< 2 Kings 5 >
1 Naamani jẹ́ olórí ogun ọba Aramu. Ó jẹ́ ènìyàn ńlá níwájú ọ̀gá rẹ̀, wọ́n sì bu ọlá fún un, nítorí nípasẹ̀ rẹ̀ ni Olúwa ti fi ìṣẹ́gun fún Aramu. Òun jẹ́ alágbára, akọni ọkùnrin ṣùgbọ́n, ó dẹ́tẹ̀.
ଅରାମୀୟ ରାଜାର ନାମାନ୍ ନାମକ ସେନାପତି ଆପଣା ପ୍ରଭୁଙ୍କ ଦୃଷ୍ଟିରେ ମହାନ ଓ ସମ୍ଭ୍ରାନ୍ତ ଲୋକ ଥିଲା, କାରଣ ତାହା ଦ୍ୱାରା ସଦାପ୍ରଭୁ ଅରାମୀୟମାନଙ୍କୁ ଜୟ ପ୍ରଦାନ କରିଥିଲେ; ସେ ମଧ୍ୟ ମହାବିକ୍ରମଶାଳୀ ଲୋକ ଥିଲା, ମାତ୍ର ସେ କୁଷ୍ଠୀ।
2 Nísinsin yìí ẹgbẹgbẹ́ láti Aramu ti jáde lọ láti mú ọmọ obìnrin kékeré kan ní ìgbèkùn láti Israẹli, ó sì sin ìyàwó Naamani.
ଅରାମୀୟମାନେ ଦଳ ଦଳ ହୋଇ ବାହାରି ଇସ୍ରାଏଲ ଦେଶରୁ ଏକ କ୍ଷୁଦ୍ର ବାଳିକାକୁ ବନ୍ଦୀ କରି ଆଣିଥିଲେ; ଆଉ ସେ ନାମାନ୍ର ଭାର୍ଯ୍ୟାର ସେବା କରୁଥିଲା।
3 Ó sọ fún ọ̀gá rẹ̀ obìnrin pé, “Tí ó bá jẹ́ wí pé ọ̀gá mi lè rí wòlíì tí ó wà ní Samaria! Yóò wò ó sàn kúrò nínú ẹ̀tẹ̀ rẹ̀.”
ପୁଣି ସେ ଆପଣା କର୍ତ୍ତ୍ରୀକୁ କହିଲା, “ଆଃ, ଶମରୀୟାରେ ଯେଉଁ ଭବିଷ୍ୟଦ୍ବକ୍ତା ଅଛନ୍ତି, ତାଙ୍କ ସଙ୍ଗେ ଯେବେ ମୋʼ ପ୍ରଭୁ ଥାଆନ୍ତେ, ତେବେ ତାଙ୍କୁ ସେ ତାଙ୍କ କୁଷ୍ଠରୋଗରୁ ସୁସ୍ଥ କରନ୍ତେ।”
4 Naamani lọ sí ọ̀dọ̀ ọ̀gá rẹ̀ ó sì wí fún un ohun tí ọmọbìnrin Israẹli ti sọ.
ଏଥିରେ ଜଣେ ଭିତରକୁ ଯାଇ ତାହାର ପ୍ରଭୁଙ୍କୁ ଜଣାଇ କହିଲା, “ଇସ୍ରାଏଲ ଦେଶର ବାଳିକା ଏପରି ଏପରି କହେ।”
5 “Ní gbogbo ọ̀nà, lọ,” ọba Aramu dá a lóhùn pé, “Èmi yóò fi ìwé ránṣẹ́ sí ọba Israẹli.” Bẹ́ẹ̀ ni Naamani lọ, ó sì mú pẹ̀lú rẹ̀ tálẹ́ǹtì fàdákà mẹ́wàá, ẹgbẹ̀rún mẹ́fà ìwọ̀n wúrà àti ìpààrọ̀ aṣọ mẹ́wàá.
ତହୁଁ ଅରାମର ରାଜା କହିଲା, “ତୁମ୍ଭେ ସେଠାକୁ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଖଣ୍ଡେ ପତ୍ର ପଠାଇବି।” ତହୁଁ ସେ ଆପଣା ସଙ୍ଗେ ଦଶ ତାଳନ୍ତ ରୂପା ଓ ଛଅ ସହସ୍ର ସ୍ୱର୍ଣ୍ଣମୁଦ୍ରା ଓ ଦଶ ସାଜ ପୋଷାକ ନେଇ ପ୍ରସ୍ଥାନ କଲା।
6 Ìwé tí ó mú lọ sọ́dọ̀ ọba Israẹli kà pé, “Pẹ̀lú ìwé yìí èmi ń rán ìránṣẹ́ mi Naamani sí ọ pé o lè wò ó sàn kúrò nínú ẹ̀tẹ̀ rẹ̀.”
ଆଉ ସେ ଇସ୍ରାଏଲର ରାଜାଙ୍କ ନିକଟକୁ ପତ୍ର ନେଇଗଲା; ତହିଁରେ ଏହା ଲେଖାଥିଲା, ଯଥା, “ପୁଣି ଏହି ପତ୍ର ତୁମ୍ଭ ନିକଟରେ ପହଞ୍ଚିଲେ ଦେଖିବ ଯେ, ମୁଁ ଆପଣା ଦାସ ନାମାନ୍କୁ ତୁମ୍ଭ ନିକଟକୁ ପଠାଇଲି, ଯେପରି ତୁମ୍ଭେ ତାହାକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବ।”
7 Bí ọba Israẹli ti ka ìwé náà ó fa aṣọ rẹ̀ ya, ó sì wí pé, “Èmi ha jẹ́ Ọlọ́run? Ǹjẹ́ èmi le pa kí n sì mú wá sí ààyè padà? Kí ni ó dé tí eléyìí rán ènìyàn sí mi láti wo ààrùn ẹ̀tẹ̀ rẹ sàn, kí ẹ wo bí ó ti ń wá ọ̀nà láti wá ìjà pẹ̀lú mi!”
ତହୁଁ ଇସ୍ରାଏଲର ରାଜା ଏହି ପତ୍ର ପାଠ କରନ୍ତେ, ଆପଣା ବସ୍ତ୍ର ଚିରି କହିଲା, “ମାରିବାକୁ ଓ ବଞ୍ଚାଇବାକୁ ସମର୍ଥ ପରମେଶ୍ୱର କି ମୁଁ, ଯେ ଏହି ଲୋକ ଏକ ମନୁଷ୍ୟକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବା ପାଇଁ ମୋʼ ନିକଟକୁ ପଠାଇଅଛି? କିନ୍ତୁ ମୁଁ ବିନୟ କରୁଅଛି, ତୁମ୍ଭେମାନେ ବିବେଚନା କର, ସେ କିପରି ଆମ୍ଭ ବିରୁଦ୍ଧରେ ଛିଦ୍ର ଖୋଜୁଅଛି।”
8 Nígbà tí Eliṣa ènìyàn Ọlọ́run gbọ́ pé ọba Israẹli ti ya aṣọ rẹ̀, ó sì rán iṣẹ́ yìí sí i pé, “Kí ni ó dé tí o fi fa aṣọ rẹ ya? Jẹ́ kí ọkùnrin náà wá sí ọ̀dọ̀ mi. Òun yóò sì mọ̀ pé wòlíì wà ní Israẹli.”
ଏଥିଉତ୍ତାରେ ଇସ୍ରାଏଲର ରାଜା ଆପଣା ବସ୍ତ୍ର ଚିରିଅଛନ୍ତି, ଏହା ଶୁଣି ପରମେଶ୍ୱରଙ୍କ ଲୋକ ଇଲୀଶାୟ, ରାଜାଙ୍କ ନିକଟକୁ ଏହି କଥା କହି ପଠାଇଲେ, “ତୁମ୍ଭେ କାହିଁକି ଆପଣା ବସ୍ତ୍ର ଚିରିଲ? ସେ ଏବେ ମୋʼ ନିକଟକୁ ଆସୁ, ତହିଁରେ ଇସ୍ରାଏଲ ମଧ୍ୟରେ ଯେ ଏକ ଭବିଷ୍ୟଦ୍ବକ୍ତା ଅଛି, ଏହା ସେ ଜାଣିବ।”
9 Bẹ́ẹ̀ ni Naamani sì lọ pẹ̀lú ẹṣin rẹ̀ àti kẹ̀kẹ́ rẹ̀ ó sì dúró ní ẹnu-ọ̀nà ilé Eliṣa.
ଏଣୁ ନାମାନ୍ ଆପଣା ଅଶ୍ୱ ଓ ରଥ ଇତ୍ୟାଦି ସହିତ ଆସି ଇଲୀଶାୟଙ୍କ ଗୃହର ଦ୍ୱାର ନିକଟରେ ଠିଆ ହେଲା।
10 Eliṣa rán ìránṣẹ́ láti lọ sọ fún un pé, “Lọ, wẹ̀ ara rẹ ní ìgbà méje ní odò Jordani, ẹran-ara rẹ yóò sì tún padà bọ̀ sípò, ìwọ yóò sì mọ́.”
ତହୁଁ ଇଲୀଶାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, “ତୁମ୍ଭେ ଯାଇ ଯର୍ଦ୍ଦନରେ ସାତ ଥର ସ୍ନାନ କର, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”
11 Ṣùgbọ́n Naamani lọ pẹ̀lú ìbínú ó sì wí pé, “Mo lérò pé yóò sì dìde jáde wá nítòótọ́ sí mi, yóò sì pe orúkọ Olúwa Ọlọ́run, fi ọwọ́ rẹ̀ lórí ibẹ̀ kí ó sì wo ẹ̀tẹ̀ mi sàn.
ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଚାଲିଗଲା, ଆଉ କହିଲା, “ଦେଖ, ମୁଁ ଭାବିଥିଲି, ସେ ଅବଶ୍ୟ ବାହାରି ମୋʼ ନିକଟକୁ ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ।
12 Abana àti Fapari, odò Damasku kò ha dára ju gbogbo omi Israẹli lọ? Ṣé èmi kò le wẹ̀ nínú wọn kí n sì mọ́?” Bẹ́ẹ̀ ni ó yípadà, ó sì lọ pẹ̀lú ìrunú.
ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦମ୍ମେଶକର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି?” ଏଣୁ ସେ ଫେରି କ୍ରୋଧରେ ଚାଲିଗଲା।
13 Ìránṣẹ́ Naamani lọ sọ́dọ̀ rẹ̀ ó sì wí pé, “Baba mi, tí wòlíì bá ti sọ fún ọ láti ṣe ohun ńlá kan, ṣé ìwọ kì bá ti ṣe, mélòó mélòó nígbà náà, nígbà tí ó sọ fún ọ pé, ‘Wẹ̀ kí o sì mọ́’!”
ଏଥିରେ ତାହାର ଦାସମାନେ ନାମାନ୍ ନିକଟକୁ ଆସି କହିଲେ, “ଆମ୍ଭ ପିତଃ, ଯଦି ସେହି ଭବିଷ୍ୟଦ୍ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାʼନ୍ତେ, ତେବେ କି ଆପଣ ତାହା କରି ନ ଥାଆନ୍ତେ? ତେବେ ସ୍ନାନ କରି ଶୁଚି ହୁଅ, ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ।”
14 Bẹ́ẹ̀ ni ó sì sọ̀kalẹ̀ lọ ó sì tẹ ara rẹ̀ bọ inú odò Jordani ní ìgbà méje, gẹ́gẹ́ bí ènìyàn Ọlọ́run ti sọ fún un, ẹran-ara rẹ̀ sì tún padà sí mímọ́ gẹ́gẹ́ bí ọmọkùnrin kékeré.
ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା; ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା।
15 Nígbà náà Naamani àti gbogbo àwọn ìránṣẹ́ padà lọ sí ọ̀dọ̀ ènìyàn Ọlọ́run. Ó sì dúró níwájú rẹ̀ ó sì wí pé, “Nísinsin yìí èmi mọ̀ pé kò sí Ọlọ́run ní gbogbo àgbáyé àyàfi ní Israẹli nìkan. Jọ̀wọ́ gba ẹ̀bùn láti ọwọ́ ìránṣẹ́ rẹ.”
ଏଥିଉତ୍ତାରେ ନାମାନ୍ ଓ ତାହାର ସଙ୍ଗୀ ସମସ୍ତେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଫେରିଆସି ତାଙ୍କ ସମ୍ମୁଖରେ ଠିଆ ହେଲେ; ଆଉ ନାମାନ୍ କହିଲା, “ଦେଖନ୍ତୁ, ଏବେ ମୁଁ ଜାଣିଲି ଯେ, ଇସ୍ରାଏଲ ପରମେଶ୍ୱରଙ୍କ ବ୍ୟତୀତ ସମୁଦାୟ ପୃଥିବୀରେ ପରମେଶ୍ୱର କେହି ନାହାନ୍ତି; ଏହେତୁ ଏବେ ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣା ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”
16 Wòlíì náà dáhùn pé, “Gẹ́gẹ́ bí Olúwa ti ń bẹ láààyè, ẹni tí mo ń sìn, èmi kò nígbà ohun kan,” bí ó tilẹ̀ jẹ́ pé Naamani rọ̀ ọ́ láti gbà á, ó kọ̀.
ମାତ୍ର ଇଲୀଶାୟ କହିଲେ, “ମୁଁ ଯେଉଁ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଉଅଛି, ସେ ଜୀବିତ ଥିବା ପ୍ରମାଣେ ମୁଁ କିଛି ଗ୍ରହଣ କରିବି ନାହିଁ।” ତହୁଁ ନାମାନ୍ ତାହା ଗ୍ରହଣ କରିବା ପାଇଁ ଇଲୀଶାୟଙ୍କୁ ବହୁତ ପ୍ରବର୍ତ୍ତାଇଲା, ମାତ୍ର ସେ ମନା କଲେ।
17 Naamani wí pé, “Tí o kò bá nígbà, jọ̀wọ́ jẹ́ kí a fi fún èmi ìránṣẹ́ rẹ gẹ́gẹ́ bí ọ̀pọ̀ ẹrù erùpẹ̀ tí ìbáaka méjì le rù, nítorí láti òní lọ ìránṣẹ́ rẹ kì yóò rú ẹbọ sísun àti rú ẹbọ sí ọ̀kan lára àwọn ọlọ́run mìíràn mọ́ bí kò ṣe sí Olúwa.
ଏଥିରେ ନାମାନ୍ କହିଲା, “ଏହା ନ କଲେ, ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣଙ୍କ ଦାସକୁ ଦୁଇ ଖଚରର ଭାର ମାଟି ଦିଆଯାଉ; କାରଣ ଆଜିଠାରୁ ଆପଣଙ୍କ ଦାସ ସଦାପ୍ରଭୁଙ୍କ ବ୍ୟତୀତ ଆଉ କୌଣସି ଦେବତା ଉଦ୍ଦେଶ୍ୟରେ ହୋମ କି ବଳି ଉତ୍ସର୍ଗ କରିବ ନାହିଁ।
18 Ṣùgbọ́n kí Olúwa kí ó dáríjì ìránṣẹ́ rẹ fún nǹkan yìí. Nígbà tí ọ̀gá mi wọ inú ilé Rimoni láti fi orí balẹ̀ tí ó sì fi ara ti ọwọ́ mi tí mo sì tẹ ara mi ba pẹ̀lú níbẹ̀. Nígbà tí èmi tẹ ara mi ba ní ilé Rimoni, kí Olúwa dáríjì ìránṣẹ́ rẹ fún èyí.”
ଏହି ବିଷୟରେ ସଦାପ୍ରଭୁ ଆପଣଙ୍କ ଦାସକୁ କ୍ଷମା କରନ୍ତୁ; ମୋʼ ପ୍ରଭୁ ରିମ୍ମୋଣ-ମନ୍ଦିରରେ ପ୍ରଣାମ କରିବା ପାଇଁ ଯିବା ବେଳେ ମୋʼ ହସ୍ତରେ ନିର୍ଭର କଲେ, ମୁଁ ଯେବେ ରିମ୍ମୋନ୍ ମନ୍ଦିରରେ ପ୍ରଣାମ କରେ, ତେବେ ରିମ୍ମୋଣ-ମନ୍ଦିରରେ ପ୍ରଣାମ କରିବା ବେଳେ ଏ ବିଷୟରେ ସଦାପ୍ରଭୁ ଆପଣଙ୍କ ଦାସକୁ କ୍ଷମା କରନ୍ତୁ।”
19 Eliṣa wí pé, “Máa lọ ní àlàáfíà.” Lẹ́yìn ìgbà tí Naamani tí rin ìrìnàjò tí ó jìnnà,
ତହିଁରେ ଇଲୀଶାୟ ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ନାମାନ୍ ଇଲୀଶାୟଙ୍କ ନିକଟରୁ ପ୍ରସ୍ଥାନ କରି ଅଳ୍ପ ଦୂର ବାଟ ଗଲା।
20 Gehasi, ìránṣẹ́ Eliṣa ènìyàn Ọlọ́run, ó wí fún ara rẹ̀ pé, “Ọ̀gá mi jẹ́ ẹni tí ó rọ́nú lórí Naamani, ará Aramu, nípa pé kò gba ohunkóhun ní ọwọ́ rẹ̀ ohun tí ó mú wá, gẹ́gẹ́ bí Olúwa ti ń bẹ láààyè, èmi yóò sá tẹ̀lé e èmi yóò sì gba ohun kan ní ọwọ́ rẹ̀.”
ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କର ଦାସ ଗିହେଜୀ କହିଲା, “ଦେଖ, ମୋʼ ପ୍ରଭୁ ଏହି ଅରାମୀୟ ନାମାନ୍ ଆଣିଥିବା କୌଣସି ଦ୍ରବ୍ୟ ତାହା ହାତରୁ ଗ୍ରହଣ ନ କରି ତାହାକୁ ଛାଡ଼ି ଦେଇଅଛନ୍ତି; ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ତାହା ପଛେ ଦୌଡ଼ି ତାହାଠାରୁ କିଛି ନେବି।”
21 Bẹ́ẹ̀ ni Gehasi sáré tẹ̀lé Naamani. Nígbà tí Naamani rí i tí ó ń sáré tẹ̀lé e, ó sì sọ̀kalẹ̀ lórí kẹ̀kẹ́ láti pàdé rẹ̀. “Ṣé gbogbo nǹkan wà dáradára?” ó béèrè.
ତହୁଁ ଗିହେଜୀ ନାମାନ୍ର ପଛେ ପଛେ ଗଲା। ଏଥିରେ ନାମାନ୍ ଆପଣା ପଛେ ଜଣକୁ ଦୌଡ଼ିବାର ଦେଖି ତାହାକୁ ସାକ୍ଷାତ କରିବା ପାଇଁ ରଥରୁ ଓହ୍ଲାଇ ପଚାରିଲା, “ସବୁ କୁଶଳ ତ?”
22 “Gbogbo nǹkan wà dáradára,” Gehasi dá a lóhùn. “Ọ̀gá mi rán mi láti sọ wí pé, ‘Àwọn ọ̀dọ́ ọmọkùnrin méjì láti ọ̀dọ̀ ọmọ wòlíì wọ́n ṣẹ̀ṣẹ̀ wá sí ọ̀dọ̀ mi láti orí òkè ìlú ti Efraimu. Jọ̀wọ́ fún wọn ní ẹ̀bùn fàdákà àti ìpààrọ̀ aṣọ méjì.’”
ତହିଁରେ ସେ କହିଲା, “ସବୁ କୁଶଳ। ମୋʼ ପ୍ରଭୁ ମୋତେ ପଠାଇ କହିଅଛନ୍ତି, ‘ଦେଖ, ଏହିକ୍ଷଣେ ଇଫ୍ରୟିମର ପର୍ବତମୟ ଦେଶରୁ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ ଦୁଇ ଯୁବା ଲୋକ ଆସିଲେ; ମୁଁ ବିନୟ କରୁଅଛି, ସେମାନଙ୍କୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।’”
23 Naamani wí pé, “Ní gbogbo ọ̀nà, mú ẹ̀bùn méjì.” Ó sì rọ Gehasi láti gbà wọ́n, ó sì di ẹ̀bùn méjì náà ti fàdákà ní inú àpò méjì, pẹ̀lú ìpààrọ̀ aṣọ méjì, ó sì fún àwọn ìránṣẹ́ rẹ̀ méjì, wọ́n sì kó wọn lọ sọ́dọ̀ Gehasi.
ଏଥିରେ ନାମାନ୍ କହିଲା, “ଅନୁଗ୍ରହ କରି ଦୁଇ ତାଳନ୍ତ ରୂପା ନିଅ।” ଆଉ ସେ ତାହାକୁ ବହୁତ ପ୍ରବର୍ତ୍ତାଇଲା ଓ ଦୁଇ ଥଳୀରେ ଦୁଇ ତାଳନ୍ତ ରୂପା ବାନ୍ଧି ଦୁଇ ସାଜ ପୋଷାକ ସହିତ ଆପଣା ଦୁଇ ଦାସ ଉପରେ ତାହା ଥୋଇଲା; ତହୁଁ ସେମାନେ ଗିହେଜୀର ଆଗେ ଆଗେ ତାହା ବହିନେଲେ।
24 Nígbà tí Gehasi sì dé ibi ilé ìṣọ́, ó gbà wọ́n lọ́wọ́ wọn, ó sì tó wọ́n sínú ilé, ó sì jọ̀wọ́ àwọn ọkùnrin náà lọ́wọ́ lọ, wọ́n sì jáde lọ.
ପୁଣି ଉପପର୍ବତରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ଗୃହରେ ରଖିଲା; ଆଉ ସେ ଲୋକମାନଙ୍କୁ ବିଦାୟ କରନ୍ତେ, ସେମାନେ ଚାଲିଗଲେ।
25 Nígbà náà ó sì wọlé wá ó sì dúró níwájú ọ̀gá rẹ̀ Eliṣa. “Níbo ni o ti wà Gehasi?” Eliṣa béèrè. “Ìránṣẹ́ rẹ kò lọ sí ibìkan kan.” Gehasi dá a lóhùn.
ମାତ୍ର ସେ ଭିତରକୁ ଯାଇ ଆପଣା ପ୍ରଭୁ ସମ୍ମୁଖରେ ଠିଆ ହେଲା। ତହିଁରେ ଇଲୀଶାୟ ତାହାକୁ ପଚାରିଲେ, “ଗିହେଜୀ, ତୁମ୍ଭେ କେଉଁଠାରୁ ଆସିଲ?” ତହୁଁ ସେ କହିଲା, “ଆପଣଙ୍କ ଦାସ କେଉଁଠାକୁ ଯାଇ ନାହିଁ।”
26 Ṣùgbọ́n Eliṣa wí fún un pé, “Ẹ̀mí mi kò ha wà pẹ̀lú rẹ nígbà tí ọkùnrin náà sọ̀kalẹ̀ lórí kẹ̀kẹ́ láti pàdé rẹ? Ṣé àsìkò tí ó yẹ láti gba owó nìyìí, tàbí láti gba aṣọ, ọgbà olifi, ọgbà àjàrà, àgùntàn, màlúù tàbí ìránṣẹ́kùnrin àti ìránṣẹ́bìnrin?
ଏଥିରେ ଇଲୀଶାୟ ତାହାକୁ କହିଲେ, “ସେ ଲୋକ ତୁମ୍ଭକୁ ଭେଟିବା ପାଇଁ ଯେତେବେଳେ ଆପଣା ରଥରୁ ଫେରି ଆସିଲା, ସେତେବେଳେ ମୋହର ଅନ୍ତଃକରଣ କି ତୁମ୍ଭ ସଙ୍ଗରେ ଯାଇ ନ ଥିଲା? ଏ କି ରୂପା, ବସ୍ତ୍ର, ଜୀତକ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ମେଷ, କି ଗୋରୁ, ଓ ଦାସ ଓ ଦାସୀ ଗ୍ରହଣ କରିବାର ସମୟ?
27 Ẹ̀tẹ̀ Naamani yóò lẹ̀ mọ́ ọ àti sí irú-ọmọ rẹ títí láé.” Nígbà náà Gehasi kúrò níwájú Eliṣa, ó sì di adẹ́tẹ̀, ó sì funfun gẹ́gẹ́ bí ẹ̀gbọ̀n òwú.
ଏହେତୁ ନାମାନ୍ର କୁଷ୍ଠରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶରେ ସଦାକାଳ ଲାଗି ରହିବ।” ଏଥିରେ ଗିହେଜୀ ହିମ ତୁଲ୍ୟ ଶ୍ୱେତ କୁଷ୍ଠଗ୍ରସ୍ତ ହୋଇ ତାଙ୍କ ସାକ୍ଷାତରୁ ବାହାରିଗଲା।