< 1 Chronicles 10 >

1 Nísinsin yìí, àwọn ará Filistini dojú ìjà kọ Israẹli, àwọn ará Israẹli sì sálọ kúrò níwájú wọn, a sì pa ọ̀pọ̀ wọn sí orí òkè Gilboa.
ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍‍ବୋୟ ପର୍ବତରେ ହତ ହୋଇ ପଡ଼ିଲେ।
2 Àwọn ará Filistini sí lépa Saulu gidigidi àti àwọn ọmọ rẹ̀. Wọ́n sì pa àwọn ọmọ rẹ̀. Jonatani, Abinadabu àti Malikiṣua.
ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ, ଅବୀନାଦବକୁ ଓ ମଲ୍‍କୀଶୂୟକୁ ବଧ କଲେ।
3 Ogun náà sí gbóná janjan fún Saulu, nígbà tí àwọn tafàtafà sì lé e bá, wọ́n sì ṣá a lọ́gbẹ́.
ଏହିରୂପେ ଶାଉଲଙ୍କ ସଙ୍ଗେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଆହତ ହେଲେ।
4 Saulu sì sọ fún ẹni tí ó gbé ìhámọ́ra rẹ̀ pé, “Fa idà rẹ yọ, kí o sì fi gún mi, kí àwọn aláìkọlà wọ̀nyí má wá láti bú mi.” Ṣùgbọ́n ẹni tí ó ń gbé ìhámọ́ra rẹ̀ ń bẹ̀rù, kò sì le ṣe é, bẹ́ẹ̀ ni Saulu mú idà tirẹ̀ ó sì ṣubú lé e.
ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ; କେଜାଣି ଏହି ଅସୁନ୍ନତମାନେ ଆସି ମୋତେ କୌତୁକ କରିବେ।” ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ।
5 Nígbà tí agbé-ìhámọ́ra rí pé Saulu ti kú, òhun pẹ̀lú ṣubú lórí idà tirẹ̀, ó sì kú.
ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କର ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ମଲା।
6 Bẹ́ẹ̀ ni Saulu àti ọmọ rẹ̀ mẹ́tẹ̀ẹ̀ta kú, gbogbo ilé rẹ̀ sì kú ṣọ̀kan, lọ́jọ́ kan náà.
ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ସମସ୍ତ ପରିଜନ ଏକାସଙ୍ଗେ ମଲେ।
7 Nígbà tí gbogbo àwọn ọmọ Israẹli tí ó wà ní pẹ̀tẹ́lẹ̀ rí wí pé àwọn ọmọ-ogun ti sálọ àti pé Saulu àti àwọn ọmọ rẹ̀ ti kú wọ́n kọ àwọn ìlú wọn sílẹ̀, wọ́n sì sálọ. Àwọn ará Filistini wá, wọ́n sì jókòó nínú wọn.
ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିସ୍ଥ ସମସ୍ତ ଇସ୍ରାଏଲ ଲୋକ ଆପଣାମାନଙ୍କ ନଗରସବୁ ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ।
8 Ní ọjọ́ kejì, nígbà tí àwọn ará Filistini wá láti kó òkú, wọ́n rí Saulu àti àwọn ọmọ rẹ̀ tí wọ́n ṣubú sórí òkè Gilboa.
ଏଥିଉତ୍ତାରେ ପରଦିନ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲ୍‍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ।
9 Wọ́n bọ́ ní aṣọ, wọ́n sì gbé orí rẹ̀ àti ìhámọ́ra rẹ̀, wọ́n sì rán ìránṣẹ́ lọ káàkiri ilẹ̀ àwọn ará Filistini láti kéde ìròyìn náà láàrín àwọn òrìṣà wọn àti àwọn ènìyàn wọn.
ତହୁଁ ସେମାନେ ତାଙ୍କର ସଜ୍ଜା ଫିଟାଇ ତାଙ୍କର ମସ୍ତକ ଓ ସଜ୍ଜା ନେଇ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ।
10 Wọ́n gbé ìhámọ́ra rẹ̀ sí inú ilé tí wọ́n kọ́ fún òrìṣà wọn, wọ́n sì fi orí rẹ̀ kọ́ sí inú ilé Dagoni.
ପୁଣି, ସେମାନେ ତାଙ୍କର ସଜ୍ଜା ଆପଣାମାନଙ୍କ ଦେବ ମନ୍ଦିରରେ ରଖିଲେ ଓ ତାଙ୍କର ମସ୍ତକକୁ ଦାଗୋନ୍‍ ମନ୍ଦିରରେ ଟାଙ୍ଗି ଦେଲେ।
11 Nígbà tí gbogbo àwọn olùgbé Jabesi—Gileadi gbọ́ gbogbo ohun tí àwọn ará Filistini ṣe fún Saulu,
ଏଉତ୍ତାରେ ଯାବେଶ-ଗିଲୀୟଦୀୟ ସମସ୍ତେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ ସକଳ କର୍ମର ସମ୍ବାଦ ପାଆନ୍ତେ,
12 gbogbo àwọn akọni ọkùnrin wọn lọ láti mú àwọn ará Saulu àti àwọn ọmọ rẹ̀, wọ́n sì kó wọn wá sí Jabesi. Nígbà náà, wọ́n sin egungun wọn sábẹ́ igi óákù ní Jabesi, wọ́n sì gbààwẹ̀ fún ọjọ́ méje.
ସମସ୍ତ ବିକ୍ରମଶାଳୀ ଲୋକ ଉଠି ଶାଉଲଙ୍କର ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀର ଯାବେଶକୁ ନେଇ ଆସିଲେ ଓ ଯାବେଶସ୍ଥ ଅଲୋନ ବୃକ୍ଷ ମୂଳେ ସେମାନଙ୍କର ଅସ୍ଥି ପୋତି ସାତ ଦିନ ଉପବାସ କଲେ।
13 Saulu kú nítorí kò ṣe òtítọ́ sí Olúwa, kò pa ọ̀rọ̀ Olúwa mọ́ pẹ̀lú, ó tọ abókùúsọ̀rọ̀ lọ fún ìtọ́sọ́nà.
ଏହିରୂପେ ଶାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ଅବିଶ୍ଵସ୍ତତା ସକାଶୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ; ମଧ୍ୟ ସେ ଭୂତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ।
14 Kò sì béèrè lọ́wọ́ Olúwa, bẹ́ẹ̀ ni Olúwa pa á, Ó sì yí ìjọba náà padà sọ́dọ̀ Dafidi ọmọ Jese.
ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ।

< 1 Chronicles 10 >