< 1 Chronicles 12 >

1 Àwọn wọ̀nyí ni ọkùnrin tí ó wá sí ọ̀dọ̀ Dafidi ní Siklagi, nígbà tí ó sá kúrò níwájú Saulu ọmọ Kiṣi (wọ́n wà lára àwọn jagunjagun ẹni tí ó ràn án lọ́wọ́ láti ibi ìjà.
ଯେଉଁ ସମୟରେ ଦାଉଦ କୀଶ୍‍ର ପୁତ୍ର ଶାଉଲଙ୍କର ଭୟରେ ଆପଣାକୁ ରୁଦ୍ଧ କରିଥିଲେ, ସେହି ସମୟରେ ଏହି ଲୋକମାନେ ସିକ୍ଲଗ୍‍କୁ ତାଙ୍କ ନିକଟକୁ ଆସିଥିଲେ; ସେମାନେ ଯୁଦ୍ଧରେ ତାଙ୍କର ସାହାଯ୍ୟକାରୀ ବୀରମାନଙ୍କ ମଧ୍ୟରେ ଗଣିତ ଥିଲେ।
2 Wọ́n sì mú wọn pẹ̀lú ìtẹríba wọ́n sì lágbára láti ta ọfà tàbí láti ta kànnàkànnà òkúta ní ọwọ́ òsì tàbí ní ọwọ́ ọ̀tún, wọ́n sì jẹ́ ìbátan ọkùnrin Saulu láti ẹ̀yà Benjamini):
ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ।
3 Ahieseri olórí wọn àti Joaṣi àwọn ọmọ Ṣemaah ará Gibeah: Jeṣieli àti Peleti ọmọ Asmafeti, Beraka, Jehu ará Anatoti.
ସେମାନଙ୍କ ମଧ୍ୟରେ ପ୍ରଧାନ ଅହୀୟେଷର, ତହିଁ ଉତ୍ତାରେ ଯୋୟାଶ୍‍, ଏମାନେ ଗିବୀୟାଥୀୟ ଶମାୟର ପୁତ୍ର; ଅସ୍ମାବତ୍‍ର ପୁତ୍ର ଯିଷୀୟେଲ୍‍, ପେଲଟ୍‍, ଅନାଥୋତୀୟ ବରାଖା ଓ ଯେହୂ;
4 Àti Iṣmaiah ará Gibeoni, ọkùnrin alágbára kan lára àwọn ọgbọ̀n ẹni tí ó jẹ́ olórí nínú àwọn ọgbọ̀n; Jeremiah, Jahasieli, Johanani, Josabadi ará Gedera,
ପୁଣି, ଗିବୀୟୋନୀୟ ଯିଶ୍ମୟୀୟ, ସେ ତିରିଶ ଜଣଙ୍କ ମଧ୍ୟରେ ଗଣିତ ବୀର ଓ ତିରିଶ ଜଣଙ୍କ ଉପରେ ନିଯୁକ୍ତ; ଆଉ ଯିରିମୀୟ, ଯହସୀୟେଲ, ଯୋହାନନ୍‍, ଗଦେରାଥୀୟ ଯୋଷାବଦ୍‍;
5 Elusai, Jerimoti, Bealiah, Ṣemariah àti Ṣefatia ará Harufiti;
ଇଲିୟଷୟ, ଯିରେମୋତ୍‍, ବାଲୀୟା, ଶେମରୀୟ, ହରୂଫୀୟ ଶଫଟୀୟ;
6 Elkana, Iṣiah, Asareeli, Joeseri àti Jaṣobeamu ará Kora;
କୋରହୀୟ ଇଲ୍‍କାନା, ଯିଶୀୟ, ଅସରେଲ୍‍, ଯୋୟେଷର୍‍, ଯାଶ୍‍ବୀୟାମ୍‍;
7 àti Joẹla, àti Sebadiah àwọn ọmọ Jerohamu láti Gedori.
ଆଉ ଗଦୋର ନିବାସୀ ଯିରୋହମର ପୁତ୍ର ଯୋୟେଲା ଓ ସବଦୀୟ।
8 Díẹ̀ lára àwọn ará Gadi yà sọ́dọ̀ Dafidi ní ibi gíga ní aginjù. Wọ́n sì jẹ́ onígboyà ológun tí ó múra fún ogun tí ó sì lágbára láti di asà àti ẹṣin mú. Ojú wọn sì dàbí ojú kìnnìún, wọ́n sì yára bí àgbọ̀nrín lórí àwọn òkè.
ଆଉ ଗାଦୀୟମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ ହୋଇ ପ୍ରାନ୍ତରସ୍ଥିତ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ; ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ; ସେମାନଙ୍କ ମୁଖ ସିଂହ-ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ।
9 Eseri sì jẹ́ ìjòyè, Obadiah sì jẹ́ igbákejì akọgun, Eliabu ẹlẹ́ẹ̀kẹta,
ପ୍ରଥମ ଏସର୍‍, ଦ୍ୱିତୀୟ ଓବଦୀୟ, ତୃତୀୟ ଇଲୀୟାବ୍‍,
10 Miṣimana ẹlẹ́ẹ̀kẹrin, Jeremiah ẹlẹ́ẹ̀karùnún
ଚତୁର୍ଥ ମିଶ୍ମନ୍ନା, ପଞ୍ଚମ ଯିରିମୀୟ,
11 Attai ẹlẹ́ẹ̀kẹfà, Elieli èkeje,
ଷଷ୍ଠ ଅତ୍ତୟ, ସପ୍ତମ ଇଲୀୟେଲ୍‍;
12 Johanani ẹlẹ́ẹ̀kẹjọ Elsabadi ẹlẹ́ẹ̀kẹsàn-án
ଅଷ୍ଟମ ଯୋହାନନ୍‍, ନବମ ଇଲ୍ସାବଦ୍‍;
13 Jeremiah ẹlẹ́ẹ̀kẹwàá àti Makbannai ẹlẹ́ẹ̀kọkànlá.
ଦଶମ ଯିରିମୀୟ, ଏକାଦଶ ମଗ୍‍ବନ୍ନୟ।
14 Àwọn ará Gadi wọ́n sì jẹ́ olórí ogun; ẹni tí ó kéré jù sì jẹ́ àpapọ̀ ọgọ́rùn-ún, àti fún ẹni tí ó pọ̀jù fún ẹgbẹ̀rún.
ଗାଦ୍‍ର ଏହି ସନ୍ତାନମାନେ ସେନାପତି ଥିଲେ, ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର, ସେ ଏକ ଶତ ଲୋକର ଓ ଯେ ମହାନ, ସେ ଏକ ସହସ୍ର ଲୋକର ସମାନ ଥିଲା।
15 Àwọn ni ẹni tí ó rékọjá Jordani ní oṣù àkọ́kọ́ nígbà tí ó kún bo gbogbo bèbè rẹ̀, wọ́n sì lé gbogbo àwọn tí ó ń gbé nínú àfonífojì, lọ sí ìlà-oòrùn àti níhà ìwọ̀-oòrùn.
ଏମାନେ ପ୍ରଥମ ମାସରେ ଯର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଚ୍ଛୁଳିବା ସମୟରେ ନଦୀ ପାର ହୋଇ ଯାଇଥିଲେ; ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
16 Ìyókù ará Benjamini àti àwọn díẹ̀ ọkùnrin láti Juda lọ sí ọ̀dọ̀ Dafidi ní ibi gíga.
ଆହୁରି ବିନ୍ୟାମୀନ୍ ଓ ଯିହୁଦା-ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗ-ସ୍ଥାନକୁ ଦାଉଦଙ୍କ ନିକଟକୁ ଆସିଲେ।
17 Dafidi sì lọ láti lọ pàdé wọn ó sì wí fún wọn pé, “Tí ẹ bá wá sọ́dọ̀ mi lálàáfíà, láti ràn mí lọ́wọ́ mo ṣetán láti mú un yín wà ní ìṣọ̀kan pẹ̀lú mi ṣùgbọ́n tí ẹ bá wá láti dá mi sí fún àwọn ọ̀tá mi nígbà tí ọwọ́ mi bá mọ́ kúrò nínú ìwà agbára, kí Ọlọ́run àwọn baba wa kí ó sì ri kí ó sì ṣe ìdájọ́.”
ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, “ଯଦି ତୁମ୍ଭେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋʼ ନିକଟକୁ ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ; ମାତ୍ର ମୋʼ ହସ୍ତରେ କୌଣସି ଦୌରାତ୍ମ୍ୟ ନ ଥିଲେ ହେଁ ଯଦି ତୁମ୍ଭେମାନେ ମୋʼ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ।”
18 Nígbà náà Ẹ̀mí Mímọ́ wa sórí Amasai ìjòyè àwọn ọgbọ̀n, ó sì wí pé, “Tìrẹ ni àwa ń ṣe, ìwọ Dafidi! Àwa pẹ̀lú rẹ, ìwọ ọmọ Jese! Àlàáfíà, àlàáfíà fún ọ, àti àlàáfíà fún àwọn tí ó ràn ó lọ́wọ́, nítorí Ọlọ́run rẹ̀ yóò ràn ọ́ lọ́wọ́.” Bẹ́ẹ̀ ni Dafidi sì gbà wọ́n ó sì mú wọn jẹ olórí ẹgbẹ́ ogun.
ସେତେବେଳେ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଅମାସୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ, ସେ କହିଲା, “ହେ ଦାଉଦ, ଆମ୍ଭେମାନେ ତୁମ୍ଭର, ହେ ଯିଶୀର ପୁତ୍ର, ଆମ୍ଭେମାନେ ତୁମ୍ଭର ପକ୍ଷ; ତୁମ୍ଭର ମଙ୍ଗଳ ହେଉ, ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ; କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି।” ତହୁଁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନାଦଳ ଉପରେ ସେମାନଙ୍କୁ ସେନାପତି କଲେ।
19 Díẹ̀ nínú àwọn ọkùnrin Manase sì yà sí ọ̀dọ̀ Dafidi nígbà tí ó lọ pẹ̀lú àwọn ará Filistini láti bá Saulu jà. (Òun àti àwọn ọkùnrin rẹ̀ wọn kò sì ran ará Filistini lọ́wọ́ nítorí, lẹ́yìn tiwọn sọ̀rọ̀ papọ̀, àwọn olórí wọn rán wọn jáde, wọ́n sì wí pé, “Yóò jẹ́ ìparun fún wa tí ó bá padà tọ ọ̀gá rẹ̀ Saulu lọ.”)
ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବା ବେଳେ ମନଃଶିୟମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ, ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନୋହିଲା; କାରଣ ପଲେଷ୍ଟୀୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, “ସେ ଆପଣା ପ୍ରଭୁ ଶାଉଲଙ୍କର ପକ୍ଷ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ।”
20 Nígbà tí Dafidi lọ sí Siklagi, àwọn wọ̀nyí ni ọkùnrin ti Manase ẹni tí ó sì yà sọ́dọ̀ rẹ̀. Adina, Josabadi, Jediaeli, Mikaeli, Josabadi, Elihu àti Siletai, àwọn olórí ìrẹ́pọ̀ ti ẹgbẹẹgbẹ̀rún ní Manase.
ଦାଉଦ ସିକ୍ଲଗ୍‍କୁ ଯିବା ବେଳେ ମନଃଶି ସମ୍ବନ୍ଧୀୟ ଅଦ୍ନହ, ଯୋଷାବଦ୍‍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍‍, ଇଲୀହୂ ଓ ସିଲ୍ଲଥୟ, ଏହି ମନଃଶି-ବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ।
21 Wọ́n sì ran Dafidi lọ́wọ́ lórí ẹgbẹ́ ogun náà, nítorí gbogbo wọn ni akọni ènìyàn àwọn sì tún ni olórí nínú àwọn ọmọ-ogun rẹ̀.
ଆଉ ସେମାନେ ଲୁଟକାରୀ ଦଳ ବିରୁଦ୍ଧରେ ଦାଉଦଙ୍କର ସାହାଯ୍ୟ କଲେ; କାରଣ ସେମାନେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ।
22 Ọjọ́ dé ọjọ́ ni àwọn ọkùnrin wá láti ran Dafidi lọ́wọ́, títí tí ó fi ní àwọn ológun ńlá, bí ogun Ọlọ́run.
ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ, ତହିଁରେ ପରମେଶ୍ୱରଙ୍କ ସୈନ୍ୟ ତୁଲ୍ୟ ମହାସୈନ୍ୟ ହେଲା।
23 Àwọn wọ̀nyí sì ni iye ọkùnrin tí ó ti di ìhámọ́ra fún ogun àwọn ẹni tí ó wá sọ́dọ̀ Dafidi ní Hebroni láti yí ìjọba Dafidi padà sí ọ̀dọ̀ rẹ̀, gẹ́gẹ́ bí Olúwa ti sọ.
ସଦାପ୍ରଭୁଙ୍କ ବାକ୍ୟାନୁସାରେ ଶାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ୍ଜ ଯେଉଁ ଲୋକମାନେ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସିଥିଲେ, ସେମାନଙ୍କ ସଂଖ୍ୟା ଏହି।
24 Ọkùnrin Juda, tí o ń gbé asà àti ọ̀kọ̀, ẹgbàáta lé lẹ́gbẹ̀rin tí ó ti di ìhámọ́ra fún ogun.
ଯିହୁଦା-ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ସସଜ୍ଜ ଛଅ ହଜାର ଆଠ ଶହ ଜଣ।
25 Àwọn ọkùnrin Simeoni, akọni tó mú fún ogun sì jẹ́ ẹ̀ẹ́dẹ́gbàárin ó lé ọgọ́rùn-ún;
ଶିମୀୟୋନ-ସନ୍ତାନଗଣ ମଧ୍ୟରୁ ଯୁଦ୍ଧାର୍ଥେ ମହାବିକ୍ରମଶାଳୀ ସାତ ହଜାର ଏକ ଶହ ଜଣ।
26 àwọn ọkùnrin Lefi ẹgbàajì ó le ẹgbẹ̀ta,
ଲେବୀ-ସନ୍ତାନଗଣ ମଧ୍ୟରୁ ଚାରି ହଜାର ଛଅ ଶହ ଜଣ।
27 pẹ̀lú Jehoiada, olórí ìdílé Aaroni pẹ̀lú ẹgbẹ̀rún mẹ́ta ó lé ẹ̀ẹ́dẹ́gbẹ̀rin ènìyàn,
ପୁଣି, ଯିହୋୟାଦା ହାରୋଣ-ବଂଶର ଅଧ୍ୟକ୍ଷ ଥିଲା, ତାହା ସଙ୍ଗେ ତିନି ହଜାର ସାତ ଶହ ଲୋକ ଥିଲେ।
28 àti Sadoku akọni ọ̀dọ́mọkùnrin, pẹ̀lú àwọn méjìlélógún ìjòyè láti ọ̀dọ̀ àwọn ìdílé rẹ̀;
ଆଉ ସାଦୋକ ଏକ ବିକ୍ରମଶାଳୀ ଯୁବା ଲୋକ ଥିଲା ଓ ତାହାର ପିତୃବଂଶର ବାଇଶ ଜଣ ସେନାପତି ଥିଲେ।
29 àwọn arákùnrin Benjamini ìbátan ọkùnrin Saulu ẹgbẹ̀rún mẹ́ta, ọ̀pọ̀ nínú àwọn ẹni tí ó si kù ní olóòtítọ́ sí ilé Saulu títí di ìgbà náà;
ଶାଉଲଙ୍କର ଜ୍ଞାତି ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ତିନି ହଜାର ଲୋକ; କାରଣ ସେହି ସମୟ ପର୍ଯ୍ୟନ୍ତ ସେମାନଙ୍କର ଅଧିକାଂଶ ଲୋକ ଶାଉଲଙ୍କ ବଂଶର ବଶତା ସ୍ୱୀକାର କଲେ।
30 àwọn arákùnrin Efraimu, ògbójú akọni, ènìyàn Ọlọ́run ni wọ́n nílé baba wọn ogún ẹgbẹ̀rún ó le ẹgbẹ̀rin;
ଇଫ୍ରୟିମ-ସନ୍ତାନଗଣ ମଧ୍ୟରୁ କୋଡ଼ିଏ ହଜାର ଆଠ ଶହ ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ।
31 àwọn ọkùnrin nínú ààbọ̀ ẹ̀yà Manase, tí a yàn nípa orúkọ láti wá àti láti yan Dafidi gẹ́gẹ́ bí ọba, ẹgbàá mẹ́sàn.
ପୁଣି, ମନଃଶିର ଅର୍ଦ୍ଧ ବଂଶରୁ ଅଠର ହଜାର ଲୋକ, ଏମାନେ ଦାଉଦଙ୍କୁ ରାଜା କରିବା ଲାଗି ମନୋନୀତ ଲୋକ ନାମରେ ନିର୍ଦ୍ଦିଷ୍ଟ ହୋଇଥିଲେ।
32 Àti ní ti àwọn ọmọ Isakari, àwọn ẹni tí ó ní òye àkókò, láti mọ ohun tí Israẹli ìbá máa ṣe; olórí wọn jẹ́ ìgbà; àti gbogbo àwọn ìbátan wọn ń bẹ ní ìkáwọ́ wọn.
ଆଉ ଇଷାଖର-ସନ୍ତାନଗଣ ମଧ୍ୟରୁ ଦୁଇ ଶହ ପ୍ରଧାନ ଲୋକ, ଏମାନେ କାଳଜ୍ଞ, ଇସ୍ରାଏଲର କି କର୍ତ୍ତବ୍ୟ, ତାହା ଜାଣିଲେ; ଆଉ ସେମାନଙ୍କ ଭ୍ରାତା ସମସ୍ତେ ସେମାନଙ୍କ ଆଜ୍ଞାବହ ଥିଲେ।
33 Àwọn ọkùnrin Sebuluni, àti àwọn jagunjagun tí ó ti nípa ogun múra fún ogun pẹ̀lú oríṣìíríṣìí ohun èlò ìjà, láti ran Dafidi lọ́wọ́ pẹ̀lú àwọn tí kò fi iyèméjì ṣe ìjólóòótọ́ wọn jẹ́ ẹgbàá mẹ́ẹ̀ẹ́dọ́gbọ̀n.
ସବୂଲୂନ ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ ପଚାଶ ହଜାର ଲୋକ ଥିଲେ; ସେମାନେ ଯୁଦ୍ଧ ସଜାଇ ପାରିଲେ ଓ ଦ୍ୱିମନା ନ ଥିଲେ।
34 Àwọn ọkùnrin Naftali, ẹgbẹ̀rún ìjòyè àpapọ̀ pẹ̀lú ẹgbàá méjìdínlógún. Ọkùnrin tí wọ́n gbé asà àti ọ̀kọ̀ wọn.
ପୁଣି, ନପ୍ତାଲି ମଧ୍ୟରୁ ଏକ ହଜାର ସେନାପତି ଓ ସେମାନଙ୍କ ସଙ୍ଗେ ଢାଲ ଓ ବର୍ଚ୍ଛାଧାରୀ ସଇଁତିରିଶ ହଜାର ଲୋକ ଥିଲେ।
35 Àwọn ọkùnrin Dani, tí wọ́n ṣetán fún ogun ẹgbàá mẹ́tàlá.
ଆଉ ଦାନୀୟମାନଙ୍କ ମଧ୍ୟରୁ ଯୁଦ୍ଧ ସଜାଇବାକୁ ସମର୍ଥ ଅଠାଇଶ ହଜାର ଛଅ ଶହ ଲୋକ ଥିଲେ।
36 Àwọn ọkùnrin Aṣeri, àwọn tí ó ti ní ìmọ̀ ogun múra fún ogun ọ̀kẹ́ méjì.
ଆଶେର ମଧ୍ୟରୁ ସୈନ୍ୟଦଳରେ ଗମନଯୋଗ୍ୟ, ଯୁଦ୍ଧ ସଜାଇବାକୁ ସମର୍ଥ ଚାଳିଶ ହଜାର ଲୋକ।
37 Láti ìlà-oòrùn Jordani, ọkùnrin Reubeni, Gadi, àti ìdajì ẹ̀yà Manase, dìmọ́ra pẹ̀lú gbogbo onírúurú ohun èlò ìjà ọ̀kẹ́ mẹ́fà.
ଆଉ ଯର୍ଦ୍ଦନର ଅନ୍ୟ ପାରିସ୍ଥିତ ରୁବେନୀୟ, ଗାଦୀୟ ଓ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରୁ ଯୁଦ୍ଧାର୍ଥେ ସର୍ବପ୍ରକାର ଅସ୍ତ୍ରଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ।
38 Gbogbo èyí ni àwọn ọkùnrin ológun tí ó fi ara wọn fún ogun láti ṣe iṣẹ́ fún nínú ẹgbẹ́. Wọ́n wá sí Hebroni tí ó kún fún ìpinnu láti fi Dafidi jẹ́ ọba lórí gbogbo Israẹli. Gbogbo àwọn ìyókù lára àwọn ọmọ Israẹli sì jẹ́ onínú kan láti fi Dafidi jẹ ọba.
ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତଃକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋଣକୁ ଆସିଲେ; ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ୍ତ ହେଲେ।
39 Àwọn ọkùnrin náà lo ọjọ́ mẹ́ta níbẹ̀ pẹ̀lú Dafidi, wọ́n jẹ, wọ́n sì ń mu, nítorí ìdílé wọn ti pèsè oúnjẹ fún wọn.
ଆଉ ସେମାନେ ଦାଉଦଙ୍କ ସଙ୍ଗେ ତିନି ଦିନ ଭୋଜନପାନ କରି ସେଠାରେ ରହିଲେ; କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ।
40 Àwọn aládùúgbò láti ọ̀nà jíjìn gẹ́gẹ́ bí Isakari, Sebuluni àti Naftali gbé oúnjẹ wá lórí kẹ́tẹ́kẹ́tẹ́, lórí ràkunmí, àti lórí ìbáaka àti lórí màlúù, àní oúnjẹ ti ìyẹ̀fun, èso àjàrà gbígbẹ, èso ọ̀pọ̀tọ́, àkàrà dídùn, ọtí wáìnì, òróró, màlúù àti àgùntàn, nítorí ọ̀pọ̀lọpọ̀ ayọ̀ wà ní Israẹli.
ଆହୁରି ଇଷାଖର, ସବୂଲୂନ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଦଭ, ଉଷ୍ଟ୍ର, ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟଦ୍ରବ୍ୟ, ଅର୍ଥାତ୍‍, ସୂଜିର ଦ୍ରବ୍ୟ, ଡିମ୍ବିରି ଚକ୍ତି, ଦ୍ରାକ୍ଷାପେଣ୍ଡା, ଦ୍ରାକ୍ଷାରସ, ତୈଳ ଆଣିଲେ, ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ; କାରଣ ଇସ୍ରାଏଲ ମଧ୍ୟରେ ଆନନ୍ଦ ହେଲା।

< 1 Chronicles 12 >