< 2 Corinthians 2 >

1 Nítorí náà mo tí pinnu nínú ara mí pé, èmi kì yóò tún fi ìbànújẹ́ tọ̀ yin wá.
ମାତ୍ର ତୁମ୍ଭମାନଙ୍କ ନିକଟକୁ ମୋହର ଯିବା ଯେପରି ପୁନର୍ବାର ଦୁଃଖଜନକ ନ ହୁଏ, ଏହା ମୁଁ ମନରେ ସ୍ଥିର କଲି।
2 Nítorí pé bí èmi bá mú inú yín bàjẹ́, ǹjẹ́ ta ni ẹni ti ìbá mú inú mí dùn ní àkókò tí inú mi bá bàjẹ́ bí kò ṣe ẹni tí mo ti ba nínú jẹ́?
ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ, ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା ଆଉ କିଏ ମୋତେ ଆନନ୍ଦ ଦେବ?
3 Èmi sì kọ̀wé bí mo tí kọ sí yín pé, nígbà tí mo bá sì de, kí èmi má ṣe ni ìbànújẹ́ lọ́dọ̀ àwọn ti ìbá mú mi ní ayọ̀, nítorí tí mo ní ìgbẹ́kẹ̀lé nínú gbogbo yín, wí pé ẹ̀yin yóò jẹ́ alábápín ayọ̀ mi.
ପୁଣି, ଯେଉଁମାନଙ୍କଠାରୁ ମୋହର ଆନନ୍ଦ ପାଇବା ଉଚିତ, ସେମାନଙ୍କଠାରୁ ମୁଁ ଆସି ଯେପରି ଦୁଃଖ ନ ପାଏ, ଏଥିନିମନ୍ତେ ମୁଁ ଏହି କଥା ଲେଖିଥିଲି, ଯେଣୁ ମୋହର ଆନନ୍ଦରେ ଯେ ତୁମ୍ଭମାନଙ୍କର ଆନନ୍ଦ, ଏହା ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ବିଶ୍ୱାସ।
4 Nítorí pé nínú ọ̀pọ̀lọpọ̀ wàhálà àti ìrora ọkàn mí ni mo ti fi ọ̀pọ̀lọpọ̀ omijé kọ̀wé sí yín; kì í ṣe nítorí kí a lè bà yín nínú jẹ́, ṣùgbọ́n kí ẹ̀yin bá a lè mọ bí ìfẹ́ tí mo ní sí yín ṣe jinlẹ̀ tó.
କାରଣ ବହୁତ କ୍ଳେଶ ଓ ହୃଦୟର ବେଦନାରେ ବହୁ-ଅଶ୍ରୁପାତ ସହିତ ମୁଁ ତୁମ୍ଭମାନଙ୍କୁ ଲେଖିଥିଲି ଯେପରି ତୁମ୍ଭେମାନେ ଦୁଃଖିତ ହୁଅ, ଏପରି ନୁହେଁ, ମାତ୍ର ତୁମ୍ଭମାନଙ୍କ ପ୍ରତି ମୋହର ଯେ ଅଧିକ ପ୍ରଚୁର ପ୍ରେମ ଅଛି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହୁଅ।
5 Bí ẹnikẹ́ni bá fa ohun ìbànújẹ́ kì í ṣe èmi ni ó bà nínú jẹ́, bí kò ṣe ẹ̀yin fúnra yín, níwọ̀n ìyówù kí ó jẹ́; n kò fẹ́ sọ ọ́ lọ́nà líle jù.
କିନ୍ତୁ ଯଦି କେହି ଦୁଃଖ ଦେଇଅଛି, ସେ ମୋତେ ଦୁଃଖ ଦେଇ ନାହିଁ, ମାତ୍ର କେତେକ ପରିମାଣରେ (ମୁଁ ଅଧିକ କଠିନ ହେବାକୁ ଇଚ୍ଛା କରୁ ନାହିଁ) ତୁମ୍ଭ ସମସ୍ତଙ୍କୁ ଦୁଃଖ ଦେଇଅଛି।
6 Ìyà náà tí ọ̀pọ̀lọpọ̀ ti fi jẹ́ irú ènìyàn bẹ́ẹ̀ tó fún un.
ଅଧିକାଂଶଙ୍କ ଦ୍ୱାରା ଏପରି ଲୋକ ଯେଉଁ ଶାସ୍ତି ପାଇଅଛି, ତାହା ପକ୍ଷରେ ତାହା ଯଥେଷ୍ଟ;
7 Kàkà bẹ́ẹ̀, ẹ̀yin ìbá kúkú dáríjì í, kí ẹ sí tù ú nínú ní gbogbo ọ̀nà, kí ìbànújẹ́ má bà á bo irú ènìyàn bẹ́ẹ̀ mọ́lẹ̀.
ଏଣୁ କାଳେ ଏପରି ଲୋକ ଅତିରିକ୍ତ ଦୁଃଖରେ ବୁଡ଼ିଯାଏ, ଏଥିପାଇଁ ତୁମ୍ଭେମାନେ ତାହାକୁ ବରଂ କ୍ଷମା କର ଓ ସାନ୍ତ୍ୱନା ଦିଅ।
8 Nítorí náà mo bẹ̀ yín, ẹ fi ìdánilójú ìfẹ́ yín hàn sí irú ẹni náà.
ଅତଏବ, ତାହା ପ୍ରତି ପ୍ରେମ ବ୍ୟବହାର ସ୍ଥାପନ କରିବାକୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି।
9 Ìdí tí mo ṣe kọ̀wé ni kí èmi ba à lè rí ẹ̀rí dìímú nípa ìgbọ́ràn yín nínú ohun gbogbo.
କାରଣ ତୁମ୍ଭେମାନେ ସମସ୍ତ ବିଷୟରେ ଯେ ବାଧ୍ୟ ଅଟ, ତୁମ୍ଭମାନଙ୍କ ବିଷୟରେ ସେଥିର ପ୍ରମାଣ ଯେପରି ମୁଁ ପାଏ, ଏହି ଉଦ୍ଦେଶ୍ୟରେ ମଧ୍ୟ ଲେଖିଥିଲି।
10 Ṣùgbọ́n bí ẹ̀yin bá dáríjì ẹnikẹ́ni, èmi pẹ̀lú dáríjì í. Ohun tí èmi pẹ̀lú bá fi jì, nítorí tiyín ní mo fi jì níwájú Kristi.
କିନ୍ତୁ ତୁମ୍ଭେମାନେ ଯାହାର କିଛି କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରେ; କାରଣ ମୁଁ ଯଦି କିଛି କ୍ଷମା କରିଅଛି, ତେବେ ଯାହା କ୍ଷମା କରିଅଛି, ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ସକାଶେ କ୍ଷମା କରିଅଛି,
11 Kí Satani má ba à rẹ́ wa jẹ. Nítorí àwa kò ṣe aláìmọ́ àrékérekè rẹ̀.
ଯେପରି ଶୟତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗପ୍ରାପ୍ତ ନ ହୁଏ। କାରଣ ଆମ୍ଭେମାନେ ତାହାର ସମସ୍ତ ଦୁଷ୍ଟ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁଁ।
12 Ṣùgbọ́n nígbà ti mo dé Troasi láti wàásù ìyìnrere Kristi, tí mo sì rí i wí pé Olúwa ti ṣí ìlẹ̀kùn fún mi,
ପୁଣି, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋୟାକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲେ ହେଁ,
13 síbẹ̀ èmi kò ní àlàáfíà lọ́kàn mi, nítorí tí èmi kò rí Titu arákùnrin mi níbẹ̀. Nítorí ìdí èyí ni mo ṣe dágbére fún wọn, mo si rékọjá lọ sí Makedonia.
ମୋହର ଭାଇ ତୀତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରୁ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ପ୍ରସ୍ଥାନ କଲି।
14 Ṣùgbọ́n ọpẹ́ ni fún Ọlọ́run, ẹni tí ń yọ ayọ̀ ìṣẹ́gun lórí wá nígbà gbogbo nínú Kristi, tí a sì ń fi òórùn dídùn ìmọ̀ rẹ̀ hàn nípa wa níbi gbogbo.
କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କଠାରେ ବିଜୟ ଯାତ୍ରା କରୁଅଛନ୍ତି, ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି,
15 Nítorí òórùn dídùn Kristi ni àwa jẹ́ fún Ọlọ́run, nínú àwọn tí a ń gbàlà àti nínú àwọn tí ó ń ṣègbé.
କାରଣ ପରିତ୍ରାଣ ପାଉଥିବା ଓ ବିନାଶ ହେଉଥିବା ଲୋକମାନଙ୍କ ମଧ୍ୟରେ ଆମ୍ଭେମାନେ ଈଶ୍ବରଙ୍କ ଦୃଷ୍ଟିରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ,
16 Fún àwọn kan, àwa jẹ́ òórùn sí ikú, àti fún àwọn mìíràn òórùn ìyè sí ìyè. Ta ni ó ha si tọ́ fún nǹkan wọ̀nyí?
ଏକ ପକ୍ଷର ଲୋକଙ୍କ ପ୍ରତି ମୃତ୍ୟୁଦାୟକ ଓ ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତି ଜୀବନଦାୟକ ସୁବାସ ସ୍ୱରୂପ। ଆଉ ଏହି ସମସ୍ତ ନିମନ୍ତେ କିଏ ସମର୍ଥ?
17 Nítorí àwa kò dàbí àwọn ọ̀pọ̀lọpọ̀, tí ń fi ọ̀rọ̀ Ọlọ́run ṣòwò jẹun; ṣùgbọ́n nínú òtítọ́ inú àwa ń sọ̀rọ̀ níwájú Ọlọ́run nínú Kristi gẹ́gẹ́ bí àwọn tí a rán láti ọ̀dọ̀ Ọlọ́run wá.
ସେହି ଅନେକ ଲୋକ ଯେପରି ଈଶ୍ବରଙ୍କ ବାକ୍ୟ ବିକୃତ କରନ୍ତି, ଆମ୍ଭେମାନେ ତ ସେମାନଙ୍କ ପରି କରୁ ନାହୁଁ, କିନ୍ତୁ ସରଳ ଭାବରେ ଈଶ୍ବରଙ୍କ ଆଦେଶକ୍ରମେ ତାହାଙ୍କ ସାକ୍ଷାତରେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଥାଇ କଥା କହୁଅଛୁ।

< 2 Corinthians 2 >