< Буття 44 >

1 І наказав він тому, що над домом його, говорячи: „Понаповнюй мішки цих людей їжею, скільки зможуть вони нести. І поклади срібло кожного до отвору мішка його.
ଏଥିଉତ୍ତାରେ ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ ଆଜ୍ଞା ଦେଲେ, “ଏହି ଲୋକମାନଙ୍କ ପଟରେ ଯେତେ ଶସ୍ୟ ଧରଇ, ସେତେ ପରିପୂର୍ଣ୍ଣ କରିଦିଅ, ପୁଣି, ପ୍ରତ୍ୟେକର ଟଙ୍କା ପ୍ରତ୍ୟେକର ପଟ-ମୁଖରେ ରଖ।
2 А чашу мою, чашу срібну, поклади до отвору мішка наймолодшого, та срібло за хліб його“. І зробив той за словом Йо́сиповим, яке він сказав був.
ଆଉ କନିଷ୍ଠ ପଟରେ ତାହାର ଶସ୍ୟ କିଣିବା ଟଙ୍କା ସଙ୍ଗେ ଆମ୍ଭ ତାଟିଆ, ସେ ରୂପା ତାଟିଆ ରଖ।” ତହିଁରେ ସେ ଯୋଷେଫଙ୍କ କଥାନୁସାରେ କଲା।
3 Розвиднилось рано вра́нці, і люди ці були́ відпущені, вони та їхні осли.
ଆଉ ପ୍ରଭାତ ହେବା ମାତ୍ରେ, ସେମାନେ ଗର୍ଦ୍ଦଭ ସହିତ ବିଦାୟ ପାଇଲେ।
4 Вони вийшли з міста, ще не віддалилися, а Йо́сип сказав до того, що над домом його: „Устань, побіжи за тими людьми, і дожени їх, та й скажи їм: „На́що ви заплатили злом за добро?
ପୁଣି, ନଗରରୁ ବାହାରି ବହୁତ ଦୂର ନ ଯାଉଣୁ, ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, “ତୁମ୍ଭେ ଉଠି ସେହି ମନୁଷ୍ୟମାନଙ୍କ ପଛେ ପଛେ ଦୌଡ଼ିଯାଇ ସେମାନଙ୍କ ସଙ୍ଗ ଧରି କୁହ, ‘ତୁମ୍ଭେମାନେ ଉପକାର ବଦଳେ କାହିଁକି ଅପକାର କଲ?
5 Хіба це не та чаша, що з неї п'є пан мій, і він, ворожачи, ворожить нею? І зле ви зробили, що вчинили таке “.
ଆମ୍ଭ ପ୍ରଭୁ ଯହିଁରେ ପାନ କରନ୍ତି ଓ ଯଦ୍ଦ୍ୱାରା ଗଣକତା କରନ୍ତି, ସେହି ତାଟିଆ କି ଏ ନୁହେଁ? ଏପରି କର୍ମ ଦ୍ୱାରା ତୁମ୍ଭେମାନେ ଦୋଷ କରିଅଛ।’”
6 І той їх догнав, і сказав їм ті слова.
ଏଥିଉତ୍ତାରେ ସେ ସେମାନଙ୍କ ସଙ୍ଗ ଧରି ଏହିସବୁ କଥା କହିଲା।
7 А вони відказали йому: „Нащо пан мій говорить отакі то слова? Далеке рабам твоїм, щоб зробити таку річ.
ତହିଁରେ ସେମାନେ କହିଲେ, “ଆମ୍ଭର ପ୍ରଭୁ କାହିଁକି ଏପରି କଥା କହନ୍ତି? ଆପଣଙ୍କ ଦାସମାନଙ୍କର ଏପରି କର୍ମ କରିବା ଦୂରେ ଥାଉ।
8 Таж срібло́, що знайшли ми в отворах наших мішків, ми вернули тобі з Краю ханаанського. А як би ми вкрали з дому пана твого срібло чи золото?
ଦେଖନ୍ତୁ, ଆପଣା ଆପଣା ପଟ ମୁଖରୁ ଆର ଥର ଯେଉଁ ଟଙ୍କା ପାଇଥିଲୁ; ତାହା ଆମ୍ଭେମାନେ କିଣାନ ଦେଶରୁ ପୁନର୍ବାର ଆପଣଙ୍କ ନିକଟକୁ ଆଣିଲୁ; ତେବେ କିପରି ଆପଣଙ୍କ ପ୍ରଭୁଙ୍କ ଗୃହରୁ ରୂପା କି ସୁନା ଚୋରି କରିବୁ?
9 У кого із рабів твоїх вона, чаша, буде знайдена, то помре він, а також ми станемо рабами моєму панові“.
ଆପଣଙ୍କ ଦାସମାନଙ୍କ ମଧ୍ୟରେ ଯାହାଠାରୁ ତାହା ମିଳେ, ସେ ମରୁ, ପୁଣି, ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ଦାସ ହେବୁ।”
10 А той відказав: „Тож тепер, як ви сказали, так нехай буде воно! У кого вона знайдена буде, той стане мені за раба, а ви будете чисті“.
ତହିଁରେ ସେ କହିଲା, “ଭଲ, ତୁମ୍ଭମାନଙ୍କ କଥାନୁସାରେ ହେଉ; ଯାହା ପାଖରୁ ତାହା ମିଳିବ, ସେ ଆମ୍ଭର ଦାସ ହେବ, ମାତ୍ର ଅନ୍ୟମାନେ ନିର୍ଦ୍ଦୋଷ ହେବେ।”
11 І поспішно поспускали вони кожен свого мішка на землю. І порозв'язували кожен мішка свого.
ତହୁଁ ସେମାନେ ସେହିକ୍ଷଣି ଭୂମିରେ ଆପଣା ଆପଣା ପଟ ଉତ୍ତାରି ପ୍ରତ୍ୟେକେ ଆପଣା ଆପଣା ପଟ ଫିଟାଇବାକୁ ଲାଗିଲେ।
12 І став він шукати. Розпочав від найстаршого, а скінчив наймолодшим. І знайдена чаша в мішку Веніяминовім!
ସେ ଗୃହାଧ୍ୟକ୍ଷ ଜ୍ୟେଷ୍ଠଠାରୁ ଆରମ୍ଭ କରି କନିଷ୍ଠ ପର୍ଯ୍ୟନ୍ତ ଖୋଜି ଗଲା; ଆଉ ବିନ୍ୟାମୀନ୍‍ର ପଟରୁ ସେହି ତାଟିଆ ମିଳିଲା।
13 І пороздирали вони свою одіж! І кожен нав'ючив осла свого, і вернулись до міста.
ସେତେବେଳେ ସେମାନେ ଆପଣା ଆପଣା ବସ୍ତ୍ର ଚିରିଲେ, ଆଉ ପ୍ରତ୍ୟେକେ ଗଧ ବୋଝାଇ କରି ନଗରକୁ ଫେରିଗଲେ।
14 І ввійшли Юда й брати його до дому Йосипа, — а він ще був там. І попа́дали вони перед лицем його на землю.
ଆଉ ଯିହୁଦା ଓ ତାହାର ଭ୍ରାତୃଗଣ ଯୋଷେଫଙ୍କ ଗୃହରେ ପ୍ରବେଶ କଲେ; ଯୋଷେଫ ସେହି ସମୟ ପର୍ଯ୍ୟନ୍ତ ସେଠାରେ ଥିଲେ; ଏଣୁ ସେମାନେ ତାଙ୍କ ସାକ୍ଷାତରେ ଭୂମିରେ ପଡ଼ିଲେ।
15 І сказав до них Йо́сип: „Що́ це за вчинок, що ви зробили? Хіба ви не знали, що справді відгадає такий муж, як я?“
ତେବେ ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏ କିପରି କାର୍ଯ୍ୟ କଲ? ଆମ୍ଭ ପରି ଲୋକ ଯେ ଅବଶ୍ୟ ଗଣକତା କରି ପାରିବ, ଏହା କି ତୁମ୍ଭେମାନେ ଜାଣ ନାହିଁ?”
16 А Юда промовив: „Що́ ми скажемо панові моєму? Що́ будемо говорити? Чим виправдаємось? Бог знайшов провину твоїх рабів! Ось ми раби панові моєму, і ми, і той, що в руці його була знайдена чаша“.
ତହିଁରେ ଯିହୁଦା କହିଲା, “ଆମ୍ଭେମାନେ ପ୍ରଭୁଙ୍କ ଛାମୁରେ ଆଉ କି ଉତ୍ତର ଦେବୁ? ଆଉ କି କଥା କହିବୁ? ଅବା କିପରି ଆପଣାମାନଙ୍କୁ ନିର୍ଦ୍ଦୋଷ କରିବୁ? ପରମେଶ୍ୱର ଆପଣଙ୍କ ଦାସମାନଙ୍କର ଅପରାଧ ପ୍ରକାଶ କରିଅଛନ୍ତି; ଦେଖନ୍ତୁ, ଆମ୍ଭେମାନେ ଓ ଯାହାଠାରୁ ତାଟିଆ ମିଳିଅଛି ସେ, ପୁଣି ଆମ୍ଭେ ସମସ୍ତେ ଆପଣଙ୍କ (ପ୍ରଭୁଙ୍କର) ଦାସ ହେବୁ।”
17 А Йо́сип відказав: „Дале́ке мені, щоб зробити оце. Чоловік, що в руці його була знайдена чаша, — він буде мені за раба! А ви йдіть із миром до вашого батька“.
ତହିଁରେ ଯୋଷେଫ କହିଲେ, “ଏପରି କର୍ମ ଆମ୍ଭଠାରୁ ଦୂର ହେଉ; ଯାହାଠାରୁ ତାଟିଆ ମିଳିଅଛି, ସେ ଆମ୍ଭର ଦାସ ହେବ; ମାତ୍ର ତୁମ୍ଭେମାନେ କୁଶଳରେ ପିତାଙ୍କ ନିକଟକୁ ଚାଲିଯାଅ।”
18 І приступив до нього Юда та й промовив: „О мій пане, нехай скаже раб твій слово до ушей пана свого, і нехай не палає гнів твій на раба твого, бо ти такий, як фараон.
ତହିଁରେ ଯିହୁଦା ନିକଟକୁ ଯାଇ କହିଲା, “ପ୍ରଭୋ, ଆପଣଙ୍କ ଏହି ଦାସକୁ ପ୍ରଭୁଙ୍କ କର୍ଣ୍ଣଗୋଚରରେ ପଦେ ନିବେଦନ କରିବାକୁ ଅନୁମତି ଦେଉନ୍ତୁ ଓ ଆପଣା ଦାସ ପ୍ରତି ଆପଣଙ୍କ କ୍ରୋଧ ପ୍ରଜ୍ୱଳିତ ନ ହେଉ; କାରଣ ଆପଣ ଫାରୋଙ୍କ ତୁଲ୍ୟ ଅଟନ୍ତି।
19 Пан мій запитав був рабів своїх, говорячи: „Чи є в вас батько або брат?“
ପ୍ରଭୁ ଆପଣା ଦାସମାନଙ୍କୁ ପଚାରିଥିଲେ, ‘ତୁମ୍ଭମାନଙ୍କର ପିତା କିଅବା ଭାଇ ଅଛନ୍ତି କି?’
20 І сказали ми до пана мого: „Є в нас батько старий та мале дитя його старости, а брат його вмер. І позостався він сам у своєї матері, а батько його любить.
ତହିଁରେ ଆମ୍ଭେମାନେ ପ୍ରଭୁଙ୍କୁ ଉତ୍ତର ଦେଇଥିଲୁ, ‘ଆମ୍ଭମାନଙ୍କ ପିତା ଅଛନ୍ତି, ସେ ବୃଦ୍ଧ ଲୋକ; ପୁଣି, ତାଙ୍କ ବୃଦ୍ଧାବସ୍ଥାର ଗୋଟିଏ ପୁତ୍ର ଅଛି, ସେହି ଜଣକ କନିଷ୍ଠ; ମାତ୍ର ତାହାର ସହୋଦର ମରିଅଛି, ସେହି କେବଳ ତାହାର ମାତାର ଅବଶିଷ୍ଟ ପୁତ୍ର; ଏଣୁ ତାହାର ପିତା ତାହାକୁ ସ୍ନେହ କରନ୍ତି।’
21 А ти був сказав своїм рабам: „Зведіть до мене його, і нехай я кину свої́м оком на нього“.
ଏଥିରେ ଆପଣ ଏହି ଦାସମାନଙ୍କୁ କହିଥିଲେ, ‘ତୁମ୍ଭେମାନେ ତାକୁ ଆମ୍ଭ କତିକି ଆଣ, ଆମ୍ଭେ ତାକୁ ସ୍ୱଚକ୍ଷୁରେ ଦେଖିବା।’
22 І сказали ми до пана мого: „Не може той хлопець покинути батька свого. А покине він батька свого, то помре той “.
ତେବେ ଆମ୍ଭେମାନେ ପ୍ରଭୁଙ୍କୁ କହିଥିଲୁ, ‘ସେ ଯୁବା ପିତାଙ୍କୁ ଛାଡ଼ି ପାରିବ ନାହିଁ; ସେ ତାହାର ପିତାଙ୍କୁ ଛାଡ଼ି ଆସିଲେ, ପିତା ମରିଯିବେ।’
23 А ти сказав своїм рабам: „Коли не зійде з вами наймолодший ваш брат, не побачите більше лиця мого“.
ତହିଁରେ ଆପଣ ଏହି ଦାସମାନଙ୍କୁ କହିଲେ, ‘ତୁମ୍ଭମାନଙ୍କ ସଙ୍ଗରେ କନିଷ୍ଠ ଭାଇ ନ ଆସିଲେ, ତୁମ୍ଭେମାନେ ଆଉ ଆମ୍ଭ ମୁଖ ଦେଖି ପାରିବ ନାହିଁ।’
24 І сталося, коли ми зійшли були до раба твого, до нашого батька, то ми розповіли йому слова мого пана.
ଏଥିଉତ୍ତାରେ ଆମ୍ଭେମାନେ ଆପଣଙ୍କ ଦାସ ଯେ ମୋʼ ପିତା, ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ପ୍ରଭୁଙ୍କର ଏହିସବୁ କଥା କହିଲୁ।
25 А батько наш сказав: „Верніться, купіть нам трохи їжі“.
ଏଥିଉତ୍ତାରେ ଆମ୍ଭମାନଙ୍କ ପିତା କହିଲେ, ‘ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଭକ୍ଷ୍ୟ କିଣି ଆଣ।’
26 А ми відказали: „Не можемо зійти. Коли найменший наш брат буде з нами, то зійдемо ми, бо не можемо бачити лиця того мужа, якщо брат наш наймолодший не буде з нами“.
ତହିଁରେ ଆମ୍ଭେମାନେ କହିଲୁ, ‘ଯାଇ ପାରିବୁ ନାହିଁ; ଯଦି ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ଥିବ, ତେବେ ଯାଇ ପାରିବୁ; କାରଣ ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ନ ଥିଲେ, ଆମ୍ଭେମାନେ ସେହି ବ୍ୟକ୍ତିଙ୍କର ମୁଖ ଦେଖି ପାରିବୁ ନାହିଁ।’
27 І сказав до нас раб твій, наш батько: „Ви знаєте, що двох була́ породила мені жінка моя.
ତହିଁରେ ଆପଣଙ୍କ ଦାସ ଯେ ମୋହର ପିତା, ସେ ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେମାନେ ଜାଣ, ଆମ୍ଭର ସେହି ଭାର୍ଯ୍ୟାଠାରୁ ଦୁଇଟି ପୁତ୍ର ହୋଇଥିଲେ।
28 Та пішов від мене один, і я сказав: справді, дійсно розшарпаний він. І я не бачив його аж дотепе́р.
ସେମାନଙ୍କ ମଧ୍ୟରୁ ଗୋଟିଏ ଆମ୍ଭ ନିକଟରୁ ଚାଲିଗଲା, ତହୁଁ ଆମ୍ଭେ କହିଲୁ, ସେ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି; ପୁଣି, ସେହି ଦିନଠାରୁ ଆମ୍ଭେ ଆଉ ତାକୁ ଦେଖି ନାହୁଁ।
29 А заберете ви також цього від мене, і спіткає його нещастя, то зведете ви сивину мою цим злом до шеолу“. (Sheol h7585)
ଏବେ ଆମ୍ଭ ପାଖରୁ ଏହାକୁ ନେଇଗଲେ ଯଦି ଏହାକୁ କୌଣସି ବିପତ୍ତି ଘଟେ, ତେବେ ତୁମ୍ଭେମାନେ ଆମ୍ଭକୁ ଶୋକରେ ଏହି ପକ୍ୱ କେଶରେ ପାତାଳକୁ ପଠାଇବ।’ (Sheol h7585)
30 А тепер, коли я прийду́ до раба твого, мого батька, а юнака не буде з нами, — а душа його зв'язана з душею тією, —
ଏହେତୁ ଆପଣଙ୍କ ଦାସ ଯେ ମୋʼ ପିତା, ତାଙ୍କ ନିକଟରେ ମୁଁ ଉପସ୍ଥିତ ହେଲେ, ଆମ୍ଭମାନଙ୍କ ସଙ୍ଗରେ ଯଦି ଏହି ଯୁବା ନ ଥିବ, ତେବେ ଏହି ଯୁବା ନ ଥିବାର ଦେଖି ସେ ତତ୍‌କ୍ଷଣାତ୍ ମରିଯିବେ।
31 То станеться, коли він побачить, що юнака нема, то помре. І зведуть твої раби сивину раба твого, нашого батька, у смутку до шеолу. (Sheol h7585)
କାରଣ ତାଙ୍କ ପ୍ରାଣ ଏହି ଯୁବାର ପ୍ରାଣରେ ବନ୍ଧା ଅଟେ। ତହିଁରେ ଆପଣଙ୍କର ଏହି ଦାସମାନେ ଶୋକରେ ପକ୍ୱ କେଶରେ ଆପଣଙ୍କ ଦାସ ଆମ୍ଭମାନଙ୍କ ପିତାଙ୍କୁ କବରକୁ ପଠାଇବେ। (Sheol h7585)
32 Бо раб твій поручився за юнака батькові своєму, кажучи: Коли я не приведу́ його до тебе, то згрішу перед батьком свої́м на всі дні!
ଆହୁରି, ଆପଣଙ୍କ ଦାସ ମୁଁ, ଆପଣା ପିତାଙ୍କ ନିକଟରେ ଏହି ଯୁବାର ଲଗା ହୋଇ କହିଅଛି, ‘ମୁଁ ଯଦି ତାକୁ ତୁମ୍ଭ ପାଖକୁ ନ ଆଣେ, ତେବେ ମୁଁ ଯାବଜ୍ଜୀବନ ପିତାଙ୍କ ନିକଟରେ ଅପରାଧୀ ହେବି।’
33 А тепер нехай же сяде твій раб замість того юнака за раба панові моєму. А юнак нехай іде з своїми братами!
ଏଣୁ ନିବେଦନ କରୁଅଛି, ପ୍ରଭୁଙ୍କ ନିକଟରେ ଏହି ଯୁବାର ପରିବର୍ତ୍ତେ ଆପଣଙ୍କ ଦାସ ମୁଁ ଆପଣଙ୍କ ଦାସ ହୋଇଥାଏ, ମାତ୍ର ଏହି ଯୁବାକୁ ଭାଇମାନଙ୍କ ସଙ୍ଗରେ ବିଦାୟ କରନ୍ତୁ।
34 Бо як я прийду́ до батька свого, а юнака зо мною нема? Щоб не побачити мені того нещастя, що спіткає мого батька“.
କାରଣ ଏହି ଯୁବା ମୋʼ ସଙ୍ଗରେ ନ ଥିଲେ, ମୁଁ କିପରି ପିତାଙ୍କ ନିକଟକୁ ଯାଇ ପାରିବି? ପୁଣି, ପିତାଙ୍କୁ ଯେଉଁ ବିପଦ ଘଟିବ, ତାହା କିପରି ଅବା ଦେଖି ପାରିବି?”

< Буття 44 >