< 2 Samuel 8 >

1 Ó sì ṣe, lẹ́yìn èyí, Dafidi sì kọlu àwọn Filistini, ó sì tẹrí wọn ba, Dafidi sì gba Metegamima lọ́wọ́ àwọn Filistini.
ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍‍ ଏବଂ ମାତୃନଗରର କର୍ତ୍ତୃତ୍ୱ ନେଲେ।
2 Dafidi sì kọlu Moabu, ó sì fi okùn títa kan dì wọ́n, ó sì dá wọn dùbúlẹ̀; ó sì ṣe òsùwọ̀n okùn méjì ni iye àwọn tí yóò dá sí. Àwọn ará Moabu sì ń sin Dafidi, wọn a sì máa mú ẹ̀bùn wá.
ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ। ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ତାଙ୍କୁ କର ଦେଲେ।
3 Dafidi sì kọlu Hadadeseri ọmọ Rehobu, ọba Soba, bí òun sì ti ń lọ láti mú agbára rẹ̀ bọ̀ sípò ni odò Eufurate.
ସୋବାର ରାଜା ରହୋବର ପୁତ୍ର ହଦଦେଷର ଫରାତ୍‍ ନଦୀ ନିକଟରେ ଆପଣା ରାଜ୍ୟ ପୁନର୍ବାର ପାଇବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ।
4 Dafidi sì gba ẹgbẹ̀rún kẹ̀kẹ́ lọ́wọ́ rẹ̀, àti ẹ̀ẹ́dẹ́gbàárin ẹlẹ́ṣin, àti ogún ẹgbẹ̀rún àwọn ẹlẹ́ṣẹ̀. Dafidi sì já gbogbo àwọn ẹṣin kẹ̀kẹ́ wọn ní pàtì, ṣùgbọ́n ó dá ọgọ́rùn-ún kẹ̀kẹ́ sí nínú wọn.
ପୁଣି ଦାଉଦ ତାହାଠାରୁ ଏକ ସହସ୍ର ସାତ ଶହ ଅଶ୍ୱାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ୱ ସମସ୍ତର ଗୋଡ଼-ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ୱ ରଖିଲେ।
5 Nígbà tí àwọn ará Siria ti Damasku sì wá láti ran Hadadeseri ọba Soba lọ́wọ́, Dafidi sì pa ẹgbẹ̀rún méjìlélógún ènìyàn nínú àwọn ará Siria.
ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାର ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ।
6 Dafidi sì fi àwọn ológun sí Siria ti Damasku, àwọn ará Siria sì wá sin Dafidi, wọn a sì máa mú ẹ̀bùn wá, Olúwa sì pa Dafidi mọ́ níbikíbi tí o ń lọ.
ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ କର ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ।
7 Dafidi sì gba àṣà wúrà tí ó wà lára àwọn ìránṣẹ́ Hadadeseri, ó sì gbé wọn wá sí Jerusalẹmu.
ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ-ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ।
8 Láti Beta, àti láti Berotai, àwọn ìlú Hadadeseri, ọba Dafidi kó ọ̀pọ̀lọpọ̀ idẹ wá.
ପୁଣି ଦାଉଦ ରାଜା ହଦଦେଷର-ଅଧିକାରସ୍ଥ ବେଟହ ଓ ବେରୋଥା ନଗରରୁ ବହୁ ପରିମାଣର ପିତ୍ତଳ ଆଣିଲେ।
9 Nígbà tí Tou ọba Hamati sì gbọ́ pé Dafidi ti pa gbogbo ogun Hadadeseri.
ଏଥିଉତ୍ତାରେ ଦାଉଦ ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତର ରାଜା ତୟି ଶୁଣନ୍ତେ,
10 Toi sì rán Joramu ọmọ rẹ̀ sí Dafidi ọba, láti kí i, àti láti súre fún un, nítorí pé ó tí bá Hadadeseri jagun, ó sì ti pa á, nítorí tí Hadadeseri sá à ti bá Toi jagun. Joramu sì ni ohun èlò fàdákà, àti ohun èlò wúrà, àti ohun èlò idẹ ní ọwọ́ rẹ̀.
ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମ୍‍କୁ ତାଙ୍କ ନିକଟକୁ ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା। ପୁଣି ଯୋରାମ୍‍ ଆପଣା ସଙ୍ଗେ ରୂପା, ସୁନା, ଓ ପିତ୍ତଳର ପାତ୍ର ନେଇ ଆସିଥିଲା।
11 Dafidi ọba sì fi wọ́n fún Olúwa pẹ̀lú fàdákà, àti wúrà tí ó yà sí mímọ́, èyí tí ó ti gbà lọ́wọ́ àwọn orílẹ̀-èdè tí ó ti ṣẹ́gun.
ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ, ପୁଣି ଯେଉଁ ସମସ୍ତ ଗୋଷ୍ଠୀକୁ ବଶୀଭୂତ କରିଥିଲେ, ସେମାନଙ୍କଠାରୁ,
12 Lọ́wọ́ Siria àti lọ́wọ́ Moabu àti lọ́wọ́ àwọn ọmọ Ammoni, àti lọ́wọ́ àwọn Filistini, àti lọ́wọ́ Amaleki, àti nínú ìkógun Hadadeseri ọmọ Rehobu ọba Soba.
ଅର୍ଥାତ୍‍, ଅରାମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା, ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟିତ ଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ।
13 Dafidi sì ní òkìkí gidigidi nígbà tí ó padà wá ilé láti ibi pípa àwọn ará Siria ní àfonífojì Iyọ̀, àwọn tí o pa jẹ́ ẹgbàá mẹ́sàn ènìyàn.
ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମୀୟମାନଙ୍କର ଅଠର ହଜାର ଲୋକ ବଧ କରି ଫେରିଆସି ବଡ଼ ନାମ ପାଇଲେ।
14 Ó sì fi àwọn ológun sí Edomu; àti ní gbogbo Edomu yíká ni òun sì fi ológun sí, gbogbo àwọn tí ó wà ní Edomu sì wá sin Dafidi, Olúwa sì fún Dafidi ní ìṣẹ́gun níbikíbi tí ó ń lọ.
ପୁଣି ସେ ଇଦୋମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ସେ ଇଦୋମର ସର୍ବତ୍ର ପ୍ରହରୀ-ଦଳ ସ୍ଥାପନ କଲେ, ଆଉ ଇଦୋମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ। ଆଉ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ।
15 Dafidi sì jẹ ọba lórí gbogbo Israẹli; Dafidi sì ṣe ìdájọ́ àti òtítọ́ fún àwọn ènìyàn rẹ̀.
ଏହିରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ; ପୁଣି ଦାଉଦ ଆପଣାର ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ।
16 Joabu ọmọ Seruiah ni ó sì ń ṣe olórí ogun; Jehoṣafati ọmọ Ahiludi sì ń ṣe akọ̀wé.
ଆଉ ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ ଥିଲା;
17 Sadoku ọmọ Ahitubu, àti Ahimeleki ọmọ Abiatari, ni àwọn àlùfáà; Seraiah a sì máa ṣe akọ̀wé.
ପୁଣି ଅହୀଟୂବ୍‍ର ପୁତ୍ର ସାଦୋକ ଓ ଅବୀୟାଥରର ପୁତ୍ର ଅହୀମେଲକ୍‍ ଯାଜକ ଥିଲେ; ସରାୟ ଲେଖକ ଥିଲା;
18 Benaiah ọmọ Jehoiada ni ó sì ń ṣe olórí àwọn Kereti, àti àwọn Peleti; àwọn ọmọ Dafidi sì jẹ́ aláṣẹ.
ଆଉ ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା, ପୁଣି ଦାଉଦଙ୍କର ପୁତ୍ରମାନେ ରାଜକୀୟ ଉପଦେଷ୍ଟା ଥିଲେ।

< 2 Samuel 8 >