< Exodus 13 >
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Ẹ ya àwọn àkọ́bí yín ọkùnrin sọ́tọ̀ fún mi. Èyí ti ó bá jẹ́ àkọ́bí láàrín àwọn ọmọ Israẹli jẹ́ tèmi, ìbá à ṣe ènìyàn tàbí ẹranko.”
“ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହୁଏ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରତିଷ୍ଠା କର; ତାହା ଆମ୍ଭର ଅଟେ।”
3 Nígbà náà ni Mose sọ fún àwọn ènìyàn náà pé, “Ẹ rántí ọjọ́ òní, ọjọ́ ti ẹ jáde kúrò ni ilẹ̀ Ejibiti, kúrò ní ilẹ̀ tí ẹ̀yin ti ń ṣe ẹrú, nítorí Olúwa mú un yín jáde kúrò ni inú rẹ̀ pẹ̀lú ọwọ́ agbára. Ẹ má ṣe jẹ ohunkóhun tí ó ni ìwúkàrà nínú.
ଏଥିଉତ୍ତାରେ ମୋଶା ଲୋକମାନଙ୍କୁ କହିଲେ, “ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ।
4 Òní, ní oṣù Abibu (oṣù kẹta ọdún tiwa) lónìí ẹ̀yin ń jáde kúrò ní Ejibiti.
ତୁମ୍ଭେମାନେ ଆବୀବ୍ ମାସର ଏହି ଦିନରେ ବାହାର ହେଲ।
5 Ní ìgbà tí Olúwa mú un yín jáde wá sí ilẹ̀ Kenaani, Hiti, Amori, Hifi àti ilẹ̀ àwọn Jebusi; ilẹ̀ tí ó ti ṣe búra láti fi fún àwọn baba ńlá yín, ilẹ̀ tí ó ń sàn fún wàrà àti oyin, ẹ ni láti pa ìsìn yìí mọ́ ní oṣù yìí.
ଆଉ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଦେଶ ତୁମ୍ଭଙ୍କୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଯେତେବେଳେ ସେ ତୁମ୍ଭଙ୍କୁ ଆଣିବେ, ସେହି ସମୟରେ ତୁମ୍ଭେ ଏହି ମାସରେ ଏହି ସେବାର କାର୍ଯ୍ୟ ସାଧନ କରିବ।
6 Fún ọjọ́ méje ni ìwọ yóò fi jẹ àkàrà tí kò ní ìwúkàrà nínú àti pé ní ọjọ́ keje ni àjọ yóò wà fún Olúwa.
ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଖାଇବ ଓ ସପ୍ତମ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ କରିବ।
7 Kí ẹ̀yin ó jẹ àkàrà tí kò ní ìwúkàrà fún ọjọ́ méje yìí; kó má ṣe sí ohunkóhun tí a fi ìwúkàrà ṣe ní sàkání yín.
ପୁଣି, ସେହି ସପ୍ତାହ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ ଓ ତୁମ୍ଭ ନିକଟରେ ତାଡ଼ି ମିଶ୍ରିତ ରୁଟି ଦେଖାଯିବ ନାହିଁ, ଆଉ ତୁମ୍ଭର ସମୁଦାୟ ଦେଶ ମଧ୍ୟରେ ତାଡ଼ି ଦୃଷ୍ଟ ହେବ ନାହିଁ।
8 Ní ọjọ́ náà, ìwọ yóò sì sọ fún àwọn ọmọ rẹ ọkùnrin, ‘Mo ń ṣe èyí nítorí ohun tí Olúwa ṣe fún mi nígbà tí èmi jáde kúrò ni ilẹ̀ Ejibiti.’
ପୁଣି, ସେହି ଦିନ ତୁମ୍ଭେ ଆପଣା ପୁତ୍ରକୁ କହିବ, ‘ମିସରଠାରୁ ଆମ୍ଭେ ବାହାର ହେବା ବେଳେ ସଦାପ୍ରଭୁ ଆମ୍ଭ ପ୍ରତି ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁର ସ୍ମରଣ ନିମନ୍ତେ ଏହା ହୁଏ।’
9 Ṣíṣe èyí yóò wà fún àmì ní ọwọ́ rẹ, àti bí àmì ìrántí ni iwájú orí rẹ, tí yóò máa rán ọ létí òfin Olúwa ní ẹnu rẹ. Nítorí Olúwa mú ọ jáde láti ilẹ̀ Ejibiti pẹ̀lú ọwọ́ agbára ńlá rẹ̀.
ପୁଣି, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ; ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତ ଦ୍ୱାରା ମିସରଠାରୁ ତୁମ୍ଭଙ୍କୁ ବାହାର କରି ଆଣିଅଛନ୍ତି।
10 Ìwọ gbọdọ̀ pa òfin náà mọ́ ní àkókò tí a yàn bí ọdún tí ń gorí ọdún.
ଏହେତୁ ସମୟାନୁସାରେ ତୁମ୍ଭେ ପ୍ରତି ବର୍ଷ ଏହି ବିଧି ପାଳନ କରିବ।
11 “Lẹ́yìn tí Olúwa tí mú ọ wá sí ilẹ̀ àwọn ará Kenaani tí ó sì fi fún ọ gẹ́gẹ́ bí òun ti ṣe ìlérí pẹ̀lú ìbúra fún ọ àti fún àwọn baba ńlá rẹ̀,
ସଦାପ୍ରଭୁ ତୁମ୍ଭ ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ସେ ଯେତେବେଳେ କିଣାନୀୟ ଲୋକମାନଙ୍କର ଦେଶରେ ପ୍ରବେଶ କରାଇ ତୁମ୍ଭଙ୍କୁ ତାହା ଦେବେ;
12 ìwọ yóò fi àkọ́bí inú rẹ fún Olúwa. Gbogbo àkọ́bí ti ó jẹ́ akọ ti ẹran ọ̀sìn rẹ ní ó jẹ́ ti Olúwa.
ସେତେବେଳେ ତୁମ୍ଭେ ପ୍ରଥମଜାତ ସମସ୍ତ ଗର୍ଭଫଳ ଓ ତୁମ୍ଭ ପଶୁଠାରୁ ଜାତ ପ୍ରତ୍ୟେକ ପ୍ରଥମ ଗର୍ଭଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ କରିବ; ପୁଂସନ୍ତାନ ସକଳ ସଦାପ୍ରଭୁଙ୍କର ହେବେ।
13 Ìwọ yóò fi ọ̀dọ́-àgùntàn ra àkọ́bí kẹ́tẹ́kẹ́tẹ́ padà, ṣùgbọ́n bí ìwọ kò bá rà á padà, ǹjẹ́ kí ìwọ ṣẹ́ ẹ ní ọrùn, gbogbo àkọ́bí ọkùnrin ni kí ìwọ kí ó rà padà.
ପୁଣି, ତୁମ୍ଭେ ମେଷଶାବକ ଦେଇ ପ୍ରତ୍ୟେକ ପ୍ରଥମଜାତ ଗର୍ଦ୍ଦଭକୁ ମୁକ୍ତ କରିବ; ଯଦି ମୁକ୍ତ ନ କରିବ, ତେବେ ତାʼର ବେକ ଭାଙ୍ଗିବ; ମାତ୍ର ତୁମ୍ଭ ପୁତ୍ରମାନଙ୍କ ମଧ୍ୟରୁ ମନୁଷ୍ୟର ପ୍ରଥମଜାତ ସମସ୍ତଙ୍କୁ ମୁକ୍ତ କରିବାକୁ ହେବ।
14 “Yóò sí ṣe ní àwọn ọjọ́ tí ń bọ̀, ní ìgbà tí àwọn ọmọ yín yóò béèrè lọ́wọ́ yín, ‘Kí ni èyí túmọ̀ sí?’ Kí ìwọ kí ó sọ fún wọn pé, ‘Pẹ̀lú ọwọ́ agbára ní Olúwa fi mú wa jáde kúrò ni ilẹ̀ Ejibiti, kúrò ní oko ẹrú.
ଆଉ ଭବିଷ୍ୟତ କାଳରେ ତୁମ୍ଭର ପୁତ୍ର ଯଦି ପଚାରିବ, ‘ଏହା କଅଣ?’ ତେବେ ତୁମ୍ଭେ କହିବ, ‘ସଦାପ୍ରଭୁ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବାହୁ ବଳ ଦ୍ୱାରା ଦାସଗୃହ ସ୍ୱରୂପ ମିସରଠାରୁ ବାହାର କଲେ,
15 Ní ìgbà ti Farao ṣe orí kunkun, ti ó kọ̀ láti jẹ́ kí a lọ, Olúwa pa gbogbo àwọn àkọ́bí ilẹ̀ Ejibiti, àti ènìyàn àti ẹranko. Ìdí èyí ni àwa fi ń fi gbogbo àkọ́bí tí í ṣe akọ rú ẹbọ sí Olúwa láti fi ṣe ìràpadà fún àwọn àkọ́bí wa ọkùnrin.’
ସେତେବେଳେ ଫାରୋ ଆମ୍ଭମାନଙ୍କୁ ଯିବାକୁ ଦେବା ପାଇଁ କଠିନ ହୁଅନ୍ତେ, ସଦାପ୍ରଭୁ ମିସର ଦେଶସ୍ଥିତ ମନୁଷ୍ୟ ଓ ପଶ୍ୱାଦିର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ବଧ କରିଥିଲେ; ଏହେତୁ ଆମ୍ଭେ ପ୍ରଥମଜାତ ପୁତ୍ରସନ୍ତାନମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁ; ମାତ୍ର ଆମ୍ଭର ପ୍ରଥମଜାତ ପୁତ୍ର ସମସ୍ତଙ୍କୁ ମୁକ୍ତ କରୁ।’
16 Èyí yóò sì jẹ́ àmì ni ọwọ́ yín àti àmì ní iwájú orí yín pé Olúwa mú wa jáde láti ilẹ̀ Ejibiti wá pẹ̀lú ọwọ́ agbára ńlá.”
ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ; ଯେହେତୁ ସଦାପ୍ରଭୁ ବାହୁ ବଳରେ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।”
17 Ní ìgbà tí Farao jẹ́ kí àwọn ènìyàn ó lọ, Ọlọ́run kò mú wọn tọ ojú ọ̀nà ti ó la orílẹ̀-èdè àwọn Filistini kọjá, bí o tilẹ̀ jẹ́ pé ọ̀nà náà kúrú. Nítorí Ọlọ́run sọ pé, “Bí wọ́n bá dojúkọ ogun, wọ́n lè yí ọkàn wọn padà kí wọ́n padà sí ilẹ̀ Ejibiti.”
ଏଥିଉତ୍ତାରେ ଫାରୋ ଲୋକମାନଙ୍କୁ ଯିବାକୁ ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ୱର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ୱର କହିଲେ, “ଯେବେ ଲୋକମାନେ ଯୁଦ୍ଧ ଦେଖନ୍ତି ସେମାନେ ଆପଣା ଆପଣାର ମନକୁ ବଦଳାଇ ମିସରକୁ ଫେରିଯାଇ ପାରନ୍ତି।”
18 Nítorí náà Ọlọ́run darí àwọn ènìyàn rọkọ gba ọ̀nà aginjù ní apá Òkun Pupa. Àwọn ọmọ Israẹli jáde kúrò ní ilẹ̀ Ejibiti pẹ̀lú ìmúra fún ogun.
ଏହେତୁ ପରମେଶ୍ୱର ସେମାନଙ୍କୁ ସୂଫ ସାଗରର ପ୍ରାନ୍ତରଗାମୀ ବକ୍ର ପଥରେ ଗମନ କରାଇଲେ ଓ ଇସ୍ରାଏଲ-ସନ୍ତାନଗଣ ସସଜ୍ଜ ହୋଇ ମିସରଠାରୁ ଯାତ୍ରା କଲେ।
19 Mose kó egungun Josẹfu pẹ̀lú rẹ̀ nítorí Josẹfu tí mú kí àwọn ọmọ Israẹli búra. Ó ti wí pé, “Dájúdájú Ọlọ́run yóò dìde fún ìrànlọ́wọ́ yín ẹ sì gbọdọ̀ kó egungun mi lọ pẹ̀lú yín kúrò níhìn-ín yìí.”
ପୁଣି, ମୋଶା ଯୋଷେଫଙ୍କର ଅସ୍ଥି ଆପଣା ସଙ୍ଗେ ନେଲେ; କାରଣ ସେ ଇସ୍ରାଏଲ-ସନ୍ତାନଗଣକୁ ଦୃଢ଼ ଶପଥ କରାଇ କହିଥିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ; ସେସମୟରେ ତୁମ୍ଭେମାନେ ଆପଣାମାନଙ୍କ ସହିତ ଆମ୍ଭର ଅସ୍ଥି ଏହି ସ୍ଥାନରୁ ନେଇଯିବ।”
20 Wọ́n sì mú ọ̀nà wọn pọ̀n láti Sukkoti lọ, wọ́n sì pàgọ́ sí Etamu ní etí aginjù.
ଏଥିଉତ୍ତାରେ ସେମାନେ ସୁକ୍କୋତଠାରୁ ଯାତ୍ରା କରି ପ୍ରାନ୍ତର-ଧାରସ୍ଥିତ ଏଥମରେ ଛାଉଣି କଲେ।
21 Olúwa sì ń lọ níwájú wọn, nínú ọ̀wọ̀n ìkùùkuu ní ọ̀sán láti máa ṣe amọ̀nà wọn àti ní òru nínú ọ̀wọ̀n iná láti máa tan ìmọ́lẹ̀ fún wọn, kí wọn lè máa lọ nínú ìrìnàjò wọn ní tọ̀sán tòru.
ସେମାନେ ଯେପରି ଦିବସରେ ଓ ରାତ୍ରିରେ ଯାତ୍ରା କରି ପାରିବେ, ଏଥିପାଇଁ ସଦାପ୍ରଭୁ ଦିବସରେ ପଥ କଢ଼ାଇବା ନିମନ୍ତେ ମେଘ ସ୍ତମ୍ଭରେ ଓ ରାତ୍ରିରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭରେ ଥାଇ ସେମାନଙ୍କ ଆଗେ ଆଗେ ଯାତ୍ରା କଲେ;
22 Ìkùùkuu náà kò kúrò ní ààyè rẹ̀ ní ọ̀sán, bẹ́ẹ̀ ni, ọ̀wọ̀n iná kò kúrò ní ààyè rẹ̀ ni òru, ní iwájú àwọn ènìyàn náà.
ସେ ଲୋକମାନଙ୍କ ସମ୍ମୁଖରୁ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ସ୍ଥାନାନ୍ତର କଲେ ନାହିଁ।