< 1 Kings 4 >
1 Solomoni ọba sì jẹ ọba lórí gbogbo Israẹli.
ଏହିରୂପେ ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ।
2 Àwọn wọ̀nyí sì ni ìjòyè rẹ̀: Asariah ọmọ Sadoku àlùfáà:
ଏମାନେ ତାଙ୍କର ଅଧିପତି ଥିଲେ, ଯଥା, ସାଦୋକର ପୁତ୍ର ଅସରୀୟ ଯାଜକ ଥିଲେ।
3 Elihorefu àti Ahijah àwọn ọmọ Ṣisa akọ̀wé; Jehoṣafati ọmọ Ahiludi ni akọ̀wé ìlú;
ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ
4 Benaiah ọmọ Jehoiada ni olórí ogun; Sadoku àti Abiatari ni àwọn àlùfáà;
ଓ ଯିହୋୟାଦାର ପୁତ୍ର ବନାୟ ସେନାପତି ଥିଲା; ପୁଣି, ସାଦୋକ ଓ ଅବୀୟାଥର ଯାଜକ ଥିଲେ;
5 Asariah ọmọ Natani ni olórí àwọn agbègbè; Sabudu ọmọ Natani, àlùfáà àti olùgba ọba ní ìmọ̀ràn;
ନାଥନର ପୁତ୍ର ଅସରୀୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା ଓ ନାଥନର ପୁତ୍ର ସାବୁଦ୍ ଯାଜକ ଓ ରାଜାଙ୍କ ମିତ୍ର ଥିଲା।
6 Ahiṣari ni olùtọ́jú ààfin; Adoniramu ọmọ Abida ni ó ń ṣe olórí iṣẹ́-ìlú.
ପୁଣି, ଅହୀଶାର୍ ଗୃହାଧ୍ୟକ୍ଷ ଥିଲା ଓ ଅବ୍ଦର ପୁତ୍ର ଅଦୋନୀରାମ୍ ବେଠିକର୍ମର ଅଧ୍ୟକ୍ଷ ଥିଲା।
7 Solomoni sì tún ní ìjòyè méjìlá lórí gbogbo agbègbè Israẹli, tí wọ́n ń pèsè oúnjẹ fún ọba àti agbo ilé rẹ̀. Olúkúlùkù ní láti pèsè fún oṣù kan ní ọdún.
ଆଉ ସମଗ୍ର ଇସ୍ରାଏଲ ଉପରେ ଶଲୋମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ, ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ପ୍ରତି ଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ।
8 Orúkọ wọn ni wọ̀nyí: Bene-Huri ní ìlú olókè Efraimu.
ଆଉ ସେମାନଙ୍କର ନାମ ଏହି; ଇଫ୍ରୟିମର ପର୍ବତମୟ ଦେଶରେ ବିନ୍-ହୂର।
9 Bene-Dekeri ní Makasi, Ṣaalbimu, Beti-Ṣemeṣi, àti Eloni Beti-Hanani;
ମାକସ୍, ଶାଲବୀମ୍, ବେଥ୍-ଶେମଶ ଓ ଏଲୋନ-ବେଥ୍-ହାନନ୍ରେ ବିନ୍-ଦେକର;
10 Bene-Hesedi, ní Aruboti (tirẹ̀ ni Soko àti gbogbo ilẹ̀ Heferi ń ṣe);
ଅରୁବୋତରେ ବିନ୍-ହେଷଦ୍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା;
11 Bene-Abinadabu, ní Napoti (Dori; òun ni ó fẹ́ Tafati ọmọbìnrin Solomoni ní aya).
ସମୁଦାୟ ଦୋର ଉପପର୍ବତରେ ବିନ୍-ଅବୀନାଦବ୍; ତାହାର ଭାର୍ଯ୍ୟା ଶଲୋମନଙ୍କର କନ୍ୟା ଟାଫତ୍ ଥିଲା।
12 Baana ọmọ Ahiludi, ní Taanaki àti Megido, àti ní gbogbo Beti-Ṣeani tí ń bẹ níhà Saretani ní ìsàlẹ̀ Jesreeli, láti Beti-Ṣeani dé Abeli-Mehola títí dé ibi tí ń bẹ ní ìkọjá Jokimeamu.
ତାନକ୍, ମଗିଦ୍ଦୋ, ବେଥ୍-ଶାନ୍ ଠାରୁ ଆବେଲ୍-ମହୋଲା ଓ ଯକମୀୟାମ୍ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମଗ୍ର ବେଥ୍-ଶାନରେ ଅହୀଲୂଦର ପୁତ୍ର ବାନା।
13 Ọmọ Geberi ní Ramoti Gileadi (tirẹ̀ ni àwọn ìletò Jairi ọmọ Manase tí ń bẹ ní Gileadi, tirẹ̀ sì ni agbègbè Argobu, tí ń bẹ ní Baṣani, ọgọ́ta ìlú tí ó tóbi pẹ̀lú odi tí ẹnu-ọ̀nà rẹ̀ jẹ́ irin).
ରାମୋତ୍-ଗିଲୀୟଦରେ ବିନ୍-ଗେବର; ମନଃଶିର ପୁତ୍ର ଯାୟୀରର ଗିଲୀୟଦସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା, ଅର୍ଥାତ୍ ବାଶନସ୍ଥ ଅର୍ଗୋବ-ଅଞ୍ଚଳରେ ଥିବା ପ୍ରାଚୀର-ବେଷ୍ଟିତ ଓ ପିତ୍ତଳ ଅର୍ଗଳବିଶିଷ୍ଟ ଷାଠିଏ ବୃହତ ନଗର ତାହାର ଅଧୀନ ଥିଲା;
14 Ahinadabu ọmọ Iddo ní Mahanaimu
ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍।
15 Ahimasi ní Naftali (ó fẹ́ Basemati ọmọbìnrin Solomoni ní aya).
ନପ୍ତାଲିରେ ଅହୀମାସ୍; ସେ ଶଲୋମନଙ୍କର କନ୍ୟା ବାସମତ୍କୁ ବିବାହ କରିଥିଲା।
16 Baana ọmọ Huṣai ní Aṣeri àti ní Aloti;
ଆଶେର ଓ ବାଲୋତ୍ରେ ହୂଶୟର ପୁତ୍ର ବାନା।
17 Jehoṣafati ọmọ Parua ni ó wà ní Isakari;
ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍;
18 Ṣimei ọmọ Ela ni Benjamini;
ବିନ୍ୟାମୀନ୍ରେ ଏଲାର ପୁତ୍ର ଶିମୀୟି;
19 Geberi ọmọ Uri ní Gileadi (orílẹ̀-èdè Sihoni ọba àwọn ará Amori àti orílẹ̀-èdè Ogu ọba Baṣani). Òun nìkan ni ìjòyè lórí ilẹ̀ náà.
ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍ର ଗିଲୀୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା।
20 Àwọn ènìyàn Juda àti ti Israẹli pọ̀ gẹ́gẹ́ bí iyanrìn tí ń bẹ ní etí Òkun; wọ́n ń jẹ, wọ́n sì ń mu, wọ́n sì ń yọ ayọ̀.
ଯିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ବହୁସଂଖ୍ୟକ ଥିଲେ।
21 Solomoni sì ń ṣàkóso lórí gbogbo àwọn ìjọba láti odò Eufurate títí dé ilẹ̀ àwọn ará Filistini, àti títí dé etí ilẹ̀ Ejibiti. Àwọn orílẹ̀-èdè yìí ń mú owó òde wá, wọ́n sì ń sin Solomoni ní gbogbo ọjọ́ ayé rẹ̀.
ପୁଣି, ଶଲୋମନ (ଫରାତ୍) ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିସର-ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ରାଜତ୍ୱ କଲେ; ଶଲୋମନଙ୍କର ଯାବଜ୍ଜୀବନ ସେମାନେ ଭେଟି ଆଣିଲେ ଓ ତାଙ୍କର ସେବା କଲେ।
22 Oúnjẹ Solomoni fún ọjọ́ kan jásí ọgbọ̀n ìyẹ̀fun kíkúnná àti ọgọ́ta òsùwọ̀n ìyẹ̀fun,
ଶଲୋମନଙ୍କର ପ୍ରାତ୍ୟହିକ ଆୟୋଜନୀୟ ଦ୍ରବ୍ୟ ତିରିଶ ମହଣ ସରୁ ମଇଦା ଓ ଷାଠିଏ ମହଣ ସୁଜି,
23 Màlúù mẹ́wàá tí ó sanra, àti ogún màlúù láti inú pápá wá, àti ọgọ́rùn-ún àgùntàn àti ewúrẹ́, láìka àgbọ̀nrín àti èsúró, àti ogbúgbu, àti ẹyẹ tí ó sanra.
ଆଉ ଦଶ ପୁଷ୍ଟ ଗୋରୁ ଓ ଚରାସ୍ଥାନରୁ କୋଡ଼ିଏ ଗୋରୁ ଓ ଏକ ଶହ ମେଷ, ଏହାଛଡ଼ା ଅନେକ ହରିଣ ଓ କୃଷ୍ଣସାର ଓ ବନଗୋରୁ ଓ ପୁଷ୍ଟ ପକ୍ଷୀ ଥିଲା।
24 Nítorí òun ni ó ṣàkóso lórí gbogbo agbègbè ní ìhà ìwọ̀-oòrùn odò Eufurate, láti Tifisa títí dé Gasa, lórí gbogbo àwọn ọba ní ìhà ìhín odò, ó sì ní àlàáfíà ní gbogbo ìlú tí ó yí i káàkiri.
କାରଣ, ସେ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ (ଫରାତ୍) ନଦୀର ଏପାରିସ୍ଥିତ ସମସ୍ତ ଅଞ୍ଚଳର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କଲେ; ପୁଣି, ତାଙ୍କର ଚତୁର୍ଦ୍ଦିଗସ୍ଥ ସବୁଆଡ଼େ ଶାନ୍ତି ଥିଲା।
25 Nígbà ayé Solomoni, Juda àti Israẹli, láti Dani títí dé Beerṣeba, wọ́n ń gbé ní àlàáfíà, olúkúlùkù lábẹ́ àjàrà rẹ̀ àti lábẹ́ igi ọ̀pọ̀tọ́ rẹ̀.
ଏଣୁ ଶଲୋମନଙ୍କର ଯାବଜ୍ଜୀବନ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ଦ୍ରାକ୍ଷାଲତା ଓ ଆପଣା ଆପଣା ଡିମ୍ବିରିବୃକ୍ଷ ମୂଳରେ ନିରାପଦରେ ବାସ କଲେ।
26 Solomoni sì ní ẹgbàajì ilé ẹṣin fún kẹ̀kẹ́ rẹ̀, àti ẹgbàá mẹ́fà ẹlẹ́ṣin.
ଆଉ ଶଲୋମନଙ୍କର ରଥ ନିମନ୍ତେ ଚାଳିଶ ସହସ୍ର ଅଶ୍ୱଶାଳା ଓ ବାର ସହସ୍ର ଅଶ୍ୱାରୋହୀ ଥିଲେ।
27 Àwọn ìjòyè agbègbè, olúkúlùkù ní oṣù rẹ̀, ń pèsè oúnjẹ fún Solomoni ọba àti gbogbo àwọn tí ń wá sí ibi tábìlì ọba, wọ́n sì rí i pé ohun kankan kò ṣẹ́kù.
ଆଉ ଶଲୋମନ ରାଜାଙ୍କ ନିମନ୍ତେ ଓ ଶଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ସେମାନେ କିଛି ଊଣା କଲେ ନାହିଁ।
28 Wọ́n tún máa ń mú ọkà barle àti koríko fún ẹṣin àti fún ẹṣin sísáré wá pẹ̀lú sí ibi tí ó yẹ, olúkúlùkù gẹ́gẹ́ bí ìlànà tirẹ̀.
ସେମାନଙ୍କର ପ୍ରତ୍ୟେକ ଜଣ ମଧ୍ୟ ଆପଣା ଆପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଯବ ଓ ତୃଣ ଆଣିଲେ।
29 Ọlọ́run sì fún Solomoni ní ọgbọ́n, àti òye ní ọ̀pọ̀lọpọ̀, àti ìmọ̀ gbígbòòrò òye tí a kò le è fiwé iyanrìn tí ó wà létí Òkun.
ଆହୁରି ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି, ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ।
30 Ọgbọ́n Solomoni sì pọ̀ ju ọgbọ́n ọkùnrin ìlà-oòrùn lọ, ó sì pọ̀ ju gbogbo ọgbọ́n Ejibiti lọ.
ପୂର୍ବଦେଶୀୟ ଓ ମିସରୀୟ ସମସ୍ତ ଲୋକଙ୍କର ସମୁଦାୟ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ହେଲା।
31 Ó sì ní òye ju gbogbo ènìyàn lọ, ju Etani, ará Esra, àti Hemani àti Kalkoli, àti Darda àwọn ọmọ Maholi lọ. Òkìkí rẹ̀ sì kàn ní gbogbo orílẹ̀-èdè yíká.
କାରଣ, ସେ ସମସ୍ତ ଲୋକଙ୍କଠାରୁ, ଇଷ୍ରାହୀୟ ଏଥନ୍ ଓ ମାହୋଲର ପୁତ୍ର ହେମନ ଓ କଲ୍କୋଲ୍ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ ଓ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା।
32 Ó sì pa ẹgbẹ̀rún mẹ́ta òwe, àwọn orin rẹ̀ sì jẹ́ ẹgbẹ̀rún ó lé márùn-ún.
ସେ ତିନି ସହସ୍ର ନୀତିକଥା କହିଲେ ଓ ତାଙ୍କର ଗୀତ ଏକ ସହସ୍ର ପାଞ୍ଚ ଥିଲା।
33 Ó sì sọ̀rọ̀ ti igi, láti kedari tí ń bẹ ní Lebanoni dé Hísópù tí ń dàgbà lára ògiri. Ó sì tún sọ ti àwọn ẹranko àti ti àwọn ẹyẹ, àti ohun tí ń rákò àti ti ẹja.
ପୁଣି, ସେ ଲିବାନୋନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସୋବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ; ସେ ପଶୁ ଓ ପକ୍ଷୀ ଓ ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ମଧ୍ୟ ବର୍ଣ୍ଣନା କଲେ।
34 Àwọn ènìyàn sì ń wá láti gbogbo orílẹ̀-èdè láti gbọ́ ọgbọ́n Solomoni, láti ọ̀dọ̀ àwọn ọba ayé láti wá gbọ́ nípa ọgbọ́n rẹ̀.
ପୁଣି, ପୃଥିବୀସ୍ଥ ଯେଉଁ ଯେଉଁ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ, ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ।