< Exodus 26 >
1 “Ṣe àgọ́ náà pẹ̀lú aṣọ títa mẹ́wàá, aṣọ ọ̀gbọ̀ olókùn wíwẹ́ àti aṣọ aláró, ti elése àlùkò, àti ti òdòdó, pẹ̀lú àwọn kérúbù ni kí ó ṣe iṣẹ́ ọlọ́nà sí wọn.
ଆହୁରି ତୁମ୍ଭେ ଦଶ ଯବନିକା ଦ୍ୱାରା ଆବାସ ପ୍ରସ୍ତୁତ କରିବ; ସେହି ସବୁ ଯବନିକା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ନିର୍ମିତ ହେବ, ତହିଁରେ ଶିଳ୍ପିତ କିରୂବମାନଙ୍କର ଆକୃତି ରହିବ।
2 Gbogbo aṣọ títa náà ni kí ó jẹ́ ìwọ̀n kan náà: ìgbọ̀nwọ́ méjìdínlọ́gbọ̀n ní gígùn àti ìgbọ̀nwọ́ mẹ́rin ni fífẹ̀.
ସେହି ପ୍ରତ୍ୟେକ ଯବନିକା ଅଠାଇଶ ହସ୍ତ ଦୀର୍ଘ ଓ ଚାରି ହସ୍ତ ପ୍ରସ୍ଥ, ସମସ୍ତ ଯବନିକାର ଏକ ପରିମାଣ ହେବ।
3 Aṣọ títa márùn-ún ni kí a so papọ̀ mọ́ ara wọn, àti aṣọ títa márùn-ún ni kí a so papọ̀ mọ́ ara wọn.
ପୁଣି, ଏକତ୍ର ପାଞ୍ଚ ଯବନିକାର ପରସ୍ପର ଯୋଗ ରହିବ, ଆଉ ଅବଶିଷ୍ଟ ପାଞ୍ଚ ଯବନିକାର ପରସ୍ପର ଯୋଗ ରହିବ।
4 Ìwọ yóò ṣì ṣe ajábó aṣọ aláró sí aṣọ títa kan láti ìṣẹ́tí rẹ̀ wá níbi ìsopọ̀, àti bẹ́ẹ̀ gẹ́gẹ́ ni ìwọ yóò ṣe ni etí ìkangun aṣọ títa kejì, ni ibi ìsopọ̀ kejì.
ଆଉ ଯୋଡ଼ ସ୍ଥାନରେ ପ୍ରଥମ ଶେଷ ଯବନିକାର ଧଡ଼ିରେ ନୀଳ ସୂତ୍ରର ଫାଶ କରିବ ଓ ଯୋଡ଼ ସ୍ଥାନରେ ଦ୍ୱିତୀୟ ଅନ୍ତ୍ୟ ଯବନିକାର ଧଡ଼ିରେ ତଦ୍ରୂପ କରିବ।
5 Àádọ́ta ajábó ní ó pa lára aṣọ títa kan, àti àádọ́ta ajábó ni ó sì lò pa ní etí aṣọ títa tí ó wà ní ìsolù kejì, ajábó náà sì wà ní ọ̀kánkán ara wọn.
ଅର୍ଥାତ୍, ପ୍ରଥମ ଯବନିକାର ଧଡ଼ିରେ ପଚାଶ ଫାଶ କରିବ ଓ ଯୋଡ଼ସ୍ଥାନର ଦ୍ୱିତୀୟ ଯବନିକାର ଧଡ଼ିରେ ପଚାଶ ଫାଶ କରିବ; ସେହି ଦୁଇ ଫାଶ-ଶ୍ରେଣୀ ପରସ୍ପର ସମ୍ମୁଖୀନ ରହିବ।
6 Ó sì ṣe àádọ́ta ìkọ́ wúrà, ó sì lò ìkọ́ wọ̀n-ọn-nì láti fi aṣọ títa kan kọ́ èkejì, bẹ́ẹ̀ ó sì di odidi àgọ́ kan.
ପୁଣି, ପଚାଶ ସ୍ୱର୍ଣ୍ଣ ଆଙ୍କୁଡ଼ା କରି ଆଙ୍କୁଡ଼ାରେ ଯବନିକାସକଳ ପରସ୍ପର ଯୋଡ଼ିବ; ତହିଁରେ ଏକ ଆବାସ ହେବ।
7 “Ìwọ ó sì ṣe aṣọ títa irun ewúrẹ́ láti fi ṣe ìbò sórí àgọ́ náà—aṣọ títa mọ́kànlá ni ìwọ ó ṣe é.
ଆଉ ସେହି ଆବାସ ଉପରେ ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କରିବ।
8 Gbogbo aṣọ títa mọ́kọ̀ọ̀kànlá náà jẹ́ ìwọ̀n kan náà, ọgbọ̀n ìgbọ̀nwọ́ ní gígùn àti ìgbọ̀nwọ́ mẹ́rin ní fífẹ̀.
ସେହି ପ୍ରତ୍ୟେକ ଯବନିକାର ଦୈର୍ଘ୍ୟ ତିରିଶ ହସ୍ତ ଓ ପ୍ରସ୍ଥ ଚାରି ହସ୍ତ; ଏହି ଏକାଦଶ ଯବନିକାର ଏକ ପରିମାଣ ହେବ।
9 Ìwọ ó so aṣọ títa márùn-ún pọ̀ mọ́ ara wọn se ọ̀kan, ó sì tún so mẹ́fà tókù mọ́ ara wọn se ọ̀kan. Ìwọ ó sì ṣẹ́ aṣọ títa kẹfà po sí méjì níwájú àgọ́ náà.
ଏଉତ୍ତାରେ ପାଞ୍ଚ ଯବନିକା ପରସ୍ପର ଯୋଡ଼ି ପୃଥକ ରଖିବ ଓ ଅନ୍ୟ ଛଅ ଯବନିକା ପୃଥକ ରଖିବ, ପୁଣି, ଏମାନଙ୍କ ମଧ୍ୟରୁ ଷଷ୍ଠ ଯବନିକା ଦୋହରା କରି ତମ୍ବୁ ସମ୍ମୁଖରେ ରଖିବ।
10 Ìwọ ó sì pa àádọ́ta ajábó sí ìṣẹ́tí ìkangun aṣọ títa ní apá kan, wọ́n sì tún pa ajábó mìíràn sí ìṣẹ́tí ìkangun aṣọ títa ní apá kejì.
ଆଉ ଯୋଡ଼ ସ୍ଥାନରେ ପ୍ରଥମ ଶେଷ ଯବନିକାର ଧଡ଼ିରେ ପଚାଶ ଫାଶ କରିବ ଓ ଦ୍ୱିତୀୟ ଯବନିକାର ଯୋଡ଼ସ୍ଥାନ ଧଡ଼ିରେ ପଚାଶ ଫାଶ କରିବ।
11 Nígbà náà ṣe àádọ́ta ìkọ́ idẹ kí o sì kó wọn sínú ọ̀jábó láti fi so àgọ́ náà pọ̀ kí ó lè jẹ́ ọ̀kan.
ଆଉ ପିତ୍ତଳର ପଚାଶ ଆଙ୍କୁଡ଼ା କରି ସେହି ଫାଶରେ ପ୍ରବେଶ କରାଇ ତମ୍ବୁ ଯୋଡ଼ିବ; ତହିଁରେ ତାହା ଏକ ତମ୍ବୁ ହେବ।
12 Àti ìyókù tí ó kù nínú aṣọ títa àgọ́ náà, ìdajì aṣọ títa tí ó kù, yóò rọ̀ sórí ẹ̀yìn àgọ́ náà.
ସେହି ତମ୍ବୁ ଯବନିକାର ଅତିରିକ୍ତ ଅଂଶ, ଅର୍ଥାତ୍, ଯେଉଁ ଅର୍ଦ୍ଧ ଯବନିକା ଅତିରିକ୍ତ ଥିବ, ତାହା ଆବାସର ପଶ୍ଚାତ୍ ପାର୍ଶ୍ୱରେ ଓହଳି ରହିବ।
13 Aṣọ títa àgọ́ náà yóò jẹ́ ìgbọ̀nwọ́ kan gígùn ní ìhà méjèèjì, èyí tí ó kù yóò rọ̀ sórí ìhà àgọ́ náà láti fi bò ó.
ଆଉ ତମ୍ବୁ ଯବନିକାର ଅବଶିଷ୍ଟ ଯେଉଁ ଦୀର୍ଘ ଅଂଶ ଏ ପାର୍ଶ୍ୱରେ ଏକ ହସ୍ତ ଓ ସେ ପାର୍ଶ୍ୱରେ ଏକ ହସ୍ତ ଅତିରିକ୍ତ ରହିବ, ତାହା ଆବାସର ଏ ପାର୍ଶ୍ୱ ସେ ପାର୍ଶ୍ୱରେ ଆଚ୍ଛାଦନାର୍ଥେ ଝୁଲିବ।
14 Ìwọ ó sì ṣe ìbòrí awọ àgbò tí a rì ní pupa fún àgọ́ náà, kí ó sì ṣe ìbòrí awọ seali sórí rẹ̀.
ଏଉତ୍ତାରେ ତୁମ୍ଭେ ରକ୍ତୀକୃତ ମେଷର ଚର୍ମରେ ତମ୍ବୁର ଏକ ଛାତ କରିବ, ଆଉ ତହିଁ ଉପରେ ଶିଶୁକ ଚର୍ମରେ ଏକ ଛାତ କରିବ।
15 “Ìwọ ó sì ṣe pákó igi kasia tí ó dúró òró fún àgọ́ náà.
ଏଥିଉତ୍ତାରେ ତୁମ୍ଭେ ଆବାସ ନିମନ୍ତେ ଶିଟୀମ୍ କାଷ୍ଠର ଠିଆପଟା ପ୍ରସ୍ତୁତ କରିବ।
16 Kí pákó kọ̀ọ̀kan jẹ́ ìgbọ̀nwọ́ mẹ́wàá ní gígùn àti ìgbọ̀nwọ́ kan ààbọ̀ ní fífẹ̀.
ଏକ ଏକ ପଟା ଦଶ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ହେବ।
17 Pẹ̀lú ìtẹ̀bọ̀ méjì ni kí ó kọjú sí ara wọn. Ṣe gbogbo àwọn pákó àgọ́ náà bí èyí.
ତହିଁର ପରସ୍ପର ଅନୁରୂପ ଦୁଇ ପାଦ କରିବ; ଏହିରୂପେ ଆବାସର ସମସ୍ତ ପଟା ନିମନ୍ତେ ପ୍ରସ୍ତୁତ କରିବ।
18 Ìwọ ó sì ṣe ogún pákó sí ìhà gúúsù àgọ́ náà,
ଆଉ ଆବାସ ନିମନ୍ତେ ଯେଉଁସବୁ ପଟା କରିବ, ସେ ସବୁ ମଧ୍ୟରୁ ଦକ୍ଷିଣ ଦିଗରେ ଦକ୍ଷିଣ ପାର୍ଶ୍ୱ ନିମନ୍ତେ କୋଡ଼ିଏ ପଟା।
19 ìwọ ó sì ṣe ogójì ìhà ìtẹ̀bọ̀ fàdákà kí ó lọ sí ìsàlẹ̀ wọn. Méjì fún pákó kọ̀ọ̀kan, ọ̀kan ní ìsàlẹ̀ ìtẹ̀bọ̀ kọ̀ọ̀kan.
ପୁଣି, ସେହି କୋଡ଼ିଏ ପଟା ତଳେ ଚାଳିଶ ରୂପାର ଚୁଙ୍ଗୀ କରିବ; ଏକ ପଟା ତଳେ ତହିଁର ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ମଧ୍ୟ ସେମାନଙ୍କ ଦୁଇ ଦୁଇ ପଦ ନିମନ୍ତେ ଦୁଇ ଚୁଙ୍ଗୀ ହେବ।
20 Àti ìhà kejì, ni ìhà àríwá àgọ́ náà, ṣe ogún pákó síbẹ̀
ପୁଣି, ଆବାସର ଅନ୍ୟ ପାର୍ଶ୍ୱ ନିମନ୍ତେ ଉତ୍ତର ଦିଗରେ କୋଡ଼ିଏ ପଟା ହେବ।
21 àti ogójì ihò ìtẹ̀bọ̀ fàdákà méjì ní abẹ́ pákó kọ̀ọ̀kan.
ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଦୁଇ ଚୁଙ୍ଗୀ; ଏରୂପେ ରୂପାର ଚାଳିଶ ଚୁଙ୍ଗୀ ହେବ।
22 Kí ìwọ kí ó ṣe pákó mẹ́fà sì ìkangun, ní ìkangun ìhà ìwọ̀-oòrùn àgọ́ náà,
ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା ହେବ।
23 kí o sì ṣe pákó méjì fún igun ní ìhà ẹ̀yìn.
ପୁଣି, ଆବାସର ସେହି ପଶ୍ଚାଦ୍ ଭାଗର ଦୁଇ କୋଣରେ ଦୁଇ ଖଣ୍ଡ ପଟା ଦେବ।
24 Ní igun méjèèjì yìí, wọ́n gbọdọ̀ jẹ́ méjì láti ìdí dé orí rẹ̀, a ó sì so wọ́n pọ̀ sí òrùka kan: méjèèjì yóò sì rí bákan náà.
ଏହି କୋଣରେ ଥିବା ପଟାଗୁଡ଼ିକ ଯୋଡ଼ା ହୋଇ ଉପର ମୁଣ୍ଡ ପର୍ଯ୍ୟନ୍ତ ସଂଯୁକ୍ତ ହେବ, ଦୁଇ କୋଣରେ ଥିବା ଦୁଇଟି ପଟା ଏହିପରି ତିଆରି ହେବ।
25 Wọn ó sì jẹ́ pákó mẹ́jọ, àti ihò ìtẹ̀bọ̀ fàdákà mẹ́rìnlélógún, méjì wà ní ìsàlẹ̀ ọ̀kọ̀ọ̀kan.
ତହିଁରେ ତହିଁର ପଟା ଆଠ ଖଣ୍ଡ ହେବ ଓ ତହିଁର ଷୋଳ ରୂପାଚୁଙ୍ଗୀ ହେବ; ଏକ ପଟା ତଳେ ଦୁଇ ଚୁଙ୍ଗୀ ଓ ଅନ୍ୟାନ୍ୟ ପଟା ତଳେ ଦୁଇ ଚୁଙ୍ଗୀ ହେବ।
26 “Ìwọ ó sì ṣe ọ̀pá ìdábùú igi kasia; márùn-ún fún pákó ìhà kan àgọ́ náà,
ଆଉ ତୁମ୍ଭେ ଶିଟୀମ୍ କାଷ୍ଠର ଅର୍ଗଳ ପ୍ରସ୍ତୁତ କରିବ; ଆବାସର ଏକ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ ଓ ଅନ୍ୟ ପାର୍ଶ୍ୱସ୍ଥ ପଟାରେ ପାଞ୍ଚ ଅର୍ଗଳ
27 márùn-ún fún àwọn ìhà kejì, àti márùn-ún fún pákó ni ìhà ìwọ̀-oòrùn ní ìhà ẹ̀yìn àgọ́ náà.
ଓ ଆବାସର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱର ପଟାରେ ପାଞ୍ଚ ଅର୍ଗଳ ଦେବ।
28 Ọ̀pá ìdábùú àárín ni agbede-méjì gbọdọ̀ tàn láti ìkangun dé ìkangun pákó náà.
ପୁଣି, ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟଦେଶରେ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ପାଇବ।
29 Ìwọ́ ó sì bo àwọn pákó náà pẹ̀lú wúrà, kí o sì ṣe òrùka wúrà kí ó lè di ọ̀pá ìdábùú mu. Kí o sì tún bo ọ̀pá ìdábùú náà pẹ̀lú wúrà.
ଆଉ ସେହି ସବୁ ପଟା ସୁବର୍ଣ୍ଣରେ ମଡ଼ାଇବ ଓ ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣ କଡ଼ା କରିବ, ପୁଣି, ଅର୍ଗଳସକଳ ସୁବର୍ଣ୍ଣରେ ମଡ଼ାଇବ।
30 “Gbé àgọ́ náà ró gẹ́gẹ́ bí àpẹẹrẹ tí a fihàn ọ́ lórí òkè.
ଏହି ପ୍ରକାରେ ଆବାସର ଯେଉଁ ଆଦର୍ଶ ପର୍ବତରେ ତୁମ୍ଭକୁ ପ୍ରଦର୍ଶିତ ହୋଇଅଛି; ତଦନୁସାରେ ତାହା ପ୍ରସ୍ତୁତ କରିବ।
31 “Ìwọ ó sì ṣe aṣọ ìgélé aláró, àti elése àlùkò, àti òdòdó, àti ọ̀gbọ̀ olókùn wẹ́wẹ́ tí í ṣe ọlọ́nà, tí òun ti àwọn kérúbù ni kí á ṣe é.
ଆଉ ତୁମ୍ଭେ ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ଏକ ବିଚ୍ଛେଦ ବସ୍ତ୍ର ପ୍ରସ୍ତୁତ କରିବ; ତାହା ନିପୁଣ ଶିଳ୍ପାକାରର କର୍ମରେ କିରୂବଗଣର ଆକୃତିବିଶିଷ୍ଟ କରାଯିବ।
32 Ìwọ yóò sì fi rọ̀ sára òpó tí ó di igi kasia mẹ́rin ró tí a fi wúrà bò, tí ó dúró lórí ihò ìtẹ̀bọ̀ mẹ́rin mẹ́rin.
ତୁମ୍ଭେ ତାହା ସୁବର୍ଣ୍ଣରେ ମଡ଼ାଇ ଶିଟୀମ୍ କାଷ୍ଠର ଚାରି ସ୍ତମ୍ଭ ଉପରେ ଟଙ୍ଗାଇବ; ପୁଣି, ରୂପାର ଚାରି ଚୁଙ୍ଗୀ ଉପରେ ସେମାନଙ୍କ ସ୍ୱର୍ଣ୍ଣର ଆଙ୍କୁଡ଼ାସବୁ ବସାଇବ।
33 Ṣo aṣọ títa náà sí ìsàlẹ̀ àwọn ìkọ́, kí o sì gbé àpótí ẹ̀rí sí ẹ̀gbẹ́ aṣọ títa náà. Aṣọ títa náà yóò pínyà Ibi Mímọ́ kúrò ní Ibi Mímọ́ Jùlọ.
ପୁଣି, ଆଙ୍କୁଡ଼ା ସବୁର ତଳେ ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ବିଚ୍ଛେଦ ବସ୍ତ୍ର ମଧ୍ୟକୁ ସାକ୍ଷ୍ୟରୂପ ସିନ୍ଦୁକ ଆଣିବ; ତହିଁରେ ସେହି ବିଚ୍ଛେଦ ବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଭେଦକ ହେବ।
34 Fi ìtẹ́ àánú bo àpótí ẹ̀rí náà ni Ibi Mímọ́ Jùlọ.
ଆଉ ତୁମ୍ଭେ ମହାପବିତ୍ର ସ୍ଥାନରେ ସାକ୍ଷ୍ୟ-ସିନ୍ଦୁକ ଉପରେ ପାପାଚ୍ଛାଦନ ରଖିବ।
35 Gbé tábìlì náà sí ìta aṣọ títa náà sí ìhà gúúsù àgọ́ náà, kí o sì gbé ọ̀pá fìtílà sí òdìkejì rẹ̀ ní ìhà àríwá.
ବିଚ୍ଛେଦ ବସ୍ତ୍ରର ବାହାରେ ମେଜ ରଖିବ ଓ ମେଜ ସମ୍ମୁଖରେ ଆବାସର ଦକ୍ଷିଣ ଦିଗରେ ଦୀପବୃକ୍ଷ ରଖିବ ଓ ଉତ୍ତର ଦିଗରେ ମେଜ ରଖିବ।
36 “Fún ti ẹnu-ọ̀nà àgọ́ náà, ìwọ yóò ṣe aṣọ títa aláró, elése àlùkò, ti òdòdó àti ti ọ̀gbọ̀ olókùn wíwẹ́ tí a fi iṣẹ́ abẹ́rẹ́ ṣe.
ପୁଣି, ଆବାସର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରିବ।
37 Ìwọ ó sì ṣe ìkọ́ wúrà fún aṣọ títa yìí, àti òpó igi ṣittimu márùn-ún tí a sì fi wúrà bò. Kí o sì dà ihò ìtẹ̀bọ̀ idẹ márùn-ún fún wọn.
ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚଗୋଟି ଶିଟୀମ୍ କାଷ୍ଠର ସ୍ତମ୍ଭ ନିର୍ମାଣ କରି ସ୍ୱର୍ଣ୍ଣ ମଡ଼ାଇବ, ପୁଣି, ସ୍ୱର୍ଣ୍ଣରେ ତହିଁର ଆଙ୍କୁଡ଼ା କରିବ ଓ ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।