< Exodus 40 >
1 Olúwa sì wí fún Mose pé,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Ní ọjọ́ kìn-ín-ní, oṣù kìn-ín-ní ni kí ó gbé àgọ́ náà, àgọ́ àjọ náà ró.
“ତୁମ୍ଭେ ପ୍ରଥମ ମାସରେ ପ୍ରଥମ ଦିନରେ ସମାଗମ-ତମ୍ବୁର ଆବାସ ସ୍ଥାପନ କରିବ।
3 Gbé àpótí ẹ̀rí sí inú rẹ̀, kí ó sì bo àpótí náà pẹ̀lú aṣọ títa.
ପୁଣି, ତହିଁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ।
4 Gbé tábìlì náà wọ ilé, kí o sì to àwọn ohun tí ó jẹ́ tirẹ̀ lé e lórí. Nígbà náà gbé ọ̀pá fìtílà wọlé, kí o sì to àwọn fìtílà rẹ̀.
ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପସକଳ ଜାଳିବ।
5 Gbé pẹpẹ wúrà ti tùràrí sí iwájú àpótí ẹ̀rí, kí o sì fi aṣọ títa ẹnu-ọ̀nà sí ara àgọ́ náà.
ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ସ୍ୱର୍ଣ୍ଣର ଧୂପବେଦି ରଖିବ, ପୁଣି, ଆବାସ-ଦ୍ୱାରର ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ।
6 “Gbé pẹpẹ ẹbọ sísun sí iwájú ẹnu-ọ̀nà àgọ́ náà, àgọ́ àjọ;
ଆଉ ସମାଗମ-ତମ୍ବୁର ଆବାସ ଦ୍ୱାର ସମ୍ମୁଖରେ ହୋମବେଦି ରଖିବ।
7 gbé agbada sí àárín àgọ́ àjọ àti pẹpẹ, kí o sì fi omi sí inú rẹ̀.
ସମାଗମ-ତମ୍ବୁ ଓ ବେଦି ମଧ୍ୟରେ ପ୍ରକ୍ଷାଳନ-ପାତ୍ର ରଖି ତହିଁରେ ଜଳ ଦେବ।
8 Gbé àgbàlá ró yìí ka, kí ó sì fi aṣọ títa sí ẹnu-ọ̀nà àgbàlá náà.
ପୁଣି, ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କରିବ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ।
9 “Mú òróró ìtasórí, kí ó sì ta á sára àgọ́ náà àti ohun gbogbo tí ó wà nínú rẹ̀, yà pẹpẹ sí mímọ́ àti gbogbo ọ̀ṣọ́ rẹ̀, yóò sì jẹ́ mímọ́.
ଏଉତ୍ତାରେ ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ତାହା ଓ ତହିଁର ସକଳ ପାତ୍ର ପବିତ୍ର କରିବ; ତହିଁରେ ତାହା ପବିତ୍ର ହେବ।
10 Ta òróró sára pẹpẹ ẹbọ sísun àti gbogbo ohun èlò rẹ̀, ya pẹpẹ náà sí mímọ́, yóò sì jẹ́ mímọ́ jùlọ.
ଆଉ, ତୁମ୍ଭେ ହୋମବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କରିବ; ତହିଁରେ ସେହି ବେଦି ମହାପବିତ୍ର ହେବ।
11 Ta òróró sára agbada náà àti ẹsẹ̀ rẹ, kí o sì yà wọ́n sí mímọ́.
ଆଉ ତୁମ୍ଭେ ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି ଅଭିଷେକ କରି ପବିତ୍ର କରିବ।
12 “Mú Aaroni àti àwọn ọmọ rẹ̀ wá sí ẹnu-ọ̀nà àgọ́ àjọ, kí o sì wẹ̀ wọ́n pẹ̀lú omi.
ଏଉତ୍ତାରେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣି ଜଳରେ ସ୍ନାନ କରାଇବ।
13 Nígbà náà wọ Aaroni ní aṣọ mímọ́, ta òróró sí i ní orí, kí o sì yà á sí mímọ́, nítorí kí ó lè máa sìn mi bí àlùfáà.
ପୁଣି, ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରୋଣକୁ ପବିତ୍ର ବସ୍ତ୍ର ପରିଧାନ କରାଇ ଅଭିଷେକ କରି ପ୍ରତିଷ୍ଠା କରିବ।
14 Mú àwọn ọmọ rẹ̀ kí o sì fi aṣọ àwọ̀tẹ́lẹ̀ wọ̀ wọ́n.
ଆଉ ତାହାର ପୁତ୍ରଗଣକୁ ଆଣି ଜାମା ପିନ୍ଧାଇବ।
15 Ta òróró sí wọn ní orí gẹ́gẹ́ bí o ti ta òróró sí baba wọn ní orí, nítorí kì wọn lè máa sìn mi bí àlùfáà. Ìtasórí wọn yóò jẹ́ iṣẹ́ àlùfáà ti yóò máa lò fún gbogbo ìrandíran tó ń bọ̀.”
ପୁଣି, ସେମାନଙ୍କ ପିତାକୁ ଯେରୂପ ଅଭିଷେକ କଲ, ସେହିରୂପ ସେମାନଙ୍କୁ ଅଭିଷେକ କରିବ, ତହିଁରେ ସେମାନେ ଆମ୍ଭର ଯାଜକ କର୍ମ କରିବେ; ସେହି ଅଭିଷେକ ସେମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ଯାଜକତ୍ୱର ମୂଳ ହେବ।”
16 Mose ṣe ohun gbogbo gẹ́gẹ́ bí Olúwa ti pàṣẹ fún un.
ମୋଶା ଏହିରୂପ କଲେ; ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମସ୍ତ କଲେ।
17 Bẹ́ẹ̀ ni wọ́n gbé àgọ́ náà ró ní ọjọ́ kìn-ín-ní oṣù kìn-ín-ní ní ọdún kejì.
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସର ପ୍ରଥମ ଦିନରେ ଆବାସ ସ୍ଥାପିତ ହେଲା।
18 Nígbà tí Mose gbé àgọ́ náà ró ó fi ihò ìtẹ̀bọ̀ sí ààyè rẹ̀, ó to pákó rẹ̀, ó fi ọ̀pá rẹ̀ bọ̀ ọ́, ó sì gbé àwọn òpó rẹ̀ ró.
ପୁଣି, ମୋଶା ଆବାସ ସ୍ଥାପନ କରି ତହିଁର ଚୁଙ୍ଗୀ ଦେଇ ପଟା ବସାଇ ଅର୍ଗଳ ପ୍ରବେଶ କରାଇ ତହିଁର ସ୍ତମ୍ଭ ଠିଆ କଲେ।
19 Ó na aṣọ àgọ́ náà sórí àgọ́, ó sì fi ìbòrí bo orí àgọ́ náà, bí Olúwa ṣe pàṣẹ fún Mose.
ତହୁଁ ସେ ଆବାସ ଉପରେ ତମ୍ବୁ ବିସ୍ତାର କଲେ ଓ ତମ୍ବୁ ଉପରେ ଛାତ ଦେଲେ;
20 Ó mu ẹ̀rí, ó sì fi sínú àpótí, ó so àwọn òpó mọ́ àpótí náà, ó sì fi àánú bo orí rẹ.
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସାକ୍ଷ୍ୟପତ୍ର ଘେନି ସିନ୍ଦୁକ ଭିତରେ ରଖିଲେ ଓ ସିନ୍ଦୁକରେ ସାଙ୍ଗୀ ଲଗାଇ ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିଲେ;
21 Ó sì gbé àpótí náà wá sínú àgọ́; ó sì sọ aṣọ títa, ó sì ta á bo àpótí ẹ̀rí, gẹ́gẹ́ bí Olúwa ti pàṣẹ fún Mose.
ପୁଣି, ଆବାସ ଭିତରକୁ ସିନ୍ଦୁକ ଆଣିଲେ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସାକ୍ଷ୍ୟ-ସିନ୍ଦୁକ ଆଚ୍ଛାଦନ କଲେ।
22 Mose gbé tábìlì sínú àgọ́ àjọ sí ìhà àríwá àgọ́ náà lẹ́yìn aṣọ títa,
ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସର ଉତ୍ତର ପାର୍ଶ୍ୱରେ ବିଚ୍ଛେଦ ବସ୍ତ୍ରର ବାହାରେ ସମାଗମ-ତମ୍ବୁରେ ମେଜ ରଖିଲେ;
23 ó sì to àkàrà sórí rẹ̀ níwájú Olúwa, gẹ́gẹ́ bí Olúwa ti pàṣẹ fún Mose.
ପୁଣି, ସେ ସଦାପ୍ରଭୁଙ୍କ ସମ୍ମୁଖରେ ଧାରାନୁସାରେ ତହିଁ ଉପରେ ରୁଟି ରଖିଲେ।
24 Ó gbé ọ̀pá fìtílà sínú àgọ́ àjọ ní òdìkejì tábìlì ní ìhà gúúsù àgọ́ náà.
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ପାର୍ଶ୍ୱରେ ସମାଗମ-ତମ୍ବୁରେ ଦୀପବୃକ୍ଷ ରଖିଲେ
25 Ó sì tan àwọn fìtílà náà níwájú Olúwa, gẹ́gẹ́ bí Olúwa ti pàṣẹ fún Mose.
ଓ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଦୀପ ଜାଳିଲେ।
26 Mose gbé pẹpẹ wúrà sínú àgọ́ àjọ níwájú aṣọ títa
ଆଉ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁରେ ବିଚ୍ଛେଦ ବସ୍ତ୍ର ସମ୍ମୁଖରେ ସ୍ୱର୍ଣ୍ଣ-ବେଦି ରଖିଲେ
27 ó sì jó tùràrí dídùn lórí rẹ̀, gẹ́gẹ́ bí Olúwa ti pàṣẹ fún Mose.
ଓ ତହିଁ ଉପରେ ସୁଗନ୍ଧି ଧୂପ ଜାଳିଲେ।
28 Ó sì ta aṣọ títa sí ẹnu-ọ̀nà àgọ́ náà.
ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଆବାସ-ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ
29 Ó gbé pẹpẹ ẹbọ sísun sí ẹ̀gbẹ́ ẹnu-ọ̀nà àgọ́ àjọ, ó sì rú ẹbọ sísun àti ẹbọ oúnjẹ, gẹ́gẹ́ bí Olúwa ti pàṣẹ fún Mose.
ଓ ସମାଗମ-ତମ୍ବୁର ଆବାସ ଦ୍ୱାର ନିକଟରେ ହୋମବେଦି ରଖି ତହିଁ ଉପରେ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କଲେ।
30 Ó gbé agbada sí àárín àgọ́ àjọ àti pẹpẹ, ó sì pọn omi sínú rẹ̀ fún wíwẹ̀,
ଏଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ସମାଗମ-ତମ୍ବୁ ଓ ବେଦି ମଧ୍ୟସ୍ଥାନରେ ପ୍ରକ୍ଷାଳନ-ପାତ୍ର ରଖି ତହିଁ ମଧ୍ୟରେ ପ୍ରକ୍ଷାଳନ ନିମନ୍ତେ ଜଳ ଦେଲେ।
31 Mose, Aaroni àti àwọn ọmọ rẹ̀ lò ó láti fi wẹ ọwọ́ àti ẹsẹ̀ wọn.
ତହିଁରେ ମୋଶା, ହାରୋଣ ଓ ତାଙ୍କର ପୁତ୍ରଗଣ ଆପଣା ଆପଣା ହସ୍ତ ପଦ ପ୍ରକ୍ଷାଳନ କଲେ।
32 Wọ́n máa ń wẹ̀ nígbàkígbà tí wọ́n bá wọ àgọ́ àjọ tàbí tí wọ́n bá súnmọ́ pẹpẹ, gẹ́gẹ́ bí Olúwa ti pàṣẹ fún Mose.
ଯେକୌଣସି ସମୟରେ ସେମାନେ ସମାଗମ-ତମ୍ବୁରେ ପ୍ରବେଶ କଲେ ବା ବେଦିର ନିକଟବର୍ତ୍ତୀ ହେଲେ, ସେହି ସମୟରେ ସେମାନେ ପ୍ରକ୍ଷାଳନ କଲେ।
33 Mose sì gbé àgbàlá tí ó yí àgọ́ náà kà ró àti pẹpẹ, ó sì ta aṣọ títa ti ẹnu-ọ̀nà sí àgbàlá náà. Bẹ́ẹ̀ ni Mose ṣe parí iṣẹ́ náà.
ଏଉତ୍ତାରେ ସେ ଆବାସର ଓ ବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ଟଙ୍ଗାଇଲେ, ଏହିରୂପେ ମୋଶା ସେହି କାର୍ଯ୍ୟ ସମାପ୍ତ କଲେ।
34 Nígbà náà ni àwọsánmọ̀ bo àgọ́ àjọ, ògo Olúwa bo àgọ́ náà.
ଏଥିଉତ୍ତାରେ ମେଘ ସେହି ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା।
35 Mose kò sì lè wọ inú àgọ́ àjọ, nítorí àwọsánmọ̀ wà ní orí àgọ́, ògo Olúwa sì ti kún inú àgọ́ náà.
ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା।
36 Ní gbogbo ìrìnàjò àwọn ọmọ Israẹli nígbàkígbà tí a bá ti fa ìkùùkuu àwọsánmọ̀ náà sókè kúrò lórí àgọ́, wọ́n máa ń jáde lọ;
ପୁଣି, ଆବାସ ଉପରୁ ଯେତେବେଳେ ମେଘ ନିଆଗଲା, ସେତେବେଳେ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ଯାତ୍ରାରେ ଅଗ୍ରସର ହେଲେ।
37 ṣùgbọ́n tí àwọsánmọ̀ kò bá gòkè wọn kò ní jáde títí di ọjọ́ tí ó bá gòkè.
ମାତ୍ର ମେଘ ଯେତେବେଳେ ଊର୍ଦ୍ଧ୍ୱକୁ ନିତ ହେଲା ନାହିଁ, ସେତେବେଳେ ଊର୍ଦ୍ଧ୍ୱକୁ ନିତ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ।
38 Nítorí náà àwọsánmọ̀ Olúwa wà lórí àgọ́ ní ọ̀sán, iná sì wà nínú àwọsánmọ̀ ní alẹ́, ní ojú gbogbo ilé Israẹli ní gbogbo ìrìnàjò wọn.
କାରଣ, ସମସ୍ତ ଇସ୍ରାଏଲ ବଂଶର ଦୃଷ୍ଟିଗୋଚରରେ ସେମାନଙ୍କ ସମସ୍ତ ଯାତ୍ରାରେ ଦିନ ବେଳେ ସଦାପ୍ରଭୁଙ୍କର ମେଘ ଓ ରାତ୍ରିରେ ଅଗ୍ନି ଆବାସ ଉପରେ ଅବସ୍ଥିତି କଲା।