< 1 Kings 11 >
1 Solomoni ọba fẹ́ ọ̀pọ̀ àjèjì obìnrin yàtọ̀ sí ọmọbìnrin Farao, àwọn ọmọbìnrin Moabu, àti ti Ammoni, ti Edomu, ti Sidoni àti ti àwọn ọmọ Hiti.
ଶଲୋମନ ରାଜା ଫାରୋର କନ୍ୟା ଛଡ଼ା ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୀଦୋନୀୟ ଓ ହିତ୍ତୀୟ ଅନେକ ବିଦେଶୀୟା ସ୍ତ୍ରୀମାନଙ୍କୁ ପ୍ରେମ କଲେ;
2 Wọ́n wá láti orílẹ̀-èdè tí Olúwa ti wí fún àwọn ọmọ Israẹli pé, “Ẹ̀yin kò gbọdọ̀ fẹ́ wọn níyàwó tàbí ní ọkọ, nítorí wọn yóò yí ọkàn yín padà sí òrìṣà wọn.” Síbẹ̀síbẹ̀ Solomoni fàmọ́ wọn ní ìfẹ́.
ଏହି ଗୋଷ୍ଠୀୟମାନଙ୍କ ବିଷୟରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ କହିଥିଲେ, “ତୁମ୍ଭେମାନେ ସେମାନଙ୍କ ମଧ୍ୟକୁ ଯିବ ନାହିଁ, କିଅବା ସେମାନେ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ ନାହିଁ; କାରଣ ସେମାନେ ନିଶ୍ଚୟ ଆପଣା ଆପଣା ଦେବଗଣ ପ୍ରତି ତୁମ୍ଭମାନଙ୍କ ମନକୁ ବିପଥଗାମୀ କରିବେ;” ଶଲୋମନ ଏମାନଙ୍କ ପ୍ରତି ପ୍ରେମରେ ଆସକ୍ତ ହେଲେ।
3 Ó sì ní ẹ̀ẹ́dẹ́gbẹ̀rin obìnrin, àwọn ọmọ ọba àti ọ̀ọ́dúnrún àlè, àwọn ìyàwó rẹ̀ sì yí i ní ọkàn padà.
ଏଣୁ ତାଙ୍କର ସାତ ଶହ ରାଜପତ୍ନୀ ଓ ତିନି ଶହ ଉପପତ୍ନୀ ହେଲେ; ଆଉ ତାଙ୍କର ପତ୍ନୀମାନେ ତାଙ୍କର ମନକୁ ବିପଥଗାମୀ କଲେ।
4 Bí Solomoni sì ti di arúgbó, àwọn ìyàwó rẹ̀ sì yí i ní ọkàn padà sí ọlọ́run mìíràn, ọkàn rẹ̀ kò sì ṣe déédé pẹ̀lú Olúwa Ọlọ́run rẹ̀, gẹ́gẹ́ bí ọkàn Dafidi baba rẹ̀ ti ṣe.
କାରଣ ଶଲୋମନ ବୃଦ୍ଧ ହୁଅନ୍ତେ ଏପରି ଘଟିଲା ଯେ, ତାଙ୍କର ପତ୍ନୀମାନେ ବିଦେଶୀୟ ଦେବତାଗଣ ପ୍ରତି ତାଙ୍କର ମନକୁ ବିପଥଗାମୀ କଲେ; ପୁଣି, ତାଙ୍କର ପିତା ଦାଉଦଙ୍କର ଅନ୍ତଃକରଣ ପରି ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା।
5 Solomoni tọ Aṣtoreti òrìṣà àwọn ará Sidoni lẹ́yìn, àti Moleki òrìṣà ìríra àwọn ọmọ Ammoni.
ମାତ୍ର ଶଲୋମନ ସୀଦୋନୀୟମାନଙ୍କ ଦେବୀ ଅଷ୍ଟାରୋତ୍ର ଓ ଅମ୍ମୋନୀୟମାନଙ୍କ ମିଲ୍କମ୍ ନାମକ ଘୃଣାଯୋଗ୍ୟ ଦେବତାର ପଶ୍ଚାତ୍ଗାମୀ ହେଲେ।
6 Bẹ́ẹ̀ ni Solomoni ṣe búburú níwájú Olúwa; kò sì tọ Olúwa lẹ́yìn ní pípé, bí Dafidi baba rẹ̀ ti ṣe.
ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ଶଲୋମନ କଲେ ଓ ଆପଣା ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାତ୍ଗାମୀ ନୋହିଲେ।
7 Lórí òkè tí ń bẹ níwájú Jerusalẹmu, Solomoni kọ́ ibi gíga kan fún Kemoṣi, òrìṣà ìríra Moabu, àti fún Moleki, òrìṣà ìríra àwọn ọmọ Ammoni.
ତହୁଁ ଶଲୋମନ ଯିରୂଶାଲମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ-ସନ୍ତାନଗଣର ମୋଲକ୍ ନାମକ ଘୃଣାଯୋଗ୍ୟ ଦେବତା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।
8 Bẹ́ẹ̀ ni ó sì ṣe bẹ́ẹ̀ fún gbogbo àwọn àjèjì obìnrin rẹ̀, ẹni tí ń sun tùràrí, tí wọ́n sì ń rú ẹbọ fún òrìṣà wọn.
ଏହିରୂପେ ତାଙ୍କର ଯେଉଁ ବିଦେଶୀୟା ପତ୍ନୀମାନେ ଆପଣା ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ ଓ ବଳିଦାନ କଲେ, ସେହି ସମସ୍ତଙ୍କ ପାଇଁ ସେ ସେହିପରି କଲେ।
9 Olúwa bínú sí Solomoni nítorí ọkàn rẹ̀ ti yípadà kúrò lọ́dọ̀ Olúwa Ọlọ́run Israẹli, tí ó ti fi ara hàn án lẹ́ẹ̀méjì.
ଏହେତୁ ସଦାପ୍ରଭୁ ଶଲୋମନଙ୍କ ପ୍ରତି କ୍ରୁଦ୍ଧ ହେଲେ, କାରଣ ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା; ସଦାପ୍ରଭୁ ତାଙ୍କୁ ଦୁଇ ଥର ଦର୍ଶନ ଦେଇଥିଲେ
10 Bí o tilẹ̀ jẹ́ pé ó ti kìlọ̀ fún Solomoni kí ó má ṣe tọ àwọn ọlọ́run mìíràn lẹ́yìn, ṣùgbọ́n Solomoni kò pa àṣẹ Olúwa mọ́.
ଓ ସେହି ବିଷୟରେ ଆଜ୍ଞା କରି ଅନ୍ୟ ଦେବଗଣର ପଶ୍ଚାତ୍ଗାମୀ ହେବାକୁ ନିଷେଧ କରିଥିଲେ; ମାତ୍ର ସଦାପ୍ରଭୁ ଯାହା ଆଜ୍ଞା କଲେ, ତାହା ସେ ପ୍ରତିପାଳନ କଲେ ନାହିଁ।
11 Nítorí náà Olúwa wí fún Solomoni pé, “Nítorí bí ìwọ ti ṣe nǹkan yìí, tí ìwọ kò sì pa májẹ̀mú mi àti àṣẹ mi mọ́, tí mo ti pàṣẹ fún ọ, dájúdájú èmi yóò fa ìjọba ya kúrò lọ́wọ́ rẹ, èmi yóò sì fi fún ẹlòmíràn.
ଏହେତୁ ସଦାପ୍ରଭୁ ଶଲୋମନଙ୍କୁ କହିଲେ, “ତୁମ୍ଭ ଦ୍ୱାରା ଏହିପରି ହେବାରୁ ଓ ଆମ୍ଭେ ତୁମ୍ଭକୁ ଆପଣାର ଯେଉଁ ନିୟମ ଓ ବିଧି ଆଜ୍ଞା କଲୁ, ତାହା ତୁମ୍ଭେ ପାଳନ ନ କରିବାରୁ ଆମ୍ଭେ ନିଶ୍ଚୟ ତୁମ୍ଭଠାରୁ ରାଜ୍ୟ ଚିରି ନେଇ ତୁମ୍ଭ ଦାସକୁ ଦେବା।
12 Ṣùgbọ́n, nítorí Dafidi baba rẹ, Èmi kì yóò ṣe é ní ọjọ́ rẹ. Èmi yóò fà á ya kúrò lọ́wọ́ ọmọ rẹ.
ତଥାପି ତୁମ୍ଭ ପିତା ଦାଉଦଙ୍କ ସକାଶୁ ଆମ୍ଭେ ତୁମ୍ଭ ସମୟରେ ଏହା କରିବା ନାହିଁ; ମାତ୍ର ଆମ୍ଭେ ତୁମ୍ଭ ପୁତ୍ର ହସ୍ତରୁ ତାହା ଚିରି ନେବା।
13 Síbẹ̀ èmi kì yóò fa gbogbo ìjọba náà ya, ṣùgbọ́n èmi yóò fi ẹ̀yà kan fún ọmọ rẹ nítorí Dafidi ìránṣẹ́ mi, àti nítorí Jerusalẹmu tí èmi ti yàn.”
ତଥାପି ସମୁଦାୟ ରାଜ୍ୟ ଚିରି ନେବା ନାହିଁ; ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଆମ୍ଭର ମନୋନୀତ ଯିରୂଶାଲମ ସକାଶୁ ଆମ୍ଭେ ତୁମ୍ଭ ପୁତ୍ରକୁ ଏକ ଗୋଷ୍ଠୀ ଦେବା।”
14 Nígbà náà ni Olúwa gbé ọ̀tá kan dìde sí Solomoni, Hadadi ará Edomu ìdílé ọba ni ó ti wá ní Edomu.
ଏଥିଉତ୍ତାରେ ସଦାପ୍ରଭୁ ଇଦୋମୀୟ ହଦଦ୍କୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ; ସେ ଇଦୋମୀୟ ରାଜବଂଶଜ ଥିଲେ।
15 Ó sì ṣe, nígbà tí Dafidi wà ní Edomu, Joabu olórí ogun sì gòkè lọ láti sin àwọn ọmọ-ogun Israẹli ti a pa lójú ogun, ó sì pa gbogbo ọkùnrin Edomu.
ଯେତେବେଳେ ଦାଉଦ ଇଦୋମରେ ଥିଲେ ଓ ଯୋୟାବ ସେନାପତି ହତ ଲୋକମାନଙ୍କୁ କବର ଦେବା ପାଇଁ ଯାଇ ଇଦୋମର ପ୍ରତ୍ୟେକ ପୁରୁଷକୁ ଆଘାତ କରିଥିଲା;
16 Nítorí Joabu àti gbogbo Israẹli sì dúró níbẹ̀ fún oṣù mẹ́fà, títí wọ́n fi pa gbogbo ọkùnrin Edomu run.
ସେତେବେଳେ ଯୋୟାବ ଓ ସମଗ୍ର ଇସ୍ରାଏଲ ଇଦୋମର ପ୍ରତ୍ୟେକ ପୁରୁଷକୁ ଉଚ୍ଛିନ୍ନ ନ କରିବା ପର୍ଯ୍ୟନ୍ତ ଛଅ ମାସ କାଳ ସେଠାରେ ରହିଥିଲେ;
17 Ṣùgbọ́n Hadadi sálọ sí Ejibiti pẹ̀lú àwọn ará Edomu tí wọ́n jẹ́ ìránṣẹ́ baba rẹ̀. Hadadi sì wà ní ọmọdé nígbà náà.
ସେସମୟରେ ହଦଦ୍ ଓ ତାହା ସଙ୍ଗେ ତାହା ପିତାର ଦାସ କେତେକ ଇଦୋମୀୟ ଲୋକ ମିସରକୁ ପଳାଇ ଯାଇଥିଲେ; ସେତେବେଳେ ହଦଦ୍ ସାନ ବାଳକ ଥିଲା।
18 Wọ́n sì dìde kúrò ní Midiani, wọ́n sì lọ sí Parani. Nígbà náà ni wọ́n mú ènìyàn pẹ̀lú wọn láti Parani wá, wọ́n sì lọ sí Ejibiti, sọ́dọ̀ Farao ọba Ejibiti ẹni tí ó fún Hadadi ní ilé àti ilẹ̀, ó sì fún un ní oúnjẹ.
ସେମାନେ ମିଦୀୟନଠାରୁ ଉଠି ପାରଣକୁ ଆସିଲେ; ପୁଣି, ପାରଣରୁ ସଙ୍ଗରେ ଲୋକ ନେଇ ମିସରରେ ମିସରର ରାଜା ଫାରୋ ନିକଟରେ ଉପସ୍ଥିତ ହେଲେ; ସେ ତାହାକୁ ଗୃହ ଦେଇ ତାହା ପାଇଁ ଖାଦ୍ୟସାମଗ୍ରୀ ନିରୂପଣ କରି ତାହାକୁ ଭୂମି ଦେଲା।
19 Inú Farao sì dùn sí Hadadi púpọ̀ tí ó fi fún un ní arábìnrin aya rẹ̀ ní aya, arábìnrin Tapenesi, ayaba.
ପୁଣି, ହଦଦ୍ ଫାରୋ ଦୃଷ୍ଟିରେ ଅତିଶୟ ଅନୁଗ୍ରହ ପାଇଲା, ତେଣୁ ସେ ଆପଣା ଭାର୍ଯ୍ୟା ତହପନେଷ୍ ରାଣୀର ଭଗିନୀକୁ ତାହା ସଙ୍ଗେ ବିବାହ ଦେଲା;
20 Arábìnrin Tapenesi bí ọmọkùnrin kan fún un tí à ń pe orúkọ rẹ̀ ní Genubati, ẹni tí Tapenesi tọ́ dàgbà ní ààfin ọba. Níbẹ̀ ni Genubati ń gbé pẹ̀lú àwọn ọmọ Farao fúnra rẹ̀.
ଏଉତ୍ତାରେ ତହପନେଷ୍ର ଭଗିନୀ ତାହାର ଔରସରେ ଗନୁବତ୍ ନାମକ ପୁତ୍ର ପ୍ରସବ କଲା, ତହିଁରେ ତହପନେଷ୍ ଫାରୋର ଗୃହରେ ତାହାର ସ୍ତନ୍ୟତ୍ୟାଗ କରାଇଲା; ଆଉ ଗନୁବତ୍ ଫାରୋର ଗୃହରେ ଫାରୋର ପୁତ୍ରମାନଙ୍କ ସଙ୍ଗରେ ରହିଲା।
21 Nígbà tí ó sì wà ní Ejibiti, Hadadi sì gbọ́ pé Dafidi ti sùn pẹ̀lú àwọn baba rẹ̀, àti pé Joabu olórí ogun sì ti kú pẹ̀lú. Nígbà náà ni Hadadi wí fún Farao pé, “Jẹ́ kí n lọ, kí èmi kí ó le padà sí ìlú mi.”
ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କରିଅଛି ଓ ସେନାପତି ଯୋୟାବ ମରିଅଛି, ଏହି ସମାଚାର ହଦଦ୍ ମିସରରେ ଶୁଣନ୍ତେ ଫାରୋକୁ କହିଲା, “ମୋତେ ପ୍ରସ୍ଥାନ କରିବାକୁ ଅନୁମତି ଦେଉନ୍ତୁ, ମୁଁ ସ୍ୱଦେଶକୁ ଯିବି।”
22 Farao sì wí fún un pé, “Kí ni ìwọ ṣe aláìní níbí, tí ìwọ fi fẹ́ padà lọ sí ìlú rẹ?” Hadadi sì wí pé, “Kò sí nǹkan, ṣùgbọ́n sá à jẹ́ kí èmi kí ó lọ!”
ତହିଁରେ ଫାରୋ ତାହାକୁ କହିଲା, “ମାତ୍ର ମୋʼ ସଙ୍ଗେ ଥାଇ ତୁମ୍ଭର କି ଅଭାବ ହେଲା ଯେ, ଦେଖ, ତୁମ୍ଭେ ସ୍ୱଦେଶକୁ ଯିବା ପାଇଁ ବାଞ୍ଛା କରୁଅଛ?” ଏଥିରେ ସେ ଉତ୍ତର କଲା, “କିଛି ନାହିଁ; ତଥାପି କୌଣସିମତେ ପ୍ରସ୍ଥାନ କରିବା ପାଇଁ ମୋତେ ଅନୁମତି ଦେଉନ୍ତୁ।”
23 Ọlọ́run sì gbé ọ̀tá mìíràn dìde sí Solomoni, Resoni ọmọ Eliada, ẹni tí ó ti sá kúrò lọ́dọ̀ Hadadeseri olúwa rẹ̀, ọba Soba.
ଆହୁରି ପରମେଶ୍ୱର ଇଲୀୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ, ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା;
24 Ó sì kó ènìyàn jọ sọ́dọ̀ ara rẹ̀, ó sì di olórí ogun ẹgbẹ́ kan, nígbà tí Dafidi fi pa ogun Soba run; wọ́n sì lọ sí Damasku, wọ́n ń gbé ibẹ̀, wọ́n sì jẹ ọba ní Damasku.
ଯେଉଁ ସମୟରେ ଦାଉଦ ସୋବାର ଲୋକମାନଙ୍କୁ ବଧ କଲେ, ସେସମୟରେ ସେ ଆପଣା ନିକଟରେ ଲୋକମାନଙ୍କୁ ସଂଗ୍ରହ କରି ଏକ ଦଳପତି ହୋଇଥିଲା; ତହିଁ ଉତ୍ତାରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କରି ଦମ୍ମେଶକରେ ରାଜ୍ୟ କଲେ।
25 Resoni sì jẹ́ ọ̀tá Israẹli ní gbogbo ọjọ́ Solomoni, ó ń pa kún ibi ti Hadadi ṣe. Bẹ́ẹ̀ ni Resoni jẹ ọba ní Siria, ó sì ṣòdì sí Israẹli.
ଆଉ ସେ ହଦଦ୍ର କୃତ ମନ୍ଦ କର୍ମ ଛଡ଼ା ଶଲୋମନଙ୍କର ଯାବଜ୍ଜୀବନ ଇସ୍ରାଏଲର ବିପକ୍ଷ ହୋଇଥିଲା; ସେ ଇସ୍ରାଏଲକୁ ଘୃଣା କରି ଅରାମ ଉପରେ ରାଜ୍ୟ କଲା।
26 Bákan náà Jeroboamu ọmọ Nebati sì ṣọ̀tẹ̀ sí ọba. Ó sì jẹ́ ọ̀kan lára àwọn ìránṣẹ́ Solomoni, ará Efraimu ti Sereda, ìyá rẹ̀ sì jẹ́ opó, orúkọ rẹ̀ ni Serua.
ପୁଣି, ସରେଦା ନିବାସୀ ଇଫ୍ରୟିମୀୟ ନବାଟର ପୁତ୍ର ଶଲୋମନଙ୍କର ଦାସ ଯାରବୀୟାମ ମଧ୍ୟ ରାଜାଙ୍କର ପ୍ରତିକୂଳରେ ଆପଣା ହସ୍ତ ଉଠାଇଲେ; ତାଙ୍କର ମାତାର ନାମ ସରୁୟା, ସେ ଏକ ବିଧବା ସ୍ତ୍ରୀ ଥିଲା।
27 Èyí sì ni ìdí tí ó fi ṣọ̀tẹ̀ sí ọba: Solomoni kọ́ Millo, ó sì di ẹ̀yà ìlú Dafidi baba rẹ̀.
ରାଜାଙ୍କ ପ୍ରତିକୂଳରେ ତାଙ୍କର ହସ୍ତ ଉଠାଇବାର କାରଣ ଏହି; ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ଭଗ୍ନ ସ୍ଥାନ ପୁନଃନିର୍ମାଣ କରୁଥିଲେ।
28 Jeroboamu jẹ́ ọkùnrin alágbára, nígbà tí Solomoni sì rí bí ọ̀dọ́mọkùnrin náà ti ṣe iṣẹ́ rẹ̀ dáradára, ó fi í ṣe olórí iṣẹ́ ìrú ilé Josẹfu.
ସେସମୟରେ ଯାରବୀୟାମ ମହାବିକ୍ରମଶାଳୀ ପୁରୁଷ ଥିଲେ; ଏଣୁ ଶଲୋମନ ସେହି ଯୁବା ଲୋକଙ୍କୁ ପରିଶ୍ରମୀ ଦେଖି ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ଅର୍ପଣ କଲେ।
29 Ó sì ṣe, ní àkókò náà Jeroboamu ń jáde kúrò ní Jerusalẹmu. Wòlíì Ahijah ti Ṣilo sì pàdé rẹ̀ lójú ọ̀nà, ó sì wọ agbádá tuntun. Àwọn méjèèjì nìkan ni ó sì ń bẹ ní oko,
ଘଟଣାକ୍ରମେ ସେହି ସମୟରେ ଯାରବୀୟାମ ଯିରୂଶାଲମର ବାହାରକୁ ଯାʼନ୍ତେ, ପଥରେ ଶୀଲୋନୀୟ ଅହୀୟ ଭବିଷ୍ୟଦ୍ବକ୍ତା ତାଙ୍କର ଦେଖା ପାଇଲା; ଅହୀୟ ଆପଣାକୁ ନୂତନ ବସ୍ତ୍ରରେ ଆଚ୍ଛାଦନ କରିଥିଲା ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ।
30 Ahijah sì gbá agbádá tuntun tí ó wọ̀ mú, ó sì fà á ya sí ọ̀nà méjìlá.
ତହିଁରେ ଅହୀୟ ଆପଣା ଦେହର ନୂତନ ବସ୍ତ୍ର ଧରି ବାରଖଣ୍ଡ କରି ଚିରିଲା।
31 Nígbà náà ni ó sọ fún Jeroboamu pé, “Mú ọ̀nà mẹ́wàá fún ara rẹ, nítorí báyìí ni Olúwa Ọlọ́run Israẹli wí pé, ‘Wò ó, èmi yóò fa ìjọba náà ya kúrò ní ọwọ́ Solomoni, èmi yóò sì fi ẹ̀yà mẹ́wàá fún ọ.
ଆଉ ଯାରବୀୟାମଙ୍କୁ କହିଲା, “ତୁମ୍ଭେ ଆପଣା ପାଇଁ ଦଶ ଖଣ୍ଡ ନିଅ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରି ନେବା ଓ ତୁମ୍ଭକୁ ଦଶ ଗୋଷ୍ଠୀ ଦେବା।
32 Ṣùgbọ́n nítorí ti Dafidi ìránṣẹ́ mi àti nítorí Jerusalẹmu, ìlú tí mo ti yàn nínú gbogbo ẹ̀yà Israẹli, òun yóò ní ẹ̀yà kan.
ମାତ୍ର ଆମ୍ଭ ଦାସ ଦାଉଦ ସକାଶୁ ଓ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ନଗର ଯିରୂଶାଲମ ସକାଶୁ ସେ ଏକ ଗୋଷ୍ଠୀ ପାଇବ।
33 Èmi yóò ṣe èyí nítorí tí wọ́n ti kọ̀ mí sílẹ̀, wọ́n sì ti sin Aṣtoreti òrìṣà àwọn ará Sidoni, Kemoṣi òrìṣà àwọn ará Moabu, àti Moleki òrìṣà àwọn ọmọ Ammoni, wọn kò sì rìn ní ọ̀nà mi, tàbí ṣe èyí tí ó dára lójú mi, tàbí pa àṣẹ àti òfin mi mọ́ bí Dafidi baba Solomoni ti ṣe.
ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବୀକି ଓ ମୋୟାବର କମୋଶ ଦେବକୁ ଓ ଅମ୍ମୋନ-ସନ୍ତାନଗଣର ମିଲ୍କମ୍ ଦେବକୁ ପ୍ରଣାମ କରିଅଛନ୍ତି; ପୁଣି, ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାନ୍ତି।
34 “‘Ṣùgbọ́n èmi kì yóò gba gbogbo ìjọba náà lọ́wọ́ Solomoni; èmi ti mú un jẹ́ olórí ní gbogbo ọjọ́ ayé rẹ̀ nítorí ti Dafidi ìránṣẹ́ mi, ẹni tí mo yàn, tí ó sì ti pa òfin mi àti àṣẹ mi mọ́.
ତଥାପି ଆମ୍ଭେ ସମୁଦାୟ ରାଜ୍ୟ ତାହା ହସ୍ତରୁ ନେବା ନାହିଁ, ମାତ୍ର ଆମ୍ଭ ମନୋନୀତ ଦାସ ଯେଉଁ ଦାଉଦ ଆମ୍ଭର ଆଜ୍ଞା ଓ ଆମ୍ଭର ବିଧିସକଳ ପାଳନ କଲା, ତାହା ସକାଶୁ ତାହାକୁ ଯାବଜ୍ଜୀବନ ଅଧିପତି କରି ରଖିବା;
35 Èmi yóò gba ìjọba náà ní ọwọ́ ọmọ rẹ̀, èmi yóò sì fi ẹ̀yà mẹ́wàá fún ọ.
ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ ନେବା ଓ ତାହା, ଅର୍ଥାତ୍, ଦଶ ଗୋଷ୍ଠୀ ତୁମ୍ଭକୁ ଦେବା।
36 Èmi yóò fi ẹ̀yà kan fún ọmọ rẹ kí Dafidi ìránṣẹ́ mi lè máa ní ìmọ́lẹ̀ níwájú mi nígbà gbogbo ní Jerusalẹmu, ìlú tí mo ti yàn láti fi orúkọ mi síbẹ̀.
ଆଉ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ନଗର ମନୋନୀତ କରିଅଛୁ, ସେହି ଯିରୂଶାଲମରେ ଯେପରି ଆମ୍ଭ ଦାସ ଦାଉଦର ପ୍ରଦୀପ ଆମ୍ଭ ସମ୍ମୁଖରେ ସର୍ବଦା ରହିବ, ଏଥିପାଇଁ ତାହାର ପୁତ୍ରକୁ ଏକ ଗୋଷ୍ଠୀ ଦେବା।
37 Ṣùgbọ́n ní ti ìwọ, Èmi yóò mú ọ, ìwọ yóò sì jẹ ọba lórí ohun gbogbo tí ọkàn rẹ ń fẹ́; ìwọ yóò jẹ ọba lórí Israẹli.
ପୁଣି, ଆମ୍ଭେ ତୁମ୍ଭକୁ ଗ୍ରହଣ କରିବା, ତହିଁରେ ତୁମ୍ଭେ ଆପଣା ପ୍ରାଣର ସମସ୍ତ ବାଞ୍ଛାନୁସାରେ ରାଜ୍ୟ କରି ଇସ୍ରାଏଲ ଉପରେ ରାଜା ହେବ।
38 Bí ìwọ bá ṣe gbogbo èyí tí mo pàṣẹ fún ọ, tí o sì rìn ní ọ̀nà mi, tí o sì ṣe èyí tí ó tọ́ lójú mi nípa pípa òfin àti àṣẹ mi mọ́, bí i Dafidi ìránṣẹ́ mi ti ṣe, Èmi yóò wà pẹ̀lú rẹ. Èmi yóò kọ́ ilé òtítọ́ fún ọ bí èyí tí mo kọ́ fún Dafidi, èmi yóò sì fi Israẹli fún ọ.
ଆଉ ଯେବେ ତୁମ୍ଭେ ଆମ୍ଭ ଦାସ ଦାଉଦ ପରି ଆମ୍ଭର ସମସ୍ତ ଆଦେଶରେ ମନୋଯୋଗ କରିବ, ଆମ୍ଭ ବିଧି ଓ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଚାଲିବ ଓ ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କରିବ, ତେବେ ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା ଓ ଆମ୍ଭେ ଯେପରି ଦାଉଦ ପାଇଁ କଲୁ, ସେପରି ତୁମ୍ଭ ପାଇଁ ଏକ ଦୃଢ଼ ଗୃହ ନିର୍ମାଣ କରିବା ଓ ତୁମ୍ଭକୁ ଇସ୍ରାଏଲ ଦେବା।
39 Èmi yóò sì rẹ irú-ọmọ Dafidi sílẹ̀ nítorí èyí, ṣùgbọ́n kì í ṣe títí láé.’”
ଆମ୍ଭେ ଏହି କର୍ମ ସକାଶୁ ଦାଉଦ-ବଂଶକୁ କ୍ଳେଶ ଦେବା, ମାତ୍ର ସଦାକାଳ ନୁହେଁ।’”
40 Solomoni wá ọ̀nà láti pa Jeroboamu, ṣùgbọ́n Jeroboamu sálọ sí Ejibiti, sọ́dọ̀ Ṣiṣaki ọba Ejibiti, ó sì wà níbẹ̀ títí Solomoni fi kú.
ଉକ୍ତ କାରଣରୁ ଶଲୋମନ ଯାରବୀୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ; ମାତ୍ର ଯାରବୀୟାମ ଉଠି ମିସରକୁ ମିସରୀୟ ରାଜା ଶୀଶକ୍ ନିକଟକୁ ପଳାଇଲେ ଓ ଶଲୋମନଙ୍କର ମରଣ ପର୍ଯ୍ୟନ୍ତ ମିସରରେ ରହିଲେ।
41 Ìyókù iṣẹ́ Solomoni àti gbogbo èyí tí ó ṣe, àti ọgbọ́n rẹ̀, a kò ha kọ wọ́n sínú ìwé ìṣe Solomoni bí?
ଶଲୋମନଙ୍କର ଅବଶିଷ୍ଟ ବିଷୟ ଓ ତାଙ୍କର ସମସ୍ତ କୃତ କର୍ମ ଓ ତାଙ୍କର ଜ୍ଞାନ କି ଶଲୋମନ ବିଷୟକ ପୁସ୍ତକରେ ଲିଖିତ ହୋଇ ନାହିଁ?
42 Solomoni sì jẹ ọba ní Jerusalẹmu lórí gbogbo Israẹli ní ogójì ọdún.
ଶଲୋମନ ଚାଳିଶ ବର୍ଷ ପର୍ଯ୍ୟନ୍ତ ଯିରୂଶାଲମରେ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ।
43 Nígbà náà ni Solomoni sì sùn pẹ̀lú àwọn baba rẹ̀, a sì sin ín ní ìlú Dafidi baba rẹ̀. Rehoboamu ọmọ rẹ̀ sì jẹ ọba ní ipò rẹ̀.
ତହିଁ ଉତ୍ତାରେ ଶଲୋମନ ମୃତ୍ୟୁବରଣ କଲେ ପୁଣି ଆପଣା ପିତୃଲୋକଙ୍କର ସହିତ ଆପଣା ପିତା ଦାଉଦ-ନଗରରେ କବର ପାଇଲେ; ତହୁଁ ତାଙ୍କ ପୁତ୍ର ରିହବୀୟାମ ତାଙ୍କର ପଦରେ ରାଜ୍ୟ କଲେ।