< इफिसियों 3 >

1 इसी वजह से मैं पौलुस जो तुम ग़ैर — क़ौम वालों की ख़ातिर ईसा मसीह का क़ैदी हूँ।
ଏଥିନିମନ୍ତେ ମୁଁ ପାଉଲ, ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ
2 शायद तुम ने ख़ुदा के उस फ़ज़ल के इन्तज़ाम का हाल सुना होगा, जो तुम्हारे लिए मुझ पर हुआ।
ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ବରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ,
3 या'नी ये कि वो भेद मुझे मुक़ाशिफ़ा से मा'लूम हुआ। चुनाँचे मैंने पहले उसका थोड़ा हाल लिखा है,
ଅର୍ଥାତ୍‍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସଂକ୍ଷିପ୍ତ ଭାବରେ ଲେଖିଅଛି।
4 जिसे पढ़कर तुम मा'लूम कर सकते हो कि मैं मसीह का वो राज़ किस क़दर समझता हूँ।
ତାହା ପଢ଼ି ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ୱରେ ମୋହର ଜ୍ଞାନର ପରିଚୟ ପାଇ ପାର;
5 जो और ज़मानो में बनी आदम को इस तरह मा'लूम न हुआ था, जिस तरह उसके मुक़द्दस रसूलों और नबियों पर पाक रूह में अब ज़ाहिर हो गया है;
ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା,
6 या'नी ये कि ईसा मसीह में ग़ैर — क़ौम ख़ुशख़बरी के वसीले से मीरास में शरीक और बदन में शामिल और वा'दों में दाख़िल हैं।
ଅର୍ଥାତ୍‍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୁଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
7 और ख़ुदा के उस फ़ज़ल की बख़्शिश से जो उसकी क़ुदरत की तासीर से मुझ पर हुआ, मैं इस ख़ुशख़बरी का ख़ादिम बना।
ଈଶ୍ବରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି।
8 मुझ पर जो सब मुक़द्दसों में छोटे से छोटा हूँ, फ़ज़ल हुआ कि ग़ैर — क़ौमों को मसीह की बेक़यास दौलत की ख़ुशख़बरी दूँ।
ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୁଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,
9 और सब पर ये बात रोशन करूँ कि जो राज़ अज़ल से सब चीज़ों के पैदा करनेवाले ख़ुदा में छुपा रहा उसका क्या इन्तज़ाम है। (aiōn g165)
ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, (aiōn g165)
10 ताकि अब कलीसिया के वसीले से ख़ुदा की तरह तरह की हिक्मत उन हुकूमतवालों और इख़्तियार वालों को जो आसमानी मुक़ामों में हैं, मा'लूम हो जाए।
ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ,
11 उस अज़ली इरादे के जो उसने हमारे ख़ुदावन्द ईसा मसीह में किया था, (aiōn g165)
ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ; (aiōn g165)
12 जिसमें हम को उस पर ईमान रखने की वजह से दिलेरी है और भरोसे के साथ रसाई।
ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଈଶ୍ବରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ।
13 पस मैं गुज़ारिश करता हूँ कि तुम मेरी उन मुसीबतों की वजह से जो तुम्हारी ख़ातिर सहता हूँ हिम्मत न हारो, क्यूँकि वो तुम्हारे लिए 'इज़्ज़त का ज़रिया हैं।
ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କ ଗୌରବ।
14 इस वजह से मैं उस बाप के आगे घुटने टेकता हूँ,
ଏଥିନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ,
15 जिससे आसमान और ज़मीन का हर एक ख़ानदान नामज़द है।
ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି,
16 कि वो अपने जलाल की दौलत के मुवाफ़िक़ तुम्हें ये 'इनायत करे कि तुम ख़ुदा की रूह से अपनी बातिनी इंसान ियत में बहुत ही ताक़तवर हो जाओ,
ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି,
17 और ईमान के वसीले से मसीह तुम्हारे दिलों में सुकूनत करे ताकि तुम मुहब्बत में जड़ पकड़ के और बुनियाद क़ाईम करके,
ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି,
18 सब मुक़द्दसों समेत बख़ूबी मा'लूम कर सको कि उसकी चौड़ाई और लम्बाई और ऊँचाई और गहराई कितनी है,
ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ,
19 और मसीह की उस मुहब्बत को जान सको जो जानने से बाहर है ताकि तुम ख़ुदा की सारी मा'मूरी तक मा'मूर हो जाओ।
ଆଉ ସେହି ପ୍ରକାରେ ଈଶ୍ବରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ।
20 अब जो ऐसा क़ादिर है कि उस क़ुदरत के मुवाफ़िक़ जो हम में तासीर करती है, हामारी गुज़ारिश और ख़याल से बहुत ज़्यादा काम कर सकता है,
ଯେଉଁ ଈଶ୍ବର ଅାମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି,
21 कलीसिया में और ईसा मसीह में पुश्त — दर — पुश्त और हमेशा हमेशा उसकी बड़ाई होती रहे। आमीन। (aiōn g165)
ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ। ଆମେନ୍‍। (aiōn g165)

< इफिसियों 3 >