< Книга Суддів 1 >
1 I сталося по смерті Ісуса, і питалися Ізра́їлеві сини Господа, говорячи: „Хто з нас ви́йде спе́реду на ханаане́янина, щоб воювати з ним?“
ଯିହୋଶୂୟଙ୍କର ମୃତ୍ୟୁୁ ପରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, “କିଣାନୀୟମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ?”
2 І сказав Господь: „Юда пі́де. Оце Я дав Край у його руку“.
ତହୁଁ ସଦାପ୍ରଭୁ କହିଲେ, “ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ।”
3 І сказав Юда до Симеона, свого брата: „Іди зо мною на мій жеребо́к, і бу́демо воювати з ханаанеянином, то піду́ й я з тобою на твій жеребо́к“. І пішов із ним Симео́н.
ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, “ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା।” ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା।
4 І піднявся Юда, а Господь дав ханаанеянина та періззеянина в їхню руку. І вони побили їх у Безеку, — десять тисяч чоловіка.
ଏଥିଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ କିଣାନୀୟ ଓ ପରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ।
5 І знайшли вони в Безеку Адоні-Безека, і воювали з ним, і побили ханаане́янина та періззе́янина.
ପୁଣି ସେମାନେ ବେଷକରେ ଅଦୋନୀବେଷକ୍ ରାଜାଙ୍କୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପରିଷୀୟମାନଙ୍କୁ ବଧ କଲେ।
6 І втікав Адоні-Безек, а вони гналися за ним, і злови́ли його, і повідру́бували великі пальці його рук та його ніг.
ମାତ୍ର ଅଦୋନୀବେଷକ୍ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଏବଂ ତାହାର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ।
7 І сказав Адоні-Безек: „Сімдеся́т царів з відру́баними великими пальцями їхніх рук та їхніх ніг часто збирали поживу під столом моїм. Як робив я, так відплатив мені Бог!“
ଏଥିରେ ଅଦୋନୀବେଷକ୍ କହିଲା, “ସତୁରି ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ।” ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।
8 І воювали Юдині сини з Єрусалимом, і здобули́ його, і побили його ві́стрям меча́, а місто пустили з огнем.
ଏଥିଉତ୍ତାରେ ଯିହୁଦା-ସନ୍ତାନମାନେ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ୍ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ।
9 А потому Юдині сини зійшли воювати з ханаане́янином, ме́шканцем гори, і Неґеву, і Шефелі.
ଏଥିଉତ୍ତାରେ ଯିହୁଦା-ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ।
10 І пішов Юда до ханаанеянина, що сидить у Хевроні, — а ім'я́ Хеврону було колись: Кір'ят-Арба, — і побили Шешая, й Ахімана та Талмая.
ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନ୍କୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥ୍-ଅର୍ବ ଥିଲା।
11 А звідти пішов він до мешканців Девіру, а ім'я́ Девіру колись: Кір'ят-Сефер.
ଆଉ ସେ ସେଠାରୁ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଗଲା। ପୂର୍ବେ ଏହି ଦବୀରର ନାମ କିରୀୟଥ୍-ସେଫର ଥିଲା।
12 І сказав Калев: „Хто поб'є Кір'ят-Сефер та здобуде його, то дам йому Ахсу, дочку мою, за жінку“.
ପୁଣି କାଲେବ କହିଲେ, “ଯେକେହି କିରୀୟଥ୍-ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋʼ କନ୍ୟା ଅକ୍ଷାର ବିବାହ ଦେବି।”
13 І здобув його Отніїл, син Кенезів, брат Калевів, молодший від нього. І він дав йому свою дочку́ Ахсу за жінку.
ଏଥିରେ କାଲେବଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟା ଅକ୍ଷାର ବିବାହ ଦେଲେ।
14 І сталося, коли вона прийшла, то намовила його жадати по́ля від її батька. І зійшла вона з осла, а Калев сказав їй: „Що тобі?“
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ?”
15 І вона сказала йому: „Дай мені дара благословення! Бо ти дав мені землю суху, то дай мені водні джере́ла“. І Калев дав їй Ґуллот-горі́шній та Ґуллот-до́лішній.
ତହୁଁ ସେ କହିଲା, “ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି, ମଧ୍ୟ ଜଳ ନିର୍ଝର ମୋତେ ଦେଉନ୍ତୁ;” ତହିଁରେ କାଲେବ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ।
16 А сини Кенея, Мойсеєвого тестя, пішли з міста Пальм з Юдиними синами до Юдиної пустині, що на півдні Араду. І пішов він, і осівся з народом.
ଏଥିଉତ୍ତାରେ ମୋଶାଙ୍କର ପତ୍ନୀ-ଭ୍ରାତା କେନୀୟର ସନ୍ତାନମାନେ ଯିହୁଦା-ସନ୍ତାନମାନଙ୍କ ସହିତ ଖର୍ଜ୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠିଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ।
17 І пішов Юда з Симеоном, своїм братом, та й побили ханаанеянина, ме́шканця Цефату, і вчинили його закляттям. І назвав ім'я́ того міста: Хорма.
ପୁଣି ଯିହୁଦା ଆପଣା ଭ୍ରାତା ଶିମୀୟୋନ ସହିତ ଗମନ କଲା ଓ ସେମାନେ ସଫାତ୍ବାସୀ କିଣାନୀୟମାନଙ୍କୁ ଆକ୍ରମଣ କରି ସେହି ନଗରକୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା।
18 І здобув Юда Аззу та границю її, й Ашкелон та границю його, і Екрон та границю його.
ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କିଲୋନ ଓ ତହିଁର ଅଞ୍ଚଳ, ପୁଣି ଇକ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା।
19 І був Господь з Юдою, і він повиганяв мешканців гори. Та не міг він повиганяти ме́шканців долини, бо вони мали залізні колесни́ці.
ସଦାପ୍ରଭୁ ଯିହୁଦାର ସହାୟ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହ ରଥ ଥିଲା।
20 І дали Калевові Хевро́н, як говорив був Мойсей, і він вигнав звідти трьох ве́летнів.
ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେହି ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ।
21 А євусеянина, ме́шканця Єрусалиму, не вигнали Веніяминові сини, — і осів євусеянин із Веніяминовими синами в Єрусалимі, і сидя́ть тут аж до цього дня.
ବିନ୍ୟାମୀନ୍-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜି ପର୍ଯ୍ୟନ୍ତ ବିନ୍ୟାମୀନ୍-ସନ୍ତାନଗଣ ସହିତ ବାସ କରୁଅଛନ୍ତି।
22 І пішов також дім Йо́сипів до Бет-Елу, а Господь був з ними.
ଏଥିଉତ୍ତାରେ ଯୋଷେଫ-ବଂଶ ମଧ୍ୟ ବେଥେଲ୍ ପ୍ରତିକୂଳରେ ଗଲେ; ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ।
23 І ви́відав Йо́сипів дім у Бет-Елі, а ім'я́ того міста колись було Луз.
ସେତେବେଳେ ଯୋଷେଫ-ବଂଶ ବେଥେଲ୍ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ; ପୂର୍ବେ ସେହି ନଗରର ନାମ ଲୂସ୍ ଥିଲା।
24 І побачили сторожі́ чоловіка, що виходив із того міста, та й сказали до нього: „Покажи нам вхід до міста, а ми вчинимо тобі ми́лість!“
ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, “ବିନୟ କରୁଅଛୁ, ସେହି ନଗରରେ ପ୍ରବେଶ କରିବା ପଥ ଆମ୍ଭମାନଙ୍କୁ ଦେଖାଅ; ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ବ୍ୟବହାର କରିବା।”
25 І він показав їм вхід до міста, і вони побили те місто ві́стрям меча, а того чоловіка та ввесь його рід відпустили.
ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶ କରିବା ପଥ ଦେଖାନ୍ତେ, ସେମାନେ ଖଡ୍ଗଧାରରେ ସେହି ନଗରକୁ ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ।
26 І пішов той чоловік до кра́ю хітте́ян, і збудував місто, та й назвав ім'я́ йому: Луз, — воно ім'я́ його аж до цього дня.
ଏଥିଉତ୍ତାରେ ସେ ଲୋକ ହିତ୍ତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୂସ୍ ରଖିଲା; ତହିଁର ସେହି ନାମ ଆଜି ପର୍ଯ୍ୟନ୍ତ ଅଛି।
27 А Манасія не повиганяв мешканців Бет-Шеану та його залежних міст, і Таанаху та його залежних міст, і ме́шканців Дору та його залежних міст, і ме́шканців Ївлеаму та його залежних міст, і мешканців Міґіддо та його залежних міст, — і ханаане́янин волів сидіти в тому кра́ї.
ଆଉ ମନଃଶି, ବେଥ୍-ଶାନ ଓ ତହିଁର ଉପନଗର, ତାନକ୍ ଓ ତହିଁର ଉପନଗର-ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର-ନିବାସୀମାନଙ୍କୁ, ଯିବ୍ଲିୟିମ ଓ ତହିଁର ଉପନଗର-ନିବାସୀମାନଙ୍କୁ, ମଗିଦ୍ଦୋ ଓ ତହିଁର ଉପନଗର-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।
28 І сталося, коли Ізраїль зміцни́вся, то він наклав на ханаанеянина дани́ну, але вигнати — не вигнав його.
ଏଥିଉତ୍ତାରେ ଇସ୍ରାଏଲ ପରାକ୍ରାନ୍ତ ହୁଅନ୍ତେ, ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ।
29 І Єфрем не вигнав ханаане́янина, що мешкає в Ґезері, — і осівся ханаанеянин серед нього в Ґезері.
ଆଉ ଇଫ୍ରୟିମ ଗେଷର ନିବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତହିଁରେ କିଣାନୀୟମାନେ ଗେଷରରେ ବାସ କଲେ।
30 Завуло́н не повиганяв ме́шканців Кітрону та мешканців Нагалолу, — і осівся ханаане́янин серед нього, і став за дани́ну.
ସବୂଲୂନ କିଟ୍ରୋଣ ଓ ନହଲୋଲ୍ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠିକର୍ମ କଲେ।
31 Аси́р не повиганяв ме́шканців Акко, і ме́шканців Сидону, і Ахлаву, і Ахзіву, і Хелби, і Афіку, і Рехову.
ଆଶେର ଅକ୍କୋ-ନିବାସୀମାନଙ୍କୁ କିଅବା ସୀଦୋନ କି ଅହଲବ୍ ଓ ଅକଷୀବ୍ କି ହିଲବା କି ଅଫିକ୍ କି ରହୋବନି ବାସୀମାନଙ୍କୁ ତଡ଼ିଦେଲା ନାହିଁ।
32 І осівся аси́рець серед ханаане́янина, мешканця того кра́ю, бо він не вигнав його.
ମାତ୍ର ଆଶେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ।
33 Нефтали́м не повиганяв ме́шканців Бет-Шемешу, і мешканців Бет-Анату, — і він осівся серед ханаанеянина, мешканця того краю, а мешканці Бет-Шемешу та Бет-Анату стали їм за данину.
ନପ୍ତାଲି ବେଥ୍-ଶେମଶ କି ବେଥ୍ନାତ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା, ତଥାପି ବେଥ୍-ଶେମଶ ଓ ବେଥ୍-ଆନାତ୍ ନିବାସୀମାନେ ସେମାନଙ୍କର ବେଠିକର୍ମ କଲେ।
34 І тиснув аморе́янин Данових синів на го́ру, бо не давав йому схо́дити на долину.
ଆଉ ଇମୋରୀୟମାନେ ଦାନ୍-ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ; ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ।
35 І волів амореянин сидіти на горі Херес в Айялоні та в Шаалевімі, та стала сильною рука Йо́сипового дому, — він став за данину.
ମାତ୍ର ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନ୍ରେ ଓ ଶାଲବୀମ୍ରେ ବାସ କରିବାକୁ ମନସ୍ଥ କଲେ; ତଥାପି ଯୋଷେଫ-ବଂଶର ହସ୍ତ ପ୍ରବଳ ହୁଅନ୍ତେ, ସେମାନେ ବେଠିକର୍ମ କଲେ।
36 А границя аморейська — від Маале-Акраббім, і від Сели та вище.
ପୁଣି ଅକ୍ରବ୍ବୀମ-ଘାଟୀ ଶୈଳଠାରୁ ଆଗକୁ ଇମୋରୀୟମାନଙ୍କ ସୀମା ଥିଲା।