< 2 Samuel 24 >

1 Ìbínú Olúwa sì ru sí Israẹli, ó sì ti Dafidi sí wọn, pé, “Lọ ka iye Israẹli àti Juda!”
ଏଥିଉତ୍ତାରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପୁନର୍ବାର ପ୍ରଜ୍ୱଳିତ ହେଲା, ଆଉ ସେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।”
2 Ọba sì wí fún Joabu olórí ogun, tí ń bẹ lọ́dọ̀ rẹ̀ pé, “Lọ ní ìsinsin yìí sí gbogbo ẹ̀yà Israẹli láti Dani títí dé Beerṣeba, kí ẹ sì ka iye àwọn ènìyàn, kí èmi lè mọ iye àwọn ènìyàn náà!”
ତହିଁରେ ରାଜା ଆପଣା ନିକଟସ୍ଥ ସେନାପତି ଯୋୟାବଙ୍କୁ କହିଲେ; “ତୁମ୍ଭେମାନେ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର, ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି।”
3 Joabu sì wí fún ọba pé, “Kí Olúwa Ọlọ́run rẹ fi kún iye àwọn ènìyàn náà, iyekíye tí ó wù kí wọn jẹ́, ní ọ̀rọ̀ọ̀rún, ojú olúwa mi ọba yóò sì rí i, ṣùgbọ́n èétiṣe tí olúwa mi ọba fi fẹ́ nǹkan yìí?”
ଏଥିରେ ଯୋୟାବ ରାଜାଙ୍କୁ କହିଲା, “ଏବେ ଯେତେ ଲୋକ ଅଛନ୍ତି; ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ ଓ ମୋʼ ପ୍ରଭୁ ମହାରାଜଙ୍କ ଚକ୍ଷୁ ତାହା ଦେଖୁ; ମାତ୍ର ମୋʼ ପ୍ରଭୁ ମହାରାଜ ଏପରି କରିବା ପାଇଁ କାହିଁକି ଚାହୁଁଅଛନ୍ତି?”
4 Ṣùgbọ́n ọ̀rọ̀ ọba borí ti Joabu, àti ti àwọn olórí ogun. Joabu àti àwọn olórí ogun sì jáde lọ kúrò níwájú ọba, láti lọ ka àwọn ènìyàn Israẹli.
ତଥାପି ଯୋୟାବ ଉପରେ ଓ ସେନାପତିମାନଙ୍କ ଉପରେ ରାଜାଙ୍କ ବାକ୍ୟ ପ୍ରବଳ ହେଲା। ତହୁଁ ଯୋୟାବ ଓ ସେନାପତିମାନେ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ପାଇଁ ରାଜାଙ୍କ ସାକ୍ଷାତରୁ ଗମନ କଲେ।
5 Wọ́n sì kọjá odò Jordani, wọ́n sì pàgọ́ ní Aroeri, ní ìhà apá ọ̀tún ìlú tí ó wà láàrín àfonífojì Gadi, àti sí ìhà Jaseri.
ଏଉତ୍ତାରେ ସେମାନେ ଯର୍ଦ୍ଦନ ପାର ହୋଇ ଅରୋୟେରରେ ଗାଦ୍‍ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରର ଦକ୍ଷିଣ ପାଖରେ ଛାଉଣି ସ୍ଥାପନ କଲେ, ଓ ଗାଦ୍‍ରୁ ଯାସେର ପର୍ଯ୍ୟନ୍ତ ଯାତ୍ରା କଲେ;
6 Wọ́n sì wá sí Gileadi, àti sí ilé Tatimi Hodṣi; wọ́n sì wá sí Dani Jaani àti yíkákiri sí Sidoni.
ତହିଁ ଉତ୍ତାରେ ସେମାନେ ଗିଲୀୟଦକୁ ଓ ତହତୀମ୍‍-ହଦ୍‍ଶି ଦେଶକୁ ଆସିଲେ; ତହୁଁ ସେମାନେ ଦାନ୍‍-ଯାନକୁ ଓ ସେଠାରୁ ବୁଲି ସୀଦୋନକୁ ଆସିଲେ।
7 Wọ́n sì wá sí ìlú olódi Tire, àti sí gbogbo ìlú àwọn Hifi, àti ti àwọn ará Kenaani, wọ́n sì jáde lọ síhà gúúsù ti Juda, àní sí Beerṣeba.
ତହୁଁ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କର ଓ କିଣାନୀୟମାନଙ୍କ ସମସ୍ତ ନଗରରେ ଉପସ୍ଥିତ ହେଲେ; ପୁଣି ସେମାନେ ବେର୍‍ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରିଗଲେ।
8 Wọ́n sì la gbogbo ilẹ̀ náà já, wọ́n sì wá sí Jerusalẹmu ní òpin oṣù kẹsànán àti ogúnjọ́.
ଏହିରୂପେ ସେମାନେ ସମୁଦାୟ ଦେଶ ଦେଇ ଭ୍ରମଣ କଲା ଉତ୍ତାରେ ନଅ ମାସ କୋଡ଼ିଏ ଦିନର ଶେଷରେ ଯିରୂଶାଲମରେ ଉପସ୍ଥିତ ହେଲେ।
9 Joabu sì fi iye tí àwọn ènìyàn náà jásí lé ọba lọ́wọ́. Ó sì jẹ́ ogójì ọ̀kẹ́ ọkùnrin alágbára ní Israẹli, àwọn onídà, àwọn ọkùnrin Juda sì jẹ́ ọ̀kẹ́ mẹ́ẹ̀ẹ́dọ́gbọ̀n ènìyàn.
ତହିଁରେ ଯୋୟାବ ଗଣିତ ଯୋଦ୍ଧାମାନଙ୍କ ସଂଖ୍ୟା ରାଜାଙ୍କ ନିକଟରେ ସମର୍ପଣ କଲା; ଇସ୍ରାଏଲର ଖଡ୍ଗଧାରୀ ଆଠ ଲକ୍ଷ ବଳବାନ ଲୋକ ଓ ଯିହୁଦାର ପାଞ୍ଚ ଲକ୍ଷ ଲୋକ ଥିଲେ।
10 Àyà Dafidi sì gbọgbẹ́ lẹ́yìn ìgbà tí ó ka àwọn ènìyàn náà tán. Dafidi sì wí fún Olúwa pé, “Èmi ṣẹ̀ gidigidi ní èyí tí èmi ṣe, ṣùgbọ́n, èmi bẹ̀ ọ, Olúwa, fi ẹ̀ṣẹ̀ ìránṣẹ́ rẹ jì ní, nítorí pé èmi hùwà aṣiwèrè gidigidi!”
ଏହିରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର ଏବେ ହେ ସଦାପ୍ରଭୋ, ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି।”
11 Dafidi sì dìde ní òwúrọ̀, ọ̀rọ̀ Olúwa sì tọ Gadi wòlíì wá, aríran Dafidi wí pé,
ଏଥିଉତ୍ତାରେ ଦାଉଦ ପ୍ରଭାତରେ ଉଠନ୍ତେ, ଦାଉଦଙ୍କ ଦର୍ଶକ ଗାଦ୍‍ ଭବିଷ୍ୟଦ୍‍ବକ୍ତା ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
12 “Lọ kí o sì wí fún Dafidi pé, ‘Báyìí ni Olúwa wí, èmi fi nǹkan mẹ́ta lọ̀ ọ́; yan ọ̀kan nínú wọn, kí èmi ó sì ṣe é sí ọ.’”
“ଦାଉଦ ନିକଟକୁ ଯାଇ ତାହାକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭ ଆଗରେ ତିନି କଥା ରଖୁଅଛୁ; ତହିଁ ମଧ୍ୟରୁ ଆପଣା ପାଇଁ ଗୋଟିଏ ମନୋନୀତ କର, ତାହା ହିଁ ଆମ୍ଭେ ତୁମ୍ଭ ପ୍ରତି କରିବୁ।’”
13 Gadi sì tọ Dafidi wá, ó sì bi í léèrè pé, “Kí ìyàn ọdún méje ó tọ̀ ọ́ wá ní ilẹ̀ rẹ bí? Tàbí kí ìwọ máa sá ní oṣù mẹ́ta níwájú àwọn ọ̀tá rẹ, nígbà tí wọn ó máa lé ọ? Tàbí kí ààrùn ìparun ọjọ́ mẹ́ta ó wá sí ilẹ̀ rẹ? Rò ó nísinsin yìí, kí o sì mọ èsì tí èmi ó mú padà tọ ẹni tí ó rán mi.”
ତହୁଁ ଗାଦ୍‍ ଦାଉଦଙ୍କ ନିକଟକୁ ଆସି ତାଙ୍କୁ ଜଣାଇ କହିଲା, “ତୁମ୍ଭ ଦେଶରେ ତିନି ବର୍ଷ ଦୁର୍ଭିକ୍ଷ ହେବ? କି ତୁମ୍ଭ ଶତ୍ରୁମାନେ ତୁମ୍ଭ ପଛେ ପଛେ ଗୋଡ଼ାଇବା ବେଳେ ତୁମ୍ଭେ ସେମାନଙ୍କ ଆଗେ ଆଗେ ତିନି ମାସ ପର୍ଯ୍ୟନ୍ତ ପଳାଇବ? କିଅବା ତିନି ଦିନ ପର୍ଯ୍ୟନ୍ତ ତୁମ୍ଭ ଦେଶରେ ମହାମାରୀ ହେବ? ଏହା ବୁଝ, ଆଉ ମୋʼ ପ୍ରେରଣା କର୍ତ୍ତାଙ୍କୁ ମୁଁ ଫେରି କି ଉତ୍ତର ଦେବି, ତାହା ବିବେଚନା କର।”
14 Dafidi sì wí fún Gadi pé, “Ìyọnu ńlá bá mi. Jẹ́ kí a fi ara wa lé Olúwa ní ọwọ́; nítorí pé àánú rẹ̀ pọ̀; kí ó má sì ṣe fi mí lé ènìyàn ní ọwọ́.”
ତହିଁରେ ଦାଉଦ ଗାଦ୍‍କୁ କହିଲେ, “ମୁଁ ବଡ଼ ଅକଳରେ ପଡ଼ିଲି, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ହସ୍ତରେ ପଡ଼ୁ; କାରଣ ତାହାଙ୍କ ଦୟା ପ୍ରଚୁର; ମାତ୍ର ମୁଁ ମନୁଷ୍ୟ ହସ୍ତରେ ନ ପଡ଼େ।”
15 Olúwa sì rán ààrùn ìparun sí Israẹli láti òwúrọ̀ títí dé àkókò tí a dá, ẹgbẹ̀rún ní ọ̀nà àádọ́rin ènìyàn sì kú nínú àwọn ènìyàn náà láti Dani títí fi dé Beerṣeba.
ତହୁଁ ସଦାପ୍ରଭୁ ପ୍ରାତଃକାଳ ଅବଧି ନିରୂପିତ ସମୟ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ମହାମାରୀ ପଠାଇଲେ; ତହିଁରେ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରୁ ସତୁରି ହଜାର ଲୋକ ମଲେ।
16 Nígbà tí angẹli náà sì nawọ́ rẹ̀ sí Jerusalẹmu láti pa á run, Olúwa sì káàánú nítorí ibi náà, ó sì sọ fún angẹli tí ń pa àwọn ènìyàn náà run pé, “Ó tó, dá ọwọ́ rẹ dúró wàyí!” Angẹli Olúwa náà sì wà níbi ìpakà Arauna ará Jebusi.
ଆଉ ଦୂତ ଯିରୂଶାଲମକୁ ବିନାଶ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା; ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ଏହି ସମୟରେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଥିଲା।
17 Dafidi sì wí fún Olúwa nígbà tí ó rí angẹli tí ń kọlu àwọn ènìyàn pé, “Wò ó, èmi ti ṣẹ̀, èmi sì ti hùwà búburú ṣùgbọ́n àwọn àgùntàn wọ̀nyí, kín ni wọ́n ha ṣe? Jẹ́ kí ọwọ́ rẹ, èmi bẹ̀ ọ́, kí ó wà lára mi àti ìdílé baba mi.”
ପୁଣି ଦାଉଦ ସେହି ବିନାଶକ ଦୂତଙ୍କୁ ଦେଖି ସଦାପ୍ରଭୁଙ୍କୁ କହିଲେ, “ଦେଖ, ମୁଁ ପାପ କଲି ଓ ମୁଁ ହିଁ ଅପରାଧୀ ହେଲି; ମାତ୍ର ଏହି ମେଷଗଣ କଅଣ କଲେ? ବିନୟ କରୁଅଛି, ତୁମ୍ଭ ହସ୍ତ ମୋʼ ବିରୁଦ୍ଧରେ ଓ ମୋʼ ପିତୃଗୃହର ବିରୁଦ୍ଧରେ ହେଉ।”
18 Gadi sì tọ Dafidi wá ní ọjọ́ náà, ó sì wí fún un pé, “Gòkè, tẹ́ pẹpẹ kan fún Olúwa lórí ilẹ̀ ìpakà Arauna ará Jebusi.”
ସେହି ଦିନ ଗାଦ୍‍ ଦାଉଦଙ୍କ ନିକଟକୁ ଯାଇ ତାଙ୍କୁ କହିଲା, “ଯାଅ, ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର।”
19 Gẹ́gẹ́ bí ọ̀rọ̀ Gadi, Dafidi sì gòkè lọ bí Olúwa ti pa á ní àṣẹ.
ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦ୍‍ର ବାକ୍ୟାନୁସାରେ ଉଠିଗଲେ।
20 Arauna sì wò, ó sì rí ọba àti àwọn ìránṣẹ́ rẹ̀ ń bọ̀ wá lọ́dọ̀ rẹ̀, Arauna sì jáde, ó sì wólẹ̀ níwájú ọba ó sì dojú rẹ̀ bolẹ̀.
ସେତେବେଳେ ଅରୌଣା ଅନାଇ ଦେଖିଲା ଯେ, ରାଜା ଓ ତାଙ୍କର ଦାସମାନେ ତାହା ଆଡ଼କୁ ଆସୁଅଛନ୍ତି; ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।
21 Arauna sì wí pé, “Nítorí kín ni olúwa mi ọba ṣe tọ ìránṣẹ́ rẹ̀ wá?” Dafidi sì dáhùn pé, “Láti ra ibi ìpakà rẹ lọ́wọ́ rẹ, láti tẹ́ pẹpẹ kan fún Olúwa, kí ààrùn ìparun lè dá lára àwọn ènìyàn náà.”
ପୁଣି ଅରୌଣା ପଚାରିଲା, “ମୋʼ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି ନିମନ୍ତେ ଆସିଲେ?” ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେପରି ମହାମାରୀ ନିବୃତ୍ତ ହେବ, ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବା, ତେଣୁ ତୁମ୍ଭଠାରୁ ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”
22 Arauna sì wí fún Dafidi pé, “Jẹ́ kí olúwa mi ọba ó mú èyí tí ó dára lójú rẹ̀, kí o sì fi í rú ẹbọ, wò ó, màlúù nìyìí láti fi ṣe ẹbọ sísun, àti ohun èlò ìpakà, àti ohun èlò mìíràn ti màlúù fún igi.
ତହୁଁ ଅରୌଣା ଦାଉଦଙ୍କୁ କହିଲା, “ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତୁ; ଦେଖନ୍ତୁ, ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ବୃଷମାନଙ୍କ ସାଜ ଅଛି;”
23 Gbogbo nǹkan wọ̀nyí ni Arauna fi fún ọba, bí ọba.” Arauna sì wí fún ọba pé, “Kí Olúwa Ọlọ́run rẹ ó gba ọrẹ rẹ.”
ହେ ମହାରାଜ, ଅରୌଣା ଏସମସ୍ତ ମହାରାଜଙ୍କୁ ଦେଉଅଛି। ଆହୁରି ଅରୌଣା ରାଜାଙ୍କୁ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କୁ ଗ୍ରହଣ କରନ୍ତୁ।”
24 Ọba sì wí fún Arauna pé, “Bẹ́ẹ̀ kọ́; ṣùgbọ́n èmi ó rà á ní iye kan lọ́wọ́ rẹ, bí ó ti wù kí ó ṣe; bẹ́ẹ̀ ni èmi kì yóò fi èyí tí èmi kò náwó fún, rú ẹbọ sísun sí Olúwa Ọlọ́run mi.” Dafidi sì ra ibi ìpakà náà, àti àwọn màlúù náà ní àádọ́ta ṣékélì fàdákà.
ତହିଁରେ ରାଜା ଅରୌଣାକୁ କହିଲେ, “ନା, ମାତ୍ର ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି; ଆଉ ମୁଁ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନାମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।” ତହୁଁ ଦାଉଦ ପଚାଶ ଶେକଲ (ଏକ ଶେକଲ ୧୨ ଗ୍ରାମ୍) ରୂପାରେ ସେହି ଶସ୍ୟମର୍ଦ୍ଦନ ସ୍ଥାନ ଓ ବୃଷସବୁ କିଣିଲେ।
25 Dafidi sì tẹ́ pẹpẹ kan níbẹ̀ sí Olúwa, ó sì rú ẹbọ sísun àti ti ìlàjà. Olúwa sì gbọ́ ẹ̀bẹ̀ fún ilẹ̀ náà, ààrùn náà sì dá kúrò ní Israẹli.
ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ବିନତି ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।

< 2 Samuel 24 >