< 1 Chronicles 26 >

1 Àwọn ìpín tí àwọn olùtọ́jú ẹnu-ọ̀nà. Láti ìran Kora: Meṣelemiah ọmọ Kore, ọ̀kan lára àwọn ọmọ Asafu.
ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା।
2 Meṣelemiah ní àwọn ọmọkùnrin: Sekariah àkọ́bí, Jediaeli ẹlẹ́ẹ̀kejì, Sebadiah ẹlẹ́ẹ̀kẹta, Jatnieli ẹlẹ́ẹ̀kẹrin,
ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ,
3 Elamu ẹlẹ́ẹ̀karùnún, Jehohanani ẹlẹ́ẹ̀kẹfà àti Elihoenai ẹlẹ́ẹ̀keje.
ପଞ୍ଚମ ଏଲମ୍‍, ଷଷ୍ଠ ଯିହୋହାନନ୍‍, ସପ୍ତମ ଇଲୀହୋଐନୟ।
4 Obedi-Edomu ni àwọn ọmọkùnrin pẹ̀lú: Ṣemaiah àkọ́bí, Jehosabadi ẹlẹ́ẹ̀kejì, Joah ẹlẹ́ẹ̀kẹta, Sakari ẹlẹ́ẹ̀kẹrin, Netaneli ẹlẹ́ẹ̀karùnún,
ପୁଣି, ଓବେଦ୍‍-ଇଦୋମର ପୁତ୍ର ଥିଲେ ପ୍ରଥମଜାତ ଶମୟୀୟ, ଦ୍ୱିତୀୟ ଯିହୋଷାବଦ୍‍, ତୃତୀୟ ଯୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ;
5 Ammieli ẹ̀kẹfà, Isakari èkeje àti Peulltai ẹ̀kẹjọ. (Nítorí tí Ọlọ́run ti bùkún Obedi-Edomu).
ଷଷ୍ଠ ଅମ୍ମୀୟେଲ, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ।
6 Ọmọ rẹ̀ Ṣemaiah ní àwọn ọmọkùnrin pẹ̀lú tí wọ́n jẹ́ olórí ní ìdílé baba a wọn nítorí wọ́n jẹ́ ọkùnrin tó lágbára.
ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ।
7 Àwọn ọmọ Ṣemaiah: Otni, Refaeli, Obedi àti Elsabadi; àwọn ìbátan rẹ̀ Elihu àti Samakiah jẹ́ ọkùnrin alágbára.
ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍‍, ଇଲୀଶାବଦ୍‍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ।
8 Gbogbo wọ̀nyí ní ìran ọmọ Obedi-Edomu; àwọn àti ọmọkùnrin àti ìbátan wọn jẹ́ alágbára ọkùnrin pẹ̀lú ipá láti ṣe ìsìn náà. Ìran Obedi-Edomu méjìlélọ́gọ́ta ni gbogbo rẹ̀.
ଏସମସ୍ତେ ଓବେଦ୍‍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍‍-ଇଦୋମ ବଂଶଜାତ ବାଷଠି ଜଣ।
9 Meṣelemiah ní àwọn ọmọ àti àwọn ìbátan, tí ó jẹ́ alágbára méjìdínlógún ni gbogbo wọn.
ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରାନ୍ତ ଲୋକ ଥିଲେ।
10 Hosa ará Merari ní àwọn ọmọkùnrin: Ṣimri alákọ́kọ́ bí o tilẹ̀ jẹ́ pé kì i ṣe àkọ́bí, baba a rẹ̀ ti yàn an ní àkọ́kọ́.
ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ଶିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା;
11 Hilkiah ẹlẹ́ẹ̀kejì, Tabaliah ẹ̀kẹta àti Sekariah ẹ̀kẹrin. Àwọn ọmọ àti ìbátan Hosa jẹ́ mẹ́tàlá ni gbogbo rẹ̀.
ଦ୍ୱିତୀୟ ହିଲ୍‍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ।
12 Ìpín wọ̀nyí ti àwọn olùtọ́jú ẹnu-ọ̀nà nípasẹ̀ olóyè ọkùnrin wọn, ní iṣẹ́ ìsìn fún jíjíṣẹ́ nínú ilé Olúwa, gẹ́gẹ́ bí ìbátan wọn ti ṣe.
ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା।
13 Wọ́n ṣẹ́ kèké fún ẹnu-ọ̀nà kọ̀ọ̀kan gẹ́gẹ́ bí àwọn ìdílé wọn bí ọ̀dọ́ àti arúgbó.
ପୁଣି, ସେମାନେ, ସାନ ବଡ଼, ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ।
14 Kèké fún ẹnu-ọ̀nà ilà oòrùn bọ́ sí ọ̀dọ̀ Ṣelemiah. Nígbà náà a dá kèké fún ọmọkùnrin rẹ̀ Sekariah, ọlọ́gbọ́n onímọ̀ràn, kèké fún ẹnu-ọ̀nà àríwá sì bọ́ sí ọ̀dọ̀ rẹ̀.
ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା।
15 Kèké fún ẹnu-ọ̀nà ìhà gúúsù bọ́ sí ọ̀dọ̀ Obedi-Edomu, kèké fún ilé ìṣúra sì bọ́ sí ọ̀dọ̀ ọmọ rẹ̀.
ଦକ୍ଷିଣ ଦିଗ ଓବେଦ୍‍-ଇଦୋମ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା।
16 Kèké fún ẹnu-ọ̀nà ìhà ìwọ̀-oòrùn àti Ṣaleketi ẹnu-ọ̀nà ní ọ̀nà apá òkè bọ́ sí ọ̀dọ̀ Ṣuppimu àti Hosa. Olùṣọ́ wà ní ẹ̀bá olùṣọ́.
ଊର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍‍ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ଶୁପ୍ପୀମ୍‍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା।
17 Àwọn ará Lefi mẹ́fà ní ó wà ní ọjọ́ kan ní ìhà ìlà-oòrùn, mẹ́rin ní ọjọ́ kan ní ìhà àríwá, mẹ́rin ní ọjọ́ kan ní ìhà gúúsù àti méjì ní ẹ̀ẹ̀kan ṣoṣo ní ilé ìṣúra.
ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ।
18 Ní ti ilé ẹjọ́ sí ìhà ìwọ̀-oòrùn, mẹ́rin sì wà ní ojú ọ̀nà àti méjì ní ilé ẹjọ́ fúnra rẹ̀.
ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ।
19 Wọ̀nyí ni ìpín ti àwọn olùtọ́jú ẹnu-ọ̀nà tí wọ́n jẹ́ àwọn ìran ọmọ Kora àti Merari.
କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା।
20 Láti inú àwọn ọmọ Lefi, Ahijah ni ó wà lórí ìṣúra ti ilé Ọlọ́run àti lórí ìṣúra nǹkan wọ̀n-ọn-nì tí a yà sí mímọ́.
ପୁଣି, ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା।
21 Àwọn ìran ọmọ Laadani tí wọn jẹ́ ará Gerṣoni nípasẹ̀ Laadani àti tí wọn jẹ́ àwọn olórí àwọn ìdílé tí ó jẹ́ ti Laadani ará Gerṣoni ni Jehieli.
ଲାଦନ୍‍ର ସନ୍ତାନଗଣ; ଲାଦନ୍‍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍‍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା,
22 Àwọn ọmọ Jehieli, Setamu àti arákùnrin rẹ̀ Joẹli. Wọ́n ṣalábojútó ilé ìṣúra ti ilé ìṣúra ti ilé Olúwa.
ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍‍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ।
23 Láti ọ̀dọ̀ àwọn ará Amramu, àwọn ará Isari, àwọn ará Hebroni àti àwọn ará Usieli.
ଅମ୍ରାମୀୟମାନଙ୍କ, ଯିଷ୍‍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ
24 Ṣubaeli, ìran ọmọ Gerṣomu ọmọ Mose jẹ́ olórí tí ó bojútó ilé ìṣúra.
ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା।
25 Àwọn ìbátan rẹ̀ nípasẹ̀ Elieseri: Rehabiah ọmọ rẹ̀, Jeṣaiah ọmọ rẹ̀, Joramu ọmọ rẹ̀, Sikri ọmọ rẹ̀, Ṣelomiti ọmọ rẹ̀.
ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାଇୟ ଓ ତାହାର ପୁତ୍ର ଯୋରାମ୍‍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍‍।
26 Ṣelomiti àti àwọn ìbátan rẹ̀ jẹ́ alábojútó ilé ìṣúra fún àwọn ohun tí à ti yà sọ́tọ̀ nípa ọba Dafidi, nípasẹ̀ àwọn olórí àwọn ìdílé tí wọ́n jẹ́ alákòóso ọ̀rọ̀ọ̀rún àti nípasẹ̀ alákòóso ọmọ-ogun mìíràn.
ଦାଉଦ ରାଜା ଓ ପିତୃବଂଶର ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍‍ ଓ ତାହାର ଭ୍ରାତୃଗଣ ସେହି ସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ।
27 Díẹ̀ nínú ìkógun tí wọ́n kó nínú ogun ni wọ́n yà sọ́tọ̀ fún títún ilé Olúwa ṣe.
ସେମାନେ ସଦାପ୍ରଭୁଙ୍କ ଗୃହର ପୁନଃନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ।
28 Pẹ̀lú gbogbo nǹkan tí a yà sọ́tọ̀ láti ọ̀dọ̀ Samuẹli aríran láti nípasẹ̀ Saulu ọmọ Kiṣi, Abneri ọmọ Neri àti Joabu ọmọ Seruiah gbogbo ohun tí a yà sọ́tọ̀ sì wà ní abẹ́ ìtọ́jú Ṣelomiti àti àwọn ìbátan rẹ̀.
ପୁଣି, ଶାମୁୟେଲ ଦର୍ଶକ ଓ କୀଶ୍‍ର ପୁତ୍ର ଶାଉଲ ଓ ନେର୍‍ର ପୁତ୍ର ଅବ୍‍ନର, ସରୁୟାର ପୁତ୍ର ଯୋୟାବ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍‍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା।
29 Láti ọ̀dọ̀ àwọn Isari: Kenaniah àti àwọn ọmọ rẹ̀ ni a pín iṣẹ́ ìsìn fún kúrò ní apá ilé Olúwa, gẹ́gẹ́ bí àwọn oníṣẹ́ àti àwọn adájọ́ lórí Israẹli.
ଯିଷ୍‍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ।
30 Láti ọ̀dọ̀ àwọn Hebroni: Haṣabiah àti àwọn ìbátan rẹ̀ ẹ̀ẹ́dẹ́gbẹ̀sán ọkùnrin alágbára ní ó dúró ni Israẹli, ìhà ìwọ̀-oòrùn Jordani fún gbogbo iṣẹ́ Olúwa àti fún iṣẹ́ ọba.
ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ।
31 Ní ti àwọn ará Hebroni, Jeriah jẹ́ olóyè wọn gẹ́gẹ́ bí ìwé ìrántí ìtàn ìdílé láti ọ̀dọ̀ baba ńlá wọn, ní ti ìdílé wọn. Ní ọdún kẹrin ìjọba Dafidi, a ṣe ìwádìí nínú ìwé ìrántí, àwọn ọkùnrin alágbára láàrín àwọn ará Hebroni ni a rí ní Jaseri ní Gileadi.
ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ।
32 Jeriah ní ẹgbẹ̀rún méjì ó lé ẹ̀ẹ́dẹ́gbẹ̀rin ìbátan, tí wọn jẹ́ ọkùnrin alágbára àti olórí àwọn ìdílé ọba Dafidi sì fi wọ́n ṣe àkóso lórí àwọn ará Reubeni àwọn ará Gadi àti ààbọ̀ ẹ̀yà ti Manase fún gbogbo ọ̀rọ̀ tí ó jọ mọ́ ti Ọlọ́run àti fún ọ̀ràn ti ọba.
ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ।

< 1 Chronicles 26 >