< 2 समु 20 >
1 और वहाँ एक शरीर बिनयमीनी था और उसका नाम सबा' बिन बिक्री था, उसने नरसिंगा फूँका और कहा कि “दाऊद में हमारा कोई हिस्सा नहीं और न हमारी मीरास यस्सी के बेटे के साथ है, ऐ इस्राईलियों अपने अपने डेरे को चले जाओ।”
ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”
2 इसलिए सब इस्राईली दाऊद की पैरवी छोड़ कर सबा' बिन बिक्री के पीछे हो लिए लेकिन यहूदाह के लोग यरदन से येरूशलेम तक अपने बादशाह के साथ ही रहे।
ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାତ୍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ।
3 और दाऊद येरूशलेम में अपने महल में आया और बादशाह ने अपनी उन दस बाँदियों को जिनको वह अपने घर की निगहबानी के लिए छोड़ गया था, लेकर उनको नज़र बंद कर दिया और उनकी परवरिश करता रहा लेकिन उनके पास न गया, इसलिए उन्होंने अपने मरने के दिन तक नज़र बंद रहकर रंडापे की हालत में ज़िन्दगी काटी।
ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରାସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରାସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ।
4 और बादशाह ने 'अमासा को हुक्म किया कि “तीन दिन के अन्दर बनी यहूदाह को मेरे पास जमा' कर और तू भी यहाँ हाज़िर हो।”
ଏଉତ୍ତାରେ ରାଜା ଅମାସାଙ୍କୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ ଡକାଇ ମୋʼ ଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ।”
5 तब 'अमासा बनी यहूदाह को बुलाने गया, लेकिन वह मुताअय्यन वक़्त से जो उसने उसके लिए मुक़र्रर किया था ज़्यादा ठहरा।
ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା; ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା।
6 तब दाऊद ने अबीशै से कहा कि “सबा' बिन बिक्री तो हमको अबीसलोम से ज़्यादा नुक़सान पहुँचायेगा फिर तू अपने मालिक के ख़ादिमों को लेकर उसका पीछा कर ऐसा न हो कि वह दीवारदार शहरों को लेकर हमारी नज़र से बच निकले।”
ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ; ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀର-ବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”
7 तब योआब के आदमी और करैती और फ़लेती और सब बहादुर उसके पीछे हो लिए और येरूशलेम से निकले ताकि सबा' बिन बिक्री का पीछा करें।
ଏଣୁ ଯୋୟାବର ଲୋକ ଓ କରେଥୀୟ ଓ ପଲେଥୀୟ ଲୋକ ଓ ସମସ୍ତ ବୀର ଲୋକମାନେ ତାହା ପଛରେ ବାହାରିଲେ, ଆଉ ସେମାନେ ଯିରୂଶାଲମରୁ ବାହାରି ବିଖ୍ରିିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ।
8 और जब वह उस बड़े पत्थर के नज़दीक पहुँचे जो जिब'ऊन में है तो 'अमासा उनसे मिलने को आया और योआब अपना जंगी लिबास पहने था और उसके ऊपर एक पटका था जिस से एक तलवार मियान में पड़ी हुई उसके कमर में बंधी थी और उसके चलते चलते वह निकल पड़ी।
ସେମାନେ ଗିବୀୟୋନ୍ସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହୁଅନ୍ତେ, ଅମାସା ସେମାନଙ୍କର ନିକଟକୁ ଆସିଲେ। ସେହି ସମୟରେ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା, ତହିଁ ଉପରେ ଏକ କଟିବନ୍ଧନ ଓ କୋଷାବଦ୍ଧ ଖଡ୍ଗ ତାହାର କଟିଦେଶରେ ବନ୍ଧା ଥିଲା; ପୁଣି ସେ ଯାଉ ଯାଉ ତାହା ବାହାରି ପଡ଼ିଲା।
9 तब योआब ने 'अमासा से कहा, “ऐ मेरे भाई तू ख़ैरियत से है?” और योआब ने 'अमासा की दाढ़ी अपने दहने हाथ से पकड़ी कि उसको बोसा दे।
ଏଥିରେ ଯୋୟାବ ଅମାସାଙ୍କୁ ପଚାରିଲା, “କି ଭାଇ, ସବୁ ମଙ୍ଗଳ ତ?” ତହୁଁ ଯୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା।
10 और 'अमासा ने उस तलवार का जो योआब के हाथ में थी ख़्याल न किया, इसलिए उसने उससे उसके पेट में ऐसा मारा कि उसकी अंतड़ियाँ ज़मीन पर निकल पड़ीं और उसने दूसरा वार न किया, इसलिए वह मर गया, फिर योआब और उसका भाई अबीशै सबा' बिन बिक्री का पीछा करने चले।
ମାତ୍ର ଯୋୟାବର ବାମ ହସ୍ତରେ ଥିବା ଖଡ୍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ; ତହୁଁ ଯୋୟାବ ସେହି ଖଡ୍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇଦେଲା, ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ; ତହିଁରେ ହିଁ ସେ ମଲା। ଏଉତ୍ତାରେ ଯୋୟାବ ଓ ତାହାର ଭ୍ରାତା ଅବୀଶୟ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇଲେ।
11 और योआब के जवानों में से एक शख़्स उसके पास खड़ा हो गया और कहने लगा कि “जो कोई योआब से राज़ी है और जो कोई दाऊद की तरफ़ है वह योआब के पीछे होले।”
ଏଥିମଧ୍ୟରେ ଯୋୟାବର ଜଣେ ଲୋକ ତାହା ନିକଟରେ ଠିଆ ହୋଇ କହିଲା, “ଯେ ଯୋୟାବକୁ ଭଲ ପାଏ ଓ ଯେ ଦାଉଦଙ୍କର ପକ୍ଷ, ସେ ଯୋୟାବର ପଛେ ଯାଉ।”
12 और 'अमासा सड़क के बीच अपने ख़ून में लोट रहा था और उस शख़्स ने देखा कि सब लोग खड़े हो गये हैं, तो वह 'अमासा को सड़क पर से मैदान को उठा ले गया और जब यह देखा कि जो कोई उसके पास आता है खड़ा हो जाता है, तो उस पर एक कपड़ा डाल दिया।
ସେସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟ୍ପଟ୍ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା।
13 और जब वह सड़क पर से हटा लिया गया, तो सब लोग योआब के पीछे सबा' बिन बिक्री का पीछा करने चले।
ଅମାସା ରାସ୍ତାରୁ ବାହର କରାଯାʼନ୍ତେ, ସମସ୍ତ ଲୋକ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।
14 और वह इस्राईल के सब क़बीलों में से होता हुआ अबील और बैत मा'का और सब बेरियों तक पहुँचा और वह भी जमा' होकर उसके पीछे चले।
ଏଉତ୍ତାରେ ଯୋୟାବ ଇସ୍ରାଏଲର ସମସ୍ତ ବଂଶ ମଧ୍ୟଦେଇ ଆବେଲ୍ ଓ ବେଥ୍ମାଖା ଓ ସମସ୍ତ ବେରୀମ୍ ଅଞ୍ଚଳ ପର୍ଯ୍ୟନ୍ତ ଗମନ କଲା; ତହିଁରେ ଲୋକମାନେ ଏକତ୍ରିତ ହେଲେ, ମଧ୍ୟ ତାହାର ପଛେ ପଛେ ଗମନ କଲେ।
15 और उन्होंने आकर उसे अबील बैत मा'का में घेर लिया शहर के सामने ऐसा दमदमा बाँधा कि वह दीवार के बराबर रहा और सब लोगों ने जो योआब के साथ थे दीवार को तोड़ना शुरू' किया ताकि उसे गिरा दें।
ପୁଣି ସେମାନେ ଆସି ବେଥ୍-ମାଖାସ୍ଥିତ ଆବେଲ୍ରେ ଶେବଃଙ୍କୁ ଆକ୍ରମଣ କଲେ ଓ ନଗର ନିକଟରେ ଓ ଗଡ଼-ପାଚେରୀ ନିକଟରେ ଏକ ଢିପିନିର୍ମିତ ହେଲା; ତହିଁରେ ଯୋୟାବର ସହିତ ଥିବା ସମସ୍ତ ସୈନ୍ୟ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।
16 तब एक 'अक़्लमन्द 'औरत शहर में से पुकार कर कहने लगी कि “ज़रा योआब से कह दो कि यहाँ आए ताकि मैं उससे कुछ कहूँ।”
ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତୀ ସ୍ତ୍ରୀ ଡାକି କହିଲା, “ଶୁଣ, ଶୁଣ! ମୁଁ ବିନୟ କରୁଅଛି, ଯୋୟାବକୁ ଏହି ସ୍ଥାନକୁ ଆସିବାକୁ କୁହ, ଯେପରି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରେ।”
17 तब वह उसके नज़दीक आया, उस 'औरत ने उससे कहा, “क्या तू योआब है?” उसने कहा, “हाँ” तब वह उससे कहने लगी, “अपनी लौंडी की बातें सुन।” उसने कहा, “मैं सुनता हूँ।”
ତହୁଁ ସେ ତାହା ନିକଟକୁ ଆସନ୍ତେ, ସେ ସ୍ତ୍ରୀ ପଚାରିଲା, “ଆପଣ କʼଣ ଯୋୟାବ?” ସେ ଉତ୍ତର କଲା, “ହଁ।” ତେବେ ସେ ସ୍ତ୍ରୀ ତାହାକୁ କହିଲା, “ଆପଣା ଦାସୀର କଥା ଶୁଣନ୍ତୁ।” ସେ ଉତ୍ତର କଲା, “ମୁଁ ଶୁଣୁଅଛି।”
18 तब वह कहने लगी कि “पुराने ज़माना में यूँ कहा करते थे कि वह ज़रूर अबील में सलाह पू छेंगे और इस तरह वह बात को ख़त्म करते थे।
ତହୁଁ ସେ କହିଲା, “ପୂର୍ବକାଳରେ ଲୋକମାନେ କହୁଥାʼନ୍ତି, ‘ଲୋକେ ଆବେଲ୍ରେ ଅବଶ୍ୟ ପରାମର୍ଶ ପଚାରିବେ,’ ଆଉ ଏହିରୂପେ କାର୍ଯ୍ୟ ସମାପ୍ତ ହେବ।
19 और मैं इस्राईल में उन लोगों में से हूँ जो सुलह पसंद और दयानतदार हैं, तू चाहता है कि एक शहर और माँ को इस्राईलियों के बीच हलाक करे, फिर तू क्यूँ ख़ुदावन्द की मीरास को निगलना चाहता है?”
ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ?”
20 योआब ने जवाब दिया, “मुझसे हरगिज़ ऐसा न हो कि मैं निगल जाऊँ या हलाक करूँ।
ଏଥିରେ ଯୋୟାବ ଉତ୍ତର କରି କହିଲା, “ଏହା ଦୂର ହେଉ, ମୁଁ ଯେ ଗ୍ରାସ କରିବି କି ବିନାଶ କରିବି, ତାହା ମୋʼ ଠାରୁ ଦୂର ହେଉ।
21 बात यह नहीं है बल्कि इफ़्राईम के पहाड़ी मुल्क के एक शख़्स ने जिसका नाम सबा' बिन बिक्री है बादशाह या'नी दाऊद के ख़िलाफ़ हाथ उठाया है इसलिए सिर्फ़ उसी को मेरे हवाले कर देते तो मैं शहर से चला जाऊँगा।” उस 'औरत ने योआब से कहा, “देख उसका सिर दीवार पर से तेरे पास फेंक दिया जाएगा।”
କଥା ସେପରି ନୁହେଁ; ମାତ୍ର ବିଖ୍ରିିର ପୁତ୍ର ଶେବଃ ନାମରେ ଜଣେ ଇଫ୍ରୟିମ-ପର୍ବତମୟ ଦେଶୀୟ ଲୋକ ଦାଉଦ ରାଜାଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଇଅଛି; କେବଳ ତାଙ୍କୁ ସମର୍ପି ଦିଅ, ତହିଁରେ ମୁଁ ଏ ନଗରରୁ ପ୍ରସ୍ଥାନ କରିବି।” ତହୁଁ ସେ ସ୍ତ୍ରୀ ଯୋୟାବକୁ କହିଲା, “ଦେଖନ୍ତୁ, ପ୍ରାଚୀର ଦେଇ ତାହାର ମସ୍ତକ ଆପଣଙ୍କ ନିକଟକୁ ପକାଯିବ।”
22 तब वह 'औरत अपनी दानाई से सब लोगों के पास गई, फिर उसने सबा'बिन बिक्री का सिर काट कर उसे बाहर योआब की तरफ़ फेंक दिया, तब उसने नरसिंगा फूँका और लोग शहर से अलग होकर अपने अपने डेरे को चले गये और योआब येरूशलेम को बादशाह के पास लौट आया।
ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।
23 और योआब इस्राईल के सारे लश्कर का सरदार था, और बिनायाह बिन यहूयदा' करेतियों और फलेतियों का सरदार था।
ସେସମୟରେ ଯୋୟାବ ଇସ୍ରାଏଲର ସମସ୍ତ ସୈନ୍ୟଦଳର ଉପରେ ଥିଲା; ପୁଣି ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ଥିଲା।
24 और अदूराम ख़िराज का दरोग़ा था और अख़ीलूद का बेटा यहूसफ़त मुवर्रिख़ था।
ଆଉ ଅଦୋନୀରାମ୍ ବେଠିକର୍ମକାରୀଙ୍କ ଅଧ୍ୟକ୍ଷ ଥିଲା ଓ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ,
25 और सिवा मुन्शी था और सदूक़ और अबीयातर काहिन थे।
ଶିବା ଲେଖକ ଥିଲା; ପୁଣି ସାଦୋକ ଓ ଅବୀୟାଥର ଯାଜକ ଥିଲେ;
26 और 'ईरा याइरी भी दाऊद का एक काहिन था।
ପୁଣି ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ଯାଜକ ଥିଲା।