< 2 Chronicles 32 >

1 Lẹ́yìn gbogbo èyí ti Hesekiah ti fi òtítọ́ ṣe, Sennakeribu ọba Asiria wá ó sì gbógun ti Juda. Ó gbógun ti àwọn ìlú ààbò, ó ń ronú láti ṣẹ́gun wọn fún ara rẹ̀.
ଏହି ସକଳ ଘଟଣା ଓ ଏହି ବିଶ୍ୱସ୍ତତାର କର୍ମ ଉତ୍ତାରେ ଅଶୂରର ରାଜା ସନ୍‍‌‌ହେରୀବ ଆସି ଯିହୁଦାରେ ପ୍ରବେଶ କଲା ଓ ପ୍ରାଚୀର-ବେଷ୍ଟିତ ନଗର ବିରୁଦ୍ଧରେ ଛାଉଣି ସ୍ଥାପନ କରି ତାହାସବୁ ଆପଣା ପାଇଁ ଲାଭ କରିବାକୁ ବିଚାର କଲା।
2 Nígbà tí Hesekiah rí i pé Sennakeribu ti wá, àti pé ó fẹ́ láti dá ogun sílẹ̀ lórí Jerusalẹmu,
ପୁଣି, ସନ୍‍‌‌ହେରୀବ ଆସିଅଛି ଓ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ମନସ୍ଥ କରିଅଛି, ହିଜକୀୟ ଏହା ଦେଖନ୍ତେ,
3 Ó gbèrò pẹ̀lú àwọn ìjòyè rẹ̀ àti àwọn ọmọ-ogun rẹ̀ láti di orísun omi ní ìta ìlú ńlá, wọ́n sì ràn án lọ́wọ́.
ସେ ନଗରର ବହିଃସ୍ଥିତ ନିର୍ଝରସବୁ ବନ୍ଦ କରିବା ପାଇଁ ଆପଣାର ଅଧିପତି ଓ ବଳବାନ ଲୋକଙ୍କ ସହିତ ମନ୍ତ୍ରଣା କଲେ; ଆଉ, ସେମାନେ ତାଙ୍କର ସାହାଯ୍ୟ କଲେ।
4 Ọ̀pọ̀ ogun ọkùnrin péjọ, wọ́n sì dí gbogbo àwọn orísun àti àwọn omi tó ń sàn tí ó ń sàn gba ti ilẹ̀ náà. “Kí ni ó dé tí àwọn ọba Asiria fi wá tí wọ́n sì rí ọ̀pọ̀ omi?” Wọ́n wí.
“ଏଣୁ ଅଶୂର-ରାଜାଗଣ ଆସି କାହିଁକି ଅନେକ ଜଳ ପାଇବେ?” ଏହା କହି ଅସଂଖ୍ୟ ଲୋକ ଏକତ୍ରିତ ହୋଇ ସମସ୍ତ ଝର ଓ ଦେଶମଧ୍ୟବାହୀ ସ୍ରୋତ ବନ୍ଦ କଲେ।
5 Nígbà náà ó ṣiṣẹ́ gidigidi ní títún gbogbo ara ògiri tí ó ti bàjẹ́ ṣe, ó sì ń kọ́ àwọn ilé ìṣọ́ gíga sókè rẹ̀. Ó kọ́ ògiri mìíràn sí ìta. Ó sì tún pẹ̀lú ibi ìtẹ́jú ilé ní ti ìlú ńlá Dafidi. Ó ṣe ọ̀pọ̀ iye ohun ìjà àti àwọn àpáta.
ପୁଣି, ସେ ସାହସ ବାନ୍ଧି ସମସ୍ତ ଭଗ୍ନ ପ୍ରାଚୀର ନିର୍ମାଣ କରି ଦୁର୍ଗ ସମାନ ଓ ବହିଃସ୍ଥିତ ଅନ୍ୟ ପ୍ରାଚୀର ସମାନ ଉଚ୍ଚ କଲେ ଓ ଦାଉଦ-ନଗରସ୍ଥ ମିଲ୍ଲୋ ଦୃଢ଼ କଲେ, ଆଉ ପ୍ରଚୁର ଅସ୍ତ୍ର ଓ ଢାଲ ପ୍ରସ୍ତୁତ କଲେ।
6 Ó yan àwọn ìjòyè ológun sórí àwọn ènìyàn, ó sì pè wọ́n jọ, níwájú rẹ̀ ní ìbámu ní ìlú ńlá ti Dafidi. Ó sì ki wọ́n láyà pẹ̀lú àwọn ọ̀rọ̀ wọ̀nyí:
ଆଉ, ସେ ଲୋକମାନଙ୍କ ଉପରେ ସେନାପତି ନିଯୁକ୍ତ କଲେ ଓ ନଗର-ଦ୍ୱାର ଛକରେ ଆପଣା ନିକଟରେ ସେମାନଙ୍କୁ ଏକତ୍ର କରି ସେମାନଙ୍କୁ ଚିତ୍ତ ପ୍ରବୋଧକ ବାକ୍ୟ କହିଲେ,
7 “Ẹ jẹ́ alágbára, àti kí ẹ sì ní ìgboyà. Ẹ má ṣe bẹ̀rù tàbí ní ìrẹ̀wẹ̀sì ọkàn nítorí tí ọba Asiria àti ọ̀pọ̀ ọmọ-ogun pẹ̀lú rẹ̀, nítorí tí agbára ńlá wà pẹ̀lú wa ju òun lọ.
“ବଳବାନ ଓ ସାହସିକ ହୁଅ, ଅଶୂରର ରାଜା ଓ ତାହାର ସଙ୍ଗୀ ସମସ୍ତ ଜନତା ସକାଶୁ ଭୀତ କି ନିରାଶ ହୁଅ ନାହିଁ; କାରଣ ତାହାର ସହାୟ ଅପେକ୍ଷା ଆମ୍ଭମାନଙ୍କ ସହାୟ ମହାନ;
8 Agbára ẹran-ara nìkan ni ó wà pẹ̀lú rẹ̀ ṣùgbọ́n, Olúwa Ọlọ́run wa pẹ̀lú wa láti ràn wá lọ́wọ́ àti láti ja ìjà wa.” Àwọn ènìyàn sì ní ìgboyà láti ara ohun tí Hesekiah ọba Juda wí.
ମାଂସର ବାହୁ ତାହାର ସହାୟ; ମାତ୍ର ଆମ୍ଭମାନଙ୍କର ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବାକୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସହାୟ ଅଛନ୍ତି।” ଏଥିରେ ଲୋକମାନେ ଯିହୁଦା-ରାଜା ହିଜକୀୟଙ୍କ ବାକ୍ୟରେ ନିର୍ଭର ରଖିଲେ।
9 Lẹ́yìn ìgbà tí Sennakeribu ọba Asiria àti gbogbo àwọn ogun rẹ̀ ń gbógun sí Lakiṣi. Ó rán àwọn ìjòyè rẹ̀ sí Jerusalẹmu pẹ̀lú iṣẹ́ yí fún Hesekiah ọba Juda àti fún gbogbo àwọn ènìyàn Juda tí ó wà níbẹ̀:
ଏଥିଉତ୍ତାରେ ଅଶୂରର ରାଜା ସନ୍‍‌‌ହେରୀବ ଓ ତାହା ସଙ୍ଗେ ତାହାର ସୈନ୍ୟସାମନ୍ତ ଲାଖୀଶ୍‍ ନଗର ସମ୍ମୁଖରେ ଥିବା ବେଳେ ସେ ଯିରୂଶାଲମକୁ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ଓ ଯିରୂଶାଲମରେ ଉପସ୍ଥିତ ସମଗ୍ର ଯିହୁଦା ନିକଟକୁ ଆପଣା ଦାସଗଣ ପଠାଇ କହିଲା,
10 “Èyí ni ohun tí Sennakeribu ọba Asiria wí, ‘Lórí kí ni ẹ̀yin gbé ìgbẹ́kẹ̀lé yín lé, tí ẹ̀yin fi dúró sí Jerusalẹmu lábẹ́ ìgbógun sí?’
“ଅଶୂରର ରାଜା ସନ୍‍‌‌ହେରୀବ ଏହି କଥା କହନ୍ତି, ତୁମ୍ଭେମାନେ କାହିଁରେ ନିର୍ଭର ରଖି ଅବରୋଧ କାଳରେ ଯିରୂଶାଲମରେ ରହୁଅଛ?
11 Nígbà tí Hesekiah wí pé, ‘Olúwa Ọlọ́run wa yóò gbà wá kúrò lọ́wọ́ ọba Asiria,’ ó ń ṣì yín tọ́ ṣọ́nà, kí ẹ bá lè kú fún ebi àti òǹgbẹ.
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଅଶୂର ରାଜାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି ଦୁର୍ଭିକ୍ଷରେ ଓ ତୃଷାରେ ମରିବା ପାଇଁ ତୁମ୍ଭମାନଙ୍କୁ ସମର୍ପି ଦେବାକୁ କʼଣ ହିଜକୀୟ ମଣାଉ ନାହାନ୍ତି?
12 Ṣé Hesekiah fúnra rẹ̀ kò mú àwọn ọlọ́run ibi gíga àti àwọn pẹpẹ kúrò, tí ó ń wí fún Juda àti Jerusalẹmu pé, ‘Ẹ̀yin gbọdọ̀ sìn níwájú pẹpẹ kan àti láti sun àwọn ẹbọ lórí rẹ̀’?
ଏହି ହିଜକୀୟ ତାହାଙ୍କ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରି ଯିହୁଦା ଓ ଯିରୂଶାଲମକୁ ଆଜ୍ଞା କରି କି କହି ନାହାନ୍ତି, ତୁମ୍ଭେମାନେ ଏକ ଯଜ୍ଞବେଦି ସମ୍ମୁଖରେ ପ୍ରଣାମ କରିବ ଓ ତହିଁ ଉପରେ ଧୂପ ଜ୍ୱଳାଇବ?
13 “Ṣé ẹ̀yin kò mọ̀ ohun tí èmi àti àwọn baba mi ti ṣe sí gbogbo àwọn ènìyàn ilẹ̀ mìíràn? Ǹjẹ́ àwọn Ọlọ́run tí àwọn orílẹ̀-èdè mìíràn ní agbára láti gba ilẹ̀ wọn kúrò lọ́wọ́ mi?
ମୁଁ ଓ ମୋʼ ପିତୃଲୋକମାନେ ଏହିସବୁ ଦେଶର ଲୋକମାନଙ୍କ ପ୍ରତି ଯାହା କରିଅଛୁ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେହି ସବୁ ଦେଶସ୍ଥ ଗୋଷ୍ଠୀମାନଙ୍କ ଦେବଗଣ କି କୌଣସି ରୂପେ ଆମ୍ଭ ହସ୍ତରୁ ଆପଣା ଆପଣା ଦେଶ ଉଦ୍ଧାର କରି ପାରିଲେ?
14 Ta ni nínú gbogbo àwọn òrìṣà orílẹ̀-èdè wọ̀nyí tí àwọn baba mi ti parun, tí ó le gbà ènìyàn rẹ̀ lọ́wọ́ mi, tí Ọlọ́run yín yóò fi le gbà yín lọ́wọ́ mi?
ମୋʼ ପିତୃଲୋକମାନେ ଯେଉଁ ଗୋଷ୍ଠୀମାନଙ୍କୁ ନିଃଶେଷରେ ବିନାଶ କଲେ, ସେମାନଙ୍କ ଦେବଗଣ ମଧ୍ୟରୁ କିଏ ଆପଣା ଲୋକଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିଅଛି ଯେ, ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବେ?
15 Nísinsin yìí, ẹ má ṣe jẹ́ kí Hesekiah ó tàn yín àti ṣì yín tọ́ ṣọ́nà báyìí. Ẹ má ṣe gbà á gbọ́, nítorí tí kò sí ọlọ́run orílẹ̀-èdè mìíràn tàbí ìjọba tí ó ní agbára láti gba àwọn ènìyàn rẹ̀ kúrò lọ́wọ́ mi tàbí lọ́wọ́ àwọn baba mi, mélòó mélòó wa ni Ọlọ́run yín tí yóò gbà yín kúrò lọ́wọ́ mi!”
ଏହେତୁ ହିଜକୀୟ ତୁମ୍ଭମାନଙ୍କୁ ନ ଭୁଲାଉ, କି ଏରୂପ ନ ମଣାଉ, କିଅବା ତୁମ୍ଭେମାନେ ତାହାକୁ ବିଶ୍ୱାସ କର ନାହିଁ; କାରଣ କୌଣସି ଦେଶର କି ରାଜ୍ୟର ଦେବତା ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଓ ମୋʼ ପିତୃଲୋକଙ୍କ ହସ୍ତରୁ ଉଦ୍ଧାର କରିପାରି ନାହିଁ; ତେବେ ତୁମ୍ଭମାନଙ୍କ ପରମେଶ୍ୱର କି ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ପାରିବେ?”
16 Àwọn ìjòyè Sennakeribu sọ̀rọ̀ síwájú sí i ní ìlòdì sí Olúwa Ọlọ́run àti sí ìránṣẹ́ rẹ̀ Hesekiah.
ପୁଣି, ତାହାର ଦାସମାନେ ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତାହାଙ୍କ ଦାସ ହିଜକୀୟଙ୍କ ବିରୁଦ୍ଧରେ ଆହୁରି ଅନେକ କଥା କହିଲେ।
17 Ọba pẹ̀lú sì kọ àwọn ìwé ní bíbú Olúwa Ọlọ́run Israẹli àti ní sísọ èyí ní ìlòdì sí: “Ní gẹ́gẹ́ bí àwọn ọlọ́run àwọn ènìyàn ilẹ̀ mìíràn kò ṣe gba àwọn ènìyàn wọn kúrò lọ́wọ́ mi. Bẹ́ẹ̀ ni Ọlọ́run Hesekiah kì yóò gba àwọn ènìyàn rẹ̀ kúrò lọ́wọ́ mi.”
ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା, “ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ନାହାନ୍ତି, ସେପରି ହିଜକୀୟର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବେ ନାହିଁ।”
18 Lẹ́yìn náà wọ́n pè jáde ní èdè Heberu sí àwọn ènìyàn Jerusalẹmu tí ó wà lára ògiri, láti dá ọjọ́ fún wọn, ki wọn kí ó lè fi agbára mú ìlú náà.
ଆଉ, ଯିରୂଶାଲମର ଯେଉଁ ଲୋକମାନେ ପ୍ରାଚୀର ଉପରେ ଥିଲେ, ସେମାନଙ୍କୁ ଭୟାର୍ତ୍ତ ଓ ବ୍ୟାକୁଳ କରି ନଗର ହସ୍ତଗତ କରିବା ପାଇଁ ସେମାନେ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଡାକି କହିଲେ।
19 Wọ́n sọ̀rọ̀ nípa Ọlọ́run Jerusalẹmu bí wọ́n ti ṣe nípa àwọn ọlọ́run àwọn ènìyàn mìíràn ti àgbáyé, iṣẹ́ ọwọ́ àwọn ènìyàn.
ଆଉ, ପୃଥିବୀସ୍ଥ ନାନା ଗୋଷ୍ଠୀୟମାନଙ୍କର ମନୁଷ୍ୟ ହସ୍ତକୃତ ଦେବଗଣ ବିରୁଦ୍ଧରେ କଥା କହିବା ତୁଲ୍ୟ ସେମାନେ ଯିରୂଶାଲମର ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ।
20 Ọba Hesekiah àti wòlíì Isaiah ọmọ Amosi sọkún jáde nínú àdúrà sí ọ̀run nípa èyí.
ଏଥିରେ ହିଜକୀୟ ରାଜା ଓ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତା ଏସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ।
21 Olúwa sì ran angẹli tí ó pa gbogbo àwọn ọmọ-ogun àti àwọn adarí àti àwọn ìjòyè tí ó wà nínú àgọ́ ọba Asiria run. Bẹ́ẹ̀ ni ó padà sí ilẹ̀ rẹ̀ ní ìtìjú. Nígbà tí ó sì lọ sínú ilé ọlọ́run rẹ̀, díẹ̀ nínú àwọn ọmọ rẹ̀ gé e lulẹ̀ pẹ̀lú idà.
ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅଶୂର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ ମନ୍ଦିରକୁ ଆସନ୍ତେ, ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ୍ଗରେ ବଧ କଲେ।
22 Bẹ́ẹ̀ ni Olúwa yọ Hesekiah àti àwọn ènìyàn Jerusalẹmu kúrò lọ́wọ́ Sennakeribu ọba Asiria àti lọ́wọ́ gbogbo àwọn mìíràn. Ó tọ́jú wọn ní gbogbo ọ̀nà.
ଏହିରୂପେ ସଦାପ୍ରଭୁ ହିଜକୀୟଙ୍କୁ ଓ ଯିରୂଶାଲମ ନିବାସୀମାନଙ୍କୁ ଅଶୂରର ରାଜା ସନ୍‍‌‌ହେରୀବ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ, ପୁଣି ଚତୁର୍ଦ୍ଦିଗରୁ ସେମାନଙ୍କୁ ପଥ ଦେଖାଇଲେ।
23 Ọ̀pọ̀ mú ọrẹ wá sí Jerusalẹmu fún Olúwa àti àwọn ẹ̀bùn iyebíye fún Hesekiah ọba Juda. Ó sì gbéga lójú gbogbo àwọn orílẹ̀-èdè lẹ́yìn náà.
ତହିଁରେ ଅନେକେ ଯିରୂଶାଲମକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ ଓ ଯିହୁଦାର ରାଜା ହିଜକୀୟଙ୍କ ନିକଟକୁ ବହୁମୂଲ୍ୟ ପଦାର୍ଥ ଆଣିଲେ; ତହୁଁ ସେ ସେହି ସମୟଠାରୁ ସମଗ୍ର ଗୋଷ୍ଠୀର ଦୃଷ୍ଟିରେ ଉନ୍ନତ ହେଲେ।
24 Ní ọjọ́ wọ́n nì Hesekiah ṣe àárẹ̀, ó sì dójú ikú. Ó gbàdúrà sí Olúwa tí ó dá a lóhùn, tí ó sì fún un ní àmì àgbàyanu.
ସେହି ସମୟରେ ହିଜକୀୟଙ୍କୁ ସାଂଘାତିକ ପୀଡ଼ା ହୋଇଥିଲା; ପୁଣି ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେ ତାଙ୍କୁ ଉତ୍ତର ଓ ଏକ ଚିହ୍ନ ଦେଲେ।
25 Ṣùgbọ́n ọkàn Hesekiah ṣe ìgbéraga, kò sì kọbi ara sí i inú rere tí a fihàn án. Nítorí náà, ìbínú Olúwa wà lórí rẹ̀ àti lórí Juda àti Jerusalẹmu.
ମାତ୍ର ହିଜକୀୟ ଆପଣା ପ୍ରତି କୃତ ମଙ୍ଗଳ ଅନୁସାରେ ପ୍ରତିଦାନ କଲେ ନାହିଁ; କାରଣ ତାଙ୍କର ଅନ୍ତଃକରଣ ଗର୍ବିତ ହେଲା; ଏହେତୁ ତାଙ୍କ ଉପରେ, ପୁଣି ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା।
26 Nígbà náà ni Hesekiah ronúpìwàdà ní ti ìgbéraga ọkàn rẹ̀, àwọn ènìyàn Jerusalẹmu sì ṣe bẹ́ẹ̀, nítorí náà, ìbínú Olúwa kò wá sí orí wọn ní ìgbà àwọn ọjọ́ Hesekiah.
ତଥାପି ଆପଣା ଅନ୍ତଃକରଣର ଗର୍ବ ସକାଶୁ ହିଜକୀୟ ଓ ଯିରୂଶାଲମ ନିବାସୀମାନେ ଆପଣାମାନଙ୍କୁ ନମ୍ର କଲେ, ତେଣୁ ହିଜକୀୟଙ୍କର ସମୟରେ ସେମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉପସ୍ଥିତ ହେଲା ନାହିଁ।
27 Hesekiah ní ọ̀pọ̀ ọrọ̀ ńlá àti ọlá, ó sì ṣe àwọn ilé ìṣúra fún fàdákà àti wúrà rẹ̀ àti fún àwọn òkúta iyebíye rẹ̀, àwọn tùràrí olóòórùn dídùn àwọn àpáta àti gbogbo oríṣìí nǹkan iyebíye.
ଆଉ, ହିଜକୀୟଙ୍କର ଅତି ପ୍ରଚୁର ସମ୍ପଦ ଓ ସମ୍ଭ୍ରମ ଥିଲା ପୁଣି, ସେ ରୂପା, ସୁନା, ବହୁମୂଲ୍ୟ ପ୍ରସ୍ତର, ସୁଗନ୍ଧି ଦ୍ରବ୍ୟ, ଢାଲ ଓ ସର୍ବପ୍ରକାର ମନୋହର ପାତ୍ର ନିମନ୍ତେ ଭଣ୍ଡାର ପ୍ରସ୍ତୁତ କଲେ;
28 Ó kọ́ àwọn ilé pẹ̀lú láti tọ́jú àwọn ọkà àwọn tí wọ́n ka, ọtí tuntun àti òróró; ó sì ṣe àwọn àtíbàbà fún oríṣìí àwọn ẹran ọ̀sìn àti àwọn àṣémọ́ fun àwọn ọ̀wọ̀ ẹran.
ମଧ୍ୟ ଉତ୍ପନ୍ନ ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳ ନିମନ୍ତେ ଭଣ୍ଡାର, ପୁଣି ସର୍ବପ୍ରକାର ପଶୁ ନିମନ୍ତେ ଶାଳା ଓ ମେଷପଲ ନିମନ୍ତେ ଖୁଆଡ଼ ପ୍ରସ୍ତୁତ କଲେ।
29 Ó kọ́ àwọn ìletò, ó sì gba ọ̀pọ̀ àwọn ọ̀wọ́ ẹran àti agbo ẹran, nítorí tí Ọlọ́run ti fún un ní ọ̀pọ̀ ọrọ̀ ńlá.
ଆହୁରି, ସେ ଆପଣା ନିମନ୍ତେ ନାନା ନଗର ଓ ଗୋମେଷାଦି ପ୍ରଚୁର ପଶୁଧନ ଆୟୋଜନ କଲେ; କାରଣ ପରମେଶ୍ୱର ତାଙ୍କୁ ବହୁତ ବହୁତ ସମ୍ପତ୍ତି ଦେଇଥିଲେ।
30 Hesekiah ni ó dí ojú ìṣúra apá òkè ti orísun Gihoni. Ó sì gbe gba ìsàlẹ̀ sí ìhà ìwọ oòrùn ìlú ńlá ti Dafidi. Ó ṣe àṣeyọrí rere nínú gbogbo ohun tí ó dáwọ́lé.
ଏହି ହିଜକୀୟ ମଧ୍ୟ ଗୀହୋନସ୍ଥିତ ଉଚ୍ଚତର ଜଳଝର ବନ୍ଦ କରି ତାହା ସଳଖ ପଥରେ ଦାଉଦ-ନଗରର ପଶ୍ଚିମ ପାର୍ଶ୍ୱକୁ ଆଣିଲେ। ପୁଣି, ହିଜକୀୟ ଆପଣାର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେଲେ।
31 Ṣùgbọ́n nígbà tí a rán àwọn oníṣẹ́ ọba wá láti Babeli láti bi í lérè nípa àmì ìyanu tí ó ṣẹlẹ̀ nì, Ọlọ́run fi sílẹ̀ láti dán an wò àti láti mọ gbogbo nǹkan tí ó wà lọ́kàn rẹ̀.
ତଥାପି ଦେଶରେ ଯେଉଁ ଅଦ୍ଭୁତ କାର୍ଯ୍ୟ ହୋଇଥିଲା, ତହିଁର ବିବରଣ ପଚାରିବା ନିମିତ୍ତ ତାଙ୍କ ନିକଟକୁ ବାବିଲୀୟ ଅଧିପତିମାନଙ୍କ ପ୍ରେରିତ ଦୂତମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ଯେପରି ସେ ଆପଣା ଅନ୍ତଃକରଣର ସମସ୍ତ ଭାବ ଜାଣି ପାରିବେ, ଏଥିପାଇଁ ପରମେଶ୍ୱର ତାଙ୍କର ପରୀକ୍ଷା ନେବା ସକାଶେ ତାଙ୍କୁ ଛାଡ଼ିଦେଲେ।
32 Gbogbo iṣẹ́ yòókù ti ìjọba Hesekiah àti àwọn ìṣe rẹ̀, ìfarajì rẹ̀ ni a kọ sínú ìwé ìran wòlíì Isaiah ọmọ Amosi nínú ìwé àwọn ọba Juda àti Israẹli
ଏହି ହିଜକୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସୁକ୍ରିୟା, ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ-ପୁସ୍ତକ ଅନ୍ତର୍ଗତ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାର ଦର୍ଶନ ପୁସ୍ତକରେ ଲେଖାଅଛି।
33 Hesekiah sùn pẹ̀lú àwọn baba rẹ̀. A sì sin ín sórí òkè níbi tí àwọn ibojì àwọn àtẹ̀lé Dafidi wà. Gbogbo Juda àti àwọn ènìyàn Jerusalẹmu ni ó bu ọlá fún un nígbà tí ó kú. Manase ọmọ rẹ̀ sì rọ́pò rẹ̀ gẹ́gẹ́ bí ọba.
ଏଥିଉତ୍ତାରେ ହିଜକୀୟ ମୃତ୍ୟୁବରଣ କଲେ, ତହିଁରେ ଲୋକମାନେ ଦାଉଦ-ସନ୍ତାନଗଣର କବର ସ୍ଥାନର ଊର୍ଦ୍ଧ୍ୱଗାମୀ ପଥ ପାର୍ଶ୍ୱରେ ତାଙ୍କୁ କବର ଦେଲେ; ପୁଣି, ତାଙ୍କର ମରଣ ସମୟରେ ସମଗ୍ର ଯିହୁଦା ଓ ଯିରୂଶାଲମ ନିବାସୀମାନେ ତାଙ୍କର ସମ୍ମାନ କଲେ। ତହୁଁ ତାଙ୍କର ପୁତ୍ର ମନଃଶି ତାଙ୍କର ପଦରେ ରାଜ୍ୟ କଲେ।

< 2 Chronicles 32 >