< 1 Samuel 19 >

1 Saulu sọ fún Jonatani ọmọ rẹ̀ àti gbogbo àwọn ìránṣẹ́ rẹ̀ pé kí wọ́n pa Dafidi. Ṣùgbọ́n Jonatani fẹ́ràn Dafidi púpọ̀
ଏଥିଉତ୍ତାରେ ଦାଉଦଙ୍କୁ ବଧ କରିବା ପାଇଁ ଶାଉଲ ଆପଣା ପୁତ୍ର ଯୋନାଥନକୁ ଓ ଆପଣା ଦାସ ସମସ୍ତଙ୍କୁ କହିଲେ।
2 Jonatani sì kìlọ̀ fún Dafidi pé, “Baba mi Saulu wá ọ̀nà láti pa ọ́, kíyèsi ara rẹ di òwúrọ̀ ọ̀la; lọ sí ibi ìkọ̀kọ̀, kí o sì sá pamọ́ sí ibẹ̀.
ମାତ୍ର ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କଠାରେ ଅତ୍ୟନ୍ତ ଅନୁରକ୍ତ ଥିଲା। ଏହେତୁ ଯୋନାଥନ ଦାଉଦଙ୍କୁ କହିଲା, “ମୋର ପିତା ଶାଉଲ ତୁମ୍ଭକୁ ବଧ କରିବାକୁ ଚାହାନ୍ତି; ଏଥିପାଇଁ ମୁଁ ବିନୟ କରୁଅଛି, ତୁମ୍ଭେ ପ୍ରାତଃକାଳରେ ଆପଣା ବିଷୟରେ ସାବଧାନ ହୋଇ କୌଣସି ଗୁପ୍ତ ସ୍ଥାନରେ ରହି ଆପଣାକୁ ଲୁଚାଅ;
3 Èmi yóò jáde lọ láti dúró ní ọ̀dọ̀ baba mi ní orí pápá níbi tí ó wà. Èmi yóò sọ̀rọ̀ fún un nípa à rẹ, èmi yóò sì sọ ohun tí òun bá wí fún ọ.”
ପୁଣି, ତୁମ୍ଭେ ଯେଉଁ କ୍ଷେତ୍ରରେ ଥିବ, ସେସ୍ଥାନକୁ ମୁଁ ଯାଇ ମୋହର ପିତାଙ୍କ ପାଖରେ ଠିଆ ହୋଇ ତୁମ୍ଭ ବିଷୟରେ ମୋର ପିତାଙ୍କ ସଙ୍ଗେ କଥୋପକଥନ କରିବି; ଯେବେ ମୁଁ କିଛି ଦେଖିବି, ତେବେ ତୁମ୍ଭକୁ ଜଣାଇବି।”
4 Jonatani sọ̀rọ̀ rere nípa Dafidi fún Saulu baba rẹ̀, ó sì wí fún un pé, “Má ṣe jẹ́ kí ọba kí ó ṣe ohun tí kò dára fún Dafidi ìránṣẹ́ rẹ̀; nítorí tí kò ṣẹ̀ ọ́, ohun tí ó sì ṣe pé ọ púpọ̀.
ପୁଣି, ଯୋନାଥନ ଆପଣା ପିତା ଶାଉଲଙ୍କୁ ଦାଉଦଙ୍କ ବିଷୟରେ ଭଲ କଥା କହି ତାଙ୍କୁ କହିଲା, “ମହାରାଜ, ଆପଣା ଦାସ ଦାଉଦ ବିରୁଦ୍ଧରେ ପାପ ନ କରନ୍ତୁ, ଯେହେତୁ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ; ମାତ୍ର ତାହାର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି;
5 Ó fi ẹ̀mí rẹ̀ wéwu nígbà tí ó pa Filistini. Olúwa ṣẹ́ ogun ńlá fún gbogbo Israẹli, ìwọ rí i inú rẹ dùn. Ǹjẹ́ nítorí kí ni ìwọ yóò ṣe dẹ́ṣẹ̀ sí Dafidi aláìṣẹ̀, tí ìwọ yóò fi pa á láìnídìí?”
କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟୀୟକୁ ବଧ କଲା, ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ; ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ; ତେବେ ଆପଣ ବିନା କାରଣରେ ଦାଉଦଙ୍କୁ ବଧ କରି କାହିଁକି ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ?”
6 Saulu fetísí Jonatani, ó sì búra báyìí, “Níwọ́n ìgbà tí Olúwa bá ti ń bẹ láààyè, a kì yóò pa Dafidi.”
ଏଥିରେ ଶାଉଲ ଯୋନାଥନର ରବ ଶୁଣିଲେ; ପୁଣି, “ଶାଉଲ ଶପଥ କରି କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ହତ ହେବେ ନାହିଁ।”
7 Nítorí náà Jonatani pe Dafidi, ó sì sọ gbogbo àjọsọ wọn fún un. Ó sì mú un wá fún Saulu, Dafidi sì wà lọ́dọ̀ Saulu gẹ́gẹ́ bí i ti tẹ́lẹ̀.
ଏଉତ୍ତାରେ ଯୋନାଥନ ଦାଉଦଙ୍କୁ ଡାକିଲା ଓ ଯୋନାଥନ ତାଙ୍କୁ ସେ ସମସ୍ତ କଥା ଜଣାଇଲା। ପୁଣି, ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲା, ତହିଁରେ ସେ ପୂର୍ବ ପରି ତାଙ୍କ ସମ୍ମୁଖରେ ରହିଲେ।
8 Lẹ́ẹ̀kan an sí i ogun tún wá, Dafidi sì jáde lọ, ó sì bá àwọn ara Filistini jà. Ó sì pa wọn pẹ̀lú agbára, wọ́n sì sálọ níwájú u rẹ̀.
ଏଥିଉତ୍ତାରେ ପୁନର୍ବାର ଯୁଦ୍ଧ ହେଲା; ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ମହାସଂହାରରେ ବଧ କଲେ; ତହୁଁ ସେମାନେ ତାଙ୍କ ସମ୍ମୁଖରୁ ପଳାୟନ କଲେ।
9 Ṣùgbọ́n ẹ̀mí búburú láti ọ̀dọ̀ Olúwa wá sí orí Saulu bí ó ti jókòó ní ilé e rẹ̀ pẹ̀lú ọ̀kọ̀ rẹ̀ ní ọwọ́ rẹ̀. Bí Dafidi sì ti fọn ohun èlò orin olókùn,
ଏଉତ୍ତାରେ ଶାଉଲ ଆପଣା ହାତରେ ବର୍ଚ୍ଛା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା; ସେସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ,
10 Saulu sì wá ọ̀nà láti gún un mọ́ ògiri pẹ̀lú ọ̀kọ̀ rẹ̀, ṣùgbọ́n Dafidi yẹ̀ ẹ́ sílẹ̀ gẹ́gẹ́ bí Saulu ti ju ọ̀kọ̀ náà mọ́ ara ògiri. Ní alẹ́ ọjọ́ náà Dafidi sì fi ara pamọ́ dáradára.
ଏପରି ସମୟରେ ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଚାହିଁଲେ; ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚିଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା; ପୁଣି, ଦାଉଦ ପଳାଇ ସେହି ରାତ୍ରି ରକ୍ଷା ପାଇଲେ।
11 Saulu rán ènìyàn sí ilé Dafidi láti ṣọ́ ọ kí wọ́n sì pa á ní òwúrọ̀. Ṣùgbọ́n Mikali, ìyàwó Dafidi kìlọ̀ fún un pé, “Tí o kò bá sá fún ẹ̀mí rẹ ní alẹ́ yìí, ní ọ̀la ni a yóò pa ọ́.”
ତହୁଁ ଦାଉଦଙ୍କୁ ଜଗି ସକାଳେ ବଧ କରିବା ପାଇଁ ତାଙ୍କର ଗୃହକୁ ଶାଉଲ ଦୂତମାନଙ୍କୁ ପଠାଇଲେ; ଏଥିରେ ଦାଉଦଙ୍କର ଭାର୍ଯ୍ୟା ମୀଖଲ ତାଙ୍କୁ କହିଲା, “ତୁମ୍ଭେ ଆଜି ରାତ୍ରି ଆପଣା ପ୍ରାଣରକ୍ଷା ନ କଲେ, କାଲି ହତ ହେବ।”
12 Nígbà náà Mikali sì gbé Dafidi sọ̀kalẹ̀ ó sì fi aṣọ bò ó.
ତେଣୁ ମୀଖଲ ଝରକା ଦେଇ ଦାଉଦଙ୍କୁ ଓହ୍ଲାଇ ଦେଲା; ଏଥିରେ ସେ ଗଲେ ଓ ପଳାଇ ରକ୍ଷା ପାଇଲେ।
13 Mikali gbé ère ó sì tẹ́ e lórí ibùsùn, ó sì fi irun ewúrẹ́ sí ibi orí rẹ̀.
ତହୁଁ ମୀଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା ଓ ଛାଗଲୋମ ନିର୍ମିତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡ଼ାଇ ରଖିଲା।
14 Nígbà ti Saulu rán ènìyàn láti lọ fi agbára mú Dafidi, Mikali wí pé, “Ó rẹ̀ ẹ́.”
ଏଉତ୍ତାରେ ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ, ମୀଖଲ କହିଲା, “ସେ ପୀଡ଼ିତ ଅଛନ୍ତି।”
15 Nígbà náà ni Saulu rán ọkùnrin náà padà láti lọ wo Dafidi ó sì sọ fún wọn pé, “Mú wa fún mi láti orí ibùsùn rẹ̀ kí èmi kí ó le pa á.”
ତହିଁରେ ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲେ, “ତାହାକୁ ଶଯ୍ୟାରେ ମୋʼ ନିକଟକୁ ଆଣ, ମୁଁ ତାହାକୁ ବଧ କରିବି।”
16 Ṣùgbọ́n nígbà tí ọkùnrin náà wọlé, ère ni ó bá lórí ibùsùn àti irun ewúrẹ́ ní orí ère náà.
ତହୁଁ ଦୂତମାନେ ଭିତରେ ଯାଆନ୍ତେ, ଦେଖ, ଶଯ୍ୟାରେ ମୂର୍ତ୍ତି ଅଛି ଓ ତହିଁର ମସ୍ତକରେ ଛାଗଲୋମ ନିର୍ମିତ ରେଜାଇ ଅଛି।
17 Saulu wí fún Mikali pé, “Èéṣe tí ìwọ fi tàn mí báyìí tí o sì jẹ́ kí ọ̀tá mi sálọ tí ó sì bọ́?” Mikali sọ fún un pé, “Ó wí fún mi, ‘Jẹ́ kí èmi ó lọ. Èéṣe tí èmi yóò fi pa ọ́?’”
ଏଣୁ ଶାଉଲ ମୀଖଲକୁ କହିଲେ, “ତୁମ୍ଭେ କାହିଁକି ମୋତେ ଏରୂପ ପ୍ରବଞ୍ଚନା କଲ ଓ ମୋʼ ଶତ୍ରୁକୁ ଛାଡ଼ିଦେଲ ଯେ, ସେ ପଳାଇଗଲା?” ତହିଁରେ ମୀଖଲ ଶାଉଲଙ୍କୁ ଉତ୍ତର କଲା, “ସେ ମୋତେ କହିଲେ, ‘ମୋତେ ଛାଡ଼ିଦିଅ; ମୁଁ କାହିଁକି ତୁମ୍ଭକୁ ବଧ କରିବି?’”
18 Nígbà tí Dafidi ti sálọ tí ó sì ti bọ́, ó sì lọ sọ́dọ̀ Samuẹli ní Rama ó sì sọ gbogbo ohun tí Saulu ti ṣe fún un. Òun àti Samuẹli lọ sí Naioti láti dúró níbẹ̀.
ଏଥିମଧ୍ୟରେ ଦାଉଦ ପଳାଇ ରକ୍ଷା ପାଇଲେ ଓ ରାମାରେ ଶାମୁୟେଲଙ୍କ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯାହା କରିଥିଲେ, ତାହାସବୁ ତାଙ୍କୁ ଜଣାଇଲେ। ତହୁଁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ।
19 Ọ̀rọ̀ sì tọ Saulu wá pé, “Dafidi wà ní Naioti ní Rama,”
ଏଉତ୍ତାରେ ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ, ଦାଉଦ ରାମାସ୍ଥିତ ନାୟୋତରେ ଅଛନ୍ତି।
20 Saulu sì rán àwọn ènìyàn láti fi agbára mú Dafidi wá ṣùgbọ́n nígbà tí wọ́n rí ọ̀pọ̀ àwọn wòlíì tí ń sọtẹ́lẹ̀, pẹ̀lú Samuẹli dúró níbẹ̀ gẹ́gẹ́ bí olórí, Ẹ̀mí Ọlọ́run sì wá sórí àwọn arákùnrin Saulu àwọn náà sì ń sọtẹ́lẹ̀.
ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ; ମାତ୍ର ସେମାନେ ଭବିଷ୍ୟଦ୍‍ବକ୍ତା ଦଳକୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତ ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ, ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ, ତହିଁରେ ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
21 Wọ́n sì sọ fún Saulu nípa rẹ̀, ó sì rán ọ̀pọ̀ àwọn ènìyàn mìíràn lọ àwọn náà sì ń sọtẹ́lẹ̀. Saulu tún rán oníṣẹ́ lọ ní ìgbà kẹta, àwọn náà bẹ̀rẹ̀ sí ní sọtẹ́lẹ̀.
ଆଉ ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାଆନ୍ତେ, ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ। ଏଉତ୍ତାରେ ଶାଉଲ ପୁନର୍ବାର ତୃତୀୟ ଥର ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
22 Nígbẹ̀yìn, òun fúnra rẹ̀ sì lọ sí Rama ó sì dé ibi àmù ńlá kan ní Seku. Ó sì béèrè, “Níbo ni Samuẹli àti Dafidi wà?” Wọ́n wí pé, “Wọ́n wà ní ìrékọjá ní Naioti ní Rama.”
ତେବେ ସେ ନିଜେ ମଧ୍ୟ ରାମାକୁ ଯାଇ ସେଖୁସ୍ଥିତ ବୃହତ କୂପ ନିକଟରେ ଉପସ୍ଥିତ ହେଲେ; ପୁଣି, ସେ ପଚାରି କହିଲେ, “ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି?” ଏଥିରେ ଜଣେ କହିଲା, “ଦେଖ, ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି।”
23 Saulu sì lọ sí Naioti ni Rama. Ṣùgbọ́n, Ẹ̀mí Ọlọ́run bà lé e lórí ó sì ń lọ lọ́nà, ó sì ń sọtẹ́lẹ̀ títí tí ó fi dé Naioti.
ତେଣୁ ସେ ରାମାସ୍ଥିତ ନାୟୋତକୁ ଗଲେ; ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ମଧ୍ୟ ଆସନ୍ତେ, ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
24 Ó sì bọ́ aṣọ rẹ̀, òun pẹ̀lú sì ń sọtẹ́lẹ̀ níwájú Samuẹli. Ó sì dùbúlẹ̀ bẹ́ẹ̀ ní gbogbo ọjọ́ náà àti ní òru. Ìdí nìyìí tí àwọn ènìyàn fi wí pé, “Ṣé Saulu náà wà lára àwọn wòlíì ni?”
ପୁଣି, ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ, ଆଉ ସେହି ସାରାଦିନ ଓ ସାରାରାତ୍ରି ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, “ଶାଉଲ ହିଁ କି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ?”

< 1 Samuel 19 >