< 2 Samuel 12 >

1 Olúwa sì rán Natani sí Dafidi òun sì tọ̀ ọ́ wá, ó sì wí fún un pé, “Ọkùnrin méjì ń bẹ ní ìlú kan; ọ̀kan jẹ́ ọlọ́rọ̀, èkejì sì jẹ́ tálákà.
ଏଥିଉତ୍ତାରେ ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ। ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏକ ନଗରରେ ଦୁଇ ଲୋକ ଥିଲେ; ଜଣେ ଧନୀ ଓ ଜଣେ ଦରିଦ୍ର।
2 Ọkùnrin ọlọ́rọ̀ náà sì ní àgùntàn àti màlúù lọ́pọ̀lọ́pọ̀.
ଧନୀ ଲୋକର ଅତି ପ୍ରଚୁର ଗୋମେଷାଦି ଓ ପଲ ଥିଲା;
3 Ṣùgbọ́n ọkùnrin tálákà náà kò sì ní nǹkan bí kò ṣe àgùntàn kékeré kan èyí tí ó sì ń tọ́, ó sì dàgbà ní ọwọ́ rẹ̀ pẹ̀lú àwọn ọmọ rẹ̀; a máa jẹ nínú oúnjẹ rẹ̀, a sí máa mu nínú ago rẹ̀, a sì máa dùbúlẹ̀ ní àyà rẹ̀, ó sì dàbí ọmọbìnrin kan fún un.
ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବତ୍ସା ବିନା ଅନ୍ୟ ଆଉ କିଛି ନ ଥିଲା, ଯାହା ସେ କିଣି ପାଳିଥିଲା; ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା; ସେ ତାହାର ନିଜ ତୁଣ୍ଡର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା, ପୁଣି ତାହା ପ୍ରତି ସେ କନ୍ୟା ତୁଲ୍ୟ ଥିଲା।
4 “Àlejò kan sì tọ ọkùnrin ọlọ́rọ̀ náà wá, òun kò sì fẹ́ mú nínú àgùntàn rẹ̀, àti nínú màlúù rẹ̀, láti fi ṣe àlejò fún ẹni tí ó tọ̀ ọ́ wá, o sì mú àgùntàn ọkùnrin tálákà náà fi ṣe àlejò fún ọkùnrin tí ó tọ̀ ọ́ wá.”
ଦିନେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା, କିନ୍ତୁ ସେ ଧନୀ ଲୋକ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା, ମାତ୍ର ସେହି ଦରିଦ୍ର ଲୋକର ମେଷବତ୍ସାଟିକୁ ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା।”
5 Ìbínú Dafidi sì ru gidigidi sí ọkùnrin náà; ó sì wí fún Natani pé, “Bí Olúwa ti ń bẹ láààyè, ọkùnrin náà tí ó ṣe nǹkan yìí, kíkú ni yóò kú.
ଏଥିରେ ସେହି ଧନୀ ଲୋକ ପ୍ରତି ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁର ଯୋଗ୍ୟ;
6 Òun yóò sì san àgùntàn náà padà ní mẹ́rin mẹ́rin, nítorí tí ó ṣe nǹkan yìí àti nítorí tí kò ní àánú.”
ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସାର ଚାରିଗୁଣ ଫେରାଇ ଦେବ।”
7 Natani sì wí fún Dafidi pé, “Ìwọ ni ọkùnrin náà. Báyìí ni Olúwa Ọlọ́run Israẹli wí, ‘Èmi fi ọ́ jẹ ọba lórí Israẹli, èmi sì gbà ọ́ lọ́wọ́ Saulu.
ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସେହି ବ୍ୟକ୍ତି ତ ତୁମ୍ଭେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମ୍ଭକୁ ଶାଉଲଙ୍କ ହସ୍ତରୁ ରକ୍ଷା କଲୁ;
8 Èmi sì fi ilé olúwa rẹ fún ọ, àti àwọn obìnrin olúwa rẹ sí àyà rẹ, èmi sì fi ìdílé Israẹli àti ti Juda fún ọ; tí àwọn wọ̀nyí bá sì kéré jù fún ọ èmi ìbá sì fún ọ sí i jù bẹ́ẹ̀ lọ.
ପୁଣି ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ, ପୁଣି ଇସ୍ରାଏଲ ଓ ଯିହୁଦା ବଂଶ ମଧ୍ୟ ତୁମ୍ଭକୁ ଦେଲୁ; ଆଉ ଯଦି ଏହା ଅଳ୍ପ ହୋଇଥାʼନ୍ତା, ତେବେ ଆମ୍ଭେ ତୁମ୍ଭକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାʼନ୍ତୁ।
9 Èéṣe tí ìwọ fi kẹ́gàn ọ̀rọ̀ Olúwa, tí ìwọ fi ṣe nǹkan tí ó burú lójú rẹ̀, àní tí ìwọ fi fi idà pa Uriah ará Hiti, àti tí ìwọ fi mú obìnrin rẹ̀ láti fi ṣe obìnrin rẹ, o sì fi idà àwọn ọmọ Ammoni pa á.
ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମ୍ଭେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ? ତୁମ୍ଭେ ଖଡ୍ଗ ଦ୍ୱାରା ହିତ୍ତୀୟ ଊରୀୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ, ପୁଣି ଅମ୍ମୋନ-ସନ୍ତାନଗଣର ଖଡ୍ଗ ଦ୍ୱାରା ଊରୀୟକୁ ବଧ କରିଅଛ।
10 Ǹjẹ́ nítorí náà idà kì yóò kúrò ní ilé rẹ títí láé; nítorí pé ìwọ gàn mí, ìwọ sì mú aya Uriah ará Hiti láti ṣe aya rẹ.’
ଏହେତୁ ତୁମ୍ଭ ଗୃହରୁ ଖଡ୍ଗ କେବେ ଯିବ ନାହିଁ; କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ତୀୟ ଊରୀୟର ଭାର୍ଯ୍ୟାକୁ ନେଇଅଛ।’
11 “Báyìí ni Olúwa wí, kíyèsi i, ‘Èmi ó jẹ́ kí ibi kí ó dìde sí ọ láti inú ilé rẹ wá, èmi ó sì gba àwọn obìnrin rẹ lójú rẹ, èmi ó sì fi wọ́n fún aládùúgbò rẹ, òun ó sì bá àwọn obìnrin rẹ sùn níwájú òòrùn yìí.
ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା; ତହିଁରେ ସେ ପ୍ରକାଶ୍ୟରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ।
12 Àti pé ìwọ ṣe é ní ìkọ̀kọ̀, ṣùgbọ́n èmi ó ṣe nǹkan yìí níwájú gbogbo Israẹli, àti níwájú òòrùn.’”
ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ପ୍ରକାଶ୍ୟରେ କରିବା।’”
13 Dafidi sì wí fún Natani pé, “Èmi ṣẹ̀ sí Olúwa!” Natani sì wí fún Dafidi pé, “Olúwa pẹ̀lú sì ti mú ẹ̀ṣẹ̀ rẹ kúrò; ìwọ kì yóò kú.
ସେତେବେଳେ ଦାଉଦ ନାଥନଙ୍କୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି।” ଏଥିରେ ନାଥନ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି; ତୁମ୍ଭେ ମରିବ ନାହିଁ।
14 Ṣùgbọ́n nítorí nípa ìwà yìí, ìwọ fi ààyè sílẹ̀ fún àwọn ọ̀tá Olúwa láti sọ ọ̀rọ̀-òdì, ọmọ náà tí a ó bí fún ọ, kíkú ní yóò kú.”
ତଥାପି ଏହି କର୍ମ ଦ୍ୱାରା ତୁମ୍ଭେ ସଦାପ୍ରଭୁଙ୍କୁ ନିନ୍ଦା କରିଅଛ, ଏହେତୁ ତୁମ୍ଭର ଏହି ଯେଉଁ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ।”
15 Natani sì lọ sí ilé rẹ̀ Olúwa sì fi ààrùn kọlu ọmọ náà tí obìnrin Uriah bí fún Dafidi, ó sì ṣe àìsàn púpọ̀.
ଏଥିଉତ୍ତାରେ ନାଥନ ଆପଣା ଗୃହକୁ ଚାଲିଗଲେ। ଏଥିଉତ୍ତାରେ ସଦାପ୍ରଭୁ ଊରୀୟର ଭାର୍ଯ୍ୟାଠାରୁ ଜାତ ଦାଉଦଙ୍କର ପୁତ୍ରକୁ ଆଘାତ କରନ୍ତେ, ସେ ଅତ୍ୟନ୍ତ ପୀଡ଼ିତ ହେଲା।
16 Dafidi sì bẹ Ọlọ́run nítorí ọmọ náà, Dafidi sì gbààwẹ̀, ó sì wọ inú ilé lọ, ó sì dùbúlẹ̀ lórí ilé ni òru náà.
ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ସାରା ରାତି ଭୂମିରେ ପଡ଼ି ରହିଲେ।
17 Àwọn àgbàgbà ilé rẹ̀ sì dìde tọ̀ ọ́ lọ, láti gbé e dìde lórí ilé, ó sì kọ̀, kò sì bá wọn jẹun.
ଏଥିରେ ଦାଉଦଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ; ମାତ୍ର ସେ ଉଠିଲେ ନାହିଁ, କିଅବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ।
18 Ní ọjọ́ keje, ọmọ náà sì kú. Àwọn ìránṣẹ́ Dafidi sì bẹ̀rù láti wí fún un pé, ọmọ náà kú: nítorí tí wọ́n wí pé, “Kíyèsi i, nígbà tí ọmọ náà ń bẹ láààyè, àwa sọ̀rọ̀ fún un, òun kọ̀ si gbọ́ ohùn wa! Ǹjẹ́ yóò ti ṣe ara rẹ̀ ní èṣe tó, bí àwa bá wí fún un pé, ọmọ náà kú.”
ଏଉତ୍ତାରେ ସପ୍ତମ ଦିନରେ ବାଳକ ମଲା। ମାତ୍ର ବାଳକ ଯେ ମରିଅଛି, ଏହି କଥା ଦାଉଦଙ୍କୁ ଜଣାଇବା ପାଇଁ ତାଙ୍କର ଦାସମାନେ ଭୟ କଲେ; କାରଣ ସେମାନେ କହିଲେ, “ଦେଖ, ବାଳକ ବଞ୍ଚିଥିବା ବେଳେ ଆମ୍ଭେମାନେ ବହୁତ କହିଲେ ହେଁ ସେ ଆମ୍ଭମାନଙ୍କ ରବ ଶୁଣିଲେ ନାହିଁ; ଏବେ ବାଳକ ମରିଅଛି, ଏ କଥା ତାଙ୍କୁ ଜଣାଇଲେ, ସେ ଆପଣାର କି ଅନିଷ୍ଟ ନ କରିବେ?”
19 Nígbà tí Dafidi sì rí pé àwọn ìránṣẹ́ rẹ̀ ń sọ̀rọ̀ kẹ́lẹ́kẹ́lẹ́, Dafidi sì kíyèsi i, pé ọmọ náà kú, Dafidi sì béèrè lọ́wọ́ àwọn ìránṣẹ́ rẹ̀ pé, “Ọmọ náà kú bí?” Wọ́n sì dá a lóhùn pé, “Ó kú.”
ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସ୍‍ ଫୁସ୍‍ ହେଉଥିବାର ଦେଖି ଅନୁମାନ କଲେ ଯେ, ବାଳକ ମରିଅଛି; ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, “ବାଳକ ମଲାଣି କି?” ସେମାନେ କହିଲେ, “ମଲାଣି।”
20 Dafidi sì dìde ní ilẹ̀, ó sì wẹ̀, ó fi òróró pa ara, ó sì pààrọ̀ aṣọ rẹ̀, ó sì wọ inú ilé Olúwa lọ, ó sì wólẹ̀ sin, ó sì wá sí ilé rẹ̀ ó sì béèrè, wọ́n sì gbé oúnjẹ kalẹ̀ níwájú rẹ̀, ó sì jẹun.
ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରେ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ।
21 Àwọn ìránṣẹ́ rẹ̀ sì bí léèrè pé, “Kí ni èyí tí ìwọ ṣe yìí? Nítorí ọmọ náà nígbà tí ó ń bẹ láààyè ìwọ gbààwẹ̀, o sì sọkún; ṣùgbọ́n nígbà tí ọmọ náà kú, ó dìde ó sì jẹun.”
ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, “ଆପଣ ଏ କି ପ୍ରକାର କର୍ମ କଲେ? ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ; ମାତ୍ର ବାଳକ ମଲା ଉତ୍ତାରେ ଆପଣ ଉଠି ଭୋଜନ କଲେ।”
22 Ó sì wí pé, “Nígbà tí ọmọ náà ń bẹ láààyè, èmi gbààwẹ̀, èmi sì sọkún: nítorí tí èmi wí pé, ‘Ta ni ó mọ̀? Bí Olúwa ó ṣàánú mi, kí ọmọ náà le yè.’
ତହିଁରେ ସେ କହିଲେ, “ବାଳକ ବଞ୍ଚିଥିବା ବେଳେ ମୁଁ ଉପବାସ ଓ ରୋଦନ କଲି; କାରଣ ମୁଁ କହିଲି, କେଜାଣି ସଦାପ୍ରଭୁ ମୋʼ ପ୍ରତି କୃପା କଲେ, ମୋହର ବାଳକଟି ବଞ୍ଚି ପାରିବ।
23 Ṣùgbọ́n nísinsin yìí, ó ti kú, nítorí kín ni èmi ó ṣe máa gbààwẹ̀? Èmi ha tún lè mú un padà bí? Èmi ni yóò tọ̀ ọ́ lọ, òun kì yóò sì tún tọ̀ mí wá.”
ମାତ୍ର ଏବେ ତ ସେ ମଲା, ମୁଁ କାହିଁକି ଉପବାସ କରିବି? ମୁଁ କି ତାକୁ ଫେରାଇ ଆଣି ପାରିବି? ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋʼ ନିକଟକୁ ଫେରି ଆସିବ ନାହିଁ।”
24 Dafidi sì ṣìpẹ̀ fún Batṣeba aya rẹ̀, ó sì wọlé tọ̀ ọ́, ó sì bá a dàpọ̀, òun sì bí ọmọkùnrin kan, Dafidi sì sọ orúkọ rẹ̀ ní Solomoni, Olúwa sì fẹ́ ẹ.
ଏଥିଉତ୍ତାରେ ଦାଉଦ ଆପଣା ଭାର୍ଯ୍ୟା ବତ୍‍ଶେବାକୁ ସାନ୍ତ୍ୱନା କଲେ ଓ ତାହା ନିକଟକୁ ଯାଇ ତାହାର ସହବାସ କଲେ; ଏଥିଉତ୍ତାରେ ବତ୍‍ଶେବା ପୁତ୍ର ପ୍ରସବ କରନ୍ତେ, ଦାଉଦ ତାହାର ନାମ ଶଲୋମନ ଦେଲେ, ଆଉ ସଦାପ୍ରଭୁ ତାହାକୁ ପ୍ରେମ କଲେ।
25 Ó sì rán Natani wòlíì, ó sì pe orúkọ rẹ̀ ní Jedidiah, nítorí Olúwa.
ପୁଣି ସେ ନାଥନ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା କହି ପଠାନ୍ତେ, ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଯିଦିଦୀୟ ଦେଲେ।
26 Joabu sì bá Rabba ti àwọn ọmọ Ammoni jagun, ó sì gba ìlú ọba wọn.
ଏଥିମଧ୍ୟରେ ଯୋୟାବ ଅମ୍ମୋନ-ସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ଅଧିକାର କଲା।
27 Joabu sì rán àwọn ìránṣẹ́ sí Dafidi, ó sì wí pé, “Èmi ti bá Rabba jà, èmi sì ti gba àwọn ìlú olómi.
ପୁଣି ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, “ମୁଁ ରବ୍ବା ବିରୁଦ୍ଧରେ ଯୁଦ୍ଧ କରିଅଛି, ଆହୁରି ଜଳନଗର ଅଧିକାର କରିଅଛି।
28 Ǹjẹ́ nítorí náà kó àwọn ènìyàn ìyókù jọ, kí o sì dó ti ìlú náà, kí o sì gbà á, kí èmi má bá à gba ìlú náà kí a má ba à pè é ní orúkọ mi.”
ଏହେତୁ ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ର କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ଅଧିକାର କରନ୍ତୁ, ନୋହିଲେ ମୁଁ ସେ ନଗର ଅଧିକାର କଲେ, ତାହା ମୋʼ ନାମାନୁସାରେ ଖ୍ୟାତ ହେବ।”
29 Dafidi sì kó gbogbo ènìyàn náà jọ, sí Rabba, ó sì bá a jà, ó sì gbà á.
ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ଅଧିକାର କଲେ।
30 Òun sì gba adé ọba wọn kúrò lórí rẹ̀, ìwúwo rẹ̀ sì jẹ́ tálẹ́ǹtì wúrà kan, ó sì ní òkúta oníyebíye lára rẹ̀; a sì fi dé Dafidi lórí. Òun sì kó ìkógun ìlú náà ni ọ̀pọ̀lọpọ̀.
ପୁଣି ଦାଉଦ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ତାଳନ୍ତ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟିତ ଦ୍ରବ୍ୟ ବାହାର କରି ଆଣିଲେ।
31 Ó sì kó àwọn ènìyàn náà tí ó wà nínú rẹ̀, ó sì fi wọ́n sí iṣẹ́ ayùn, àti sí iṣẹ́ nǹkan ìtulẹ̀ tí a fi irin ṣe, àti sí iṣẹ́ àáké irin, ó sì fi wọ́n sí iṣẹ́ bíríkì ṣíṣe, bẹ́ẹ̀ náà ni òun sì ṣe sí gbogbo ìlú àwọn ọmọ Ammoni. Dafidi àti gbogbo àwọn ènìyàn náà sì padà sí Jerusalẹmu.
ଆହୁରି ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହା ମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା ଦଣ୍ଡ ଦେଲେ ଓ ସେମାନଙ୍କୁ ଇଟା ଭାଟିରେ କାମ କରାଇଲେ; ସେ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି ଏହି ପ୍ରକାର କଲେ। ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ।

< 2 Samuel 12 >