< Exodus 15 >

1 Nígbà náà ni Mose àti àwọn ọmọ Israẹli kọ orin yìí sí Olúwa, Èmi yóò kọrin sí Olúwa, nítorí òun pọ̀ ní ògo. Ẹṣin àti ẹni tí ó gùn ún ni ó ti sọ sínú Òkun.
ସେତେବେଳେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ଯଥା, “ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।
2 Olúwa ni agbára àti orin mi; òun ti di Olùgbàlà mi, òun ni Ọlọ́run mi, èmi ó yìn ín, Ọlọ́run baba mi, èmi ó gbé e ga.
ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ୱର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ୱର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା।
3 Ológun ni Olúwa, Olúwa ni orúkọ rẹ,
ସଦାପ୍ରଭୁ ଯୁଦ୍ଧବୀର; ସଦାପ୍ରଭୁ ତାହାଙ୍କର ନାମ।
4 kẹ̀kẹ́ ogun Farao àti ogun rẹ̀ ni ó mú wọ inú Òkun. Àwọn ọmọ-ogun Farao tó jáfáfá jùlọ ni ó rì sínú Òkun Pupa.
ସେ ଫାରୋଙ୍କର ରଥ ଓ ସୈନ୍ୟଗଣକୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି; ପୁଣି, ତାଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇଅଛନ୍ତି।
5 Ibú omi bò wọ́n mọ́lẹ̀; wọ́n sì rì sí ìsàlẹ̀ omi òkun bí òkúta.
ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି, ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ିଗଲେ।
6 “Ọwọ́ ọ̀tún rẹ, Olúwa, pọ̀ ní agbára. Ọwọ́ ọ̀tún rẹ, Olúwa, fọ́ àwọn ọ̀tá túútúú.
ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ; ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ,
7 “Nínú agbára ńlá rẹ ti ó tóbi ìwọ bi àwọn ti ó dìde sí ọ ṣubú. Ìwọ rán ìbínú gbígbóná rẹ; tí ó run wọ́n bí àgémọ́lẹ̀ ìdí koríko.
ତୁମ୍ଭେ ଆପଣା ଉତ୍କୃଷ୍ଟ ମହିମାରେ ଆପଣା ପ୍ରତିକୂଳାଚାରୀମାନଙ୍କୁ ନିପାତ କରିଥାଅ; ତୁମ୍ଭେ ଆପଣା କ୍ରୋଧାଗ୍ନି ପଠାଅ, ତାହା ସେମାନଙ୍କୁ ନଡ଼ା ପରି ଗ୍ରାସ କରେ।
8 Pẹ̀lú èémí imú rẹ ni omi fi ń wọ́jọ pọ̀. Ìṣàn omi dìde dúró bí odi; ibú omi sì dìpọ̀ láàrín Òkun.
ତୁମ୍ଭ ନାସିକାର ନିଃଶ୍ୱାସ ଦ୍ୱାରା ଜଳ ରାଶୀକୃତ ହେଲା; ସ୍ରୋତସକଳ ସେତୁ ପରି ଛିଡ଼ା ହୋଇ ରହିଲା; ସମୁଦ୍ର ମଧ୍ୟସ୍ଥଳରେ ଗଭୀର ଜଳ ଜମାଟ ହୋଇଗଲା।
9 Ọ̀tá ń gbéraga, ó ń wí pé, ‘Èmi ó lépa wọn, èmi ó bá wọn. èmi ó pín ìkógun; èmi ó tẹ́ ìfẹ́kúfẹ̀ẹ́ mi lọ́run lára wọn. Èmi yóò fa idà mi yọ, ọwọ́ mi yóò pa wọ́n run.’
ଶତ୍ରୁ କହିଲା: ‘ଆମ୍ଭେ ପଛେ ପଛେ ଗୋଡ଼ାଇବା, ଆମ୍ଭେ ସେମାନଙ୍କୁ ଧରିବା, ଆମ୍ଭେ ଲୁଟିତ ଦ୍ରବ୍ୟ ବିଭାଗ କରି ନେବା; ସେମାନଙ୍କ ଉପରେ ଆମ୍ଭର ଅଭିଳାଷ ପୂର୍ଣ୍ଣ ହେବ; ଆମ୍ଭେ ଆପଣା ଖଡ୍ଗ ନିଷ୍କୋଷ କରିବା, ଆମ୍ଭର ହସ୍ତ ସେମାନଙ୍କୁ ବିନାଶ କରିବ।’
10 Ìwọ fẹ́ èémí rẹ, òkun ru bò wọ́n mọ́lẹ̀. Wọ́n rì bí òjé ni àárín omi ńlá.
ମାତ୍ର ତୁମ୍ଭେ ଆପଣା ନିଃଶ୍ୱାସ ଦ୍ୱାରା ଫୁଙ୍କି ଦେଲ, ସମୁଦ୍ର ସେମାନଙ୍କୁ ଆଚ୍ଛାଦନ କଲା, ସେମାନେ ସୀସା ପରି ଗଭୀର ଜଳରେ ବୁଡ଼ିଗଲେ।
11 Ta ni nínú àwọn òrìṣà tó dàbí rẹ, Olúwa? Ta ló dàbí rẹ: ní títóbi, ní mímọ́ Ẹlẹ́rù ni yìn, tí ń ṣe ohun ìyanu?
ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟକ୍ରିୟାକାରୀ କିଏ?
12 “Ìwọ na apá ọ̀tún rẹ, ilẹ̀ si gbé wọn mì.
ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ବିସ୍ତାର କଲ, ପୃଥିବୀ ସେମାନଙ୍କୁ ଗ୍ରାସ କଲା।
13 Nínú ìfẹ́ rẹ ti kì í sákí Ìwọ ṣe amọ̀nà àwọn ènìyàn náà tí Ìwọ ti rà padà. Nínú agbára rẹ Ìwọ yóò tọ́ wọn, lọ sí ibi ìjókòó rẹ mímọ́.
ତୁମ୍ଭେ ଆପଣା ଦୟାରେ ନିଜ ମୁକ୍ତ ଲୋକମାନଙ୍କୁ ଗମନ କରାଉଅଛ, ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ପଥ କଢ଼ାଇ ତୁମ୍ଭ ପବିତ୍ର ନିବାସ ସ୍ଥାନକୁ ନେଇ ଯାଉଅଛ।
14 Orílẹ̀-èdè yóò gbọ́ wọn yóò wárìrì. Ìkáàánú yóò mi àwọn ènìyàn Filistia.
ଲୋକମାନେ ଏହା ଶୁଣିଅଛନ୍ତି, ସେମାନେ କମ୍ପୁଅଛନ୍ତି; ବେଦନା ପଲେଷ୍ଟୀୟ ନିବାସୀମାନଙ୍କୁ ଆକ୍ରାନ୍ତ କରିଅଛି।
15 Ìbẹ̀rù yóò mú àwọn ìjòyè Edomu, àwọn olórí Moabu yóò wárìrì. Àwọn ènìyàn Kenaani yóò sì yọ́ dànù.
ସେତେବେଳେ ଇଦୋମର ରାଜଗଣ ବିହ୍ୱଳ ହେଲେ; କମ୍ପ ମୋୟାବର ବଳବାନ ଲୋକଙ୍କୁ ଆକ୍ରମଣ କରୁଅଛି; କିଣାନ ନିବାସୀ ସମସ୍ତେ ତରଳି ଯାଇଅଛନ୍ତି।
16 Ìbẹ̀rù bojo yóò ṣubú lù wọ́n, nítorí nína títóbi apá rẹ̀ wọn yóò dúró jẹ́ẹ́ láì mira bí i òkúta, títí àwọn ènìyàn rẹ yóò fi rékọjá, Olúwa, títí tí àwọn ènìyàn tí o ti rà yóò fi rékọjá.
ତ୍ରାସ ଓ ଆଶଙ୍କା ସେମାନଙ୍କ ଉପରେ ପଡ଼ୁଅଛି; ହେ ସଦାପ୍ରଭୁ, ଯେପର୍ଯ୍ୟନ୍ତ ତୁମ୍ଭ ଲୋକମାନେ ଚାଲିଯାଇ ନାହାନ୍ତି, ଯେପର୍ଯ୍ୟନ୍ତ ତୁମ୍ଭ କ୍ରୀତ ଲୋକମାନେ ଚାଲିଯାଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭ ବାହୁ ବଳ ଦ୍ୱାରା ସେମାନେ ପ୍ରସ୍ତର ନ୍ୟାୟ ସ୍ତବ୍ଧ ହୋଇ ରହିଅଛନ୍ତି।
17 Ìwọ yóò mú wọn wá láti gbìn wọ́n ni orí òkè ti ìwọ jogún, ní ibi ti ìwọ ṣe fún ara rẹ, Olúwa. Láti máa gbé ibi mímọ́ ti ìwọ fi ọwọ́ rẹ gbé kalẹ̀, Olúwa.
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିବାସ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛ, ପ୍ରଭୁ, ତୁମ୍ଭର ହସ୍ତ ଯେଉଁ ଧର୍ମଧାମ ସ୍ଥାପନ କରିଅଛି, ତୁମ୍ଭେ ସେମାନଙ୍କୁ ଆଣି ଆପଣାର ସେହି ଅଧିକାର-ପର୍ବତରେ ରୋପଣ କରିବ।
18 “Olúwa yóò jẹ ọba láé àti láéláé.”
ସଦାପ୍ରଭୁ ଯୁଗାନୁକ୍ରମେ ଅନନ୍ତକାଳ ରାଜତ୍ୱ କରିବେ।”
19 Nígbà ti ẹṣin Farao, kẹ̀kẹ́ ogun àti àwọn ẹlẹ́ṣin rẹ̀ wọ inú Òkun, Olúwa mú kí omi òkun padà bò wọ́n mọ́lẹ̀, ṣùgbọ́n àwọn ọmọ Israẹli rìn lórí ìyàngbẹ ilẹ̀ la òkun kọjá.
କାରଣ ଫାରୋଙ୍କର ଅଶ୍ୱ, ରଥ ଓ ଅଶ୍ୱାରୂଢ଼ ଲୋକମାନେ ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତେ, ସଦାପ୍ରଭୁ ସେମାନଙ୍କ ଉପରେ ପୁନର୍ବାର ସମୁଦ୍ର ଜଳ ଆଣିଲେ; ମାତ୍ର ଇସ୍ରାଏଲ ସନ୍ତାନମାନେ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ।
20 Miriamu wòlíì obìnrin, arábìnrin Aaroni, mú ohun èlò orin ni ọwọ́ rẹ̀, gbogbo àwọn obìnrin sì jáde tẹ̀lé e pẹ̀lú ìlù òun ijó.
ଏଥିଉତ୍ତାରେ ହାରୋଣଙ୍କର ଭଗିନୀ ଭବିଷ୍ୟଦ୍‍ବକ୍ତ୍ରୀ ମରୀୟମ ହସ୍ତରେ ଦାରା ନେଲେ ଓ ତାଙ୍କର ପଛେ ପଛେ ଅନ୍ୟ ସ୍ତ୍ରୀସକଳ ଦାରା ନେଇ ନୃତ୍ୟ କରୁ କରୁ ବାହାର ହେଲେ।
21 Miriamu kọrin sí wọn báyìí pé, “Ẹ kọrin sí Olúwa, nítorí òun ni ológo jùlọ. Ẹṣin àti ẹni tí ó gùn ún, ni òun bi ṣubú sínú Òkun.”
ସେତେବେଳେ ମରୀୟମ ଲୋକମାନଙ୍କୁ ଉତ୍ତର କଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର; କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ୱ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି।”
22 Nígbà náà ni Mose ṣe amọ̀nà àwọn ènìyàn Israẹli jáde láti Òkun Pupa lọ sínú ijù Ṣuri. Wọ́n lọ ní ìrìn ọjọ́ mẹ́ta sínú ijù náà, wọn kò sì rí omi.
ଏଥିଉତ୍ତାରେ ମୋଶା ଇସ୍ରାଏଲଙ୍କୁ ସୂଫ ସାଗରଠାରୁ ଯାତ୍ରା କରାଇଲେ, ପୁଣି, ସେମାନେ ଶୂର-ପ୍ରାନ୍ତର ଆଡ଼କୁ ଯାତ୍ରା କଲେ, ସେମାନେ ପ୍ରାନ୍ତରରେ ତିନି ଦିନ ଯାତ୍ରା କରି ଜଳ ପାଇଲେ ନାହିଁ।
23 Nígbà tí wọ́n dé Mara, wọn kò lè mu omi Mara nítorí omi náà korò. (Nítorí náà ni a ṣe pe ibẹ̀ ni Mara: ibi ìkorò.)
ତହୁଁ ସେମାନେ ମାରାଠାରେ ଉପସ୍ଥିତ ହୁଅନ୍ତେ, ତିକ୍ତତା ହେତୁରୁ ମାରାର ଜଳ ପାନ କରି ପାରିଲେ ନାହିଁ; ଏଣୁ ତାହାର ନାମ ମାରା ହେଲା।
24 Àwọn ènìyàn ń kùn sí Mose wí pé, “Kí ni àwa yóò mu?”
ସେତେବେଳେ ଲୋକମାନେ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, “ଆମ୍ଭେମାନେ କଅଣ ପିଇବା?”
25 Mose sì ké pe Olúwa, Olúwa sì fi igi kan hàn án, ó sì sọ igi náà sínú omi, omi náà sì dùn. Níbẹ̀ ni Olúwa ti gbé ìlànà àti òfin kalẹ̀ fún wọn, níbẹ̀ ni ó sì ti dán wọn wò.
ତହିଁରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାଙ୍କୁ ଏକ-ପ୍ରକାର କାଷ୍ଠ ଦେଖାଇଲେ, ସେ ତାହା ନେଇ ଜଳରେ ପକାନ୍ତେ, ଜଳ ମିଷ୍ଟ ହେଲା। ସେହି ସ୍ଥାନରେ ସଦାପ୍ରଭୁ ସେମାନଙ୍କ ନିମନ୍ତେ ବିଧି ଓ ଆଦେଶ ନିରୂପଣ କଲେ, ପୁଣି, ସେମାନଙ୍କର ପରୀକ୍ଷା ନେଇ କହିଲେ,
26 Ó wí pé, “Bí ìwọ bá fetísílẹ̀ dáradára sí òfin Olúwa Ọlọ́run, ti ìwọ sì ṣe ohun tí ó tọ́ ni ojú rẹ̀, ti ìwọ sì tẹ̀lé ohun tí ó pàṣẹ, ti ìwọ si pa ìlànà rẹ̀ mọ́. Èmi kì yóò jẹ́ kí èyíkéyìí nínú àwọn ààrùn wọ̀n-ọn-nì ti mo mú wá sórí àwọn ará Ejibiti wá sí ara rẹ, nítorí Èmi ni Olúwa ti ó mú ọ láradá.”
“ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”
27 Nígbà ti wọ́n dé Elimu, níbi ti kànga omi méjìlá àti àádọ́rin ọ̀pẹ gbé wà, wọ́n pàgọ́ síbẹ̀ ni etí omi.
ଏଥିଉତ୍ତାରେ ସେମାନେ ଏଲୀମଠାରେ ଉପସ୍ଥିତ ହେଲେ; ସେଠାରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ତହିଁରେ ସେମାନେ ସେହି ଜଳ ନିକଟରେ ଛାଉଣି ସ୍ଥାପନ କଲେ।

< Exodus 15 >