< 2 Chronicles 33 >

1 Manase jẹ́ ọmọ ọdún méjìlá nígbà tí ó di ọba. Ó sì jẹ ọba ní Jerusalẹmu fún ọdún márùndínlọ́gọ́ta.
ମନଃଶି ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାର ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ପଞ୍ଚାବନ ବର୍ଷ ରାଜ୍ୟ କଲେ।
2 Ó sì ṣe búburú ní ojú Olúwa. Nípa títẹ̀lé ọ̀nà iṣẹ́ ìríra ti àwọn orílẹ̀-èdè tí Olúwa ti lé jáde níwájú àwọn ọmọ Israẹli rìn.
ପୁଣି, ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
3 Ó tún kọ́ àwọn ibi gíga tí baba rẹ̀ Hesekiah ti fọ́ túútúú. Ó sì gbé àwọn pẹpẹ dìde fún àwọn Baali ó sì ṣe àwọn ère Aṣerah. Ó foríbalẹ̀ fún gbogbo àwọn ogun ọ̀run ó sì sìn wọ́n.
କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ଭାଙ୍ଗି ପକାଇଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ସେ ବାଲ୍‍ଦେବଗଣ ନିମନ୍ତେ ଯଜ୍ଞବେଦି ପ୍ରସ୍ତୁତ କଲେ ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ ଓ ଆକାଶସ୍ଥ ସକଳ ବାହିନୀକୁ ପୂଜା କରି ସେମାନଙ୍କର ସେବା କଲେ।
4 Ó kọ́ àwọn pẹpẹ sínú ilé Olúwa ní èyí tí Olúwa ti wí pé, “Orúkọ mi yóò wà ní Jerusalẹmu títí láé.”
ପୁଣି, “ଯିରୂଶାଲମରେ ଆମ୍ଭର ନାମ ସଦାକାଳ ସ୍ଥାପିତ ହେବ” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।
5 Nínú ààfin méjèèje ti ilé Olúwa, ó kọ́ àwọn pẹpẹ fún gbogbo àwọn ogun ọ̀run
ଆହୁରି, ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ଯଜ୍ଞବେଦି ନିର୍ମାଣ କଲେ।
6 Ó sì mú kí àwọn ọmọ ara rẹ̀ kí ó kọjá láàrín iná ní àfonífojì Beni-Hinnomu, ó ń ṣe àkíyèsí àfọ̀ṣẹ, ó sì ń lo àlúpàyídà, ó sì ń bá àwọn òku àti oṣó lò. Ó ṣe ọ̀pọ̀ ohun búburú ní ojú Olúwa láti mú un bínú.
ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।
7 Ó mú ère gbígbẹ́ tí ó ti gbẹ́ ó sì gbé e sínú ilé Olúwa, ní èyí tí Ọlọ́run ti sọ fún Dafidi àti sí ọmọ rẹ̀ Solomoni, “Nínú ilé Olúwa yìí àti ní Jerusalẹmu, tí mo ti yàn kúrò nínú gbogbo àwọn ẹ̀yà Israẹli, èmi yóò fi orúkọ mi síbẹ̀ títí láé.
ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା;
8 Èmi kì yóò ṣí ẹsẹ̀ àwọn ọmọ Israẹli kúrò mọ́ ní ilẹ̀ náà tí èmi ti yàn fún àwọn baba ńlá yín, níwọ̀n bí wọ́n bá ṣe pẹ̀lẹ́ láti ṣe gbogbo ohun tí mo paláṣẹ fún wọn, gẹ́gẹ́ bí gbogbo òfin, àṣẹ àti àwọn ìlànà tí a fún yín láti ọwọ́ Mose wá.”
ପୁଣି, ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍‍, ମୋଶାର ହସ୍ତ ଦ୍ୱାରା ଯେସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ।”
9 Ṣùgbọ́n Manase mú kí Juda àti àwọn tí ń gbé Jerusalẹmu yapa, àti láti ṣe búburú ju àwọn orílẹ̀-èdè lọ, àwọn tí Olúwa ti parun níwájú àwọn ọmọ Israẹli.
ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।
10 Olúwa bá Manase sọ̀rọ̀ àti àwọn ènìyàn rẹ̀, ṣùgbọ́n wọn kò kọbi ara sí i.
ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ।
11 Bẹ́ẹ̀ ni Olúwa mú àwọn alákòóso ọmọ-ogun ọba Asiria láti dojúkọ wọ́n, tí ó mú Manase nígbèkùn, ó fi ìwọ̀ mú un ní imú rẹ̀, ó dè é pẹ̀lú ṣẹ́kẹ́ṣẹkẹ̀ idẹ ó sì mú un lọ sí Babeli.
ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲକୁ ନେଇଗଲେ।
12 Nínú ìpọ́njú rẹ̀, ó wá ojúrere Olúwa Ọlọ́run rẹ̀. Ó sì rẹ ara rẹ̀ sílẹ̀ gidigidi níwájú Ọlọ́run àwọn baba rẹ̀.
ପୁଣି, ସେ ଦୁଃଖରେ ଥିବା ବେଳେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ।
13 Nígbà tí ó sì gbàdúrà sí i, inú Olúwa dùn sí àdúrà rẹ̀, ó sì tẹ́tí sí ẹ̀bẹ̀ rẹ̀; bẹ́ẹ̀ ni ó mú un padà wá sí Jerusalẹmu àti sí ìjọba rẹ̀. Nígbà náà Manase mọ̀ wí pé Olúwa ni Ọlọ́run.
ଆଉ, ସେ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କ ପ୍ରତି ପ୍ରସନ୍ନ ହେଲେ ଓ ତାଙ୍କର ନିବେଦନ ଶୁଣି ତାଙ୍କୁ ପୁନର୍ବାର ତାଙ୍କର ରାଜ୍ୟ ଯିରୂଶାଲମକୁ ଆଣିଲେ। ସେତେବେଳେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
14 Ǹjẹ́ lẹ́yìn èyí, ó mọ odi kan lẹ́yìn ìlú Dafidi, ní ìhà ìwọ̀-oòrùn Gihoni, ní àfonífojì, àní ní àtiwọ ẹnu ibodè ẹja, ó sì yí orí òkè Ofeli ká; ó sì mọ ọ́n ga sókè gidigidi, ó sì fi balógun sínú gbogbo ìlú olódi Juda wọ̀n-ọn-nì.
ଏଥିଉତ୍ତାରେ ସେ ଗୀହୋନର ପଶ୍ଚିମ ପାର୍ଶ୍ଵରେ ଉପତ୍ୟକା ମଧ୍ୟରେ ମତ୍ସ୍ୟ ଦ୍ୱାରର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଦାଉଦ-ନଗରର ବାହାର-ପ୍ରାଚୀର ନିର୍ମାଣ କଲେ; ଆଉ, ସେ ଓଫଲର ଚତୁର୍ଦ୍ଦିଗ ବେଷ୍ଟନ କରି ପ୍ରାଚୀର ଅତି ଉଚ୍ଚ କଲେ ଓ ଯିହୁଦାର ପ୍ରାଚୀର-ବେଷ୍ଟିତ ନଗରସମୂହରେ ବିକ୍ରମୀ ସେନାପତିମାନଙ୍କୁ ନିଯୁକ୍ତ କଲେ।
15 Ó pa gbogbo àwọn Ọlọ́run àjèjì run. Ó sì hú gbogbo àwọn ère kúrò nínú ilé Olúwa, pẹ̀lú gbogbo àwọn pẹpẹ tí ó ti kọ́ ní òkè ilé Olúwa àti ní Jerusalẹmu; ó sì kó wọn jáde kúrò nínú ìlú.
ଆଉ, ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଯିରୂଶାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦି ନଗରର ବାହାରେ ପକାଇଦେଲେ।
16 Nígbà náà ni ó mú àwọn pẹpẹ padà bọ̀ sípò. Ó sì rú ọrẹ ìdàpọ̀ àti ọrẹ-ọpẹ́ lórí rẹ̀. Ó sì sọ fún Juda láti sin Olúwa, Ọlọ́run Israẹli.
ପୁଣି, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଯିହୁଦାକୁ ଆଜ୍ଞା କଲେ।
17 Àwọn ènìyàn, ko tẹ̀síwájú láti máa rú ẹbọ ní àwọn ibi gíga. Ṣùgbọ́n sí Olúwa Ọlọ́run wọn nìkan.
ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ।
18 Àwọn iṣẹ́ yòókù ti ìjọba Manase pẹ̀lú àdúrà rẹ̀ sí Ọlọ́run rẹ̀ àti àwọn ọ̀rọ̀ tí àwọn aríran sọ sí i ní orúkọ Olúwa, Ọlọ́run Israẹli, wà nínú ìwé ìtàn ayé àwọn ọba Israẹli.
ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ଆପଣା ପରମେଶ୍ୱରଙ୍କ ନିକଟରେ ତାଙ୍କର ପ୍ରାର୍ଥନା ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ତାଙ୍କ ପ୍ରତି ଉକ୍ତ ଦର୍ଶକମାନଙ୍କ ବାକ୍ୟ, ଏହିସବୁ ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଲିଖିତ ଅଛି।
19 Àdúrà rẹ̀ àti bí inú Ọlọ́run ṣe dùn sí àdúrà rẹ̀ àti gbogbo àwọn ẹ̀ṣẹ̀ rẹ̀ àti àìṣòótọ́, àti àwọn òpó níbi tí ó kọ́ àwọn ibi gíga sí, ó sì gbé àwọn ère Aṣerah àti àwọn òrìṣà kí ó tó rẹ ara rẹ̀ sílẹ̀, gbogbo rẹ̀ ni a kọ sínú ìwé ìrántí àwọn aríran.
ମଧ୍ୟ ତାଙ୍କର ପ୍ରାର୍ଥନା ଓ ପରମେଶ୍ୱର ତାଙ୍କ ପ୍ରତି କିପରି ପ୍ରସନ୍ନ ହେଲେ ଓ ତାଙ୍କର ସକଳ ପାପ ଓ ସତ୍ୟ-ଲଙ୍ଘନ ଓ ସେ ଆପଣାକୁ ନମ୍ର କରିବା ପୂର୍ବେ ଯେଉଁ ଯେଉଁ ସ୍ଥାନରେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଆଉ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ସ୍ଥାପନ କରିଥିଲେ; ଦେଖ, ତାହାସବୁ ହୋଶେୟର ପୁସ୍ତକରେ ଲିଖିତ ଅଛି।
20 Manase sinmi pẹ̀lú àwọn baba rẹ̀, a sì sin ín sínú ààfin rẹ̀. Amoni ọmọ rẹ̀ sì rọ́pò rẹ̀ gẹ́gẹ́ bí ọba.
ଏଥିଉତ୍ତାରେ ମନଃଶିଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ତାଙ୍କର ନିଜ ଗୃହରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆମୋନ୍‍ ତାଙ୍କର ପଦରେ ରାଜ୍ୟ କଲେ।
21 Amoni jẹ́ ẹni ọdún méjìlélógún nígbà tí ó di ọba. Ó sì jẹ ọba ní Jerusalẹmu fún ọdún méjì.
ଆମୋନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ।
22 Ó ṣe búburú ní ojú Olúwa, gẹ́gẹ́ bí baba rẹ̀ Manase ti ṣe. Amoni rú ẹbọ sí gbogbo àwọn òrìṣà tí Manase baba rẹ̀ ti ṣe, ó sì sìn wọ́n.
ପୁଣି, ସେ ଆପଣା ପିତା ମନଃଶିଙ୍କ ତୁଲ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ଆମୋନ୍‍ ଆପଣା ପିତା ମନଃଶିଙ୍କ ନିର୍ମିତ ସକଳ ଖୋଦିତ ପ୍ରତିମା ଉଦ୍ଦେଶ୍ୟରେ ବଳିଦାନ କରି ସେମାନଙ୍କର ସେବା କଲେ।
23 Ṣùgbọ́n kì í ṣe bí i baba rẹ̀ Manase. Kò rẹ ara rẹ̀ sílẹ̀ níwájú Olúwa: ṣùgbọ́n ẹ̀ṣẹ̀ Amoni sì ń pọ̀ sì í.
ପୁଣି, ତାଙ୍କର ପିତା ମନଃଶି ଯେପରି ଆପଣାକୁ ନମ୍ର କରିଥିଲେ, ସେ ସଦାପ୍ରଭୁଙ୍କ ଛାମୁରେ ଆପଣାକୁ ସେପରି ନମ୍ର କଲେ ନାହିଁ; ମାତ୍ର ଏହି ଆମୋନ୍‍ ଅଧିକ ଅଧିକ ଅପରାଧ କଲେ।
24 Àwọn oníṣẹ́ Amoni dìtẹ̀ sí i. Wọ́n sì pa á ní ààfin rẹ̀.
ଏଉତ୍ତାରେ ତାଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାଙ୍କର ନିଜ ଗୃହରେ ତାଙ୍କୁ ବଧ କଲେ।
25 Nígbà náà, gbogbo àwọn ènìyàn ilẹ̀ náà pa gbogbo àwọn tí wọ́n ṣọ̀tẹ̀ sí ọba Amoni, wọ́n sì mú Josiah ọmọ rẹ̀ jẹ ọba ní ipò rẹ̀.
ମାତ୍ର ଯେଉଁମାନେ ଆମୋନ୍‍ ରାଜାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ, ସେସମସ୍ତଙ୍କୁ ଦେଶସ୍ଥ ଲୋକମାନେ ବଧ କଲେ; ଆଉ, ଦେଶର ଲୋକମାନେ ତାଙ୍କର ପଦରେ ତାଙ୍କର ପୁତ୍ର ଯୋଶୀୟଙ୍କୁ ରାଜା କଲେ।

< 2 Chronicles 33 >