< Daniel 1 >
1 Ní ọdún kẹta tí Jehoiakimu jẹ ọba Juda, Nebukadnessari ọba Babeli wá sí Jerusalẹmu, ó sì kọlù ú pẹ̀lú àwọn ọmọ-ogun rẹ̀.
ଯିହୁଦାର ରାଜା ଯିହୋୟାକୀମ୍ର ଶାସନ କାଳର ତୃତୀୟ ବର୍ଷରେ ବାବିଲର ରାଜା ନବୂଖଦ୍ନିତ୍ସର ଯିରୂଶାଲମକୁ ଆସି ତାହା ଅବରୋଧ କଲା।
2 Olúwa sì fa Jehoiakimu ọba Juda lé e lọ́wọ́, pẹ̀lú àwọn ohun èlò ilé Ọlọ́run. Àwọn nǹkan wọ̀nyí ni ó kó lọ sí ilé òrìṣà ní Babeli, sí inú ilé ìṣúra òrìṣà rẹ̀.
ପୁଣି, ପ୍ରଭୁ ଯିହୁଦାର ରାଜା ଯିହୋୟାକୀମ୍କୁ ଓ ପରମେଶ୍ୱରଙ୍କ ଗୃହର କେତେକ ପାତ୍ର ତାହାର ହସ୍ତରେ ସମର୍ପି ଦେଲେ; ତହିଁରେ ସେ ଶିନୀୟର ଦେଶରେ ଥିବା ଆପଣା ଦେବ ମନ୍ଦିରକୁ ସେହି ସବୁ ନେଇଗଲା ଓ ପାତ୍ରସକଳ ସେ ଆପଣା ଦେବତାର ଭଣ୍ଡାର ଗୃହରେ ରଖିଲା।
3 Nígbà náà ni ọba pàṣẹ fún Aṣipenasi, olórí àwọn ìwẹ̀fà ààfin rẹ̀ pé, kí ó mú nínú àwọn ọmọ Israẹli tí wọ́n wá láti ìdílé ọba àti lára àwọn tí ó wá láti ilé ọlá.
ପୁଣି, ରାଜା ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ, ଅର୍ଥାତ୍, ରାଜକୀୟ ଓ କୁଳୀନ ବଂଶରୁ
4 Àwọn ọ̀dọ́mọkùnrin tí kò ní àbùkù ara, tí wọ́n rẹwà, tí wọ́n sì fi ìfẹ́ sí ẹ̀kọ́ hàn, tí wọ́n sì ní ìmọ̀, tí òye tètè ń yé àti àwọn tí ó kún ojú òsùwọ̀n láti ṣiṣẹ́ ní ààfin ọba kí ó kọ́ wọ́n ní èdè àti onírúurú ẹ̀kọ́ ìwé ti àwọn Babeli.
ନିଖୁଣ, ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରାସାଦରେ ଠିଆ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ଆଣିବାକୁ ଓ କଲ୍ଦୀୟ ବିଦ୍ୟା ଓ ଭାଷା ଶିଖାଇବାକୁ ଆପଣାର ନପୁଂସକାଧିପତି ଅସ୍ପନସ୍କୁ କହିଲା।
5 Ọba pèsè oúnjẹ ojoojúmọ́ àti wáìnì láti orí tábìlì i rẹ̀ fún wọn, ó sì kọ́ wọn fún ọdún mẹ́ta. Lẹ́yìn náà ni wọn yóò bẹ̀rẹ̀ sí í ṣiṣẹ́ fún ọba.
ଆଉ, ସେମାନେ ଯେପରି ତିନି ବର୍ଷର ଶେଷରେ ରାଜାଙ୍କ ନିକଟରେ ଠିଆ ହେବେ, ଏଥିପାଇଁ ରାଜା ସେମାନଙ୍କ ନିମନ୍ତେ ରାଜାର ଆହାରୀୟ ଦ୍ରବ୍ୟରୁ ଓ ପାନୀୟ ଦ୍ରାକ୍ଷାରସରୁ ଦୈନିକ ଅଂଶ ଦେବା ପାଇଁ ଓ ତିନି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପ୍ରତିପୋଷଣ କରିବା ପାଇଁ ନିରୂପଣ କଲା।
6 Lára àwọn wọ̀nyí ni àwọn tó wá láti Juda: Daniẹli, Hananiah, Miṣaeli àti Asariah.
ଏମାନଙ୍କ ମଧ୍ୟରେ ଯିହୁଦା ବଂଶୀୟ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ଥିଲେ।
7 Olórí àwọn ìwẹ̀fà fún wọn ní orúkọ tuntun: Ó fún Daniẹli ní Belteṣassari, ó fún Hananiah ní Ṣadraki, ó fún Miṣaeli ní Meṣaki àti Asariah ní Abednego.
ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ୍ ଓ ଅସରୀୟକୁ ଅବେଦ୍ନଗୋ ନାମ ଦେଲା।
8 Ṣùgbọ́n Daniẹli pinnu ní ọkàn ara rẹ̀ pé òun kò ní ba ara òun jẹ́ pẹ̀lú oúnjẹ àti wáìnì ọba, nígbà náà ni ó gba ààyè lọ́wọ́ olórí àwọn ìwẹ̀fà wí pé òun kò fẹ́ ba ara òun jẹ́ ní ọ̀nà yìí.
ମାତ୍ର ରାଜାର ଆହାରୀୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣାକୁ ଅଶୁଚି ନ କରିବା ପାଇଁ ଦାନିୟେଲ ନିଜ ମନରେ ସ୍ଥିର କଲେ; ଏହେତୁ ସେ ଯେପରି ଆପଣାକୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକାଧିପତିଙ୍କୁ ନିବେଦନ କଲେ।
9 Ọlọ́run mú kí Daniẹli rí ojúrere àti àánú gbà láti ọwọ́ olórí àwọn ìwẹ̀fà,
ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।
10 ṣùgbọ́n olórí àwọn ìwẹ̀fà sọ fún Daniẹli pé, “Mo bẹ̀rù olúwa mi, ẹni tí o ti pèsè oúnjẹ àti ohun mímu rẹ. Báwo ni ìrísí rẹ yóò ṣe burú jù ti àwọn ọ̀dọ́mọkùnrin ẹlẹgbẹ́ ẹ̀ rẹ lọ? Nígbà náà ni èmi yóò fi orí mi wéwu lọ́dọ̀ ọba.”
ତହିଁରେ ନପୁଂସକାଧିପତି ଦାନିୟେଲଙ୍କୁ କହିଲା, ଯେ ତୁମ୍ଭମାନଙ୍କର ଭକ୍ଷ୍ୟ ଓ ପାନୀୟ ଦ୍ରବ୍ୟ ନିରୂପଣ କରିଅଛନ୍ତି, “ମୁଁ ଆପଣାର ପ୍ରଭୁ ସେହି ମହାରାଜାଙ୍କୁ ଭୟ କରେ; କାରଣ ସେ ତୁମ୍ଭମାନଙ୍କର ସମବୟସ୍କ ଯୁବାମାନଙ୍କର ମୁଖ ଅପେକ୍ଷା ତୁମ୍ଭମାନଙ୍କ ମୁଖ କାହିଁକି ମଳିନ ଦେଖିବେ? ତାହାହେଲେ, ତୁମ୍ଭେମାନେ ରାଜାଙ୍କ ନିକଟରେ ମୋର ମସ୍ତକକୁ ସଂଶୟାପନ୍ନ କରିବ।”
11 Nígbà náà ni Daniẹli sọ fún olùṣọ́ tí olórí àwọn ìwẹ̀fà yàn lórí i Daniẹli, Hananiah, Miṣaeli àti Asariah pé,
ତହିଁରେ ନପୁଂସକାଧିପତି ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟଙ୍କ ଉପରେ ଯେଉଁ ଗୃହାଧ୍ୟକ୍ଷକୁ ନିଯୁକ୍ତ କରିଥିଲା, ତାହାକୁ ଦାନିୟେଲ କହିଲେ;
12 “Jọ̀wọ́ dán àwa ìránṣẹ́ rẹ wò fún ọjọ́ mẹ́wàá. Má ṣe fún wa ní ohun kankan, àfi ewébẹ̀ láti jẹ àti omi láti mu.
“ଅନୁଗ୍ରହ କରି ଆପଣା ଦାସମାନଙ୍କୁ ଦଶ ଦିନ ପରୀକ୍ଷା କରନ୍ତୁ; ଆମ୍ଭମାନଙ୍କୁ ଭୋଜନ ନିମନ୍ତେ ଶସ୍ୟ ଓ ପାନ ନିମନ୍ତେ ଜଳ ଦିଆଯାଉ।
13 Nígbà náà ni kí o fi ìrísí i wa wé ti àwọn ọ̀dọ́mọkùnrin tí wọ́n ń jẹ oúnjẹ ọba, kí o sì ṣe àwa ìránṣẹ́ rẹ ní ìbámu pẹ̀lú u bí o bá ṣe rí i sí.”
ତହିଁ ଉତ୍ତାରେ ଆପଣଙ୍କ ସମ୍ମୁଖରେ ଆମ୍ଭମାନଙ୍କର ମୁଖ ଓ ରାଜକୀୟ ଭକ୍ଷ୍ୟ ଭୋଜନକାରୀ ଯୁବାମାନଙ୍କର ମୁଖ ଦେଖାଯାଉ; ତହିଁରେ ଆପଣ ଯେପରି ଦେଖନ୍ତି, ତଦନୁସାରେ ଆପଣ ଦାସମାନଙ୍କ ପ୍ରତି ବ୍ୟବହାର କରନ୍ତୁ।”
14 Bẹ́ẹ̀ ni ó sì gbà láti dán wọn wò fún ọjọ́ mẹ́wàá.
ତହିଁରେ ସେ ଏହି ବିଷୟରେ ସେମାନଙ୍କ କଥା ଗ୍ରାହ୍ୟ କରି ଦଶ ଦିନ ପର୍ଯ୍ୟନ୍ତ ସେମାନଙ୍କର ପରୀକ୍ଷା କଲା।
15 Lẹ́yìn ọjọ́ kẹwàá ara wọn le, wọ́n sì sanra ju àwọn ọ̀dọ́mọkùnrin tí wọ́n ń jẹ oúnjẹ ọba lọ.
ପୁଣି, ଦଶ ଦିନର ଶେଷରେ ରାଜକୀୟ ଆହାର ଭୋଜନକାରୀ ସକଳ ଯୁବାଙ୍କ ମୁଖ ଅପେକ୍ଷା ସେମାନଙ୍କ ମୁଖ ସୁନ୍ଦର ଦେଖାଗଲା ଓ ସେମାନେ ଅଧିକ ହୃଷ୍ଟପୃଷ୍ଟ ଦେଖାଗଲେ।
16 Bẹ́ẹ̀ ni olùṣọ́ mú oúnjẹ àdídùn àti wáìnì tí ó yẹ kí wọ́n mu kúrò, ó sì fún wọn ní ewébẹ̀ dípò rẹ̀.
ଏଥିରେ ଗୃହାଧ୍ୟକ୍ଷ ସେମାନଙ୍କର ସେହି ଭକ୍ଷ୍ୟ ଓ ପାନୀୟ ଦ୍ରାକ୍ଷାରସ ବନ୍ଦ କରି ସେମାନଙ୍କୁ ଶସ୍ୟ ଦେଲା।
17 Ọlọ́run fún àwọn ọ̀dọ́mọkùnrin mẹ́rẹ̀ẹ̀rin wọ̀nyí ní ìmọ̀ àti òye nínú gbogbo onírúurú ìwé àti ẹ̀kọ́ ọ wọn: Daniẹli sì ní òye ìran àti àlá ní oríṣìíríṣìí.
ଆଉ, ପରମେଶ୍ୱର ସେହି ଚାରି ଯୁବାଙ୍କୁ ସମସ୍ତ ବିଦ୍ୟା ଓ ଜ୍ଞାନରେ, ବୁଦ୍ଧି ଓ ନିପୁଣତା ଦେଲେ ପୁଣି, ଦାନିୟେଲ ଯାବତୀୟ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ।
18 Ní òpin ìgbà tí ọba dá, pé kí a mú wọn wá sínú ààfin, olórí àwọn ìwẹ̀fà mú wọn wá síwájú ọba Nebukadnessari.
ଆଉ, ରାଜା ସେମାନଙ୍କୁ ନିକଟକୁ ଆଣିବା ନିମନ୍ତେ ଯେଉଁ ସମୟ ନିରୂପଣ କରିଥିଲେ, ତାହା ଶେଷ ହୁଅନ୍ତେ, ନପୁଂସକାଧିପତି ସେମାନଙ୍କୁ ନବୂଖଦ୍ନିତ୍ସରର ଛାମୁକୁ ଆଣିଲା।
19 Ọba sì bá wọn sọ̀rọ̀, ó sì rí i pé kò sí ẹni tí ó dàbí i Daniẹli, Hananiah, Miṣaeli àti Asariah; nítorí náà wọ́n bẹ̀rẹ̀ sí ní ṣe iṣẹ́ ọba.
ପୁଣି, ରାଜା ସେମାନଙ୍କ ସଙ୍ଗେ ଆଳାପ କଲେ; ଆଉ, ସେହି ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ସମାନ କେହି ଦେଖାଗଲେ ନାହିଁ; ଏଣୁ ଏମାନେ ରାଜାଙ୍କ ଛାମୁରେ ଠିଆ ହେଲେ।
20 Nínú gbogbo ọ̀ràn ọgbọ́n àti òye tí ọba ń béèrè lọ́wọ́ wọn, ó rí i pé wọ́n sàn ní ìlọ́po mẹ́wàá ju gbogbo àwọn amòye àti ọlọ́gbọ́n tí ó wà ní gbogbo ìjọba rẹ̀.
ଆଉ, ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲେ, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା ଦଶଗୁଣ ଅଧିକ ଦେଖିଲା।
21 Daniẹli sì wà níbẹ̀ títí di ọdún kìn-ín-ní ọba Kirusi.
ପୁଣି, ଦାନିୟେଲ କୋରସ୍ ରାଜାର ପ୍ରଥମ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିଲେ।