọwọ́ rẹ kúrò nínú ẹ̀ṣẹ̀, kò sì gba èlé tàbí èlé tó pọ̀jù, tí ó ń pa òfin mi mọ́, tí ó sì ń tẹ̀lé àwọn àṣẹ mi. Kò ní kú fún ẹ̀ṣẹ̀ baba rẹ̀, nítòótọ́ ní yóò yè!
ଯେ ଦରିଦ୍ର ପ୍ରତି ଉପଦ୍ରବରୁ ଆପଣା ହସ୍ତ ଫେରାଇଅଛି, ସୁଧ କି ବୃଦ୍ଧି ଗ୍ରହଣ କରି ନାହିଁ, ଆମ୍ଭର ଶାସନସକଳ ପାଳନ କରିଅଛି, ଆମ୍ଭ ବିଧି ଅନୁଯାୟୀ ଆଚରଣ କରିଅଛି; ସେ ଆପଣା ପିତାର ଅଧର୍ମ ସକାଶୁ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ।
18 Ṣùgbọ́n baba rẹ̀ ni yóò kú fún ẹ̀ṣẹ̀ ara rẹ̀, nítorí pé ó jẹ́ arẹ́nijẹ, ó jalè arákùnrin rẹ, ó ṣe ohun tí kò dára láàrín àwọn ènìyàn rẹ̀.
ମାତ୍ର ତାହାର ପିତା ନିର୍ଦ୍ଦୟ ଭାବରେ ଉପଦ୍ରବ କଲା, ଦୌରାତ୍ମ୍ୟ ଦ୍ୱାରା ଆପଣା ଭ୍ରାତାର ଦ୍ରବ୍ୟ ଅପହରଣ କଲା ଓ ଆପଣା ଲୋକମାନଙ୍କ ମଧ୍ୟରେ ଅନୁଚିତ କାର୍ଯ୍ୟ କଲା, ଏଥିପାଇଁ ଦେଖ, ସେ ଆପଣା ଅଧର୍ମରେ ମରିବ।
19 “Síbẹ̀, ẹ tún ń béèrè pé, ‘Kí ló dé ti ọmọ kò fi ní í ru ẹ̀bi baba rẹ̀?’ Níwọ́n ìgbà tí ọmọ ti ṣe ohun tó tọ́, tó sì yẹ, tó sì ti kíyèsi ara láti pa gbogbo àṣẹ mi mọ́, nítòótọ́ ni pé yóò yè.
ତଥାପି ତୁମ୍ଭେମାନେ କହୁଅଛ, କାହିଁକି ପୁତ୍ର ପିତାର ଅଧର୍ମର ଭାର ବହେ ନାହିଁ? ପୁତ୍ର ଯଦି ନ୍ୟାୟ ଓ ଧର୍ମାଚରଣ କରିଅଛି, ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିଅଛି, ତେବେ ସେ ନିଶ୍ଚୟ ବଞ୍ଚିବ।
20 Ọkàn tí ó bá ṣẹ̀ ní yóò kú. Ọmọ kò ní í ru ẹ̀bi baba rẹ̀, bẹ́ẹ̀ ni baba náà kò ní ru ẹ̀bi ọmọ rẹ̀. Ìwà rere ènìyàn rere yóò wà lórí rẹ̀, ìwà búburú ti ènìyàn búburú náà la ó kà sí i lọ́rùn.
ଯେଉଁ ପ୍ରାଣୀ ପାପ କରେ, ସେହି ମରିବ; ପୁତ୍ର ପିତାର ଅଧର୍ମର ଭାର ବହିବ ନାହିଁ କିଅବା ପିତା ପୁତ୍ରର ଅଧର୍ମର ଭାର ବହିବ ନାହିଁ; ଧାର୍ମିକର ଧାର୍ମିକତା ତାହାରି ଉପରେ ବର୍ତ୍ତିବ ଓ ଦୁଷ୍ଟର ଦୁଷ୍ଟତା ତାହାରି ଉପରେ ବର୍ତ୍ତିବ।
21 “Ṣùgbọ́n bí ènìyàn búburú bá yípadà kúrò nínú gbogbo ẹ̀ṣẹ̀ rẹ̀ tó ti dá, tó sì bẹ̀rẹ̀ sí í pa àṣẹ mi mọ́, tó sì ń ṣe ohun tó tọ́ àti ohun tó yẹ, nítòótọ́ ni yóò yè, kò sì ní kú.
ମାତ୍ର ଦୁଷ୍ଟ ଯଦି ଆପଣାର କୃତ ସକଳ ପାପରୁ ଫେରେ ଓ ଆମ୍ଭର ବିଧିସକଳ ପାଳନ କରେ, ପୁଣି, ନ୍ୟାୟ ଓ ଧର୍ମାଚରଣ କରେ, ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।
22 A kò sì ní rántí gbogbo ẹ̀ṣẹ̀ rẹ tó ti dá tẹ́lẹ̀ láti kà á sí lọ́rùn nítorí tí ìwà òdodo rẹ tó fihàn, yóò yè.
ତାହାର କୃତ କୌଣସି ଅପରାଧ ତାହା ବିରୁଦ୍ଧରେ ସ୍ମରଣ କରାଯିବ ନାହିଁ; ସେ ଯେଉଁ ଧର୍ମାଚରଣ କରିଅଛି, ତଦ୍ଦ୍ୱାରା ବଞ୍ଚିବ।
23 Ǹjẹ́ èmi ha ni inú dídùn si ikú ènìyàn búburú bí í? Ní Olúwa Olódùmarè wí pé, dípò èyí inú mi kò ha ni i dùn nígbà tó ba yípadà kúrò ni àwọn ọ̀nà búburú rẹ̀ kí ó sì yè?
ପ୍ରଭୁ, ସଦାପ୍ରଭୁ କହନ୍ତି, ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ?
24 “Ṣùgbọ́n bí ènìyàn rere bá yípadà kúrò ni ọ̀nà òdodo rẹ̀ tó sì ń dẹ́ṣẹ̀, tí ó sì tún ń ṣe àwọn ohun ìríra tí ènìyàn búburú ń ṣe, yóò wa yè bí? A kì yóò rántí ọ̀kankan nínú ìwà rere rẹ̀ mọ́, nítorí ó ti jẹ̀bi ìwà àrékérekè àti ẹ̀ṣẹ̀ tó dá, yóò sì kú.
ମାତ୍ର ଧାର୍ମିକ ଲୋକ ଯଦି ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ଦୁଷ୍ଟ ଲୋକର କୃତ ସକଳ ଘୃଣାଯୋଗ୍ୟ କ୍ରିୟାନୁଯାୟୀ ଆଚରଣ କରେ, ତେବେ ସେ କି ବଞ୍ଚିବ? ତାହାର କୃତ କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ; ସେ ଯେଉଁ ସତ୍ୟ-ଲଙ୍ଘନ କରିଅଛି, ସେହି ସତ୍ୟ-ଲଙ୍ଘନରେ ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପରେ ସେ ମରିବ।
25 “Bẹ́ẹ̀ ni, ẹ̀yin tún wí pé, ‘Ọ̀nà Olúwa kò gún.’ Gbọ́ nísinsin yìí, ìwọ ilé Israẹli. Ọ̀nà mi ni kò ha gún? Kì í wa ṣé pé ọ̀nà tiyín gan an ni kò gún?
ତଥାପି ତୁମ୍ଭେମାନେ କହୁଅଛ, ‘ପ୍ରଭୁଙ୍କର ପଥ ସରଳ ନୁହେଁ।’ ହେ ଇସ୍ରାଏଲ ବଂଶ, ଏବେ ଶୁଣ; ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ?
26 Bí olódodo ba yípadà kúrò nínú olódodo rẹ̀, tó sì dẹ́ṣẹ̀, yóò ku fún ẹ̀ṣẹ̀ rẹ̀, yóò kú nítorí ẹ̀ṣẹ̀ tó ti dá.
ଧାର୍ମିକ ଲୋକ ଯେତେବେଳେ ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ତହିଁରେ ମରେ, ସେତେବେଳେ ସେ ଯେଉଁ ଅଧର୍ମ କରିଅଛି, ତହିଁରେ ହିଁ ମରିବ।
27 Ṣùgbọ́n bi ènìyàn búburú bá yípadà kúrò nínú ìwà búburú tó ti ṣe, tó sì ṣe ohun tó tọ́ àti ohun tó yẹ, yóò gba ẹ̀mí rẹ̀ là.
ପୁନର୍ବାର ଦୁଷ୍ଟ ଲୋକ ଯେତେବେଳେ ଆପଣା କୃତ ଦୁଷ୍ଟତାରୁ ଫେରେ, ଆଉ ନ୍ୟାୟ ଓ ଧର୍ମାଚରଣ କରେ, ସେତେବେଳେ ସେ ଆପଣା ପ୍ରାଣ ଜୀବିତ ରକ୍ଷା କରିବ।
28 Nítorí pé ó ronú lórí gbogbo ẹ̀ṣẹ̀ tó ti dá, ó sì yípadà kúrò nínú wọn, nítòótọ́ ni yóò yè; kì yóò sí kú.
ସେ ବିବେଚନା କରେ ଓ ଆପଣା କୃତ ସମସ୍ତ ଅପରାଧରୁ ଫେରେ, ଏଥିପାଇଁ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।
29 Síbẹ̀, ilé Israẹli wí pé, ‘Ọ̀nà Olúwa kò gún.’ Ọ̀nà mi kò ha tọ́ bí ilé Israẹli? Kì í wa ṣe pè ọ̀nà tiyín gan an ni ko gún?
ତଥାପି ଇସ୍ରାଏଲ ବଂଶ କହନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ? ହେ ଇସ୍ରାଏଲ ବଂଶ, ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ?
30 “Nítorí náà, ilé Israẹli, èmi yóò da yín lẹ́jọ́, gẹ́gẹ́ bí ọ̀nà ẹnìkọ̀ọ̀kan yín bá ṣe rí ni Olúwa Olódùmarè wí. Ẹ yípadà! Kí ẹ si yí kúrò nínú gbogbo ẹ̀ṣẹ̀ yín, bẹ́ẹ̀ ni ìrékọjá kì yóò jẹ́ ọ̀nà ìṣubú yín.
ଏଥିପାଇଁ ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକକୁ ତାହାର ଆଚାର ବ୍ୟବହାରାନୁସାରେ ବିଚାର କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। ତୁମ୍ଭେମାନେ ଫେର, ଆପଣାମାନଙ୍କର ସମସ୍ତ ଅପରାଧରୁ ବିମୁଖ ହୁଅ; ତହିଁରେ ଅଧର୍ମ ତୁମ୍ଭମାନଙ୍କର ବିନାଶଜନକ ନୋହିବ।
31 Ẹ kọ̀ gbogbo ẹ̀ṣẹ̀ ti ẹ ti dá sílẹ̀, kí ẹ sì gba ọkàn àti ẹ̀mí tuntun. Nítorí kí ló fi máa kú, ilé Israẹli?
ତୁମ୍ଭେମାନେ ଆପଣାମାନଙ୍କର କୃତ ସମସ୍ତ ଅପରାଧ ଆପଣାମାନଙ୍କଠାରୁ ଦୂର କରିଦିଅ ଓ ଆପଣାମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ?
32 Nítorí pé inú mi kò dùn sí ikú ẹnikẹ́ni ni Olúwa Olódùmarè wí. Nítorí náà, ẹ yípadà kí ẹ sì yè!
ଯେହେତୁ ଯେ ମରେ, ତାହାର ମରଣରେ ଆମ୍ଭର କିଛି ସନ୍ତୋଷ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ଏଥିପାଇଁ ତୁମ୍ଭେମାନେ ଫେରି ବଞ୍ଚ।”