< Deuteronomy 32 >

1 Fetísílẹ̀, ẹ̀yin ọ̀run, èmi yóò sọ̀rọ̀; ẹ gbọ́, ìwọ ayé, ọ̀rọ̀ ẹnu mi.
ହେ ଆକାଶମଣ୍ଡଳ, କର୍ଣ୍ଣ ଦିଅ, ଆମ୍ଭେ କହିବା; ପୁଣି ପୃଥିବୀ ଆମ୍ଭ ମୁଖର ବାକ୍ୟ ଶ୍ରବଣ କରୁ;
2 Jẹ́ kí ẹ̀kọ́ ọ̀ mi máa rọ̀ bí òjò, kí àwọn ọ̀rọ̀ mi máa sọ̀kalẹ̀ bí ìrì, bí òjò wíníwíní sára ewéko tuntun, bí ọ̀wààrà òjò sára ohun ọ̀gbìn.
ମୋହର ଉପଦେଶ ବୃଷ୍ଟି ପରି ବର୍ଷିବ; ମୋହର କଥା ଶିଶିର ପରି କ୍ଷରିବ; ତାହା କୋମଳ ତୃଣ ଉପରେ ବୁନ୍ଦା ବୃଷ୍ଟି ତୁଲ୍ୟ ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
3 Èmi yóò kókìkí orúkọ Olúwa. Ẹyin títóbi Ọlọ́run wa!
କାରଣ ମୁଁ ସଦାପ୍ରଭୁଙ୍କ ନାମ ପ୍ରଚାର କରିବି; ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।
4 Òun ni àpáta, iṣẹ́ ẹ rẹ̀ jẹ́ pípé, gbogbo ọ̀nà an rẹ̀ jẹ́ òdodo. Ọlọ́run olóòtítọ́ tí kò ṣe àṣìṣe kan, Ó dúró ṣinṣin, òdodo àti òtítọ́ ni òun.
ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି।
5 Wọ́n ti ṣe iṣẹ́ ìbàjẹ́ sọ́dọ̀ ọ rẹ̀; fún ìtìjú u wọn, wọn kì í ṣe ọmọ rẹ̀ mọ́, ṣùgbọ́n ìran tí ó yí sí apá kan tí ó sì dorí kodò.
ସେମାନେ ତାହାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି, ସେମାନେ ତାହାଙ୍କର ସନ୍ତାନ ନୁହନ୍ତି, ମାତ୍ର ସନ୍ତାନମାନଙ୍କର କଳଙ୍କ; ସେମାନେ ବିପଥଗାମୀ ଓ କୁଟିଳ ବଂଶ।
6 Ṣé báyìí ni ẹ̀yin yóò ṣe san an fún Olúwa, ẹ̀yin aṣiwèrè àti aláìgbọ́n ènìyàn? Ǹjẹ́ òun kọ́ ni baba yín, Ẹlẹ́dàá yín, tí ó dá a yín tí ó sì mọ yín?
ହେ ମୂଢ଼ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ; ସେ କି ତୁମ୍ଭର କ୍ରୟକାରୀ ପିତା ନୁହନ୍ତି? ସେ ତୁମ୍ଭର ସୃଷ୍ଟି ଓ ସ୍ଥିତିକର୍ତ୍ତା ଅଟନ୍ତି।
7 Rántí ìgbà láéláé; wádìí àwọn ìran tí ó ti kọjá. Béèrè lọ́wọ́ baba à rẹ yóò sì sọ fún ọ, àwọn àgbàgbà rẹ, wọn yóò sì ṣàlàyé fún ọ.
ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହୁ ପୁରୁଷର ବର୍ଷ ବିବେଚନା କର; ତୁମ୍ଭ ପିତାଙ୍କୁ ପଚାର, ସେ ତୁମ୍ଭକୁ ଜଣାଇବେ; ତୁମ୍ଭ ପ୍ରାଚୀନମାନଙ୍କୁ ପଚାର, ସେମାନେ ତୁମ୍ଭକୁ କହିବେ।
8 Nígbà tí Ọ̀gá-ògo fi ogún àwọn orílẹ̀-èdè fún wọn, nígbà tí ó pín onírúurú ènìyàn, ó sì gbé ààlà kalẹ̀ fún àwọn ènìyàn gẹ́gẹ́ bí iye ọmọkùnrin Israẹli.
ସର୍ବୋପରିସ୍ଥ ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେଲେ; ଯେତେବେଳେ ସେ ମନୁଷ୍ୟ ସନ୍ତାନମାନଙ୍କୁ ପୃଥକ କଲେ, ସେତେବେଳେ ଇସ୍ରାଏଲ-ସନ୍ତାନଗଣର ସଂଖ୍ୟାନୁସାରେ ସେ ଲୋକମାନଙ୍କର ସୀମା ସ୍ଥାପନ କଲେ।
9 Nítorí ìpín Olúwa ni àwọn ènìyàn an rẹ̀, Jakọbu ni ìpín ìní i rẹ̀.
କାରଣ ସଦାପ୍ରଭୁଙ୍କ ଅଂଶ ତାହାଙ୍କର ଲୋକ ଯାକୁବ ତାହାଙ୍କର ଅଧିକାରର ବାଣ୍ଟ।
10 Ní aginjù ni ó ti rí i, ní aginjù níbi tí ẹranko kò sí. Ó yíká, ó sì tọ́jú rẹ̀, ó pa á mọ́ bí ẹyin ojú u rẹ̀.
ସେ ତାହାକୁ ପ୍ରାନ୍ତର ଦେଶରେ ଓ ପଶୁବୋବାଳିପୂର୍ଣ୍ଣ ଘୋର ମରୁଭୂମିରେ ପାଇଲେ; ସେ ତାହାକୁ ଚାରିଆଡ଼ୁ ଆବୋରିଲେ, ସେ ତାହା ବିଷୟରେ ମନୋଯୋଗ କଲେ, ସେ ତାହାକୁ ଆପଣା ଚକ୍ଷୁର ପିତୁଳା ପରି ରଖିଲେ।
11 Bí idì ti í ru ìtẹ́ rẹ̀ ti ó sì ń rábàbà sórí ọmọ rẹ̀, tí ó na ìyẹ́ apá rẹ̀ láti gbé wọn ki ó sì gbé wọn sórí ìyẹ́ apá rẹ̀.
ଯେପରି ଉତ୍କ୍ରୋଶ ପକ୍ଷୀ ଆପଣା ବସାକୁ ଉତ୍ତେଜିତ କରେ, ଛୁଆମାନଙ୍କ ଉପରେ ପକ୍ଷ ଧଡ଼ଧଡ଼ କରେ, (ସେପରି) ସେ ଆପଣା ପକ୍ଷ ବିସ୍ତାର କଲେ, ସେ ସେମାନଙ୍କୁ ତୋଳି ନେଲେ, ସେ ଆପଣା ଡେଣାରେ ସେମାନଙ୍କୁ ବୋହିଲେ;
12 Olúwa ṣamọ̀nà; kò sì sí ọlọ́run àjèjì pẹ̀lú rẹ̀.
ସଦାପ୍ରଭୁ ଏକାକୀ ତାହାକୁ ଗମନ କରାଇଲେ, ପୁଣି ତାହା ସହିତ କୌଣସି ବିଦେଶୀୟ ଦେବତା ନ ଥିଲା।
13 Ó mú gun ibi gíga ayé ó sì fi èso oko bọ́ ọ. Ó sì jẹ́ kí ó mú oyin láti inú àpáta wá, àti òróró láti inú akọ òkúta wá.
ସେ ପୃଥିବୀର ଉଚ୍ଚସ୍ଥଳୀ ଉପରେ ତାହାକୁ ବାହନ-ଆରୋହଣ ତୁଲ୍ୟ ଗମନ କରାଇଲେ ଓ ସେ କ୍ଷେତ୍ରଜାତ ଫଳ ଭୋଜନ କଲା; ସେ ତାହାକୁ ପାଷାଣରୁ ମଧୁ ଓ ଚକମକି ପ୍ରସ୍ତରମୟ ଶୈଳରୁ ତୈଳ ପାନ କରାଇଲେ;
14 Pẹ̀lú u wàràǹkàṣì àti wàrà àgùntàn àti ti àgbò ẹran àti pẹ̀lú ọ̀rá ọ̀dọ́-àgùntàn àti ewúrẹ́, pẹ̀lú àgbò irú u ti Baṣani tí ó sì mu ẹ̀jẹ̀ èso àjàrà, àní àti wáìnì.
ତୁମ୍ଭେ ଗୋଦଧି, ଛାଗର ଦୁଗ୍ଧ ସହିତ ମେଷର ମେଦ, ବାଶନ ଦେଶୀୟ ମେଷ ଓ ଛାଗର ମାଂସ ସହିତ ଉତ୍ତମ ଗହମର ସାର (ଖାଇଲ), ପୁଣି ତୁମ୍ଭେ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ପାନ କଲ।
15 Jeṣuruni sanra tán ó sì tàpá; ìwọ sanra tán, ìwọ ki tan, ọ̀rá sì bò ọ́ tán. O kọ Ọlọ́run tí ó dá ọ o sì kọ àpáta ìgbàlà rẹ.
ମାତ୍ର ଯିଶୁରୁଣ ଚର୍ବିରେ ଫୁଲି ପଦାଘାତ କଲା; ତୁମ୍ଭେ ଚର୍ବିରେ ଫୁଲିଅଛ, ତୁମ୍ଭେ ମୋଟା ହୋଇଅଛ, ତୁମ୍ଭେ ଚିକ୍କଣ ହୋଇଅଛ; ତହୁଁ ସେ ଆପଣା ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ତ୍ୟାଗ କଲା, ପୁଣି ଆପଣା ତ୍ରାଣ ରୂପ ଶୈଳଙ୍କୁ ଲଘୁ ଜ୍ଞାନ କଲା।
16 Wọ́n sì fi òrìṣà mú un jowú, ohun ìríra ni wọ́n fi mú un bínú.
ସେମାନେ ଅନ୍ୟ ଦେବତାମାନଙ୍କ ଦ୍ୱାରା ତାହାଙ୍କର ଦ୍ୱେଷ ଜନ୍ମାଇଲେ, ଘୃଣାଯୋଗ୍ୟ ବସ୍ତୁ ଦ୍ୱାରା ସେମାନେ ତାହାଙ୍କୁ ବିରକ୍ତ କଲେ।
17 Wọ́n rú ẹbọ sí iwin búburú, tí kì í ṣe Ọlọ́run, ọlọ́run tí wọn kò mọ̀ rí, ọlọ́run tí ó ṣẹ̀ṣẹ̀ farahàn láìpẹ́, ọlọ́run tí àwọn baba yín kò bẹ̀rù.
ଯେଉଁମାନେ ଭୂତ, ପରମେଶ୍ୱର ନୁହନ୍ତି, ଯେଉଁ ଦେବତାମାନଙ୍କୁ ସେମାନେ ଜାଣିଲେ ନାହିଁ, ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁମାନଙ୍କୁ ଡରିଲେ ନାହିଁ, ଏପରି ସଦ୍ୟ ଉତ୍ପନ୍ନ ନୂତନ ଦେବତାମାନଙ୍କ ଉଦ୍ଦେଶ୍ୟରେ ସେମାନେ ବଳିଦାନ କଲେ।
18 Ìwọ kò rántí àpáta, tí ó bí ọ; o sì gbàgbé Ọlọ́run tí ó dá ọ.
ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତାହାଙ୍କ ବିଷୟରେ ତୁମ୍ଭେ ଅମନୋଯୋଗୀ ହେଲ ଓ ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ, ତୁମ୍ଭେ ତାହାଙ୍କୁ ଭୁଲି ଗଲ।
19 Olúwa sì rí èyí ó sì kọ̀ wọ́n, nítorí tí ó ti bínú nítorí ìwà ìmúnibínú àwọn ọmọkùnrin àti ọmọbìnrin rẹ.
ସଦାପ୍ରଭୁ ତାହା ଦେଖିଲେ, ପୁଣି ତାହାଙ୍କର ପୁତ୍ର ଓ କନ୍ୟାମାନେ ତାହାଙ୍କର ବିରକ୍ତି ଜନ୍ମାଇବାରୁ ସେ ସେମାନଙ୍କୁ ଘୃଣା କଲେ।
20 Ó sì wí pé, “Èmi yóò pa ojú mi mọ́ kúrò lára wọn, èmi yóò sì wò ó bí ìgbẹ̀yìn in wọn yóò ti rí; nítorí wọ́n jẹ́ ìran alágídí, àwọn ọmọ tí kò sí ìgbàgbọ́ nínú wọn.
ଆଉ ସେ କହିଲେ, “ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା,” “ସେମାନଙ୍କର ଶେଷ ଦଶା କʼଣ ହେବ, ତାହା ଆମ୍ଭେ ଦେଖିବା; କାରଣ ସେମାନେ ନିତାନ୍ତ ବକ୍ରଗାମୀ ବଂଶ, ଏପରି ସନ୍ତାନ, ଯେଉଁମାନଙ୍କଠାରେ କିଛି ବିଶ୍ୱସ୍ତତା ନାହିଁ।
21 Wọ́n fi mí jowú nípa ohun tí kì í ṣe Ọlọ́run, wọ́n sì fi ohun asán an wọn mú mi bínú. Èmi yóò mú wọn kún fún ìlara láti ọ̀dọ̀ àwọn tí kì í ṣe ènìyàn; èmi yóò sì mú wọn bínú láti ọ̀dọ̀ aṣiwèrè orílẹ̀-èdè.
ଯେ ପରମେଶ୍ୱର ନୁହନ୍ତି, ତାହା ଦ୍ୱାରା ସେମାନେ ଆମ୍ଭର ଅନ୍ତର୍ଜ୍ୱାଳା ଜନ୍ମାଇଲେ; ସେମାନେ ଅସାର ବସ୍ତୁ ଦ୍ୱାରା ଆମ୍ଭଙ୍କୁ ବିରକ୍ତ କଲେ; ଏଣୁ ଯେଉଁମାନେ ଲୋକରେ ଗଣା ନୁହନ୍ତି, ସେମାନଙ୍କ ଦ୍ୱାରା ଆମ୍ଭେ ସେମାନଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇବା; ଆମ୍ଭେ ମୂଢ଼ ଗୋଷ୍ଠୀ ଦ୍ୱାରା ସେମାନଙ୍କୁ ବିରକ୍ତ କରିବା।
22 Nítorí pé iná kan ràn nínú ìbínú mi, yóò sì jó dé ipò ikú ní ìsàlẹ̀. Yóò sì run ayé àti ìkórè e rẹ̀ yóò sì tiná bọ ìpìlẹ̀ àwọn òkè ńlá. (Sheol h7585)
କାରଣ ଆମ୍ଭ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେଲା, ତାହା ନୀଚତମ ପାତାଳ ପର୍ଯ୍ୟନ୍ତ ଜ୍ୱଳୁଅଛି ଓ ପୃଥିବୀକୁ ତଦୁତ୍ପନ୍ନ ବସ୍ତୁ ସହିତ ଗ୍ରାସ କରେ, ଆଉ ପର୍ବତମାନର ମୂଳଦୁଆ ଜ୍ୱଳାଏ। (Sheol h7585)
23 “Èmi yóò kó àwọn ohun búburú lé wọn lórí èmi ó sì na ọfà mi tán sí wọn lára.
ଆମ୍ଭେ ସେମାନଙ୍କ ଉପରେ ଅନେକ ଅମଙ୍ଗଳ ଗଦା କରି ଥୋଇବା, ଆମ୍ଭେ ସେମାନଙ୍କ ଉପରେ ଆପଣା ବାଣସବୁ ବ୍ୟୟ କରିବା।
24 Èmi yóò mú wọn gbẹ, ooru gbígbóná àti ìparun kíkorò ni a ó fi run wọ́n. Pẹ̀lú oró ohun tí ń rákò nínú erùpẹ̀.
ସେମାନେ କ୍ଷୁଧାରେ କ୍ଷୀଣ ହେବେ, ସେମାନେ ବ୍ୟାଧିର ଜ୍ୱାଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ; ଆମ୍ଭେ ଧୂଳିର ଉରୋଗାମୀର ବିଷ ସହିତ ଜନ୍ତୁଗଣର ଦନ୍ତ ପଠାଇବା।
25 Idà ní òde, àti ẹ̀rù nínú ìyẹ̀wù, ni yóò run ọmọkùnrin àti wúńdíá. Ọmọ ẹnu ọmú àti arúgbó eléwú irun pẹ̀lú.
ବାହାରେ ଖଡ୍ଗ ଶୂନ୍ୟ କରିବ ଓ ଗୃହ ଭିତରେ ଭୟ; ତାହା ଯୁବା ଓ ଯୁବତୀ ଦୁହିଁଙ୍କୁ, ପୁଣି ଦୁଗ୍ଧପୋଷ୍ୟ ଶିଶୁ ସହିତ ପକ୍ୱକେଶ ବୃଦ୍ଧକୁ (ବିନାଶ କରିବ)।
26 Mo ní èmi yóò tú wọn ká èmi yóò sì mú ìrántí i wọn dà kúrò nínú àwọn ènìyàn,
ଆମ୍ଭେ କହିଲୁ, ଶତ୍ରୁର ବିରକ୍ତିକି, କେଜାଣି ବିପକ୍ଷମାନେ ବିପରୀତ ବିଚାର କରିବେ, କେଜାଣି ସେମାନେ କହିବେ, ଆମ୍ଭମାନଙ୍କ ହସ୍ତ ଉନ୍ନତ ହୋଇଅଛି, ପୁଣି ସଦାପ୍ରଭୁ ଏହିସବୁ କରି ନାହାନ୍ତି, ଏ କଥା ଯେବେ ଆମ୍ଭେ ଚିନ୍ତା ନ କରନ୍ତୁ;
27 nítorí bí mo ti bẹ̀rù ìbínú ọ̀tá, kí àwọn ọ̀tá a wọn kí ó má ba à wí pé, ‘Ọwọ́ wa lékè ni; kì í sì í ṣe Olúwa ni ó ṣe gbogbo èyí.’”
ତେବେ ଆମ୍ଭେ ସେମାନଙ୍କୁ ଦୂରରେ ଛିନ୍ନଭିନ୍ନ କରନ୍ତୁ, ଆମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ସେମାନଙ୍କ ସ୍ମରଣ ଲୋପ କରନ୍ତୁ।
28 Wọ́n jẹ́ orílẹ̀-èdè tí kò ní ìmọ̀, bẹ́ẹ̀ ni kò sí òye nínú wọn.
ଯେହେତୁ ସେମାନେ ଯୁକ୍ତିହୀନ-ଗୋଷ୍ଠୀ, ସେମାନଙ୍କର ବିବେଚନା ନାହିଁ।
29 Bí ó ṣe pé wọ́n gbọ́n, kí òye yìí sì yé wọn kí wọn ro bí ìgbẹ̀yìn wọn yóò ti rí!
ଆହା, ସେମାନେ ଯେବେ ଜ୍ଞାନବାନ ହୁଅନ୍ତେ, ସେମାନେ ଏ କଥା ବୁଝନ୍ତେ, ସେମାନେ ଯେବେ ଆପଣାମାନଙ୍କ ଶେଷାବସ୍ଥା ବିବେଚନା କରନ୍ତେ।
30 Báwo ni ẹnìkan ṣe lè lé ẹgbẹ̀rún, tàbí tí ẹni méjì sì lè lé ẹgbẹ̀rún mẹ́wàá sá, bí kò ṣe pé àpáta wọn ti tà wọ́n, bí kò ṣe pé Olúwa wọn ti fi wọ́n tọrẹ?
ଯେବେ ସେମାନଙ୍କର ଶୈଳ ସେମାନଙ୍କୁ ବିକ୍ରୟ କରିଦେଇ ନ ଥାʼନ୍ତେ ଓ ଯେବେ ସଦାପ୍ରଭୁ ସେମାନଙ୍କୁ ସମର୍ପଣ କରିଦେଇ ନ ଥାʼନ୍ତେ, ତେବେ ସହସ୍ର ଜଣଙ୍କୁ ଏକ ଜଣ କିପରି ତଡ଼ି ଦିଅନ୍ତା, ପୁଣି ଦଶ ସହସ୍ର ଜଣଙ୍କୁ ଦୁଇ ଜଣ କିପରି ବିମୁଖ କରନ୍ତେ?
31 Nítorí pé àpáta wọn kò dàbí àpáta wa, àní àwọn ọ̀tá wa tìkára wọn ń ṣe onídàájọ́.
କାରଣ ସେମାନଙ୍କର ଶୈଳ ଆମ୍ଭମାନଙ୍କ ଶୈଳ ତୁଲ୍ୟ ନୁହେଁ ବୋଲି ଆମ୍ଭମାନଙ୍କ ଶତ୍ରୁମାନେ ଆପେ ବିଚାରକର୍ତ୍ତା ହେଲେ ହେଁ (ଜାଣନ୍ତି)।
32 Igi àjàrà a wọn wá láti igi àjàrà Sodomu àti ti ìgbẹ́ ẹ Gomorra. Èso àjàrà wọn kún fún oró, ìdì wọn korò.
କାରଣ ସେମାନଙ୍କ ଦ୍ରାକ୍ଷାଲତା ସଦୋମର ଦ୍ରାକ୍ଷାଲତାରୁ ଓ ହମୋରାର କ୍ଷେତ୍ରରୁ ଜାତ ସେମାନଙ୍କ ଦ୍ରାକ୍ଷାଫଳ ବିଷମୟ ଦ୍ରାକ୍ଷାଫଳ, ସେମାନଙ୍କ ପେଣ୍ଡା ତିକ୍ତ;
33 Ọtí wáìnì wọn ìwọ ti dragoni ni, àti oró mímú ti ejò paramọ́lẹ̀.
ସେମାନଙ୍କ ଦ୍ରାକ୍ଷାରସ ନାଗସର୍ପର ଗରଳ ଓ କାଳସର୍ପର କ୍ରୂର ବିଷ।
34 “Èmi kò to èyí jọ ní ìpamọ́ èmi kò sì fi èdìdì dì í ní ìṣúra mi?
ଏହା କି ଆମ୍ଭ ନିକଟରେ ସଞ୍ଚିତ ହୋଇ ନାହିଁ ଓ ଆମ୍ଭ ଭଣ୍ଡାରରେ ମୁଦ୍ରାଙ୍କିତ ହୋଇ ରହି ନାହିଁ?
35 Ti èmi ni láti gbẹ̀san. Èmi yóò san án fún wọn ní àkókò tí ẹ̀ṣẹ̀ wọn yóò yọ; ọjọ́ ìdààmú wọn súnmọ́ etílé ohun tí ó sì ń bọ̀ wá bá wọn yára bọ̀.”
ସେମାନଙ୍କ ପାଦ ଖସି ପଡ଼ିବା ବେଳେ ସମୁଚିତ ଦଣ୍ଡ ଓ ପ୍ରତିଫଳ ଦେବା ଆମ୍ଭର କର୍ମ; କାରଣ ସେମାନଙ୍କ ବିପଦର ଦିନ ସନ୍ନିକଟ ଓ ସେମାନଙ୍କ ପାଇଁ ଯାହା ନିରୂପିତ, ତାହା ଶୀଘ୍ର ଆସୁଅଛି।”
36 Olúwa yóò ṣe ìdájọ́ àwọn ènìyàn an rẹ̀ yóò sì ṣàánú fún àwọn ìránṣẹ́ ẹ rẹ̀ nígbà tí ó bá rí i pé agbára wọn lọ tán tí kò sì sí ẹnìkan tí ó kù, ẹrú tàbí ọmọ.
ଯେହେତୁ ସଦାପ୍ରଭୁ ସେମାନଙ୍କୁ ଶକ୍ତିହୀନ ଓ ସେମାନଙ୍କ ମଧ୍ୟରେ ବଦ୍ଧ କି ମୁକ୍ତ କେହି ଅବଶିଷ୍ଟ ନ ଥିବାର ଦେଖିଲେ, ସେ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।
37 Yóò wí pé, “Òrìṣà wọn dà báyìí, àpáta tí wọ́n fi ṣe ìgbẹ́kẹ̀lé e wọn,
ପୁଣି ସେ କହିବେ, “ସେମାନଙ୍କ ଦେବତାମାନେ କାହାନ୍ତି? ଯେଉଁ ଶୈଳରେ ସେମାନେ ଶରଣ ନେଲେ, ସେ କାହିଁ?
38 ọlọ́run tí ó jẹ ọ̀rá ẹran ẹbọ wọn tí ó ti mu ọtí i wáìnì ẹbọ ohun mímu wọn? Jẹ́ kí wọn dìde láti gbà wọ́n! Jẹ́ kí wọn ṣe ààbò fún un yín!
ଯେଉଁମାନେ ସେମାନଙ୍କ ବଳିର ମେଦ ଭୋଜନ କଲେ ଓ ପେୟ-ନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି? ସେମାନେ ଉଠି ତୁମ୍ଭମାନଙ୍କର ଉପକାର କରନ୍ତୁ, ସେମାନେ ତୁମ୍ଭମାନଙ୍କର ଆଶ୍ରୟ ହେଉନ୍ତୁ।
39 “Wò ó báyìí pé, Èmi fúnra à mi, Èmi ni! Kò sí ọlọ́run mìíràn lẹ́yìn mi. Mo sọ di kíkú mo sì tún sọ di ààyè. Mo ti ṣá lọ́gbẹ́ Èmi yóò sì mu jiná, kò sí ẹni tí ó lè gbà kúrò lọ́wọ́ ọ̀ mi.
ଏବେ ଦେଖ, ଆମ୍ଭେ, ଆମ୍ଭେ ହିଁ ସେ ଅଟୁ; ଆମ୍ଭ ସଙ୍ଗେ ଆଉ କୌଣସି ଦେବତା ନାହିଁ; ଆମ୍ଭେ ବଧ କରୁ ଓ ଆମ୍ଭେ ଜୀବନ ଦାନ କରୁ; ଆମ୍ଭେ କ୍ଷତ କରିଅଛୁ ଓ ଆମ୍ଭେ ସୁସ୍ଥ କରୁ; ପୁଣି, ଆମ୍ଭ ହସ୍ତରୁ ଯେ ଉଦ୍ଧାର କରିପାରେ, ଏପରି କେହି ନାହିଁ।
40 Mo gbé ọwọ́ mi sókè ọ̀run mo sì wí pé, Èmi ti wà láààyè títí láé,
କାରଣ ଆମ୍ଭେ ଆକାଶ ଆଡ଼େ ହସ୍ତ ଉଠାଇ କହୁ, ‘ଆମ୍ଭେ ଯେବେ ଅନନ୍ତଜୀବୀ ଅଟୁ,
41 nígbà tí mo bá pọ́n idà dídán mi àti tí mo bá sì fi ọwọ́ mi lé ìdájọ́, Èmi yóò san ẹ̀san fún àwọn ọ̀tá mi Èmi ó sì san fún àwọn tí ó kórìíra à mi.
ତେବେ ଆମ୍ଭେ ଆପଣା ବଜ୍ର ତୁଲ୍ୟ ଖଡ୍ଗରେ ଶାଣ ଦେଲେ ଓ ବିଚାର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବା, ପୁଣି ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ସେମାନଙ୍କୁ ଆମ୍ଭେ ପ୍ରତିଫଳ ଦେବା।
42 Èmi yóò mú ọfà mu ẹ̀jẹ̀, nígbà tí idà mi bá jẹ ẹran: ẹ̀jẹ̀ ẹni pípa àti ẹni ìgbèkùn, láti orí àwọn aṣáájú ọ̀tá.”
ଆମ୍ଭେ ଆପଣା ବାଣମାନଙ୍କୁ ରକ୍ତରେ, ହତ ଓ ବନ୍ଦୀମାନଙ୍କ ରକ୍ତରେ ମତ୍ତ କରିବା ଓ ଆମ୍ଭ ଖଡ୍ଗ ଶତ୍ରୁମାନଙ୍କ ରାଜଗଣର ମସ୍ତକରୁ ମାଂସ ଭୋଜନ କରିବ।’”
43 Ẹ yọ̀ ẹ̀yin orílẹ̀-èdè, pẹ̀lú àwọn ènìyàn rẹ̀ nítorí òun yóò gbẹ̀san ẹ̀jẹ̀ àwọn ìránṣẹ́ ẹ rẹ̀; yóò sì gbẹ̀san lára àwọn ọ̀tá a rẹ̀ yóò sì ṣe ètùtù fún ilẹ̀ àti ènìyàn rẹ̀.
ହେ ଅନ୍ୟ ଦେଶୀୟ ଲୋକମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସଙ୍ଗରେ ଆନନ୍ଦ କର; କାରଣ ସେ ଆପଣା ଦାସମାନଙ୍କ ରକ୍ତପାତର ପ୍ରତିକାର କରିବେ ଓ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବେ, ପୁଣି ସେ ଆପଣା ଦେଶ ନିମନ୍ତେ, ଆପଣା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବେ।
44 Mose sì wá ó sì sọ gbogbo ọ̀rọ̀ òfin yìí ní etí àwọn ènìyàn náà, òun, àti Hosea ọmọ Nuni.
ଏହିରୂପେ ମୋଶା ଓ ନୂନର ପୁତ୍ର ଯିହୋଶୂୟ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ଏହି ଗୀତର ସମସ୍ତ କଥା କହିଲେ।
45 Nígbà tí Mose parí i kíka gbogbo ọ̀rọ̀ wọ̀nyí sí Israẹli.
ପୁଣି, ମୋଶା ସମସ୍ତ ଇସ୍ରାଏଲଙ୍କ ନିକଟରେ ଏହି ସମସ୍ତ କଥା ସମାପ୍ତ କରି ସେମାନଙ୍କୁ କହିଲେ;
46 Ó sọ fún un pé, “Ẹ gbé ọkàn an yín lé gbogbo ọ̀rọ̀ tí mo ti sọ láàrín yín lónìí, kí ẹ̀yin lè pàṣẹ fún àwọn ọmọ yín láti gbọ́rọ̀ àti láti ṣe gbogbo ọ̀rọ̀ inú òfin yìí.
“ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ସାକ୍ଷ୍ୟ ଦେଇ ଯେଉଁସବୁ କଥା କହିଲି, ତୁମ୍ଭେମାନେ ତହିଁରେ ମନ ଦିଅ, କାରଣ ତୁମ୍ଭମାନଙ୍କ ସନ୍ତାନମାନେ ଯେପରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବେ, ଏଥିପାଇଁ ସେମାନଙ୍କୁ ତୁମ୍ଭେମାନେ ତାହା ଆଦେଶ କରିବ।”
47 Wọn kì í ṣe ọ̀rọ̀ asán fún ọ, ìyè e yín ni wọ́n. Nípa wọn ni ẹ̀yin yóò gbé pẹ́ lórí ilẹ̀ tí ẹ̀yin ń gòkè e Jordani lọ láti gbà.”
ଯେଣୁ ତାହା ତୁମ୍ଭମାନଙ୍କ ପକ୍ଷରେ ବ୍ୟର୍ଥ କଥା ନୁହେଁ; ମାତ୍ର ତାହା ତୁମ୍ଭମାନଙ୍କର ଜୀବନ ଅଟେ ଓ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେଠାରେ ଏହି କଥା ଦ୍ୱାରା ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ।
48 Ní ọjọ́ kan náà, Olúwa sọ fún Mose pé,
ଆହୁରି ସଦାପ୍ରଭୁ ସେହି ଦିନ ମୋଶାଙ୍କୁ କହିଲେ,
49 “Gòkè lọ sí Abarimu sí òkè Nebo ní Moabu, tí ó kọjú sí Jeriko, kí o sì wo ilẹ̀ Kenaani, ilẹ̀ tí mo ń fi fún àwọn ọmọ Israẹli, bí ìní i wọn.
“ତୁମ୍ଭେ ଏହି ଅବାରୀମ୍ ପର୍ବତ, ଅର୍ଥାତ୍‍, ଯିରୀହୋ ସମ୍ମୁଖସ୍ଥିତ ମୋୟାବ ଦେଶୀୟ ନବୋ ପର୍ବତ ଉପରକୁ ଯାଅ, ପୁଣି ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଅଧିକାରାର୍ଥେ ଯେଉଁ ଦେଶ ଦେଉଅଛୁ, ସେହି କିଣାନ ଦେଶ ଦେଖ।
50 Ní orí òkè tí ìwọ ń gùn lọ ìwọ yóò kùú níbẹ̀, kí a sì sin ọ́ pẹ̀lú àwọn ènìyàn rẹ, gẹ́gẹ́ bí arákùnrin in rẹ Aaroni ti kú ní orí òkè Hori tí a sì sin ín pẹ̀lú àwọn ènìyàn an rẹ̀.
ଆଉ ଯେପରି ତୁମ୍ଭ ଭାଇ ହାରୋଣ ହୋର ପର୍ବତରେ ମରି ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହୋଇଥିଲା, ସେପରି ତୁମ୍ଭେ ଯେଉଁ ପର୍ବତକୁ ଯାଉଅଛ, ସେଠାରେ ମରି ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହୁଅ।
51 Ìdí ni pé ẹ̀yin méjèèjì ṣẹ̀ sí mi láàrín àwọn ọmọ Israẹli ní ibi omi Meriba Kadeṣi ní aginjù Sini àti nítorí ẹ̀yin kò yà mí sí mímọ́ láàrín àwọn ọmọ Israẹli.
ଯେହେତୁ ସୀନ୍‍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଝରଣା ନିକଟରେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲ; ପୁଣି ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆମ୍ଭଙ୍କୁ ପବିତ୍ର ବୋଲି ମାନ୍ୟ କଲ ନାହିଁ।
52 Nítorí náà, ìwọ yóò rí ilẹ̀ náà ní ọ̀kánkán, o kì yóò wọ inú rẹ̀ ilẹ̀ ti mo ti fi fún àwọn ọmọ Israẹli.”
ତଥାପି ତୁମ୍ଭେ ଆପଣା ସମ୍ମୁଖରେ ସେହି ଦେଶ ଦେଖିବ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବା, ସେଠାକୁ ତୁମ୍ଭେ ଯାଇ ପାରିବ ନାହିଁ।”

< Deuteronomy 32 >