< 2 Samuel 6 >
1 Dafidi sì tún kó gbogbo àwọn akọni ọkùnrin ní Israẹli jọ, wọ́n sì jẹ́ ẹgbàá mẹ́ẹ̀ẹ́dógún.
ଏଥିଉତ୍ତାରେ ଦାଉଦ ପୁନର୍ବାର ଇସ୍ରାଏଲର ତିରିଶ ହଜାର ବଛା ଲୋକ ସମସ୍ତଙ୍କୁ ସଂଗ୍ରହ କଲେ।
2 Dafidi sì dìde, ó sì lọ àti gbogbo àwọn ènìyàn tí ń bẹ́ lọ́dọ̀ rẹ́, láti Baalahi ní Juda wá, láti mú àpótí ẹ̀rí Ọlọ́run tí ibẹ̀ wá, èyí tí a ń pe orúkọ rẹ̀ ní orúkọ Olúwa àwọn ọmọ-ogun tí ó jókòó láàrín àwọn kérúbù.
ଆଉ ଦାଉଦ ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ ଉଠି, ସେହି ନାମରେ ଖ୍ୟାତ, ଅର୍ଥାତ୍, କିରୂବଗଣ ମଧ୍ୟରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ, ପରମେଶ୍ୱରଙ୍କ ସିନ୍ଦୁକ ବାଲି-ଯିହୁଦାଠାରୁ ଆଣିବାକୁ ଗଲେ।
3 Wọ́n sì gbé àpótí ẹ̀rí Ọlọ́run náà gun kẹ̀kẹ́ tuntun kan, wọ́n sì mú un láti ilé Abinadabu wá, èyí tí ó wà ní Gibeah: Ussa àti Ahio, àwọn ọmọ Abinadabu sì ń dá kẹ̀kẹ́ tuntun náà.
ପୁଣି ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଏକ ନୂଆ ଶଗଡ଼ରେ ରଖି ପର୍ବତସ୍ଥ ଅବୀନାଦବର ଗୃହରୁ ଆଣିଲେ; ପୁଣି ଅବୀନାଦବର ପୁତ୍ର ଉଷ ଓ ଅହୀୟୋ ସେହି ନୂଆ ଶଗଡ଼ ଚଳାଇଲେ।
4 Wọ́n sì mú un láti ilé Abinadabu jáde wá, tí ó wà ní Gibeah, pẹ̀lú àpótí ẹ̀rí Ọlọ́run, Ahio sì ń rìn níwájú àpótí ẹ̀rí náà.
ଆଉ ସେମାନେ ପର୍ବତସ୍ଥ ଅବୀନାଦବର ଗୃହରୁ ପରମେଶ୍ୱରଙ୍କ ସିନ୍ଦୁକ ସହିତ ତାହା ଆଣିଲେ; ଅହୀୟୋ ସିନ୍ଦୁକର ଆଗେ ଆଗେ ଚାଲିଲା।
5 Dafidi àti gbogbo ilé Israẹli sì ṣiré níwájú Olúwa lára gbogbo onírúurú ohun èlò orin tí a fi igi arère ṣe àti lára ìlù haapu, ní ara tambori, sisitirumu àti lára kimbali.
ପୁଣି ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ସମ୍ମୁଖରେ ଦେବଦାରୁ କାଷ୍ଠରେ ନିର୍ମିତ ନାନା ପ୍ରକାର ବାଦ୍ୟଯନ୍ତ୍ର, ବୀଣା ଓ ନେବଲ ଓ ଦାରା ଓ ମନ୍ଦିରା ଓ କରତାଳ ବଜାଇଲେ।
6 Nígbà tí wọ́n dé sí ilẹ̀ ìpakà Nakoni, Ussa sì na ọwọ́ rẹ̀ sí àpótí ẹ̀rí Ọlọ́run, ó sì dìímú, nítorí tí màlúù kọsẹ̀.
ଆଉ ସେମାନେ ନାଖୋନ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ପରମେଶ୍ୱରଙ୍କ ସିନ୍ଦୁକ ଧରିଲା।
7 Ìbínú Olúwa sì ru sí Ussa; Ọlọ́run sì pa á níbẹ̀ nítorí ìṣísẹ̀ rẹ̀; níbẹ̀ ni ó sì kù ní ẹ̀bá àpótí ẹ̀rí Ọlọ́run.
ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ପରମେଶ୍ୱର ତାହାର ଭ୍ରମ ସକାଶୁ ତାହାକୁ ଆଘାତ କରନ୍ତେ, ସେ ସେହିଠାରେ ପରମେଶ୍ୱରଙ୍କ ସିନ୍ଦୁକ ପାଖରେ ମଲା।
8 Inú Dafidi sì bàjẹ́ nítorí tí Olúwa gé Ussa kúrò, ó sì pe orúkọ ibẹ̀ ní Peresi-Usa títí ó fi di òní yìí.
ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ, ଏଣୁ ସେ ସେହି ସ୍ଥାନର ନାମ ପେରସ-ଉଷ (ଉଷ ପ୍ରତି ଆକ୍ରମଣ) ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି।
9 Dafidi sì bẹ̀rù Olúwa ní ọjọ́ náà, ó sì wí pé, “Àpótí ẹ̀rí Olúwa yóò ti ṣe tọ̀ mí wá?”
ପୁଣି ଦାଉଦ ସେହି ଦିନ ସଦାପ୍ରଭୁଙ୍କୁ ଭୟ କରି କହିଲେ, “ସଦାପ୍ରଭୁଙ୍କ ସିନ୍ଦୁକ କିପ୍ରକାରେ ମୋʼ ନିକଟକୁ ଆସିବ?”
10 Dafidi kò sì fẹ́ mú àpótí ẹ̀rí Olúwa sọ́dọ̀ rẹ̀ sí ìlú Dafidi; ṣùgbọ́n Dafidi sì mú un yà sí ilé Obedi-Edomu ará Gitti.
ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍-ଇଦୋମର ଗୃହରେ ରଖିଲେ,
11 Àpótí ẹ̀rí Olúwa sì gbé ní ilé Obedi-Edomu ará Gitti ní oṣù mẹ́ta; Olúwa sì bùkún fún Obedi-Edomu, àti gbogbo ilé rẹ̀.
ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗାଥୀୟ ଓବେଦ୍-ଇଦୋମର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ୍-ଇଦୋମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ।
12 A sì rò fún Dafidi ọba pé, “Olúwa ti bùkún fún ilé Obedi-Edomu, àti gbogbo èyí tí í ṣe tirẹ̀, nítorí àpótí ẹ̀rí Ọlọ́run.” Dafidi sì lọ, ó sì mú àpótí ẹ̀rí náà gòkè láti ilé Obedi-Edomu wá sí ìlú Dafidi pẹ̀lú ayọ̀.
ଏଉତ୍ତାରେ ପରମେଶ୍ୱରଙ୍କ ସିନ୍ଦୁକ ସକାଶୁ ସଦାପ୍ରଭୁ ଓବେଦ୍-ଇଦୋମର ପରିବାରକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କରିଅଛନ୍ତି ବୋଲି ଦାଉଦ ରାଜାଙ୍କୁ ଜ୍ଞାତ କରାଗଲା। ତହୁଁ ଦାଉଦ ଯାଇ ଓବେଦ୍-ଇଦୋମର ଗୃହରୁ ଆନନ୍ଦପୂର୍ବକ ପରମେଶ୍ୱରଙ୍କ ସିନ୍ଦୁକକୁ ଦାଉଦ-ନଗରକୁ ଆଣିଲେ।
13 Ó sì ṣe nígbà tí àwọn ènìyàn tí ó ru àpótí ẹ̀rí Olúwa bá sì ṣí ẹsẹ̀ mẹ́fà, òun a sì fi màlúù àti ẹran àbọ́pa rú ẹbọ.
ଆଉ, ସଦାପ୍ରଭୁଙ୍କ ସିନ୍ଦୁକ-ବାହକମାନେ ଛଅ ପାଦ ଗଲା ଉତ୍ତାରେ ସେ ଏକ ଗୋରୁ ଓ ଏକ ପୁଷ୍ଟ ପଶୁ ବଳିଦାନ କଲେ।
14 Dafidi sì fi gbogbo agbára rẹ̀ jó níwájú Olúwa; Dafidi sì wọ efodu ọ̀gbọ̀.
ପୁଣି ଦାଉଦ ଆପଣାର ସମସ୍ତ ବଳରେ ସଦାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ କଲେ; ସେହି ସମୟରେ ଦାଉଦ ଶୁକ୍ଳ ଏଫୋଦ ପିନ୍ଧିଥିଲେ।
15 Bẹ́ẹ̀ ni Dafidi àti gbogbo ilé Israẹli sì gbé àpótí ẹ̀rí Olúwa gòkè wá, pẹ̀lú ìhó ayọ̀, àti pẹ̀lú ìró ìpè.
ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୂରୀଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ।
16 Bí àpótí ẹ̀rí Olúwa sì ti wọ ìlú Dafidi wá; Mikali ọmọbìnrin Saulu sì wo láti ojú fèrèsé, ó sì rí Dafidi ọba ń fò sókè ó sì ń jó níwájú Olúwa; òun sì kẹ́gàn rẹ̀ ní ọkàn rẹ̀.
ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରରେ ଉପସ୍ଥିତ ହେବା ବେଳେ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା।
17 Wọ́n sì mú àpótí ẹ̀rí Olúwa náà wá, wọ́n sì gbé e kalẹ̀ sípò rẹ̀ láàrín àgọ́ náà tí Dafidi pa fún un. Dafidi sì rú ẹbọ sísun àti ẹbọ ìrẹ́pọ̀ níwájú Olúwa.
ଏଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଭିତରକୁ ଆଣି ସେହି ସ୍ଥାନରେ, ଅର୍ଥାତ୍, ତହିଁ ପାଇଁ ଦାଉଦ ଯେଉଁ ତମ୍ବୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ତହୁଁ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
18 Dafidi sì parí ìṣe ẹbọ sísun àti ẹbọ ìrẹ́pọ̀ náà, ó sì súre fún àwọn ènìyàn náà ní orúkọ Olúwa àwọn ọmọ-ogun.
ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ଉତ୍ତାରେ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ।
19 Ó sì pín fún gbogbo àwọn ènìyàn náà, àní fún gbogbo ọ̀pọ̀ ènìyàn Israẹli, àti ọkùnrin àti obìnrin; fún olúkúlùkù ìṣù àkàrà kan àti ekìrí ẹran kan, àti àkàrà díndín kan. Gbogbo àwọn ènìyàn náà sì túká lọ, olúkúlùkù sí ilé rẹ̀.
ପୁଣି ସେ ଇସ୍ରାଏଲର ସମୁଦାୟ ଜନତା ମଧ୍ୟରେ ସମସ୍ତ ଲୋକଙ୍କୁ, ପୁରୁଷ ଓ ସ୍ତ୍ରୀ ଉଭୟ ମଧ୍ୟରେ ପ୍ରତ୍ୟେକଙ୍କୁ ଏକ ଏକ ଖଣ୍ଡ ରୁଟି ଓ ଏକ ଏକ ଅଂଶ ମାଂସ ଓ ଏକ ଏକ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। ତହିଁରେ ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପ୍ରସ୍ଥାନ କଲେ।
20 Dafidi sì yípadà láti súre fún àwọn ará ilé rẹ̀, Mikali ọmọbìnrin Saulu sì jáde láti wá pàdé Dafidi, ó sì wí pé, “Báwo ni ọba Israẹli ṣe ṣe ara rẹ̀ lógo bẹ́ẹ̀ lónìí, tí ó bọ́ ara rẹ̀ sílẹ̀ lónìí lójú àwọn ìránṣẹ́bìnrin àwọn ìránṣẹ́ rẹ̀ gẹ́gẹ́ bi ọ̀kan nínú àwọn ènìyàn lásán tí ń bọ́ra rẹ̀ sílẹ̀.”
ଏଥିଉତ୍ତାରେ ଦାଉଦ ଆପଣା ପରିବାରକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। ତହିଁରେ ଶାଉଲଙ୍କର କନ୍ୟା ମୀଖଲ ଦାଉଦଙ୍କୁ ଭେଟିବା ପାଇଁ ବାହାରେ ଆସି କହିଲା, “ଆଜି ଇସ୍ରାଏଲର ରାଜା କେଡ଼େ ଗୌରବ ପାଇଲେ, ସେ ଆଜି ଆପଣା ଦାସଗଣର ଦାସୀମାନଙ୍କ ସାକ୍ଷାତରେ ବିବସ୍ତ୍ର ହୋଇଥିଲେ, ଯେପରି କୌଣସି ଅଗାଡ଼ି ଲୋକ ନିର୍ଲଜ ରୂପେ ବିବସ୍ତ୍ର ହୁଏ!”
21 Dafidi sì wí fún Mikali pé, “Níwájú Olúwa ni, ẹni tí ó yàn mí fẹ́ ju baba rẹ lọ, àti ju gbogbo ìdílé rẹ lọ, láti fi èmi ṣe olórí àwọn ènìyàn Olúwa, àní lórí Israẹli, èmi ó sì súre níwájú Olúwa.
ଏଥିରେ ଦାଉଦ ମୀଖଲକୁ କହିଲେ, “ତାହା ତ ସଦାପ୍ରଭୁଙ୍କ ସମ୍ମୁଖରେ ହେଲା, ସେ ତ ତୁମ୍ଭ ପିତା ଓ ତାଙ୍କର ସମସ୍ତ ବଂଶ ଅପେକ୍ଷା ସଦାପ୍ରଭୁଙ୍କ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ରୂପେ ନିଯୁକ୍ତ କରିବାକୁ ମୋତେ ମନୋନୀତ କରିଅଛନ୍ତି; ଏହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆମୋଦ କରିବି।
22 Èmi ó sì tún rẹ ara mi sílẹ̀ jú bẹ́ẹ̀ lọ, èmi ó sì ṣe aláìníyìn lójú ara mi, àti lójú àwọn ìránṣẹ́bìnrin náà ti ìwọ wí, lọ́dọ̀ wọn náà ni èmi ó sì ní ògo.”
ପୁଣି ମୁଁ ଏଥିରୁ ହିଁ ଆହୁରି କ୍ଷୁଦ୍ର ହେବି ଓ ନିଜ ଦୃଷ୍ଟିରେ ନୀଚ ହେବି; ତଥାପି ତୁମ୍ଭେ ଯେଉଁ ଦାସୀମାନଙ୍କ କଥା କହିଲ, ସେମାନଙ୍କଠାରୁ ମୁଁ ଗୌରବ ପାଇବି।”
23 Mikali ọmọbìnrin Saulu kò sì bí ọmọ, títí o fi di ọjọ́ ikú rẹ̀ nítorí tí ó sọ̀rọ̀-òdì yìí sí Dafidi.
ଏହେତୁ ଶାଉଲଙ୍କର କନ୍ୟା ମୀଖଲର ମରଣ ଦିନ ପର୍ଯ୍ୟନ୍ତ ସନ୍ତାନ ହେଲା ନାହିଁ।