< Daniel 8 >
1 Nígbà tí ó di ọdún kẹta ìjọba Belṣassari ọba, èmi Daniẹli rí ìran kan èyí tí mo ti rí tẹ́lẹ̀.
ବେଲ୍ଶତ୍ସର ରାଜାର ରାଜତ୍ଵର ତୃତୀୟ ବର୍ଷରେ ମୁଁ ଦାନିୟେଲ ପ୍ରଥମ ଦର୍ଶନର ଉତ୍ତାରେ ଆଉ ଏକ ଦର୍ଶନ ପାଇଲି।
2 Nínú ìran náà, mo rí ara mi nínú ilé ìṣọ́ ní Susa ní agbègbè ìjọba Elamu: nínú ìran náà mo wà lẹ́gbẹ̀ẹ́ odò Ulai.
ପୁଣି, ମୁଁ ଦର୍ଶନକ୍ରମେ ଦେଖିଲି; ମୁଁ ଦେଖୁ ଦେଖୁ ଦେଖିଲି ଯେ, ମୁଁ ଏଲମ୍ ପ୍ରଦେଶସ୍ଥ ଶୂଶନ୍ ରାଜଗୃହରେ ଅଛି; ଆଉ, ସେହି ଦର୍ଶନରେ ମୁଁ ଦେଖିଲି ଯେ, ମୁଁ ଉଳୟ ନଦୀ ନିକଟରେ ଅଛି।
3 Mo wo òkè mo sì rí àgbò kan tí ó ní ìwo méjì níwájú mi, ó dúró sí ẹ̀gbẹ́ odò Ulai, àwọn ìwo náà sì gùn. Ṣùgbọ́n ọ̀kan gùn ju èkejì lọ, èyí tí ó gùn jù ni ó yọ jáde kẹ́yìn.
ତହିଁରେ ମୁଁ ଚକ୍ଷୁ ଖୋଲି ଦେଖିଲି ଯେ, ଦେଖ, ନଦୀ ସମ୍ମୁଖରେ ଏକ ମେଷ ଠିଆ ହୋଇଅଛି, ତାହାର ଦୁଇ ଶୃଙ୍ଗ ଓ ସେହି ଦୁଇ ଶୃଙ୍ଗ ଉଚ୍ଚ; ମାତ୍ର ଏକ ଶୃଙ୍ଗ ଅନ୍ୟ ଅପେକ୍ଷା ଉଚ୍ଚ ଓ ଯାହା ଉଚ୍ଚ, ତାହା ପଶ୍ଚାତ୍ ଉତ୍ପନ୍ନ ହେଲା।
4 Mo rí àgbò náà ó ń kàn sí ìhà ìwọ̀-oòrùn, sí àríwá, àti sí gúúsù, kò sí ẹranko kankan tí ó le è dojúkọ ọ́, kò sí ẹnìkan tí ó le è yọ ọ́ kúrò lọ́wọ́ agbára rẹ̀, ó ń ṣe bí ó ti wù ú, ó sì di alágbára.
ମୁଁ ସେହି ମେଷକୁ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ିବାର ଦେଖିଲି; ଆଉ, କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ, କିଅବା ତାହାର ହସ୍ତରୁ ଉଦ୍ଧାର କରିବାକୁ କେହି ନ ଥିଲା; ମାତ୍ର ସେ ସ୍ଵେଚ୍ଛାମତ କର୍ମ କରି ଆପଣାର ବଡ଼ାଇ ପ୍ରକାଶ କଲା।
5 Bí mo ṣe ń ronú nípa èyí, lójijì ni òbúkọ kan tí ó ní ìwo láàrín ojú u rẹ̀ méjèèjì jáde láti ìhà ìwọ̀-oòrùn, ó la gbogbo ayé kọjá láìfi ara kan ilẹ̀.
ପୁଣି, ମୁଁ ଏହି ବିଷୟ ବିବେଚନା କରୁ କରୁ ଦେଖିଲି ଯେ, ଦେଖ, ଏକ ଛାଗ ପଶ୍ଚିମ ଦିଗରୁ ସମୁଦାୟ ପୃଥିବୀ ପାର ହୋଇ ଆସିଲା ଓ ସେ ଭୂମି ସ୍ପର୍ଶ କଲା ନାହିଁ; ଆଉ, ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଗୋଟିଏ ବିଲକ୍ଷଣ ଶୃଙ୍ଗ ଥିଲା।
6 Ó tọ àgbò tí ó ni ìwo méjì náà wá, èyí tí mo rí tó dúró sí ẹ̀gbẹ́ odò Ulai, ó sì dojúkọ ọ́ pẹ̀lú ìrunú tí ó lágbára.
ଆଉ, ମୁଁ ଯେଉଁ ଦୁଇ ଶୃଙ୍ଗବିଶିଷ୍ଟ ମେଷକୁ ନଦୀ ସମ୍ମୁଖରେ ଠିଆ ହେବାର ଦେଖିଲି, ତାହା ଆଡ଼କୁ ସେ ଆସି ଆପଣା ବଳର ପ୍ରଚଣ୍ଡତାରେ ତାହା ଉପରକୁ ଧାଇଁଲା।
7 Mo rí i tí ó fi ìtara kọlu àgbò náà, ó lu àgbò náà bolẹ̀, ó sì ṣẹ́ ìwo rẹ̀ méjèèjì. Àgbò náà kò sì ní agbára láti dojúkọ ọ́, Òbúkọ náà kàn án mọ́lẹ̀, ó sì fi ẹsẹ̀ tẹ̀ ẹ́ mọ́lẹ̀, kò sì ṣí ẹni tí ó lè gba àgbò náà là kúrò lọ́wọ́ agbára rẹ̀.
ପୁଣି, ମୁଁ ଦେଖିଲି ଯେ, ସେ ସେହି ମେଷ ନିକଟକୁ ଆସିଲା ଓ ତାହା ଉପରେ ପ୍ରଚଣ୍ଡ କ୍ରୋଧରେ ଉତ୍ତେଜିତ ହୋଇ ସେହି ମେଷକୁ ଆଘାତ କଲା ଓ ତାହାର ଦୁଇ ଶୃଙ୍ଗ ଭାଙ୍ଗି ପକାଇଲା ଓ ତାହା ସମ୍ମୁଖରେ ଠିଆ ହେବା ପାଇଁ ସେହି ମେଷର ଆଉ ଶକ୍ତି ରହିଲା ନାହିଁ; ମାତ୍ର ସେ ଛାଗ ତାହାକୁ ଭୂମିରେ ପକାଇ ପଦରେ ଦଳିଲା, ଆଉ ତାହାର ହସ୍ତରୁ ସେହି ମେଷକୁ ଉଦ୍ଧାର କରିବା ପାଇଁ କେହି ନ ଥିଲା।
8 Òbúkọ náà sì di alágbára púpọ̀, ṣùgbọ́n nígbà tí ó dé góńgó, agbára rẹ̀ ru sókè, ìwo ńlá a rẹ̀ sì ṣẹ́ dànù, ní ipò o rẹ̀, ìwo mẹ́rin mìíràn hù, ó sì yọrí sí ìhà igun mẹ́rẹ̀ẹ̀rin ọ̀run.
ଏଉତ୍ତାରେ ସେ ଛାଗ ଆପଣାର ଅତିଶୟ ବଡ଼ାଇ ପ୍ରକାଶ କଲା ଓ ସେ ବଳବାନ ଥିଲା ବେଳେ ତାହାର ବୃହତ ଶୃଙ୍ଗ ଭଗ୍ନ ହେଲା; ଆଉ, ତହିଁର ପରିବର୍ତ୍ତରେ ଆକାଶର ଚତୁର୍ଦ୍ଦିଗ ଆଡ଼େ ଚାରି ବିଲକ୍ଷଣ ଶୃଙ୍ଗ ଉତ୍ପନ୍ନ ହେଲା।
9 Lára ọ̀kan nínú wọn, ìwo mìíràn yọ jáde, ó kékeré, ṣùgbọ́n ó dàgbà nínú agbára sí ìhà gúúsù, àti sí ìhà ìlà-oòrùn àti sí ilẹ̀ dídára.
ପୁଣି, ସେହି ଶୃଙ୍ଗମାନର ଗୋଟିକର ମଧ୍ୟରୁ ଗୋଟିଏ କ୍ଷୁଦ୍ର ଶୃଙ୍ଗ ଉତ୍ପନ୍ନ ହୋଇ ଦକ୍ଷିଣ ଓ ପୂର୍ବ ରମ୍ୟ ଦେଶ ଆଡ଼େ ଅତିଶୟ ବୃଦ୍ଧି ପାଇଲା।
10 Ó sì dàgbà títí ó fi kan ẹgbẹ́ ogun ọ̀run, ó sì jù lára àwọn ẹgbẹ́ ogun ọ̀run sí ayé ó sì tẹ̀ wọ́n mọ́lẹ̀,
ଆଉ, ତାହା ଆକାଶମଣ୍ଡଳର ବାହିନୀ ପର୍ଯ୍ୟନ୍ତ ହିଁ ବୃଦ୍ଧି ପାଇଲା ଓ ସେହି ବାହିନୀ ଓ ତାରାଗଣର କେତେକଙ୍କୁ ଭୂମିରେ ପକାଇ ସେମାନଙ୍କୁ ପଦ ତଳେ ଦଳିଲା।
11 ó sì gbé ara rẹ̀ ga gẹ́gẹ́ bí ọmọ-aládé ẹgbẹ́ ogun ọ̀run; ó sì mú ẹbọ ojoojúmọ́ kúrò lọ́dọ̀ rẹ̀, ó sì gba ààyè ibi mímọ́ rẹ̀.
ହଁ, ସେହି ବାହିନୀଗଣର ଅଧିପତି ବିରୁଦ୍ଧରେ ଆପଣାର ବଡ଼ାଇ କରି ତାହାଙ୍କଠାରୁ ନିତ୍ୟ ହୋମାର୍ଥକ ବଳି ଅପହରଣ କଲା ଓ ତାହାଙ୍କ ଧର୍ମଧାମ ନିପାତିତ ହେଲା।
12 A fún un ní ẹgbẹ́ ogun ọ̀run àti ẹbọ ojoojúmọ́ nítorí ìwà ọlọ̀tẹ̀ ẹ rẹ̀, ó sọ òtítọ́ nù nínú gbogbo ohun tó ṣe.
ପୁଣି, ଆଜ୍ଞାଲଙ୍ଘନ ସକାଶୁ ନିତ୍ୟ ହୋମବଳି ସହିତ ବାହିନୀ ତାହା ହସ୍ତରେ ସମର୍ପିତ ହେଲା ଓ ସେ ସତ୍ୟତାକୁ ଭୂମିରେ ନିପାତ କଲା, ଆଉ ସ୍ଵେଚ୍ଛାମତ କର୍ମ କରି ସଫଳତା ଲାଭ କଲା।
13 Nígbà náà, ni mo gbọ́ tí ẹni mímọ́ ń sọ̀rọ̀, àti ẹni mímọ́ mìíràn sọ̀rọ̀ fún un pé, “Yóò ti pẹ́ tó tí ìran yìí yóò fi wá sí ìmúṣẹ—ìran nípa ẹbọ ojoojúmọ́, ìṣọ̀tẹ̀ tí ó mú ìsọdahoro wa, àní láti fi ibi mímọ́ àti ogun ọ̀run fún ni ní ìtẹ̀mọ́lẹ̀?”
ଏଉତ୍ତାରେ ମୁଁ ଏକ ପବିତ୍ର ବ୍ୟକ୍ତି କଥା କହିବାର ଶୁଣିଲି; ଆଉ, ଯେ କଥା କହିଲେ, ତାଙ୍କୁ ଅନ୍ୟ ଏକ ପବିତ୍ର ବ୍ୟକ୍ତି ପଚାରିଲେ, “ନିତ୍ୟ ହୋମବଳି ଓ ଧ୍ୱଂସକାରୀ ଆଜ୍ଞାଲଙ୍ଘନ ଓ ଦଳିତ ହେବା ନିମନ୍ତେ ଧର୍ମଧାମର ଓ ବାହିନୀର ସମର୍ପଣ ହେବା ବିଷୟକ ଯେଉଁ ଦର୍ଶନ, ତାହା କେତେ କାଳ ପର୍ଯ୍ୟନ୍ତ ହେବ?”
14 Ó sọ fún mi pé, “Yóò gbà tó ẹgbọ̀kànlá lé lọ́gọ́rùn-ún alẹ́ àti òwúrọ̀; lẹ́yìn náà ni a ó tún ibi mímọ́ yà sí mímọ́.”
ତହିଁରେ ସେ ମୋତେ କହିଲେ, “ଦୁଇ ହଜାର ତିନି ଶହ ସନ୍ଧ୍ୟା ଓ ପ୍ରାତଃକାଳ ପର୍ଯ୍ୟନ୍ତ; ତହିଁ ଉତ୍ତାରେ ଧର୍ମଧାମ ପରିଷ୍କୃତ ହେବ।”
15 Nígbà tí èmi Daniẹli, ń wo ìran náà, mo sì ń fẹ́ kí ó yé mi, ẹnìkan tí ó sì dúró níwájú mi.
ଏଥିଉତ୍ତାରେ ମୁଁ ଦାନିୟେଲ ଏହି ଦର୍ଶନ ପାଇଲା ଉତ୍ତାରେ ତାହା ବୁଝିବା ପାଇଁ ଚେଷ୍ଟା କଲି; ଆଉ ଦେଖ, ମନୁଷ୍ୟାକୃତି ଏକ ବ୍ୟକ୍ତି ସମ୍ମୁଖରେ ଠିଆ ହେଲେ।
16 Mo gbọ́ ohùn ènìyàn ní ẹ̀gbẹ́ Ulai, tí ó ń ké pé “Gabrieli, sọ ìtumọ̀ ìran náà fún ọkùnrin yìí.”
ପୁଣି, ଉଳୟ ନଦୀ ମଧ୍ୟରୁ ମୁଁ ମନୁଷ୍ୟର ରବ ଶୁଣିଲି, ସେ ଡାକି କହିଲେ, “ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।”
17 Bí ó ṣe súnmọ́ ibi tí mo dúró sí, ẹ̀rù bà mí, mo sì dọ̀bálẹ̀. Ó ń sọ fún mi pé, “Ọmọ ènìyàn, jẹ́ kí ó yé ọ pé ìran náà ń sọ nípa ìgbà ìkẹyìn ni.”
ତହିଁରେ ମୁଁ ଯେଉଁ ସ୍ଥାନରେ ଠିଆ ହୋଇଥିଲି, ସେହି ସ୍ଥାନର ନିକଟକୁ ସେ ଆସିଲେ; ପୁଣି, ସେ ଆସନ୍ତେ, ମୁଁ ଭୀତ ହେଲି ଓ ମୁହଁ ମାଡ଼ି ପଡ଼ିଲି; ମାତ୍ର ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ବୁଝ; କାରଣ ଏହି ଦର୍ଶନ ଶେଷ କାଳ ବିଷୟକ।”
18 Bí ó ṣe ń bá mi sọ̀rọ̀, mo ti sùn lọ fọnfọn, bí mo ṣe da ojú bolẹ̀. Nígbà náà ni ó fi ọwọ́ kàn mí, ó sì gbé mi dúró lórí ẹsẹ̀ mi.
ସେ ମୋତେ କଥା କହୁ କହୁ ମୁଁ ଭୂମି ଆଡ଼େ ମୁଖ କରି ଘୋର ନିଦ୍ରାଗ୍ରସ୍ତ ହେଲି; ମାତ୍ର ସେ ସ୍ପର୍ଶ କରି ମୋତେ ଠିଆ କରାଇଲେ।
19 Ó sọ wí pé, “Èmi yóò sọ ohun tí yóò ṣẹlẹ̀ ní ìkẹyìn ní ìgbà ìbínú, nítorí ìran náà jẹ mọ́ àkókò ohun tí a yàn nígbà ìkẹyìn.
ଆଉ, ସେ ମୋତେ କହିଲେ, “ଦେଖ, କ୍ରୋଧର ପରିଣାମ ସମୟରେ ଯାହା ଘଟିବ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; କାରଣ ଏହା ନିରୂପିତ ଶେଷ କାଳର କଥା।
20 Àgbò oníwo méjì tí o rí, òun ni ó dúró gẹ́gẹ́ bí àwọn ọba Media àti Persia.
ତୁମ୍ଭେ ଯେଉଁ ମେଷ ଦେଖିଲ, ତାହାର ଦୁଇ ଶୃଙ୍ଗ ମାଦୀୟ ଓ ପାରସିକ ରାଜା।
21 Òbúkọ onírun náà ni ọba Giriki, ìwo ńlá ti ó wà láàrín ojú u rẹ̀ ni ọba àkọ́kọ́.
ପୁଣି, ସେ ଲୋମଶ ଛାଗ ଯବନ ଦେଶର ରାଜା ଓ ତାହାର ଦୁଇ ଚକ୍ଷୁର ମଧ୍ୟସ୍ଥାନରେ ଥିବାର ବୃହତ ଶୃଙ୍ଗ ପ୍ରଥମ ରାଜା।
22 Ìwo mẹ́rin mìíràn sì dìde dúró dípò ọ̀kan tí ó ṣẹ́, èyí dúró gẹ́gẹ́ bí ìjọba mẹ́rin tí yóò dìde nínú orílẹ̀-èdè náà, ṣùgbọ́n wọn kì yóò ní ní irú agbára kan náà.
ଆଉ, ଯେଉଁ ଶୃଙ୍ଗ ଭଗ୍ନ ହୋଇ ତହିଁର ସ୍ଥାନରେ ଯେ ଚାରି ଶୃଙ୍ଗ ଉତ୍ପନ୍ନ ହେଲା, ଏଥିରେ ସେହି ଦେଶୀୟମାନଙ୍କ ମଧ୍ୟରୁ ଚାରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ପରାକ୍ରମରେ ତାହାର ତୁଲ୍ୟ ନୋହିବ।
23 “Ní ìgbà ìkẹyìn ìjọba wọn, nígbà tí àwọn oníwà búburú bá dé ní kíkún, ni ọba kan yóò dìde, tí ojú rẹ̀ le koko, tí ó sì mòye ọ̀rọ̀ àrékérekè.
ପୁଣି, ସେମାନଙ୍କ ରାଜ୍ୟର ପରିଣାମ ସମୟରେ ଯେତେବେଳେ ଆଜ୍ଞା-ଲଙ୍ଘନକାରୀମାନଙ୍କର ଆଜ୍ଞାଲଙ୍ଘନ ସମ୍ପୂର୍ଣ୍ଣ ହେବ, ସେତେବେଳେ ଭୟଙ୍କର ବଦନ ଓ ନିଗୂଢ଼ ବାକ୍ୟ-ଜ୍ଞାନୀ ଏକ ରାଜା ଉତ୍ପନ୍ନ ହେବ।
24 Yóò di alágbára, ṣùgbọ́n tí kì í ṣe nípa agbára rẹ̀. Yóò sì máa ṣe ìparun tí yóò ya ni lẹ́nu, yóò sì máa ṣe àṣeyọrí nínú ohun gbogbo tó ń ṣe. Yóò sì run àwọn alágbára àti àwọn ènìyàn mímọ́.
ସେ ବଳରେ ପରାକ୍ରାନ୍ତ ହେବ, ମାତ୍ର ତାହାର ନିଜ ବଳରେ ନୁହେଁ; ଆଉ, ସେ ଆଶ୍ଚର୍ଯ୍ୟ ରୂପେ ବିନାଶ କରିବ ଓ ସମୃଦ୍ଧ ହୋଇ ସ୍ଵେଚ୍ଛାମତ କାର୍ଯ୍ୟ କରିବ; ଆଉ, ସେ ପରାକ୍ରମୀଗଣକୁ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।
25 Nípa àrékérekè rẹ̀, yóò mú kí ẹ̀tàn gbèrú, yóò gbé ara rẹ̀ ga nínú ọkàn rẹ̀, nígbà tí wọ́n rò wí pé àlàáfíà dé, yóò sì pa àwọn ènìyàn run, nígbà tí wọn kò rò tẹ́lẹ̀, yóò sì lòdì sí olórí àwọn ọmọ-aládé, síbẹ̀, a ó pa á run ṣùgbọ́n kì í ṣe nípa agbára ènìyàn.
ପୁଣି, ଆପଣା କୌଶଳ ଦ୍ୱାରା ତାହାର ହସ୍ତରେ ଛଳ ସଫଳ ହେବ ଓ ସେ ଆପଣା ଅନ୍ତଃକରଣରେ ନିଜକୁ ବଡ଼ାଇ କରିବ ଓ ସେମାନଙ୍କ ନିରାପଦ କାଳରେ ଅନେକଙ୍କୁ ବିନାଶ କରିବ; ଆହୁରି, ସେ ଅଧିପତିଗଣର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ; ମାତ୍ର ସେ ବିନା ହସ୍ତରେ ଭଗ୍ନ ହେବ।
26 “Ìran alẹ́ àti ti òwúrọ̀, tí a fihàn ọ́ jẹ́ òtítọ́, ṣùgbọ́n pa ìran náà mọ́, nítorí pé, ó jẹ mọ́ ti ọjọ́ iwájú.”
ଆଉ, ସନ୍ଧ୍ୟା ଓ ପ୍ରାତଃକାଳ ବିଷୟରେ କଥିତ ଦର୍ଶନ ସତ୍ୟ; ମାତ୍ର ତୁମ୍ଭେ ଏହି ଦର୍ଶନ ମୁଦ୍ରାଙ୍କିତ କର; କାରଣ ତାହା ଆଗାମୀ ଅନେକ ଦିନର କଥା।”
27 Èmi Daniẹli sì ṣe àárẹ̀ fún ọjọ́ mélòó kan. Nígbà náà, mo dìde, mo sì ń bá iṣẹ́ ọba lọ. Ìran náà sì bà mí lẹ́rù, kò sì yé mi.
ଏଥିଉତ୍ତାରେ ମୁଁ ଦାନିୟେଲ କ୍ଳାନ୍ତ ହେଲି ଓ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି; ତହିଁ ଉତ୍ତାରେ ମୁଁ ଉଠି ରାଜକାର୍ଯ୍ୟ କଲି; ଆଉ, ମୁଁ ସେହି ଦର୍ଶନରେ ଚମତ୍କୃତ ହେଲି, ମାତ୍ର କେହି ସେ ଦର୍ଶନ ବୁଝିଲେ ନାହିଁ।