< 1 Samuel 16 >

1 Olúwa sọ fún Samuẹli pé, “Yóò ha ti pẹ́ tó tí ìwọ yóò máa dárò Saulu, nígbà tí ó jẹ́ pé mo ti kọ̀ ọ́ ní ọba lórí Israẹli? Rọ òróró kún inú ìwo rẹ, kí o sì mú ọ̀nà rẹ pọ̀n, Èmi rán ọ sí Jese ará Bẹtilẹhẹmu. Èmi ti yan ọ̀kan lára àwọn ọmọkùnrin rẹ̀ láti jẹ ọba.”
ଏଥିଉତ୍ତାରେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେ କାଳ ଶାଉଲ ପାଇଁ ଶୋକ କରିବ? ଆମ୍ଭେ ତ ତାହାକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କଲୁ, ତୁମ୍ଭେ ଆପଣା ଶୃଙ୍ଗ ତୈଳରେ ପୂର୍ଣ୍ଣ କରି ଚାଲ, ଆମ୍ଭେ ତୁମ୍ଭକୁ ବେଥଲିହିମୀୟ ଯିଶୀ ନିକଟକୁ ପଠାଇବା, କାରଣ ତାହାର ପୁତ୍ରମାନଙ୍କ ମଧ୍ୟରେ ଆମ୍ଭେ ଆପଣା ପାଇଁ ଏକ ରାଜା ଦେଖିଅଛୁ।”
2 Ṣùgbọ́n Samuẹli wí pé, “Báwo ni èmi yóò ṣe lọ? Bí Saulu bá gbọ́ nípa rẹ̀, yóò pa mi.” Olúwa wí pé, “Mú abo ẹgbọrọ màlúù kan pẹ̀lú rẹ, kí o sì wí pé, ‘Èmi wá láti wá rú ẹbọ sí Olúwa.’
ତହିଁରେ ଶାମୁୟେଲ କହିଲେ, “ମୁଁ କିପରି ଯାଇ ପାରିବି? ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।” ଆଉ ସଦାପ୍ରଭୁ କହିଲେ, “ତୁମ୍ଭେ ଗୋଟିଏ ଛଡ଼ା ସଙ୍ଗରେ ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛୁ।’
3 Pe Jese wá sí ibi ìrúbọ náà, Èmi yóò sì fi ohun tí ìwọ yóò ṣe hàn ọ́. Ìwọ yóò fi òróró yàn fún mi, ẹni tí èmi bá fihàn ọ́.”
ପୁଣି, ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର, ତହିଁରେ ତୁମ୍ଭର ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା, ପୁଣି, ଆମ୍ଭେ ଯାହାକୁ କହିବା, ତୁମ୍ଭେ ଆମ୍ଭ ପାଇଁ ତାହାକୁ ଅଭିଷେକ କରିବ।”
4 Samuẹli ṣe ohun tí Olúwa sọ. Nígbà tí ó dé Bẹtilẹhẹmu, àyà gbogbo àgbàgbà ìlú já, nígbà tí wọ́n pàdé rẹ̀. Wọ́n béèrè pé, “Ṣé àlàáfíà ní ìwọ bá wá?”
ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥଲିହିମରେ ଉପସ୍ଥିତ ହେଲେ। ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, “ଆପଣଙ୍କ ଆଗମନ କୁଶଳ?”
5 Samuẹli sì dáhùn pé, “Bẹ́ẹ̀ ni àlàáfíà ni; mo wá láti wá rú ẹbọ sí Olúwa. Ẹ ya ara yín sí mímọ́, kí ẹ sì wá rú ẹbọ pẹ̀lú mi.” Nígbà náà ni ó sì ya Jese sí mímọ́ pẹ̀lú àwọn ọmọ rẹ̀, ó sì pè wọ́n wá sí ibi ìrúbọ náà.
ସେ କହିଲେ, କୁଶଳ; “ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛି; ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର, ପୁଣି, ମୋʼ ସଙ୍ଗେ ବଳିଦାନ କରିବାକୁ ଆସ।” ଏଉତ୍ତାରେ ସେ ଯିଶୀକୁ ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।
6 Nígbà tí wọ́n dé, Samuẹli rí Eliabu, ó rò nínú ara rẹ̀ pé lóòótọ́ ẹni òróró Olúwa dúró níbí níwájú Olúwa.
ପୁଣି, ସେମାନେ ଆସିଲା ଉତ୍ତାରେ ସେ ଇଲୀୟାବ୍‍ ପ୍ରତି ଦୃଷ୍ଟି କରି କହିଲେ, “ଅବଶ୍ୟ ସଦାପ୍ରଭୁଙ୍କ ଆଗରେ ତାହାଙ୍କର ଅଭିଷିକ୍ତ ଲୋକ ଉପସ୍ଥିତ।”
7 Ṣùgbọ́n Olúwa sọ fún Samuẹli pé, “Má ṣe wo ti ìrísí rẹ̀ tàbí ti gíga rẹ̀, nítorí èmi ti kọ̀ ọ́ sílẹ̀. Olúwa kì í wo ohun tí ènìyàn máa ń wò. Ènìyàn máa ń wo òde ara ṣùgbọ́n Olúwa máa ń wo ọkàn.”
ମାତ୍ର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର; ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ; ପୁଣି, ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି;”
8 Nígbà náà ni Jese pe Abinadabu, ó sì jẹ́ kí ó rìn kọjá ní iwájú Samuẹli. Ṣùgbọ́n Samuẹli wí pé, “Olúwa kò yan ẹni yìí.”
ଏଉତ୍ତାରେ ଯିଶୀ ଅବୀନାଦବକୁ ଡାକି ଶାମୁୟେଲଙ୍କର ସମ୍ମୁଖ ଦେଇ ଗମନ କରାଇଲା। ତହିଁରେ ଶାମୁୟେଲ କହିଲେ, “ସଦାପ୍ରଭୁ ଏହାକୁ ହିଁ ମନୋନୀତ କରି ନାହାନ୍ତି।”
9 Jese sì jẹ́ kí Ṣamma rìn kọjá ní iwájú Samuẹli, ṣùgbọ́n Samuẹli wí pé, “Olúwa kò yan ẹni yìí náà.”
ତେବେ ଯିଶୀ ଶମ୍ମକୁ ଗମନ କରାଇଲା; ତହିଁରେ ସେ କହିଲେ, “ସଦାପ୍ରଭୁ ଏହାକୁ ମଧ୍ୟ ମନୋନୀତ କରି ନାହାନ୍ତି।”
10 Jese jẹ́ kí àwọn ọmọ rẹ̀ méje rìn kọjá ní iwájú Samuẹli ṣùgbọ́n Samuẹli sọ fún un pé, “Olúwa kò yan àwọn wọ̀nyí.”
ଏହିରୂପେ ଯିଶୀ ଆପଣାର ସାତ ପୁତ୍ରଙ୍କୁ ଶାମୁୟେଲଙ୍କ ସମ୍ମୁଖରେ ଗମନ କରାଇଲା; ମାତ୍ର ଶାମୁୟେଲ ଯିଶୀକୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।”
11 Nígbà náà ni ó béèrè lọ́wọ́ Jese pé, “Ṣé èyí ni gbogbo àwọn ọmọ rẹ?” Jese dáhùn pé, “Ó ku àbíkẹ́yìn wọn, ó ń tọ́jú agbo àgùntàn.” Samuẹli sì wí pé, “Rán ìránṣẹ́ lọ pè é wá; àwa kò ní jókòó títí òun yóò fi dé.”
ଏଉତ୍ତାରେ ଶାମୁୟେଲ ଯିଶୀକୁ କହିଲେ, “ତୁମ୍ଭର ସବୁ ସନ୍ତାନ କି ଏଠାରେ ଅଛନ୍ତି?” ସେ କହିଲା, “କେବଳ କନିଷ୍ଠଟି ବାକି ଅଛି, ଆଉ ଦେଖ, ସେ ମେଷପଲ ଚରାଉଛି।” ତହିଁରେ ଶାମୁୟେଲ ଯିଶୀକୁ କହିଲେ, “ଲୋକ ପଠାଇ ତାକୁ ଅଣାଅ; ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ (ଭୋଜନରେ) ବସିବୁ ନାହିଁ।”
12 Ó sì ránṣẹ́ sí i, wọ́n sì mú un wọlé wá, ó jẹ́ ẹni tó mọ́ra, àwọ̀ ara rẹ̀ dùn ún wò, ó jẹ́ arẹwà gidigidi. Nígbà náà ni Olúwa wí pé, “Dìde kí o sì fi òróró yàn án, òun ni ẹni náà.”
ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଷତ୍‍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, “ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ।”
13 Nígbà náà ni Samuẹli mú ìwo òróró, ó sì ta á sí i ní orí ní iwájú àwọn ẹ̀gbọ́n rẹ̀, láti ọjọ́ náà lọ, Ẹ̀mí Mímọ́ Olúwa wá sí orí Dafidi nínú agbára. Samuẹli sì lọ sí Rama.
ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ।
14 Nísinsin yìí, ẹ̀mí Olúwa ti kúrò lára Saulu, ẹ̀mí búburú láti ọ̀dọ̀ Olúwa sì ń yọ ọ́ lẹ́nu.
ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ; ପୁଣି, ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।
15 Àwọn ìránṣẹ́ Saulu sì wí fún un pé, “Wò ó, ẹ̀mí búburú láti ọ̀dọ̀ Ọlọ́run wá ń yọ ọ́ lẹ́nu.
ଏଉତ୍ତାରେ ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, “ଦେଖନ୍ତୁ, ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଅଛି।
16 Jẹ́ kí olúwa wa pàṣẹ fún àwọn ìránṣẹ́ rẹ̀ tí ó wà níhìn-ín láti wa ẹnìkan tí ó lè fi dùùrù kọrin. Yóò sì ṣe é nígbà tí ẹ̀mí búburú láti ọ̀dọ̀ Ọlọ́run bá bà lé ọ, ìwọ yóò sì sàn.”
ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣା ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ; ତହିଁରେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଆପଣଙ୍କ ଉପରେ ଥିବା ବେଳେ, ସେ ଲୋକ ଆପଣା ହାତରେ ବଜାଇଲେ ଆପଣ ଭଲ ହୋଇଯିବେ।”
17 Nígbà náà ni Saulu wí fún àwọn ìránṣẹ́ rẹ̀ pé, “Ẹ wá ẹnìkan tí ó lè kọrin dáradára kí ẹ sì mú u wá fún mi.”
ତହୁଁ ଶାଉଲ ଆପଣା ଦାସମାନଙ୍କୁ କହିଲେ, “ଆଚ୍ଛା, ଯେ ଭଲ ବଜାଇ ପାରେ, ଏପରି ଏକ ଜଣ ମୋʼ ପାଇଁ ଦେଖି ତାହାକୁ ମୋʼ ନିକଟକୁ ଆଣ।”
18 Ọ̀kan nínú ìránṣẹ́ náà dáhùn pé, “Èmi ti ri ọ̀kan nínú àwọn ọmọ Jese ti Bẹtilẹhẹmu tí ó mọ orin kọ, ó jẹ́ alágbára àti ológun. Ó ní ọgbọ́n ọ̀rọ̀ òun sì dára ní wíwò. Olúwa sì wà pẹ̀lú u rẹ̀.”
ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା; “ଦେଖନ୍ତୁ, ମୁଁ ବେଥଲିହିମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ, ପୁଣି, ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି।”
19 Saulu sì rán oníṣẹ́ sí Jese wí pé, “Rán Dafidi ọmọ rẹ sí mi, ẹni tí ó ń ṣọ́ àgùntàn.”
ଏହେତୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାକୁ କହିଲେ, “ତୁମ୍ଭର ପୁତ୍ର ଦାଉଦ, ଯେ ମେଷପଲ ସଙ୍ଗରେ ଥାଏ, ତାକୁ ମୋʼ ନିକଟକୁ ପଠାଇଦିଅ।”
20 Jese sì mú kẹ́tẹ́kẹ́tẹ́ ti a di ẹrù lé àti ìgò ọtí wáìnì àti ọmọ ewúrẹ́; ó sì rán wọn nípa ọwọ́ Dafidi ọmọ rẹ̀ sí Saulu.
ତହିଁରେ ଯିଶୀ ରୁଟିରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା।
21 Dafidi sì tọ Saulu lọ, ó sì dúró níwájú rẹ̀, òun sì fẹ́ ẹ gidigidi, Dafidi sì wá di ọ̀kan nínú àwọn tí ń ru ìhámọ́ra rẹ̀.
ତହୁଁ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ; ତହିଁରେ ସେ ତାଙ୍କର ଅସ୍ତ୍ରବାହକ ହେଲେ।
22 Nígbà náà ni Saulu ránṣẹ́ sí Jese pé, “Jẹ́ kí Dafidi dúró níwájú mi, nítorí tí ó wù mí.”
ଏଉତ୍ତାରେ ଶାଉଲ ଯିଶୀକୁ କହି ପଠାଇଲେ, ବିନୟ କରୁଅଛି, “ଦାଉଦଙ୍କୁ ମୋʼ ସମ୍ମୁଖରେ ଛିଡ଼ା ହେବାକୁ ଦିଅ; କାରଣ ସେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛି।”
23 Ó sì ṣe, nígbà tí ẹ̀mí búburú láti ọ̀dọ̀ Ọlọ́run wá bá dé sí Saulu, Dafidi a sì fi ọwọ́ rẹ̀ kọrin lára dùùrù: a sì san fún Saulu, ara rẹ̀ a sì dá; ẹ̀mí búburú náà a sì fi sílẹ̀.
ଏଣୁ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହାତରେ ବଜାନ୍ତି; ତହିଁରେ ଶାଉଲ ଆଶ୍ୱାସ ପାଆନ୍ତି ଓ ଭଲ ହୁଅନ୍ତି, ପୁଣି, ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ।

< 1 Samuel 16 >