< Deuteronomy 5 >
1 Mose sì pe gbogbo Israẹli jọ, ó sì wí pé, Gbọ́ ìwọ Israẹli, gbọ́ ìlànà àti òfin tí mo mú wá sí etí ìgbọ́ ọ yín lónìí. Ẹ kọ wọ́n, kí ẹ sì ri dájú pé ẹ̀ ń ṣe wọ́n.
ତହୁଁ ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି କହିଲେ, “ହେ ଇସ୍ରାଏଲ, ମୁଁ ତୁମ୍ଭମାନଙ୍କ ଶିକ୍ଷାର୍ଥେ, ରକ୍ଷାର୍ଥେ ଓ ପାଳନାର୍ଥେ ଆଜି ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ ଯେଉଁସବୁ ବିଧି ଓ ଶାସନ କହୁଅଛି, ତହିଁରେ ମନୋଯୋଗ କର।
2 Olúwa Ọlọ́run wa bá wa dá májẹ̀mú ní Horebu.
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ।
3 Kì í ṣe àwọn baba wa ni Olúwa bá dá májẹ̀mú yìí bí kò ṣe àwa, àní pẹ̀lú gbogbo àwa tí a wà láààyè níbí lónìí.
ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ; ମାତ୍ର ଆଜି ଏହି ସ୍ଥାନରେ ଜୀବିତ ଅଟୁ ଯେ ଆମ୍ଭେମାନେ, ଆମ୍ଭ ସମସ୍ତଙ୍କ ସହିତ ତାହା କଲେ।
4 Olúwa bá a yín sọ̀rọ̀ lójúkojú láàrín iná lórí òkè.
ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁଖାମୁଖୀ କଥା କହିଲେ।
5 (Ní ìgbà yìí, mo wà láàrín ẹ̀yin pẹ̀lú Ọlọ́run láti sọ ọ̀rọ̀ Olúwa fún un yín torí pé ẹ̀rù Ọlọ́run ń bà yín, ẹ kò sì lè kọjá lọ sórí òkè.) Ó sì wí pé,
ସେହି ସମୟରେ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ ଜ୍ଞାତ କରାଇବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଠିଆ ହେଲି; କାରଣ ତୁମ୍ଭେମାନେ ଅଗ୍ନି ସକାଶୁ ଭୀତ ହେବାରୁ ପର୍ବତ ଆରୋହଣ କଲ ନାହିଁ; ତାହାଙ୍କର ବାକ୍ୟ ଏହି, ଯଥା,
6 “Èmi ni Olúwa Ọlọ́run yín, tí ó mú un yín jáde láti ilẹ̀ Ejibiti, láti oko ẹrú jáde wá.
ଯେ ତୁମ୍ଭଙ୍କୁ ଦାସ୍ୟଗୃହ ସ୍ୱରୂପ ମିସର ଦେଶରୁ ବାହାର କରି ଆଣିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।
7 “Ìwọ kò gbọdọ̀ ní ọlọ́run mìíràn pẹ̀lú mi.
ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ।
8 Ìwọ kò gbọdọ̀ ṣe ère fún ara yín, tàbí àwòrán ohun kan tí ń bẹ ní òkè ọ̀run, tàbí ti ohun kan tí ń bẹ ní ìsàlẹ̀ ilẹ̀, tàbí ti ohun kan tí ń bẹ nínú omi ní ìsàlẹ̀ ilẹ̀.
ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି (ବସ୍ତୁର) ପ୍ରତିମୂର୍ତ୍ତି (ନିର୍ମାଣ କରିବ ନାହିଁ)।
9 Ìwọ kò gbọdọ̀ tẹ orí ara rẹ ba fún wọn, bẹ́ẹ̀ ni ìwọ kò gbọdọ̀ sìn wọ́n; nítorí Èmi Olúwa Ọlọ́run rẹ, Ọlọ́run owú ni mí, tí ń bẹ ẹ̀ṣẹ̀ àwọn baba wò lára àwọn ọmọ, láti ìran kẹta títí dé ẹ̀kẹrin nínú àwọn tí ó kórìíra mi.
ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ; କି ସେମାନଙ୍କର ସେବା କରିବ ନାହିଁ; ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା;
10 Èmi a sì máa fi àánú hàn sí ẹgbẹẹgbẹ̀rún àwọn tí ó fẹ́ mi, tí wọ́n sì ń pa òfin mi mọ́.
ମାତ୍ର ଯେଉଁମାନେ ଆମ୍ଭଙ୍କୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର (ପୁରୁଷ) ପର୍ଯ୍ୟନ୍ତ ଦୟାକାରୀ।
11 Ẹ má ṣe ṣi orúkọ Olúwa Ọlọ́run yín lò, torí pé ẹnikẹ́ni tí o bá ṣi orúkọ rẹ̀ lò kì yóò lọ láìjẹ̀bi.
ତୁମ୍ଭେ ମିଥ୍ୟାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ନାମ ନେବ ନାହିଁ; ଯେହେତୁ ଯେକେହି ମିଥ୍ୟାରେ ତାହାଙ୍କ ନାମ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ।
12 Rántí ọjọ́ ìsinmi láti yà á sí mímọ́, bí Olúwa Ọlọ́run yín ti pàṣẹ fún un yín.
ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାନୁସାରେ ବିଶ୍ରାମବାର ପାଳନ କରି ପବିତ୍ର କର।
13 Ọjọ́ mẹ́fà ni ìwọ yóò fi ṣiṣẹ́, kí ìwọ kí ó ṣe gbogbo iṣẹ́ rẹ.
ତୁମ୍ଭେ ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ;
14 Ṣùgbọ́n ọjọ́ keje ni ọjọ́ ìsinmi Olúwa Ọlọ́run rẹ: nínú rẹ̀ ìwọ kò gbọdọ̀ ṣe iṣẹ́kíṣẹ́ kan: ìwọ, àti ọmọ rẹ ọkùnrin àti ọmọ rẹ obìnrin, ọmọ ọ̀dọ̀ rẹ ọkùnrin àti ọmọ ọ̀dọ̀ rẹ obìnrin, àti akọ màlúù rẹ, àti kẹ́tẹ́kẹ́tẹ́ rẹ, àti ohun ọ̀sìn rẹ kan, àti àlejò tí ń bẹ nínú ibodè rẹ; kí ọmọ ọ̀dọ̀ rẹ ọkùnrin àti ọmọ ọ̀dọ̀ rẹ obìnrin kí ó lè sinmi gẹ́gẹ́ bí ìwọ.
ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ତୁମ୍ଭର ଦାସୀ, ତୁମ୍ଭର ଗୋରୁ, କି ତୁମ୍ଭର ଗର୍ଦ୍ଦଭ, ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ; ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭ ପରି ବିଶ୍ରାମ କରିବେ।
15 Sì rántí pé, ìwọ ti jẹ́ ẹrú ní Ejibiti rí, àti pé Olúwa Ọlọ́run rẹ yọ ọ́ kúrò níbẹ̀ pẹ̀lú agbára ńlá, àti nína ọwọ́ rẹ̀. Torí èyí ni Olúwa Ọlọ́run rẹ ṣe pàṣẹ fún ọ láti ya ọjọ́ ìsinmi sí mímọ́.
ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଶ୍ରାମବାର ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି।
16 Bọ̀wọ̀ fún baba òun ìyá rẹ, bí Olúwa Ọlọ́run yín ti pàṣẹ fún ọ, kí ọjọ́ rẹ kí ó lè pẹ́, àti kí ó lè dára fún ọ ní ilẹ̀ tí Olúwa Ọlọ́run rẹ fi fún ọ.
ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାଙ୍କୁ ସମାଦର କର; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ଓ ମଙ୍ଗଳ ହେବ।
17 Ìwọ kò gbọdọ̀ pànìyàn.
ତୁମ୍ଭେ ନରହତ୍ୟା କରିବ ନାହିଁ।
18 Ìwọ kò gbọdọ̀ ṣe panṣágà.
କିଅବା ତୁମ୍ଭେ ବ୍ୟଭିଚାର କରିବ ନାହିଁ।
କିଅବା ତୁମ୍ଭେ ଚୋରି କରିବ ନାହିଁ।
20 Ìwọ kò gbọdọ̀ jẹ́rìí èké sí ẹnìkejì rẹ.
କିଅବା ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।
21 Ìwọ kò gbọdọ̀ ṣe ojúkòkòrò sí aya ẹnìkéjì rẹ, bẹ́ẹ̀ ni ìwọ kò gbọdọ̀ ṣe ojúkòkòrò sí ilé ẹnìkéji rẹ, oko rẹ̀, àti ọmọ ọ̀dọ̀ rẹ̀ ọkùnrin, àti ọmọ ọ̀dọ̀ rẹ̀ obìnrin, akọ màlúù rẹ̀ àti kẹ́tẹ́kẹ́tẹ́ rẹ̀, àti ohun gbogbo tí í ṣe ti ẹnìkéji rẹ.”
କିଅବା ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ; କିଅବା ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କି ତାହାର କ୍ଷେତ୍ର, ତାହାର ଦାସ, କି ତାହାର ଦାସୀ, ତାହାର ଗୋରୁ, କି ତାହାର ଗର୍ଦ୍ଦଭ, କି ତୁମ୍ଭ ପ୍ରତିବାସୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।
22 Wọ̀nyí ni àwọn àṣẹ Olúwa tí a kéde rẹ̀ sí gbogbo ìpéjọpọ̀ ọ yín, níbẹ̀ ní orí òkè, láàrín iná, ìkùùkuu àti òkùnkùn biribiri, kò sì fi ohunkóhun kún un mọ́. Ó sì kọ wọ́n sínú wàláà méjì, Ó sì fi wọ́n lé mi lọ́wọ́.
ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ, ଆଉ କିଛି କହିଲେ ନାହିଁ। ତହୁଁ ସେ ଏହି ସମସ୍ତ କଥା ଦୁଇ ଖଣ୍ଡ ପ୍ରସ୍ତର ପଟାରେ ଲେଖି ମୋତେ ସମର୍ପଣ କଲେ।
23 Nígbà tí ẹ gbóhùn láti inú òkùnkùn wá, nígbà tí iná náà ń yọ iná lala, àwọn aṣáájú ẹ̀yà a yín àti àwọn àgbàgbà yín tọ̀ mí wá.
ମାତ୍ର ପର୍ବତ ଅଗ୍ନିରେ ଜ୍ୱଳିବା ସମୟରେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ରବ ଶୁଣି, ତୁମ୍ଭେମାନେ ଅର୍ଥାତ୍, ତୁମ୍ଭମାନଙ୍କ ବଂଶାଧ୍ୟକ୍ଷ ଓ ପ୍ରାଚୀନମାନେ, ମୋʼ ନିକଟକୁ ଆସିଲ;
24 Ẹ sì sọ pé, “Olúwa Ọlọ́run wa ti fi ògo rẹ̀ hàn wá, àti títóbi rẹ̀ a sì ti gbóhùn rẹ̀ láti àárín iná wá. A ti rí i lónìí pé, ènìyàn sì lè wà láààyè lẹ́yìn tí Ọlọ́run bá bá a sọ̀rọ̀.
ପୁଣି, ତୁମ୍ଭେମାନେ କହିଲ, ‘ଦେଖ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି, ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଅଛୁ; ଆମ୍ଭେମାନେ ଆଜି ଦେଖିଅଛୁ ଯେ, ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ସୁଦ୍ଧା ସେ ବଞ୍ଚିପାରେ।
25 Ṣùgbọ́n èéṣe tí àwa yóò fi kú? Iná ńlá yìí yóò jó wa run, bí àwa bá sì tún gbọ́ ohun Olúwa Ọlọ́run wa, àwa ó kú.
ମାତ୍ର ଆମ୍ଭେମାନେ ଏବେ କାହିଁକି ମରିବା? କାରଣ ଏହି ମହା-ଅଗ୍ନି ଆମ୍ଭମାନଙ୍କୁ ଗ୍ରାସ କରିବ; ଆମ୍ଭେମାନେ ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବ ଆଉ ଥରେ ଶୁଣିବା, ତେବେ ଆମ୍ଭେମାନେ ମରିଯିବା।
26 Ta ni nínú ẹlẹ́ran ara tí ó ti gbọ́ ohun Ọlọ́run alààyè láti inú iná rí, bí àwa ti gbọ́ ọ, tí a sì wà láyé?
କାରଣ ଆମ୍ଭେମାନେ ଯେପରି ଜୀବିତ ପରମେଶ୍ୱରଙ୍କ ରବ ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଅଛୁ, ପ୍ରାଣୀମାନଙ୍କ ମଧ୍ୟରେ କିଏ ଏପରି ହୋଇଅଛି?
27 Súnmọ́ tòsí ibẹ̀ kí o sì gbọ́ gbogbo ohun tí Olúwa Ọlọ́run wa yóò sọ, nígbà náà sọ ohunkóhun tí Olúwa Ọlọ́run wa sọ fún ọ fún wa. A ó sì fetísílẹ̀, a ó sì gbọ́rọ̀.”
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା କହିବେ, ତୁମ୍ଭେ ନିକଟକୁ ଯାଇ ତାହା ଶୁଣ; ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ଯାହା କହିବେ, ସେସମସ୍ତ କଥା ତୁମ୍ଭେ ଆମ୍ଭମାନଙ୍କୁ କୁହ; ଆମ୍ଭେମାନେ ତାହା ଶୁଣି ପାଳନ କରିବା।’
28 Olúwa ń gbọ́ nígbà tí ẹ̀yin ń bá mi sọ̀rọ̀, Olúwa sì sọ fún mi pé, “Mo ti gbọ́ ohun tí àwọn ènìyàn yí sọ fún ọ. Gbogbo ohun tí wọ́n sọ dára,
ତୁମ୍ଭେମାନେ ଯେତେବେଳେ ମୋତେ ଏହି କଥା କହିଲ, ‘ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଅଛନ୍ତି, ଆମ୍ଭେ ସେହି ବାକ୍ୟର ରବ ଶୁଣିଅଛୁ; ସେମାନେ ଯାହା କହିଅଛନ୍ତି, ତାହା ଭଲ କହିଅଛନ୍ତି।
29 ìbá ti dára tó, bí ọkàn wọn bá lè bẹ̀rù mi, tí ó sì ń pa gbogbo òfin mi mọ́ nígbà gbogbo, kí ó bá à lè dára fún wọn, àti àwọn ọmọ wọn láéláé.
ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତକାଳସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭଙ୍କୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞାସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତା!
30 “Lọ sọ fún wọn kí wọn padà sínú àgọ́ wọn.
ତୁମ୍ଭେ ଯାଇ ସେମାନଙ୍କୁ କୁହ ଯେ, ତୁମ୍ଭେମାନେ ଆପଣା ଆପଣା ତମ୍ବୁକୁ ଫେରିଯାଅ।
31 Ṣùgbọ́n ìwọ túbọ̀ dúró síbí pẹ̀lú mi, kí n bá à lè fún ọ ní àwọn àṣẹ tí o gbọdọ̀ fi kọ́ wọn láti máa tẹ̀lé ní ilẹ̀ náà tí èmi ó fi fún wọn láti ní.”
ମାତ୍ର ତୁମ୍ଭେ ଏହି ସ୍ଥାନରେ ଆମ୍ଭ ନିକଟରେ ଠିଆ ହୁଅ, ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଯେଉଁ ଦେଶ ଦେବା, ସେହି ଦେଶରେ ସେମାନେ ପାଳନ କରିବା ପାଇଁ ତୁମ୍ଭେ ଯେଉଁ ବିଧି ଓ ଆଜ୍ଞା ଓ ଶାସନ ସେମାନଙ୍କୁ ଶିଖାଇବ ତାହାସବୁ ଆମ୍ଭେ ତୁମ୍ଭକୁ କହିବା।’
32 Torí èyí, ẹ ṣọ́ra láti máa ṣe ohun tí Olúwa Ọlọ́run yín tí pa ní àṣẹ fún un yín; ẹ má ṣe yà sọ́tùn ún tàbí sósì.
ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ; ତୁମ୍ଭେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ।
33 Ẹ rìn ní gbogbo ọ̀nà tí Olúwa Ọlọ́run yín ti pàṣẹ fún un yín, kí ẹ bá à le yè, kí ó sì dára fún un yín, kí ọjọ́ ọ yín bá à lè pẹ́ ní ilẹ̀ tí ẹ̀yin yóò gbà.
ଯେପରି ତୁମ୍ଭେମାନେ ବଞ୍ଚିବ ଓ ତୁମ୍ଭମାନଙ୍କର ମଙ୍ଗଳ ହେବ, ପୁଣି ଯେଉଁ ଦେଶ ତୁମ୍ଭେମାନେ ଅଧିକାର କରିବ, ତହିଁରେ ଯେପରି ତୁମ୍ଭମାନଙ୍କର ଦୀର୍ଘ ପରମାୟୁ ହେବ, ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଯେଉଁ ପଥରେ ଚାଲିବାକୁ ଆଜ୍ଞା ଦେଇଅଛନ୍ତି, ସେହି ସମସ୍ତ ପଥରେ ଚାଲ।”