< 1 Kings 1 >

1 Nígbà tí Dafidi ọba di arúgbó, ọjọ́ rẹ̀ sì pọ̀, ara rẹ̀ kò le è móoru bí ó tilẹ̀ jẹ́ pé wọ́n da ọ̀pọ̀lọpọ̀ aṣọ bò ó.
ଏଥିଉତ୍ତାରେ ଦାଉଦ ରାଜା ବୃଦ୍ଧ ଓ ଗତବୟସ୍କ ହେଲେ; ତହିଁରେ ଲୋକମାନେ ତାଙ୍କୁ ଅନେକ ବସ୍ତ୍ର ଘୋଡ଼ାଇଲେ, ମାତ୍ର ସେ କିଛି ଉଷ୍ଣତା ପାଇଲେ ନାହିଁ।
2 Nígbà náà ni àwọn ìránṣẹ́ rẹ̀ wí fún un pé, “Ẹ jẹ́ kí a wá ọ̀dọ́mọbìnrin wúńdíá kan kí ó dúró ti ọba, kì ó sì máa tọ́jú rẹ̀. Kí ó dùbúlẹ̀ ní àyà rẹ̀ kí ara ọba olúwa wa lè móoru.”
ଏଥିପାଇଁ, ତାଙ୍କ ଦାସମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କ ପ୍ରଭୁ ମହାରାଜଙ୍କ ନିମନ୍ତେ ଗୋଟିଏ ଯୁବତୀ କନ୍ୟା ଅନ୍ୱେଷଣ କରାଯାଉ ଓ ସେ ମହାରାଜଙ୍କ ଛାମୁରେ ଠିଆ ହୋଇ ସେବା କରୁ; ଆଉ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯେପରି ଉଷ୍ଣତା ପାଇବେ, ଏଥିପାଇଁ ସେ ଆପଣଙ୍କ କୋଳରେ ଶୟନ କରୁ।
3 Nígbà náà ni wọ́n lọ jákèjádò ilẹ̀ Israẹli láti wá ọ̀dọ́mọbìnrin arẹwà, wọ́n sì rí Abiṣagi, ará Ṣunemu, wọ́n sì mú un wá sí ọ̀dọ̀ ọba.
ତହିଁରେ ଲୋକମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରି ଶୁନେମୀୟା ଅବୀଶଗ ନାମକ ଏକ କନ୍ୟାକୁ ପାଇ ରାଜାଙ୍କ ନିକଟକୁ ଆଣିଲେ।
4 Ọmọbìnrin náà rẹwà gidigidi; ó sì ń ṣe ìtọ́jú ọba, ó sì ń ṣe ìránṣẹ́ fún un, ṣùgbọ́n ọba kò sì bá a lòpọ̀.
ସେହି ଯୁବତୀ ଅତି ସୁନ୍ଦରୀ ଥିଲା ଓ ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା; ମାତ୍ର ରାଜା ତାହାର ସହବାସ କଲେ ନାହିଁ।
5 Adonijah ẹni tí ìyá rẹ̀ ń ṣe Haggiti sì gbé ara rẹ̀ ga, ó sì wí pé, “Èmi yóò jẹ ọba.” Ó sì ṣètò kẹ̀kẹ́ ogun àti àwọn ẹlẹ́ṣin, pẹ̀lú àádọ́ta ọkùnrin láti máa sáré níwájú rẹ̀.
ଏହି ସମୟରେ ହଗୀତର ପୁତ୍ର ଅଦୋନୀୟ ଆପଣାକୁ ବଡ଼ କରି କହିଲା, “ମୁଁ ରାଜା ହେବି,” ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ୱାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ ପଚାଶ ଜଣ ଦେହରକ୍ଷୀକୁ ପ୍ରସ୍ତୁତ କଲେ।
6 (Baba rẹ̀ kò bà á nínú jẹ́ rí nípa bíbéèrè lọ́wọ́ rẹ̀ pé, “Èéṣe tí ìwọ fi hùwà báyìí?” Ó sì jẹ́ arẹwà ọkùnrin, òun ni a bí lé Absalomu.)
ମାତ୍ର, ତୁମ୍ଭେ କାହିଁକି ଏପରି କରୁଅଛ ବୋଲି କହି ତାହାର ପିତା ତାହାକୁ କୌଣସି ସମୟରେ ଅସନ୍ତୁଷ୍ଟ କରି ନ ଥିଲେ। ମଧ୍ୟ ସେ ଅତି ସୁନ୍ଦର ପୁରୁଷ ଓ ଅବଶାଲୋମ ଉତ୍ତାରେ ଜାତ ହୋଇଥିଲା।
7 Adonijah sì gbèrò pẹ̀lú Joabu, ọmọ Seruiah àti Abiatari àlùfáà, wọ́n sì ṣe ìrànlọ́wọ́ fún un.
ପୁଣି, ସେ ସରୁୟାର ପୁତ୍ର ଯୋୟାବ ଓ ଅବୀୟାଥର ଯାଜକ ସହିତ ପରାମର୍ଶ କଲା; ଆଉ ସେମାନେ ଅଦୋନୀୟର ଅନୁଗତ ହୋଇ ତାହାକୁ ସାହାଯ୍ୟ କଲେ।
8 Ṣùgbọ́n Sadoku àlùfáà, Benaiah ọmọ Jehoiada, Natani wòlíì, Ṣimei àti ọ̀rẹ́ rẹ̀ Rei àti olórí ogun Dafidi ni kò darapọ̀ mọ́ Adonijah.
ମାତ୍ର, ସାଦୋକ ଯାଜକ ଓ ଯିହୋୟାଦାର ପୁତ୍ର ବନାୟ ଓ ନାଥନ ଭବିଷ୍ୟଦ୍‍ବକ୍ତା ଓ ଶିମୀୟି ଓ ରେୟି ଓ ଦାଉଦଙ୍କର ବୀରଗଣ ଅଦୋନୀୟର ପକ୍ଷ ନ ଥିଲେ।
9 Nígbà náà ni Adonijah fi àgùntàn àti màlúù àti ẹran ọ̀sìn tí ó sanra rú ẹbọ níbi Òkúta Soheleti tí ń bẹ lẹ́gbẹ̀ẹ́ En-Rogeli. Ó sì pe gbogbo àwọn arákùnrin rẹ̀, àwọn ọmọ ọba, àti gbogbo àwọn ọkùnrin Juda tí wọ́n jẹ́ ìránṣẹ́ ọba.
ଏଉତ୍ତାରେ ଅଦୋନୀୟ ଐନ୍‍-ରୋଗେଲର ପାର୍ଶ୍ୱସ୍ଥ ସୋହେଲତ୍‍-ପ୍ରସ୍ତର ନିକଟରେ ମେଷ, ବୃଷ ଓ ପୁଷ୍ଟ ପଶୁମାନଙ୍କୁ ମାରି ଆପଣା ଭ୍ରାତା ସମସ୍ତ ରାଜପୁତ୍ରଙ୍କୁ ଓ ରାଜାଙ୍କ ଦାସ ଯିହୁଦାର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କଲେ।
10 Ṣùgbọ́n kò pe Natani wòlíì tàbí Benaiah tàbí àwọn olórí tàbí Solomoni arákùnrin rẹ̀.
ମାତ୍ର, ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ବନାୟକୁ ଓ ବୀରମାନଙ୍କୁ ଓ ଆପଣା ଭାଇ ଶଲୋମନକୁ ସେ ନିମନ୍ତ୍ରଣ କଲେ ନାହିଁ।
11 Nígbà náà ni Natani béèrè lọ́wọ́ Batṣeba, ìyá Solomoni pé, “Ǹjẹ́ ìwọ kò gbọ́ pé Adonijah, ọmọ Haggiti ti jẹ ọba láìjẹ́ pé Dafidi olúwa wa mọ̀ sí i?
ଏଥିରେ ନାଥନ ଶଲୋମନଙ୍କର ମାତା ବତ୍‍ଶେବାକୁ କହିଲେ, “ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତର ପୁତ୍ର ଅଦୋନୀୟ ରାଜା ହୋଇଅଛି, ଏହା କʼଣ ତୁମ୍ଭେ ଶୁଣି ନାହଁ?
12 Ǹjẹ́ nísinsin yìí, jẹ́ kí èmi gbà ọ́ ní ìmọ̀ràn bí ìwọ ṣe lè gba ẹ̀mí rẹ là àti ẹ̀mí ọmọ rẹ Solomoni.
ଏହେତୁ ବିନୟ କରୁଅଛି, ଏବେ ଆସ, ମୁଁ ତୁମ୍ଭକୁ ପରାମର୍ଶ ଦେବି; ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ଶଲୋମନର ପ୍ରାଣ ରକ୍ଷା କରିବ।
13 Lọ sọ́dọ̀ Dafidi ọba, kí o sì wí fún un pé, ‘Olúwa mi ọba, ǹjẹ́ ìwọ kò búra fún ìránṣẹ́ rẹ pé, “Dájúdájú Solomoni ọmọ rẹ ni yóò jọba lẹ́yìn mi, yóò sì jókòó lórí ìtẹ́ mi?” Èéṣe nígbà náà tí Adonijah fi jẹ ọba?’
ତୁମ୍ଭେ ଦାଉଦ ରାଜାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ‘ହେ ମୋହର ପ୍ରଭୋ, ମହାରାଜ, ଆପଣ କି ଶପଥ କରି ଆପଣା ଦାସୀକୁ କହି ନାହାନ୍ତି, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ? ତେବେ, କାହିଁକି ଅଦୋନୀୟ ରାଜା ହୋଇଅଛି?’
14 Níwọ́n ìgbà tí ìwọ sì wà níbẹ̀, tí o sì ń bá ọba sọ̀rọ̀ èmi yóò wá, láti wádìí ohun tí o ti sọ.”
ଦେଖ, ତୁମ୍ଭେ ରାଜାଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ବେଳେ ମୁଁ ମଧ୍ୟ ତୁମ୍ଭ ପଛେ ଯାଇ ତୁମ୍ଭ କଥା ଦୃଢ଼ କରିବି।”
15 Bẹ́ẹ̀ ni Batṣeba lọ rí ọba ní inú yàrá rẹ̀, ọba sì gbó gidigidi níbi tí Abiṣagi ará Ṣunemu ti ń ṣe ìránṣẹ́ fún ọba.
ଏଥିରେ ବତ୍‍ଶେବା କୋଠରି ଭିତରେ ରାଜାଙ୍କ ନିକଟକୁ ଗଲା; ସେହି ସମୟରେ ରାଜା ଅତି ବୃଦ୍ଧ ଥିଲେ; ଆଉ ଶୁନେମୀୟା ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା।
16 Batṣeba sì tẹríba, ó sì kúnlẹ̀ níwájú ọba. Ọba sì béèrè pé, “Kí ni ìwọ ń fẹ́?”
ତହୁଁ ବତ୍‍ଶେବା ନଇଁପଡ଼ି ରାଜାଙ୍କୁ ପ୍ରଣାମ କଲା। ତହିଁରେ ରାଜା ପଚାରିଲେ, “ତୁମ୍ଭେ କଅଣ ଇଚ୍ଛା କରୁଅଛ?”
17 Ó sì wí fún ọba pé, “Olúwa mi; ìwọ fúnra rẹ̀ fi Olúwa Ọlọ́run rẹ búra fún ìránṣẹ́ rẹ pé, ‘Solomoni ọmọ rẹ yóò jẹ ọba lẹ́yìn mi, yóò sì jókòó lórí ìtẹ́ mi.’
ଏଥିରେ ସେ ତାଙ୍କୁ କହିଲା, “ହେ ମୋହର ପ୍ରଭୋ, ଆପଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ଆପଣା ଦାସୀ ନିକଟରେ ଶପଥ କରିଥିଲେ ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜ୍ୟ କରିବ ଓ ସେ ମୋʼ ସିଂହାସନରେ ବସିବ।”
18 Ṣùgbọ́n nísinsin yìí, Adonijah ti di ọba, ìwọ, ọba olúwa mi kò sì mọ̀ nípa rẹ̀.
ମାତ୍ର, ଏବେ ଦେଖନ୍ତୁ, ଅଦୋନୀୟ ରାଜ୍ୟ କରୁଅଛି, ଆଉ ମୋʼ ପ୍ରଭୁ ମହାରାଜ ତାହା ଜାଣନ୍ତି ନାହିଁ।
19 Òun sì ti fi ọ̀pọ̀lọpọ̀ màlúù, àti ẹran tí ó ní ọ̀rá, àti àgùntàn rú ẹbọ, ó sì pe gbogbo àwọn ọmọ ọba, àti Abiatari àlùfáà àti Joabu balógun, ṣùgbọ́n kò sì pe Solomoni ìránṣẹ́ rẹ.
ଆଉ, ସେ ଅନେକ ବୃଷ, ପୁଷ୍ଟ ପଶୁ ଓ ମେଷ ମାରି ମହାରାଜଙ୍କ ସମସ୍ତ ପୁତ୍ରଙ୍କୁ ଓ ଅବୀୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛନ୍ତି; ମାତ୍ର, ଆପଣଙ୍କ ଦାସ ଶଲୋମନକୁ ନିମନ୍ତ୍ରଣ କରି ନାହିଁ।
20 Olúwa mi ọba, ojú gbogbo Israẹli ń bẹ lára rẹ, láti mọ ẹni tí yóò jókòó lórí ìtẹ́ olúwa mi ọba lẹ́yìn rẹ.
ପୁଣି, ହେ ମୋହର ପ୍ରଭୋ, ମହାରାଜ, ମୋହର ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି।
21 Bí kò ṣe bẹ́ẹ̀ nígbà tí olúwa mi ọba bá sùn pẹ̀lú àwọn baba rẹ̀, wọn yóò sì ka èmi àti Solomoni sí ẹlẹ́ṣẹ̀.”
ନୋହିଲେ ମୋʼ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ।
22 Bí ó sì ti ń bá ọba sọ̀rọ̀ lọ́wọ́, Natani wòlíì sì wọlé.
ଆଉ, ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ନାଥନ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହେଲେ।
23 Wọ́n sì sọ fún ọba pé, “Natani wòlíì wà níbí.” Ó sì lọ síwájú ọba, ó wólẹ̀, ó sì dojúbolẹ̀.
ଏଣୁ, ସେମାନେ ରାଜାଙ୍କୁ କହିଲେ, “ଦେଖନ୍ତୁ, ଏହି ନାଥନ ଭବିଷ୍ୟଦ୍‍ବକ୍ତା। ତହିଁରେ ସେ ରାଜାଙ୍କ ସମ୍ମୁଖକୁ ଆସି ଭୂମିଷ୍ଠ ହୋଇ ରାଜାଙ୍କୁ ପ୍ରଣାମ କଲେ।”
24 Natani sì wí pé, “Ǹjẹ́ ìwọ, olúwa mi ọba, ti sọ pé Adonijah ni yóò jẹ ọba lẹ́yìn rẹ àti pé òun ni yóò jókòó lórí ìtẹ́ rẹ?
ପୁଣି, ନାଥନ କହିଲେ, “ହେ ମୋହର ପ୍ରଭୋ ମହାରାଜ, ମୋʼ ଉତ୍ତାରେ ଅଦୋନୀୟ ରାଜ୍ୟ କରିବ ଓ ମୋʼ ସିଂହାସନରେ ବସିବ, ଏହା କଅଣ ଆପଣ କହିଅଛନ୍ତି?”
25 Ó sì ti sọ̀kalẹ̀ lọ ní òní, ó sì ti rú ẹbọ ọ̀pọ̀lọpọ̀ màlúù, àti ẹran ọlọ́ràá àti àgùntàn. Ó sì ti pe gbogbo àwọn ọmọ ọba, balógun àti Abiatari àlùfáà. Nísìnsinyìí, wọ́n ń jẹ, wọ́n ń mu pẹ̀lú rẹ̀, wọ́n sì wí pé, ‘Kí Adonijah ọba kí ó pẹ́!’
କାରଣ, ସେ ଆଜି ଯାଇ ଅନେକ ବୃଷ, ପୁଷ୍ଟ ପଶୁ ଓ ମେଷ ମାରି ରାଜପୁତ୍ର ସମସ୍ତଙ୍କୁ ଓ ସେନାପତିମାନଙ୍କୁ ଓ ଅବୀୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି; ଆଉ ଦେଖନ୍ତୁ, ସେମାନେ ତାହା ସାକ୍ଷାତରେ ଭୋଜନପାନ କରି କହୁଅଛନ୍ତି, ଅଦୋନୀୟ ରାଜା ଚିରଜୀବୀ ହେଉନ୍ତୁ।
26 Ṣùgbọ́n èmi ìránṣẹ́ rẹ, àti Sadoku àlùfáà, àti Benaiah ọmọ Jehoiada, àti Solomoni ìránṣẹ́ rẹ ni kò pè.
ମାତ୍ର, ଆପଣଙ୍କ ଦାସ ଯେ ମୁଁ, ମୋତେ ଓ ସାଦୋକ ଯାଜକଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ଦାସ ଶଲୋମନକୁ ସେ ନିମନ୍ତ୍ରଣ କରି ନାହାନ୍ତି।
27 Ṣé nǹkan yìí ni olúwa mi ọba ti ṣe láìjẹ́ kí àwọn ìránṣẹ́ rẹ mọ ẹni tí yóò jókòó lórí ìtẹ́ olúwa mi ọba lẹ́yìn rẹ?”
ଏହି କର୍ମ କି ମୋʼ ପ୍ରଭୁ ମହରାଜଙ୍କ ଦ୍ୱାରା ହେଲା, ଆଉ ମୋʼ ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଆପଣ ନିଜ ଦାସମାନଙ୍କୁ ଜଣାଇ ନାହାନ୍ତି?
28 Nígbà náà ni Dafidi ọba wí pé, “Pe Batṣeba wọlé wá.” Ó sì wá síwájú ọba, ó sì dúró níwájú rẹ̀.
ତେବେ, ଦାଉଦ ରାଜା ଉତ୍ତର କରି କହିଲେ, “ବତ୍‍ଶେବାକୁ ମୋʼ ନିକଟକୁ ଡାକ। ତହୁଁ ସେ ରାଜାଙ୍କ ଛାମୁକୁ ଆସି ରାଜାଙ୍କ ଛାମୁରେ ଠିଆ ହେଲା।”
29 Ọba sì búra pé, “Dájúdájú bí Olúwa ti wà ẹni tí ó ti gbà mí kúrò nínú gbogbo wàhálà
ଏଥିରେ ରାଜା ଶପଥ କରି କହିଲେ, “ମୁଁ ଅବଶ୍ୟ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ
30 Lónìí dandan ni èmi yóò gbé ohun tí mo ti fi Olúwa Ọlọ́run Israẹli búra fún yọ pé, Solomoni ọmọ rẹ ni yóò jẹ ọba lẹ́yìn mi, àti pé yóò jókòó lórí ìtẹ́ mi ní ipò mi.”
ଯେପରି ତୁମ୍ଭ ନିକଟରେ ଶପଥ କରିଅଛି ଯେ, ମୋʼ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ମୋʼ ପଦରେ ମୋʼ ସିଂହାସନରେ ବସିବ, ସବୁ କ୍ଳେଶରୁ ମୋʼ ପ୍ରାଣ ମୁକ୍ତକାରୀ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଅବଶ୍ୟ ଆଜି ସେପରି କରିବି।”
31 Nígbà náà ni Batṣeba tẹríba, ó sì kúnlẹ̀ níwájú ọba pé, “Kí olúwa mi Dafidi ọba kí ó pẹ́!”
ତହୁଁ ବତ୍‍ଶେବା ଭୂମିରେ ମୁହଁ ମାଡ଼ି ରାଜାଙ୍କୁ ପ୍ରଣାମ କରି କହିଲା, “ମୋʼ ପ୍ରଭୁ ମହାରାଜ ଦାଉଦ ଚିରଜୀବୀ ହେଉନ୍ତୁ।”
32 Dafidi ọba sì wí pé, “Ẹ pe Sadoku àlùfáà wọlé fún mi àti Natani wòlíì àti Benaiah ọmọ Jehoiada.” Nígbà tí wọ́n wá síwájú ọba,
ଏଥିରେ ଦାଉଦ ରାଜା କହିଲେ, “ସାଦୋକ ଯାଜକଙ୍କୁ ଓ ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋʼ ନିକଟକୁ ଡାକ।” ଏଣୁ, ସେମାନେ ରାଜାଙ୍କ ସମ୍ମୁଖକୁ ଆସିଲେ।
33 ọba sì wí fún wọn pé, “Ẹ mú àwọn ìránṣẹ́ olúwa yín pẹ̀lú yín kí ẹ sì mú kí Solomoni ọmọ mi kí ó gun ìbáaka mi, kí ẹ sì mú un sọ̀kalẹ̀ wá sí Gihoni.
ତହିଁରେ, ରାଜା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ସଙ୍ଗେ ନେଇ ଓ ମୋʼ ପୁତ୍ର ଶଲୋମନକୁ ମୋʼ ନିଜ ଖଚରରେ ଆରୋହଣ କରାଇ ଗୀହୋନ ଝରଣାକୁ ନେଇଯାଅ।”
34 Níbẹ̀ ni Sadoku àlùfáà àti Natani wòlíì yóò ti fi òróró yàn án ní ọba lórí Israẹli. Ẹ fọn fèrè, kí ẹ sì ké pé, ‘Kí Solomoni ọba kí ó pẹ́!’
ଆଉ, ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି, ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।
35 Nígbà náà ni kí ẹ sì gòkè pẹ̀lú rẹ̀, kí ó sì wá, kí ó sì jókòó sórí ìtẹ́ mi, kí ó sì jẹ ọba ní ipò mi. Èmi ti yàn án ní ọba lórí gbogbo Israẹli àti Juda.”
ତହିଁ ଉତ୍ତାରେ ତୁମ୍ଭେମାନେ ତାହାର ପଛେ ପଛେ ଆସ ଓ ସେ ଆସି ମୋʼ ସିଂହାସନରେ ବସୁ; କାରଣ, ସେ ମୋʼ ପଦରେ ରାଜା ହେବ; ଆଉ, ମୁଁ ତାହାକୁ ଇସ୍ରାଏଲ ଓ ଯିହୁଦାର ଅଗ୍ରଣୀ କରି ନିଯୁକ୍ତ କରିଅଛି।
36 Benaiah ọmọ Jehoiada sì dá ọba lóhùn pé, “Àmín! Kí Olúwa Ọlọ́run olúwa mi ọba, kéde rẹ̀ bẹ́ẹ̀.
ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଆମେନ୍‍,” ମୋʼ ପ୍ରଭୁ ମହାରାଜଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କହନ୍ତୁ।
37 Bí Olúwa ti wà pẹ̀lú olúwa mi ọba, bẹ́ẹ̀ ni kí ó wà pẹ̀lú Solomoni kí ó lè mú kí ìjọba rẹ̀ pẹ́ ju ìtẹ́ olúwa mi Dafidi ọba lọ!”
ସଦାପ୍ରଭୁ ଯେପରି ମୋʼ ପ୍ରଭୁ ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ଶଲୋମନଙ୍କର ସହବର୍ତ୍ତୀ ହେଉନ୍ତୁ ଓ ସେ ମୋʼ ପ୍ରଭୁ ମହାରାଜ ଦାଉଦଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ।
38 Nígbà náà ni Sadoku àlùfáà, Natani wòlíì, Benaiah ọmọ Jehoiada, àwọn ará Kereti àti Peleti sì sọ̀kalẹ̀ wá wọ́n sì gbé Solomoni gun ìbáaka Dafidi ọba wá sí Gihoni.
ଏଥିରେ ସାଦୋକ ଯାଜକ, ନାଥନ ଭବିଷ୍ୟଦ୍‍ବକ୍ତା, ଯିହୋୟାଦାର ପୁତ୍ର ବନାୟ, କରେଥୀୟ ଓ ପଲେଥୀୟ ଲୋକମାନେ ଯାଇ ଶଲୋମନଙ୍କୁ ଦାଉଦ ରାଜାଙ୍କର ଖଚର ଉପରେ ଆରୋହଣ କରାଇ ଗୀହୋନକୁ ଆଣିଲେ।
39 Sadoku àlùfáà sì mú ìwo òróró láti inú àgọ́, ó sì dà á sí Solomoni lórí. Nígbà náà ni wọ́n sì fọn fèrè, gbogbo àwọn ènìyàn sì ké pé, “Kí Solomoni ọba kí ó pẹ́!”
ପୁଣି, ସାଦୋକ ଯାଜକ ତମ୍ବୁ ମଧ୍ୟରୁ ତୈଳପୂର୍ଣ୍ଣ ଶୃଙ୍ଗ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତହୁଁ ଲୋକମାନେ ତୂରୀ ବଜାନ୍ତେ, ସମସ୍ତେ କହିଲେ, “ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।”
40 Gbogbo ènìyàn sì gòkè tọ̀ ọ́ lẹ́yìn wọ́n ń fọn ìpè, wọ́n sì ń yọ ayọ̀ ńlá, tó bẹ́ẹ̀ tí ilẹ̀ mì fún ìró wọn.
ଆଉ, ସମସ୍ତ ଲୋକ ତାହାଙ୍କ ପଛେ ପଛେ ଉଠି ଆସିଲେ ଓ ଲୋକମାନେ ବଂଶୀ ବଜାଇ ଏପରି ମହାହର୍ଷନାଦ କଲେ ଯେ, ସେମାନଙ୍କ ଶବ୍ଦରେ ପୃଥିବୀ ବିଦୀର୍ଣ୍ଣ ହେଲା।
41 Adonijah àti gbogbo àwọn àlejò tí ó wà lọ́dọ̀ rẹ̀ gbọ́ ọ́ bí wọ́n ti ń jẹun tán, wọ́n ń gbọ́ ìpè, Joabu sì wí pé, “Kí ní ìtumọ̀ gbogbo ariwo nínú ìlú yìí?”
ପୁଣି, ଅଦୋନୀୟ ଓ ତାହାର ସଙ୍ଗୀ ନିମନ୍ତ୍ରିତ ସମସ୍ତ ଲୋକ ଭୋଜନ ଶେଷ କରିବା ସମୟରେ ତାହା ଶୁଣିଲେ। ଆଉ, ଯୋୟାବ ତୂରୀ ଶବ୍ଦ ଶୁଣି ପଚାରିଲା, ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି?
42 Bí ó sì ti ń sọ̀rọ̀ lọ́wọ́, Jonatani ọmọ Abiatari àlùfáà sì dé, Adonijah sì wí pé, “Wọlé wá, ọkùnrin yíyẹ ìwọ gbọdọ̀ mú ìròyìn rere wá.”
ସେ ଏପରି କହୁଥିବା ସମୟରେ, ଦେଖ, ଅବୀୟାଥର ଯାଜକର ପୁତ୍ର ଯୋନାଥନ ଉପସ୍ଥିତ ହେଲା; ତହିଁରେ ଅଦୋନୀୟ କହିଲା, “ଭିତରକୁ ଆସ; କାରଣ ତୁମ୍ଭେ ଯୋଗ୍ୟ ପୁରୁଷ ଓ ସୁସମାଚାର ଆଣିଥିବ।”
43 Jonatani sì dáhùn, ó sì wí fún Adonijah pé, “Lóòótọ́ ni olúwa wa Dafidi ọba, fi Solomoni jẹ ọba.
ତହିଁରେ ଯୋନାଥନ ଅଦୋନୀୟକୁ ଉତ୍ତର କରି କହିଲା, “ସତ୍ୟ, ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜା ଶଲୋମନଙ୍କୁ ରାଜା କରିଅଛନ୍ତି;
44 Ọba sì ti rán Sadoku àlùfáà, Natani wòlíì, Benaiah ọmọ Jehoiada àti àwọn ará Kereti àti Peleti pẹ̀lú rẹ̀, wọ́n sì ti gbé e gun ìbáaka ọba,
ପୁଣି, ରାଜା ସାଦୋକ ଯାଜକଙ୍କୁ, ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ, ପୁଣି, କରେଥୀୟ ଓ ପଲେଥୀୟମାନଙ୍କୁ ତାଙ୍କ ସଙ୍ଗେ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ;
45 Sadoku àlùfáà àti Natani wòlíì ti fi òróró yàn án ní ọba ní Gihoni. Láti ibẹ̀ ni wọ́n ti gòkè wá pẹ̀lú ayọ̀, ìlú sì ń hó pẹ̀lú rẹ̀. Èyí ni ariwo tí ẹ̀yin ń gbọ́.
ଆଉ, ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାଙ୍କୁ ଗୀହୋନରେ ରାଜାଭିଷିକ୍ତ କଲେ ଓ ସେମାନେ ସେଠାରୁ ଏପରି ଆନନ୍ଦ କରି କରି ଆସିଲେ ଯେ, ତହିଁର ଶବ୍ଦରେ ନଗରରେ କୋଳାହଳ ହେଲା। ତୁମ୍ଭେମାନେ ଯାହା ଶୁଣିଲ, ତାହା ସେହି ଶବ୍ଦ।
46 Solomoni sì ti jókòó lórí ìtẹ́ ìjọba rẹ̀.
ଶଲୋମନ ମଧ୍ୟ ରାଜ୍ୟର ସିଂହାସନରେ ବସୁଅଛନ୍ତି।
47 Àwọn ìránṣẹ́ ọba sì ti tún wá láti bá olúwa wa Dafidi ọba yọ̀, wí pé, ‘Kí Ọlọ́run rẹ̀ mú orúkọ Solomoni lókìkí ju tirẹ̀ lọ àti kí ìtẹ́ rẹ̀ kí ó pọ̀ ju tirẹ̀ lọ!’ Ọba sì tẹ ara rẹ̀ ba lórí ibùsùn rẹ̀,
ଆହୁରି ରାଜାଙ୍କର ଦାସମାନେ ଆମ୍ଭମାନଙ୍କ ପ୍ରଭୁ ଦାଉଦ ରାଜାଙ୍କର ମଙ୍ଗଳବାଦ କରିବାକୁ ଆସି କହିଲେ, ‘ଆପଣଙ୍କ ପରମେଶ୍ୱର ଆପଣଙ୍କ ନାମ ଅପେକ୍ଷା ଶଲୋମନଙ୍କ ନାମ ଅଧିକ କରନ୍ତୁ ଓ ଆପଣଙ୍କ ସିଂହାସନ ଅପେକ୍ଷା ତାଙ୍କ ସିଂହାସନ ବଡ଼ କରନ୍ତୁ,’ ତହିଁରେ ରାଜା ଶଯ୍ୟାରେ ଥାଇ ପ୍ରଣାମ କଲେ।
48 ọba sì wí pé, ‘Ògo ni fún Olúwa Ọlọ́run Israẹli, ẹni tí ó ti jẹ́ kí ojú mi rí ẹnìkan tí ó jókòó lórí ìtẹ́ mi lónìí.’”
ଆଉ, ମଧ୍ୟ ରାଜା ଏପରି କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆଜି ମୋʼ ସିଂହାସନରେ ବସିବା ପାଇଁ ଜଣକୁ ଯୋଗାଇଲେ, ଏହା ହିଁ ମୋହର ଚକ୍ଷୁ ଦେଖିଲା।’”
49 Nígbà náà ni gbogbo àwọn àlejò tí ó wà lọ́dọ̀ Adonijah dìde ní ìdágìrì, wọ́n sì túká.
ଏଥିରେ ଅଦୋନୀୟର ନିମନ୍ତ୍ରିତ ଲୋକ ସମସ୍ତେ ଭୀତ ହେଲେ, ପୁଣି, ଉଠି ପ୍ରତ୍ୟେକେ ଆପଣା ଆପଣା ବାଟରେ ଚାଲିଗଲେ।
50 Ṣùgbọ́n Adonijah sì bẹ̀rù Solomoni, ó lọ, ó sì di ìwo pẹpẹ mú.
ଆଉ, ଅଦୋନୀୟ ଶଲୋମନଙ୍କ ସକାଶୁ ଭୀତ ହେଲା ଓ ସେ ଉଠିଯାଇ ଯଜ୍ଞବେଦିର ଶୃଙ୍ଗ ଧରିପକାଇଲା।
51 Nígbà náà ni a sì sọ fún Solomoni pé, “Adonijah bẹ̀rù Solomoni ọba, ó sì di ìwo pẹpẹ mú, Ó wí pé, ‘Jẹ́ kí ọba Solomoni búra fún mi lónìí pé, òun kì yóò fi idà pa ìránṣẹ́ rẹ̀.’”
ଏଉତ୍ତାରେ କେହି ଶଲୋମନଙ୍କୁ ଜଣାଇ କହିଲା, “ଦେଖନ୍ତୁ, ଶଲୋମନ ରାଜାଙ୍କୁ ଅଦୋନୀୟ ଭୟ କରୁଅଛି; କାରଣ, ସେ ଯଜ୍ଞବେଦିର ଶୃଙ୍ଗ ଅବଲମ୍ବନ କରି କହୁଅଛି, ‘ଶଲୋମନ ରାଜା ଯେ ଆପଣା ଦାସକୁ ଖଡ୍ଗରେ ବଧ କରିବେ ନାହିଁ, ଏହା ସେ ଆଜି ମୋʼ ନିକଟରେ ଶପଥ କରନ୍ତୁ।’”
52 Solomoni sì dáhùn pé, “Bí ó bá fi ara rẹ̀ hàn láti jẹ́ ẹni ọ̀wọ̀, irun orí rẹ̀ kan kì yóò sì bọ́ sílẹ̀; ṣùgbọ́n bí a bá rí búburú kan ní ọwọ́ rẹ̀ òun yóò kú.”
ତହିଁରେ ଶଲୋମନ କହିଲେ, “ଯେବେ ସେ ଆପଣାକୁ ଯୋଗ୍ୟ ଲୋକ ଦେଖାଇବ, ତେବେ ତାହାର ଏକ କେଶ ହିଁ ଭୂମିରେ ପଡ଼ିବ ନାହିଁ; ମାତ୍ର, ତାହାଠାରେ ଦୁଷ୍ଟତା ଦେଖାଗଲେ, ସେ ମରିବ।”
53 Nígbà náà ni Solomoni ọba rán àwọn ènìyàn, wọ́n sì mú un sọ̀kalẹ̀ láti ibi pẹpẹ wá. Adonijah sì wá, ó sì foríbalẹ̀ fún Solomoni ọba, Solomoni sì wí pé, “Lọ ilé rẹ.”
ତହୁଁ ଶଲୋମନ ରାଜା ଲୋକ ପଠାନ୍ତେ, ସେମାନେ ତାହାକୁ ଯଜ୍ଞବେଦିରୁ ଓହ୍ଲାଇ ଆଣିଲେ। ତହିଁରେ ସେ ଆସି ଶଲୋମନ ରାଜାଙ୍କୁ ପ୍ରଣାମ କଲା, ପୁଣି, ଶଲୋମନ ତାହାକୁ କହିଲେ, “ଆପଣା ଘରକୁ ଯାଅ।”

< 1 Kings 1 >