< 2 Samuel 20 >

1 Ọkùnrin Beliali kan sì ń bẹ níbẹ̀ orúkọ rẹ̀ sì ń jẹ́ Ṣeba ọmọ Bikri ará Benjamini; ó sì fún ìpè ó sì wí pé, “Àwa kò ní ipa nínú Dafidi, bẹ́ẹ̀ ni àwa kò ni ìní nínú ọmọ Jese! Kí olúkúlùkù ọkùnrin lọ sí àgọ́ rẹ̀, ẹ̀yin Israẹli!”
ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”
2 Gbogbo àwọn ọkùnrin Israẹli sì lọ kúrò lẹ́yìn Dafidi, wọ́n sì ń tọ́ Ṣeba ọmọ Bikri lẹ́yìn, ṣùgbọ́n àwọn ọkùnrin Juda sì fi ara mọ́ ọba wọn láti odò Jordani wá títí ó fi dé Jerusalẹmu.
ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାତ୍‍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍‍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ।
3 Dafidi sì wà ní ilé rẹ̀ ní Jerusalẹmu; ọba sì mú àwọn obìnrin mẹ́wàá tí í ṣe àlè rẹ̀, àwọn tí ó ti fi sílẹ̀ láti máa ṣọ́ ilé, Ó sì há wọn mọ́ ilé, ó sì ń bọ́ wọn, ṣùgbọ́n kò sì tún wọlé tọ̀ wọ́n mọ́. A sì sé wọn mọ́ títí di ọjọ́ ikú wọn, wọ́n sì wà bí opó.
ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରାସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରାସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ।
4 Ọba sì wí fún Amasa pé, “Pe àwọn ọkùnrin Juda fún mi ní ìwọ̀n ọjọ́ mẹ́ta òní, kí ìwọ náà kí o sì wà níhìn-ín yìí.”
ଏଉତ୍ତାରେ ରାଜା ଅମାସାଙ୍କୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ ଡକାଇ ମୋʼ ଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ।”
5 Amasa sì lọ láti pe àwọn ọkùnrin Juda; ṣùgbọ́n ó sì dúró pẹ́ ju àkókò tí a fi fún un.
ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା; ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା।
6 Dafidi sì wí fún Abiṣai pé, “Nísinsin yìí Ṣeba ọmọ Bikri yóò ṣe wá ní ibi ju ti Absalomu lọ; ìwọ mú àwọn ìránṣẹ́ olúwa rẹ, kí o sì lépa rẹ̀, kí ó má ba à rí ìlú olódi wọ̀, kí ó sì bọ́ lọ́wọ́ wa.”
ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ; ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀର-ବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”
7 Àwọn ọmọkùnrin Joabu sì jáde tọ̀ ọ́ lọ, àti àwọn Kereti, àti àwọn Peleti, àti gbogbo àwọn ọkùnrin alágbára, wọ́n sì ti Jerusalẹmu jáde lọ, láti lépa Ṣeba ọmọ Bikri.
ଏଣୁ ଯୋୟାବର ଲୋକ ଓ କରେଥୀୟ ଓ ପଲେଥୀୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ଯିରୂଶାଲମରୁ ବାହାରି ବିଖ୍ରିିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ।
8 Nígbà tí wọ́n dé ibi òkúta ńlá tí ó wà ní Gibeoni, Amasa sì ṣáájú wọn, Joabu sì di àmùrè sí agbádá rẹ̀ tí ó wọ̀, ó sì sán idà rẹ̀ mọ́ ìdí, nínú àkọ̀ rẹ̀, bí ó sì ti ń lọ, ó yọ́ jáde.
ସେମାନେ ଗିବୀୟୋନ୍‍ସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ନିକଟକୁ ଆସିଲେ। ସେହି ସମୟରେ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବଦ୍ଧ ଖଡ୍ଗ ତାହାର କଟିଦେଶରେ ବନ୍ଧା ଥିଲା; ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା।
9 Joabu sì bi Amasa léèrè pé, “Àlàáfíà ha kọ́ ni bí, ìwọ arákùnrin mi?” Joabu sì na ọwọ́ ọ̀tún rẹ̀, di Amasa ní irùngbọ̀n mú láti fi ẹnu kò ó lẹ́nu.
ଏଥିରେ ଯୋୟାବ ଅମାସାଙ୍କୁ ପଚାରିଲା, “କି ଭାଇ, ସବୁ ମଙ୍ଗଳ ତ?” ତହୁଁ ଯୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା।
10 Ṣùgbọ́n Amasa kò sì kíyèsi idà tí ń bẹ lọ́wọ́ Joabu, bẹ́ẹ̀ ni òun sì fi gún un ní ikùn, ìfun rẹ̀ sì tú dà sílẹ̀, òun kò sì tún gún un mọ́, Amasa sì kú. Joabu àti Abiṣai arákùnrin rẹ̀ sì lépa Ṣeba ọmọ Bikri.
ମାତ୍ର ଯୋୟାବର ବାମ ହସ୍ତରେ ଥିବା ଖଡ୍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ; ତହୁଁ ଯୋୟାବ ସେହି ଖଡ୍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇଦେଲା, ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ; ତହିଁରେ ହିଁ ସେ ମଲା। ଏଉତ୍ତାରେ ଯୋୟାବ ଓ ତାହାର ଭ୍ରାତା ଅବୀଶୟ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇଲେ।
11 Ọ̀kan nínú àwọn ọ̀dọ́mọdékùnrin tí ó wà lọ́dọ̀ Joabu sì dúró tì Amasa, ó sì wí pé, “Ta ni ẹni tí ó fẹ́ràn Joabu? Ta ni ó sì ń ṣe ti Dafidi, kí ó máa tọ Joabu lẹ́yìn.”
ଏଥିମଧ୍ୟରେ ଯୋୟାବର ଜଣେ ଲୋକ ତାହା ନିକଟରେ ଠିଆ ହୋଇ କହିଲା, “ଯେ ଯୋୟାବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ, ସେ ଯୋୟାବର ପଛେ ଯାଉ।”
12 Amasa sì ń yíràá nínú ẹ̀jẹ̀ láàrín ọ̀nà. Ọkùnrin náà sì rí i pé gbogbo ènìyàn sì dúró tì í, ó sì gbé Amasa kúrò lójú ọ̀nà lọ sínú igbó, ó sì fi aṣọ bò ó, nígbà tí ó rí i pé ẹnikẹ́ni tí ó bá dé ọ̀dọ̀ rẹ̀, á dúró.
ସେସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟ୍‍ପଟ୍‍ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା।
13 Nígbà tí ó sì gbé Amasa kúrò lójú ọ̀nà gbogbo ènìyàn sì tọ Joabu lẹ́yìn láti lépa Ṣeba ọmọ Bikri.
ଅମାସା ରାସ୍ତାରୁ ବାହର କରାଯାʼନ୍ତେ, ସମସ୍ତ ଲୋକ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।
14 Ṣeba kọjá nínú gbogbo ẹ̀yà Israẹli sí Abeli-Beti-Maaka, àti gbogbo àwọn ará Beri; wọ́n sì kó ara wọn jọ, wọ́n sì tọ̀ ọ́ lẹ́yìn pẹ̀lú.
ଏଉତ୍ତାରେ ଯୋୟାବ ଇସ୍ରାଏଲର ସମସ୍ତ ବଂଶ ମଧ୍ୟଦେଇ ଆବେଲ୍‍ ଓ ବେଥ୍‍ମାଖା ଓ ସମସ୍ତ ବେରୀମ୍‍ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା; ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ।
15 Wọ́n wá, wọ́n sì dó tì Ṣeba ní Abeli-Beti-Maaka, wọ́n sì mọ odi ti ìlú náà, odi náà sì dúró ti odi ìlú náà, gbogbo ènìyàn tí ń bẹ lọ́dọ̀ Joabu sì ń gbìyànjú láti wó ògiri náà lulẹ̀.
ପୁଣି ସେମାନେ ଆସି ବେଥ୍‍-ମାଖାସ୍ଥିତ ଆବେଲ୍‍ରେ ଶେବଃଙ୍କୁ ଆକ୍ରମଣ କଲେ ଓ ନଗର ନିକଟରେ ଓ ଗଡ଼-ପାଚେରୀ ନିକଟରେ ଏକ ଢିପିନିର୍ମିତ ହେଲା; ତହିଁରେ ଯୋୟାବର ସହିତ ଥିବା ସମସ୍ତ ସୈନ୍ୟ ପାଚେରୀ ଭୂମିସାତ୍‍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।
16 Obìnrin ọlọ́gbọ́n kan sì kígbe sókè láti ìlú náà wá pé, “Fetísílẹ̀! Fetísílẹ̀! Èmi bẹ̀ yín, ẹ sọ fún Joabu pé, ‘Súnmọ́ ìhín yìí èmi ó sì bá a sọ̀rọ̀.’”
ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, “ଶୁଣ, ଶୁଣ! ମୁଁ ବିନୟ କରୁଅଛି, ଯୋୟାବକୁ ଏହି ସ୍ଥାନକୁ ଆସିବାକୁ କୁହ, ଯେପରି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରେ।”
17 Nígbà tí òun sì súnmọ́ ọ̀dọ̀ rẹ̀, obìnrin náà sì wí pé, “Ìwọ ni Joabu bí?” Òun sì dáhùn wí pé, “Èmi náà ni.” Obìnrin náà sì wí fún un pé, “Gbọ́ ọ̀rọ̀ ìránṣẹ́bìnrin rẹ.” Òun sì dáhùn wí pé, “Èmi ń gbọ́.”
ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, “ଆପଣ କʼଣ ଯୋୟାବ?” ସେ ଉତ୍ତର କଲା, “ହଁ।” ତେବେ ସେ ସ୍ତ୍ରୀ ତାହାକୁ କହିଲା, “ଆପଣା ଦାସୀର କଥା ଶୁଣନ୍ତୁ।” ସେ ଉତ୍ତର କଲା, “ମୁଁ ଶୁଣୁଅଛି।”
18 Ó sì sọ̀rọ̀ wí pé, “Wọ́n ti ń wí ṣáájú pé, ‘Gba ìdáhùn rẹ ní Abeli,’ bẹ́ẹ̀ ni wọ́n sì parí ọ̀ràn náà.
ତହୁଁ ସେ କହିଲା, “ପୂର୍ବକାଳରେ ଲୋକମାନେ କହୁଥାʼନ୍ତି, ‘ଲୋକେ ଆବେଲ୍‍ରେ ଅବଶ୍ୟ ପରାମର୍ଶ ପଚାରିବେ,’ ଆଉ ଏହିରୂପେ କାର୍ଯ୍ୟ ସମାପ୍ତ ହେବ।
19 Èmi ni ọ̀kan nínú àwọn ẹni àlàáfíà àti olóòtítọ́ ní Israẹli, ìwọ ń wá ọ̀nà láti pa ìlú kan run tí ó jẹ́ ìyá ní Israẹli, èéṣe tí ìwọ ó fi gbé ìní Olúwa mì.”
ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ?”
20 Joabu sì dáhùn wí pé, “Kí a má rí i, kí a má rí i lọ́dọ̀ mi pé èmi gbé mì tàbí èmi sì parun.
ଏଥିରେ ଯୋୟାବ ଉତ୍ତର କରି କହିଲା, “ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି, ତାହା ମୋʼ ଠାରୁ ଦୂର ହେଉ।
21 Ọ̀ràn náà kò sì rí bẹ́ẹ̀; ṣùgbọ́n ọkùnrin kan láti òkè Efraimu, tí orúkọ rẹ̀ ń jẹ́ Ṣeba, ọmọ Bikri, ni ó gbé ọwọ́ rẹ̀ sókè sí ọba, àní sí Dafidi: fi òun nìkan ṣoṣo lé wa lọ́wọ́, èmi ó sì fi ìlú sílẹ̀.” Obìnrin náà sì wí fún Joabu pé, “Wò ó, orí rẹ̀ ni a ó sì sọ láti inú odi wá.”
କଥା ସେପରି ନୁହେଁ; ମାତ୍ର ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଇଫ୍ରୟିମ-ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି; କେବଳ ତାଙ୍କୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି।” ତହୁଁ ସେ ସ୍ତ୍ରୀ ଯୋୟାବକୁ କହିଲା, “ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ।”
22 Obìnrin náà sì mú ìmọ́ràn rẹ̀ tọ gbogbo àwọn ènìyàn náà, wọ́n sì bẹ Ṣeba ọmọ Bikri lórí, wọ́n sì sọ ọ́ sí Joabu. Òun sì fún ìpè, wọ́n sì túká ní ìlú náà, olúkúlùkù sí àgọ́ rẹ̀. Joabu sí padà lọ sí Jerusalẹmu àti sọ́dọ̀ ọba.
ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।
23 Joabu sì ni olórí gbogbo ogun Israẹli; Benaiah ọmọ Jehoiada sì jẹ́ olórí àwọn Kereti, àti ti àwọn Peleti.
ସେସମୟରେ ଯୋୟାବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା; ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ଥିଲା।
24 Adoniramu sì jẹ́ olórí àwọn agbowó òde; Jehoṣafati ọmọ Ahiludi sì jẹ́ olùkọsílẹ̀ ohun tí ó ń ṣẹlẹ̀ ní ìlú.
ଆଉ ଅଦୋନୀରାମ୍‍ ବେଠିକର୍ମକାରୀଙ୍କ ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ,
25 Ṣefa sì jẹ́ akọ̀wé; Sadoku àti Abiatari sì ni àwọn àlùfáà.
ଶିବା ଲେଖକ ଥିଲା; ପୁଣି ସାଦୋକ ଓ ଅବୀୟାଥର ଯାଜକ ଥିଲେ;
26 Ira pẹ̀lú, ará Jairi ni ń ṣe àlùfáà lọ́dọ̀ Dafidi.
ପୁଣି ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ଯାଜକ ଥିଲା।

< 2 Samuel 20 >