< 2 Samuel 16 >

1 Nígbà tí Dafidi sì fi díẹ̀ kọjá orí òkè náà, sì wò ó, Ṣiba ìránṣẹ́ Mefiboṣeti sì ń bọ̀ wá pàdé rẹ̀, òun àti kẹ́tẹ́kẹ́tẹ́ méjì tí a ti dì ní gàárì, àti igba ìṣù àkàrà lórí wọn, àti ọgọ́rùn-ún síírí àjàrà gbígbẹ, àti ọgọ́rùn-ún èso ẹ̀rún, àti ìgò ọtí wáìnì kan.
ଏଥିଉତ୍ତାରେ ଦାଉଦ ଉଠାଣି ଶୃଙ୍ଗ ପାର ହୋଇ ଅଳ୍ପ ବାଟ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫୀବୋଶତ୍‍ର ଦାସ ସୀବଃ ସଜ୍ଜିତ ଦୁଇ ଗର୍ଦ୍ଦଭ ସଙ୍ଗେ ନେଇ ତାଙ୍କୁ ଭେଟିଲା, ସେହି ଗର୍ଦ୍ଦଭମାନଙ୍କ ଉପରେ ଦୁଇ ଶହ ରୁଟି, ଶହେ ପେନ୍ଥା ଦ୍ରାକ୍ଷାଫଳ ଓ ଶହେ ଗ୍ରୀଷ୍ମକାଳୀନ ଫଳ ଓ ଏକ କୁମ୍ପା (ବୋତୋଲ୍) ଦ୍ରାକ୍ଷାରସ ଥିଲା।
2 Ọba sì wí fún Ṣiba pé, “Kí ni wọ̀nyí?” Ṣiba sì wí pé, “Kẹ́tẹ́kẹ́tẹ́ wọ̀nyí ni fún àwọn ará ilé ọba láti máa gùn àti àkàrà yìí, àti èso ẹ̀rún yìí ni fún àwọn ọ̀dọ́mọdékùnrin láti jẹ; àti ọtí wáìnì yìí ni fún àwọn aláàárẹ̀ ní ijù láti mu.”
ତହିଁରେ ରାଜା ସୀବଃକୁ କହିଲେ, “ଏସବୁରେ ତୁମ୍ଭର ଅଭିପ୍ରାୟ କଅଣ?” ତହୁଁ ସୀବଃ କହିଲା, “ଏ ଗର୍ଦ୍ଦଭ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ; ପୁଣି ଏହି ରୁଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ।”
3 Ọba sì wí pé, “Ọmọ olúwa rẹ dà?” Ṣiba sì wí fún ọba pé, “Wò ó, ó jókòó ní Jerusalẹmu; nítorí tí ó wí pé, ‘Lónìí ni ìdílé Israẹli yóò mú ìjọba baba mi padà wá fún mi.’”
ତେବେ ରାଜା କହିଲେ, “ତୁମ୍ଭ ପ୍ରଭୁର ପୁତ୍ର କାହିଁ?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଯିରୂଶାଲମରେ ଅଛନ୍ତି, କାରଣ ସେ କହିଲେ, ‘ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ।’”
4 Ọba sì wí fún Ṣiba pé, “Wò ó, gbogbo nǹkan tí í ṣe ti Mefiboṣeti jẹ́ tìrẹ.” Ṣiba sì wí pé, “Mo túúbá, jẹ́ kí n rí oore-ọ̀fẹ́ lójú rẹ, olúwa mi ọba.”
ଏଥିରେ ରାଜା ସୀବଃକୁ କହିଲେ, “ଦେଖ, ମଫୀବୋଶତ୍‍ର ସର୍ବସ୍ୱ ତୁମ୍ଭର ହେଲା।” ତହୁଁ ସୀବଃ କହିଲା, “ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୋ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ।”
5 Dafidi ọba sì dé Bahurimu, sì wò ó, ọkùnrin kan ti ibẹ̀ jáde wá, láti ìdílé Saulu wá, orúkọ rẹ̀ sì ń jẹ́ Ṣimei, ọmọ Gera, ó sì ń bú èébú bí o tí ń bọ̀.
ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା।
6 Ó sì sọ òkúta sí Dafidi, àti sí gbogbo ìránṣẹ́ Dafidi ọba, àti sí gbogbo ènìyàn, gbogbo àwọn alágbára ọkùnrin sì wà lọ́wọ́ ọ̀tún rẹ̀ àti lọ́wọ́ òsì rẹ̀.
ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ମାରିଲା; ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ।
7 Báyìí ni Ṣimei sì wí nígbà tí ó ń yọ èébú, “Jáde, ìwọ ọkùnrin ẹ̀jẹ̀, ìwọ ọkùnrin Beliali.
ପୁଣି ଶିମୀୟି ଅଭିଶାପ ଦେଉ ଦେଉ ଏପରି କହିଲା, “ଆରେ ରକ୍ତପାତୀ ମନୁଷ୍ୟ, ଆରେ ପାପାଧମ ଲୋକ, ଦୁର୍ ହୁଅ, ଚାଲିଯାଅ!
8 Olúwa mú gbogbo ẹ̀jẹ̀ ìdílé Saulu padà wá sí orí rẹ, ní ipò ẹni tí ìwọ jẹ ọba; Olúwa ti fi ìjọba náà lé Absalomu ọmọ rẹ lọ́wọ́: sì wò ó, ìwà búburú rẹ ni ó mú èyí wá bá ọ, nítorí pé ọkùnrin ẹ̀jẹ̀ ni ìwọ.”
ଯାହାର ପଦରେ ତୁ ରାଜ୍ୟ କରୁଥିଲୁ, ସେହି ଶାଉଲ ବଂଶର ସମସ୍ତ ରକ୍ତପାତର ପ୍ରତିଫଳ ତୋତେ ସଦାପ୍ରଭୁ ଦେଉଅଛନ୍ତି; ପୁଣି ସଦାପ୍ରଭୁ ତୋର ପୁତ୍ର ଅବଶାଲୋମ ହସ୍ତରେ ରାଜ୍ୟ ସମର୍ପଣ କରିଅଛନ୍ତି; ଆଉ ଦେଖ୍, ତୁ ତୋʼ ନିଜ ଦୁଷ୍ଟତାରେ ଧରା ପଡ଼ିଅଛୁ, କାରଣ ତୁ ରକ୍ତପାତୀ ମନୁଷ୍ୟ।”
9 Abiṣai ọmọ Seruiah sì wí fún ọba pé, “Èéṣe tí òkú ajá yìí fi ń bú olúwa mi ọba? Jẹ́ kí èmi kọjá, èmi bẹ̀ ọ́, kí èmi sì bẹ́ ẹ́ lórí.”
ସେତେବେଳେ ସରୁୟାର ପୁତ୍ର ଅବୀଶୟ ରାଜାଙ୍କୁ କହିଲା, “ଏ ମଲା କୁକ୍କୁରଟା କାହିଁକି ମୋʼ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇଯାଇ ତାହାର ମୁଣ୍ଡ କାଟି ପକାଏ।”
10 Ọba sì wí pé, “Kín ni èmi ní ṣe pẹ̀lú yín, ẹ̀yin ọmọ Seruiah? Bí ó bá ń bú èébú, nítorí tí Olúwa ti wí fún un pé, ‘Bú Dafidi!’ Ta ni yóò sì wí pé, ‘Kín ni ìdí tí o fi ṣe bẹ́ẹ̀.’”
ତହିଁରେ ରାଜା କହିଲେ, “ହେ ସରୁୟାର ପୁତ୍ରମାନେ, ତୁମ୍ଭମାନଙ୍କ ସହିତ ମୋʼ ର କʼଣ କରିବାର ଅଛି? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦଙ୍କୁ ‘ଅଭିଶାପ ଦିଅ’ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି? ‘ଏଥିପାଇଁ କିଏ କହିବ, ତୁମ୍ଭେ କାହିଁକି ଏପରି କଲ?’”
11 Dafidi sì wí fún Abiṣai, àti fún gbogbo àwọn ìránṣẹ́ rẹ̀ pé, “Wò ó, ọmọ mi tí ó ti inú mi wá, ń wá mi kiri, ǹjẹ́ mélòó mélòó ni ará Benjamini yìí yóò sì ṣe? Fi í sílẹ̀, sì jẹ́ kí o máa yan èébú; nítorí pé Olúwa ni ó sọ fún un.
ଆହୁରି ଦାଉଦ ଅବୀଶୟକୁ ଓ ଆପଣାର ଦାସ ସମସ୍ତଙ୍କୁ କହିଲେ, “ଦେଖ, ମୋହର ଔରସରୁ ଜାତ ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମୀନୀୟ ଲୋକ କି ଏବେ ତତୋଧିକ ନ କରିବ? ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ; କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି।
12 Bóyá Ọlọ́run yóò wo ìpọ́njú mi, Olúwa yóò sì fi ìre san án fún mi ní ipò èébú rẹ̀ lónìí.”
ହୋଇପାରେ, ମୋʼ ପ୍ରତି କୃତ ଏହି ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ଅଭିଶାପ ପରିବର୍ତ୍ତେ ସଦାପ୍ରଭୁ ମୋହର ମଙ୍ଗଳ କରିବେ।”
13 Dafidi àti àwọn ọmọkùnrin rẹ̀ sì ń lọ ní ọ̀nà, Ṣimei sì ń rìn òdìkejì òkè tí ó wà lẹ́gbẹ̀ẹ́ rẹ̀, ó sì ń yan èébú bí ó ti ń lọ, ó sì ń sọ ọ́ lókùúta, ó sì ń fọ́n erùpẹ̀.
ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ପଥ ଦେଇ ଗଲେ; ପୁଣି ଶିମୀୟି ତାଙ୍କ ପାଖେ ପାଖେ ପର୍ବତ ପାର୍ଶ୍ୱ ଦେଇ ଚାଲିଲା, ପୁଣି ଚାଲୁ ଚାଲୁ ଅଭିଶାପ ଦେଲା ଓ ତାଙ୍କ ଉପରେ ପଥର ଓ ଧୂଳି ପକାଇଲା।
14 Ọba, àti gbogbo àwọn ènìyàn tí ó ń bẹ lọ́dọ̀ rẹ̀ sì dé Jordani, ó sì rẹ̀ wọ́n, wọ́n sì sinmi níbẹ̀.
ଏଉତ୍ତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଳାନ୍ତ ହୋଇ ଆସିଲେ; ପୁଣି ସେଠାରେ ସେମାନେ ରାତିରେ ବିଶ୍ରାମ କଲେ।
15 Absalomu àti gbogbo àwọn ènìyàn, àwọn ọkùnrin Israẹli sì wá sí Jerusalẹmu, Ahitofeli sì wà pẹ̀lú rẹ̀.
ଏଥିମଧ୍ୟରେ ଅବଶାଲୋମ ଓ ତାହା ସଙ୍ଗେ ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକ ଯିରୂଶାଲମକୁ ଆସିଲେ।
16 Ó sì ṣe, nígbà tí Huṣai ará Arki, ọ̀rẹ́ Dafidi tọ Absalomu wá, Huṣai sì wí fún Absalomu pé, “Kí ọba ó pẹ́! Kí ọba ó pẹ́.”
ପୁଣି ଦାଉଦଙ୍କର ମିତ୍ର ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ, ହୂଶୟ ଅବଶାଲୋମଙ୍କୁ କହିଲା, “ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ!”
17 Absalomu sì wí fún Huṣai pé, “Oore rẹ sí ọ̀rẹ́ rẹ ni èyí? Èéṣe tí ìwọ kò bá ọ̀rẹ́ rẹ lọ?”
ତହିଁରେ ଅବଶାଲୋମ ହୂଶୟକୁ କହିଲା, “ତୁମ୍ଭ ମିତ୍ର ପ୍ରତି ତୁମ୍ଭର କି ଏହି ଦୟା? ତୁମ୍ଭେ କାହିଁକି ଆପଣା ମିତ୍ର ସଙ୍ଗରେ ଗଲ ନାହିଁ?”
18 Huṣai sì wí fún Absalomu pé, “Bẹ́ẹ̀ kọ́ nítorí ẹni tí Olúwa, àti gbogbo àwọn ènìyàn yìí, àti gbogbo àwọn ọkùnrin Israẹli bá yàn, tirẹ̀ lèmi ó jẹ́, òun lèmi ó sì bá jókòó.
ହୂଶୟ ଅବଶାଲୋମଙ୍କୁ କହିଲା, “ତାହା ନୁହେଁ! ମାତ୍ର ସଦାପ୍ରଭୁ ଓ ଏହି ଲୋକମାନେ ଓ ସମୁଦାୟ ଇସ୍ରାଏଲ ଲୋକ ଯାହାଙ୍କୁ ମନୋନୀତ କଲେ, ମୁଁ ତାଙ୍କରି ହେବି ଓ ତାଙ୍କ ସଙ୍ଗେ ମୁଁ ରହିବି।
19 Àti pé, ta ni èmi ó sì sìn? Kò ha yẹ kí èmi ó máa sìn níwájú ọmọ rẹ̀? Gẹ́gẹ́ bí èmi ti ń sìn rí níwájú baba rẹ, bẹ́ẹ̀ ni èmi ó sìn níwájú rẹ.”
ପୁନଶ୍ଚ ମୁଁ କାହାର ସେବା କରିବି? ମୁଁ କି ତାଙ୍କ ପୁତ୍ର ସାକ୍ଷାତରେ ସେବା କରିବି ନାହିଁ? ମୁଁ ଯେପରି ତୁମ୍ଭ ପିତାଙ୍କ ସାକ୍ଷାତରେ ସେବା କରିଅଛି, ସେପରି ଆପଣଙ୍କ ସାକ୍ଷାତରେ ମଧ୍ୟ କରିବି।”
20 Absalomu sì wí fún Ahitofeli pé, “Ẹ bá ará yín gbìmọ̀ ohun tí àwa ó ṣe.”
ସେତେବେଳେ ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ପରାମର୍ଶ ଦିଅ।”
21 Ahitofeli sì wí fún Absalomu pé, “Wọlé tọ àwọn obìnrin baba rẹ lọ, tí ó fi sílẹ̀ láti máa ṣọ́ ilé, gbogbo Israẹli yóò sì gbọ́ pé, ìwọ di ẹni ìríra sí baba rẹ, ọwọ́ gbogbo àwọn tí ó wà lọ́dọ̀ rẹ yóò sì le.”
ତହିଁରେ ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ।”
22 Wọ́n sì tẹ́ àgọ́ kan fún Absalomu ní òrùlé; Absalomu sì wọlé tọ àwọn obìnrin baba rẹ̀ lójú gbogbo Israẹli.
ଏଉତ୍ତାରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ; ତହୁଁ ଅବଶାଲୋମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା।
23 Ìmọ̀ Ahitofeli tí ó máa ń gbà ni ìgbà náà, ó dàbí ẹni pé ènìyàn béèrè nǹkan lọ́wọ́ Ọlọ́run, bẹ́ẹ̀ ni gbogbo ìmọ̀ Ahitofeli fún Dafidi àti fún Absalomu sì rí.
ସେସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା; ଦାଉଦ ଓ ଅବଶାଲୋମ ଉଭୟଙ୍କ ପ୍ରତି ଅହୀଥୋଫଲର ସମସ୍ତ ମନ୍ତ୍ରଣା ଏହି ପ୍ରକାର ଥିଲା।

< 2 Samuel 16 >