< 2 Kings 3 >
1 Jehoramu ọmọ Ahabu sì di ọba Israẹli ní Samaria ní ọdún kejìdínlógún ti Jehoṣafati ọba Juda, ó sì jẹ ọba fún ọdún méjìlá.
ଯିହୁଦାର ରାଜା ଯିହୋଶାଫଟ୍ଙ୍କ ରାଜତ୍ଵର ଅଠର ବର୍ଷରେ ଆହାବଙ୍କର ପୁତ୍ର ଯିହୋରାମ୍ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ।
2 Ó sì ṣe búburú níwájú Olúwa, ṣùgbọ́n kì í ṣe bí ti ìyá àti baba rẹ̀ ti ṣe. Ó gbé òkúta ère ti Baali tí baba rẹ̀ ti ṣe kúrò.
ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ମାତ୍ର ତାଙ୍କର ପିତା ଓ ତାଙ୍କର ମାତା ତୁଲ୍ୟ ନୁହେଁ; କାରଣ ସେ ଆପଣା ପିତୃନିର୍ମିତ ବାଲ୍ର ସ୍ତମ୍ଭ ଦୂର କରିଦେଲେ।
3 Bí ó tilẹ̀ jẹ́ pé ó fi ara mọ́ ẹ̀ṣẹ̀ Jeroboamu ọmọ Nebati, tí ó ti fi Israẹli bú láti dẹ́ṣẹ̀; kò sì yí kúrò lọ́dọ̀ wọn.
ତଥାପି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ସେ ଆସକ୍ତ ହେଲେ ଓ ତାହା ଛାଡ଼ିଲେ ନାହିଁ।
4 Nísinsin yìí Meṣa ọba Moabu ń sin àgùntàn, ó sì gbọdọ̀ fi fún ọba Israẹli pẹ̀lú ọ̀kẹ́ márùn-ún ọ̀dọ́-àgùntàn àti pẹ̀lú irun ọ̀kẹ́ márùn-ún àgbò.
ମୋୟାବର ରାଜା ମେଶା ମେଷାଧିକାରୀ ଥିଲା; ପୁଣି ସେ ଇସ୍ରାଏଲର ରାଜାଙ୍କୁ କର ରୂପେ ଏକ ଲକ୍ଷ ମେଷବତ୍ସର ଓ ଏକ ଲକ୍ଷ ମେଷର ଲୋମ ଦେଉଥାଏ।
5 Ṣùgbọ́n lẹ́yìn ikú Ahabu, ọba Moabu ṣọ̀tẹ̀ lórí ọba Israẹli.
ମାତ୍ର ଆହାବଙ୍କର ମୃତ୍ୟୁୁ ଉତ୍ତାରେ ମୋୟାବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧରେ ଦ୍ରୋହାଚରଣ କଲା।
6 Lásìkò ìgbà yìí ọba Jehoramu jáde kúrò ní Samaria ó sì yí gbogbo Israẹli ní ipò padà.
ସେହି ସମୟରେ ଯିହୋରାମ୍ ରାଜା ଶମରୀୟାରୁ ଯାଇ ସମୁଦାୟ ଇସ୍ରାଏଲକୁ ସଂଗ୍ରହ କଲେ।
7 Ó sì ránṣẹ́ yìí sí Jehoṣafati ọba Juda pé, “Ọba Moabu sì ṣọ̀tẹ̀ sí mi. Ṣé ìwọ yóò lọ pẹ̀lú mi láti lọ bá Moabu jà?” Ọba Juda sì dáhùn pé, “Èmi yóò lọ pẹ̀lú rẹ. Èmi jẹ́ gẹ́gẹ́ bí ìwọ ti wà, ènìyàn rẹ bí ènìyàn mi, ẹṣin mi bí ẹṣin rẹ.”
ତହୁଁ ଯିହୋରାମ୍ ଯାଇ ଯିହୁଦାର ରାଜା ଯିହୋଶାଫଟ୍ଙ୍କ ନିକଟକୁ ଲୋକ ପଠାଇ କହିଲେ, “ମୋୟାବର ରାଜା ମୋʼ ବିରୁଦ୍ଧରେ ଦ୍ରୋହାଚରଣ କରିଅଛି; ତୁମ୍ଭେ କʼଣ ମୋୟାବ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋʼ ସଙ୍ଗେ ଯିବ?” ତହୁଁ ସେ କହିଲେ, “ମୁଁ ଯିବି; ମୁଁ ତୁମ୍ଭ ପରି, ମୋʼ ଲୋକ ତୁମ୍ଭ ଲୋକ ପରି, ମୋʼ ଅଶ୍ୱ ତୁମ୍ଭ ଅଶ୍ୱ ପରି।”
8 “Nípa ọ̀nà wo ni àwa yóò gbà dojúkọ wọ́n?” Ó béèrè. “Lọ́nà aginjù Edomu,” ó dáhùn.
ଆଉ ଯିହୋରାମ୍ କହିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?” ତହୁଁ ଯିହୋଶାଫଟ୍ ଉତ୍ତର କଲେ, “ଇଦୋମ ପ୍ରାନ୍ତର-ପଥ ଦେଇ।”
9 Bẹ́ẹ̀ ni ọba Israẹli jáde lọ pẹ̀lú ọba Juda àti ọba Edomu. Lẹ́yìn ìgbà tí wọ́n yíká fún ọjọ́ méje. Àwọn ọmọ-ogun wọn kò ní omi púpọ̀ fún ara wọn tàbí fún ẹranko tí ó wà pẹ̀lú wọn.
ତହୁଁ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଓ ଇଦୋମର ରାଜା ଯାତ୍ରା କରି ସାତ ଦିନର ପଥ ବୁଲିକରି ଗଲେ; ପୁଣି ସୈନ୍ୟମାନଙ୍କ ପାଇଁ ଅବା ସେମାନଙ୍କ ପଶ୍ଚାଦ୍ଗାମୀ ପଶୁମାନଙ୍କ ପାଇଁ ଜଳ ମିଳିଲା ନାହିଁ।
10 “Kí ni?” ọba Israẹli kígbe sókè. “Ṣé Olúwa pe àwa ọba mẹ́tẹ̀ẹ̀ta papọ̀ láti fi wá lé Moabu lọ́wọ́?”
ଏଥିରେ ଇସ୍ରାଏଲର ରାଜା କହିଲେ, “ହାୟ! କାରଣ ମୋୟାବର ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏହି ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି।”
11 Ṣùgbọ́n Jehoṣafati sì wí pé, “Ṣé kò sí wòlíì Olúwa níbí, tí àwa ìbá ti ọ̀dọ̀ rẹ̀ béèrè lọ́wọ́ rẹ̀?” Ọ̀kan lára àwọn ìránṣẹ́ ọba Israẹli dáhùn pé, “Eliṣa ọmọ Ṣafati wà níbí. Ó máa sábà bu omi sí ọwọ́ Elijah.”
ମାତ୍ର ଯିହୋଶାଫଟ୍ କହିଲେ, “ଆମ୍ଭେମାନେ ଯାହାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଚାରି ପାରୁ, ସଦାପ୍ରଭୁଙ୍କର ଏପରି କୌଣସି ଭବିଷ୍ୟଦ୍ବକ୍ତା କʼଣ ଏଠାରେ ନାହାନ୍ତି?” ଏଥିରେ ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଶାଫଟ୍ର ପୁତ୍ର ଇଲୀଶାୟ, ଯେ ଏଲୀୟଙ୍କ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି।”
12 Jehoṣafati wí pé, “Ọ̀rọ̀ Olúwa wà pẹ̀lú rẹ̀.” Bẹ́ẹ̀ ni ọba Israẹli àti Jehoṣafati àti ọba Edomu sọ̀kalẹ̀ tọ̀ ọ́ lọ.
ତେବେ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ତାଙ୍କଠାରେ ଅଛି।” ତେଣୁ ଇସ୍ରାଏଲର ରାଜା ଓ ଯିହୋଶାଫଟ୍ ଓ ଇଦୋମର ରାଜା ତାଙ୍କ ନିକଟକୁ ଗଲେ।
13 Eliṣa wí fún ọba Israẹli pé, “Kí ni àwa ní ṣe pẹ̀lú ara wa? Lọ sọ́dọ̀ wòlíì baba rẹ àti wòlíì ti ìyá rẹ.” Ọba Israẹli dá a lóhùn, “Rárá, nítorí Olúwa ni ó pe àwa ọba mẹ́tẹ̀ẹ̀ta papọ̀ láti fi wá lé Moabu lọ́wọ́.”
ସେତେବେଳେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, “ତୁମ୍ଭ ସହିତ ମୋହର କʼଣ କରିବାର ଅଛି? ତୁମ୍ଭ ପିତାର ଭବିଷ୍ୟଦ୍ବକ୍ତାମାନଙ୍କ ନିକଟକୁ ଓ ତୁମ୍ଭ ମାତାର ଭବିଷ୍ୟଦ୍ବକ୍ତାମାନଙ୍କ ନିକଟକୁ ଯାଅ।” ତହିଁରେ ଇସ୍ରାଏଲର ରାଜା ତାଙ୍କୁ କହିଲେ, “ନାହିଁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି।”
14 Eliṣa wí pé, “Gẹ́gẹ́ bí ó ti wà pé Olúwa àwọn ọmọ-ogun wà láyé, ẹni tí mo ń sìn tí èmi kò bá ní ọ̀wọ̀ fún ojú Jehoṣafati ọba Juda, èmi kò ní wò ó tàbí èmi kì bá ti rí ọ.
ପୁଣି ଇଲୀଶାୟ କହିଲେ, “ମୁଁ ଯାହାଙ୍କ ଛାମୁରେ ଠିଆ ହେଉଅଛି, ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯେବେ ମୁଁ ଯିହୁଦାର ରାଜା ଯିହୋଶାଫଟ୍ଙ୍କ ଉପସ୍ଥିତିକୁ ମର୍ଯ୍ୟାଦା ନ କରନ୍ତି, ତେବେ ନିଶ୍ଚୟ ମୁଁ ତୁମ୍ଭଆଡ଼େ ଅନାନ୍ତି ନାହିଁ, କି ତୁମ୍ଭକୁ ଦେଖନ୍ତି ନାହିଁ।
15 Ṣùgbọ́n nísinsin yìí, mú wá fún mi ohun èlò orin olókùn.” Nígbà tí akọrin náà n kọrin, ọwọ́ Olúwa wá sórí Eliṣa.
ତଥାପି ଏବେ ମୋʼ ନିକଟକୁ ଏକ ବାଦ୍ୟକର ଆଣ।” ତହୁଁ ବାଦ୍ୟକର ଆସି ବାଦ୍ୟ ବଜାନ୍ତେ, ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା।
16 Ó sì wí pé, “Èyí ni ohun tí Olúwa sọ, ‘Jẹ́ kí àfonífojì kún fún ọ̀gbun.’
ତହିଁରେ ସେ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଏହି ଉପତ୍ୟକାକୁ ଖାତରେ ପୂର୍ଣ୍ଣ କର।’
17 Nítorí èyí ni Olúwa wí, o kò ní í rí afẹ́fẹ́ tàbí òjò, bẹ́ẹ̀ ni àfonífojì yìí yóò kún pẹ̀lú omi, àti ìwọ àti ẹran ọ̀sìn àti pẹ̀lú àwọn ẹran yóò mu.
କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ; ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଗୋମେଷାଦି ଓ ତୁମ୍ଭମାନଙ୍କ ପଶୁ ସମସ୍ତେ ପାନ କରିବ।’
18 Èyí jẹ́ ohun tí kò lágbára níwájú Olúwa, yóò sì fi Moabu lé e yín lọ́wọ́ pẹ̀lú.
ଆହୁରି ସଦାପ୍ରଭୁଙ୍କ ଦୃଷ୍ଟିରେ ଏହା କେବଳ କ୍ଷୁଦ୍ର ବିଷୟ; ସେ ମୋୟାବୀୟମାନଙ୍କୁ ମଧ୍ୟ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
19 Ìwọ yóò sì bi gbogbo ìlú olódi àti gbogbo àgbà ìlú ṣubú. Ìwọ yóò sì gé gbogbo igi dáradára ṣubú, dá gbogbo orísun omi dúró, kí o sì pa gbogbo pápá dáradára pẹ̀lú òkúta run.”
ପୁଣି ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗର ଓ ପ୍ରତ୍ୟେକ ଉତ୍ତମ ନଗର ଉଚ୍ଛିନ୍ନ କରିବ ଓ ପ୍ରତ୍ୟେକ ଉତ୍ତମ ବୃକ୍ଷ କାଟି ପକାଇବ ଓ ଜଳ-ନିର୍ଝରସକଳ ବନ୍ଦ କରିବ ଓ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡ ପ୍ରସ୍ତରରେ ନାଶ କରିବ।”
20 Ní òwúrọ̀ ọjọ́ kejì, ní àsìkò ẹbọ, níbẹ̀ ni omí sàn láti ọ̀kánkán Edomu! Ilé náà sì kún pẹ̀lú omi.
ଏଥିଉତ୍ତାରେ ପ୍ରାତଃକାଳୀନ ନୈବେଦ୍ୟ ଉତ୍ସର୍ଗ କରିବା ସମୟରେ ଦେଖ, ଇଦୋମର ପଥ ଦେଇ ଜଳ ଆସିଲା ଓ ଜଳରେ ଦେଶ ପୂର୍ଣ୍ଣ ହେଲା।
21 Nísinsin yìí gbogbo ará Moabu gbọ́ pé àwọn ọba tí dé láti bá wọn jà. Bẹ́ẹ̀ ni gbogbo ènìyàn, ọmọdé àti àgbà tí ó lè ja ogun wọn pè wọ́n sókè wọ́n sì dúró ní etí ilẹ̀.
ଏହି ସମୟରେ ମୋୟାବୀୟ ସମସ୍ତେ ଆପଣାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରାଜାମାନଙ୍କର ଆସିବାର କଥା ଶୁଣି ସେମାନେ ଆପଣାମାନଙ୍କୁ, ଅର୍ଥାତ୍, ସଜ୍ଜା ପରିଧାନକ୍ଷମ ଓ ତଦଧିକ ବୟସ୍କ ଲୋକଙ୍କୁ ଏକତ୍ର କରି ଦେଶର ସୀମାରେ ଠିଆ ହୋଇଥିଲେ।
22 Nígbà tí wọ́n dìde ní òwúrọ̀ ọjọ́ kejì, oòrùn ti tàn sí orí omi náà sí àwọn ará Moabu ní ìkọjá ọ̀nà, omi náà sì pupa bí ẹ̀jẹ̀.
ପୁଣି ସେମାନେ ପ୍ରଭାତରେ ଉଠିବା ବେଳେ ସୂର୍ଯ୍ୟ ଜଳ ଉପରେ ଚକମକ ହେଉଥିଲା, ତହିଁରେ ମୋୟାବୀୟମାନେ ଆପଣା ସମ୍ମୁଖସ୍ଥ ଜଳକୁ ରକ୍ତ ତୁଲ୍ୟ ରଙ୍ଗ ଦେଖିଲେ।
23 “Ẹ̀jẹ̀ ni èyí!” wọ́n wí pé, “Àwọn ọba wọ̀nyí lè ti jà kí wọn sì pa ara wọn ní ìpakúpa. Nísinsin yìí sí àwọn ìkógun Moabu!”
ତେବେ ସେମାନେ କହିଲେ, “ଏହା ରକ୍ତ; ରାଜାମାନେ ନିଶ୍ଚୟ ବିନଷ୍ଟ ହୋଇଅଛନ୍ତି ଓ ସେମାନେ ପ୍ରତ୍ୟେକେ ଆପଣା ଆପଣା ସହଯୋଦ୍ଧାକୁ ବଧ କରିଅଛନ୍ତି; ଏହେତୁ ହେ ମୋୟାବ, ଲୁଟିବାକୁ ଯାଅ।”
24 Ṣùgbọ́n nígbà tí àwọn ará Moabu dé sí ibùdó ti Israẹli, àwọn ará Israẹli dìde, wọ́n sì kọlù wọ́n títí tí wọ́n fi sálọ. Àwọn ará Israẹli gbógun sí ilẹ̀ náà wọ́n sì pa Moabu run.
ତହୁଁ ସେମାନେ ଇସ୍ରାଏଲର ଛାଉଣିରେ ଉପସ୍ଥିତ ହୁଅନ୍ତେ, ଇସ୍ରାଏଲୀୟମାନେ ଉଠି ମୋୟାବୀୟମାନଙ୍କୁ ଆଘାତ କଲେ, ତେଣୁ ସେମାନେ ସେମାନଙ୍କ ସମ୍ମୁଖରୁ ପଳାଇଲେ; ପୁଣି ଇସ୍ରାଏଲୀୟମାନେ ମୋୟାବୀୟମାନଙ୍କୁ ଆଘାତ କରି କରି ଦେଶ ଭିତରକୁ ଅଗ୍ରସର ହେଲେ।
25 Wọ́n sì wọ gbogbo ìlú náà olúkúlùkù ènìyàn, wọ́n ju òkúta sí gbogbo ohun dáradára orí pápá títí tí ó fi run. Wọ́n sì dá gbogbo orísun omi dúró wọ́n sì gé gbogbo orísun dáradára. Kiri-Hareseti nìkan ni wọ́n fi òkúta rẹ̀ sílẹ̀ ní ààyè rẹ̀, ṣùgbọ́n àwọn ènìyàn ológun pẹ̀lú kànnàkànnà yíká, wọ́n sì kọlù ìlú náà.
ଆଉ ସେମାନେ ନଗରସବୁ ଭାଙ୍ଗି ପକାଇଲେ ଓ ପ୍ରତି ଜଣ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତର ପକାଇ ତାହା ପୂର୍ଣ୍ଣ କଲେ ଓ ସେମାନେ ଜଳ-ନିର୍ଝରସକଳ ବନ୍ଦ କରିଦେଲେ ଓ ଉତ୍ତମ ବୃକ୍ଷସବୁ କାଟି ପକାଇଲେ; ଶେଷରେ ସେମାନେ କେବଳ କୀର୍-ହେର୍ସତରେ ତହିଁର ପ୍ରସ୍ତରସବୁ ଛାଡ଼ିଲେ; ତଥାପି ଛାଟିଣୀଧାରୀମାନେ ତହିଁ ଚତୁର୍ଦ୍ଦିଗକୁ ଯାଇ ତାହା ଆଘାତ କଲେ।
26 Nígbà tí ọba Moabu rí i wí pé ogun náà le ju ti òun lọ, ó mú idà pẹ̀lú ẹ̀ẹ́dẹ́gbẹ̀rin ọkùnrin onídà láti jà pẹ̀lú ọba Edomu, ṣùgbọ́n wọn kò yege.
ସେସମୟରେ ମୋୟାବର ରାଜା ଆପଣା ପକ୍ଷରେ ଯୁଦ୍ଧ ଅତି ଅସହ୍ୟ ଦେଖି, ସେ ଇଦୋମର ରାଜା ନିକଟକୁ ଭେଦ କରି ଯିବା ପାଇଁ ଆପଣା ସଙ୍ଗେ ସାତ ଶହ ଖଡ୍ଗଧାରୀ ଲୋକ ନେଲା; ମାତ୍ର ସେମାନେ ପାରିଲେ ନାହିଁ।
27 Nígbà náà ó mú àkọ́bí ọmọkùnrin rẹ̀, tí kò bá jẹ́ gẹ́gẹ́ bí ọba, ó sì fi rú ẹbọ sísun ní orí ògiri ìlú. Wọ́n sì bínú lórí Israẹli púpọ̀púpọ̀; wọ́n yọ́ kúrò wọ́n sì padà sí ìlú wọn.
ତହୁଁ ସେ ଆପଣା ଉତ୍ତରାଧିକାରୀ ଜ୍ୟେଷ୍ଠ ପୁତ୍ରକୁ ନେଇ ପ୍ରାଚୀର ଉପରେ ହୋମବଳି ରୂପେ ତାହାକୁ ଉତ୍ସର୍ଗ କଲା। ତହିଁରେ ଇସ୍ରାଏଲ ବିରୁଦ୍ଧରେ ମହାକୋପ ଉପସ୍ଥିତ ହେଲା; ଏଥିଉତ୍ତାରେ ସେମାନେ ତାହା ନିକଟକୁ ପ୍ରସ୍ଥାନ କରି ସେମାନଙ୍କ ନିଜ ଦେଶକୁ ଫେରିଗଲେ।