< 1 Peter 5 >

1 Àwọn alàgbà tí ń bẹ láàrín yín ni mo gbànímọ̀ràn, èmi ẹni tí ń ṣe alàgbà bí ẹ̀yin, àti ẹlẹ́rìí ìyà Kristi, àti alábápín nínú ògo tí a ó fihàn.
ଅତଏବ, ଜଣେ ସହ-ପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ମୁଁ ଯେ ଆଗାମୀ ଗୌରବର ଅଂଶାଧିକାରୀ, ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି,
2 Ẹ máa tọ́jú agbo Ọlọ́run tí ń bẹ láàrín yín, ẹ máa bojútó o, kì í ṣe àfipáṣe, bí kò ṣe tìfẹ́tìfẹ́; kó má sì jẹ́ fún èrè ìjẹkújẹ, bí kò ṣe pẹ̀lú ìpinnu tí ó múra tan.
ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ବରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର;
3 Bẹ́ẹ̀ ni kì í ṣe bí ẹni tí ń lo agbára lórí ìjọ, ṣùgbọ́n kí ẹ ṣe ara yín ní àpẹẹrẹ fún agbo.
ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର।
4 Nígbà tí Olórí Olùṣọ́-àgùntàn bá sì fi ara hàn, ẹ̀yin ó gba adé ògo ti kì í sá.
ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ।
5 Bẹ́ẹ̀ pẹ̀lú, ẹ̀yin ọ̀dọ́, ẹ tẹríba fún àwọn alàgbà. Àní, gbogbo yín ẹ máa tẹríba fún ara yín kí ẹ fi ìrẹ̀lẹ̀ wọ ara yín ní aṣọ: nítorí, “Ọlọ́run kọ ojú ìjà sí àwọn agbéraga, ṣùgbọ́n ó ń fi oore-ọ̀fẹ́ fún àwọn onírẹ̀lẹ̀.”
ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ, “ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରି, ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।”
6 Nítorí náà, ẹ rẹ ara yin sílẹ̀ lábẹ́ ọwọ́ agbára Ọlọ́run, kí òun lè gbe yín ga lákokò.
ଅତଏବ, ଈଶ୍ବରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ;
7 Ẹ máa kó gbogbo àníyàn yín lé e; nítorí tí òun ń ṣe ìtọ́jú yín.
ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି।
8 Ẹ máa wà ni àìrékọjá, ẹ máa ṣọ́ra; nítorí èṣù ọ̀tá yín, bí i kìnnìún tí ń ké ramúramù, ó ń rìn káàkiri, ó ń wa ẹni tí yóò pajẹ.
ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜ୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି;
9 Ẹ kọ ojú ìjà sí i pẹ̀lú ìdúró ṣinṣin nínú ìgbàgbọ́, bí ẹ̀yin ti mọ̀ pé ìyà kan náà ni àwọn ará yín tí ń bẹ nínú ayé ń jẹ.
ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି।
10 Ọlọ́run oore-ọ̀fẹ́ gbogbo, tí ó ti pè yín sínú ògo rẹ̀ tí kò nípẹ̀kun nínú Kristi Jesu, nígbà tí ẹ̀yin bá ti jìyà díẹ̀, òun tìkára rẹ̀, yóò sì ṣe yín ní àṣepé, yóò fi ẹsẹ̀ yín múlẹ̀, yóò fún yín lágbára, yóò fi ìdí yín kalẹ̀. (aiōnios g166)
ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ବର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ। (aiōnios g166)
11 Tìrẹ ni ògo àti agbára títí láé. Àmín. (aiōn g165)
ପରାକ୍ରମ ଯୁଗେ ଯୁଗେ ତାହାଙ୍କର। ଆମେନ୍‍। (aiōn g165)
12 Nítorí Sila, arákùnrin wa olóòtítọ́ gẹ́gẹ́ bí mo ti kà á sí, ni mo kọ̀wé kúkúrú sí i yín, tí mo ń gbà yín níyànjú, tí mo sì ń jẹ́rìí pé, èyí ni òtítọ́ oore-ọ̀fẹ́ Ọlọ́run: ẹ dúró ṣinṣin nínú rẹ̀.
ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏହି ବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋʼ ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ।
13 Ìjọ tí ń bẹ ní Babeli, tí a yàn, pẹ̀lú kí yín, bẹ́ẹ̀ sì ni Marku ọmọ mi pẹ̀lú.
ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
14 Ẹ fi ìfẹ́nukonu ìfẹ́ kí ara, yín. Àlàáfíà fún gbogbo yín tí ẹ wà nínú Kristi.
ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।

< 1 Peter 5 >