< Ісус Навин 7 >

1 І спроневі́рилися Ізраїлеві сини в заклятому, — Ахай, син Кармія, сина Завдієвого, сина Зерахового, Юдиного племени, узяв із заклятого. І запали́вся Господній гнів на Ізраїлевих синів.
ମାତ୍ର ଇସ୍ରାଏଲ-ସନ୍ତାନଗଣ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କଲେ; କାରଣ ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍‍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍‍ ବର୍ଜିତ ବସ୍ତୁରୁ କିଛି ହରଣ କଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା।
2 І послав Ісус мужів з Єрихону в Ай, що при Бет-Евені, на схід від Бет-Елу, і сказав до них, говорячи: „Підіть, і ви́відайте цей Край“. І пішли ті му́жі, і вивідали той Ай.
ଏଥିମଧ୍ୟରେ ଯିହୋଶୂୟ ଯିରୀହୋଠାରୁ ବେଥେଲ୍‍ର ପୂର୍ବଦିଗସ୍ଥିତ ବେଥ୍-ଆବନର ପାର୍ଶ୍ୱସ୍ଥ ଅୟକୁ ଲୋକ ପଠାଇ ସେମାନଙ୍କୁ କହିଲେ, “ଉଠ, ଯାଇ ଦେଶ ଅନୁସନ୍ଧାନ କର;” ଏଥିରେ ଲୋକମାନେ ଯାଇ ଅୟ ନଗର ଅନୁସନ୍ଧାନ କଲେ।
3 І вернулися вони до Ісуса та й сказали до нього: „Нехай не йде ввесь наро́д, — коло двох тисяч лю́да або коло трьох тисяч люда нехай вийдуть, і поб'ють Ай. Не труди всього народу туди, бо ті вороги нечисле́нні“.
ଏଉତ୍ତାରେ ସେମାନେ ଯିହୋଶୂୟଙ୍କ ନିକଟକୁ ଫେରିଆସି ତାଙ୍କୁ କହିଲେ, “ସମସ୍ତ ଲୋକ ନ ଯାଉନ୍ତୁ; କେବଳ ଦୁଇ ତିନି ସହସ୍ର ଲୋକ ଯାଇ ଅୟ ନଗର ପରାସ୍ତ କରନ୍ତୁ; ସେଠାରେ ସମସ୍ତ ଲୋକଙ୍କୁ ପରିଶ୍ରମ କରାଅ ନାହିଁ, ଯେହେତୁ ସେଠାର ଲୋକେ ଅଳ୍ପମାତ୍ର।”
4 І пішли туди з народу коло трьох тисяч люда, — та вони повтікали перед айськими людьми́.
ତେଣୁ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ସହସ୍ର ସେଠାକୁ ଗଲେ, ମାତ୍ର ସେମାନେ ଅୟ ନଗରସ୍ଥ ଲୋକମାନଙ୍କ ସମ୍ମୁଖରୁ ପଳାଇଲେ।
5 І айські люди повибива́ли з них коло тридцяти й шости чоловіка, та й гнали їх з-перед брами аж до Шеварім, і розбили їх на узбі́ччі гори. І охля́ло серце народу, та й стало як вода.
ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ ଛତିଶ ଜଣଙ୍କୁ ଆଘାତ କଲେ; ନଗରଦ୍ୱାରରୁ ଶବାରୀମ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିନେଇ ଗଡ଼ନ୍ତି ବାଟରେ ଆଘାତ କଲେ; ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା।
6 І роздер Ісус одежу свою, та й упав на обличчя своє на землю перед Господнім ковчегом, і лежав аж до вечора він та Ізраїлеві старші́, і посипа́ли порохом свою го́лову.
ଏଥିରେ ଯିହୋଶୂୟ ଓ ଇସ୍ରାଏଲର ପ୍ରାଚୀନଗଣ ଆପଣା ଆପଣା ବସ୍ତ୍ର ଚିରି ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ଅଧୋମୁଖ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ ପଡ଼ି ରହିଲେ; ଆଉ ଆପଣା ଆପଣା ମସ୍ତକରେ ଧୂଳି ପକାଇଲେ।
7 І сказав Ісус: „Ах, Владико Господи, для чого Ти конче перепровадив цей наро́д через Йорда́н, щоб дати нас у руку аморе́янина, щоб вигубити нас? О, коли б ми були позоста́лися, і осіли по той бік Йорда́ну!
ପୁଣି ଯିହୋଶୂୟ କହିଲେ, “ହାୟ ହାୟ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର କରାଇ ଆଣିଲ କାହିଁକି, କି ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବାକୁ? ଆହା, ଯେବେ ଆମ୍ଭେମାନେ ସନ୍ତୁଷ୍ଟ ହୋଇ ଯର୍ଦ୍ଦନ ସେପାରିରେ ରହିଥାʼନ୍ତୁ!
8 О, Господи! Що я скажу́ по тому, як Ізраїль обернув потилицю перед своїми ворога́ми?
ହେ ପ୍ରଭୋ, ମୁଁ କଅଣ କହିବି, ଇସ୍ରାଏଲ ତ ଶତ୍ରୁ ସମ୍ମୁଖରୁ ପିଠି କରି ଆସିଲାଣି।
9 І почують ханаанеянин та всі ме́шканці цього краю, і зберуться навколо на нас, і знищать ім'я́ наше з землі. І що́ Ти зробиш Своєму великому Йменню?“
କାରଣ କିଣାନୀୟମାନେ ଓ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କʼଣ କରିବ?”
10 І сказав Господь до Ісуса: „Устань, — по́що то ти падаєш на обличчя своє?
ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଉଠ, ଏ କଅଣ, ତୁମ୍ଭେ କାହିଁକି ଅଧୋମୁଖ ହୋଇ ପଡ଼ିଅଛ?
11 Ізраїль згрішив, і вони переступили Мого заповіта, що Я наказав їм, і взяли з заклятого, а також крали, і обманювали, і клали поміж свої речі.
ଇସ୍ରାଏଲ ପାପ କରିଅଛନ୍ତି; ମଧ୍ୟ ଆମ୍ଭେ ସେମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଥିଲୁ, ତାହା ସେମାନେ ଲଙ୍ଘନ କରିଅଛନ୍ତି; ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣାମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି।
12 І не зможуть Ізраїлеві сини всто́яти перед своїми ворогами, — вони обернуть спи́ну перед ворогами своїми, бо стали закляттям. Не буду більше з вами, якщо не ви́губите заклятого з-поміж себе!
ଏଥିଲାଗି ଇସ୍ରାଏଲ-ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁ ନାହାନ୍ତି, ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁ ଅଛନ୍ତି, ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପାଟନ ନ କଲେ, ଆମ୍ଭେ ଆଉ ତୁମ୍ଭମାନଙ୍କ ସଙ୍ଗରେ ରହିବା ନାହିଁ।
13 Устань, освяти народ та й скажеш: Освятіться на завтра, бо так сказав Господь, Бог Ізраїлів: Закляте серед тебе, Ізраїлю! Ти не зможеш усто́яти перед своїми ворогами, аж доки ви не викинете з-поміж себе того заклятого.
ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।
14 І підходьте ра́но вранці за вашими племена́ми. І станеться, те пле́м'я, що його виявить Господь, нехай підходить за ро́дами; а рід, що його виявить Господь, підходитиме за дома́ми, а дім, що його виявить Господь, підходитиме за мужчи́нами.
ଏନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ; ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ; ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ।
15 І станеться, хто буде ви́явлений у заклятім, той буде спалений в огні, — він та все, що його, бо переступив він заповіта Господнього, і вчинив безсоромне між Ізраїлем“.
ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।”
16 І встав Ісус рано вранці, і привів Ізраїля за його племена́ми, — і було́ виявлене Юдине пле́м'я.
ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଇଲେ; ତହିଁରେ ଯିହୁଦା ବଂଶ ନିର୍ଣ୍ଣୀତ ହେଲା।
17 І привів він Юдині ро́ди, і був виявлений рід Зархіїв. І привів він Зархіїв рід за роди́нами, і був виявлений Завдій.
ତହୁଁ ସେ ଯିହୁଦା ଗୋଷ୍ଠୀକୁ ନିକଟକୁ ଅଣାନ୍ତେ, ସେରହର ଗୋଷ୍ଠୀ ନିର୍ଣ୍ଣୀତ ହେଲା; ତହୁଁ ସେ ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ସବ୍‍ଦି ନିର୍ଣ୍ଣୀତ ହେଲା।
18 І привів він його дім за мужчи́нами, і був виявлений Ахан, син Кармія, сина Завдія, сина Зераха з Юдиного племени.
ତହୁଁ ସେ ତାହାର ପରିବାରର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ଯିହୁଦା ବଂଶୀୟ ସେରହର ପ୍ରପୌତ୍ର, ସବ୍‍ଦିର ପୌତ୍ର, କର୍ମିର ପୁତ୍ର ଆଖନ୍‍ ନିର୍ଣ୍ଣୀତ ହେଲା।
19 І сказав Ісус до Ахана: „Сину мій, воздай же славу для Господа, Бога Ізраїля, і признайся Йому, і подай мені, що́ ти зробив? Не скажи неправди передо мною!“
ତେବେ ଯିହୋଶୂୟ ଆଖନ୍‍କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର; ଆଚ୍ଛା, ତୁମ୍ଭେ କଅଣ କରିଅଛ, ମୋତେ କୁହ; ମୋʼ ଠାରୁ ତାହା ଲୁଚାଅ ନାହିଁ।”
20 І відповів Ахан до Ісуса та й сказав: „Дійсно, згрішив я Господе́ві, Богові Ізраїля, і зробив так та так.
ତହିଁରେ ଆଖନ୍‍ ଉତ୍ତର କରି ଯିହୋଶୂୟଙ୍କୁ କହିଲା, “ସତ୍ୟ, ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ମୁଁ ଅମୁକ ଅମୁକ କାର୍ଯ୍ୟ କରିଅଛି।
21 І побачив я в здо́бичі одного доброго шін'арського плаща, і дві сотні шеклів срібла, і одного золотого зли́вка, п'ятдесят шеклів вага його, — і забажав я їх, і взяв їх. І ось вони сховані в землі в сере́дині намету мого, а срібло під ним“.
ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ ଦୁଇ ଶହ ଶେକଲ ରୂପା ଓ ପଚାଶ ଶେକଲ ପରିମିତ ଏକ ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି; ଆଉ ଦେଖ, ସେସବୁ ମୋʼ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି, ଆଉ ରୂପା ତହିଁ ତଳେ ଅଛି।”
22 І послав Ісус посланців, і побігли вони до намету, аж ось сховане воно в наметі, а срібло під ним.
ଏଥିରେ ଯିହୋଶୂୟ ଦୂତ ପଠାନ୍ତେ, ସେମାନେ ତମ୍ବୁକୁ ଦୌଡ଼ି ଗଲେ; ଆଉ ଦେଖ, ତାହା ତାହାର ତମ୍ବୁରେ ପୋତା ଓ ତହିଁ ତଳେ ରୂପା ଅଛି।
23 І забрали його́ з сере́дини намету, і прине́сли його́ до Ісуса та до всіх Ізраїлевих синів, і поклали його́ перед Господнім лицем.
ତେବେ ସେମାନେ ତମ୍ବୁ ମଧ୍ୟରୁ ସେସବୁ ନେଇ ଯିହୋଶୂୟଙ୍କର ଓ ଇସ୍ରାଏଲର ସମସ୍ତ ସନ୍ତାନଗଣର ନିକଟକୁ ଆଣିଲେ, ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଥୋଇଦେଲେ।
24 І взяв Ісус Ахана, Зерахового сина, і те срібло, і того плаща, і того золотого зли́вка, і синів його, і дочо́к його, і вола його, і осла його, і отару його, і намета його, і все, що його, а ввесь Ізраїль із ним, та й повиво́дили їх до долини Ахор.
ପୁଣି, ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ସନ୍ତାନ ସେହି ଆଖନ୍‍କୁ ଓ ସେହି ରୂପା ଓ ବସ୍ତ୍ର ଓ ସୁନାମୁଣ୍ଡା ଓ ତାହାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାହାର ଗୋରୁ ଓ ଗଧ ଓ ମେଣ୍ଢା ଓ ତମ୍ବୁ, ସର୍ବସ୍ୱ ନେଇ ଆଖୋର୍‍ ଉପତ୍ୟକାକୁ ଆଣିଲେ।
25 І сказав Ісус: „На́що ти навів нещастя на нас? Нехай на тебе наведе́ це нещастя Господь цього дня!“І вкаменува́ли його, увесь Ізраїль, камінням. І попалили їх в огні, і вкаменували їх камінням.
ପୁଣି ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ।” ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।
26 І поставили над ним велику камінну могилу, що стоїть аж до цього дня. І спинив Господь лютість гніву Свого, тому назвав ім'я́ того місця: Ахор, аж до цього дня.
ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍‍ ଉପତ୍ୟକା ବୋଲି ଖ୍ୟାତ ଅଛି।

< Ісус Навин 7 >