< 1 Kings 15 >

1 Ní ọdún kejìdínlógún ìjọba Jeroboamu ọmọ Nebati, Abijah jẹ ọba lórí Juda,
ନବାଟର ପୁତ୍ର ଯାରବୀୟାମ ରାଜାଙ୍କର ରାଜତ୍ଵର ଅଠର ବର୍ଷରେ ଅବୀୟାମ ଯିହୁଦା ଉପରେ ରାଜତ୍ୱ କରିବାକୁ ଲାଗିଲେ।
2 ó sì jẹ ọba ní ọdún mẹ́ta ní Jerusalẹmu. Orúkọ ìyá rẹ̀ sì ni Maaka, ọmọbìnrin Absalomu.
ସେ ଯିରୂଶାଲମରେ ତିନି ବର୍ଷ ରାଜତ୍ୱ କଲେ ଓ ତାଙ୍କର ମାତାର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା।
3 Ó sì rìn nínú gbogbo ẹ̀ṣẹ̀ tí baba rẹ̀ ti dá ṣáájú rẹ̀; ọkàn rẹ̀ kò sì pé pẹ̀lú Olúwa Ọlọ́run rẹ̀, gẹ́gẹ́ bí ọkàn Dafidi baba ńlá rẹ̀ ti ṣe.
ତାଙ୍କ ପୂର୍ବରେ ତାଙ୍କର ପିତା ଯେସବୁ ପାପ-ପଥରେ ଚାଲିଥିଲେ, ସେ ସେହିପରି ଚାଲିଲେ; ଆଉ ତାଙ୍କର ପୂର୍ବପୁରୁଷ ଦାଉଦଙ୍କର ଅନ୍ତଃକରଣ ଯେପରି ଥିଲା, ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନ ଥିଲା।
4 Ṣùgbọ́n, nítorí i Dafidi Olúwa Ọlọ́run rẹ̀ fún un ní ìmọ́lẹ̀ kan ní Jerusalẹmu nípa gbígbé ọmọ rẹ̀ ró láti jẹ ọba ní ipò rẹ̀ àti láti fi ìdí Jerusalẹmu múlẹ̀.
ତଥାପି ଦାଉଦଙ୍କ ସକାଶୁ ତାଙ୍କ ଉତ୍ତାରେ ତାଙ୍କର ପୁତ୍ରକୁ ସ୍ଥାପନ କରିବା ପାଇଁ ଓ ଯିରୂଶାଲମକୁ ସୁସ୍ଥିର କରିବା ପାଇଁ ସଦାପ୍ରଭୁ ତାଙ୍କର ପରମେଶ୍ୱର ଯିରୂଶାଲମରେ ତାଙ୍କୁ ଏକ ପ୍ରଦୀପ ଦେଲେ।
5 Nítorí tí Dafidi ṣe èyí tí ó dára ní ojú Olúwa, tí kò sì kùnà láti pa gbogbo èyí tí Olúwa pàṣẹ fún un mọ́ ní ọjọ́ ayé rẹ̀ gbogbo; bí kò ṣe ní kìkì ọ̀ràn Uriah ará Hiti.
କାରଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ଦାଉଦ କରିଥିଲେ ଓ କେବଳ ହିତ୍ତୀୟ ଊରୀୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ଆପଣାର ଯାବଜ୍ଜୀବନ ତାହାଙ୍କର ଦତ୍ତ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ।
6 Ogun sì wà láàrín Rehoboamu àti Jeroboamu ní gbogbo ọjọ́ ayé Abijah.
ଆଉ ଯାରବୀୟାମଙ୍କର ଯାବଜ୍ଜୀବନ ତାଙ୍କର ଓ ରିହବୀୟାମଙ୍କର ମଧ୍ୟରେ ଯୁଦ୍ଧ ଚାଲିଲା।
7 Ní ti ìyókù ìṣe Abijah, àti gbogbo èyí tí ó ṣe, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Juda? Ogun sì wà láàrín Abijah àti Jeroboamu.
ପୁଣି, ଅବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କି ଯିହୁଦା-ରାଜାଗଣର ଇତିହାସ ପୁସ୍ତକରେ ଲେଖା ନାହିଁ? ଆଉ ଅବୀୟାମ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ଥିଲା।
8 Abijah sì sùn pẹ̀lú àwọn baba rẹ̀, a sì sin ín ní ìlú Dafidi. Asa ọmọ rẹ̀ sì jẹ ọba ní ipò rẹ̀.
ପୁଣି, ଅବୀୟାମଙ୍କ ମୃତ୍ୟୁ ପରେ, ଲୋକମାନେ ତାହାଙ୍କୁ ଦାଉଦ-ନଗରରେ କବର ଦେଲେ; ତହୁଁ ତାଙ୍କର ପୁତ୍ର ଆସା ତାହାଙ୍କ ପଦରେ ରାଜ୍ୟ କଲେ।
9 Ní ogún ọdún Jeroboamu ọba Israẹli, Asa jẹ ọba lórí Juda,
ଇସ୍ରାଏଲର ରାଜା ଯାରବୀୟାମଙ୍କର ରାଜତ୍ଵର କୋଡ଼ିଏ ବର୍ଷରେ ଆସା ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ।
10 Ó sì jẹ ọba ní Jerusalẹmu ní ọdún mọ́kànlélógójì. Orúkọ ìyá ńlá rẹ̀ sì ni Maaka, ọmọbìnrin Absalomu.
ସେ ଯିରୂଶାଲମରେ ଏକଚାଳିଶ ବର୍ଷ ରାଜତ୍ୱ କଲେ, ଆଉ ତାଙ୍କର ମାତାମହୀର ନାମ ମାଖା, ସେ ଅବଶାଲୋମର କନ୍ୟା ଥିଲା।
11 Asa sì ṣe èyí tí ó dára lójú Olúwa, bí Dafidi baba rẹ̀ ti ṣe.
ପୁଣି, ଆସା ଆପଣା ପୂର୍ବପୁରୁଷ ଦାଉଦଙ୍କର ନ୍ୟାୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ, ତାହା କଲେ।
12 Ó sì mú àwọn ọkùnrin alágbèrè ojúbọ òrìṣà kúrò ní ilẹ̀ náà, ó sì kó gbogbo ère tí àwọn baba rẹ̀ ti ṣe kúrò.
ଆଉ ସେ ଦେଶରୁ ସଦୋମୀମାନଙ୍କୁ ତଡ଼ିଦେଲେ ଓ ଆପଣା ପିତୃଗଣ ନିର୍ମିତ ଦେବତା ସମସ୍ତ ଦୂର କରିଦେଲେ।
13 Ó sì mú Maaka ìyá ńlá rẹ̀ kúrò láti máa ṣe ayaba, nítorí tí ó yá ère kan fún Aṣerah òrìṣà rẹ̀. Asa sì ké ère náà lulẹ̀, ó sì jó o ní àfonífojì Kidironi.
ମଧ୍ୟ ଆପଣା ମାତାମହୀ ମାଖା ଆଶେରା ଦେବୀ ରୂପେ ଏକ ଘୃଣାଯୋଗ୍ୟ ପ୍ରତିମା ନିର୍ମାଣ କରିଥିବାରୁ ସେ ତାହାକୁ ରାଣୀପଦରୁ ଚ୍ୟୁତ କଲେ ଓ ଆସା ତାହାର ସେହି ପ୍ରତିମା ଛେଦନ କରି କିଦ୍ରୋଣ ନଦୀ ନିକଟରେ ତାହା ପୋଡ଼ି ଦେଲେ।
14 Ṣùgbọ́n kò mú àwọn ibi gíga kúrò, síbẹ̀ ọkàn Asa pé pẹ̀lú Olúwa ní ọjọ́ ayé rẹ̀ gbogbo.
ମାତ୍ର ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; ତଥାପି ଆସାଙ୍କର ଅନ୍ତଃକରଣ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ସିଦ୍ଧ ଥିଲା।
15 Ó sì mú wúrà àti fàdákà àti àwọn ohun èlò tí òun àti baba rẹ̀ ti yà sí mímọ́ wọ ilé Olúwa.
ପୁଣି, ସେ ଆପଣା ପିତାଙ୍କର ପ୍ରତିଷ୍ଠିତ, ଆପଣାର ପ୍ରତିଷ୍ଠିତ ରୂପା, ସୁନା ଓ ପାତ୍ରସବୁ ସଦାପ୍ରଭୁଙ୍କ ଗୃହକୁ ଆଣିଲେ।
16 Ogun sì wà láàrín Asa àti Baaṣa ọba Israẹli ní gbogbo ọjọ́ ayé wọn.
ପୁଣି, ଆସା ଓ ଇସ୍ରାଏଲର ରାଜା ବାଶାଙ୍କ ମଧ୍ୟରେ ସେମାନଙ୍କର ଯାବଜ୍ଜୀବନ ଯୁଦ୍ଧ ଚାଲିଲା।
17 Baaṣa, ọba Israẹli sì gòkè lọ sí Juda, ó sì kọ́ Rama láti má jẹ́ kí ẹnikẹ́ni jáde tàbí wọlé tọ Asa ọba lọ.
ଆଉ ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ।
18 Nígbà náà ni Asa mú gbogbo fàdákà àti wúrà tí ó kù nínú ìṣúra ilé Olúwa àti ìṣúra ilé ọba. Ó sì fi lé àwọn ìránṣẹ́ rẹ̀ lọ́wọ́, ó sì rán wọn lọ sí ọ̀dọ̀ Beni-Hadadi ọmọ Tabrimoni, ọmọ Hesioni ọba Siria tí ó ń gbé ní Damasku.
ତହିଁରେ ଆସା ସଦାପ୍ରଭୁଙ୍କ ଗୃହର ଭଣ୍ଡାରରୁ, ରାଜଗୃହର ଭଣ୍ଡାରରୁ ଅବଶିଷ୍ଟ ସବୁ ରୂପା ଓ ସୁନା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ ଓ ଆସା ରାଜା ହିଷୀୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନ୍‍ହଦଦ୍‍ ନାମକ ଦମ୍ମେଶକ ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ,
19 Ó sì wí pé, “Jẹ́ kí májẹ̀mú kí ó wà láàrín èmi àti ìwọ, bí ó sì ti wà láàrín baba mi àti baba rẹ. Wò ó, Èmi rán ọrẹ fàdákà àti wúrà sí ọ. Ǹjẹ́ nísinsin yìí, da májẹ̀mú rẹ pẹ̀lú Baaṣa, ọba Israẹli, kí ó lè lọ kúrò lọ́dọ̀ mi.”
“ମୋର ଓ ତୁମ୍ଭ ମଧ୍ୟରେ, ମୋʼ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ନିୟମ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନାର ଭେଟି ପଠାଇଲି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗିଦିଅ, ତହିଁରେ ସେ ମୋʼ ନିକଟରୁ ପ୍ରସ୍ଥାନ କରିବ।”
20 Beni-Hadadi gba ti Asa ọba, ó sì rán àwọn alágbára olórí ogun rẹ̀ sí àwọn ìlú Israẹli. Ó sì ṣẹ́gun Ijoni, Dani àti Abeli-Beti-Maaka, àti gbogbo Kinnereti pẹ̀lú gbogbo ilẹ̀ Naftali.
ଏଥିରେ ବିନ୍‍ହଦଦ୍‍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲର ନାନା ନଗର ବିରୁଦ୍ଧରେ ପଠାଇ ଇୟୋନ୍‍, ଦାନ୍, ଆବେଲ୍‍-ବେଥ୍-ମାଖା, ସମୁଦାୟ କିନ୍ନେରତ୍‍ ଓ ନପ୍ତାଲିର ସମସ୍ତ ଦେଶ ପରାସ୍ତ କଲା।
21 Nígbà tí Baaṣa sì gbọ́ èyí, ó sì ṣíwọ́ kíkọ́ Rama, ó sì lọ kúrò sí Tirsa.
ତହୁଁ ବାଶା ଏହି କଥା ଶୁଣି ରାମା ଦୃଢ଼କରଣରୁ କ୍ଷାନ୍ତ ହୋଇ ତିର୍ସାରେ ବାସ କଲେ।
22 Nígbà náà ni Asa ọba kéde ká gbogbo Juda, kò dá ẹnìkan sí, wọ́n sì kó òkúta Rama kúrò àti igi rẹ̀, tí Baaṣa fi kọ́lé. Asa ọba sì fi wọ́n kọ́ Geba ti Benjamini àti Mispa.
ତେବେ ଆସା ରାଜା ସମୁଦାୟ ଯିହୁଦା ନିକଟରେ ଘୋଷଣା କଲେ; କାହାକୁ ହିଁ ଛାଡ଼ିଲେ ନାହିଁ; ତହୁଁ ବାଶା ଯେଉଁ ପ୍ରସ୍ତର ଓ କାଷ୍ଠ ନେଇ ରାମା ନଗର ନିର୍ମାଣ କରିଥିଲେ, ତାହାସବୁ ସେମାନେ ବହି ନେଇଗଲେ। ତହିଁରେ ଆସା ରାଜା ବିନ୍ୟାମୀନ୍‍ର ଗେବା ଓ ମିସ୍ପା ନଗର ଦୃଢ଼ କଲେ।
23 Ní ti ìyókù gbogbo ìṣe Asa, àti gbogbo agbára rẹ̀, àti gbogbo ohun tí ó ṣe, àti àwọn ìlú tí ó kọ́, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Juda? Ṣùgbọ́n, ní ìgbà ogbó rẹ̀, ààrùn ṣe é ní ẹsẹ̀ rẹ̀.
ଏହି ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ଓ ସମସ୍ତ କ୍ରିୟା, ପୁଣି, ଯେ ଯେ ନଗର ସେ ଦୃଢ଼ କରିଥିଲେ, ସେହି ସବୁ କଥା କି ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ମାତ୍ର ବୃଦ୍ଧାବସ୍ଥାରେ ତାଙ୍କର ପାଦରେ ରୋଗ ହୋଇଥିଲା।
24 Asa sì sùn pẹ̀lú àwọn baba rẹ̀, a sì sin ín pẹ̀lú àwọn baba rẹ̀ ní ìlú Dafidi baba rẹ̀. Jehoṣafati ọmọ rẹ̀ sì jẹ ọba ní ipò rẹ̀.
ଏଥିଉତ୍ତାରେ ଆସାଙ୍କ ମୃତ୍ୟୁ ପରେ, ସେ ଆପଣା ପିତା ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ, ପୁଣି, ତାଙ୍କର ପୁତ୍ର ଯିହୋଶାଫଟ୍‍ ତାହାଙ୍କ ପଦରେ ରାଜ୍ୟ କଲେ।
25 Nadabu ọmọ Jeroboamu sì jẹ ọba lórí Israẹli ní ọdún kejì Asa ọba Juda, ó sì jẹ ọba lórí Israẹli ní ọdún méjì.
ଯିହୁଦାର ଆସା ରାଜାଙ୍କର ରାଜତ୍ଵର ଦ୍ୱିତୀୟ ବର୍ଷରେ ଯାରବୀୟାମଙ୍କର ପୁତ୍ର ନାଦବ୍‍ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜ୍ୟ କଲେ।
26 Ó sì ṣe búburú níwájú Olúwa, ó sì rìn ní ọ̀nà baba rẹ̀ àti nínú ẹ̀ṣẹ̀ rẹ̀, èyí tí ó mú Israẹli dá.
ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଆପଣା ପିତାଙ୍କର ପଥରେ ଓ ତାଙ୍କର ପିତା ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ସେହି ପାପରେ ଚାଲିଲେ।
27 Baaṣa ọmọ Ahijah ti ilé Isakari sì dìtẹ̀ sí i, Baaṣa sì kọlù ú ní Gibetoni, ìlú àwọn ará Filistini, nígbà tí Nadabu àti gbogbo Israẹli dó ti Gibetoni.
ଏଥିଉତ୍ତାରେ ଇଷାଖର ବଂଶୀୟ ଅହୀୟର ପୁତ୍ର ବାଶା ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ପୁଣି, ବାଶା ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ନଗର ନିକଟରେ ତାଙ୍କୁ ବଧ କଲେ; କାରଣ ନାଦବ୍‍ ଓ ସମସ୍ତ ଇସ୍ରାଏଲ ସେସମୟରେ ଗିବ୍ବଥୋନ ଅବରୋଧ କରୁଥିଲେ।
28 Baaṣa sì pa Nadabu ní ọdún kẹta Asa ọba Juda, ó sì jẹ ọba ní ipò rẹ̀.
ଯିହୁଦାର ଆସା ରାଜାଙ୍କ ରାଜତ୍ଵର ତୃତୀୟ ବର୍ଷରେ ବାଶା ନାଦବ୍‍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ।
29 Ó sì ṣe, bí ó sì ti bẹ̀rẹ̀ sí ní jẹ ọba ó pa gbogbo ilé Jeroboamu, kò sì ku ẹnìkan tí ń mí fún Jeroboamu, ṣùgbọ́n ó run gbogbo wọn, gẹ́gẹ́ bí ọ̀rọ̀ Olúwa, tí ó sọ nípa ọwọ́ ìránṣẹ́ rẹ̀ Ahijah ará Ṣilo.
ପୁଣି, ସେ ରାଜା ହେବାକ୍ଷଣେ ଯାରବୀୟାମଙ୍କର ସମୁଦାୟ ବଂଶକୁ ଉଚ୍ଛିନ୍ନ କଲେ; ସଦାପ୍ରଭୁ ଆପଣା ଦାସ ଶୀଲୋନୀୟ ଅହୀୟ ହସ୍ତରେ ଯେଉଁ କଥା କହିଥିଲେ, ତଦନୁସାରେ ବାଶା ଯାରବୀୟାମଙ୍କର ଏକ ପ୍ରାଣୀକୁ ହିଁ ଅବଶିଷ୍ଟ ରଖିଲେ ନାହିଁ, ସମସ୍ତଙ୍କୁ ସଂହାର କଲେ।
30 Nítorí ẹ̀ṣẹ̀ tí Jeroboamu ti ṣẹ̀ àti tí ó mú Israẹli ṣẹ̀, àti nítorí tí ó ti mú Olúwa Ọlọ́run Israẹli bínú.
କାରଣ ଯାରବୀୟାମ ନିଜେ ପାପ କରି ତଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଲେ ଓ ବିରକ୍ତିଜନକ କର୍ମ ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କଲେ।
31 Ní ti ìyókù ìṣe Nadabu àti gbogbo ohun tí ó ṣe, a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Israẹli?
ଏହି ନାଦବ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସକଳ କ୍ରିୟା କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
32 Ogun sì wà láàrín Asa àti Baaṣa ọba Israẹli ní gbogbo ọjọ́ wọn.
ପୁଣି, ଆସା ଓ ଇସ୍ରାଏଲର ରାଜା ବାଶାଙ୍କର ମଧ୍ୟରେ ସେମାନଙ୍କର ଯାବଜ୍ଜୀବନ ଯୁଦ୍ଧ ଚାଲିଲା।
33 Ní ọdún kẹta Asa ọba Juda, Baaṣa ọmọ Ahijah sì jẹ ọba lórí gbogbo Israẹli ní Tirsa, ó sì jẹ ọba ní ọdún mẹ́rìnlélógún.
ଯିହୁଦାର ଆସା ରାଜାଙ୍କର ରାଜତ୍ଵର ତୃତୀୟ ବର୍ଷରେ ଅହୀୟର ପୁତ୍ର ବାଶା ତିର୍ସାରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଚବିଶ ବର୍ଷ ରାଜତ୍ୱ କଲେ।
34 Ó sì ṣe búburú níwájú Olúwa, ó sì rìn ní ọ̀nà Jeroboamu àti nínú ẹ̀ṣẹ̀ rẹ̀, èyí tí ó ti mú Israẹli ṣẹ̀.
ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଯାରବୀୟାମଙ୍କର ପଥରେ ଓ ଯଦ୍ଦ୍ୱାରା ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ଚାଲିଲେ।

< 1 Kings 15 >