< 1 Chronicles 5 >

1 Ǹjẹ́ àwọn ọmọ Reubeni, àkọ́bí Israẹli. (Nítorí òun ni àkọ́bí; ṣùgbọ́n, bí ó ti ṣe pé ó ba ibùsùn baba rẹ̀ jẹ́, a fi ogún ìbí rẹ̀ fún àwọn ọmọ Josẹfu ọmọ Israẹli: a kì yóò sì ka ìtàn ìdílé náà gẹ́gẹ́ bí ipò ìbí.
ଇସ୍ରାଏଲର ପ୍ରଥମଜାତ ରୁବେନ୍‍ର ସନ୍ତାନଗଣର କଥା, ରୁବେନ୍‍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ।
2 Nítorí Juda borí àwọn arákùnrin rẹ̀, àti lọ́dọ̀ rẹ̀ ni aláṣẹ ti ń jáde wá; ṣùgbọ́n ogún ìbí jẹ́ ti Josẹfu),
କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା;
3 àwọn ọmọ Reubeni àkọ́bí Israẹli ni: Hanoku àti Pallu, Hesroni àti Karmi.
ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍‍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମି।
4 Àwọn ọmọ Joẹli: Ṣemaiah ọmọ rẹ̀, Gogu ọmọ rẹ̀, Ṣimei ọmọ rẹ̀.
ଯୋୟେଲର ସନ୍ତାନଗଣ; ତାହାର ପୁତ୍ର ଶମୟୀୟ, ତାହାର ପୁତ୍ର ଗୋଗ୍‍, ତାହାର ପୁତ୍ର ଶିମୀୟି;
5 Mika ọmọ rẹ̀, Reaiah ọmọ rẹ̀, Baali ọmọ rẹ̀.
ତାହାର ପୁତ୍ର ମୀଖା, ତାହାର ପୁତ୍ର ରାୟା, ତାହାର ପୁତ୍ର ବାଲ୍‍;
6 Beera ọmọ rẹ̀, tí Tiglat-Pileseri ọba Asiria kó ní ìgbèkùn lọ. Ìjòyè àwọn ọmọ Reubeni ni Beera jẹ́.
ତାହାର ପୁତ୍ର ବେରା, ଯାହାକୁ ଅଶୂର-ରାଜା ତିଗ୍ଲତ୍‍-ପିଲ୍‍ନେଷର ବନ୍ଦୀ କରି ନେଇଗଲା; ସେ ରୁବେନୀୟମାନଙ୍କର ଅଧିପତି ଥିଲା।
7 Àti àwọn arákùnrin rẹ̀ nípa ìdílé wọn, nígbà tí a ń ka ìtàn ìdílé ìran wọn: Jeieli àti Sekariah ni olórí,
ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍‍ ଓ ଜିଖରୀୟ
8 àti Bela ọmọ Asasi ọmọ Ṣema, ọmọ Joẹli. Wọ́n tí ń gbé Aroeri àní títí dé Nebo àti Baali-Meoni.
ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍‍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍‍-ମୀୟୋନ୍‍ ପର୍ଯ୍ୟନ୍ତ ବାସ କଲା।
9 Àti níhà àríwá, o tẹ̀dó lọ títí dé àtiwọ aginjù láti odò Eufurate; nítorí tí ẹran ọ̀sìn wọn pọ̀ sí i ní ilẹ̀ Gileadi.
ପୁଣି, ପୂର୍ବ ଦିଗରେ ସେ ଫରାତ୍‍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ।
10 Àti ní ọjọ́ Saulu, wọ́n bá àwọn ọmọ Hagari jagun, ẹni tí ó ṣubú nípa ọwọ́ wọn; wọ́n sì ń gbé inú àgọ́ wọn ní gbogbo ilẹ̀ àríwá Gileadi.
ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ।
11 Àti àwọn ọmọ Gadi ń gbé lékè wọn, ní ilẹ̀ Baṣani títí dé Saleka:
ପୁଣି, ଗାଦ୍‍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲଖା ପର୍ଯ୍ୟନ୍ତ ବାଶନ ଦେଶରେ ବାସ କଲେ।
12 Joẹli jẹ́ olórí, Ṣafamu ìran ọmọ Janai, àti Ṣafati ni Baṣani.
ଯୋୟେଲ ପ୍ରଧାନ ଓ ଶାଫମ୍‍ ଦ୍ୱିତୀୟ, ଆଉ ଯାନୟ ଓ ଶାଫଟ୍‍ ବାଶନରେ ରହିଲେ;
13 Àti àwọn arákùnrin wọn ti ilẹ̀ àwọn baba wọn ní: Mikaeli, Meṣullamu Ṣeba, Jorai, Jaka, Sia àti Eberi méje.
ପୁଣି, ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ, ମଶୁଲ୍ଲମ୍‍, ଶେବଃ, ଯୋରୟ, ଯାକନ୍‍, ସୀୟ ଓ ଏବର, ସାତ ଜଣ।
14 Wọ̀nyí ni àwọn ọmọ Abihaili, ọmọ Huri, ọmọ Jeroa, ọmọ Gileadi, ọmọ Mikaeli, ọmọ Jeṣiṣai, ọmọ Jado, ọmọ Busi.
ବୂଷ୍‍ର ପୁତ୍ର ଯହଦୋ, ଯହଦୋର ପୁତ୍ର ଯିହିଶୟ, ଯିହିଶୟର ପୁତ୍ର ମୀଖାୟେଲ, ମୀଖାୟେଲର ପୁତ୍ର ଗିଲୀୟଦ, ଗିଲୀୟଦର ପୁତ୍ର ଯାରୋହ, ଯାରୋହର ପୁତ୍ର ହୁରି; ହୁରିର ପୁତ୍ର ଅବୀହୟିଲ, ସେମାନେ ସେହି ଅବୀହୟିଲର ସନ୍ତାନ ଥିଲେ।
15 Ahi, ọmọ Adbeeli, ọmọ Guni, olórí ilé àwọn baba wọn.
ଗୂନିର ପୌତ୍ର ଅବ୍‍ଦୀୟେଲର ପୁତ୍ର ଅହି ସେମାନଙ୍କ ପିତୃବଂଶର ପ୍ରଧାନ ଥିଲା।
16 Wọ́n sì ń gbé Gileadi ní Baṣani àti nínú àwọn ìlú rẹ̀, àti nínú gbogbo ìgbèríko Ṣaroni, ní agbègbè wọn.
ସେମାନେ ଗିଲୀୟଦରେ, ବାଶନରେ ତହିଁର ସମସ୍ତ ଉପନଗରରେ ଓ ସେସବୁର ସୀମା ପର୍ଯ୍ୟନ୍ତ ଶାରୋଣର ସମସ୍ତ ତଳିଭୂମିରେ ବାସ କଲେ।
17 Gbogbo wọ̀nyí ni a kà nípa ìtàn ìdílé, ní ọjọ́ Jotamu ọba Juda, àti ní ọjọ́ Jeroboamu ọba Israẹli.
ଯିହୁଦାର ରାଜା ଯୋଥମ୍‍ଙ୍କର ସମୟରେ ଓ ଇସ୍ରାଏଲର ରାଜା ଯାରବୀୟାମଙ୍କ ସମୟରେ ଏସମସ୍ତଙ୍କର ବଂଶାବଳୀ ଲିଖିତ ହୋଇଥିଲା।
18 Àwọn ọmọ Reubeni, àti àwọn ọmọ Gadi, àti ààbọ̀ ẹ̀yà Manase, nínú àwọn ọkùnrin alágbára tí wọ́n ń gbé asà àti idà, tí wọ́n sì ń fi ọrun tafà, tí wọ́n sì mòye ogun, jẹ́ ọ̀kẹ́ méjì ó lé ẹgbẹ̀rìnlélógún dín ogójì ènìyàn, tí ó jáde lọ sí ogún náà.
ରୁବେନ୍‍ର ସନ୍ତାନଗଣ, ପୁଣି, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଢାଲ, ଖଡ୍ଗ ଧରିବାକୁ, ଧନୁ ମାରିବାକୁ ସମର୍ଥ ଓ ଯୁଦ୍ଧରେ ନିପୁଣ ଚୌରାଳିଶ ହଜାର ସାତ ଶହ ଷାଠିଏ ଜଣ ବିକ୍ରମୀ ପୁରୁଷ ଯୁଦ୍ଧଯାତ୍ରା କରିବାକୁ ସମର୍ଥ ଥିଲେ।
19 Wọ́n sì bá àwọn ọmọ Hagari jagun, pẹ̀lú Jeturi, àti Nafiṣi àti Nadabu.
ସେମାନେ ହାଗରୀୟମାନଙ୍କ ସହିତ, ଯିଟୁର, ନାଫୀଶ୍‍ ଓ ନୋଦବ୍‍ ସହିତ ଯୁଦ୍ଧ କଲେ।
20 Nígbà tí wọ́n sì rí ìrànlọ́wọ́ gbà si, a sì fi àwọn ọmọ Hagari lé wọn lọ́wọ́, àti gbogbo àwọn tí ó wà pẹ̀lú wọn; nítorí tiwọn ké pe Ọlọ́run ní ogun náà, òun sì gbọ́ ẹ̀bẹ̀ wọn; nítorí tí wọ́n gbẹ́kẹ̀ wọn lé e.
ସେମାନେ ସେମାନଙ୍କ ପ୍ରତିକୂଳରେ ସାହାଯ୍ୟ ପାଇଲେ, ତହିଁରେ ହାଗରୀୟମାନେ ଓ ସେମାନଙ୍କ ସଙ୍ଗୀ ସମସ୍ତ ଲୋକ ସେମାନଙ୍କ ହସ୍ତରେ ସମର୍ପିତ ହେଲେ; କାରଣ ସେମାନେ ଯୁଦ୍ଧରେ ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସେ ସେମାନଙ୍କ ପ୍ରାର୍ଥନା ଶୁଣିଲେ; ଯେହେତୁ ସେମାନେ ତାହାଙ୍କଠାରେ ବିଶ୍ୱାସ କଲେ।
21 Wọ́n sì kó ẹran ọ̀sìn wọn lọ; ìbákasẹ ẹgbàá mẹ́ẹ̀ẹ́dọ́gbọ̀n àti àgùntàn ọ̀kẹ́ méjìlá ó lé ẹgbàárùn-ún, àti kẹ́tẹ́kẹ́tẹ́ ẹgbẹ̀rún méjì, àti ènìyàn ọ̀kẹ́ márùn-ún.
ଆଉ ସେମାନେ ସେମାନଙ୍କ ପଶୁ, ଅର୍ଥାତ୍‍, ସେମାନଙ୍କ ଉଷ୍ଟ୍ର ମଧ୍ୟରୁ ପଚାଶ ହଜାର, ମେଷ ମଧ୍ୟରୁ ଅଢ଼ାଇ ଲକ୍ଷ, ଗର୍ଦ୍ଦଭ ମଧ୍ୟରୁ ଦୁଇ ହଜାର ଓ ମନୁଷ୍ୟ ମଧ୍ୟରୁ ଏକ ଲକ୍ଷ ନେଇଗଲେ।
22 Nítorí ọ̀pọ̀lọpọ̀ ni ó ṣubú tí a pa, nítorí láti ọ̀dọ̀ Ọlọ́run ni ogun náà, wọ́n sì jókòó ní ipò wọn títí di ìgbà ìkólọ sí ìgbèkùn.
କାରଣ ଯୁଦ୍ଧ ପରମେଶ୍ୱରଙ୍କ ଆଡ଼ୁ ହେବାରୁ ଅନେକ ହତ ହୋଇ ପଡ଼ିଲେ। ପୁଣି, ସେମାନେ ବନ୍ଦୀତ୍ୱ ପର୍ଯ୍ୟନ୍ତ ସେମାନଙ୍କ ସ୍ଥାନରେ ବାସ କଲେ।
23 Àwọn ọmọkùnrin ààbọ̀ ẹ̀yà Manase ń gbé ní ilẹ̀ náà: wọ́n bí sí i láti Baṣani títí dé Baali-Hermoni, àti Seniri àti títí dé òkè Hermoni.
ଆଉ ମନଃଶିର ଅର୍ଦ୍ଧ ବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନଠାରୁ ବାଲ୍‍-ହର୍ମୋନ୍‍, ସନୀର୍‍ ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ।
24 Wọ̀nyí sì ni àwọn olórí ilé àwọn baba wọn. Eferi, Iṣi, Elieli, Asrieli, Jeremiah, Hodafiah àti Jahdieli àwọn alágbára akọni ọkùnrin, ọkùnrin olókìkí, àti olórí ilé àwọn baba wọn.
ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍‍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍‍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ।
25 Wọ́n sì ṣẹ̀ sí Ọlọ́run àwọn baba wọn, wọ́n sì ṣe àgbèrè tọ àwọn ọlọ́run ènìyàn ilẹ̀ náà lẹ́yìn, tí Ọlọ́run ti parun ní iwájú wọn.
ଏଥିଉତ୍ତାରେ ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ।
26 Nítorí náà Ọlọ́run Israẹli ru ẹ̀mí Pulu ọba Asiria sókè (èyí ni Tiglat-Pileseri ọba Asiria), ó si kó wọn lọ, àní àwọn ọmọ Reubeni àti àwọn ọmọ Gadi, àti ààbọ̀ ẹ̀yà Manase lọ sí ìgbèkùn. Ó sì kó wọn wá sí Hala, àti Habori, àti Harani, àti sí etí odò Gosani; títí dí òní yìí.
ତହିଁରେ ଇସ୍ରାଏଲର ପରମେଶ୍ୱର ଅଶୂରର ରାଜା ପୂଲ୍‍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍‍-ପିଲ୍‍ନେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍‍, ରୁବେନୀୟ, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶୀୟ ଲୋକଙ୍କୁ ହଲହ, ହାବୋର, ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।

< 1 Chronicles 5 >