< Exodus 35 >

1 Mose pe gbogbo ìjọ Israẹli ó sì wí fún wọn pé, “Wọ̀nyí ni àwọn ohun ti Olúwa ti pàṣẹ fún un yín láti ṣe.
ତହିଁ ଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏକତ୍ର କରି କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି।
2 Fún ọjọ́ mẹ́fà ni kí ẹ fi ṣiṣẹ́, ṣùgbọ́n ọjọ́ keje yóò jẹ́ ọjọ́ mímọ́ fún yín, ọjọ́ ìsinmi ni sí Olúwa. Ẹnikẹ́ni tí ó bá ṣe iṣẹ́ kankan ni ọjọ́ náà ní a ó pa.
ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହା ବିଶ୍ରାମବାର ହେବ, ଯେକେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ଡ ହେବ।
3 Ẹ má ṣe dáná kankan ní ibùgbé yín ní ọjọ́ ìsinmi.”
ତୁମ୍ଭେମାନେ ବିଶ୍ରାମବାରରେ ଆପଣାମାନଙ୍କ କୌଣସି ବାସ ସ୍ଥାନରେ ଅଗ୍ନି ଜାଳିବ ନାହିଁ।”
4 Mose sọ fún gbogbo ìjọ àwọn ọmọ Israẹli pé, “Èyí ni ohun tí Olúwa pàṣẹ.
ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଆହୁରି କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି।
5 Láti inú ohun tí ẹ ni ni kí ẹ ti mú ọrẹ fún Olúwa. Ẹnikẹ́ni tí ó bá fẹ́ ni kí ó mú ọrẹ fún Olúwa ní ti: “wúrà, fàdákà àti idẹ;
ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେକେହି ସ୍ୱଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ,
6 aṣọ aláró, elése àlùkò, òdòdó àti ọ̀gbọ̀ dáradára; àti irun ewúrẹ́;
ପୁଣି, ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ, ଶୁଭ୍ର, କ୍ଷୌମସୂତ୍ର ଓ ଛାଗର ଲୋମ,
7 awọ àgbò tí a kùn ní pupa àti awọ màlúù; odò igi kasia;
ପୁଣି, ରକ୍ତୀକୃତ ମେଷ ଚର୍ମ, ଶିଶୁକ ଚର୍ମ ଓ ଶିଟୀମ୍‍ କାଷ୍ଠ,
8 òróró olifi fún títan iná; olóòórùn fún òróró ìtasórí, àti fún tùràrí dídùn;
ପୁଣି, ଦୀପାର୍ଥକ ତୈଳ, ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ,
9 òkúta óníkìsì àti òkúta tí a tò sí ẹ̀wù efodu àti ìgbàyà.
ପୁଣି, ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ।
10 “Gbogbo ẹni tí ó ní ọgbọ́n láàrín yín, kí ó wa, kí ó sì wá ṣe gbogbo ohun tí Olúwa ti pàṣẹ:
ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ,
11 “àgọ́ náà pẹ̀lú àgọ́ rẹ àti ìbòrí rẹ̀, kọ́kọ́rọ́ rẹ̀, pákó rẹ̀, ọ̀pá rẹ̀, ọ̀wọ́n rẹ̀ àti ihò ìtẹ̀bọ̀ rẹ̀;
ଅର୍ଥାତ୍‍, ଆବାସ, ତହିଁର ତମ୍ବୁ, ଛାତ, ଆଙ୍କୁଡ଼ା, ପଟା, ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,
12 Àpótí náà pẹ̀lú ọ̀pá rẹ̀, ìbò àánú àti aṣọ títa náà tí ó síji bò ó.
ପୁଣି, ସିନ୍ଦୁକ, ତହିଁର ସାଙ୍ଗୀ, ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର,
13 Tábìlì náà pẹ̀lú òpó rẹ̀ àti gbogbo ohun èlò rẹ̀ àti àkàrà ìfihàn náà.
ପୁଣି, ମେଜ, ତହିଁର ସାଙ୍ଗୀ, ପାତ୍ରସକଳ ଓ ଦର୍ଶନୀୟ ରୁଟି,
14 Ọ̀pá fìtílà tí ó wà fún títanná pẹ̀lú ohun èlò rẹ̀, fìtílà àti òróró fún títanná.
ପୁଣି, ଦୀପ୍ତି ନିମନ୍ତେ ଦୀପବୃକ୍ଷ, ତହିଁର ପାତ୍ର, ପ୍ରଦୀପ ଓ ଦୀପାର୍ଥକ ତୈଳ,
15 Pẹpẹ tùràrí náà pẹ̀lú ẹsẹ̀ rẹ̀, òróró ìtasórí àti tùràrí dídùn; aṣọ títa fún ọ̀nà ìlẹ̀kùn ní ẹnu-ọ̀nà sí àgọ́ náà.
ପୁଣି, ଧୂପବେଦି, ତହିଁର ସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧି ଧୂପ ଓ ଆବାସ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
16 Pẹpẹ ẹbọ sísun pẹ̀lú ojú ààrò idẹ rẹ̀, òpó rẹ̀ àti gbogbo ohun èlò rẹ̀; agbada idẹ pẹ̀lú ẹsẹ̀ rẹ̀.
ପୁଣି, ହୋମବେଦି, ତହିଁର ପିତ୍ତଳ-ଝାଞ୍ଜିରୀ, ସାଙ୍ଗୀ, ପାତ୍ରସକଳ, ପ୍ରକ୍ଷାଳନ-ପାତ୍ର ଓ ତହିଁର ବୈଠିକି,
17 Aṣọ títa ti àgbàlá pẹ̀lú, ọ̀wọ́n àti ihò ìtẹ̀bọ̀ rẹ̀ àti aṣọ títa fún ẹnu-ọ̀nà àgbàlá náà.
ପୁଣି, ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ, ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
18 Èèkàn àgọ́ náà fún àgọ́ náà àti fún àgbàlá àti okùn wọn.
ପୁଣି, ଆବାସର କଣ୍ଟା, ପ୍ରାଙ୍ଗଣର କଣ୍ଟା ଓ ଉଭୟର ରଜ୍ଜୁ,
19 Aṣọ híhun láti ṣiṣẹ́ ní ibi mímọ́ aṣọ mímọ́ fún Aaroni àlùfáà àti aṣọ fún àwọn ọmọ rẹ̀ nígbà tí wọ́n sìn bí àlùfáà.”
ପୁଣି, ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍‍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକ କର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ।”
20 Gbogbo ìjọ àwọn ọmọ Israẹli sì kúrò níwájú Mose,
ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ।
21 olúkúlùkù ẹni tí ó fẹ́ àti ẹni tí ọkàn rẹ̀ gbé sókè wá, wọ́n sì mú ọrẹ fún Olúwa, fún iṣẹ́ àgọ́ àjọ, fún gbogbo ìsìn rẹ̀ àti fún aṣọ mímọ́ náà.
ପୁଣି, ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ବୁ ନିର୍ମାଣ ନିମନ୍ତେ ଓ ତତ୍‍ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ।
22 Gbogbo àwọn tí ó fẹ́, ọkùnrin àti obìnrin, wọ́n wá wọ́n sì mú onírúurú ìlẹ̀kẹ̀ wúrà: òrùka etí, òrùka àti ọ̀ṣọ́. Gbogbo wọn mú wúrà gẹ́gẹ́ bí ọrẹ wá fún Olúwa.
ପୁଣି, ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେସମସ୍ତେ ଆସି ଉରୋମଣି, କୁଣ୍ଡଳ, ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱର୍ଣ୍ଣର ଉପହାର ଉତ୍ସର୍ଗ କଲେ।
23 Olúkúlùkù ẹni tí ó ni aṣọ aláró elése àlùkò, òdòdó àti ọ̀gbọ̀ dáradára, tàbí irun ewúrẹ́, awọ àgbò tí a rì ní pupa tàbí awọ màlúù odò, kí ó mú wọn wá.
ପୁଣି, ଯେଉଁମାନଙ୍କ ନିକଟରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମସୂତ୍ର, ଛାଗର ଲୋମ, ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ।
24 Àwọn tí ó mú ọrẹ fàdákà tàbí idẹ wá, mú ọrẹ wá fún Olúwa, àti olúkúlùkù ẹni tí ó ní igi ṣittimu fún ipa kankan nínú iṣẹ́ mú un wá.
ପୁଣି, ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍‍ କାଷ୍ଠ ଥିଲା, ସେ ତାହା ଆଣିଲା।
25 Gbogbo àwọn obìnrin tí ó ní ọgbọ́n ríran owú pẹ̀lú ọwọ́ rẹ̀, kí ó mú èyí ti ó ti ran wá ti aláró, ti elése àlùkò, ti òdòdó tàbí ti ọ̀gbọ̀ dáradára.
ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ଆଣିଲେ।
26 Gbogbo àwọn obìnrin tí ó fẹ́, tí ó sì ní ọgbọ́n ń ran òwú irun ewúrẹ́.
ପୁଣି, ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ।
27 Àwọn olórí mú òkúta óníkìsì wá láti tò ó lórí ẹ̀wù efodu àti ìgbàyà.
ପୁଣି, ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି,
28 Wọ́n sì tún mú olóòórùn àti òróró olifi wá fún títanná àti fún òróró ìtasórí àti fún tùràrí dídùn.
ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ।
29 Gbogbo àwọn ènìyàn Israẹli ọkùnrin àti obìnrin ẹni tí ó fẹ́ mú ọrẹ àtinúwá fún Olúwa fún gbogbo iṣẹ́ tí Olúwa ti pàṣẹ fún wọn láti ṣe nípasẹ̀ Mose.
ଇସ୍ରାଏଲ-ସନ୍ତାନଗଣ ସ୍ୱେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ।
30 Nígbà náà ni Mose wí fún àwọn ọmọ Israẹli pé, “Wò ó, Olúwa ti yan Besaleli ọmọ Uri, ọmọ Huri, ti ẹ̀yà Juda,
ଏଥିଉତ୍ତାରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, “ଦେଖ, ସଦାପ୍ରଭୁ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଅଛନ୍ତି।
31 Ó sì ti fi Ẹ̀mí Ọlọ́run kún un, pẹ̀lú ọgbọ́n, òye, ìmọ̀ àti gbogbo onírúurú iṣẹ́ ọnà.
ପୁଣି, ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି
32 Láti máa ṣe aláràbarà iṣẹ́ ní ti wúrà, fàdákà àti idẹ,
ଚିତ୍ର କର୍ମ ଓ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ
33 láti gbẹ́ òkúta àti láti tò ó, láti fún igi àti láti ṣiṣẹ́ ni gbogbo onírúurú iṣẹ́ ọnà.
ଓ ଖଚନାର୍ଥକ ମଣିର କର୍ତ୍ତନ ଓ ନାନା ଶିଳ୍ପକର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କରିଅଛନ୍ତି।
34 Ó sì fún òun àti Oholiabu ọmọ Ahisamaki ti ẹ̀yà Dani, ni agbára láti kọ́ àwọn tókù.
ପୁଣି, ଶିକ୍ଷା ଦେବା ପାଇଁ ତାହାର ଓ ଦାନ୍ ବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ।
35 Ó sì fi ọgbọ́n kún wọn láti ṣe gbogbo onírúurú iṣẹ́, ti oníṣọ̀nà, ti ayàwòrán, ti aránsọ, ti aláṣọ aláró, ti elése àlùkò, ti òdòdó àti ní ọ̀gbọ̀ dáradára àti ti ahunṣọ, gbogbo èyí tí ọ̀gá oníṣẹ́-ọnà àti ayàwòrán ń ṣe.
ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍‍, ଯାବତୀୟ ଶିଳ୍ପକର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କରିଅଛନ୍ତି।”

< Exodus 35 >