< Daniel 9 >
1 Ní ọdún kìn-ín-ní Dariusi ọmọ Ahaswerusi, ẹni tí a bí ní Media, òun ló jẹ ọba lórí ìjọba Babeli.
ମାଦୀୟ ବଂଶଜାତ ଅକ୍ଷଶ୍ୱେରଶର ପୁତ୍ର ଯେ ଦାରୀୟାବସ କଲ୍ଦୀୟ ରାଜ୍ୟ ଉପରେ ରାଜା ନିଯୁକ୍ତ ହୋଇଥିଲା, ତାହାର ପ୍ରଥମ ବର୍ଷରେ।
2 Ní ọdún kìn-ín-ní ìjọba rẹ̀, èmi Daniẹli fi iyè sí i láti inú ìwé, gẹ́gẹ́ bí ọ̀rọ̀ Olúwa tí wòlíì Jeremiah, wá pé, àádọ́rin ọdún ni Jerusalẹmu yóò fi wà ní ahoro.
ତାହାର ଶାସନ କାଳର ପ୍ରଥମ ବର୍ଷରେ ମୁଁ, ଦାନିୟେଲ, ଶାସ୍ତ୍ର ଦ୍ୱାରା ବର୍ଷର ସଂଖ୍ୟା, ଅର୍ଥାତ୍, ଯିରୂଶାଲମର ଉଚ୍ଛିନ୍ନତାର ସମୟ ସତୁରି ବର୍ଷ ହେବା ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କର ନିକଟରେ ଉପସ୍ଥିତ ହୋଇଥିଲା, ତାହା ମୁଁ ବୁଝିଲି।
3 Nígbà náà, ni mo yípadà sí Olúwa Ọlọ́run, mo bẹ̀ ẹ́ pẹ̀lú àdúrà àti ẹ̀bẹ̀, pẹ̀lú àwẹ̀, aṣọ ọ̀fọ̀ àti eérú.
ଏଣୁ ମୁଁ ଉପବାସ, ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ଵେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି।
4 Mo gbàdúrà sí Olúwa Ọlọ́run mi, mo sì jẹ́wọ́ wí pé: “Ìwọ Olúwa, Ọlọ́run tí ó tóbi, tí ó sì ní ẹ̀rù, ẹni tí ń pa májẹ̀mú ìfẹ́ mọ́, pẹ̀lú àwọn tí ó ní ìfẹ́ rẹ̀ àti àwọn tí ó ń pa àwọn òfin rẹ̀ mọ́.
ପୁଣି, ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି ଓ ପାପ ସ୍ୱୀକାର କରି କହିଲି, “ହେ ପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର, ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ରକ୍ଷା କରିଥାଅ।
5 Àwa ti ṣẹ̀, a sì ti ṣe búburú. Àwa ti hu ìwà búburú, a sì ti ṣe ọ̀tẹ̀, a ti yí padà kúrò nínú àwọn àṣẹ àti àwọn ìlànà rẹ̀.
ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନର ପଥ ତ୍ୟାଗ କରିଅଛୁ।
6 Àwa kò fetí sí àwọn wòlíì ìránṣẹ́ rẹ, ẹni tí ó sọ̀rọ̀ ní orúkọ rẹ sí àwọn ọba wa, àwọn ọmọ-aládé àti àwọn baba wa, àti sí gbogbo ènìyàn ilẹ̀ náà.
ପୁଣି, ତୁମ୍ଭର ଯେଉଁ ଦାସ ଭବିଷ୍ୟଦ୍ବକ୍ତାଗଣ ଆମ୍ଭମାନଙ୍କର ରାଜାଗଣକୁ, ଆମ୍ଭମାନଙ୍କର ଅଧିପତିଗଣକୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣକୁ ଓ ଦେଶସ୍ଥ ଲୋକସମୂହକୁ ତୁମ୍ଭ ନାମରେ କଥା କହିଲେ, ସେମାନଙ୍କ ପ୍ରତି ଆମ୍ଭେମାନେ କର୍ଣ୍ଣପାତ କରି ନାହୁଁ।
7 “Olúwa ìwọ ni olódodo, ṣùgbọ́n báyìí ìtìjú dé bá àwọn ènìyàn Juda, àwọn ènìyàn Jerusalẹmu àti gbogbo Israẹli ní gbogbo orílẹ̀-èdè tí ìwọ ti fọ́n wa ká sí nítorí àìṣòótọ́ ọ wa sí ọ.
ହେ ପ୍ରଭୁ ଧାର୍ମିକତା ତୁମ୍ଭର ଅଟେ, ମାତ୍ର ଆଜିକାର ନ୍ୟାୟ ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର; ତୁମ୍ଭ ବିରୁଦ୍ଧରେ କୃତ ସତ୍ୟ-ଲଙ୍ଘନ ସକାଶୁ ଯିହୁଦାର ଲୋକ ଓ ଯିରୂଶାଲମ ନିବାସୀଗଣ ଓ ତୁମ୍ଭ ଦ୍ୱାରା ତାଡ଼ିତ ସକଳ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ (ବିବର୍ଣ୍ଣତାର ପାତ୍ର)।
8 Háà! Olúwa, àwa àti àwọn ọba wa, àwọn ọmọ-aládé, àti àwọn baba wa, ìtìjú dé bá wa nítorí àwa ti dẹ́ṣẹ̀ sí ọ.
ହେ ସଦାପ୍ରଭୁ, ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର, ଆମ୍ଭମାନଙ୍କ ରାଜାଗଣର, ଆମ୍ଭମାନଙ୍କ ଅଧିପତିଗଣର ଓ ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅଟେ, କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
9 Olúwa Ọlọ́run wa ní àánú, ó sì ń dáríjì, bí àwa tilẹ̀ ti ṣe ọ̀tẹ̀ sí i;
ବିବିଧ ଦୟା ଓ କ୍ଷମା ଆମ୍ଭମାନଙ୍କ ପ୍ରଭୁ ପରମେଶ୍ୱରଙ୍କର ଅଟେ; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ
10 àwa kò gbọ́rọ̀ sí Olúwa Ọlọ́run wa, a kò sì pa àwọn òfin rẹ mọ́, èyí tí ó fún wa nípasẹ̀ àwọn wòlíì ìránṣẹ́ rẹ̀.
ଓ ସେ ଆପଣା ଭବିଷ୍ୟଦ୍ବକ୍ତାଗଣ ଦ୍ୱାରା ଆପଣାର ଯେଉଁ ବ୍ୟବସ୍ଥା ସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ମନୋଯୋଗ କରି ନାହୁଁ।
11 Gbogbo Israẹli ti ṣẹ̀ sí òfin rẹ, wọ́n ti yípadà kúrò ní ọ̀dọ̀ rẹ, wọ́n kọ̀ láti ṣe ìgbọ́ràn sí ọ. “Nígbà náà ni ègún àti ìdájọ́ tí a kọ sílẹ̀ pẹ̀lú ìbúra nínú òfin Mose ìránṣẹ́ Ọlọ́run dà sórí i wa, nítorí tí àwa ti sẹ̀ sí ọ.
ହଁ, ସମୁଦାୟ ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି, ତୁମ୍ଭର ରବରେ ଯେପରି ସେମାନେ ମନୋଯୋଗ ନ କରିବେ, ଏଥିପାଇଁ ସେମାନେ ବିପଥଗାମୀ ହୋଇଅଛନ୍ତି, ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଶପଥ ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ପାପ କରିଅଛୁ।
12 Ìwọ ti mú ọ̀rọ̀ tí o sọ sí wa sẹ àti lórí àwọn alákòóso wa, nípa mímú kí ibi ńlá bá wa, irú èyí tí kò tí ì ṣẹlẹ̀ rí lábẹ́ ọ̀run, bí ó ti ṣẹlẹ̀ sí Jerusalẹmu yìí.
ପୁଣି, ସେ ଆମ୍ଭମାନଙ୍କ ଉପରେ ମହା ଅମଙ୍ଗଳ ଘଟାଇବା ଦ୍ୱାରା ଆମ୍ଭମାନଙ୍କ ବିରୁଦ୍ଧରେ ଓ ଯେଉଁ ବିଚାରକର୍ତ୍ତାଗଣ ଆମ୍ଭମାନଙ୍କର ବିଚାର କଲେ, ସେମାନଙ୍କ ବିରୁଦ୍ଧରେ ଯାହା କହିଥିଲେ, ଆପଣାର ସେହି ବାକ୍ୟ ସେ ସଫଳ କରିଅଛନ୍ତି; କାରଣ ଯିରୂଶାଲମ ପ୍ରତି ଯାହା କରାଯାଇଅଛି, ସମୁଦାୟ ଆକାଶମଣ୍ଡଳ ତଳେ ସେପରି କରାଯାଇ ନାହିଁ।
13 Bí a ti kọ ọ́ sínú òfin Mose bẹ́ẹ̀ ni gbogbo ibi yìí ti dé bá wa, síbẹ̀ a kò bẹ̀bẹ̀ fún ojúrere Olúwa Ọlọ́run wa, nípa yíyí padà kí a kúrò nínú ẹ̀ṣẹ̀ wa kí a sì mọ òtítọ́ rẹ.
ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି; ତଥାପି ଆମ୍ଭେମାନେ ଆପଣା ଆପଣା ଅଧର୍ମରୁ ଫେରିବା ପାଇଁ ଓ ତୁମ୍ଭର ସତ୍ୟତା ବୁଝିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କରି ନାହୁଁ।
14 Olúwa kò jáfara láti mú ibi náà wá sórí wa, nítorí olódodo ni Olúwa Ọlọ́run wa nínú u gbogbo ohun tí ó ń ṣe; síbẹ̀ àwa kò ṣe ìgbọ́ràn sí i.
ଏନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମ୍ଭମାନଙ୍କ ପ୍ରତି ତାହା ଘଟାଇଅଛନ୍ତି; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କରନ୍ତି, ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କରି ନାହୁଁ।
15 “Ní ìsinsin yìí, Olúwa Ọlọ́run wa, ẹni tí ó mú àwọn ènìyàn rẹ̀ jáde láti ilẹ̀ Ejibiti wá, pẹ̀lú ọwọ́ agbára, tí ó fún ara rẹ̀ ní orúkọ tí ó wà títí di òní, a ti ṣẹ̀, a sì ti ṣe búburú.
ଏଣୁ ଏବେ ହେ ପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ବଳବାନ ହସ୍ତ ଦ୍ୱାରା ମିସର ଦେଶରୁ ଆପଣା ଲୋକମାନଙ୍କୁ ବାହାର କରି ଆଣି ଆଜିକାର ନ୍ୟାୟ କୀର୍ତ୍ତି ଲାଭ କରିଅଛ; ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
16 Olúwa, ní ìbámu pẹ̀lú ìwà òdodo rẹ, yí ìbínú àti ìrunú rẹ padà kúrò ní Jerusalẹmu ìlú u rẹ, òkè mímọ́ rẹ. Ẹ̀ṣẹ̀ wa àti àìṣedéédéé àwọn baba wa ti mú Jerusalẹmu àti ènìyàn rẹ di ẹ̀gàn fún gbogbo àwọn tí ó yí wọn ká.
ହେ ପ୍ରଭୁ, ବିନୟ କରେ, ତୁମ୍ଭର ସମସ୍ତ ଧାର୍ମିକତାନୁସାରେ, ତୁମ୍ଭର ନଗର ଯିରୂଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ; କାରଣ ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣର ଅଧର୍ମ ସକାଶୁ ଯିରୂଶାଲମ ଓ ତୁମ୍ଭର ଲୋକମାନେ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକଙ୍କର ନିନ୍ଦାର ପାତ୍ର ହୋଇଅଛନ୍ତି।
17 “Nísinsin yìí, Ọlọ́run wa, gbọ́ àdúrà àti ẹ̀bẹ̀ ìránṣẹ́ rẹ, nítorí i tìrẹ Olúwa, fi ojú àánú wo ibi mímọ́ rẹ tí ó ti dahoro.
ଏହେତୁ ହେ ଆମ୍ଭମାନଙ୍କର ପରମେଶ୍ୱର, ଏବେ ତୁମ୍ଭ ଦାସର ପ୍ରାର୍ଥନା ଓ ବିନତିରେ କର୍ଣ୍ଣପାତ କର ଓ ତୁମ୍ଭର ଏହି ଯେଉଁ ଧର୍ମଧାମ ଧ୍ୱଂସିତ ହୋଇଅଛି, ତହିଁ ପ୍ରତି ପ୍ରଭୁଙ୍କ ସକାଶେ ଆପଣା ମୁଖ ପ୍ରସନ୍ନ କର।
18 Tẹ́ etí rẹ sílẹ̀, Ọlọ́run, kí o gbọ́; ya ojú rẹ sílẹ̀, kí o sì wo ìdahoro ìlú tí a ń fi orúkọ rẹ pè. Àwa kò gbé ẹ̀bẹ̀ wa kalẹ̀ níwájú u rẹ nítorí pé a jẹ́ olódodo, bí kò ṣe nítorí àánú ńlá rẹ.
ହେ ମୋର ପରମେଶ୍ୱର, କର୍ଣ୍ଣ ଡେରି ଶୁଣ; ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଉଚ୍ଛିନ୍ନତା ପ୍ରତି ଓ ତୁମ୍ଭ ନାମରେ ଖ୍ୟାତ ଏହି ନଗର ପ୍ରତି ଦୃଷ୍ଟିପାତ କର; କାରଣ ଆମ୍ଭେମାନେ ନିଜ ଧାର୍ମିକତା ସକାଶୁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭ ଛାମୁରେ ଆମ୍ଭମାନଙ୍କର ନିବେଦନ ଉତ୍ସର୍ଗ କରୁଅଛୁ।
19 Olúwa, fetísílẹ̀! Olúwa, dáríjì! Olúwa, gbọ́ kí o sì ṣe é! Nítorí i tìrẹ, Ọlọ́run mi, má ṣe pẹ́ títí, nítorí ìlú rẹ àti àwọn ènìyàn rẹ ń jẹ́ orúkọ mọ́ ọ lára.”
ହେ ପ୍ରଭୁ, ଶୁଣ; ହେ ପ୍ରଭୁ, କ୍ଷମା କର; ହେ ପ୍ରଭୁ, ମନୋଯୋଗ କରି କର୍ମ କର; ବିଳମ୍ବ ନ କର; ହେ ମୋʼ ର ପରମେଶ୍ୱର, ନିଜ ସକାଶେ କର୍ମ କର, କାରଣ ତୁମ୍ଭର ନଗର ଓ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।”
20 Bí mo ṣe ń sọ̀rọ̀, tí mo sì ń gba àdúrà, tí mo ń jẹ́wọ́ ẹ̀ṣẹ̀ mi àti ẹ̀ṣẹ̀ àwọn Israẹli ènìyàn mi, tí mo sì ń mú ẹ̀bẹ̀ mi tọ Olúwa Ọlọ́run mi nítorí òkè mímọ́ rẹ.
ଏହିରୂପେ ମୁଁ ନିବେଦନ ଓ ପ୍ରାର୍ଥନା କରୁଥିଲି, ପୁଣି ମୋʼ ର ପାପ ଓ ମୋʼ ର ଇସ୍ରାଏଲ ଲୋକଙ୍କର ପାପ ସ୍ୱୀକାର କରୁଥିଲି, ଆଉ ମୋʼ ପରମେଶ୍ୱରଙ୍କ ପବିତ୍ର ପର୍ବତ ନିମନ୍ତେ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଛାମୁରେ ଆପଣା ନିବେଦନ ଉତ୍ସର୍ଗ କରୁଥିଲି;
21 Bí mo ṣe ń gba àdúrà náà lọ́wọ́, Gabrieli ọkùnrin tí mo rí nínú ìran ìṣáájú, yára kánkán wá sí ọ̀dọ̀ mi ní àkókò ẹbọ àṣálẹ́.
ଏପରି ମୁଁ ପ୍ରାର୍ଥନା କରି କଥା କହୁ କହୁ ଆଦ୍ୟରେ ଦର୍ଶନରେ ମୁଁ ଯାହାଙ୍କୁ ଦେଖିଥିଲି, ସେହି ପୁରୁଷ ଗାବ୍ରିଏଲ ଶୀଘ୍ର ଉଡ଼ିବା ପାଇଁ ଆଦେଶପ୍ରାପ୍ତ ହୋଇ ପ୍ରାୟ ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ଆସି ମୋତେ ସ୍ପର୍ଶ କଲେ।
22 Ó jẹ́ kí ó yé mi, ó sì wí fún mi pé, “Daniẹli, mo wá láti jẹ́ kí o mọ̀ kí o sì ní òye.
ପୁଣି, ସେ ମୋତେ ଶିକ୍ଷା ଦେଲେ ଓ ମୋʼ ସଙ୍ଗେ କଥାବାର୍ତ୍ତା କରି କହିଲେ, “ହେ ଦାନିୟେଲ, ମୁଁ ଏବେ ତୁମ୍ଭକୁ ବୁଦ୍ଧିର କୌଶଳ ଦେବାକୁ ଆସିଲି।
23 Bí o ṣe bẹ̀rẹ̀ sí nígbà àdúrà, a fún ọ ní ìdáhùn kan, èyí tí mo wá láti sọ fún ọ, nítorí ìwọ jẹ́ àyànfẹ́ gidigidi. Nítorí náà, gba ọ̀rọ̀ náà yẹ̀ wò kí ìran náà sì yé ọ:
ତୁମ୍ଭର ବିନତିର ଆରମ୍ଭ ସମୟରେ ଆଜ୍ଞା ନିର୍ଗତ ହେଲା, ଆଉ ତୁମ୍ଭକୁ ଜଣାଇବା ପାଇଁ ମୁଁ ଆସିଅଛି, କାରଣ ତୁମ୍ଭେ ଅତ୍ୟନ୍ତ ପ୍ରିୟପାତ୍ର; ଏଥିପାଇଁ ଏ ବିଷୟ ବିବେଚନା କର ଓ ଦର୍ଶନ ବୁଝ।
24 “Àádọ́rin ọ̀sẹ̀ ni a pàṣẹ fún àwọn ènìyàn rẹ àti fún àwọn ìlú mímọ́ rẹ láti parí ìrékọjá, láti fi òpin sí ẹ̀ṣẹ̀, láti ṣe ètùtù sí ìwà búburú, láti mú òdodo títí ayé wá, láti ṣe èdìdì ìran àti wòlíì àti láti fi òróró yan Ibi Mímọ́ Jùlọ.
ଆଜ୍ଞାଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ମହାପବିତ୍ର ସ୍ଥାନକୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି।
25 “Nítorí náà, mọ èyí pé, láti ìgbà tí a ti gbé ọ̀rọ̀ náà jáde wí pé kí a tún Jerusalẹmu ṣe, kí a sì tún kọ́, títí dé ìgbà ọmọ-aládé, ẹni òróró náà, alákòóso wa yóò fi dé, ó jẹ́ ọ̀sẹ̀ méje àti ọ̀sẹ̀ méjìlélọ́gọ́ta, a ó sì tún ìgboro àti yàrá rẹ̀ mọ, ṣùgbọ́n ní àkókò wàhálà ni.
ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଯିରୂଶାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି, ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି, ସଙ୍କଟ କାଳରେ ହିଁ ତାହା ଛକ ଓ ପରିଖା ସହିତ ତିନି କୋଡ଼ି ଦୁଇ ସପ୍ତାହ ପୁନଃନିର୍ମିତ ହେବ।
26 Lẹ́yìn ọ̀sẹ̀ méjìlélọ́gọ́ta, a ó ké Ẹni òróró náà kúrò, kò sì ní ní ohun kan. Àwọn ènìyàn ọmọ-aládé náà tí yóò wá ni yóò pa ìlú náà àti ibi mímọ́ run. Òpin yóò dé bí ìkún omi, ogun yóò máa jà títí dé òpin, a sì ti pàṣẹ ìdahoro.
ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନା ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଲାବନ ଦ୍ୱାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି।
27 Yóò sì fi ìdí i májẹ̀mú kan múlẹ̀ pẹ̀lú ọ̀pọ̀lọpọ̀ fún ọ̀sẹ̀ kan. Ní àárín ọ̀sẹ̀ ni yóò mú òpin bá ẹbọ àti ọrẹ ẹbọ. Àti lórí apá kan ni yóò dà ìríra tí ó mú ìdahoro wá, títí tí òpin tí a ti pàṣẹ lórí asọnidahoro yóò fi padà fi dé bá a.”
ପୁଣି, ସେ ଏକ ସପ୍ତାହ ପର୍ଯ୍ୟନ୍ତ ଅନେକଙ୍କ ସହିତ ଦୃଢ଼ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ; ଆଉ, ଘୃଣାଯୋଗ୍ୟ ବସ୍ତୁସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ; ପୁଣି, ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶ କର ଉପରେ କ୍ରୋଧ ଢଳାଯିବ।”