< Exodus 39 >
1 Nínú aṣọ aláró, ti elése àlùkò àti ti òdòdó ni wọ́n fi ṣe aṣọ híhun fún àwọn òṣìṣẹ́ ní ibi mímọ́. Ó sì tún dá aṣọ mímọ́ fún Aaroni gẹ́gẹ́ bí Olúwa ti pàṣẹ fún Mose.
ଏଥିଉତ୍ତାରେ ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ।
2 Ó ṣe ẹ̀wù efodu wúrà, ti aṣọ aláró, ti elése àlùkò, ti òdòdó àti ti ọ̀gbọ̀ olókùn dáradára.
ପୁଣି, ସେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କଲେ।
3 Ó sì lu wúrà náà di ewé fẹ́lẹ́fẹ́lẹ́, ó sì tún gé e láti fi ṣe iṣẹ́ sí aṣọ aláró, ti elése àlùkò, ti òdòdó, àti sínú ọ̀gbọ̀ dáradára, iṣẹ́ ọlọ́nà.
ଅର୍ଥାତ୍, ସେମାନେ ସ୍ୱର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପକର୍ମ ଦ୍ୱାରା ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ।
4 Ó ṣe aṣọ èjìká fún ẹ̀wù efodu náà, èyí tí ó so mọ igun rẹ̀ méjèèjì, nítorí kí ó lè so ó pọ̀.
ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ; ତହିଁର ଦୁଇ ମୁଣ୍ଡରେ ପରସ୍ପର ଯୋଡ଼ ଦିଆଗଲା।
5 Ọnà ìgbànú híhun rẹ̀ rí bí i ti rẹ̀ ó rí bákan náà pẹ̀lú ẹ̀wù efodu ó sì sé e pẹ̀lú wúrà, àti pẹ̀lú aṣọ aláró, elése àlùkò, òdòdó àti pẹ̀lú ọ̀gbọ̀ olókùn dáradára, gẹ́gẹ́ bí Olúwa ti pàṣẹ fún Mose.
ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିର୍ମିତ ହେଲା।
6 Ó ṣiṣẹ́ òkúta óníkìsì tí a tò sí ojú ìdè wúrà, tí a sì fín wọn gẹ́gẹ́ bí èdìdì pẹ̀lú orúkọ àwọn ọmọ Israẹli.
ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣାଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।
7 Ó sì so wọ́n mọ́ aṣọ èjìká ẹ̀wù efodu náà bí òkúta ìrántí fún àwọn ọmọ Israẹli, gẹ́gẹ́ bí Olúwa ti pàṣẹ fún Mose.
ପୁଣି, ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଦୁଇ ସ୍କନ୍ଧପଟି ଉପରେ ଇସ୍ରାଏଲ-ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ।
8 Ó ṣe iṣẹ́ ọnà sí ìgbàyà náà iṣẹ́ ọgbọ́n ọlọ́nà. Ó ṣe é bí ẹ̀wù efodu: ti wúrà ti aṣọ aláró, ti elése àlùkò, ti òdòdó àti ti ọ̀gbọ̀ olókùn dáradára.
ଏଥିଉତ୍ତାରେ ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ।
9 Igun rẹ̀ mẹ́rẹ̀ẹ̀rin rẹ̀ ṣe déédé ìwọ̀n ìka kan ní ìnà rẹ̀, ìwọ̀n ìka kan ní ìbú rẹ̀, ó sì jẹ́ ìṣẹ́po méjì.
ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ଡ ଦୀର୍ଘ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।
10 Ó sì to ipele òkúta oníyebíye mẹ́rin sí i. Ní ipele kìn-ín-ní ní rúbì wà, topasi àti berili;
ପୁଣି, ତାହା ଚାରି ଧାଡ଼ି ମଣିରେ ଖଚିତ କଲେ; ତହିଁର ପ୍ରଥମ ଧାଡ଼ିରେ ଚୁଣି, ପୀତମଣି ଓ ମରକତ,
11 ní ipele kejì, turikuose, safire, emeradi àti diamọndi;
ଦ୍ୱିତୀୟ ଧାଡ଼ିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ,
12 ní ipele kẹta, jasiniti, agate àti ametisiti;
ତୃତୀୟ ଧାଡ଼ିରେ ପେରୋଜ, ଯିସ୍ମ ଓ କଟାହେଳା,
13 ní ipele kẹrin, karisoliti, óníkìsì, àti jasperi. Ó sì tò wọ́n ní ojú ìdè wúrà ní títò wọn.
ପୁଣି, ଚତୁର୍ଥ ଧାଡ଼ିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ ମଣି ଥିଲା; ଏହିସବୁ ମଣି ସ୍ୱର୍ଣ୍ଣାଧାରରେ ବସାଗଲା।
14 Wọ́n jẹ́ òkúta méjìlá, ọ̀kan fún orúkọ àwọn ọmọ Israẹli kọ̀ọ̀kan, a fín ọ̀kọ̀ọ̀kan gẹ́gẹ́ bí èdìdì pẹ̀lú orúkọ ẹnìkọ̀ọ̀kan ẹ̀yà méjèèjìlá.
ପୁଣି, ଇସ୍ରାଏଲ-ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ସେମାନଙ୍କ ନାମାନୁସାରେ ଦ୍ୱାଦଶ ହେଲା ଓ ମୁଦ୍ରାନ୍ୟାୟ ଏକ ଏକ ମଣିରେ ଦ୍ୱାଦଶ ବଂଶର ଏକ ଏକ ନାମ ରହିଲା।
15 Fún ìgbàyà náà, wọ́n ṣe ẹ̀wọ̀n iṣẹ́ kìkì wúrà, gẹ́gẹ́ bi okùn.
ଏଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ୱାରା ମାଳା ତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ।
16 Wọ́n sì ṣe ojú ìdè wúrà méjì àti òrùka wúrà méjì, wọ́n sì so àwọn òkúta náà mọ́ igun méjèèjì ìgbàyà náà.
ଦୁଇ ସ୍ୱର୍ଣ୍ଣାଧାରା ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ।
17 Wọ́n sì so ẹ̀wọ̀n wúrà méjèèjì náà mọ́ àwọn òrùka náà ni igun ìgbàyà náà,
ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇଲେ।
18 àti ní àwọn òpin ẹ̀wọ̀n tókù ni wọ́n fi mọ ojú ìdè méjèèjì, wọ́n so wọ́n mọ́ aṣọ èjìká ẹ̀wù efodu náà ní iwájú.
ପୁଣି, ମୋଡ଼ା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ-ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିଲେ।
19 Wọ́n ṣe òrùka wúrà méjì, wọ́n sì so wọ́n mọ́ igun méjèèjì ìgbàyà náà ní etí tí ó wà ní inú lẹ́gbẹ̀ẹ́ ẹ̀wù efodu náà.
ପୁଣି, ସେମାନେ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ।
20 Wọ́n sì túnṣe òrùka wúrà méjì sí i, wọ́n sì so wọ́n mọ́ ìdí aṣọ èjìká ní iwájú ẹ̀wù efodu náà tí ó súnmọ́ ibi tí a ṣe lọ́ṣọ̀ọ́ ní òkè ìgbànú ẹ̀wù efodu náà.
ସେମାନେ ଆଉ ଦୁଇ ସ୍ୱର୍ଣ୍ଣକଡ଼ା କରି ଏଫୋଦର ଦୁଇ ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ।
21 Wọn so àwọn òrùka ìgbàyà mọ́ àwọn òrùka ẹ̀wù efodu ọ̀já aṣọ aláró, kí a pa á pọ̀ mọ́ ìgbànú, nítorí kí ìgbàyà náà má ṣe tú kúrò lára ẹ̀wù efodu náà gẹ́gẹ́ bí Olúwa ti pàṣẹ fún Mose.
ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା।
22 Ó sì ṣe ọ̀já àmùrè ẹ̀wù efodu gbogbo rẹ̀ jẹ́ aṣọ aláró iṣẹ́ aláṣọ híhun,
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କଲେ।
23 pẹ̀lú ihò ní àárín ọ̀já àmùrè náà gẹ́gẹ́ bí i ojú kọ́là, àti ìgbànú yí ihò yìí ká, nítorí kí ó má ba à ya.
ସେହି ଚୋଗାର ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶ ନ୍ୟାୟ ଛିଦ୍ର ଥିଲା; ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଚାରିପାଖରେ ବୁଣାକର୍ମ ଥିଲା।
24 Ó sì ṣe pomegiranate ti aṣọ aláró, elése àlùkò, òdòdó àti ti ọ̀gbọ̀ olókùn dáradára yí ìṣẹ́tí ọ̀já àmùrè náà ká.
ପୁଣି, ସେମାନେ ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ବ ନିର୍ମାଣ କଲେ।
25 Ó sì ṣe agogo kìkì wúrà, ó sì so wọ́n mọ́ àyíká ìṣẹ́tí àárín pomegiranate náà.
ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ବର ମଧ୍ୟେ ମଧ୍ୟେ ରଖିଲେ;
26 Ago àti pomegiranate kọjú sí àyíká ìṣẹ́tí ọ̀já àmùrè láti máa wọ̀ ọ́ fún iṣẹ́ àlùfáà, bí Olúwa ti pàṣẹ fún Mose.
ଅର୍ଥାତ୍, ସେବାକରଣାର୍ଥକ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରେ ଏକ ଡାଳିମ୍ବ ଓ ଏକ ଘଣ୍ଟି ଉତ୍ତାରେ ଏକ ଡାଳିମ୍ବ, ଏହିରୂପେ କଲେ।
27 Fún Aaroni àti àwọn ọmọ rẹ, wọ́n ṣe àwọ̀tẹ́lẹ̀ ti ọ̀gbọ̀ dáradára tí iṣẹ́ aláṣọ híhun.
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା
28 Àti fìlà ọ̀gbọ̀ dáradára, ìgbàrí ọ̀gbọ̀ àti aṣọ abẹ́ ọ̀gbọ̀ olókùn dáradára.
ଓ ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପଗଡ଼ି, ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।
29 Ọ̀já náà jẹ́ ti ọ̀gbọ̀ olókùn dáradára, aṣọ aláró, elése àlùkò àti òdòdó tí a fi iṣẹ́ abẹ́rẹ́ ṣe bí Olúwa ṣe pàṣẹ fún Mose.
ଆଉ ବଳା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ସୂଚି କର୍ମ ବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ।
30 Ó ṣe àwo, adé mímọ́, láti ara kìkì wúrà, wọ́n sì kọ̀wé sí i, gẹ́gẹ́ bí i ìkọ̀wé lórí èdìdì: Mímọ́ sí Olúwa.
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରାନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହା ଲେଖିଲେ।
31 Wọ́n sì so ọ̀já aláró mọ́ ọn láti ṣo ó mọ́ fìlà náà, gẹ́gẹ́ bí Olúwa ti pàṣẹ fún Mose.
ପୁଣି, ଊର୍ଦ୍ଧ୍ୱରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ।
32 Bẹ́ẹ̀ ni gbogbo iṣẹ́ àgọ́ náà, ti àgọ́ àjọ parí. Àwọn ọmọ Israẹli ṣe ohun gbogbo gẹ́gẹ́ bí Olúwa ti pàṣẹ fún Mose.
ଏହି ପ୍ରକାରେ ସମାଗମ-ତମ୍ବୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ-ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ।
33 Wọ́n sì mú tabanaku náà tọ Mose wá: àgọ́ náà àti gbogbo ohun ọ̀ṣọ́ rẹ̀, ìkọ́ rẹ̀, pákó rẹ̀, ọ̀pá rẹ̀, òpó rẹ̀ àti àwọn ihò ìtẹ̀bọ̀ rẹ̀;
ଏଥିଉତ୍ତାରେ ସେମାନେ ମୋଶାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍, ତମ୍ବୁ ଓ ତହିଁର ସକଳ ପାତ୍ର, ଆଙ୍କୁଡ଼ା, ପଟା, ଅର୍ଗଳ, ଆଉ ସ୍ତମ୍ଭ ଓ ଚୁଙ୍ଗୀ;
34 ìbòrí awọ àgbò tí a kùn ní pupa, ìbòrí awọ àti ìji aṣọ títa;
ପୁଣି, ରକ୍ତୀକୃତ ମେଷ ଚର୍ମ ନିର୍ମିତ ଛାତ ଓ ଶିଶୁକ ଚର୍ମ ନିର୍ମିତ ଛାତ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର;
35 àpótí ẹ̀rí pẹ̀lú àwọn òpó rẹ̀ àti ìbòrí àánú;
ସାକ୍ଷ୍ୟ-ସିନ୍ଦୁକ, ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ମେଜ,
36 tábìlì pẹ̀lú gbogbo ohun èlò rẹ̀ àti àkàrà ìfihàn;
ତହିଁର ସକଳ ପାତ୍ର ଓ ଦର୍ଶନୀୟ ରୁଟି,
37 ọ̀pá fìtílà kìkì wúrà pẹ̀lú ipele fìtílà rẹ̀ àti gbogbo ohun èlò rẹ̀, àti òróró fún títanná rẹ̀;
ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ, ଅର୍ଥାତ୍, ପ୍ରଦୀପାବଳୀ ଓ ତହିଁର ସକଳ ପାତ୍ର ଓ ଦୀପାର୍ଥକ ତୈଳ;
38 pẹpẹ wúrà àti òróró ìtasórí, tùràrí dídùn, àti aṣọ títa fún ẹnu-ọ̀nà àgọ́ náà.
ଆଉ ସ୍ୱର୍ଣ୍ଣମୟ ବେଦି, ଅଭିଷେକାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ ଓ ତମ୍ବୁଦ୍ୱାରର ଆଚ୍ଛାଦନ ବସ୍ତ୍ର;
39 Pẹpẹ idẹ pẹ̀lú idẹ ọlọ, àwọn òpó rẹ̀ àti gbogbo ohun èlò rẹ̀; agbada pẹ̀lú ẹsẹ̀ rẹ̀;
ପିତ୍ତଳର ବେଦି ଓ ତହିଁର ପିତ୍ତଳ-ଝାଞ୍ଜିରୀ, ତହିଁର ସାଙ୍ଗୀ ଓ ସକଳ ପାତ୍ର, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି;
40 aṣọ títa ti àgbàlá pẹ̀lú àwọn òpó rẹ̀ àti àgbàlá, àti aṣọ títa fún ẹnu-ọ̀nà àgbàlá; ọ̀já àmùrè àti èèkàn àgọ́ fún àgbàlá náà; gbogbo ohun ọ̀ṣọ́ fún àgọ́, àgọ́ àjọ náà;
ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ମେଖ ଓ ସମାଗମ-ତମ୍ବୁ ନିମନ୍ତେ ଆବାସର କାର୍ଯ୍ୟ ସମ୍ବନ୍ଧୀୟ ସକଳ ପାତ୍ର;
41 aṣọ híhun tí wọ́n ń wọ̀ fún iṣẹ́ ibi mímọ́, aṣọ mímọ́ fún Aaroni àlùfáà àti aṣọ fún àwọn ọmọ rẹ̀ nígbà tí wọ́n bá ń ṣiṣẹ́ àlùfáà.
ପବିତ୍ର ସ୍ଥାନରେ ସେବାକରଣାର୍ଥକ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜକ କର୍ମ ସମ୍ବନ୍ଧୀୟ ବସ୍ତ୍ର,
42 Àwọn ọmọ Israẹli ti ṣe gbogbo iṣẹ́ náà gẹ́gẹ́ bí Olúwa ti pàṣẹ fún Mose.
ଇତ୍ୟାଦି ଯେଉଁ ଯେଉଁ କାର୍ଯ୍ୟ କରିବାକୁ ମୋଶାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ-ସନ୍ତାନଗଣ ତାହାସବୁ ସମ୍ପନ୍ନ କଲେ।
43 Mose bẹ iṣẹ́ náà wò, ó sì rí i wí pé wọ́n ti ṣe é gẹ́gẹ́ bí Olúwa ti pàṣẹ. Nítorí náà Mose sì bùkún fún wọn.
ଏଥିରେ ମୋଶା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି; ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ସେହିପରି ସବୁ କରିଥିଲେ; ତହିଁରେ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।