< 2 Samuel 18 >
1 Dafidi sì ka àwọn ènìyàn tí ń bẹ lọ́dọ̀ rẹ̀, ó sì mú wọn jẹ balógun ẹgbẹẹgbẹ̀rún, àti balógun ọ̀rọ̀ọ̀rún lórí wọn.
ଏଥିଉତ୍ତାରେ ଦାଉଦ ଆପଣା ସୈନ୍ୟମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତିଗଣଙ୍କୁ ନିଯୁକ୍ତ କଲେ।
2 Dafidi sì fi ìdámẹ́ta àwọn ènìyàn náà lé Joabu lọ́wọ́, ó sì rán wọn lọ, àti ìdámẹ́ta lé Abiṣai ọmọ Seruiah àbúrò Joabu lọ́wọ́ àti ìdámẹ́ta lè Ittai ará Gitti lọ́wọ́, ọba sì wí fún àwọn ènìyàn náà pé, “Nítòótọ́ èmi tìkára mi yóò sì bá yín lọ pẹ̀lú.”
ପୁଣି ଦାଉଦ ଯୋୟାବ ହସ୍ତରେ ସୈନ୍ୟମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, “ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି।”
3 Àwọn ènìyàn náà sì wí pé, “Ìwọ kì yóò bá wa lọ, nítorí pé bí àwa bá sá, wọn kì yóò náání wa, tàbí bí ó tilẹ̀ ṣe pé ìdajì wa kú, wọn kì yóò náání wa, nítorí pé ìwọ nìkan tó ẹgbẹ̀rún mẹ́wàá wa. Nítorí náà, ó sì dára kí ìwọ máa ràn wá lọ́wọ́ láti ìlú wá.”
ମାତ୍ର ଲୋକମାନେ କହିଲେ, “ଆପଣ ଆମ ସଙ୍ଗେ ଯୁଦ୍ଧକୁ ଯିବେ ନାହିଁ; କାରଣ ଆମ୍ଭେମାନେ ପଳାଇଲେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; କିଅବା ଆମ୍ଭମାନଙ୍କର ଅର୍ଦ୍ଧେକ ମଲେ ହେଁ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; ମାତ୍ର ଆପଣ ଆମ୍ଭମାନଙ୍କ ଦଶ ହଜାର ସମାନ; ଏହେତୁ ନଗରରୁ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ରହିଲେ ଭଲ।”
4 Ọba sì wí fún wọn pé, “Èyí tí ó bá tọ́ lójú yin ni èmi ó ṣe.” Ọba sì dúró ní apá kan ẹnu odi, gbogbo àwọn ènìyàn náà sì jáde ní ọ̀rọ̀ọ̀rún àti ní ẹgbẹẹgbẹ̀rún.
ତହିଁରେ ରାଜା ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କୁ ଯାହା ଭଲ ଦିଶେ, ତାହା ମୁଁ କରିବି।” ଏଉତ୍ତାରେ ରାଜା ନଗର ଦ୍ୱାରର ପାର୍ଶ୍ଵରେ ଠିଆ ହେଲା ସମୟରେ ସମସ୍ତ ଲୋକ ଶହ ଶହ ଓ ହଜାର ହଜାର ହୋଇ ବାହାରିଗଲେ।
5 Ọba sì pàṣẹ fún Joabu àti Abiṣai àti Ittai pé, “Ẹ tọ́jú ọ̀dọ́mọkùnrin náà Absalomu fún mi.” Gbogbo àwọn ènìyàn náà sì gbọ́ nígbà tí ọba pàṣẹ fún gbogbo àwọn balógun nítorí Absalomu.
ସେତେବେଳେ ରାଜା ଯୋୟାବକୁ ଓ ଅବୀଶୟକୁ ଓ ଇତ୍ତୟକୁ ଆଜ୍ଞା ଦେଇ କହିଲେ, “ମୋʼ ଲାଗି ସେହି ଯୁବା ଅବଶାଲୋମ ପ୍ରତି କୋମଳ ବ୍ୟବହାର କର।” ପୁଣି ରାଜା ଅବଶାଲୋମ ବିଷୟରେ ସମସ୍ତ ସେନାପତିଙ୍କୁ ଏହି ଆଜ୍ଞା ଦେବା ସମୟରେ ସମସ୍ତ ଲୋକ ତାହା ଶୁଣିଲେ।
6 Àwọn ènìyàn náà sì jáde láti pàdé Israẹli ní pápá; ní igbó Efraimu ni wọ́n gbé pàdé ìjà náà.
ଏହିରୂପେ ସୈନ୍ୟଦଳ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ନାମକ ବନରେ ଯୁଦ୍ଧ ହେଲା।
7 Níbẹ̀ ni a gbé pa àwọn ènìyàn Israẹli níwájú àwọn ìránṣẹ́ Dafidi, ọ̀pọ̀lọpọ̀ ènìyàn ni ó ṣubú lọ́jọ́ náà, àní ogún ẹgbẹ̀rún ènìyàn.
ତହିଁରେ ଇସ୍ରାଏଲର ସୈନ୍ୟଦଳ ସେଠାରେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ଓ ସେହି ଦିନ ସେଠାରେ ମହାସଂହାର ହେଲା, ପୁଣି କୋଡ଼ିଏ ହଜାର ଲୋକ ହତ ହେଲେ।
8 Ogun náà sì fọ́n káàkiri lórí gbogbo ilẹ̀ náà, igbó náà sì pa ọ̀pọ̀ ènìyàn ju èyí tí idà pa lọ lọ́jọ́ náà.
ଦେଶସାରା ଯୁଦ୍ଧ ବ୍ୟାପିଗଲା; ପୁଣି ସେହି ଦିନ ଖଡ୍ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକକୁ ଗ୍ରାସ କଲା।
9 Absalomu sì pàdé àwọn ìránṣẹ́ Dafidi. Absalomu sì gun orí ìbáaka kan, ìbáaka náà sì gba abẹ́ ẹ̀ka ńlá igi óákù kan tí ó tóbi lọ, orí rẹ̀ sì kọ́ igi óákù náà òun sì rọ̀ sókè ní agbede-méjì ọ̀run àti ilẹ̀; ìbáaka náà tí ó wà lábẹ́ rẹ̀ sì lọ kúrò.
ଆଉ ଅବଶାଲୋମ ଅକସ୍ମାତ୍ ଦାଉଦଙ୍କର ସୈନ୍ୟମାନଙ୍କୁ ଭେଟିଲା। ସେହି ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା।
10 Ọkùnrin kan sì rí i, ó sì wí fún Joabu pé, “Wò ó, èmi rí Absalomu so rọ̀ láàrín igi óákù kan.”
ସେତେବେଳେ ଜଣେ ତାହା ଦେଖି ଯୋୟାବକୁ କହିଲା, “ଦେଖ, ମୁଁ ଅବଶାଲୋମଙ୍କୁ ଅଲୋନ ବୃକ୍ଷରେ ଟଙ୍ଗାଥିବାର ଦେଖିଲି!”
11 Joabu sì wí fún ọkùnrin náà tí ó sọ fún un pé, “Sá wò ó, ìwọ rí i, èéha ti ṣe tí ìwọ kò fi lù ú bolẹ̀ níbẹ̀? Èmi ìbá sì fún ọ ní ṣékélì fàdákà mẹ́wàá, àti àmùrè kan.”
ତହୁଁ ଯୋୟାବ ତାହା ଜଣାଇବା ଲୋକଙ୍କୁ କହିଲା, “ଦେଖ! ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାଙ୍କୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ, ମୁଁ ତୁମ୍ଭକୁ ଦଶ ଖଣ୍ଡ ରୂପା ଓ ଏକ କଟିବନ୍ଧନ ଦେଇଥାʼନ୍ତି।”
12 Ọkùnrin náà sì wí fún Joabu pé, “Bí èmi tilẹ̀ gba ẹgbẹ̀rún ṣékélì fàdákà sí ọwọ́ mí, èmi kì yóò fi ọwọ́ mi kan ọmọ ọba, nítorí pé àwa gbọ́ nígbà tí ọba kìlọ̀ fún ìwọ àti Abiṣai, àti Ittai, pé, ‘Ẹ kíyèsi i, kí ẹnikẹ́ni má ṣe fi ọwọ́ kan ọ̀dọ́mọkùnrin náà Absalomu.’
ତହିଁରେ ସେହି ବ୍ୟକ୍ତି ଯୋୟାବକୁ କହିଲା, “ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ଡ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ‘ତୁମ୍ଭେମାନେ କେହି ଯୁବା ଅବଶାଲୋମଙ୍କୁ ସ୍ପର୍ଶ କରିବ ନାହିଁ।’
13 Bí ó bá ṣe bẹ́ẹ̀ èmi ìbá ṣe sí ara mi, nítorí pé kò sí ọ̀ràn kan tí ó pamọ́ fún ọba, ìwọ tìkára rẹ̀ ìbá sì kọjú ìjà sí mi pẹ̀lú.”
ଯଦି ମୁଁ ତାହାର ପ୍ରାଣ ବିରୁଦ୍ଧରେ ବିଶ୍ୱାସଘାତକତା କରିଥାʼନ୍ତି, ତେବେ ତୁମ୍ଭେ ନିଜେ ତ ଅଲଗା ହୋଇ ଠିଆ ହୋଇଥାʼନ୍ତ; କାରଣ ରାଜାଙ୍କଠାରୁ କୌଣସି ବିଷୟ ଗୁପ୍ତ ରହେ ନାହିଁ।”
14 Joabu sì wí pé, “Èmi kì yóò dúró bẹ́ẹ̀ níwájú rẹ.” Ó sì mú ọ̀kọ̀ mẹ́ta lọ́wọ́ rẹ̀, ó sì fi wọ́n gún Absalomu ní ọkàn, nígbà tí ó sì wà láààyè ní agbede-méjì igi óákù náà.
ତେବେ ଯୋୟାବ କହିଲା, “ମୁଁ ଏପରି ବିଳମ୍ବ କରି ନ ପାରେ।” ତହୁଁ ସେ ଆପଣା ହସ୍ତରେ ତିନୋଟି ବର୍ଚ୍ଛା ନେଇ ଅବଶାଲୋମ ଅଲୋନ ବୃକ୍ଷରେ ଜୀବିତ ଥାଉ ଥାଉ ତାହା ଦେହରେ ବିନ୍ଧିଲା।
15 Àwọn ọ̀dọ́mọdékùnrin mẹ́wàá tí ó máa ń ru ìhámọ́ra Joabu sì yí Absalomu ká, wọ́n sì kọlù ú, wọ́n sì pa á.
ଏଉତ୍ତାରେ ଯୋୟାବର ଅସ୍ତ୍ରବାହକ ଦଶ ଜଣ ଯୁବା ଅବଶାଲୋମଙ୍କୁ ଚାରିଆଡ଼େ ଘେରି ତାହାକୁ ଆଘାତ କରି ବଧ କଲେ।
16 Joabu sì fun ìpè, àwọn ènìyàn náà sì yípadà láti máa lépa Israẹli, nítorí Joabu ti pe àwọn ènìyàn náà padà.
ତହୁଁ ଯୋୟାବ ତୂରୀ ବଜାନ୍ତେ, ସୈନ୍ୟମାନେ ଇସ୍ରାଏଲର ପଶ୍ଚାତ୍ଗମନରୁ ବାହୁଡ଼ି ଆସିଲେ; କାରଣ ଯୋୟାବ ସୈନ୍ୟମାନଙ୍କୁ ଅଟକାଇଲା।
17 Wọ́n sì gbé Absalomu, wọ́n sì sọ ọ́ sínú ihò ńlá kan ní igbó náà, wọ́n sì kó òkúta púpọ̀ jọ sí i lórí, gbogbo Israẹli sì sá, olúkúlùkù sí inú àgọ́ rẹ̀.
ଆଉ ସୈନ୍ୟମାନେ ଅବଶାଲୋମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ।
18 Absalomu ní ìgbà ayé rẹ̀, sì mọ ọ̀wọ́n kan fún ara rẹ̀, tí ń bẹ ní àfonífojì Ọba: nítorí tí ó wí pé, “Èmi kò ní ọmọkùnrin tí yóò pa orúkọ mi mọ́ ní ìrántí,” òun sì pe ọ̀wọ́n náà nípa orúkọ rẹ̀, a sì ń pè é títí di òní, ní ọ̀wọ́n Absalomu.
ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, “ମୋʼ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ;” ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ସେହି ଦିନଠାରୁ ଅାଜି ପର୍ଯ୍ୟନ୍ତ ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି।
19 Ahimasi ọmọ Sadoku sì wí pé, “Jẹ́ kí èmi ó súré nísinsin yìí, kí èmi sì mú ìròyìn tọ ọba lọ, bí Olúwa ti gbẹ̀san rẹ̀ lára àwọn ọ̀tá rẹ̀.”
ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍ କହିଲା, “ସଦାପ୍ରଭୁ କିପରି ରାଜାଙ୍କର ଶତ୍ରୁମାନଙ୍କଠାରୁ ସୁରକ୍ଷା ଦେଇଅଛନ୍ତି, ଏହି ସୁସମ୍ବାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ି ଯାଏ।”
20 Joabu sì wí fún un pé, “Ìwọ kì yóò mù ìròyìn lọ lónìí, ṣùgbọ́n ìwọ ó mú lọ ní ọjọ́ mìíràn, ṣùgbọ́n lónìí yìí ìwọ kì yóò mú ìròyìn kan lọ, nítorí tí ọmọ ọba ṣe aláìsí.”
ତହିଁରେ ଯୋୟାବ ତାହାଙ୍କୁ କହିଲା, “ଆଜି ତୁମ୍ଭେ ସୁସମ୍ବାଦବାହକ ହେବ ନାହିଁ, ମାତ୍ର ଅନ୍ୟ ଦିନ ସୁସମ୍ବାଦ ନେବ; ରାଜାଙ୍କ ପୁତ୍ର ମରିଅଛି, ଏହେତୁ ଆଜି ତୁମ୍ଭେ ସୁସମ୍ବାଦ ନେବ ନାହିଁ।”
21 Joabu sì wí fún Kuṣi pé, “Lọ, kí ìwọ ro ohun tí ìwọ rí fún ọba.” Kuṣi sì wólẹ̀ fún Joabu ó sì sáré.
ତେବେ ଯୋୟାବ କୂଶୀୟଙ୍କୁ କହିଲା, “ତୁମ୍ଭେ ଯାହା ଦେଖିଅଛ, ତାହା ତୁମ୍ଭେ ରାଜାଙ୍କୁ ଯାଇ ଜଣାଅ।” ଏଥିରେ କୂଶୀୟ ଯୋୟାବକୁ ପ୍ରଣାମ କରି ଦୌଡ଼ିଲା।
22 Ahimasi ọmọ Sadoku sì tún wí fún Joabu pé, “Jọ̀wọ́, bí ó ti wù kí ó rí, èmi ó sáré tọ Kuṣi lẹ́yìn.” Joabu sì bi í pé, “Nítorí kín ni ìwọ ó ṣe sáré, ọmọ mi, ìwọ kò ri pé kò sí ìròyìn rere kan tí ìwọ ó mú lọ.”
ତହୁଁ ସାଦୋକର ପୁତ୍ର ଅହୀମାସ୍ ପୁନର୍ବାର ଯୋୟାବଙ୍କୁ କହିଲା, “ଯାହାହେଉ, ବିନୟ କରୁଅଛି, ମୁଁ ମଧ୍ୟ ସେହି କୂଶୀୟର ପଛେ ଦୌଡ଼େ।” ତହିଁରେ ଯୋୟାବ କହିଲା, “ମୋʼ ପୁତ୍ର, ତୁମ୍ଭେ କାହିଁକି ଦୌଡ଼ିବ, କାରଣ ସେହି ସମ୍ବାଦ ପାଇଁ ତୁମ୍ଭେ ତ କୌଣସି ପୁରସ୍କାର ପାଇବ ନାହଁ?”
23 Ó sì wí pé, “Bí ó ti wù kí ó rí, èmi ó sáré.” Ó sì wí fún un pé, “Sáré!” Ahimasi sì sáré ní ọ̀nà pẹ̀tẹ́lẹ̀, ó sì sáré kọjá Kuṣi.
ମାତ୍ର ସେ କହିଲା, “ଯାହାହେଉ, ମୁଁ ଦୌଡ଼ୁଅଛି।” ତହିଁରେ ଯୋୟାବ ତାହାକୁ କହିଲା, “ଦୌଡ଼।” ତହୁଁ ଅହୀମାସ୍ ପ୍ରାନ୍ତର-ପଥ ଦେଇ ଦୌଡ଼ି କୂଶୀୟକୁ ପଛରେ ପକାଇ ଗଲା।
24 Dafidi sì jókòó lẹ́nu odi láàrín ìlẹ̀kùn méjì, alóre sì gòkè òrùlé bodè lórí odi, ó sì gbé ojú rẹ̀ sókè, ó sì wò, wò ó, ọkùnrin kan ń sáré òun nìkan.
ଏହି ସମୟରେ ନଗରର ଦ୍ୱାରଦ୍ୱୟର ମଧ୍ୟସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ୱାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି।
25 Alóre náà sì kígbe, ó sì wí fún ọba. Ọba sì wí pé, “Bí ó bá ṣe òun nìkan ni, ìròyìn rere ń bẹ lẹ́nu rẹ̀.” Òun sì ń súnmọ́ tòsí.
ତହୁଁ ପ୍ରହରୀ ଉଚ୍ଚସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, “ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି।” ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା।
26 Alóre náà sì rí ọkùnrin mìíràn tí ń sáré, alóre sì kọ sí ẹni tí ń ṣọ́ bodè, ó sì wí pe, “Wò ó, ọkùnrin kan ń sáré òun nìkan.” Ọba sì wí pé, “Èyí náà pẹ̀lú ń mú ìròyìn rere wá.”
ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚସ୍ୱରରେ ଦ୍ୱାରୀକୁ ଡାକି କହିଲା, “ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି।” ତହିଁରେ ରାଜା କହିଲେ, “ସେ ମଧ୍ୟ ସୁସମ୍ବାଦ ଆଣୁଅଛି।”
27 Alóre náà sì wí pé, “Èmi wo ìsáré ẹni tí ó wà níwájú ó dàbí ìsáré Ahimasi ọmọ Sadoku.” Ọba sì wí pé, “Ènìyàn re ni, ó sì ń mú ìyìnrere wá!”
ଏଥିରେ ପ୍ରହରୀ କହିଲା, “ପ୍ରଥମ ଲୋକର ଦୌଡ଼ ସାଦୋକର ପୁତ୍ର ଅହୀମାସ୍ର ଦୌଡ଼ ପରି ମୋହର ବୋଧ ହୁଏ।” ତେବେ ରାଜା କହିଲେ, “ସେ ଭଲ ଲୋକ, ସେ ଭଲ ସମ୍ବାଦ ନେଇ ଆସୁଅଛି।”
28 Ahimasi sì dé, ó sì wí fún ọba pé, “Àlàáfíà!” Ó sì wólẹ̀ fún ọba, ó dojúbolẹ̀ ó sì wí pé, “Alábùkún fún ni Olúwa Ọlọ́run rẹ, ẹni tí ó fi àwọn ọkùnrin tí ó gbé ọwọ́ wọn sókè sí olúwa mi ọba lé ọ lọ́wọ́.”
ସେତେବେଳେ ଅହୀମାସ୍ ଡାକ ପକାଇ ରାଜାଙ୍କୁ କହିଲା, “ସବୁ ମଙ୍ଗଳ।” ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କରି କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ମୋହର ପ୍ରଭୁ ମହାରାଜଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ, ସେମାନଙ୍କୁ ସେ ସମର୍ପଣ କରିଦେଇଅଛନ୍ତି।”
29 Ọba sì béèrè pé, “Àlàáfíà ha wà fún Absalomu, ọmọdékùnrin náà bí?” Ahimasi sì dáhùn pé, “Nígbà tí Joabu rán ìránṣẹ́ ọba, àti èmi ìránṣẹ́ rẹ̀, mo rí ọ̀pọ̀ ènìyàn, ṣùgbọ́n èmi kò mọ ìdí rẹ̀.”
ତହିଁରେ ରାଜା କହିଲେ, “ସେ ଯୁବା ଲୋକ ଅବଶାଲୋମର ମଙ୍ଗଳ ତ?” ତହୁଁ ଅହୀମାସ୍ ଉତ୍ତର କଲା, “ଯୋୟାବ ମହାରାଜଙ୍କ ଦାସକୁ, ଅର୍ଥାତ୍, ଆପଣଙ୍କ ଦାସ ମୋତେ ପଠାଇବା ବେଳେ ମହାଲୋକ ଗହଳି ଦେଖିଲି, ମାତ୍ର କଅଣ ହେଲା, ତାହା ଜାଣି ନାହିଁ।”
30 Ọba sì wí fún un pé, “Yípadà kí o sì dúró níhìn-ín.” Òun sì yípadà, ó sì dúró jẹ́ẹ́.
ଏଥିରେ ରାଜା କହିଲେ, “ଏଆଡ଼େ ଆସି ଠିଆ ହୁଅ।” ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା।
31 Sì wò ó, Kuṣi sì wí pé, “Ìyìnrere fún olúwa mi ọba, nítorí tí Olúwa ti gbẹ̀san rẹ lónìí lára gbogbo àwọn tí ó dìde sí ọ.”
ଏଥିମଧ୍ୟରେ ଦେଖ, ସେହି କୂଶୀୟ ପହଞ୍ଚି କହିଲା, “ମୋʼ ପ୍ରଭୁ ମହାରାଜଙ୍କ ପାଇଁ ସୁସମ୍ବାଦ ଅଛି; କାରଣ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠିଥିଲେ, ସଦାପ୍ରଭୁ ଆଜି ସେହି ସମସ୍ତଙ୍କଠାରୁ ପରିଶୋଧ ନେଇଅଛନ୍ତି।”
32 Ọba sì bi Kuṣi pé, “Àlàáfíà kọ́ Absalomu ọ̀dọ́mọdékùnrin náà wá bí?” Kuṣi sì dáhùn pe, “Kí àwọn ọ̀tá olúwa mi ọba, àti gbogbo àwọn tí ó dìde sí ọ ní ibi, rí bí ọ̀dọ́mọdékùnrin náà.”
ତହିଁରେ ରାଜା ସେହି କୂଶୀୟଙ୍କୁ ପଚାରିଲେ, “ସେହି ଯୁବା ଲୋକ ଅବଶାଲୋମର ମଙ୍ଗଳ ତ?” ତହିଁରେ କୂଶୀୟ ଉତ୍ତର କଲା, “ମୋʼ ପ୍ରଭୁ ମହାରାଜଙ୍କ ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠନ୍ତି, ସେମାନେ ସମସ୍ତେ ସେହି ଯୁବା ଲୋକ ପରି ହେଉନ୍ତୁ।”
33 Ọba sì kẹ́dùn púpọ̀ ó sì gòkè lọ, sí yàrá tí ó wà lórí òkè ibodè, ó sì sọkún; báyìí ni ó sì ń wí bí ó ti ń lọ, “Ọmọ mi Absalomu! Ọmọ mi, ọmọ mí Absalomu! Á à! Ìbá ṣe pé èmi ni ó kú ní ipò rẹ̀! Absalomu ọmọ mi, ọmọ mi!”
ତହିଁରେ ରାଜା ଅତି କମ୍ପିତ ହୋଇ ନଗରଦ୍ୱାର-ଉପରିସ୍ଥ କୋଠରିକୁ ଯାଇ ରୋଦନ କଲେ; ପୁଣି ସେ ଯାଉ ଯାଉ ଏପରି କହିଲେ, “ହାୟ ଆମ୍ଭର ପୁତ୍ର ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭ ପୁତ୍ର ଅବଶାଲୋମ! ହୁଏତ ତୁମ୍ଭ ବଦଳେ ଆମ୍ଭେ ମରିଥାʼନ୍ତୁ, ହାୟ ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭର ପୁତ୍ର!”