< 1 Thessalonians 5 >
1 Nísinsin yìí, ará, a kò nílò láti kọ ìwé sí i yín mọ́ nípa àkókò àti ìgbà,
କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ,
2 nítorí ẹ̀yin pàápàá mọ̀ wí pé ọjọ́ Olúwa yóò wá bí olè lóru.
କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ।
3 Ní àkókò gan an tí àwọn ènìyàn yóò máa wí pé, “Àlàáfíà àti ààbò,” nígbà náà ni ìparun òjijì yóò dé sórí wọn gẹ́gẹ́ bí ìrọbí obìnrin tí ó lóyún, wọn kò sí ni rí ibi ààbò láti sá sí.
ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ।
4 Ṣùgbọ́n ẹ̀yin ará, kò sí nínú òkùnkùn nípa nǹkan wọ̀nyí tí ọjọ́ Olúwa yóò fi dé bá yín bí olè.
କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ,
5 Nítorí gbogbo yín ni ọmọ ìmọ́lẹ̀ àti ọmọ ọ̀sán gangan. Ẹ kì í ṣe tí òru tàbí tí òkùnkùn mọ́.
କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ;
6 Nítorí náà, ẹ kíyèsára yín kí ẹ má ṣe sùn bí àwọn ẹlòmíràn. Ẹ máa ṣọ́nà kí ẹ sì máa pa ara yín mọ́.
ଅତଏବ ଆସ ଆମ୍ଭେମାନେ ଅଣଯିହୁଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିବା।
7 Nítorí àwọn tí wọ́n ń sùn, a máa sùn ní òru, àwọn ẹni tí ń mu àmupara, a máa mú un ní òru.
ଯେଣୁ ଯେଉଁମାନେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ ହୁଅନ୍ତି।
8 Ṣùgbọ́n àwa jẹ́ ti ìmọ́lẹ̀, ẹ jẹ́ kí a pa ara wa mọ́, ní gbígbé ìgbàgbọ́ wọ̀ àti ìfẹ́ bí ìgbàyà ni òru àti ìrètí ìgbàlà bí àṣíborí.
କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଊରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ।
9 Nítorí pé, Ọlọ́run kò yàn wa láti da ìbínú rẹ̀ gbígbóná sí orí wa, ṣùgbọ́n ó yàn láti gbà wá là nípasẹ̀ Olúwa wa, Jesu Kristi.
କାରଣ ଈଶ୍ବର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି।
10 Jesu kú fún wa kí a lè ba à gbé títí láéláé. Èyí yóò rí bẹ́ẹ̀ yálà a sùn tàbí a wà láààyè pẹ̀lú rẹ̀.
ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ।
11 Nítorí náà, ẹ máa gba ara yín níyànjú, kí ẹ sì máa gbé ara yín ró, gẹ́gẹ́ bí ẹ ti ń ṣe.
ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ।
12 Ẹ̀yin ará, ẹ fi ọlá fún àwọn olórí tí ń ṣe iṣẹ́ àṣekára láàrín yín tí wọn ń kìlọ̀ fún yín nínú Olúwa.
ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତ ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର,
13 Ẹ bu ọlá fún wọn gidigidi nínú ìfẹ́, nítorí iṣẹ́ wọn. Ẹ sì máa wà ní àlàáfíà láàrín ara yín.
ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ପରସ୍ପର ସଙ୍ଗରେ ଶାନ୍ତିରେ ରୁହ।
14 Ẹ̀yin ará mi, ẹ kìlọ̀ fún àwọn ọ̀lẹ ti ó wà láàrín yín, ẹ gba àwọn tí ẹ̀rù ń bà ní ìyànjú, ẹ tọ́jú àwọn aláìlera pẹ̀lẹ́pẹ̀lẹ́, kí ẹ sì ní sùúrù pẹ̀lú gbogbo ènìyàn.
ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ।
15 Ẹ rí i pé kò sí ẹni tí ó fi búburú san búburú, ṣùgbọ́n ẹ máa lépa èyí tí í ṣe rere láàrín ara yín àti sí ènìyàn gbogbo.
ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ।
16 Ẹ máa yọ̀ nígbà gbogbo.
ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର;
17 Ẹ máa gbàdúrà nígbà gbogbo.
ସବୁ ଅବସ୍ଥାରେ ଧନ୍ୟବାଦ ଦିଅ;
18 Ẹ máa dúpẹ́ nígbà gbogbo nínú ipòkípò tí o wù kí ẹ wà; nítorí pé, èyí ni ìfẹ́ Ọlọ́run fún yin nínú Kristi Jesu nítòótọ́.
କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ବରଙ୍କ ଅଭିମତ।
19 Ẹ má ṣe pa iná Ẹ̀mí Mímọ́.
ପବିତ୍ର ଆତ୍ମାଙ୍କୁ ନିର୍ବାଣ ନ କର;
20 Ẹ má ṣe kẹ́gàn àwọn ti ń sọtẹ́lẹ̀.
ଭାବବାଣୀ ତୁଚ୍ଛ କର ନାହିଁ;
21 Ṣùgbọ́n ẹ dán gbogbo nǹkan wò. Ẹ di èyí tí ṣe òtítọ́ mú.
ବରଂ ସମସ୍ତ ବିଷୟ ପରୀକ୍ଷା କର;
22 Ẹ yẹra fún ohunkóhun tí í ṣe ibi.
ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ।
23 Kí Ọlọ́run fúnra rẹ̀, Ọlọ́run àlàáfíà, sọ yín di mímọ́ pátápátá. Kí Ọlọ́run pa ẹ̀mí àti ọkàn pẹ̀lú ara yín mọ́ pátápátá ní àìlábùkù, títí di ìgbà wíwá Jesu Kristi Olúwa wa.
ଶାନ୍ତିଦାତା ଈଶ୍ବର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ।
24 Olóòtítọ́ ni ẹni tí ó pè yín, yóò sì ṣe.
ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।
25 Ẹ̀yin ará, ẹ gbàdúrà fún wa.
ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର।
26 Ẹ fi ìfẹ́nukonu mímọ́ ki ara yin.
ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।
27 Mo pàṣẹ fún yín níwájú Olúwa pé, kí ẹ ka lẹ́tà yìí fún gbogbo àwọn ará.
ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି।
28 Ki oore-ọ̀fẹ́ Jesu Kristi Olúwa wa, wà pẹ̀lú yín.
ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।