< Ezekiel 16 >

1 Ọ̀rọ̀ Olúwa tọ̀ mí wá wí pé:
ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,
2 “Ọmọ ènìyàn, mú kí Jerusalẹmu mọ gbogbo ìwà ìríra rẹ̀.
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମକୁ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ଜଣାଅ,
3 Sọ pé, ‘Báyìí ni Olúwa Olódùmarè wí sí Jerusalẹmu, ìran rẹ àti ilẹ̀ ìbí rẹ wà ní ilẹ̀ Kenaani; ará Amori ni baba rẹ̀, ìyá rẹ̀ sì jẹ́ ará Hiti.
ଆଉ କୁହ, ପ୍ରଭୁ, ସଦାପ୍ରଭୁ ଯିରୂଶାଲମକୁ ଏହି କଥା କହନ୍ତି: ତୁମ୍ଭର ଉତ୍ପତ୍ତି ଓ ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ; ପୁଣି ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲା।
4 Ní ọjọ́ tí a bí ọ, a kò gé okùn ìwọ́ rẹ, bẹ́ẹ̀ ni a kò sì fi omi wẹ̀ ọ́ láti mú kí o mọ́, a kò fi iyọ̀ pa ọ́ lára rárá, bẹ́ẹ̀ ni a kò fi aṣọ wé ọ.
ତୁମ୍ଭ ଜନ୍ମର ବିବରଣ ଏହି, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା, କିଅବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା; ତୁମ୍ଭେ ଲବଣରେ ମଖାଯାଇ ନ ଥିଲ, କିଅବା ପଟୀରେ ଗୁଡ଼ା ଯାଇ ନ ଥିଲ।
5 Kò sí ẹni tó ṣàánú tàbí kẹ́dùn rẹ dé bi à ti ṣe nǹkan kan nínú ìwọ̀nyí fún ọ, ṣùgbọ́n lọ́jọ́ ìbí rẹ, ìta la jù ọ́ sí torí wọ́n kórìíra rẹ.
ଏହିସବୁ ମଧ୍ୟରୁ କୌଣସି କାର୍ଯ୍ୟ କରିବା ପାଇଁ, ତୁମ୍ଭ ପ୍ରତି ଦୟା ବହିବା ପାଇଁ କେହି ତୁମ୍ଭ ଉପରେ ସ୍ନେହ ଦୃଷ୍ଟି ନ କଲା; ମାତ୍ର ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ଘୃଣାଯୋଗ୍ୟ ଅବସ୍ଥା ସକାଶୁ ଖୋଲା ପଡ଼ିଆରେ ଫୋପଡ଼ା ଯାଇଥିଲ।
6 “‘Nígbà tí mo sì kọjá tí mo rí ọ tó ń jàgùdù nínú ẹ̀jẹ̀ rẹ, mo sọ fún ọ pé, “Yè!” Nítòótọ́, nígbà tí ìwọ wà nínú ẹ̀jẹ̀ rẹ pé, “Yè.”
ଏଥିଉତ୍ତାରେ ଆମ୍ଭେ ଯେତେବେଳେ ତୁମ୍ଭ ନିକଟ ଦେଇ ଗଲୁ ଓ ତୁମ୍ଭକୁ ରକ୍ତରେ ଛଟପଟ ହେବାର ଦେଖିଲୁ, ସେତେବେଳେ ଆମ୍ଭେ ତୁମ୍ଭକୁ କହିଲୁ, ‘ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ହଁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ;’ ଏହି କଥା ଆମ୍ଭେ ତୁମ୍ଭକୁ କହିଲୁ।
7 Mo mú ọ dàgbà bí ohun ọ̀gbìn inú oko. O ga sókè, o sì dàgbà, o wá di arẹwà jùlọ, ọmú rẹ yọ, irun rẹ gùn, ìwọ tí o wà ní ìhòhò láìfi nǹkan kan bora.
ଆମ୍ଭେ କ୍ଷେତ୍ରରେ ଉଦ୍ଭିଦ ପରି ତୁମ୍ଭକୁ ବହୁସଂଖ୍ୟକ କରାଇଲୁ, ତହିଁରେ ତୁମ୍ଭେ ବୃଦ୍ଧି ପାଇ ଅତି ବଡ଼ ହୋଇ ଉଠିଲ ଓ ମହାଶୋଭାରୂପ ଅଳଙ୍କାର ସ୍ୱରୂପ ହେଲ; ତୁମ୍ଭର ସ୍ତନଯୁଗଳ ସୁଡୌଲ ଓ ତୁମ୍ଭର କେଶ ଦୀର୍ଘ ହେଲା; ତଥାପି ତୁମ୍ଭେ ବିବସନା ଓ ଉଲଙ୍ଗିନୀ ଥିଲ।
8 “‘Nígbà tí mo tún kọjá, tí mo rí ọ, mo rí i pé àsìkò àti nífẹ̀ẹ́ rẹ ti tó, mo fi ìṣẹ́tí aṣọ mi bo ìhòhò rẹ. Mo búra fún ọ, èmi sì bá ọ dá májẹ̀mú ìwọ sì di tèmi, ni Olúwa Olódùmarè wí.
ପୁଣି, ଆମ୍ଭେ ଯେତେବେଳେ ତୁମ୍ଭର ନିକଟ ଦେଇ ଗମନ କଲୁ ଓ ତୁମ୍ଭ ପ୍ରତି ଅନାଇଲୁ, ସେତେବେଳେ ଦେଖ, ତୁମ୍ଭର ସେ ସମୟ ତ ପ୍ରେମର ସମୟ; ତହୁଁ ଆମ୍ଭେ ତୁମ୍ଭ ଉପରେ ଆପଣା ବସ୍ତ୍ରାଞ୍ଚଳ ପ୍ରସାରିଲୁ ଓ ତୁମ୍ଭର ଉଲଙ୍ଗତା ଆଚ୍ଛାଦନ କଲୁ; ହଁ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲୁ, ତହିଁରେ ତୁମ୍ଭେ ଆମ୍ଭର ହେଲ।
9 “‘Nígbà náà ni mo fi omi wẹ ẹ̀jẹ̀ kúrò ní ara rẹ, mo fi ìpara pa ọ́ lára.
ତହୁଁ ଆମ୍ଭେ ତୁମ୍ଭକୁ ଜଳରେ ସ୍ନାନ କରାଇଲୁ, ହଁ, ଆମ୍ଭେ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ତୁମ୍ଭର ରକ୍ତ ଧୋଇ ଦେଲୁ ଓ ଆମ୍ଭେ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲୁ।
10 Mo fi aṣọ oníṣẹ́-ọnà sí ọ lára láti wọ̀ ọ́, mo wọ bàtà aláwọ fún ọ. Mo fi aṣọ funfun gbòò àti aṣọ olówó iyebíye ṣe ọ́ lọ́ṣọ̀ọ́.
ଆହୁରି, ଆମ୍ଭେ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲୁ, ଶିଶୁକ ଚର୍ମର ପାଦୁକା ପିନ୍ଧାଇଲୁ ଓ ଆମ୍ଭେ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲୁ, ପୁଣି, ପଟ୍ଟବସ୍ତ୍ରରେ ବିଭୂଷିତା କଲୁ।
11 Mo fi ohun ọ̀ṣọ́ ṣe ọ́ lọ́ṣọ̀ọ́, mo fi ẹ̀gbà ọwọ́ sí ọ ní ọwọ́, mo fi ìlẹ̀kẹ̀ ọrùn sí ọ ní ọrùn,
ଆହୁରି, ଆମ୍ଭେ ଅଳଙ୍କାରରେ ତୁମ୍ଭକୁ ଭୂଷିତା କଲୁ, ତୁମ୍ଭ ହସ୍ତରେ କଙ୍କଣ ଓ ଗଳଦେଶରେ ହାର ଦେଲୁ।
12 mo sì tún fi òrùka sí ọ ní imú, mo fi yẹtí sí ọ ní etí, mo sì fi adé tó rẹwà dé ọ ní orí.
ପୁଣି, ଆମ୍ଭେ ତୁମ୍ଭ ନାସିକାରେ ନଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲୁ।
13 Báyìí ni mo ṣe ọ́ lọ́ṣọ̀ọ́ pẹ̀lú wúrà àti fàdákà; tí aṣọ rẹ jẹ́ funfun gbòò, aṣọ olówó iyebíye àti aṣọ tí a ṣiṣẹ́ ọnà sí. Ìyẹ̀fun kíkúnná, oyin àti òróró ni oúnjẹ rẹ. Ó di arẹwà títí ó fi dé ipò ayaba.
ଏରୂପେ ତୁମ୍ଭେ ସୁନା, ରୂପାରେ ବିଭୂଷିତା ହେଲ, ତୁମ୍ଭର ବସ୍ତ୍ର ଶୁଭ୍ର କ୍ଷୌମସୂତ୍ର, ପଟ୍ଟ ଦ୍ୱାରା ନିର୍ମିତ ଓ ଶିଳ୍ପକର୍ମରେ ବିଚିତ୍ର ହେଲା; ତୁମ୍ଭେ ସରୁ ମଇଦା ଓ ମଧୁ ଓ ତୈଳ ଭୋଜନ କଲ। ପୁଣି, ତୁମ୍ଭେ ପରମାସୁନ୍ଦରୀ ହୋଇ ଅବଶେଷରେ ରାଣୀପଦ ପ୍ରାପ୍ତ ହେଲ।
14 Òkìkí rẹ sì kàn káàkiri orílẹ̀-èdè nítorí ẹwà rẹ, nítorí dídán tí mo fi ṣe ẹwà rẹ ní àṣepé, ni Olúwa Olódùmarè wí.
ଆଉ, ତୁମ୍ଭ ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଲା; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଐଶ୍ୱର୍ଯ୍ୟ ଦ୍ୱାରା ତୁମ୍ଭକୁ ଯେଉଁ ସୌନ୍ଦର୍ଯ୍ୟ ଦେଇଥିଲୁ, ତାହା ସିଦ୍ଧ ଥିଲା।
15 “‘Ṣùgbọ́n, ìwọ gbẹ́kẹ̀lé ẹwà rẹ, ìwọ sì di alágbèrè nítorí òkìkí rẹ. Ìwọ sì fọ́n ojúrere rẹ káàkiri sí orí ẹni yówù tó ń kọjá lọ, ẹwà rẹ sì di tìrẹ.
ମାତ୍ର ତୁମ୍ଭେ ଆପଣା ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜ ସୁଖ୍ୟାତି ସକାଶୁ ବ୍ୟଭିଚାରିଣୀ ହେଲ, ପୁଣି, ଯେକେହି ତୁମ୍ଭ ନିକଟ ଦେଇ ଗଲା; ତାହା ଉପରେ ତୁମ୍ଭର ବ୍ୟଭିଚାରରୂପ ଜଳ ଢାଳିଲ; ତାହା ତାହାର ଭୋଗ ହେଲା।
16 Ìwọ mú lára àwọn aṣọ rẹ, láti rán aṣọ aláràbarà fún ibi gíga òrìṣà tí ìwọ ti ń ṣe àgbèrè. Èyí kò yẹ kí ó rí bẹ́ẹ̀, tàbí kó tilẹ̀ ṣẹlẹ̀ rárá.
ପୁଣି, ତୁମ୍ଭେ ଆପଣା ବସ୍ତ୍ରର କିଛି କିଛି ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଚାର କ୍ରିୟା କଲ; ଏପରି କାର୍ଯ୍ୟ ହେବ ନାହିଁ, କିଅବା ହେବାର ହିଁ ଉଚିତ ନୁହେଁ।
17 Ìwọ tún mú àwọn ohun ọ̀ṣọ́ dáradára tí mo fi wúrà àti fàdákà ṣe fún ọ láti fi yá ère ọkùnrin tí ó ń bá ọ ṣe àgbèrè papọ̀.
ଆହୁରି, ଆମ୍ଭର ସୁନା ଓ ଆମ୍ଭର ରୂପାରେ ନିର୍ମିତ ଯେସକଳ ସୁନ୍ଦର ଆଭରଣ ଆମ୍ଭେ ତୁମ୍ଭକୁ ଦେଇଥିଲୁ, ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଚାର କଲ;
18 Ìwọ sì wọ aṣọ iṣẹ́ ọnà abẹ́rẹ́ rẹ fún wọn, o sì tún gbé òróró àti tùràrí mi sílẹ̀ níwájú wọn.
ପୁଣି, ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।
19 Ìwọ tún gbé oúnjẹ tí mo fún ọ—ìyẹ̀fun dáradára, òróró àti oyin—fún wọn gẹ́gẹ́ bí ẹbọ sísun olóòórùn dídùn; ohun tó ṣẹlẹ̀ nìyìí, ni Olúwa Olódùmarè wí.
ମଧ୍ୟ ସରୁ ମଇଦା, ତୈଳ ଓ ମଧୁ, ଆଦି ଆମ୍ଭର ଯେଉଁ ଖାଦ୍ୟ ଦ୍ୱାରା ଆମ୍ଭେ ତୁମ୍ଭକୁ ପ୍ରତିପାଳନ କଲୁ, ତାହା ତୁମ୍ଭେ ସୌରଭାର୍ଥେ ସେମାନଙ୍କ ସମ୍ମୁଖରେ ରଖିଲ, ଆଉ ଏପ୍ରକାର ହୋଇଥିଲା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
20 “‘Àwọn ọmọkùnrin àti àwọn ọmọbìnrin tí o bí fún mi lo ti fi rú ẹbọ bí oúnjẹ fún àwọn òrìṣà. Ṣé ìwà àgbèrè rẹ kò ha tó bí?
ଆହୁରି, ଆମ୍ଭ ନିମନ୍ତେ ତୁମ୍ଭେ ଯେଉଁମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ଆପଣାର ସେହି ପୁତ୍ର ଓ କନ୍ୟାଗଣକୁ ନେଇ ଗ୍ରାସିତ ହେବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ।
21 Tí ìwọ ti pa àwọn ọmọ mí, ìwọ sì fà wọ́n fún ère gẹ́gẹ́ bí ẹbọ sísun.
ତୁମ୍ଭେ ଯେ ଆମ୍ଭର ସନ୍ତାନଗଣକୁ ବଧ କରିଅଛ ଓ ଅଗ୍ନିରେ ଗମନ କରାଇ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ, ତୁମ୍ଭର ଏହି ବ୍ୟଭିଚାର କି କ୍ଷୁଦ୍ର ବିଷୟ?
22 Nínú gbogbo iṣẹ́ ìríra àti ìwà àgbèrè rẹ, ìwọ kò rántí ìgbà èwe rẹ, nígbà tí ìwọ wà ní ìhòhò, tó ń jàgùdù nínú ẹ̀jẹ̀.’
ପୁଣି, ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ ଓ ବ୍ୟଭିଚାର କ୍ରିୟା କରିବା ବେଳେ ଆପଣା ଯୌବନାବସ୍ଥାର ସମୟ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେ ବିବସନା, ଉଲଙ୍ଗିନୀ ଥିଲ ଓ ନିଜ ରକ୍ତରେ ଛଟପଟ ହେଉଥିଲ, ସେହି ସମୟକୁ ସ୍ମରଣ କରି ନାହଁ।
23 “Báyìí ni Olúwa Olódùmarè wí, ‘Ègbé! Ègbé ni fún ọ. Lẹ́yìn gbogbo ìwà búburú rẹ,
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭକୁ ଧିକ୍‍ ଧିକ୍‍! ତୁମ୍ଭର ଏହିସବୁ ଦୁଷ୍ଟାଚରଣ ଉତ୍ତାରେ,
24 ìwọ kọ́lé amọ̀ fún ara rẹ, ìwọ sì kọ́ ojúbọ gíga sí gbogbo òpin ojú pópó.
ତୁମ୍ଭେ ପ୍ରତିମା ପୂଜା କରିବାକୁ ଆପଣା ନିମନ୍ତେ ମନ୍ଦିର ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛ।
25 Ní gbogbo ìkóríta ni ìwọ lọ kọ ojúbọ gíga sí, tí ìwọ sọ ẹwà rẹ di ìkórìíra, ìwọ sọ àgbèrè rẹ di púpọ̀ nípa fífi ara rẹ sílẹ̀ fún gbogbo ẹni tó ń kọjá lọ.
ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଉଚ୍ଚସ୍ଥଳୀ ପ୍ରସ୍ତୁତ କରିଅଛ ଓ ଆପଣାର ସୌନ୍ଦର୍ଯ୍ୟକୁ ଘୃଣାଯୋଗ୍ୟ କରିଅଛ ଓ ପ୍ରତ୍ୟେକ ପଥିକ ପାଇଁ ଆପଣାର ପାଦଦ୍ୱୟ ଅନାବୃତ କରିଅଛ, ଆଉ ଆପଣାର ବ୍ୟଭିଚାର କ୍ରିୟା ବଢ଼ାଇଅଛ।
26 Ìwọ ti ṣe àgbèrè pẹ̀lú ará Ejibiti tí í ṣe aládùúgbò rẹ láti mú mi bínú ìwọ sì ti sọ àgbèrè rẹ di púpọ̀.
ଆହୁରି, ତୁମ୍ଭେ ଆପଣାର କାମୁକତା ପ୍ରତିବାସୀ, ମିସରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ ଓ ଆମ୍ଭକୁ ବିରକ୍ତ କରିବା ପାଇଁ ଆପଣା ବ୍ୟଭିଚାର କ୍ରିୟା ବଢ଼ାଇଅଛ।
27 Nítorí náà ni mo fi na ọwọ́ mi lé ọ lórí, mo sì ti bu oúnjẹ rẹ̀ kù; èmi yóò sì mú ìfẹ́ àwọn to kórìíra rẹ ṣẹ́ lé ọ lórí, àwọn ọmọbìnrin Filistini ti ìwàkiwà rẹ tì lójú.
ଏହେତୁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭର ଦୈନିକ ଖାଦ୍ୟ ଊଣା କରିଅଛୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭ ଭ୍ରଷ୍ଟାଚରଣରେ ଲଜ୍ଜିତ ଅଟନ୍ତି, ସେହି ପଲେଷ୍ଟୀୟ କନ୍ୟାମାନଙ୍କ ଇଚ୍ଛାରେ ତୁମ୍ଭକୁ ସମର୍ପଣ କଲୁ।
28 Nítorí àìnítẹ́lọ́rùn rẹ, ìwọ ti ṣe àgbèrè pẹ̀lú ara Asiria; ìwọ ti bá wọn ṣe àgbèrè, síbẹ̀síbẹ̀, kò sì lè tẹ́ ọ lọ́rùn.
ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ; ହଁ, ତୁମ୍ଭେ ସେମାନଙ୍କ ସଙ୍ଗେ ବ୍ୟଭିଚାର କଲେ ହେଁ ତୃପ୍ତା ହୋଇ ନାହଁ।
29 Ìwọ si ti sọ àgbèrè rẹ di púpọ̀ láti ilẹ̀ Kenaani dé ilẹ̀ Kaldea; síbẹ̀ èyí kò sì tẹ́ ọ lọ́rùn níhìn-ín yìí.’
ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍‍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ।
30 “Olúwa Olódùmarè wí pé, ‘Báwo ni ọkàn rẹ ṣe jẹ aláìlera tó tí o ń ṣe gbogbo nǹkan wọ̀nyí, bí iṣẹ́ àwọn agídí alágbèrè!
ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭର ହୃଦୟ କିପରି ଦୁର୍ବଳ, ଏଥିପାଇଁ ତୁମ୍ଭେ ସ୍ଵେଚ୍ଛାଚାରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।
31 Ni ti pé ìwọ kọ́ ilé gíga rẹ ni gbogbo ìkóríta, tí ìwọ sì ṣe gbogbo ibi gíga rẹ ni gbogbo ìta, ìwọ kò sì wa dàbí panṣágà obìnrin, ní ti pé ìwọ gan ọ̀yà.
ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଆପଣା ଉଚ୍ଚସ୍ଥାନ ନିର୍ମାଣ କରୁଅଛ ଓ ପ୍ରତ୍ୟେକ ଛକରେ ମଞ୍ଚ ପ୍ରସ୍ତୁତ କରୁଅଛ; ପୁଣି, ତୁମ୍ଭେ ବେଶ୍ୟା ପରି ନ ହୋଇ ଭଡ଼ା ତୁଚ୍ଛ କରିଅଛ।
32 “‘Ìwọ alágbèrè aya! Ìwọ fẹ́ràn ọkùnrin àjèjì ju ọkọ rẹ lọ!
ତୁମ୍ଭେ ତ ବ୍ୟଭିଚାରିଣୀ ଭାର୍ଯ୍ୟା! ତୁମ୍ଭେ ତ ଆପଣା ସ୍ୱାମୀ ବଦଳରେ ଅଜଣା ଲୋକଙ୍କୁ ଗ୍ରହଣ କରୁଅଛ।
33 Àwọn ọkùnrin máa ń sanwó fún àwọn panṣágà ni ṣùgbọ́n ìwọ lo tún ń sanwó fun wọn, tí ó tún ń fún àwọn olólùfẹ́ rẹ lẹ́bùn àti owó ẹ̀yìn kí wọn bá à le máa wá ọ wá láti gbogbo agbègbè fún àgbèrè ṣíṣe.
ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି; ମାତ୍ର ତୁମ୍ଭେ ଆପଣା ପ୍ରେମିକ ସମସ୍ତଙ୍କୁ ଭଡ଼ା ଦେଉଅଛ, ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଉଅଛ।
34 Nínú àgbèrè rẹ ìwọ yàtọ̀ sí àwọn alágbèrè obìnrin yòókù; nínú àgbèrè rẹ tí ẹnìkan kò tẹ̀lé ọ láti ṣe àgbèrè; àti ní ti pé ìwọ ń tọrẹ tí a kò sì tọrẹ fún ọ, nítorí náà ìwọ yàtọ̀.
ପୁଣି, ଅନ୍ୟ ସ୍ତ୍ରୀମାନଙ୍କ ଅପେକ୍ଷା ତୁମ୍ଭ ବେଶ୍ୟାବୃତ୍ତିର ପ୍ରଭେଦ ଏହି ଯେ, ତୁମ୍ଭ ସଙ୍ଗେ ବ୍ୟଭିଚାର କରିବା ପାଇଁ କେହି ତୁମ୍ଭର ପଶ୍ଚାଦ୍‍ଗାମୀ ହୁଏ ନାହିଁ; ଆଉ, ତୁମ୍ଭେ ଭଡ଼ା ଦେଲେ ହେଁ ତୁମ୍ଭକୁ କିଛି ଭଡ଼ା ଦିଆଯାଏ ନାହିଁ, ଏଥିପାଇଁ ତୁମ୍ଭର କ୍ରିୟା ବିପରୀତ ଅଟେ।
35 “‘Nítorí náà, ìwọ alágbèrè, gbọ́ ọ̀rọ̀ Olúwa!
ଏହେତୁ ହେ ବେଶ୍ୟା, ସଦାପ୍ରଭୁଙ୍କର ବାକ୍ୟ ଶୁଣ;
36 Báyìí ni Olúwa Olódùmarè wí, “Nítorí pé ìwọ tú ìfẹ́kúfẹ̀ẹ́ rẹ jáde, ìwọ sì fi ìhòhò rẹ hàn, nípa ṣíṣe àgbèrè pẹ̀lú àwọn olólùfẹ́ rẹ, àti nítorí gbogbo òrìṣà ìríra tí o fi ẹ̀jẹ̀ àwọn ọmọ rẹ ṣe ìrúbọ fún,
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର ଅଶୁଚିତା ଢଳା ଯାଇଅଛି ଓ ତୁମ୍ଭର ପ୍ରେମିକଗଣର ସଙ୍ଗେ ତୁମ୍ଭର ବ୍ୟଭିଚାର ହେତୁ ତୁମ୍ଭର ଉଲଙ୍ଗତା ଅନାବୃତ ହୋଇଅଛି, ଏଥିପାଇଁ, ପୁଣି, ତୁମ୍ଭର ଘୃଣାଯୋଗ୍ୟ ସକଳ ଦେବତାର ନିମନ୍ତେ ଓ ତୁମ୍ଭେ ସେମାନଙ୍କୁ ଆପଣା ସନ୍ତାନଗଣର ଯେଉଁ ରକ୍ତ ଦେଇଅଛ; ତହିଁ ସକାଶୁ;
37 nítorí náà, Èmi yóò ṣa gbogbo àwọn olólùfẹ́ rẹ jọ, àwọn ẹni ti ìwọ ti bá jayé àti gbogbo àwọn tí ìwọ ti fẹ́ àti àwọn tí ìwọ kórìíra. Èmi yóò sa gbogbo wọn káàkiri jọ, láti mú wọn lòdì sí ọ, èmi yóò sí aṣọ rẹ, níwájú wọn, wọn yóò sì rí ìhòhò rẹ.
ଦେଖ, ତୁମ୍ଭେ ଯେଉଁମାନଙ୍କଠାରେ ସନ୍ତୋଷ ପାଇଅଛ, ତୁମ୍ଭର ସେହି ପ୍ରେମିକ ସମସ୍ତଙ୍କୁ, ଆଉ ଯେଉଁମାନଙ୍କୁ ତୁମ୍ଭେ ପ୍ରେମ କରିଅଛ ଓ ଯେଉଁମାନଙ୍କୁ ତୁମ୍ଭେ ଘୃଣା କରିଅଛ, ସେହି ସମସ୍ତଙ୍କୁ ଆମ୍ଭେ ଏକତ୍ର କରିବା; ଆମ୍ଭେ ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରୁ ସେମାନଙ୍କୁ ଏକତ୍ର କରି ସେମାନଙ୍କ ଆଗରେ ତୁମ୍ଭର ଉଲଙ୍ଗତା ଅନାବୃତ କରିବା, ତହିଁରେ ସେମାନେ ତୁମ୍ଭର ସମସ୍ତ ଉଲଙ୍ଗତା ଦେଖିବେ।
38 Èmi yóò sì dá ọ lẹ́jọ́, gẹ́gẹ́ bí a ti dá obìnrin tó ba ìgbéyàwó jẹ́, tí wọn sì ta ẹ̀jẹ̀ sílẹ̀; Èmi yóò sì mú ẹ̀jẹ̀ ìbínú àti owú mi wá sórí rẹ.
ବିବାହ ନିୟମ ଲଙ୍ଘନକାରିଣୀ ଓ ରକ୍ତପାତକାରିଣୀ ସ୍ତ୍ରୀମାନେ ଯେରୂପ ବିଚାରିତା ହୁଅନ୍ତି, ସେରୂପ ଆମ୍ଭେ ତୁମ୍ଭର ବିଚାର କରିବା ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବା।
39 Nígbà náà ni èmi yóò fà ọ lé àwọn olólùfẹ́ rẹ lọ́wọ́, wọn yóò sì wó gbogbo òkìtì rẹ pẹ̀lú àwọn ojúbọ rẹ palẹ̀. Wọn yóò tú aṣọ kúrò lára rẹ̀, gbogbo ọ̀ṣọ́ rẹ ni wọn yóò gbà, wọn yóò sì fi ọ sílẹ̀ ní ìhòhò àti ní àìwọṣọ.
ଆମ୍ଭେ, ମଧ୍ୟ ତୁମ୍ଭକୁ ସେମାନଙ୍କ ହସ୍ତରେ ସମର୍ପଣ କରିବା, ତହିଁରେ ସେମାନେ ତୁମ୍ଭର ମନ୍ଦିର ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀସବୁ ଉତ୍ପାଟନ କରିବେ; ପୁଣି, ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାରସବୁ ହରଣ କରି ନେବେ; ଆଉ, ସେମାନେ ତୁମ୍ଭକୁ ବିବସନା ଓ ଉଲଙ୍ଗିନୀ କରି ଛାଡ଼ି ଦେବେ।
40 Wọn yóò pe àjọ ènìyàn jọ lé ọ lórí, àwọn tí yóò sọ ọ́ ní òkúta, tiwọn yóò sì fi idà wọn gé ọ sí wẹ́wẹ́.
ଆହୁରି, ସେମାନେ ତୁମ୍ଭ ବିରୁଦ୍ଧରେ ଏକ ସମାଜ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ଆପଣା ଆପଣା ଖଡ୍ଗରେ ତୁମ୍ଭକୁ ବିନ୍ଧିବେ।
41 Wọn yóò jo gbogbo ilé rẹ palẹ̀ wọn yóò sì fi ìyà jẹ ọ́ ní ojú àwọn obìnrin. Èmi yóò fi òpin sí àgbèrè ṣíṣe rẹ. Ìwọ kò sì ní san owó fún àwọn olólùfẹ́ rẹ mọ́.
ପୁଣି, ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ ଓ ଅନେକ ସ୍ତ୍ରୀଲୋକଙ୍କ ସାକ୍ଷାତରେ ତୁମ୍ଭ ଉପରେ ଦଣ୍ଡାଜ୍ଞା ସଫଳ କରିବେ; ପୁଣି, ଆମ୍ଭେ ତୁମ୍ଭକୁ ବ୍ୟଭିଚାର କ୍ରିୟାରୁ ନିବୃତ୍ତ କରାଇବା, ତୁମ୍ଭେ ମଧ୍ୟ ଆଉ ଭଡ଼ା ଦେବ ନାହିଁ।
42 Nígbà náà ni ìbínú mi sí o yóò rọ̀, owú ìbínú mi yóò sì kúrò lọ́dọ̀ rẹ; inú mi yóò rọ̀, èmi kò sì ní bínú mọ́.”
ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ, ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ ଓ ଆମ୍ଭେ କ୍ଷାନ୍ତ ହୋଇ ଆଉ କ୍ରୋଧ କରିବା ନାହିଁ।
43 “‘Nítorí pé ìwọ kò rántí ọjọ́ èwe rẹ ṣùgbọ́n ìwọ ń rí mi fín pẹ̀lú gbogbo nǹkan wọ̀nyí, ó dájú pé, Èmi yóò mú gbogbo ohun tí ìwọ ti ṣe wa sí orí rẹ, ni Olúwa Olódùmarè wí, ìwọ kì yóò sì ṣe ìfẹ́kúfẹ̀ẹ́ yìí ni orí gbogbo ohun ìríra rẹ mọ́?
ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ, ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ।
44 “‘Gbogbo àwọn to ń pòwe, ni yóò máa pòwe yìí mọ́ ọ pé: “Bí ìyá ṣe rí, bẹ́ẹ̀ ni ọmọ rẹ̀ obìnrin.”
ଦେଖ, ଯେକେହି ପ୍ରବାଦ ବ୍ୟବହାର କରେ, ସେ ତୁମ୍ଭ ବିରୁଦ୍ଧରେ ଏହି ପ୍ରବାଦ ବ୍ୟବହାର କରିବ ଯଥା; ‘ମାତା ଯେସନ, କନ୍ୟା ତେସନ।’
45 Ìwọ ni ọmọ ìyá rẹ ti ó kọ ọkọ rẹ̀, àti àwọn ọmọ rẹ̀; ìwọ ni arábìnrin àwọn arábìnrin rẹ tí ó kọ àwọn ọkọ wọn àti àwọn ọmọ wọn: ara Hiti ni ìyá rẹ, ara Amori sì ni baba rẹ.
ତୁମ୍ଭେ ଆପଣା ମାତାର କନ୍ୟା, ସେ ଆପଣା ସ୍ୱାମୀକୁ ଓ ସନ୍ତାନମାନଙ୍କୁ ଘୃଣା କରେ; ତୁମ୍ଭେ ନିଜ ଭଗିନୀଗଣର ଭଗିନୀ, ସେମାନେ ଆପଣା ଆପଣା ସ୍ୱାମୀକୁ ଓ ସନ୍ତାନଗଣକୁ ଘୃଣା କଲେ; ତୁମ୍ଭମାନଙ୍କର ମାତା ଜଣେ ହିତ୍ତୀୟା ଓ ତୁମ୍ଭମାନଙ୍କର ପିତା ଜଣେ ଇମୋରୀୟ ଥିଲା।
46 Ẹ̀gbọ́n rẹ obìnrin ni Samaria, òun àti àwọn ọmọbìnrin rẹ̀ n gbé ni apá àríwá rẹ, àti àbúrò rẹ obìnrin ní ń gbé ọwọ́ òsì rẹ̀, àti àbúrò rẹ obìnrin ti ń gbé ọwọ́ ọ̀tún rẹ ni Sodomu àti àwọn ọmọ rẹ obìnrin.
ପୁଣି, ଶମରୀୟା ତୁମ୍ଭର ବଡ଼ ଭଗିନୀ, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ଉତ୍ତର ଦିଗରେ ବାସ କରେ; ଆଉ, ସଦୋମ ତୁମ୍ଭର ସାନ ଭଗିନୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି।
47 Kì í sẹ pé ìwọ rìn ni ọ̀nà wọn nìkan, tàbí ṣe àfiwé ìwà ìríra wọn ṣùgbọ́n ní àárín àkókò kúkúrú díẹ̀, ìwọ bàjẹ́ jù wọ́n lọ
ତଥାପି ତୁମ୍ଭେ ସେମାନଙ୍କ ପଥରେ ଗମନ କରି ନାହଁ, କିଅବା ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ କର୍ମ କରି ନାହଁ; ମାତ୍ର ତାହା ଅତି କ୍ଷୁଦ୍ର ଥିଲା ପରି ମନେ କରି, ତୁମ୍ଭେ ଆପଣାର ସମସ୍ତ ଆଚାରବ୍ୟବହାରରେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟା ହୋଇଅଛ।
48 Olúwa Olódùmarè wí pé, “Bí mo ṣe wà láààyè, Sodomu tí í ṣe ẹ̀gbọ́n rẹ obìnrin àti àwọn ọmọbìnrin rẹ̀ kò ṣe to ohun tí ìwọ àti ọmọbìnrin rẹ ṣe.”
ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ କହୁଅଛୁ, ତୁମ୍ଭର ଭଗିନୀ ସଦୋମ, ତାହାର କନ୍ୟାଗଣ ତୁମ୍ଭ ପରି ଓ ତୁମ୍ଭ କନ୍ୟାଗଣ ପରି କର୍ମ କରି ନାହାନ୍ତି।
49 “‘Wò ó, ẹ̀ṣẹ̀ tí Sodomu ẹ̀gbọ́n rẹ̀ obìnrin ṣẹ̀ nìyìí. Òun àti àwọn ọmọbìnrin rẹ gbéraga, wọ́n jẹ́ alájẹjù àti aláìbìkítà; wọn kò ran tálákà àti aláìní lọ́wọ́.
ଦେଖ, ତୁମ୍ଭ ଭଗିନୀ ସଦୋମର ଏହି ଅଧର୍ମ ଥିଲା; ତାହାର ଓ ତାହାର କନ୍ୟାଗଣର ଅହଙ୍କାର, ଭକ୍ଷ୍ୟର ପୂର୍ଣ୍ଣତା ଓ ସମୃଦ୍ଧି ଜନିତ ଶାନ୍ତି ଥିଲା, ସେ ଦରିଦ୍ର ଓ ଦୀନହୀନଙ୍କର ହସ୍ତ ସବଳ କଲା ନାହିଁ।
50 Nítorí náà, mo mu wọn kúrò níwájú mi lójú mi gẹ́gẹ́ bi ìwọ ti rò ó, nítorí ìgbéraga àti àwọn ohun ìríra tí wọ́n ṣe.
ପୁଣି, ସେମାନେ ଅହଙ୍କାରିଣୀ ଥିଲେ ଓ ଆମ୍ଭ ସମ୍ମୁଖରେ ଘୃଣାଯୋଗ୍ୟ କ୍ରିୟା କଲେ; ଏହେତୁ ଆମ୍ଭକୁ ଯେପରି ଭଲ ଦିଶିଲା, ସେହିପରି ଆମ୍ଭେ ସେମାନଙ୍କୁ ଦୂର କଲୁ।
51 Samaria kò ṣe ìdajì ẹ̀ṣẹ̀ rẹ. Ìwọ ṣe àwọn ohun ìríra ju tirẹ̀ lọ, ìwọ sì jẹ kí àwọn arábìnrin rẹ dàbí olódodo pẹ̀lú gbogbo ìwọ̀nyí tí ìwọ ti ṣe.
ପୁଣି, ଶମରୀୟା ତୁମ୍ଭ ପାପର ଅର୍ଦ୍ଧେକ ପାପ କରି ନାହିଁ; ମାତ୍ର ତୁମ୍ଭେ ସେମାନଙ୍କ ଅପେକ୍ଷା ଆପଣା ଘୃଣାଯୋଗ୍ୟ କ୍ରିୟା ଅଧିକ ବଢ଼ାଇଅଛ ଓ ଆପଣାର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ ପରି କରିଅଛ।
52 Gba ìtìjú rẹ, nítorí ìwọ ti jẹ́ kí arábìnrin rẹ gba ìdáláre. Nítorí ẹ̀ṣẹ̀ rẹ ti burú ju tí wọn lọ, wọn dàbí olódodo ju ìwọ lọ. Nítorí náà rú ìtìjú rẹ, kí o sì gba ẹ̀gàn rẹ pẹ̀lú nítorí ìwọ ti jẹ́ kí àwọn arábìnrin rẹ dàbí olódodo.
ତୁମ୍ଭେ ଆପଣା ଭଗିନୀଗଣର ପକ୍ଷରେ ବିଚାର ନିଷ୍ପତ୍ତି କରିବାରୁ ଆପଣା ଅପମାନ ଆପେ ଭୋଗ କର; ସେମାନଙ୍କ ଅପେକ୍ଷା ତୁମ୍ଭର କୃତ ଅଧିକ ଘୃଣାଯୋଗ୍ୟ ପାପସମୂହ ଦ୍ୱାରା ସେମାନେ ତୁମ୍ଭ ଅପେକ୍ଷା ଧାର୍ମିକ ହୋଇଅଛନ୍ତି; ହଁ, ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ କରିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଲଜ୍ଜିତ ହୁଅ ଓ ଆପଣା ଅପମାନ ଭୋଗ କର।
53 “‘Bi o tilẹ̀ jẹ pe èmi yóò mú ìgbèkùn wọn padà, ìgbèkùn Sodomu àti àwọn ọmọ rẹ̀ obìnrin, pẹ̀lú Samaria àti àwọn ọmọ rẹ̀ obìnrin, nígbà náà ni èmi yóò tún mú ìgbèkùn àwọn òǹdè rẹ wá láàrín wọn,
ପୁଣି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା, ଅର୍ଥାତ୍‍, ସଦୋମ ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ଶମରୀୟା ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ତୁମ୍ଭର ବନ୍ଦୀଗଣର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା;
54 kí ó bá à le rú ìtìjú rẹ, àti ẹ̀gàn gbogbo ohun tí ìwọ ṣe láti tù wọ́n nínú.
ତହିଁରେ ତୁମ୍ଭେ ଆପଣା ଅପମାନ ଭୋଗ କରିବ ଓ ସେମାନଙ୍କ ପ୍ରତି ସାନ୍ତ୍ୱନା ସ୍ୱରୂପ ହୋଇ ଯାହା ଯାହା କରିଅଛ, ସେହି ସବୁ ସକାଶୁ ଲଜ୍ଜିତ ହେବ।
55 Nígbà tí àwọn arábìnrin rẹ, Sodomu àti àwọn ọmọbìnrin rẹ; Samaria àti àwọn ọmọbìnrin rẹ ba padà si ipò tí wọn wà tẹ́lẹ̀, ìgbà náà ni ìwọ náà yóò padà sí ipò àtijọ́ rẹ.
ପୁଣି, ତୁମ୍ଭର ଭଗିନୀଗଣ, ଅର୍ଥାତ୍‍, ସଦୋମ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଶମରୀୟା ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଆଉ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ତୁମ୍ଭମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବ।
56 Ìwọ ko tilẹ̀ ní dárúkọ arábìnrin rẹ Sodomu ni ọjọ́ ìgbéraga rẹ,
କାରଣ ତୁମ୍ଭର ଆତ୍ମପ୍ରଶଂସାର ସମୟରେ ତୁମ୍ଭେ ଆପଣା ଭଗିନୀ ସଦୋମର ନାମ ମୁଖରେ ଆଣି ନ ଥିଲ।
57 kó tó di pé àṣírí ìwà búburú rẹ tú síta, báyìí ìwọ di ẹni ẹ̀gàn lọ́dọ̀ àwọn ọmọbìnrin Edomu, Siria àti gbogbo agbègbè rẹ, àti lọ́dọ̀ àwọn ọmọbìnrin Filistini àti lọ́dọ̀ àwọn tó yí ọ ká, tiwọn si ń kẹ́gàn rẹ.
ସେହି ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇ ନ ଥିଲା, ପାଇଲା ଉତ୍ତାରେ ତୁମ୍ଭର ତୁଚ୍ଛକାରିଣୀ ଅରାମର କନ୍ୟାଗଣ ଓ ତାହାର ଚତୁର୍ଦ୍ଦିଗ ନିବାସିନୀ ସମସ୍ତେ, ପଲେଷ୍ଟୀୟମାନଙ୍କର କନ୍ୟାଗଣ ଚାରି ଦିଗରେ ତୁମ୍ଭର ଅପମାନ କଲେ।
58 Èmi yóò gba ẹ̀san ìwà ìfẹ́kúfẹ̀ẹ́ àti àwọn iṣẹ́ ìríra rẹ ní Olúwa wí.’
ସଦାପ୍ରଭୁ କହନ୍ତି, ତୁମ୍ଭେ ଆପଣା ବ୍ୟଭିଚାର ଓ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିଅଛ।
59 “Báyìí ni Olúwa Olódùmarè wí, ‘Èmi yóò hùwà sí ọ gẹ́gẹ́ bi ó ṣe tọ́ sí ọ, nítorí ó ti kẹ́gàn ẹ̀jẹ́ nípa dídà májẹ̀mú.
କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଶପଥ ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ଆମ୍ଭେ ତୁମ୍ଭ ପ୍ରତି ସେହିରୂପ ବ୍ୟବହାର କରିବା।
60 Síbẹ̀ èmi yóò rántí májẹ̀mú tí mo bá ọ ṣe nígbà èwe rẹ, èmi yóò sì bá ọ dá májẹ̀mú láéláé.
ତଥାପି ତୁମ୍ଭ ଯୌବନାବସ୍ଥାରେ ତୁମ୍ଭ ସହିତ ଆମ୍ଭ କୃତ ନିୟମ ଆମ୍ଭେ ସ୍ମରଣ କରିବା ଓ ତୁମ୍ଭ ପକ୍ଷରେ ଆମ୍ଭେ ଅନନ୍ତକାଳସ୍ଥାୟୀ ଏକ ନିୟମ ସ୍ଥାପନ କରିବା।
61 Nígbà náà ni ìwọ yóò rántí àwọn ọ̀nà rẹ ojú yóò sì tì ọ́ nígbà tí mo bá gba àwọn ẹ̀gbọ́n àti àbúrò rẹ obìnrin padà. Fún ọ gẹ́gẹ́ bí ọmọbìnrin, ṣùgbọ́n kì í ṣe lórí májẹ̀mú tí mo bá ọ dá.
ସେହି ସମୟରେ ଯେତେବେଳେ ତୁମ୍ଭେ ଆପଣା ଭଗିନୀଗଣକୁ, ତୁମ୍ଭର ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ଆପଣା ଆଚାର ବ୍ୟବହାର ସ୍ମରଣ କରି ଲଜ୍ଜିତ ହେବ; ଆଉ, ଆମ୍ଭେ ସେମାନଙ୍କୁ କନ୍ୟା ରୂପେ ତୁମ୍ଭକୁ ଦେବା, ମାତ୍ର ତୁମ୍ଭର ନିୟମାନୁକ୍ରମେ ନୁହେଁ।
62 Èmi yóò gbé májẹ̀mú mi kalẹ̀ pẹ̀lú rẹ, ìwọ yóò sì mọ pé èmi ni Olúwa.
ପୁଣି, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
63 Nígbà tí mo bá sì ti ṣe ètùtù fún gbogbo ẹ̀ṣẹ̀ rẹ tan, Èmi yóò sì rántí, ojú yóò tì ọ́, ìwọ kò sì ní le ya ẹnu rẹ mọ́ nítorí ìtìjú rẹ, ni Olúwa Olódùmarè wí.’”
ତୁମ୍ଭେ ଯାହା ଯାହା କରିଅଛ, ତୁମ୍ଭର ସେହି ସବୁ ଯେତେବେଳେ ଆମ୍ଭେ କ୍ଷମା କରିବା, ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

< Ezekiel 16 >