< Deuteronomy 29 >

1 Èyí ni àwọn ìpinnu májẹ̀mú tí Olúwa pàṣẹ fún Mose láti ṣe pẹ̀lú àwọn ọmọ Israẹli ní Moabu, ní àfikún májẹ̀mú tí ó ti ṣe pẹ̀lú u wọn ní Horebu.
ସଦାପ୍ରଭୁ ହୋରେବରେ ଇସ୍ରାଏଲ-ସନ୍ତାନଗଣ ସହିତ ଯେଉଁ ନିୟମ କରିଥିଲେ, ତାହା ଛଡ଼ା ମୋୟାବ ଦେଶରେ ସେମାନଙ୍କ ସହିତ ଯେଉଁ ନିୟମ କରିବାକୁ ମୋଶାଙ୍କୁ ଆଜ୍ଞା ଦେଲେ, ସେହି ନିୟମର କଥା ଏହି।
2 Mose pàṣẹ fún gbogbo àwọn ọmọ Israẹli, ó sì wí fún wọn wí pé, ojú rẹ ti rí gbogbo ohun tí Olúwa ti ṣe ní Ejibiti sí Farao àti, sí gbogbo àwọn ìjòyè e rẹ̀ àti sí ilẹ̀ ẹ rẹ̀.
ଏଥିଉତ୍ତାରେ ମୋଶା ସମସ୍ତ ଇସ୍ରାଏଲଙ୍କୁ ଡାକି ସେମାନଙ୍କୁ କହିଲେ, ସଦାପ୍ରଭୁ ମିସର ଦେଶରେ ଫାରୋଙ୍କ ପ୍ରତି ଓ ତାଙ୍କ ସମସ୍ତ ଦାସ ପ୍ରତି ଓ ତାଙ୍କ ଦେଶ ପ୍ରତି ଯେଉଁସବୁ କର୍ମ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ କରିଥିଲେ, ତାହାସବୁ ତୁମ୍ଭେମାନେ ଦେଖିଅଛ,
3 Pẹ̀lú ojú ara rẹ ni ìwọ rí àwọn ìdánwò ńlá náà, àwọn iṣẹ́ àmì àti iṣẹ́ ìyanu ńlá.
ସେହି ମହା ମହା ପରଖ, ଚିହ୍ନ ଓ ମହତ୍ ଆଶ୍ଚର୍ଯ୍ୟ-କର୍ମସକଳ ତୁମ୍ଭର ଚକ୍ଷୁ ଦେଖିଅଛି,
4 Ṣùgbọ́n títí di àsìkò yìí Olúwa kò fi ọkàn ìmòye tàbí ojú tí ó ń rí tàbí etí tí ó n gbọ́ fún ọ.
ମାତ୍ର ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ବୁଝିବା ପାଇଁ ହୃଦୟ ଓ ଦେଖିବା ପାଇଁ ଚକ୍ଷୁ ଓ ଶୁଣିବା ପାଇଁ କର୍ଣ୍ଣ ଦେଇ ନାହାନ୍ତି।
5 Nígbà ogójì ọdún tí mò ń tọ́ yín ṣọ́nà ní aginjù, aṣọ ọ̀ rẹ kò gbó tàbí bàtà ẹsẹ̀ rẹ.
ପୁଣି, ଆମ୍ଭେ ଏହି ପ୍ରାନ୍ତରରେ ଚାଳିଶ ବର୍ଷ କାଳ ତୁମ୍ଭମାନଙ୍କୁ ଗମନ କରାଇଅଛୁ; ତୁମ୍ଭମାନଙ୍କ ବସ୍ତ୍ର ତୁମ୍ଭମାନଙ୍କ ଶରୀରରେ ଅଭାବ ହୋଇ ନାହିଁ ଓ ତୁମ୍ଭ ପାଦୁକା ତୁମ୍ଭ ପାଦରେ ନଷ୍ଟ ହୋଇ ନାହିଁ।
6 O kò jẹ oúnjẹ tàbí mu wáìnì kankan tàbí rú ohun mímu mìíràn. Mo ṣe èyí kí o lè mọ̀ pé Èmi ni Olúwa Ọlọ́run rẹ.
ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭେମାନେ ରୁଟି ଭୋଜନ କରି ନାହଁ, କିଅବା ଦ୍ରାକ୍ଷାରସ କି ମଦ୍ୟ ପାନ କରି ନାହଁ।
7 Nígbà tí o dé ibí yìí, Sihoni ọba Heṣboni àti Ogu ọba Baṣani jáde wá láti bá ọ jà, ṣùgbọ́n a ṣẹ́gun wọn.
ଆଉ ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ହେଲ, ସେତେବେଳେ ହିଷ୍‍ବୋନର ରାଜା ସୀହୋନ ଓ ବାଶନର ରାଜା ଓଗ୍‍ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ବାହାର ହେଲେ, ତହୁଁ ଆମ୍ଭେମାନେ ସେମାନଙ୍କୁ ସଂହାର କଲୁ।
8 A gba ilẹ̀ wọn a sì fi fún àwọn ọmọ Reubeni, àti àwọn ọmọ Gadi, àti ààbọ̀ ẹ̀yà Manase bí ogún.
ପୁଣି, ଆମ୍ଭେମାନେ ସେମାନଙ୍କ ଦେଶ ନେଇ ଅଧିକାର କରିବା ନିମନ୍ତେ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲୁ।
9 Nítorí náà, ẹ pa májẹ̀mú yìí mọ́, kí ẹ sì máa ṣe wọ́n, kí ẹ̀yin kí ó lè máa rí ire nínú gbogbo ohun tí o bá ń ṣe.
ଏନିମନ୍ତେ ତୁମ୍ଭେମାନେ ଏହି ନିୟମର ସକଳ ବାକ୍ୟ ମାନି ପାଳନ କର, ତହିଁରେ ତୁମ୍ଭେମାନେ ଯାହା ଯାହା କରିବ, ସେହି ସବୁରେ କୁଶଳତା ପ୍ରାପ୍ତ ହେବ।
10 Gbogbo yín ń dúró lónìí yìí níwájú Olúwa Ọlọ́run rẹ: àwọn olórí yín, àwọn ẹ̀yà yín, àwọn àgbàgbà yín àti àwọn ìjòyè yín, àní gbogbo àwọn ọkùnrin mìíràn ní Israẹli,
ସଦାପ୍ରଭୁ ତୁମ୍ଭକୁ ଯେପରି କହିଅଛନ୍ତି ଓ ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ପ୍ରତି ଯେପରି ଶପଥ କରିଅଛନ୍ତି, ତଦନୁସାରେ ସେ ଯେପରି ଆଜି ତୁମ୍ଭକୁ ଆପଣା ଲୋକ ରୂପେ ସ୍ଥାପନ କରନ୍ତି ଓ ତୁମ୍ଭର ପରମେଶ୍ୱର ହୁଅନ୍ତି;
11 pẹ̀lú gbogbo àwọn ọmọ ọ̀ rẹ àti ìyàwó ò rẹ àti àwọn àjèjì tí wọ́n ń gbé ní àgọ́ ọ̀ rẹ, tí ó ké pópòpó igi rẹ, tí ó sì gbé omi rẹ.
ପୁଣି, ଯେଉଁ ନିୟମ ଓ ଯେଉଁ ଶପଥ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭ ସଙ୍ଗେ ସ୍ଥିର କରିବେ, ତୁମ୍ଭେ ଯେପରି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସହିତ ତାହା ସ୍ଥିର କରିବ,
12 O dúró níhìn-ín yìí kí o lè wọ inú májẹ̀mú pẹ̀lú Olúwa Ọlọ́run rẹ, májẹ̀mú tí Olúwa ń ṣe pẹ̀lú rẹ lónìí yìí àti tí òun dè pẹ̀lú ìbúra,
ଏଥିପାଇଁ ତୁମ୍ଭମାନଙ୍କ ପ୍ରଧାନମାନେ, ତୁମ୍ଭମାନଙ୍କ ବଂଶସମୂହ, ତୁମ୍ଭମାନଙ୍କ ପ୍ରାଚୀନଗଣ ଓ ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ, ଇସ୍ରାଏଲର ସମସ୍ତ ପୁରୁଷ, ତୁମ୍ଭମାନଙ୍କ ବାଳକଗଣ, ତୁମ୍ଭମାନଙ୍କ ଭାର୍ଯ୍ୟାଗଣ
13 láti jẹ́wọ́ rẹ lónìí yìí bí ènìyàn an rẹ̀, pé kí ó lè jẹ́ Ọlọ́run rẹ bí ó ti ṣèlérí àti bí ó ti ṣe ìbúra fún àwọn baba à rẹ Abrahamu, Isaaki àti Jakọbu.
ଓ ତୁମ୍ଭ ଛାଉଣିରେ ଥିବା ବିଦେଶୀ, ତୁମ୍ଭ କାଠକଟାଳୀଠାରୁ ତୁମ୍ଭ ଜଳକଢ଼ାଳୀ ପର୍ଯ୍ୟନ୍ତ, ଏପରି ତୁମ୍ଭେ ସମସ୍ତେ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେଉଅଛ।
14 Èmi ń ṣe májẹ̀mú yìí, pẹ̀lú ìbúra rẹ̀, kì í ṣe fún ìwọ nìkan
ଆଉ ମୁଁ ଏହି ନିୟମ ଓ ଶପଥ କେବଳ ତୁମ୍ଭମାନଙ୍କ ସହିତ କରୁ ନାହିଁ;
15 tí ó dúró níbí pẹ̀lú wa lónìí níwájú Olúwa Ọlọ́run wa ṣùgbọ́n àti fún gbogbo àwọn tí kò sí níbí lónìí.
ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭମାନଙ୍କ ସଙ୍ଗେ ଆଜି ଏଠାରେ ଯେଉଁ ଲୋକ ଛିଡ଼ା ହେଉଅଛି, ଆଉ ମଧ୍ୟ ଯେଉଁ ଲୋକ ଏଠାରେ ନାହିଁ, (ସେ ସମସ୍ତଙ୍କ ସଙ୍ଗେ ମୁଁ ଏହି ନିୟମ କରୁଅଛି)।
16 Ìwọ fúnra à rẹ mọ bí a ṣe gbé ní Ejibiti àti bí a ṣe kọjá láàrín àwọn orílẹ̀-èdè nílẹ̀ ibí yìí.
କାରଣ ଆମ୍ଭେମାନେ ମିସର ଦେଶରେ ଯେପରି ବାସ କଲୁ, ଆଉ ତୁମ୍ଭେମାନେ ଯେଉଁ ଦେଶୀୟ ଲୋକମାନଙ୍କୁ ପାର ହୋଇ ଆସିଅଛ, ସେମାନଙ୍କ ମଧ୍ୟଦେଇ ଆମ୍ଭେମାନେ ଯେପରି ଆସିଲୁ, ତାହା ତୁମ୍ଭେମାନେ ଜାଣ;
17 Ìwọ rí láàrín wọn ìríra wọn, àwọn ère àti àwọn òrìṣà igi àti ti òkúta, ti fàdákà àti ti wúrà.
ଆଉ ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଥିବା ଘୃଣାଯୋଗ୍ୟ ବସ୍ତୁ, ସେମାନଙ୍କ କାଠ ଓ ପଥର ଓ ରୂପା ଓ ସୁନାର ପ୍ରତିମାମାନ ଦେଖିଅଛ।
18 Rí i dájú pé kò sí ọkùnrin tàbí obìnrin, ìdílé tàbí ẹ̀yà láàrín yín lónìí tí ọkàn an rẹ̀ yóò yí kúrò lọ́dọ̀ Olúwa Ọlọ́run wa láti lọ àti láti sin àwọn ọlọ́run àwọn orílẹ̀-èdè náà; rí i dájú pé kò sí gbòǹgbò tí ó ń mú irú èso kíkan bẹ́ẹ̀ jáde láàrín yín.
ଏନିମନ୍ତେ ସାବଧାନ, ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, କି ପରିବାର, କି ବଂଶ ଯେପରି ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେପରି ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ;
19 Nígbà tí irú ẹni bẹ́ẹ̀ bá gbọ́ ìbúra yìí, kí ó gbàdúrà ìbùkún sórí ara rẹ̀ nígbà náà ni kí ó ronú, “Èmi yóò wà ní àlàáfíà, bí ó tilẹ̀ jẹ́ pé mo ti fi àáké kọ́rí nípa lílọ nínú ọ̀nà ti ara à mi.” Èyí yóò mú àjálù wá sórí ilẹ̀ tútù àti sórí ilẹ̀ gbígbẹ bákan náà
ଆଉ କେହି ଯେପରି ଏହି ଅଭିଶାପର କଥା ଶୁଣି ମନେ ମନେ ଆପଣାର ଧନ୍ୟବାଦ କରି ନ କହେ ଯେ, ଆମ୍ଭେ ଶୁଖିଲା ସଙ୍ଗେ ଓଦାକୁ ଧ୍ୱଂସ କରିବା ପାଇଁ ଆପଣା ହୃଦୟର କଠିନତା ଅନୁସାରେ ଚଳିଲେ ମଧ୍ୟ ଆମ୍ଭର ମଙ୍ଗଳ ହେବ।
20 Olúwa kì yóò ní ìfẹ́ sí àti dáríjì í; ìbínú àti ìtara rẹ̀ yóò jó ọkùnrin náà. Gbogbo àwọn ègún tí a kọ sínú ìwé yìí yóò wá sórí i rẹ̀, Olúwa yóò sì yọ orúkọ rẹ̀ kúrò lábẹ́ ọ̀run.
ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ, ମାତ୍ର ତତ୍‍କ୍ଷଣେ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ, ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ତାହା ପାଇଁ ଛକି ରହିବ, ଆଉ ସଦାପ୍ରଭୁ ଆକାଶମଣ୍ଡଳ ତଳୁ ତାହାର ନାମ ଲୋପ କରିବେ।
21 Olúwa yóò sì yọ òun nìkan kúrò nínú gbogbo ẹ̀yà Israẹli fún àjálù, gẹ́gẹ́ bí gbogbo ègún májẹ̀mú tí a kọ sí inú ìwé òfin yìí.
ପୁଣି ଏହି ବ୍ୟବସ୍ଥା ପୁସ୍ତକର ଲିଖିତ ନିୟମର ସମସ୍ତ ଅଭିଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ।
22 Àwọn ọmọ rẹ tí ó tẹ̀lé ìran rẹ lẹ́yìn àti àwọn àjèjì tí ó wá láti ilẹ̀ jíjìn yóò rí wàhálà tí ó wá sórí ilẹ̀ àti àwọn ààrùn pẹ̀lú tí Olúwa mú bá ọ.
ତହିଁରେ ସଦାପ୍ରଭୁ ସେହି ଦେଶ ପ୍ରତି ଯେଉଁ ଆଘାତ କରିବେ ଓ ଯେଉଁ ରୋଗରେ ତାକୁ ରୋଗଗ୍ରସ୍ତ କରିବେ, ତାହା ଭବିଷ୍ୟତ ପୁରୁଷ, ତୁମ୍ଭ ଉତ୍ତାରେ ଉତ୍ପନ୍ନ ତୁମ୍ଭ ସନ୍ତାନସନ୍ତତି ଓ ଦୂର ଦେଶରୁ ଆଗତ ବିଦେଶୀମାନେ ଦେଖିବେ;
23 Gbogbo ilẹ̀ náà yóò di imí-oòrùn, àti iyọ̀, àti ìjóná tí a kò lè fi ọkàn sí, tàbí tí kò lè so èso tàbí tí koríko kò lè hù nínú u rẹ̀, yóò dàbí ìbìṣubú Sodomu àti Gomorra, Adma àti Seboimu, tí Olúwa bì ṣubú nínú ìbínú rẹ̀, àti ìkáàánú rẹ̀.
ଅର୍ଥାତ୍‍, ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ନଗରମାନ ଉତ୍ପାଟନ କରିଥିଲେ, ତାହା ପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ, ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି, ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ, କି ତହିଁରେ କୌଣସି ତୃଣ ବଢ଼େ ନାହିଁ (ଏସବୁ ଯେତେବେଳେ ଦେଖିବେ);
24 Gbogbo orílẹ̀-èdè yóò béèrè pé, “Kí ló dé tí Olúwa fi ṣe èyí sí ilẹ̀ yìí? Kí ni a lè mọ ooru ìbínú ńlá yìí sí?”
ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, “ସଦାପ୍ରଭୁ ଏ ଦେଶ ପ୍ରତି କାହିଁକି ଏପରି କରିଅଛନ୍ତି? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କଅଣ?”
25 Ìdáhùn yóò sì jẹ́ báyìí: “Nítorí tí ènìyàn yìí kọ Olúwa Ọlọ́run baba wọn sílẹ̀, májẹ̀mú tí ó ti bá wọn dá nígbà tí ó mú wọn jáde wá láti Ejibiti.
ତହିଁରେ ଲୋକମାନେ କହିବେ, “ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ମିସର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହା ସେମାନେ ତ୍ୟାଗ କରିଅଛନ୍ତି।
26 Wọ́n lọ wọ́n sì sin ọlọ́run mìíràn, wọ́n sì foríbalẹ̀ fún wọn, ọlọ́run tí wọn kò mọ̀, ọlọ́run tí kò fi fún wọn.
ସେ ଯେଉଁ ଦେବତାମାନଙ୍କୁ ନିଷିଦ୍ଧ କରିଥିଲେ ଏବଂ ସେମାନଙ୍କ ଦୃଷ୍ଟିରେ ଯେଉଁ ଦେବତାମାନେ ଅଜଣା ଥିଲେ, ସେମାନେ ଯାଇ ସେହି ଦେବତାଗଣର ସେବା କଲେ ଓ ସେମାନଙ୍କୁ ପ୍ରଣାମ କଲେ।
27 Nígbà náà ni ìbínú Olúwa ru sí ilẹ̀ wọn, dé bi pé ó mú gbogbo ègún tí a kọ sínú ìwé yìí wá sórí i rẹ̀.
ଏହେତୁ ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ସେହି ଦେଶ ଉପରେ ବର୍ତ୍ତାଇବାକୁ ତହିଁ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
28 Ní ìbínú àti ní ìkáàánú, àti ní ìrunú ńlá, Olúwa sì fà wọ́n tu kúrò ní ilẹ̀ wọn, ó sì lé wọn lọ sí ilẹ̀ mìíràn, bí ó ti rí ní òní yìí.”
ପୁଣି, ସଦାପ୍ରଭୁ କ୍ରୋଧରେ ଓ ପ୍ରଚଣ୍ଡତାରେ ଓ ମହାକୋପରେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କଲେ ଓ ଆଜିର ପରି ଅନ୍ୟ ଦେଶରେ ସେମାନଙ୍କୁ ନିକ୍ଷେପ କଲେ।”
29 Ohun ìkọ̀kọ̀ jẹ́ ti Olúwa Ọlọ́run wa, ṣùgbọ́n ohun tí a fihàn jẹ́ ti wa àti ti àwọn ọmọ wa títí láé, kí a lè tẹ̀lé gbogbo ọ̀rọ̀ inú òfin yìí.
ଗୁପ୍ତ ବିଷୟସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର; ମାତ୍ର ଆମ୍ଭେମାନେ ଯେପରି ଏହି ବ୍ୟବସ୍ଥାର ସବୁ ବଚନ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟସବୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।

< Deuteronomy 29 >