< 2 Kings 19 >
1 Nígbà tí ọba Hesekiah gbọ́ èyí, ó fa aṣọ rẹ̀ ya ó sì wọ aṣọ ọ̀fọ̀ ó sì lọ sí àgọ́ Olúwa
ଏଥିରେ ହିଜକୀୟ ରାଜା ତାହା ଶୁଣନ୍ତେ, ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ାଇ ସଦାପ୍ରଭୁଙ୍କ ଗୃହକୁ ଗଲେ।
2 Ó sì rán Eliakimu olùtọ́jú ààfin, Ṣebna akọ̀wé àti olórí àlùfáà gbogbo wọn sì wọ aṣọ ọ̀fọ̀, sí ọ̀dọ̀ wòlíì Isaiah ọmọ Amosi.
ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମ୍କୁ ଓ ଶିବ୍ନ ଲେଖକଙ୍କୁ ଓ ଯାଜକମାନଙ୍କ ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇଲେ।
3 Wọ́n sì sọ fún ún pé, “Èyí ni ohun tí Hesekiah sọ: ọjọ́ òní yí jẹ́ ọjọ́ ìpọ́njú àti ìbáwí àti ẹ̀gàn, gẹ́gẹ́ bí ìgbà tí ọmọdé wá sí ojú ìbímọ tí kò sì sí agbára láti fi bí wọn.
ତହିଁରେ ସେମାନେ ଯିଶାଇୟଙ୍କୁ କହିଲେ, “ହିଜକୀୟ କହନ୍ତି, ଆଜି ଦିନ ଆପଦ ଓ ଅନୁଯୋଗ ଓ ଅପମାନର ଦିନ; କାରଣ ବାଳକଗଣ ପ୍ରସବ-ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।
4 Ó lè jẹ́ wí pé Olúwa Ọlọ́run yóò gbọ́ gbogbo ọ̀rọ̀ olùdarí pápá, ẹni tí ọ̀gá rẹ̀, ọba Asiria, ti rán láti fi Ọlọ́run alààyè ṣẹ̀sín, yóò sì bá a wí fún ọ̀rọ̀ ti Olúwa Ọlọ́run rẹ ti gbọ́. Nítorí náà gbàdúrà fún ìyókù àwọn tí ó wà láààyè.”
ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ତିରସ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।”
5 Nígbà tí ìránṣẹ́ ọba Hesekiah lọ sí ọ̀dọ̀ Isaiah,
ଏହିରୂପେ ହିଜକୀୟ ରାଜାଙ୍କର ଦାସମାନେ ଯିଶାଇୟଙ୍କ ନିକଟରେ ଉପସ୍ଥିତ ହେଲେ।
6 Isaiah wí fún wọn pé, “Sọ fún ọ̀gá rẹ, ‘Èyí ni ohun tí Olúwa sọ pé: Ẹ má ṣe bẹ̀rù ohun tí ẹ̀yin ti gbọ́—àwọn ọ̀rọ̀ ìhàlẹ̀ pẹ̀lú èyí ti ọba Asiria ti sọ̀rọ̀-òdì sí mi.
ତହିଁରେ ଯିଶାଇୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କୁ କହିବ; ସଦାପ୍ରଭୁ ଏହା କହନ୍ତି, ‘ଅଶୂରୀୟ ରାଜାର ଦାସମାନେ ଆମ୍ଭକୁ ନିନ୍ଦା କରିବାର ଯେଉଁ କଥା ତୁମ୍ଭେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ।
7 Gbọ́! Èmi yóò rán ẹ̀mí kan sínú rẹ̀ nígbà tí ó bá sì gbọ́ ariwo, yóò sì padà sí ìlú rẹ̀, níbẹ̀ ni èmi yóò sì gbé gé e lulẹ̀ pẹ̀lú idà.’”
ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ। ଆଉ ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା।’”
8 Nígbà tí olùdarí pápá gbọ́ wí pé ọba Asiria ti kúrò ní Lakiṣi ó sì padà ó sì rí ọba níbi ti ó gbé ń bá Libina jà.
ଏଥିଉତ୍ତାରେ ଅଶୂରୀୟ ରାଜା ଲାଖୀଶ୍ଠାରୁ ପ୍ରସ୍ଥାନ କରିଅଛି ବୋଲି ରବ୍ଶାକି ଶୁଣି ଫେରିଗଲା ଓ ତାହାକୁ ଲିବ୍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା।
9 Nísinsin yìí, Sennakeribu sì gbọ́ ìròyìn wí pé Tirakah, ọba Etiopia ti Ejibiti wá ó sì ń yan jáde lọ láti lọ bá a jagun. Bẹ́ẹ̀ ni ó sì tún rán oníṣẹ́ sí Hesekiah pẹ̀lú ọ̀rọ̀ yìí pé,
ପୁଣି ଅଶୂରୀୟ ରାଜା କୂଶଦେଶୀୟ ତିର୍ହକ ରାଜା ବିଷୟରେ ଏହି କଥା ଶୁଣିଲା, “ଦେଖ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି।” ତହୁଁ ସେ ହିଜକୀୟଙ୍କ ନିକଟକୁ ପୁନର୍ବାର ଦୂତମାନଙ୍କୁ ପଠାଇ କହିଲା,
10 “Sọ fún Hesekiah ọba Juda pé, má ṣe jẹ́ kí òrìṣà tí ìwọ gbẹ́kẹ̀lé kí ó tàn ó jẹ nígbà tí ó wí pé, ‘Jerusalẹmu a kò ní fi lé ọwọ́ ọba Asiria.’
“ତୁମ୍ଭେମାନେ ଯିହୁଦାର ରାଜା ହିଜକୀୟଙ୍କୁ ଏହି କଥା କହିବ, ‘ଯିରୂଶାଲମ ଅଶୂରୀୟ ରାଜାର ହସ୍ତଗତ ହେବ ନାହିଁ, ଏହି କଥା କହି ତୁମ୍ଭର ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ।
11 Lóòótọ́ ìwọ ti gbọ́ gbogbo ohun tí ọba Asiria tí ó ṣe sí gbogbo àwọn ìlú, ó pa wọ́n run pátápátá. Ìwọ yóò sì gbàlà?
ଦେଖ, ଅଶୂରୀୟ ରାଜାମାନେ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି, ତାହା ତୁମ୍ଭେ ଶୁଣିଅଛ; ତେବେ ତୁମ୍ଭେ କʼଣ ଉଦ୍ଧାର ପାଇବ?
12 Ṣé àwọn òrìṣà orílẹ̀-èdè tí a ti parun láti ọ̀dọ̀ àwọn baba ńlá mi gbà wọ́n là: òrìṣà Gosani, Harani Reṣefu àti gbogbo ènìyàn Edeni tí wọ́n wà ní Teli-Assari?
ଆମ୍ଭ ପିତୃଲୋକମାନେ ଯେଉଁ ଗୋଶନ ଓ ହାରଣ ଓ ରେତ୍ସଫ ଦେଶୀୟମାନଙ୍କୁ ଓ ତଲଃସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କʼଣ ସେମାନଙ୍କୁ ଉଦ୍ଧାର କଲେ?
13 Níbo ni ọba Hamati wa, ọba Arpadi, ọba ìlú Sefarfaimi, ti Hena, tàbí ti Iffa gbé wà?”
ହମାତର ରାଜା ଓ ଅର୍ପଦର ରାଜା ଓ ସଫର୍ବୟିମ ନଗରର, ହେନାର ଓ ଅବ୍ବାର ରାଜା କାହାନ୍ତି?’”
14 Hesekiah gba lẹ́tà láti ọ̀dọ̀ ìránṣẹ́ ó sì kà á. Nígbà náà ó sì lọ sí òkè ilé tí a kọ́ fún Olúwa ó sì tẹ́ ẹ síwájú Olúwa.
ତହିଁରେ ହିଜକୀୟ ଦୂତମାନଙ୍କଠାରୁ ପତ୍ର ଗ୍ରହଣ କରି ତାହା ପାଠ କଲେ। ଆଉ ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଖୋଲିଲେ।
15 Hesekiah gbàdúrà sí Olúwa: “Olúwa Ọlọ́run Israẹli, tí ń gbé ní àárín àwọn kérúbù, ìwọ nìkan ni Ọlọ́run lórí gbogbo ìjọba tí ó wà láyé, ìwọ ti dá ọ̀run àti ayé.
ଆଉ ହିଜକୀୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, “ହେ କିରୂବଗଣ ଉପରେ ଉପବିଷ୍ଟ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।
16 Dẹtí sílẹ̀, Olúwa kí o sì gbọ́; la ojú rẹ, Olúwa, kí o sì rí i, gbọ́ ọ̀rọ̀ Sennakeribu tí ó rán láti fi bú Ọlọ́run alààyè.
ହେ ସଦାପ୍ରଭୋ, ଆପଣା କର୍ଣ୍ଣ ଡେର ଓ ଶୁଣ; ହେ ସଦାପ୍ରଭୋ, ଆପଣା ଚକ୍ଷୁ ଫିଟାଅ ଓ ଦେଖ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନ୍ହେରୀବ ଯାହା କହି ପଠାଇଅଛି, ତାହାର ସେହି କଥା ଶୁଣ।
17 “Òtítọ́ ni, Olúwa, wí pé ọba Asiria ti pa orílẹ̀-èdè wọ̀nyí run àti ilẹ̀ wọn.
ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶ ଉଚ୍ଛିନ୍ନ କରିଅଛନ୍ତି,
18 Wọ́n ti ju òrìṣà wọn sínú iná wọn sì ti bà wọ́n jẹ́, nítorí pé wọn kì í ṣe ọlọ́run. Ṣùgbọ́n, wọ́n jẹ́ igi àti òkúta tí a ṣe lọ́ṣọ̀ọ́ pẹ̀lú ọwọ́ ènìyàn.
ଓ ସେମାନଙ୍କ ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନ ଥିଲେ, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର; ଏହେତୁ ସେହି ରାଜାମାନେ ସେମାନଙ୍କୁ ବିନାଶ କଲେ।
19 Nísinsin yìí Olúwa Ọlọ́run wa, gbà wá kúrò lọ́wọ́ rẹ̀, bẹ́ẹ̀ ni gbogbo àwọn ìjọba lórí ilẹ̀ ayé le mọ̀ pé ìwọ nìkan ṣoṣo ni, Olúwa Ọlọ́run wa.”
ଏଣୁ ଏବେ, ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଅଛି, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ।”
20 Nígbà náà Isaiah ọmọ Amosi rán oníṣẹ́ sí Hesekiah pé, “Èyí ni ohun tí Olúwa Ọlọ́run Israẹli sọ: Mo ti gbọ́ àdúrà rẹ nípa ti Sennakeribu ọba Asiria.
ଏଥିଉତ୍ତାରେ ଆମୋସର ପୁତ୍ର ଯିଶାଇୟ ହିଜକୀୟଙ୍କ ନିକଟକୁ କହି ପଠାଇଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସନ୍ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛ, ତାହା ଆମ୍ଭେ ଶୁଣିଲୁ।
21 Èyí ni ọ̀rọ̀ tí Olúwa ti sọ nípa rẹ̀, “‘Wúńdíá ọmọbìnrin Sioni kẹ́gàn rẹ ó sì fi ọ́ ṣe ẹlẹ́yà. Ọmọbìnrin Jerusalẹmu mi orí sí ọ gẹ́gẹ́ bí o ti sálọ.
ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି: ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି, ଯିରୂଶାଲମର କନ୍ୟା ତୁମ୍ଭଆଡ଼େ ମୁଣ୍ଡ ହଲାଇଅଛି।
22 Ta ni ìwọ ti bú tí o sì kẹ́gàn rẹ̀? Lórí ta ni ìwọ ti gbé ohùn rẹ sókè tí ó sì gbé ojú sókè sí ọ ní ìgbéraga? Lórí ẹni mímọ́ ti Israẹli!
ତୁମ୍ଭେ କାହାକୁ ତିରସ୍କାର ଓ ନିନ୍ଦା କରିଅଛ? ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ!
23 Nípa àwọn ìránṣẹ́ rẹ ìwọ ti sọ̀rọ̀ búburú sí Olúwa. Tì wọ sì wí pé, “Pẹ̀lú ọ̀pọ̀ kẹ̀kẹ́ mi ni èmi sì fi dé orí àwọn òkè ńlá, sí ibi gíga jùlọ Lebanoni. Èmi a sì ké igi kedari gíga rẹ̀ lulẹ̀, àti ààyò igi firi rẹ̀. Èmi a sì lọ sí orí òkè ìbùwọ̀ rẹ̀ sínú ibi tí ó dára jù nínú igbó rẹ̀.
ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ତିରସ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ବହୁସଂଖ୍ୟକ ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ, ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ; ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ, ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷସବୁ କାଟି ପକାଇବା; ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସ ସ୍ଥାନରେ, ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ରରୂପ ଅରଣ୍ୟରେ ପ୍ରବେଶ କରିବା।
24 Mo ti gbẹ́ kànga ní ilẹ̀ àjèjì, mo sì mu omi níbẹ̀. Pẹ̀lú àtẹ́lẹsẹ̀ mi, èmi ti gbẹ́ gbogbo omi odò tí ó wà ní Ejibiti.”
ଆମ୍ଭେ ଖୋଳି ଅଜ୍ଞାତ ଜଳ ପାନ କରିଅଛୁ, ଆଉ ଆମ୍ଭେ ଆପଣା ପଦତଳରେ ମିସରର ସବୁ ନଦୀ ଶୁଷ୍କ କରିବା।
25 “‘Ṣé ìwọ kò tí ì gbọ́? Ní ọjọ́ pípẹ́ sẹ́yìn mo yàn án. Ní ọjọ́ ogbó ni mo ṣètò rẹ̀; nísinsin yìí mo ti mú wá sí ìkọjá pé ìwọ ti yí ìlú olódi padà dí òkìtì àlàpà òkúta.
ଏହା କʼଣ ତୁମ୍ଭେ ଶୁଣି ନାହଁ, କିପରି ଆମ୍ଭେ ଦୀର୍ଘକାଳରୁ ଏହା ନିରୂପଣ କରିଅଛୁ, ଓ ପୂର୍ବକାଳରୁ ଏହା ସ୍ଥିର କରିଅଛୁ? ଏହା ଏବେ ଆମ୍ଭେ ସଫଳ କରିଅଛୁ। ତୁମ୍ଭେ ଯେ ପ୍ରାଚୀର-ବେଷ୍ଟିତ ନଗରମାନ ବିନାଶ କରି, ସେସବୁକୁ ଢିପି କରିବ।
26 Àwọn ènìyàn wọn ń gbẹ nípa, wọ́n ti dà á láàmú wọ́n sì ti ṣọ́ di ìtìjú. Wọ́n dàbí koríko igbó lórí pápá, gẹ́gẹ́ bí ọkà tí ó rẹ̀ dànù kí ó tó dàgbàsókè, gẹ́gẹ́ bí fífún ọkà tí ó hù jáde.
ଏହେତୁ ତନ୍ନିବାସୀଗଣ ଅଳ୍ପ ଶକ୍ତିବିଶିଷ୍ଟ ହେଲେ, ସେମାନେ ହତାଶ ଓ ଲଜ୍ଜିତ ହେଲେ; ସେମାନେ କ୍ଷେତ୍ରର ଶାକ ଓ ନବୀନ ତୃଣ, ଗୃହ-ଛାତ ଉପରିସ୍ଥ ଘାସ, ଓ ଅପକ୍ୱ ଅବସ୍ଥାରେ ଶୁଷ୍କ ଶସ୍ୟ ତୁଲ୍ୟ ହେଲେ।
27 “‘Ṣùgbọ́n èmi mọ ibi tí ìwọ dúró àti ìgbà tí ìwọ bá dé tàbí lọ àti bí ìwọ ṣe ìkáàánú rẹ: sí mi.
ମାତ୍ର ତୁମ୍ଭର ବସିବାର, ଓ ବାହାରକୁ ଯିବାର ଓ ଭିତରକୁ ଆସିବାର, ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ମଧ୍ୟ ଆମ୍ଭେ ଜାଣୁ।
28 Ṣùgbọ́n ìkáàánú rẹ sí mi àti ìrora rẹ dé etí mi, Èmi yóò gbé ìwọ̀ mi sí imú rẹ àti ìjánu mi sí ẹnu rẹ, èmi yóò mú ọ padà nípa wíwá rẹ.’
ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ, ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏହେତୁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ, ଓ ତୁମ୍ଭ ଓଷ୍ଠାଧରରେ ଆପଣା ଲଗାମ ଦେବା, ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ, ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା।
29 “Èyí yóò jẹ́ àmì fún ọ, ìwọ Hesekiah: “Ọdún yìí ìwọ yóò jẹ ohun tí ó bá hù fún rara rẹ̀, àti ní ọdún kejì ohun tí ó bá hù jáde láti inú ìyẹn. Ṣùgbọ́n ní ọdún kẹta, gbìn kí o sì kórè, gbin ọgbà àjàrà kí o sì jẹ èso rẹ̀.
ଏଣୁ (ହେ ହିଜକୀୟ, ) ତୁମ୍ଭ ପ୍ରତି ଏହି ଚିହ୍ନ ହେବ: ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ, ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ପୁଣି ତୃତୀୟ ବର୍ଷ ତୁମ୍ଭେମାନେ ବୁଣ ଓ କାଟ, ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଜନ କର।
30 Lẹ́ẹ̀kan sí i ìyókù ti ilé Juda yóò sì tún hu gbòǹgbò lábẹ́, yóò sì so èso lókè.
ପୁଣି ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ।
31 Láti inú Jerusalẹmu ní àwọn ìyókù yóò ti wá àti láti orí òkè Sioni ni ọ̀pọ̀ àwọn tí ó sá àsálà. Ìtara Olúwa àwọn ọmọ-ogun yóò ṣe èyí.
କାରଣ ଯିରୂଶାଲମରୁ ଏକ ଅବଶିଷ୍ଟାଂଶ ଲୋକ, ଓ ସିୟୋନ ପର୍ବତରୁ ରକ୍ଷାପ୍ରାପ୍ତ ଲୋକମାନେ ବାହାରିବେ। ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସିଦ୍ଧ କରିବ।
32 “Nítorí èyí ni ohun tí Olúwa sọ nípa ti ọba Asiria: “Kò ní wọ ìlú yìí tàbí ta ọfà síbí. Kò ní wá níwájú rẹ pẹ̀lú àpáta tàbí kó ìdọ̀tí àgbò sí ọ̀kánkán rẹ.
ଏହେତୁ ସଦାପ୍ରଭୁ ଅଶୂରୀୟ ରାଜା ବିଷୟରେ ଏହି କଥା କହନ୍ତି: ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ। କିଅବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ।
33 Nípa ọ̀nà tí ó gbà wá ni yóò padà; kì yóò wọ ìlú ńlá yìí, ni Olúwa wí.
ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା, ସେହି ବାଟରେ ଫେରିଯିବ, ଓ ସେ ଏହି ନଗରକୁ ଆସିବ ନାହିଁ।
34 Èmi yóò dá ààbò bo ìlú ńlá yìí, èmi yóò sì pa á mọ́ fún èmi tìkára mi àti fún Dafidi ìránṣẹ́ mi.”
କାରଣ ଆମ୍ଭେ ଆପଣା ସକାଶୁ, ଓ ଆମ୍ଭ ଦାସ ଦାଉଦ ସକାଶୁ, ଏହି ନଗରକୁ ରକ୍ଷା କରିବାକୁ ସପକ୍ଷ ହେବା।”
35 Ní alẹ́ ọjọ́ náà, angẹli Olúwa jáde lọ ó sì pa ọ̀kẹ́ mẹ́sàn-án lé ẹgbẹ̀ẹ́dọ́gbọ̀n ènìyàn ní ibùdó àwọn ará Asiria. Nígbà tí wọ́n sì dìde dúró ní òwúrọ̀ ọjọ́ kejì níbẹ̀ ni gbogbo òkú wà!
ଏଥିଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ ଏକ ଲକ୍ଷ ପଞ୍ଚାଅଶୀ ହଜାର ଲୋକ ସଂହାର କଲେ; ପୁଣି ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସେସମସ୍ତେ ମୃତ ଶବ ହୋଇଅଛନ୍ତି।
36 Bẹ́ẹ̀ ni Sennakeribu ọba Asiria wọ àgọ́ ó sì padà, ó sì padà sí Ninefe ó sì dúró níbẹ̀.
ତହିଁରେ ଅଶୂରର ରାଜା ସନ୍ହେରୀବ ପ୍ରସ୍ଥାନ କଲା ଓ ଫେରିଯାଇ ନୀନିବୀରେ ବାସ କଲା।
37 Ní ọjọ́ kan, nígbà tí ó sùn nínú ilé òrìṣà Nisroki, ọmọkùnrin rẹ̀ Adrameleki àti Ṣareseri gé e lulẹ̀ pẹ̀lú idà, wọ́n sì sálọ sí ilẹ̀ Ararati Esarhadoni ọmọkùnrin rẹ̀ sì jẹ ọba ní ipò rẹ̀.
ଏଥିଉତ୍ତାରେ ସେ ଆପଣାର ନିଷ୍ରୋକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ତାହାର ଦୁଇ ପୁତ୍ର ଅଦ୍ରମ୍ମେଲକ୍ ଓ ଶରେତ୍ସର ତାହାକୁ ଖଡ୍ଗରେ ବଧ କଲେ; ତହୁଁ ସେମାନେ ଆରାରାଟ୍ ଦେଶକୁ ପଳାୟନ କଲେ। ପୁଣି ତାହାର ପୁତ୍ର ଏସର୍ହଦ୍ଦୋନ୍ ତାହାର ପଦରେ ରାଜ୍ୟ କଲା।