< Deuteronomy 13 >
1 Bí wòlíì tàbí alásọtẹ́lẹ̀ nípa àlá lílá bá farahàn láàrín yín, tí ó sì ń kéde iṣẹ́ àmì tàbí iṣẹ́ ìyanu,
ଯଦି ତୁମ୍ଭ ମଧ୍ୟରେ କୌଣସି ଭବିଷ୍ୟଦ୍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ,
2 bí iṣẹ́ àmì tàbí iṣẹ́ ìyanu tí ó sọ̀rọ̀ rẹ̀ bá ṣẹ tí òun sì wí pé, “ẹ wá ẹ jẹ́ kí a tẹ̀lé ọlọ́run mìíràn” (àwọn ọlọ́run tí ẹ kò mọ̀ rí) “kí ẹ sì jẹ́ kí a máa sìn wọ́n,”
ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ, “ତୁମ୍ଭେ ଯେଉଁମାନଙ୍କୁ ଜାଣି ନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ, ଆମ୍ଭେମାନେ ସେମାନଙ୍କ ପଶ୍ଚାଦ୍ଗାମୀ ହେବା ଓ ସେମାନଙ୍କ ସେବା କରିବା;”
3 ẹ má fetí sí ọ̀rọ̀ wòlíì tàbí àlá náà, Olúwa Ọlọ́run yín ń dán an yín wò ni, láti mọ̀ bóyá ẹ fẹ́ràn rẹ̀ pẹ̀lú gbogbo àyà yín àti gbogbo ọkàn an yín.
ତେବେ ତୁମ୍ଭେ ସେହି ଭବିଷ୍ୟଦ୍ବକ୍ତାର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ; ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।
4 Olúwa Ọlọ́run yín ni kí ẹ tẹ̀lé, Òun ni kí ẹ bu ọlá fún, ẹ pa òfin rẹ̀ mọ́ kí ẹ sì gbọ́ tirẹ̀, ẹ sìn ín, kí ẹ sì dìímú ṣinṣin.
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍ଗମନ କରିବ, ତାହାଙ୍କୁ ଭୟ କରିବ, ତାହାଙ୍କ ଆଜ୍ଞାସବୁ ପାଳନ କରିବ, ତାହାଙ୍କ ରବରେ ଅବଧାନ କରିବ ଓ ତାହାଙ୍କ ସେବା କରିବ, ଆଉ ତାହାଙ୍କଠାରେ ଆସକ୍ତ ହେବ।
5 Wòlíì náà tàbí alálàá náà ni kí ẹ pa, nítorí pé wàásù ìṣọ̀tẹ̀ sí Olúwa Ọlọ́run yín, tí ó mú yín jáde láti Ejibiti wá, tí ó sì rà yín padà lóko ẹrú. Ó ti gbìyànjú láti fà yín kúrò lójú ọ̀nà tí Olúwa Ọlọ́run yín ti pàṣẹ fún un yín láti máa rìn. Ẹ gbọdọ̀ yọ ibi náà kúrò láàrín yín.
ସେହି ଭବିଷ୍ୟଦ୍ବକ୍ତାର କି ସ୍ୱପ୍ନଦର୍ଶକର ପ୍ରାଣଦଣ୍ଡ ହେବ; କାରଣ ଯେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ ଓ ଦାସ୍ୟଗୃହରୁ ତୁମ୍ଭକୁ ମୁକ୍ତ କଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇଯିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତାକୁ ଉଚ୍ଛିନ୍ନ କରିବ।
6 Bí arákùnrin tìrẹ gan an ọmọ ìyá rẹ tàbí ọmọ rẹ ọkùnrin tàbí obìnrin, aya tí o fẹ́ràn jù, tàbí ọ̀rẹ́ tímọ́tímọ́ bá tàn ọ́ jẹ níkọ̀kọ̀ wí pé, “Jẹ́ kí a lọ sin ọlọ́run mìíràn” (ọlọ́run tí ìwọ tàbí baba rẹ kò mọ̀,
ଆଉ ତୁମ୍ଭର କି ତୁମ୍ଭ ପୂର୍ବପୁରୁଷମାନଙ୍କର ଅଜ୍ଞାତ କୌଣସି ଦେବତା, ଅର୍ଥାତ୍, “ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ, ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ମଧ୍ୟରେ ଯେକୌଣସି ଗୋଷ୍ଠୀର ଯେକୌଣସି ଦେବତା ହେଉ,
7 ọlọ́run àwọn tí ó wà láyìíká yín, yálà wọ́n jìnnà tàbí wọ́n wà nítòsí, láti òpin ilẹ̀ kan dé òmíràn),
ତାହା ବିଷୟରେ ତୁମ୍ଭକୁ ଭୁଲାଇ ଯେବେ ତୁମ୍ଭ ମାତୃପୁତ୍ର ଭ୍ରାତା, କି ତୁମ୍ଭ ପୁତ୍ର, କି ତୁମ୍ଭ କନ୍ୟା, କି ତୁମ୍ଭ ବକ୍ଷଃସ୍ଥାୟିନୀ ଭାର୍ଯ୍ୟା, କିଅବା ତୁମ୍ଭ ପ୍ରାଣ ସମାନ ମିତ୍ର ଗୋପନରେ କହେ, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ;”
8 má ṣe fetí sí i, má sì dá sí i, má ṣe dáàbò bò ó.
ତେବେ ତୁମ୍ଭେ ସେହି ଲୋକର କଥାରେ ସମ୍ମତ ହେବ ନାହିଁ, କି ତାହାର କଥା ଶୁଣିବ ନାହିଁ; କିଅବା ତାହା ପ୍ରତି ଚକ୍ଷୁଲଜ୍ଜା କରିବ ନାହିଁ, ଅବା ତାହାକୁ ଦୟା କରିବ ନାହିଁ, କି ତାହାକୁ ଲୁଚାଇ ରଖିବ ନାହିଁ।
9 Ṣùgbọ́n pípa ni kí o pa á. Ọwọ́ rẹ ni yóò kọ́kọ́ wà lára rẹ̀ láti pa á, lẹ́yìn náà ọwọ́ gbogbo ènìyàn.
ମାତ୍ର ତୁମ୍ଭେ ନିଶ୍ଚୟ ତାହାକୁ ବଧ କରିବ; ତାହାକୁ ବଧ କରିବା ପାଇଁ ତୁମ୍ଭ ହସ୍ତ ପ୍ରଥମେ ତାହା ଉପରେ ଉଠିବ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କ ହସ୍ତ ଉଠିବ।
10 Sọ ọ́ ní òkúta pa nítorí pé ó gbìyànjú láti fà ọ́ kúrò lẹ́yìn Olúwa Ọlọ́run rẹ, tí ó mú ọ jáde ti Ejibiti wá kúrò ní oko ẹrú.
ତାହାର ମରଣ ପର୍ଯ୍ୟନ୍ତ ତାହାକୁ ପ୍ରସ୍ତରାଘାତ କରିବ; ଯେହେତୁ ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରୁ ଭୁଲାଇ ନେବା ପାଇଁ ସେ ଚେଷ୍ଟା କଲା।
11 Gbogbo Israẹli yóò sì gbọ́, ẹ̀rù yóò sì bà wọ́n, kò sì sí ẹnikẹ́ni nínú yín tí yóò dán irú ibi bẹ́ẹ̀ wò mọ́.
ତହିଁରେ ସମୁଦାୟ ଇସ୍ରାଏଲ ତାହା ଶୁଣିବେ ଓ ଭୟ କରିବେ, ପୁଣି ତୁମ୍ଭ ମଧ୍ୟରେ ଆଉ ଏପରି ଦୁଷ୍ଟତା କରିବେ ନାହିଁ।
12 Bí ẹ̀yin bá gbọ́ tí a sọ nípa èyíkéyìí nínú àwọn ìlú u yín tí Olúwa Ọlọ́run yín fún un yín láti máa gbé,
ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାସ କରିବା ନିମନ୍ତେ ଯେଉଁ ଯେଉଁ ନଗର ଦେବେ, ତହିଁର କୌଣସି ଏକ ନଗର ବିଷୟରେ ଯେବେ ତୁମ୍ଭେ ଶୁଣିବ,
13 pé àwọn ènìyàn búburú, ti farahàn láàrín yín, tí ó sì ti mú kí àwọn ènìyàn ìlú wọn ṣìnà lọ, tí wọ́n wí pé, “Ẹ jẹ́ kí a lọ sin ọlọ́run mìíràn.” (àwọn ọlọ́run tí ẹ kò mọ̀.)
ଯେ କେତେକ ଦୁଷ୍ଟ ଲୋକ ତୁମ୍ଭ ମଧ୍ୟରୁ ବାହାରି, “ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ,” ତୁମ୍ଭମାନଙ୍କ ଅଜ୍ଞାତ ଦେବତାଗଣ ବିଷୟରେ ଏହା କହି ସେମାନଙ୍କ ନଗର ନିବାସୀମାନଙ୍କୁ ଭୁଲାଇ ନେଇଅଛନ୍ତି;
14 Kí ẹ wádìí, ẹ béèrè, kí ẹ sì tọpinpin ọ̀rọ̀ náà dájúṣáká, bí ó bá jẹ́ òtítọ́ ni, tí ó sì hàn dájú pé ìwà ìríra yìí ti ṣẹlẹ̀ láàrín yín.
ତେବେ ତୁମ୍ଭେ ବୁଝିବ ଓ ଖୋଜିବ ଓ ଭଲ ରୂପେ ପଚାରିବ ଆଉ ଦେଖ, ଯେବେ ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ତୁମ୍ଭ ମଧ୍ୟରେ ଏରୂପ ଘୃଣ୍ୟ କର୍ମ କରାଯାଇଅଛି;
15 Gbogbo àwọn tí ó ń gbé ìlú náà ni kí ẹ fi idà run pátápátá. Ẹ run ún pátápátá, àti ènìyàn àti ẹran ọ̀sìn inú rẹ̀.
ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କରିବ, ପୁଣି ନଗର, ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କରିବ;
16 Ẹ kó gbogbo ìkógun ìlú náà, sí àárín gbogbo ènìyàn, kí ẹ sun ìlú náà àti gbogbo ìkógun rẹ̀, gẹ́gẹ́ bí ẹbọ sísun sí Olúwa Ọlọ́run rẹ. Ó gbọdọ̀ wà ní píparun láéláé, ẹnikẹ́ni kò gbọdọ̀ tún un kọ.
ଆଉ ତୁମ୍ଭେ ତହିଁର ଲୁଟିତ ଦ୍ରବ୍ୟସବୁ ତହିଁର ଛକ ମଧ୍ୟରେ ସଂଗ୍ରହ କରି ସେହି ନଗର ଓ ସେହି ସମସ୍ତ ଦ୍ରବ୍ୟ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବ, ପୁଣି ତାହା ଅନନ୍ତକାଳୀନ ଢିପି ହେବ; ତାହା ପୁନର୍ବାର ନିର୍ମିତ ହେବ ନାହିଁ।
17 A kò gbọdọ̀ rí ọ̀kan nínú àwọn ohun ìyàsọ́tọ̀ fún ìparun wọ̀n-ọn-nì lọ́wọ́ yín, kí Olúwa ba à le yípadà kúrò nínú ìbínú gbígbóná rẹ̀, yóò sì ṣàánú fún un yín, yóò sì bá a yín kẹ́dùn, yóò sì mú kí ẹ pọ̀ sí i, bí ó ti fì búra ṣèlérí fún àwọn baba ńlá yín.
ଆଉ ସେହି ବର୍ଜିତ ଦ୍ରବ୍ୟର କିଛି ହିଁ ତୁମ୍ଭ ହସ୍ତରେ ଲାଗିବ ନାହିଁ; ତହିଁରେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେରି ତୁମ୍ଭ ପ୍ରତି କରୁଣା କରିବେ;
18 Nítorí pé ẹ̀yin gbọ́rọ̀ sí Olúwa Ọlọ́run yín, tí ẹ̀yin sì ń pa òfin rẹ̀ mọ́, tí mo ń fún un yín lónìí yìí, tí ẹ̀yin sì ń ṣe ohun tí ó tọ́ lójú rẹ̀.
ପୁଣି ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ କହୁଅଛି, ତୁମ୍ଭେ ଯେବେ ତାହାଙ୍କ ରବରେ ଅବଧାନ କରି ସେହି ସକଳ ଆଜ୍ଞା ପାଳନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କରିବ, ତେବେ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ତୁମ୍ଭ ପ୍ରତି କୃପା କରି ତୁମ୍ଭକୁ ବୃଦ୍ଧି କରିବେ।