< Dân Số 31 >

1 Chúa Hằng Hữu phán bảo Môi-se:
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2 “Trước ngày con qua đời, con sẽ báo thù người Ma-đi-an cho người Ít-ra-ên.”
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ସକାଶେ ମିଦୀୟନୀୟମାନଙ୍କୁ ପ୍ରତିଫଳ ଦିଅ; ତହିଁ ଉତ୍ତାରେ ତୁମ୍ଭେ ଆପଣା ଲୋକଙ୍କ ନିକଟରେ ସଂଗୃହୀତ ହେବ।”
3 Môi-se nói với dân chúng: “Một số người phải được trang bị khí giới để đi báo thù người Ma-đi-an, theo lệnh Chúa Hằng Hữu.
ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯୁଦ୍ଧ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ପ୍ରସ୍ତୁତ କର; ସେମାନେ ମିଦୀୟନୀୟମାନଙ୍କ ଉପରେ ସଦାପ୍ରଭୁଙ୍କ ଦଣ୍ଡାଜ୍ଞା ସଫଳ କରିବା ନିମନ୍ତେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯିବେ।
4 Mỗi đại tộc tuyển 1.000 người.”
ତୁମ୍ଭେମାନେ ଇସ୍ରାଏଲ ବଂଶର ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ ଯୁଦ୍ଧକୁ ପଠାଇବ।”
5 Và như vậy, từ trong các đại tộc Ít-ra-ên chọn 12.000 người tham dự trận này.
ତହୁଁ ସହସ୍ର ସହସ୍ର ଇସ୍ରାଏଲ ମଧ୍ୟରେ ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ, ଏହିରୂପେ ବାର ସହସ୍ର ଲୋକ ଯୁଦ୍ଧ ପାଇଁ ସଜ୍ଜିତ ହେଲେ।
6 Môi-se ra lệnh tiến công, có Phi-nê-a, con Thầy Tế lễ Ê-lê-a-sa đem theo các dụng cụ thánh và kèn đồng cầm nơi tay.
ପୁଣି, ମୋଶା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ର ହସ୍ତରେ ପବିତ୍ର ସ୍ଥାନର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ।
7 Trong trận này, họ giết sạch những người đàn ông Ma-đi-an, như Chúa Hằng Hữu phán cùng Môi-se
ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ସେମାନେ ପ୍ରତ୍ୟେକ ପୁରୁଷକୁ ବଧ କଲେ।
8 kể cả năm vua Ma-đi-an là: Ê-vi, Rê-kem, Xu-rơ, Hu-rơ, và Rê-ba. Ba-la-am, con trai Bê-ô cũng chung số phận.
ଆଉ ଅନ୍ୟାନ୍ୟ ହତ ଲୋକଙ୍କ ସହିତ ସେମାନେ ମିଦୀୟନୀୟ ରାଜାମାନଙ୍କୁ, ଅର୍ଥାତ୍‍ ଇବି, ରେକମ୍‍, ସୂର୍‍, ହୂର ଓ ରେବା, ଏହି ମିଦୀୟନୀୟ ପାଞ୍ଚ ରାଜାଙ୍କୁ ବଧ କଲେ; ବିୟୋରର ପୁତ୍ର ବିଲୀୟମ୍‍କୁ ମଧ୍ୟ ସେମାନେ ଖଡ୍ଗରେ ବଧ କଲେ।
9 Đạo quân Ít-ra-ên bắt đàn bà, trẻ con Ma-đi-an, thu chiến lợi phẩm gồm bò, chiên, và của cải.
ଆଉ ଇସ୍ରାଏଲ-ସନ୍ତାନଗଣ ମିଦୀୟନର ସ୍ତ୍ରୀଲୋକମାନଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ବନ୍ଦୀ କରି ନେଲେ; ଆଉ ସେମାନଙ୍କର ସମସ୍ତ ପଶୁ, ସମସ୍ତ ମେଷପଲ ଓ ସମସ୍ତ ସମ୍ପତ୍ତି ଲୁଟି କରି ନେଲେ।
10 Họ đốt các thành và trang trại của người Ma-đi-an.
ଆଉ ସେମାନଙ୍କର ସକଳ ନିବାସ ନଗର ଓ ସକଳ ଛାଉଣି ଅଗ୍ନିରେ ଦଗ୍ଧ କଲେ।
11 Họ lấy các chiến lợi phẩm, người, và súc vật,
ଆଉ ସେମାନେ ସମସ୍ତ ଲୁଟିତ ଦ୍ରବ୍ୟ, ପୁଣି, ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ।
12 đem tất cả người và của cải chiếm được đến trước Môi-se, Thầy Tế lễ Ê-lê-a-sa và cộng đồng dân chúng Ít-ra-ên đang cắm trại tại đồng bằng Mô-áp, bên Sông Giô-đan, đối diện Giê-ri-cô.
ପୁଣି, ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନ ତୀରସ୍ଥ ମୋୟାବ-ପଦାରେ ସ୍ଥାପିତ ଛାଉଣିକୁ ମୋଶାଙ୍କର, ଇଲୀୟାସର ଯାଜକର, ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟକୁ ସେହି ବନ୍ଦୀମାନଙ୍କୁ, ଧୃତ ପ୍ରାଣୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଆଣିଲେ।
13 Môi-se, Thầy Tế lễ Ê-lê-a-sa, và các nhà lãnh đạo cộng đồng Ít-ra-ên ra tận bên ngoài trại tiếp đón đoàn quân chiến thắng trở về.
ତହିଁରେ ମୋଶା, ଇଲୀୟାସର ଯାଜକ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ସେମାନଙ୍କୁ ଭେଟିବାକୁ ଛାଉଣିର ବାହାରକୁ ଗଲେ।
14 Nhưng Môi-se giận các cấp chỉ huy quân đội lắm (họ gồm những quan chỉ huy hàng nghìn và hàng trăm quân).
ସେତେବେଳେ ମୋଶା ଯୁଦ୍ଧକ୍ଷେତ୍ରରୁ ଆଗତ ସେନାପତିମାନଙ୍କ ପ୍ରତି, ଅର୍ଥାତ୍‍, ସହସ୍ରପତି ଓ ଶତପତିମାନଙ୍କ ପ୍ରତି କ୍ରୋଧ କଲେ।
15 Ông hỏi: “Tại sao các anh để cho tất cả phụ nữ Ma-đi-an sống?
ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ସମସ୍ତ ସ୍ତ୍ରୀଲୋକଙ୍କୁ ଜୀବିତ ରଖିଅଛ?
16 Chính họ là những người đã vâng lời Ba-la-am, quyến rũ người Ít-ra-ên cúng thờ Phê-ô, phạm tội trọng với Chúa Hằng Hữu, vì thế mà tai họa đã xảy ra cho dân của Chúa Hằng Hữu.
ଦେଖ, ଏମାନେ ବିଲୀୟମ୍‍ର ପରାମର୍ଶରେ ପିୟୋର ଦେବତା ବିଷୟରେ ଇସ୍ରାଏଲ-ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରାଇଲେ, ତହିଁ ନିମନ୍ତେ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲା।
17 Thế thì, ta phải giết hết những con trai và tất cả phụ nữ đã nằm với đàn ông,
ଏଣୁ ତୁମ୍ଭେମାନେ ଏବେ ପିଲାମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ବଧ କର, ପୁଣି, ଯେଉଁ ସ୍ତ୍ରୀଲୋକମାନେ ପୁରୁଷର ସହବାସ ଜ୍ଞାତ ହୋଇଅଛନ୍ତି, ସେମାନଙ୍କୁ ବଧ କର।
18 nhưng để cho các trinh nữ sống, và dân chúng được giữ những trinh nữ này.
ମାତ୍ର ଯେଉଁ ସ୍ତ୍ରୀର ପିଲାମାନେ ପୁରୁଷର ସହବାସ ଜ୍ଞାତ ହୋଇ ନାହାନ୍ତି, ସେହି ସମସ୍ତଙ୍କୁ ଆପଣାମାନଙ୍କ ନିମନ୍ତେ ଜୀବିତ ରଖ।
19 Bây giờ, ai đã giết người hoặc đụng vào xác chết phải ở lại bên ngoài trại trong bảy ngày. Vào ngày thứ ba và ngày thứ bảy, phải tẩy sạch mình và người mình bắt được.
ଆଉ ତୁମ୍ଭେମାନେ ସାତ ଦିନ ଛାଉଣିର ବାହାରେ ଛାଉଣି ସ୍ଥାପନ କରିବ; ତୁମ୍ଭେମାନେ ଯେତେ ଲୋକ ମନୁଷ୍ୟର ହତ୍ୟା କରିଅଛ ଓ ହତ ଲୋକଙ୍କୁ ସ୍ପର୍ଶ କରିଅଛ, ସମସ୍ତେ ତୃତୀୟ ଦିନରେ, ସପ୍ତମ ଦିନରେ ଆପଣାମାନଙ୍କୁ ଓ ଆପଣା ଆପଣା ବନ୍ଦୀମାନଙ୍କୁ ପାପରୁ ପରିଷ୍କାର କର।
20 Cũng tẩy sạch áo xống, đồ dùng bằng da, bằng lông dê, và bằng gỗ.”
ପୁଣି, ଯାବତୀୟ ବସ୍ତ୍ର, ଚର୍ମ ନିର୍ମିତ ଯାବତୀୟ ବସ୍ତୁ, ଛାଗର ଲୋମରେ ନିର୍ମିତ ଯାବତୀୟ ବସ୍ତୁ ଓ କାଷ୍ଠନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମ୍ଭେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ।”
21 Thầy Tế lễ Ê-lê-a-sa cũng nhắc nhở các chiến sĩ: “Đây là quy tắc Chúa Hằng Hữu truyền cho Môi-se:
ତହୁଁ ଇଲୀୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି;
22 Vật gì có thể đưa vào lửa được như vật bằng vàng, bạc, đồng, sắt, thiếc, hoặc chì,
ତଥାପି ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା,
23 thì phải đưa vào lửa đốt cho sạch. Sau đó, cũng phải dùng nước tẩy uế mà tẩy sạch nữa. Còn vật gì không chịu được lửa, thì dùng nước tẩy uế mà thôi.
ଯେଉଁ ସମସ୍ତ ଦ୍ରବ୍ୟ ଅଗ୍ନି ସହିପାରେ, ସେସବୁକୁ ଅଗ୍ନିରେ ପକାଇବ, ତହିଁରେ ତାହା ଶୁଚି ହେବ; ତେବେ ହେଁ ତାହା ପାପାର୍ଥକ ଜଳରେ ପରିଷ୍କୃତ କରାଯିବ; ପୁଣି, ଯେଉଁସବୁ ଦ୍ରବ୍ୟ ଅଗ୍ନି ସହେ ନାହିଁ, ତାହା ତୁମ୍ଭେମାନେ ଜଳରେ ପକାଇବ।
24 Phải giặt sạch áo vào ngày thứ bảy và như thế anh em sẽ được sạch. Sau đó, anh em có thể vào trại.”
ପୁଣି, ତୁମ୍ଭେମାନେ ସପ୍ତମ ଦିନରେ ଆପଣା ଆପଣା ବସ୍ତ୍ର ଧୋଇବ, ତହିଁରେ ତୁମ୍ଭେମାନେ ଶୁଚି ହେବ; ତହିଁ ଉତ୍ତାରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରିବ।”
25 Chúa Hằng Hữu phán bảo Môi-se:
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
26 “Con sẽ cùng với Thầy Tế lễ Ê-lê-a-sa và các tộc trưởng lo kiểm kê các chiến lợi phẩm, cả người lẫn súc vật.
“ତୁମ୍ଭେ, ଇଲୀୟାସର ଯାଜକ ଓ ମଣ୍ଡଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ଧୃତ ଜୀବଗଣର, ଅର୍ଥାତ୍‍, ବନ୍ଦୀ ମନୁଷ୍ୟର ଓ ପଶୁର ସଂଖ୍ୟା କର।
27 Xong, chia chiến lợi phẩm ra làm hai phần, một phần thuộc về các chiến sĩ đã ra trận, phần kia thuộc về dân chúng.
ପୁଣି, ଯୁଦ୍ଧରେ ଧୃତ ସେହି ଜୀବମାନଙ୍କୁ ଯୁଦ୍ଧକୁ ଯାଇଥିବା ନିପୁଣ ଯୋଦ୍ଧାମାନଙ୍କର ଓ ସମସ୍ତ ମଣ୍ଡଳୀର ମଧ୍ୟରେ ବିଭାଗ କର।
28 Trong phần của các chiến sĩ, phải đem một phần năm trăm để dâng lên Chúa Hằng Hữu, gồm người, bò, lừa, và chiên.
ପୁଣି, ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ କର ଗ୍ରହଣ କର; ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷମାନଙ୍କର,
29 Phần trích ra này sẽ đem giao cho Thầy Tế lễ Ê-lê-a-sa để dâng lên Chúa Hằng Hữu.
ପ୍ରତି ପାଞ୍ଚଶହରୁ ଗୋଟିଏ ଲେଖାଏଁ ଜୀବ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ନିମନ୍ତେ ଇଲୀୟାସର ଯାଜକକୁ ଦିଅ;
30 Cũng lấy một phần năm mươi trong phân nửa của dân chúng để cho người Lê-vi, là những người có trách nhiệm phục vụ Đền Tạm của Chúa Hằng Hữu. Phần này cũng gồm có người, bò, lừa, và chiên.”
ପୁଣି, ଇସ୍ରାଏଲ-ସନ୍ତାନଗଣର ଲଭ୍ୟ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁର ପ୍ରତ୍ୟେକ ପାଞ୍ଚଶହରୁ ଗୋଟିଏ ଲେଖାଏଁ ନେଇ ସଦାପ୍ରଭୁଙ୍କ ଆବାସ ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦିଅ;”
31 Môi-se và Thầy Tế lễ Ê-lê-a-sa làm theo lời Chúa Hằng Hữu phán dạy.
ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ଇଲୀୟାସର ଯାଜକ କଲେ।
32 Chiến lợi phẩm do các chiến sĩ thu được (không kể đến một số của cải khác) gồm có: 675.000 con chiên và dê,
ଯୋଦ୍ଧାମାନେ ଲୁଟିତ ସମ୍ପତ୍ତି ବ୍ୟତୀତ ଯେଉଁସବୁ ଜୀବ ଧରିଥିଲେ, ସେମାନଙ୍କ ସଂଖ୍ୟା,
33 72.000 con bò,
ଛଅ ଲକ୍ଷ ପଞ୍ଚସ୍ତରି ହଜାର ମେଷ
34 61.000 con lừa,
ଓ ବାସ୍ତରି ହଜାର ଗୋରୁ, ଏକଷଠି ହଜାର ଗର୍ଦ୍ଦଭ;
35 và 32.000 trinh nữ.
ଆଉ ପୁରୁଷ-ସହବାସ ଅଜ୍ଞାତା ସ୍ତ୍ରୀଲୋକ ସର୍ବସୁଦ୍ଧା ବତିଶ ହଜାର ଥିଲେ।
36 Như thế, phân nửa thuộc phần các chiến sĩ gồm có: 337.500 con chiên và dê,
ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ।
37 trong đó trích ra nộp cho Chúa Hằng Hữu là 675 con;
ପୁଣି, ସେହି ମେଷ ମଧ୍ୟରୁ ଛଅ ଶହ ପଞ୍ଚସ୍ତରି ମେଷ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
38 36.000 con bò, trong đó trích ra nộp cho Chúa Hằng Hữu là 72 con;
ଆଉ ଗୋରୁ ଛତିଶ ହଜାର, ସେମାନଙ୍କ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
39 30.500 con lừa, trong đó trích ra nộp cho Chúa Hằng Hữu là 61 con;
ଆଉ ଗର୍ଦ୍ଦଭ ତିରିଶ ହଜାର ପାଞ୍ଚ ଶହ, ସେମାନଙ୍କ ମଧ୍ୟରୁ ଏକଷଠି ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
40 16.000 trinh nữ, trong đó trích ra nộp cho Chúa Hằng Hữu là 32 người
ପୁଣି, ମନୁଷ୍ୟ ଷୋଳ ସହସ୍ର, ସେମାନଙ୍କ ମଧ୍ୟରୁ ବତିଶ ଜଣ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
41 Môi-se vâng lời Chúa Hằng Hữu, đem nộp cho Thầy Tế lễ Ê-lê-a-sa phần thuộc về Chúa Hằng Hữu.
ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କର ଉତ୍ତୋଳନୀୟ ଉପହାର ସ୍ୱରୂପେ ସେହି କର ଇଲୀୟାସର ଯାଜକକୁ ଦେଲେ।
42 Phân nửa chiến lợi phẩm thuộc về người Ít-ra-ên được Môi-se chi cho (phân nửa kia thuộc các chiến sĩ,
ପୁଣି, ଯୋଦ୍ଧାମାନଙ୍କ ଅଂଶ ଭିନ୍ନ ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଇଥିଲେ;
43 phân nửa này chia cho dân chúng), gồm có: 337.000 con chiên và dê,
ମଣ୍ଡଳୀର ଲଭ୍ୟ ସେହି ଅର୍ଦ୍ଧାଂଶ ସଂଖ୍ୟାରେ ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ,
44 36.000 con bò,
ଛତିଶ ହଜାର ଗୋରୁ,
45 30.500 con lừa,
ତିରିଶ ହଜାର ପାଞ୍ଚ ଶହ ଗର୍ଦ୍ଦଭ
46 và 16.000 trinh nữ.
ଓ ଷୋଳ ସହସ୍ର ମନୁଷ୍ୟ ଥିଲେ।
47 Môi-se lấy hai phần trăm của phân nửa này, gồm cả người lẫn thú vật, đem cho người Lê-vi như Chúa Hằng Hữu phán bảo ông.
ତହିଁରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କର ଲଭ୍ୟ ସେହି ଅର୍ଦ୍ଧାଂଶରୁ ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଚାଶ ମଧ୍ୟରୁ ଗୋଟିଏ ଲେଖାଏଁ ନେଇ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ଆବାସର ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦେଲେ।
48 Các quan chỉ huy hàng nghìn và hàng trăm quân đến thưa với Môi-se:
ଏଉତ୍ତାରେ ସହସ୍ର ସହସ୍ର ସୈନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱକାରୀଗଣ, ଅର୍ଥାତ୍‍, ସହସ୍ରପତି ଓ ଶତପତିମାନେ ମୋଶାଙ୍କ ନିକଟକୁ ଆସିଲେ,
49 “Chúng tôi đã kiểm điểm quân số và thấy là không một ai thiệt mạng cả.
ପୁଣି, ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭର ଏହି ଦାସମାନେ ଆପଣାମାନଙ୍କ ହସ୍ତଗତ ଯୋଦ୍ଧାମାନଙ୍କର ସଂଖ୍ୟା ନେଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହିଁ ଊଣା ହୋଇ ନାହିଁ।
50 Ngoài ra, chúng tôi mang đến đây các vật đã thu được: Nữ trang bằng vàng, vòng đeo tay, vòng đeo chân, nhẫn, hoa tai, và dây chuyền. Xin dâng lên Chúa Hằng Hữu làm lễ chuộc tội.”
ଏହେତୁ ଆମ୍ଭେମାନେ ପ୍ରତି ଜଣ ସ୍ୱର୍ଣ୍ଣ-ଅଳଙ୍କାର, ନୂପୁର ଓ ବଳା, ଅଙ୍ଗୁରୀୟକ, କୁଣ୍ଡଳ ଓ ହାର, ଏହି ଯେସବୁ ପାଇଅଛୁ, ତହିଁରୁ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ଉପହାର ଆଣିଅଛୁ।”
51 Môi-se và Thầy Tế lễ Ê-lê-a-sa nhận các lễ vật từ tay các chỉ huy.
ତହୁଁ ମୋଶା ଓ ଇଲୀୟାସର ଯାଜକ ସେମାନଙ୍କଠାରୁ ସେହି ସ୍ୱର୍ଣ୍ଣ, ଅର୍ଥାତ୍‍, ଶିଳ୍ପିତ ଅଳଙ୍କାର ନେଲେ।
52 Tổng số vàng dâng lên Chúa Hằng Hữu cân nặng 190 kg.
ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସହସ୍ରପତି ଓ ଶତପତିମାନେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ସ୍ୱର୍ଣ୍ଣ ଉତ୍ସର୍ଗ କଲେ, ସେସମସ୍ତ ସ୍ୱର୍ଣ୍ଣ ଷୋହଳ ହଜାର ସାତ ଶହ ପଚାଶ ଶେକଲ ପରିମିତ ଥିଲା।
53 Các chiến sĩ đều có thu hoạch chiến lợi phẩm riêng cho mình.
କାରଣ ଯୋଦ୍ଧାମାନେ ପ୍ରତ୍ୟେକେ ଆପଣା ଆପଣା ନିମନ୍ତେ ଲୁଟିତ ଦ୍ରବ୍ୟ ନେଇଥିଲେ।
54 Môi-se và Thầy Tế lễ Ê-lê-a-sa đem các lễ vật này cất vào Đền Tạm để làm một kỷ niệm của dân chúng Ít-ra-ên trước mặt Chúa Hằng Hữu.
ଏଉତ୍ତାରେ ମୋଶା, ଇଲୀୟାସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ, ପୁଣି, ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ-ତମ୍ବୁରେ ରଖିଲେ।

< Dân Số 31 >