< 1 Kings 14 >

1 Ní àkókò náà Abijah ọmọ Jeroboamu sì ṣàìsàn,
ସେହି ସମୟରେ ଯାରବୀୟାମଙ୍କର ପୁତ୍ର ଅବୀୟ ପୀଡ଼ିତ ହେଲା।
2 Jeroboamu sì wí fún aya rẹ̀ pé, “Lọ, sì pa ara rẹ dà, kí wọn kí ó má ba à mọ̀ ọ́n ní aya Jeroboamu. Nígbà náà ni kí o lọ sí Ṣilo. Ahijah wòlíì wà níbẹ̀; ẹni tí ó sọ fún mi pé, èmi yóò jẹ ọba lórí àwọn ènìyàn yìí.
ତହୁଁ ଯାରବୀୟାମ ଆପଣା ଭାର୍ଯ୍ୟାକୁ କହିଲେ, “ମୁଁ ବିନୟ କରୁଅଛି, ଉଠ, ପୁଣି, ତୁମ୍ଭେ ଯାରବୀୟାମଙ୍କର ଭାର୍ଯ୍ୟା ବୋଲି ଯେପରି ଜଣା ନ ପଡ଼ିବ, ଏଥିପାଇଁ ଛଦ୍ମବେଶ ଧରି ଶୀଲୋକୁ ଯାଅ; ଦେଖ, ମୁଁ ଏହି ଲୋକଙ୍କ ଉପରେ ରାଜା ହେବି ବୋଲି ମୋʼ ବିଷୟରେ ଯେ କହିଥିଲା, ସେହି ଅହୀୟ ଭବିଷ୍ୟଦ୍‍ବକ୍ତା ସେଠାରେ ଅଛି।
3 Mú ìṣù àkàrà mẹ́wàá pẹ̀lú rẹ̀, àti àkàrà wẹ́wẹ́ àti ìgò oyin, kí o sì lọ sí ọ̀dọ̀ rẹ̀. Òun yóò sì sọ fún ọ ohun tí yóò ṣẹlẹ̀ sí ọmọkùnrin náà.”
ପୁଣି, ଆପଣା ସଙ୍ଗେ ଦଶ ରୁଟି ଓ କିଛି ତିଲୁଆ ଓ ଏକ ପାତ୍ର ମଧୁ ନେଇ ତାହା ନିକଟକୁ ଯାଅ; ବାଳକର କଅଣ ହେବ, ତାହା ସେ ତୁମ୍ଭକୁ ଜଣାଇବ।”
4 Bẹ́ẹ̀ ni aya Jeroboamu sì ṣe bí ó ti wí, ó sì lọ sí ilé Ahijah ní Ṣilo. Ahijah kò sì ríran; ojú rẹ̀ ti fọ́ nítorí ogbó rẹ̀.
ଏଥିରେ ଯାରବୀୟାମଙ୍କର ଭାର୍ଯ୍ୟା ସେପରି କଲା ଓ ସେ ଉଠି ଶୀଲୋକୁ ଯାଇ ଅହୀୟର ଗୃହରେ ଉପସ୍ଥିତ ହେଲା। ସେହି ସମୟରେ ଅହୀୟ ଦେଖି ପାରୁ ନ ଥିଲା; କାରଣ ବୟସ ହେତୁରୁ ତାହାର ଚକ୍ଷୁ ସ୍ତବ୍ଧ ହୋଇଥିଲା।
5 Ṣùgbọ́n Olúwa ti sọ fún Ahijah pé, “Kíyèsi i, aya Jeroboamu ń bọ̀ wá béèrè nípa ọmọ rẹ̀ lọ́wọ́ rẹ, nítorí tí ó ṣàìsàn, báyìí báyìí ni kí ìwọ kí ó wí fún un. Nígbà tí ó bá dé, yóò ṣe ara rẹ̀ bí ẹlòmíràn.”
ଏଥିମଧ୍ୟରେ ସଦାପ୍ରଭୁ ଅହୀୟଙ୍କୁ କହିଲେ, “ଦେଖ, ଯାରବୀୟାମଙ୍କର ଭାର୍ଯ୍ୟା ଆପଣା ପୁତ୍ର ବିଷୟ ପଚାରିବା ପାଇଁ ତୁମ୍ଭ ନିକଟକୁ ଆସୁଅଛି; କାରଣ ସେ ପୀଡ଼ିତ ଅଛି; ତାହାକୁ ତୁମ୍ଭେ ଏପରି ଏପରି କହିବ; କାରଣ ସେ ଆସିବା ବେଳେ ଆପଣାକୁ ଅନ୍ୟ ସ୍ତ୍ରୀ ପରି ଦେଖାଇବ।”
6 Bẹ́ẹ̀ ni ó sì rí, nígbà tí Ahijah sì gbọ́ ìró ẹsẹ̀ rẹ̀ ní ẹnu-ọ̀nà, ó sì wí pé, “Wọlé wá, aya Jeroboamu. Kí ló dé tí ìwọ fi ṣe ara rẹ bí ẹlòmíràn? A ti fi iṣẹ́ búburú rán mi sí ọ.
ଆଉ ସେ ଦ୍ୱାର ଦେଇ ଆସିବା ବେଳେ ଏପରି ହେଲା ଯେ, ଅହୀୟ ତାହାର ପାଦ-ଶବ୍ଦ ଶୁଣି କହିଲା, “ହେ ଯାରବୀୟାମଙ୍କର ଭାର୍ଯ୍ୟା, ତୁମ୍ଭେ ଭିତରକୁ ଆସ; କାହିଁକି ତୁମ୍ଭେ ଆପଣାକୁ ଅନ୍ୟ ପରି ଦେଖାଉଅଛ? ମୁଁ ଦୁଃସହନୀୟ ସମ୍ବାଦ ଦେବା ପାଇଁ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛି।
7 Lọ, sọ fún Jeroboamu pé báyìí ni Olúwa Ọlọ́run Israẹli wí, ‘Èmi sì gbé ọ ga láti inú àwọn ènìyàn, mo sì fi ọ́ jẹ olórí lórí Israẹli ènìyàn mi.
ତୁମ୍ଭେ ଯାଇ ଯାରବୀୟାମକୁ କୁହ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ‘ଆମ୍ଭେ ଲୋକମାନଙ୍କ ମଧ୍ୟରୁ ତୁମ୍ଭକୁ ଉନ୍ନତ କରି ଆମ୍ଭ ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ;
8 Mo fa ìjọba náà ya kúrò ní ilé Dafidi, mo sì fi fún ọ ṣùgbọ́n, ìwọ kò dàbí Dafidi ìránṣẹ́ mi, tí ó pa àṣẹ mi mọ́, tí ó sì tọ̀ mí lẹ́yìn tọkàntọkàn rẹ̀, láti ṣe kìkì èyí tí ó tọ́ ní ojú mi.
ଓ ଦାଉଦ-ବଂଶଠାରୁ ରାଜ୍ୟ ଚିରି ନେଇ ତୁମ୍ଭକୁ ଦେଲୁ; ତଥାପି ଆମ୍ଭ ଦାସ ଦାଉଦ, ଯେ ଆମ୍ଭ ଆଜ୍ଞାସବୁ ପାଳନ କଲା ଓ ଆମ୍ଭ ଦୃଷ୍ଟିରେ ଯାହା ଭଲ, କେବଳ ତାହା କରିବା ପାଇଁ ଆପଣା ସର୍ବାନ୍ତଃକରଣ ସହିତ ଆମ୍ଭର ଅନୁଗତ ହେଲା, ତାହା ପରି ତୁମ୍ଭେ ହୋଇ ନାହଁ;
9 Ìwọ sì ti ṣe búburú ju gbogbo àwọn tí ó ti wà ṣáájú rẹ lọ. Ìwọ sì ti ṣe àwọn ọlọ́run mìíràn fún ara rẹ, àwọn òrìṣà tí a gbẹ́; o sì ti mú mi bínú, o sì ti gbé mi sọ sí ẹ̀yìn rẹ.
ମାତ୍ର ତୁମ୍ଭ ପୂର୍ବରେ ଯେଉଁମାନେ ଥିଲେ, ସେସମସ୍ତଙ୍କ ଅପେକ୍ଷା ତୁମ୍ଭେ ଅଧିକ କୁକର୍ମ କରିଅଛ, ପୁଣି, ଆମ୍ଭକୁ ବିରକ୍ତ କରିବା ପାଇଁ ତୁମ୍ଭେ ଯାଇ ଆପଣା ନିମନ୍ତେ ଅନ୍ୟ ଦେବଗଣ ଓ ଛାଞ୍ଚରେ ଢଳା ପ୍ରତିମାମାନ ନିର୍ମାଣ କରିଅଛ ଓ ଆମ୍ଭକୁ ଆପଣା ପଛଆଡ଼େ ପକାଇ ଦେଇଅଛ;
10 “‘Nítorí èyí, Èmi yóò mú ibi wá sí ilé Jeroboamu. Èmi yóò ké gbogbo ọ̀dọ́mọkùnrin kúrò lọ́dọ̀ Jeroboamu, àti ọmọ ọ̀dọ̀ àti òmìnira ní Israẹli. Èmi yóò mú ilé Jeroboamu kúrò bí ènìyàn ti ń kó ìgbẹ́ kúrò, títí gbogbo rẹ̀ yóò fi tán.
ଏହେତୁ ଦେଖ, ଆମ୍ଭେ ଯାରବୀୟାମ-ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଯାରବୀୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଡୁ କରେ, ସେପରି ଆମ୍ଭେ ଯାରବୀୟାମ ଗୃହକୁ ନିଃଶେଷରେ ବିନାଶ କରିବା।
11 Ajá yóò jẹ ẹni Jeroboamu tí ó bá kú ní ìlú, àti ẹni tí ó bá kú ní igbó ni àwọn ẹyẹ ojú ọ̀run yóò jẹ. Olúwa ti sọ ọ́!’
ଯାରବୀୟାମର କେହି ନଗରରେ ମଲେ, କୁକ୍କୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାକୁ ଖାଇବେ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।’
12 “Ní ti ìwọ, padà lọ ilé, nígbà tí o bá sì fi ẹsẹ̀ rẹ tẹ ìlú, ọmọ náà yóò kú.
ଏନିମନ୍ତେ ତୁମ୍ଭେ ଉଠି ଆପଣା ଗୃହକୁ ଯାଅ; ନଗରରେ ତୁମ୍ଭ ପାଦ ପଡ଼ିଲା କ୍ଷଣେ ବାଳକ ମରିବ।
13 Gbogbo Israẹli yóò sì ṣọ̀fọ̀ fún un, wọn yóò sì sin ín. Òun nìkan ni a ó sì sin nínú ẹni tí ń ṣe ti Jeroboamu, nítorí lọ́dọ̀ rẹ̀ nìkan ni a ti rí ohun rere díẹ̀ sípa Olúwa Ọlọ́run Israẹli, ní ilé Jeroboamu.
ପୁଣି, ତାହା ନିମନ୍ତେ ସମୁଦାୟ ଇସ୍ରାଏଲ ଶୋକ କରି ତାହାକୁ କବର ଦେବେ; ମାତ୍ର ଯାରବୀୟାମ ସମ୍ପର୍କୀୟର କେବଳ ସେ ହିଁ କବର ପାଇବ; କାରଣ ଯାରବୀୟାମ-ବଂଶ ମଧ୍ୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ତାହାରିଠାରେ କିଛି ସଦ୍‍ଭାବ ଦେଖାଯାଇଅଛି।
14 “Olúwa yóò gbé ọba kan dìde fúnra rẹ̀ lórí Israẹli tí yóò ké ilé Jeroboamu kúrò. Ọjọ́ náà nìyìí! Kí ni? Àní nísinsin yìí.
ଆହୁରି ସଦାପ୍ରଭୁ ଆପଣା ପାଇଁ ଇସ୍ରାଏଲ ଉପରେ ଏକ ରାଜା ଉତ୍ପନ୍ନ କରିବେ, ସେ ସେହି ଦିନ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବ; ମାତ୍ର କଅଣ? ଏବେ ତାହା ଘଟିବ।
15 Olúwa yóò kọlu Israẹli, yóò sì dàbí koríko ti ń mì nínú omi. Yóò sì fa Israẹli tu kúrò ní ilẹ̀ rere yìí, tí ó ti fi fún àwọn baba wọn, yóò sì fọ́n wọn ká kọjá odò Eufurate, nítorí wọ́n ti rú ìbínú Olúwa nípa ṣíṣe ère Aṣerah.
କାରଣ ସଦାପ୍ରଭୁ ଜଳରେ ହଲିଲା ନଳ ପରି ଇସ୍ରାଏଲକୁ ଆଘାତ କରିବେ; ପୁଣି, ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ନଦୀ ସେପାରିରେ ସେମାନଙ୍କୁ ଛିନ୍ନଭିନ୍ନ କରିବେ; ଯେହେତୁ ସେମାନେ ଆପଣାମାନଙ୍କର ଆଶେରା ମୂର୍ତ୍ତିମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି।
16 Yóò sì kọ Israẹli sílẹ̀ nítorí ẹ̀ṣẹ̀ tí Jeroboamu ti ṣẹ̀ àti tí ó mú Israẹli ṣẹ̀.”
ପୁଣି, ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହି ସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ।”
17 Nígbà náà ni aya Jeroboamu sì dìde, ó sì lọ, ó sì lọ sí Tirsa. Bí ó sì ti fi ẹsẹ̀ tẹ ìloro ilé, ọmọdé náà sì kú.
ଏଉତ୍ତାରେ ଯାରବୀୟାମଙ୍କର ଭାର୍ଯ୍ୟା ଉଠି ଚାଲିଗଲା ଓ ତିର୍ସାରେ ଉପସ୍ଥିତ ହେଲା; ଆଉ ସେ ଗୃହର ଦ୍ୱାରବନ୍ଧ ନିକଟରେ ପହଞ୍ଚିଲା କ୍ଷଣେ ବାଳକ ମଲା।
18 Wọ́n sì sin ín, gbogbo Israẹli sì ṣọ̀fọ̀ rẹ̀, gẹ́gẹ́ bí Olúwa ti wí láti ẹnu ìránṣẹ́ rẹ̀, Ahijah wòlíì.
ତହିଁରେ ସଦାପ୍ରଭୁ ଆପଣା ଦାସ ଅହୀୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ଯେପରି କହିଥିଲେ, ତଦନୁସାରେ ସମସ୍ତ ଇସ୍ରାଏଲ ତାହାକୁ କବର ଦେଲେ ଓ ତାହା ପାଇଁ ଶୋକ କଲେ।
19 Ìyókù ìṣe Jeroboamu, bí ó ti jagun, àti bí ó ti jẹ ọba, ni a kọ sínú ìwé ọ̀rọ̀ ọjọ́ àwọn ọba Israẹli.
ଏହି ଯାରବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ସେ କିପରି ଯୁଦ୍ଧ କଲେ ଓ କିପରି ରାଜ୍ୟ କଲେ, ଦେଖ, ଏସବୁ ଇସ୍ରାଏଲୀୟ ରାଜାମାନଙ୍କର ଇତିହାସ ପୁସ୍ତକରେ ଲେଖାଅଛି।
20 Jeroboamu sì jẹ ọba fún ọdún méjìlélógún, ó sì sùn pẹ̀lú àwọn baba rẹ̀. Nadabu ọmọ rẹ̀ sì jẹ ọba ní ipò rẹ̀.
ପୁଣି, ଯାରବୀୟାମଙ୍କର ରାଜତ୍ୱକାଳ ବାଇଶ ବର୍ଷ; ତହିଁ ଉତ୍ତାରେ ସେ ମୃତ୍ୟୁବରଣ କଲା ପରେ ଆପଣା ପିତୃଗଣ ସହିତ କବର ପାଇଲେ ଓ ତାଙ୍କର ପୁତ୍ର ନାଦବ୍‍ ତାଙ୍କର ପଦରେ ରାଜ୍ୟ କଲେ।
21 Rehoboamu ọmọ Solomoni sì jẹ ọba ní Juda. Ó jẹ́ ẹni ọdún mọ́kànlélógún nígbà tí ó bẹ̀rẹ̀ sí ní jẹ ọba, ó sì jẹ ọba ní ọdún mọ́kànlélógún ní Jerusalẹmu, ìlú tí Olúwa ti yàn nínú gbogbo ẹ̀yà Israẹli láti fi orúkọ rẹ̀ síbẹ̀. Orúkọ ìyá rẹ̀ sì ni Naama, ará Ammoni.
ଶଲୋମନଙ୍କର ପୁତ୍ର ରିହବୀୟାମ ଯିହୁଦା ଦେଶରେ ରାଜ୍ୟ କଲେ। ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ରିହବୀୟାମଙ୍କୁ ଏକଚାଳିଶ ବର୍ଷ ବୟସ ହୋଇଥିଲା, ପୁଣି, ସଦାପ୍ରଭୁ ଆପଣା ନାମ ସ୍ଥାପନାର୍ଥେ ସମୁଦାୟ ଇସ୍ରାଏଲ ବଂଶ ମଧ୍ୟରୁ ଯେଉଁ ନଗର ମନୋନୀତ କରିଥିଲେ, ସେହି ଯିରୂଶାଲମରେ ସେ ସତର ବର୍ଷ ରାଜ୍ୟ କଲେ ଓ ତାଙ୍କର ମାତାର ନାମ ନୟମା ଯେ ଅମ୍ମୋନୀୟା ଥିଲେ।
22 Juda sì ṣe búburú níwájú Olúwa nípa ẹ̀ṣẹ̀ wọn tí wọ́n ti dá, wọ́n sì mú u jowú ju gbogbo èyí tí baba wọn ti ṣe lọ.
ମାତ୍ର ଯିହୁଦା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା; ପୁଣି, ସେମାନଙ୍କ ପୂର୍ବପୁରୁଷମାନେ ଯାହା ଯାହା କରିଥିଲେ, ସେସବୁ ଅପେକ୍ଷା ସେମାନେ ଆପଣାମାନଙ୍କ କୃତ ପାପ ଦ୍ୱାରା ତାହାଙ୍କୁ ଅଧିକ କୋପାନ୍ୱିତ କଲେ।
23 Wọ́n sì tún kọ́ ibi gíga fún ara wọn, àti ère òkúta àti òpó Aṣerah lórí gbogbo òkè gíga, àti lábẹ́ gbogbo igi tútù.
କାରଣ ସେମାନେ ମଧ୍ୟ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ହରିଦ୍‍ବର୍ଣ୍ଣ ବୃକ୍ଷ ମୂଳେ ଆପଣାମାନଙ୍କ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶେରା ମୂର୍ତ୍ତିମାନ ନିର୍ମାଣ କଲେ;
24 Àwọn tí wọn jẹ́ ọkùnrin alágbèrè ojúbọ òrìṣà wà ní ilẹ̀ náà, àwọn ènìyàn náà sì ṣe gẹ́gẹ́ bí gbogbo ohun ìríra àwọn orílẹ̀-èdè tí Olúwa ti lé jáde kúrò níwájú àwọn ọmọ Israẹli.
ପୁଣି, ଦେଶରେ ମଧ୍ୟ ସଦୋମୀ ଲୋକେ ଥିଲେ; ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଥିଲେ, ସେମାନଙ୍କର ସମସ୍ତ ଘୃଣାଯୋଗ୍ୟ କର୍ମାନୁସାରେ ସେମାନେ କର୍ମ କଲେ।
25 Ó sì ṣe ní ọdún karùn-ún Rehoboamu, Ṣiṣaki ọba Ejibiti kọlu Jerusalẹmu.
ଆଉ ରିହବୀୟାମ ରାଜାଙ୍କର ପଞ୍ଚମ ବର୍ଷରେ ମିସରର ରାଜା ଶୀଶକ୍‍ ଯିରୂଶାଲମ ବିରୁଦ୍ଧରେ ଆସିଲା;
26 Ó sì kó ìṣúra ilé Olúwa lọ àti ìṣúra ilé ọba. Gbogbo rẹ̀ ni ó kó lọ, pẹ̀lú asà wúrà tí Solomoni ti ṣe.
ପୁଣି, ସେ ସଦାପ୍ରଭୁଙ୍କ ଗୃହର ଧନ ଓ ରାଜଗୃହର ଧନ ନେଇଗଲା; ସେ ସମସ୍ତ ପଦାର୍ଥ ନେଇଗଲା; ଆହୁରି ଶଲୋମନଙ୍କର ନିର୍ମିତ ସୁବର୍ଣ୍ଣ-ଢାଲ ନେଇଗଲା।
27 Rehoboamu ọba sì ṣe asà idẹ ní ipò wọn, ó sì fi wọ́n sí ọwọ́ olórí àwọn olùṣọ́ tí ń ṣọ́ ìlẹ̀kùn ilé ọba.
ଏଥିରେ ରିହବୀୟାମ ରାଜା ସେସବୁର ବଦଳେ ପିତ୍ତଳ-ଢାଲ କରି ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ।
28 Nígbàkígbà tí ọba bá sì lọ sí ilé Olúwa, wọ́n á rù wọ́n, wọ́n á sì mú wọn padà sínú yàrá olùṣọ́.
ପୁଣି, ରାଜା ଯେତେ ଥର ସଦାପ୍ରଭୁଙ୍କ ଗୃହକୁ ଗଲେ, ସେତେଥର ପ୍ରହରୀମାନେ ତାହା ନେଇଗଲେ, ଆଉ ତାହାସବୁ ପ୍ରହରୀଶାଳାକୁ ଫେରାଇ ଆଣିଲେ।
29 Ní ti ìyókù ìṣe Rehoboamu, àti gbogbo ohun tí ó ṣe, ǹjẹ́ a kò ha kọ wọ́n sínú ìwé ọ̀rọ̀ ọjọ́ àwọn ọba Juda bí?
ଏହି ରିହବୀୟାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା କିମ୍ବା ଯିହୁଦା-ରାଜାଗଣର ଇତିହାସ ପୁସ୍ତକରେ ଲେଖା ନାହିଁ?
30 Ogun sì wà láàrín Rehoboamu àti Jeroboamu ní ọjọ́ wọn gbogbo.
ଏହି ରିହବୀୟାମ ଓ ଯାରବୀୟାମଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ଚାଲିଥିଲା।
31 Rehoboamu sì sùn pẹ̀lú àwọn baba rẹ̀, a sì sin ín pẹ̀lú wọn ní ìlú Dafidi. Orúkọ ìyá rẹ̀ sì ni Naama; ará Ammoni. Abijah ọmọ rẹ̀ sì jẹ ọba ní ipò rẹ̀.
ଏଉତ୍ତାରେ ରିହବୀୟାମ ମୃତ୍ୟୁବରଣ କଲେ ଓ ଆପଣା ପିତୃଲୋକଙ୍କ ସହିତ ଦାଉଦ-ନଗରରେ କବର ପାଇଲେ; ତାଙ୍କର ମାତାର ନାମ ନୟମା, ଯେ ଅମ୍ମୋନୀୟା ଥିଲେ। ଆଉ ତାଙ୍କର ପୁତ୍ର ଅବୀୟାମ ତାଙ୍କର ପଦରେ ରାଜ୍ୟ କଲେ।

< 1 Kings 14 >