< Ezekiel 10 >
1 Mo sì wò ó, mo rí ohun kan tó dàbí òkúta safire nínú òfúrufú tó wà lókè orí kérúbù, ìrísí ohun yìí sì dàbí ìtẹ́.
ସେତେବେଳେ ମୁଁ ଅନାଇଲି, ଆଉ ଦେଖ, କିରୂବମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ତୁଲ୍ୟ ଆକୃତି ସେମାନଙ୍କ ଉପରେ ଦେଖାଗଲା।
2 Olúwa sì sọ fún ọkùnrin tó wọ aṣọ funfun pé, “Lọ sí àárín àwọn kẹ̀kẹ́ tó wà lábẹ́ kérúbù. Bu ẹyin iná tó kúnwọ́ rẹ láàrín kérúbù, kí o sì fọ́n sórí ìlú náà.” Ó sì lọ lójú mi.
ପୁଣି, ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “ତୁମ୍ଭେ ସେହି ଘୂର୍ଣ୍ଣାୟମାନ ଚକ୍ରମାନର ମଧ୍ୟସ୍ଥାନକୁ, ଅର୍ଥାତ୍, କିରୂବର ତଳକୁ ଯାଇ, କିରୂବମାନର ମଧ୍ୟସ୍ଥାନରୁ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ନେଇ ନଗର ଉପରେ ବିଞ୍ଚି ଦିଅ।” ତହିଁରେ ସେ ବ୍ୟକ୍ତି ମୋʼ ସାକ୍ଷାତରେ ଗଲେ।
3 Àwọn kérúbù dúró sí apá gúúsù tẹmpili nígbà tí ọkùnrin náà wọlé, ìkùùkuu sì bo inú àgbàlá.
ସେହି ପୁରୁଷ ଯିବା ସମୟରେ କିରୂବମାନେ ଗୃହର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିଲେ ଓ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା।
4 Ògo Olúwa sì kúrò lórí àwọn kérúbù, ó bọ́ sí ibi ìloro tẹmpili. Ìkùùkuu sì bo inú tẹmpili, àgbàlá sì kún fún ìmọ́lẹ̀ àti ògo Olúwa.
ପୁଣି, ସଦାପ୍ରଭୁଙ୍କର ପ୍ରତାପ କିରୂବର ଉପରରୁ ଉଠି ଗୃହର ଏରୁଣ୍ଡିର ଉପରେ ଠିଆ ହେଲା; ତହିଁରେ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ପ୍ରତାପର ତେଜରେ ପରିପୂର୍ଣ୍ଣ ହେଲା।
5 A sì gbọ́ ariwo ìyẹ́ àwọn kérúbù yìí títí dé àgbàlá tó wà ní ìta gẹ́gẹ́ bí ìgbà tí Ọlọ́run Olódùmarè bá ń sọ̀rọ̀.
ଆଉ, ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷୀର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।
6 Nígbà tí Olúwa pàṣẹ fún ọkùnrin aláṣọ funfun yìí pé, “Mú iná láàrín àwọn kẹ̀kẹ́, láàrín àwọn kérúbù,” ó sì lọ dúró ṣẹ́gbẹ̀ẹ́ àwọn kẹ̀kẹ́ náà.
ପୁଣି, ତୁମ୍ଭେ ଘୂର୍ଣ୍ଣାୟମାନ ଚକ୍ର ମଧ୍ୟରୁ, ଅର୍ଥାତ୍, କିରୂବଗଣର ମଧ୍ୟସ୍ଥାନରୁ ଅଗ୍ନି ନିଅ, ଏହି କଥା କହି ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଆଜ୍ଞା କଲା ବେଳେ ସେହି ପୁରୁଷ ଯାଇ ଗୋଟିଏ ଚକ୍ର ପାର୍ଶ୍ୱରେ ଠିଆ ହେଲେ।
7 Ọ̀kan nínú àwọn kérúbù sì nawọ́ sí ibi iná tó wà láàrín kérúbù yòókù. Ó mú lára rẹ, ó fi sínú ọwọ́ ọkùnrin aláṣọ funfun, òun náà gbà á, ó sì jáde lọ.
ତହିଁରେ ସେହି କିରୂବ, କିରୂବମାନଙ୍କ ମଧ୍ୟରୁ, କିରୂବମାନଙ୍କର ମଧ୍ୟସ୍ଥିତ ଅଗ୍ନିକୁ ଆପଣା ହସ୍ତ ବଢ଼ାଇ ତହିଁରୁ କିଛି ନେଇ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ।
8 (Ohun tó dàbí ọwọ́ ènìyàn wà lábẹ́ ìyẹ́ àwọn kérúbù yìí.)
ଆଉ, କିରୂବମାନଙ୍କ ମଧ୍ୟରେ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଏକ ଆକୃତି ଦେଖାଗଲା।
9 Nígbà tí mo sì wò, kíyèsí i, àwọn kẹ̀kẹ́ mẹ́rin wà lẹ́gbẹ̀ẹ́ àwọn kérúbù yìí, kẹ̀kẹ́ kọ̀ọ̀kan wà lẹ́gbẹ̀ẹ́ kérúbù kọ̀ọ̀kan; ìrí àwọn kẹ̀kẹ́ yìí ń tàn yanran bí àwọ̀ òkúta berili.
ପୁଣି, ମୁଁ ଅନାଇଲି, ଆଉ ଦେଖ, ଏକ କିରୂବର ପାର୍ଶ୍ୱରେ ଏକ ଚକ୍ର ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ୍ର, ଏହିରୂପ କିରୂବମାନଙ୍କ ପାର୍ଶ୍ୱରେ ଚାରି ଚକ୍ର ଥିଲା; ଆଉ, ସେହି ଚକ୍ରମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା।
10 Ní ti ìrísí wọn, gbogbo wọn jọra wọn; ọ̀kọ̀ọ̀kan rí bí ìgbà tí kẹ̀kẹ́ kan wà nínú kẹ̀kẹ́ mìíràn.
ସେମାନଙ୍କର ଆକୃତି ଏହି, ଚକ୍ର ମଧ୍ୟରେ ଚକ୍ର ଥିଲା ପରି ସେହି ଚାରିର ଏକ ଆକୃତି ଥିଲା।
11 Nígbà tí wọ́n ń lọ, wọ́n tẹ̀lé ọ̀kan nínú ọ̀nà mẹ́rin tí àwọn kérúbù dojúkọ; àwọn kẹ̀kẹ́ náà kò yípadà bí àwọn kérúbù ti ń lọ. Àwọn kérúbù ń lọ sí ibi tí orí dojúkọ láì yà.
ଗମନ କରିବା ବେଳେ ସେମାନେ ଆପଣାମାନଙ୍କର ଚାରି ପାର୍ଶ୍ୱରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ, ମାତ୍ର ମସ୍ତକର ସମ୍ମୁଖ ସ୍ଥାନକୁ ତାହାର ପଶ୍ଚାତରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ।
12 Gbogbo ara wọn àti ẹ̀yìn, ọwọ́ wọn àti ìyẹ́ wọn, àti àwọn kẹ̀kẹ́ kún fún ojú yíkákiri kẹ̀kẹ́, tí àwọn mẹ́rẹ̀ẹ̀rin ní.
ପୁଣି, ସେମାନଙ୍କର ସମୁଦାୟ ଶରୀର, ସେମାନଙ୍କର ପୃଷ୍ଠ, ହସ୍ତ ଓ ପକ୍ଷ, ଆଉ ଚକ୍ରସବୁ, ଅର୍ଥାତ୍, ସେହି ଚାରି ଚକ୍ର ଚାରିଆଡ଼େ ଚକ୍ଷୁରେ ପୂର୍ଣ୍ଣ ଥିଲା।
13 Mo gbọ́ tí wọ́n pe àwọn kẹ̀kẹ́ yìí ni “kẹ̀kẹ́ àjà.”
ଆଉ, ମୋʼ କର୍ଣ୍ଣଗୋଚରରେ ସେହି ଚକ୍ରମାନଙ୍କୁ ଘୂର୍ଣ୍ଣାୟମାନ ଚକ୍ର ବୋଲି କୁହାଗଲା।
14 Ọ̀kọ̀ọ̀kan àwọn kérúbù yìí ni ojú mẹ́rin: ojú èkínní jẹ́ ojú kérúbù, ojú kejì jẹ́ ti ènìyàn, ojú kẹta jẹ́ ti kìnnìún nígbà tí ojú kẹrin jẹ́ ti ẹyẹ idì.
ପୁଣି, ପ୍ରତ୍ୟେକର ଚାରି ମୁଖ ଥିଲା; ପ୍ରଥମ ମୁଖ କିରୂବର ମୁଖ, ଦ୍ୱିତୀୟର ମୁଖ ମନୁଷ୍ୟର ମୁଖ, ତୃତୀୟ ସିଂହର ମୁଖ ଓ ଚତୁର୍ଥ ଉତ୍କ୍ରୋଶ ପକ୍ଷୀର ମୁଖ।
15 A gbé àwọn kérúbù sókè. Èyí ni àwọn ẹ̀dá alààyè tí mo rí létí odò Kebari.
ଆଉ, କିରୂବଗଣ ଊର୍ଦ୍ଧ୍ୱକୁ ଉଠିଲେ। ମୁଁ କବାର ନଦୀ ତୀରରେ ଯେଉଁ ଜୀବିତ ପ୍ରାଣୀକୁ ଦେଖିଥିଲି, ସେ ଏହି।
16 Bí àwọn kérúbù yìí bá ń lọ àwọn kẹ̀kẹ́ ẹgbẹ́ wọn náà yóò lọ; bẹ́ẹ̀ ni bí àwọn kérúbù bá tú ìyẹ́ wọn ká láti dìde nílẹ̀, àwọn kẹ̀kẹ́ yìí kò ní kúrò lẹ́gbẹ̀ẹ́ wọn.
କିରୂବମାନେ ଗମନ କରିବା ବେଳେ ଚକ୍ରସବୁ ସେମାନଙ୍କର ପାର୍ଶ୍ୱରେ ଗମନ କଲେ: ପୁଣି, କିରୂବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ହିଁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ।
17 Bí àwọn kérúbù bá dúró díẹ̀ àwọn kẹ̀kẹ́ náà yóò dúró jẹ́ẹ́; bí àwọn kérúbù bá dìde àwọn kẹ̀kẹ́ náà yóò dìde, nítorí pé ẹ̀mí àwọn ẹ̀dá alààyè yìí wà nínú wọn.
ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ପୁଣି, ସେମାନେ ଉପରକୁ ଉଠିବା ବେଳେ ଏମାନେ ସେମାନଙ୍କର ସଙ୍ଗେ ସଙ୍ଗେ ଉପରକୁ ଉଠିଲେ; କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ୍ରସବୁରେ ଥିଲା।
18 Ògo Olúwa kúrò níbi ìloro tẹmpili, ó sì dúró sórí àwọn kérúbù.
ଏଥିଉତ୍ତାରେ ସଦାପ୍ରଭୁଙ୍କ ପ୍ରତାପ ଗୃହର ଏରୁଣ୍ଡିର ଊର୍ଦ୍ଧ୍ୱରୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠାନ କଲା।
19 Àwọn kérúbù gbé ìyẹ́ wọn sókè, wọ́n sì fò kúrò nílẹ̀ lójú mi, wọ́n sì lọ pẹ̀lú kẹ̀kẹ́ wọn lẹ́ẹ̀kan náà. Wọ́n dúró níbi ìlẹ̀kùn ẹnu-ọ̀nà ìlà-oòrùn ilé Olúwa, ògo Ọlọ́run Israẹli sì wà lórí wọn.
ତହିଁରେ କିରୂବମାନେ ଆପଣା ଆପଣା ପକ୍ଷ ଉଠାଇଲେ, ଆଉ ମୋʼ ସାକ୍ଷାତରେ ଭୂମିରୁ ଊର୍ଦ୍ଧ୍ୱକୁ ଗମନ କଲା ବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ; ପୁଣି, ସଦାପ୍ରଭୁଙ୍କ ଗୃହର ପୂର୍ବ-ଦ୍ୱାରର ପ୍ରବେଶ ସ୍ଥାନରେ ସେମାନେ ଠିଆ ହେଲେ; ସେହି ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ସେମାନଙ୍କ ଉପରେ ବିଦ୍ୟମାନ ଥିଲା।
20 Àwọn wọ̀nyí ni ẹ̀dá alààyè tí mo rí lábẹ́ Ọlọ́run Israẹli létí odò Kebari, mo sì mọ̀ pé kérúbù ni wọ́n.
ମୁଁ କବାର ନଦୀ ନିକଟରେ ଇସ୍ରାଏଲର ପରମେଶ୍ୱରଙ୍କର ବାହନ ଏହି ଜୀବିତ ପ୍ରାଣୀକୁ ଦେଖିଥିଲି; ଆଉ, ସେମାନେ କିରୂବ ବୋଲି ମୁଁ ଜାଣିଲି।
21 Ọ̀kọ̀ọ̀kan wọn ní ojú mẹ́rin àti ìyẹ́ mẹ́rin, lábẹ́ ìyẹ́ wọn ni ohun tó jọ ọwọ́ ènìyàn wà.
ସେମାନଙ୍କର ପ୍ରତ୍ୟେକର ଚାରି ଚାରି ମୁଖ ଓ ଚାରି ଚାରି ପକ୍ଷ ଥିଲା; ଆଉ, ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଆକୃତି ଥିଲା।
22 Àfiwé ojú àti ìrísí wọn rí bákan náà pẹ̀lú àwọn tí mo rí létí odò Kebari. Olúkúlùkù wọn sì ń lọ sí ọ̀kánkán tààrà.
ପୁଣି, ମୁଁ କବାର ନଦୀ ନିକଟରେ ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନଙ୍କର ଓ ଏମାନଙ୍କର ମୁଖର ଆକୃତି ଏକ, ସେମାନଙ୍କର ଆକୃତି ଓ ସେମାନେ ଏକ ଅଟନ୍ତି; ସେମାନେ ପ୍ରତ୍ୟେକେ ସମ୍ମୁଖ ଆଡ଼େ ଗମନ କଲେ।